ଆଜି, ଉତ୍ତର ପ୍ରଦେଶ ଏବଂ ସମଗ୍ର ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଏକ ନୂତନ ଯୁଗ ଆରମ୍ଭ ହୋଇଛି : ପ୍ରଧାନମନ୍ତ୍ରୀ
ମେରଠ ମେଟ୍ରୋ, ନମୋ ଭାରତ ଟ୍ରେନ ଏବଂ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀର ନୂତନ ସେକ୍ସନ ଉଦଘାଟନ ଏନସିଆର ଲୋକଙ୍କ ଜୀବନକୁ ଆହୁରି ସରଳ, ସୁଗମ ଏବଂ ସୁବିଧାଜନକ କରିବ: ପ୍ରଧାନମନ୍ତ୍ରୀ
ଆମର କାର୍ଯ୍ୟ ସଂସ୍କୃତି ଏପରି ଯେ ଗୋଟିଏ କାର୍ଯ୍ୟର ଶିଳାନ୍ୟାସ ହେବା ପରେ, ତାହାକୁ ସମାପ୍ତ କରିବା ପାଇଁ ଦିନ ଓ ରାତି ଏକ ହୋଇଯାଏ, ତେଣୁ ବର୍ତ୍ତମାନ ପ୍ରକଳ୍ପଗୁଡ଼ିକ ପୂର୍ବ ପରି ବିଳମ୍ବିତ ହୋଇ ପଡ଼ି ରହୁନାହିଁ: ପ୍ରଧାନମନ୍ତ୍ରୀ
ନମୋ ଭାରତ ହେଉ କିମ୍ବା ମେଟ୍ରୋ ସେବା, ମୋତେ ଉଭୟର ଶିଳାନ୍ୟାସ କରିବାର ସୁଯୋଗ ମିଳିଥିଲା, ଆଉ ଆଜି ମୁଁ ସେଗୁଡ଼ିକୁ ଉଦଘାଟନ କରିବାର ସୌଭାଗ୍ୟ ମଧ୍ୟ ପାଇଛି: ପ୍ରଧାନମନ୍ତ୍ରୀ
ଦେଶରେ ପ୍ରଥମ ଥର ପାଇଁ ନମୋ ଭାରତ ଏବଂ ମେଟ୍ରୋ ଟ୍ରେନ୍‌ ସମାନ ଷ୍ଟେସନ ଏବଂ ସମାନ ଟ୍ରାକରେ ଚାଲିବ: ପ୍ରଧାନମନ୍ତ୍ରୀ
ସମାନ ପ୍ଲାଟଫର୍ମରୁ, ଜଣେ ସହର ଭିତରେ ଯାତ୍ରା କରିପାରିବେ, ଏବଂ ସେହି ଷ୍ଟେସନରୁ ଜଣେ ସିଧାସଳଖ ଦିଲ୍ଲୀକୁ ଯିବା ଆସିବା ମଧ୍ୟ କରିପାରିବେ: ପ୍ରଧାନମନ୍ତ୍ରୀ
ବିଶ୍ୱର ଅନେକ ବିକଶିତ ଦେଶ ଆଜି ଭାରତ ସହିତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରୁଛନ୍ତି: ପ୍ରଧାନମନ୍ତ୍ରୀ
ଆଜି, ବିକଶିତ ଦେଶଗୁଡ଼ିକ ଭାରତ ସହିତ ସହଭାଗୀ ହେବାକୁ ଆଗ୍ରହୀ; କାରଣ ସେମାନେ ଭାରତର ବିକାଶରେ ନିଜର ଭବିଷ୍ୟତ ଦେଖନ୍ତି ଏବଂ ସେମାନେ ଭାରତର ଯୁବ ଶକ୍ତିକୁ ଆଶାର ସହିତ ଦେଖିଥା’ନ୍ତି: ପ୍ରଧାନମନ୍ତ୍ରୀ
ଆଜି ବିଶ୍ୱ ଅନୁଭବ କରୁଛି ଯେ ଭାରତ ହେଉଛି ସେହି ଶକ୍ତି ଯାହା ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡ଼ିକ ପାଇଁ ସମାଧାନ ଯୋଗାଇପାରିବ: ପ୍ରଧାନମନ୍ତ୍ରୀ
ମେରଠ-ହାପୁର ଅଞ୍ଚଳ ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ବହୁଦିନରୁ ଚୌଧୁରୀ ଚରଣ ସିଂହ ଜୀଙ୍କ ଦୂରଦୃଷ୍ଟି ଦେଖିଆସିଛନ୍ତି, ଏବଂ ଏହା ଆମ ସରକାରଙ୍କ ସୌଭାଗ୍ୟ ଯେ ଆମେ ଚୌଧୁରୀ ଚରଣ ସିଂହ ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାର ସୌଭାଗ୍ୟ ପାଇଲୁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେରଠରେ ନମୋ ଭାରତ ରାପିଡ୍ ରେଳ ଏବଂ ମେରଠ ମେଟ୍ରୋ ମାର୍ଗକୁ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ  ‘ବିକଶିତ ଉତ୍ତର ପ୍ରଦେଶ' ଏବଂ ବିକଶିତ ଭାରତ’ ଲକ୍ଷ୍ୟକୁ ଗତିଶୀଳ କରିବ ବୋଲି ସେ କହିଛନ୍ତି। ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ପ୍ଲାଟଫର୍ମରୁ ଗୋଟିଏ ଦିନରେ ଗୋଟିଏ ରାପିଡ୍‌ ରେଳ ଏବଂ ମେଟ୍ରୋ ସେବା ଆରମ୍ଭ ହୋଇଛି।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ଏକ ବିକଶିତ ଭାରତରେ ଯୋଗାଯୋଗ ବ୍ୟବସ୍ଥା କିପରି ଦେଖାଯିବ ତାହାର ଏକ ଚମତ୍କାର ଝଲକ ପ୍ରଦାନ କରେ। ଏହି ସମନ୍ୱିତ ବ୍ୟବସ୍ଥାରେ ମେଟ୍ରୋ ମାଧ୍ୟମରେ ସହର ଭିତରେ ଯାତ୍ରା ଏବଂ "ଟ୍ୱିନ୍ ସିଟି" ପରିବହନ ଲାଗି ନମୋ ଭାରତ ଟ୍ରେନ ବ୍ୟବସ୍ଥା ରହିଛି । ଡବଲ୍-ଇଞ୍ଜିନ୍ ସରକାରଙ୍କ କାର୍ଯ୍ୟ ସଂସ୍କୃତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକଳ୍ପଗୁଡ଼ିକ ଆଉ ଅଧାରୁ ଝୁଲି ରହୁନାହିଁ। ତାଙ୍କ ସରକାର ଏହି ସେବାଗୁଡ଼ିକର ଭିତ୍ତିପ୍ରସ୍ତର ଏବଂ ଉଦଘାଟନ ଉଭୟକୁ ଆଗକୁ ବଢ଼ାଇ ଶିଳାନ୍ୟାସ କରିଥିବା କାର୍ଯ୍ୟକୁ ସାରିବା ଉପରେ ଗୁରୁତ୍ୱ ଦେଇଥିବା ପ୍ରମାଣିତ କରିଛି।

ତାଙ୍କ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମେରଠ ମେଟ୍ରୋରେ ଯାତ୍ରା କରିଥିଲେ। ସେ ଛାତ୍ରଛାତ୍ରୀ ଏବଂ ଯାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପକୁ 'ନାରୀ-ଶକ୍ତି'ର ପ୍ରତୀକ ଭାବରେ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଅଧିକାଂଶ ଟ୍ରେନ ଅପରେଟର ଏବଂ ଷ୍ଟେସନ ନିୟନ୍ତ୍ରଣ କର୍ମଚାରୀ ମହିଳା। ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ସେବା ପାଇଁ ସେ ଉତ୍ତର ପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

 

ମେରଠ ସହିତ ତାଙ୍କର ବିଶେଷ ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୧୪, ୨୦୧୯ ଏବଂ ୨୦୨୪ରେ ତାଙ୍କର ଜାତୀୟ ନିର୍ବାଚନ ପ୍ରଚାର ଏହି କ୍ରାନ୍ତିକାରୀ ଭୂମିରୁ ଆରମ୍ଭ ହୋଇଥିଲା। ସେ ଏହି ଅଞ୍ଚଳର ଚାଷୀ, କାରିଗର ଏବଂ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ନିରନ୍ତର ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ୨୦୧୪ ପୂର୍ବରୁ, ମେଟ୍ରୋ ସେବା କେବଳ ୫ଟି ସହରରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ୨୫ରୁ ଅଧିକ ସହରରେ ମେଟ୍ରୋ ଚାଲୁଛି, ଯାହା ଭାରତକୁ ବିଶ୍ୱର ତୃତୀୟ ବୃହତ ନେଟୱାର୍କରେ ପରିଣତ କରୁଛି  ଏହି ପ୍ରକଳ୍ପର ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଭାରତୀୟ ରେଳ, ମେଟ୍ରୋ ଏବଂ ସରାଇ କାଲେ ଖାନ, ଆନନ୍ଦ ବିହାର, ଗାଜିଆବାଦ ଏବଂ ମେରଠ ବସ୍ ଷ୍ଟାଣ୍ଡର ସମନ୍ୱୟ। ଭାରତରେ ପ୍ରଥମ ଥର ପାଇଁ ନମୋ ଭାରତ ଏବଂ ମେଟ୍ରୋ ରେଳ ସମାନ ଟ୍ରାକ୍ ଏବଂ ଷ୍ଟେସନରେ ଚାଲିବ।  ଏହି ସମନ୍ୱୟ ଯାତ୍ରୀମାନଙ୍କୁ ସହର ଭିତରେ ଯାତ୍ରା କରିବାକୁ କିମ୍ବା ସିଧାସଳଖ ଦିଲ୍ଲୀ ଯିବାଆସିବା କରିବାକୁ ସୁବିଧା ଦେବ। ଏହା ଫଳରେ ଦିଲ୍ଲୀରେ ଭଡା ଘରେ ରହିବା ପାଇଁ ଅନେକ ଶ୍ରମିକ ଏବଂ ଛାତ୍ରଛାତ୍ରୀଙ୍କ ବାଧ୍ୟବାଧକତା ସମାପ୍ତ ହେବ।

ଏକ୍ସପ୍ରେସୱେ, ମାଲ ପରିବହନ କରିଡର ଏବଂ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର ସମେତ  ଆଧୁନିକ ଭିତ୍ତିଭୂମିରେ ସରକାରଙ୍କ ନିବେଶ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳକୁ ନୂତନ ଶିଳ୍ପ ଏବଂ ବ୍ୟବସାୟକୁ ଆକର୍ଷିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ଉତ୍ତର ପ୍ରଦେଶକୁ ଶ୍ରମ ଏବଂ ସୃଷ୍ଟିର ଭୂମି ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଚାଷୀ ଏବଂ କାରିଗରମାନେ ଐତିହ୍ୟ ଏବଂ ବିକାଶର ମନ୍ତ୍ରକୁ ସଫଳତାର ସହ ସାକାର କରୁଛନ୍ତି। ଭାରତର ବିଶ୍ୱ ଶକ୍ତି ବୃଦ୍ଧି ପାଇବା ସହିତ ବିକଶିତ ରାଷ୍ଟ୍ରଗୁଡ଼ିକ ଭାରତର ଯୁବ ଶକ୍ତିକୁ ବ୍ୟବହାର କରିବା ପାଇଁ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ଆଗ୍ରହୀ। ଆଜି, ବିଶ୍ୱ ଭାରତକୁ ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡ଼ିକୁ ସମାଧାନ କରିବାରେ ସକ୍ଷମ ଏକ ଶକ୍ତିଶାଳୀ କେନ୍ଦ୍ର ଭାବରେ ଦେଖିଥାଏ, ଯାହା ସିଧାସଳଖ ଉତ୍ତର ପ୍ରଦେଶର ନାଗରିକମାନଙ୍କୁ ଲାଭ ପହଞ୍ଚାଇଥାଏ ବୋଲି ଶ୍ରୀ ମୋଦୀ କହିଥିଲେ।

ଏମଏସଏମଇ କ୍ଷେତ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚଳିତ ବର୍ଷର କେନ୍ଦ୍ର ବଜେଟରେ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଉପରେ ଆଲୋକପାତ କରିଥିଲେ ଯାହା ଏମଏସଏମଇ ପାଇଁ ଋଣ ସହଜ କରିବ। ସେ ବୁଣାକାରମାନଙ୍କୁ ବିଶ୍ୱ ବଜାରରେ ପହଞ୍ଚିବାରେ ସାହାଯ୍ୟ କରିବା ଲାଗି ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ, କୋରିଅର ମାଧ୍ୟମରେ ସାମଗ୍ରୀ ପଠାଇବାର 10 ଲକ୍ଷ ସୀମା ହଟାଇ ଦିଆଯାଇଛି। ଏହା ମେରଠ ଏବଂ ଉତ୍ତର ପ୍ରଦେଶର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଅନଲାଇନ୍ ଆପ୍ ମାଧ୍ୟମରେ ଆମେରିକା ଏବଂ ୟୁରୋପର ଗ୍ରାହକମାନଙ୍କୁ ସିଧାସଳଖ ବିକ୍ରୟ କରିବାକୁ ଅନୁମତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

 

ଶ୍ରୀ ମୋଦୀ କହିଥିଲେ, ଚୌଧୁରୀ ଚରଣ ସିଂହ ଜୀଙ୍କ ବିଚାରକୁ ସମ୍ମାନ ଜଣାଇବା ପାଇଁ, ସରକାର ତାଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଡବଲ-ଇଞ୍ଜିନ୍ ସରକାର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି। ଏହି ଯୋଜନା ଅଧୀନରେ, ଉତ୍ତର ପ୍ରଦେଶର ଚାଷୀମାନଙ୍କୁ ପ୍ରାୟ ୯୫ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇସାରିଛି ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ।

 

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବିକାଶ ଉପରେ ଗୁରୁତ୍ୱାରୋପ କରି କହିଥିଲେ, ରାଜ୍ୟ ଆଜି ଦଙ୍ଗା ଏବଂ ଅପରାଧର ଯୁଗରୁ ବ୍ରହ୍ମୋସ, ମୋବାଇଲ୍ ନିର୍ମାଣ ଏବଂ ପର୍ଯ୍ୟଟନ ପାଇଁ ସ୍ୱୀକୃତି ପ୍ରାପ୍ତ ସ୍ଥାନ ରୂପେ ପରିଚିତ ହୋଇଛି। ଆଜି ଅପରାଧୀମାନେ ଜେଲରେ ଅଛନ୍ତି, ଝିଅମାନଙ୍କର ସମ୍ମାନ ସୁରକ୍ଷିତ ଅଛି, ଏବଂ ଉନ୍ନତ ଆଇନ ଶୃଙ୍ଖଳା ଏକ ବଡ଼ ଆର୍ଥିକ ଅଭିବୃଦ୍ଧି ଏବଂ ଉତ୍ପାଦନ ବୃଦ୍ଧିକୁ ତ୍ୱରାନ୍ୱିତ କରିଛି।

 

ସେ କହିଥିଲେ, ଉତ୍ତରପ୍ରଦେଶକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରାଯାଉଛି, ଏବଂ ସମ୍ପ୍ରତି ରାଜ୍ୟର ପ୍ରଥମ ସେମିକଣ୍ଡକ୍ଟର କାରଖାନାର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି। ଏକ ବିକଶିତ ଭାରତ ପାଇଁ ଏକ ବିକଶିତ ଉତ୍ତର ପ୍ରଦେଶ ଜରୁରୀ ବୋଲି ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The great toy turnaround: Made in India, played across the world

Media Coverage

The great toy turnaround: Made in India, played across the world
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi, Australian PM Anthony Albanese attend joint press meet in Melbourne
July 09, 2026

Your Excellency, Prime Minister एल्बनीसी,
दोनों देशों के delegates,
मीडिया के साथियों,

नमस्कार!

मेलबन में मेरे और मेरे delegation के शानदार स्वागत और आतिथ्य के लिए मैं अपने मित्र प्रधानमंत्री एल्बनीसी का हार्दिक आभार व्यक्त करता हूँ।

उनके व्यक्तिगत प्रयासों ने उनके कमिटमेंट ने भारत-ऑस्ट्रेलिया संबंधों को नई ऊंचाई और व्यापकता दी है। उनके इस बहुमूल्य योगदान के लिए मैं उनका अभिनंदन करता हूँ।

Friends,

भारत और ऑस्ट्रेलिया

दो vibrant democracies हैं,

दो multi-cultural societies हैं,

और दो महत्वपूर्ण ocean powers हैं।

हमारी ये समानताएं, और हमारा common world view, हमें गहरे आपसी विश्वास के साथ निरंतर आगे बढ़ने की प्रेरणा देते हैं। हमारी Comprehensive Strategic Partnership ने पिछले कुछ वर्षों में अभूतपूर्व प्रगति की है। और आज तीसरी Annual Summit से हमारे सहयोग में कई नए आयाम जुड़े हैं।

2022 में किए गए Economic Cooperation and Trade Agreement से हमारे व्यापार और निवेश का दायरा लगातार बढ़ा है। अब हमने Comprehensive Economic Cooperation Agreement यानी सीका पर तेजी से काम करने का निर्णय लिया है, जो दोनों देशों के लिए balanced, ambitious और win-win होगा। हम Bilateral Investment Treaty पर भी तेजी से आगे बढ़ेंगे।

हमारी Renewable Energy Partnership, Clean energy और climate action में हमारे प्रयासों को साकार रूप दे रही है। इसके तहत हम इन्वेस्टमेंट, टेक्नोलॉजी ट्रांसफर और इंडस्ट्री-टू-इंडस्ट्री collaboration पर विशेष बल दे रहे हैं।

PM सूर्य घर योजना को support करने के लिए हमने मिलकर गुजरात में Rooftop Solar Training Academy बनाई है। यह academy अनेक महिलाओं और युवाओं की capacity building में योगदान देगी।

न्यूक्लियर एनर्जी के क्षेत्र में आज हमने एक महत्वपूर्ण समझौता किया है। इससे ऑस्ट्रेलिया से भारत को Uranium supply का मार्ग खुलेगा और हमारे क्लीन एनर्जी के उद्देश्यों को नई ताकत मिलेगी।

Critical minerals में हमारा सहयोग हमारी स्ट्रैटेजिक सिक्योरिटी और क्लीन एनर्जी ट्रांज़िशन के लिए महत्वपूर्ण है। इसी सोच के साथ आज हमने Australia-India Partnership on Cyber, Critical Technologies, and Supply Chains यानि AI-पैक्ट्स, की पहल ली है। हम मिलकर Critical Minerals Corridor पर भी काम करेंगे।

साथियों,

इंडो-पैसिफिक केवल दो महासागरों का संगम नहीं है। यह भारत और ऑस्ट्रेलिया जैसे like-minded democracies के shared aspirations का भी प्रतीक है।

रक्षा और सुरक्षा में सहयोग बढ़ाने के लिए आज हमने एक महत्वपूर्ण Joint Declaration जारी की है। भारत-ऑस्ट्रेलिया Defence Innovation Corridor से हम defence startups और industries को जोड़ने पर काम करेंगे।

हमारे Maritime Security Collaboration Roadmap से इंडो-पैसिफिक में हमारे साझा प्रयासों को नई ताकत मिलेगी। हम शिप बिल्डिंग, ship repair और maintenance में भी मिलकर आगे बढ़ेंगे।

Friends,

आज हमने कई क्षेत्रीय एवं अंतर्राष्ट्रीय मुद्दों पर भी विस्तारपूर्वक चर्चा की।

भारत और ऑस्ट्रेलिया मानते हैं कि आतंकवाद केवल किसी एक देश के लिए नहीं, बल्कि पूरी मानवता के लिए गंभीर चुनौती है। इसलिए आतंकवाद के खिलाफ हमारी लड़ाई भी साझा है, हमारा संकल्प भी अटूट है, और हमारा सहयोग भी लगातार मजबूत हो रहा है।

हमारा यह भी मानना है कि विश्व के अनेक भागों में चल रहे तनावों और युद्धों का समाधान dialogue और diplomacy से ही संभव है। पूरे इंडो पेसिफिक क्षेत्र में हम मिलकर Peace, स्टेबिलिटी, फ्रीडम ऑफ नेविगेशन और रूल्स-बेस्ड ऑर्डर को और मजबूत करेंगे।

Friends,

हमारे संबंधों की सबसे विशिष्ट ताकत हमारे people-to-people ties हैं। भारतीय मूल के लोग ऑस्ट्रेलिया के आर्थिक और सामाजिक जीवन में सकारात्मक योगदान दे रहे हैं।

ऑस्ट्रेलिया भारतीय छात्रों के लिए पसंदीदा destination रहा है। भारत में Australian universities के campus खुलने से हमारी knowledge partnership में नया अध्याय जुड़ा है। हम दोनों देशों के बीच students, professionals और tourists के बीच आदान-प्रदान बढ़ाने के लिए प्रयास करते रहेंगे।

साथियों,

आज जब हम दुनिया की sporting capital, मेलबन में हैं, तो sports कि बात न करना वैसा ही होगा, जैसे क्रिकेट में toss के बाद मैच ही शुरू न करना!

क्रिकेट, भारत और ऑस्ट्रेलिया के रिश्तों की अपनी diplomatic language है। इसलिए हमारी मीटिंग्स भी cricket जैसी लगती हैं:

अजेन्डा - वन-डे जैसा focused,

Decisions - T20 जितने तेज़,

और partnership - Test match जितनी लंबी और गहरी।

आने वाले वर्षों में दोनों देशों में ओलिंपिक्स और Commonwealth Games जैसे बड़े sporting events आयोजित किए जाएंगे। इससे हमारा खेल सहयोग तो बढ़ेगा ही, स्पोर्ट्स infrastructure में निवेश की भी अनेक संभावनाएं बनेंगी।

Friends,

आज की हमारी चर्चा का भाव स्पष्ट रहा है: भारत और ऑस्ट्रेलिया की partnership केवल वर्तमान की नहीं, भविष्य की partnership भी है। हम हमारे साझा विज़न पर मिलकर आगे बढ़ते रहेंगे।

Prime Minister एल्बनीसी,

आपकी मित्रता, आपकी प्रतिबद्धता और आज की सार्थक चर्चा के लिए मैं एक बार फिर आपका आभार व्यक्त करता हूँ।

मुझे और 140 करोड़ भारतवासियों को जल्द से जल्द भारत में एक बार फिर आपका स्वागत करने में खुशी होगी।

बहुत-बहुत धन्यवाद।