ଉତ୍ତର ପୂର୍ବାଞ୍ଚଳ ଓ ଆସାମର ଅଭିବୃଦ୍ଧି, ବିକାଶ ତଥା ସଂଯୋଗକୁ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି: ପ୍ରଧାନମନ୍ତ୍ରୀ
ରୋ-ପ୍ୟାକ୍ସ ସେବା ଦ୍ୱାରା ଦୂରତ୍ୱ ଉଲ୍ଲେଖନୀୟଭାବେ ହ୍ରାସ ପାଇବ: ଶ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ମହାବାହୁ-ବ୍ରହ୍ମପୁତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଦୁଇଟି ସେତୁର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ, ଆଇନ ଓ ଯୋଗାଯୋଗ ତଥା ଆଇଟି ମନ୍ତ୍ରୀ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିଭାଗର ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ଏବଂ ଆସାମ ଓ ମେଘାଳୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

ମହାବାହୁ-ବ୍ରହ୍ମପୁତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସେ ବ୍ରହ୍ମପୁତ୍ରରେ ରୋ-ପ୍ୟାକ୍ସ ପୋତ ଚଳାଚଳ କାର୍ଯ୍ୟ ଉଦ୍‍ଘାଟନ କରିଥିଲେ । ଏହି ପୋତ ସେବା ନିଆମାଟି-ମାଜୁରି ଦ୍ୱୀପ, ଉତ୍ତର ଗୁଆହାଟି ଓ ଦକ୍ଷିଣ ଗୁଆହାଟି ଏବଂ ଧୁବୁରି-ହାଟସିଙ୍ଗିମାରି ମଧ୍ୟରେ ଚଳାଚଳ କରିବ । ଏହାଛଡା ପ୍ରଧାନମନ୍ତ୍ରୀ ଯୋଗୀଘୋପାଠାରେ ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିନାଲର ଶୁଭ ଦେଇଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବ୍ରହ୍ମପୁତ୍ର ନଦୀର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ଜେଟିର ଶିଳାନ୍ୟାସ କରିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଗମ ବେପାର ବଣିଜ୍ୟର ଡିଜିଟାଲ ସଲ୍ୟୁସନ ସେବା ଆରମ୍ଭ କରାଯାଇଥିଲା ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷି ସହିତ ସଂପର୍କିତ ଅଲି-ଆଇ ଲିଗାଙ୍ଗ ପର୍ବ ଆସାମରେ ଗତକାଲି ପାଳିତ ହୋଇଯାଇଛି । ମିଶିଂ ଜନଜାତିର ଏହା ସବୁଠୁ ବଡପର୍ବ । ଏହି ଅବସରରେ ସେ ସଂପୃକ୍ତ ଜନଜାତିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ବ୍ରହ୍ମପୁତ୍ର ସଂପର୍କରେ ସେ ଉଲ୍ଲେଖକରି କହିଥିଲେ ଯେ ଏହି ପବିତ୍ର ନଦୀ ଏହି ଅଞ୍ଚଳର ସାମାଜିକୀକରଣ ଓ ସଂଯୋଗ ସହିତ ଓତପ୍ରୋତଭାବେ ଜଡିତ। ପୂର୍ବରୁ ବ୍ରହ୍ମପୁତ୍ରର ନୌପରିବହନ ବିକାଶ ପାଇଁ ଯେଉଁଭଳି କାର୍ଯ୍ୟ ହେବା କଥା ତାହା ନ ହେବା ଦୁଃଖର ବିଷୟ। ସେଥିପାଇଁ ଆସାମ ସହିତ ଉତ୍ତର ପୂର୍ବର ଅନ୍ୟାନ୍ୟ ରାଜ୍ୟଗୁଡିକର ସଂଯୋଗ ବ୍ୟବସ୍ଥା ବିକଶିତ ହୋଇପାରିନାହିଁ । ଏବେ ଯେଉଁସବୁ ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି ସେଗୁଡିକୁ ଶୀଘ୍ର ସାରିବା ପାଇଁ ବ୍ୟବସ୍ଥା କରାଯାଉଛି । ଏହା ଫଳରେ ଏହି ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧକ ଦୂର ହେବ ଏବଂ ସବୁ ଲୋକ ଗୋଟିଏ ସାଂସ୍କୃତିକ ସୂତ୍ରରେ ଆବଦ୍ଧ ହେବେ । ବିଗତ କେଇଦିନ ମଧ୍ୟରେ ଆସାମ ସହିତ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଭୌତିକ ଏବଂ ସାଂସ୍କୃତିକ ସଂହତି ପ୍ରତିଷ୍ଠା ପାଇଁ ବେଶ୍‍ କିଛି କାମ କରାଯାଇଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ଭୁପେନ ହଜାରିକା ସେତୁ, ବଗିବିଲ୍‍ ସେତୁ, ସରାଇଘାଟ ଭଳି ଅନେକ ସେତୁ ଆସାମ ଜନସାଧାରଣଙ୍କ ଜୀବନକୁ ସହଜ ଓ ସୁଗମ କରିଛି । ଏହାଦ୍ୱାରା ଦେଶର ନିରାପତ୍ତା ସୁଦୃଢ ହେବା ସହିତ ଆମର ସୈନ୍ୟମାନଙ୍କ ପାଇଁ ବିଶେଷ ସୁବିଧା ହୋଇଛି । ଆଜିଠାରୁ ଆସାମକୁ ସମଗ୍ର ଉତ୍ତର ପୂର୍ବାଞ୍ଚଳ ସହିତ ଯୋଡିବା ପାଇଁ ବୃହତ୍ତର ଅଭିଯାନ ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ଆସାମର ବିକାଶ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାରଙ୍କୁ ସାଧୁବାଦ ଜଣାଇଥିଲେ । ବ୍ରହ୍ମପୁତ୍ର ମଧ୍ୟରେ ଥିବା ମାଜୋଲି ଦ୍ୱୀପରେ ରାଜ୍ୟର ପ୍ରଥମ ହେଲିପ୍ୟାଡ ନିର୍ମିତ ହୋଇଛି । ଏହାଛଡା ରାଜ୍ୟରେ ସଡକପଥଗୁଡିକୁ ଅଧିକ ଉନ୍ନତ ଏବଂ ନିରାପଦ କରାଯାଉଛି । ସେହିଭଳି କାଳିଆବାଡିକୁ ଜୋରହାଟ ସହିତ ଯୋଡିବା ପାଇଁ ୮ କିମି ଲମ୍ବର ଏକ ସେତୁ ନିର୍ମାଣ କରାଯିବ ଏବଂ ଆଜି ତାହାର ଭୂମି ପୂଜନ ହୋଇଛି। ଏହି ସେତୁ ସୁବିଧା ଓ ସମ୍ଭାବନାର ସେତୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିଭଳି ଧୁବରି ଓ ମେଘାଳୟର ଫୁଲବାଡି ମଧ୍ୟରେ ପ୍ରତ୍ୟକ୍ଷ ସଂଯୋଗ ପାଇଁ ୧୯ କିମି ଲମ୍ବର ଏକ ସେତୁ ନିର୍ମାଣ କରାଯିବ । ଏହା ଫଳରେ ବାରକ୍‍ ଉପତ୍ୟକାରେ ସଡକ ସଂଯୋଗରେ ଉନ୍ନତି ଘଟିବ । ଏହି ସେତୁ ଫଳରେ ମେଘାଳୟ, ମଣିପୁର, ମିଜୋରାମ ଓ ଆସାମ ମଧ୍ୟରେ ଦୂରତ୍ୱ ହ୍ରାସ ପାଇବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ସଡକପଥରେ ମେଘାଳୟ ଓ ଆସାମ ମଧ୍ୟରେ ଦୂରତ୍ୱ ୨୫୦ କିମି ରହିଛି । ନୂଆ ସେତୁ ନିର୍ମିତ ହେବାଦ୍ୱାରା ଏହି ଦୂରତ୍ୱ ମାତ୍ର ୧୯-୨୦ କିମି ମଧ୍ୟରେ ହେବ ।

ମହାବାହୁ-ବ୍ରହ୍ମପୁତ୍ର କାର୍ଯ୍ୟକ୍ରମ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ବ୍ରହ୍ମପୁତ୍ରର ଜଳସଂପଦ ଓ ଶଯ୍ୟାକୁ ବ୍ୟବହାର କରି ବନ୍ଦରଭିତ୍ତିକ ବିକାଶ ସମ୍ଭବ ହେବ । ଆଜି ଆରମ୍ଭ ହୋଇଥିବା ୩ଟି ରୋ-ପ୍ୟାକ୍ସ ସେବା ଫଳରେ ଆସାମ ଏ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି । ଏହାଛଡା ୪ଟି ପର୍ଯ୍ୟଟକ ଜେଟି ମଧ୍ୟ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ସହ ଆସାମକୁ ପ୍ରତ୍ୟକ୍ଷ ଯୋଗାଯୋଗ ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଦୀର୍ଘଦିନ ଧରି ଆସାମ ଓ ଉତ୍ତର ପୂର୍ବାଞ୍ଚଳ ଉପେକ୍ଷିତ ହେବା ଫଳରେ ଏ ଅଞ୍ଚଳର ବିକାଶ ବ୍ୟାହତ ହୋଇଛି । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଏହି ତ୍ରୁଟିକୁ ସୁଧାରିବା ପ।।ଇଁ ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲେ । ବର୍ତ୍ତମାନ ସରକାର ଏହି ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି । ଆସାମରେ ମଲ୍ଟି ମୋଡାଲ କନେକ୍ଟିଭିଟି ପୁନଃ ପ୍ରର୍ବତ୍ତନ କରିବାକୁ ଉଦ୍ୟମ କରାଯାଉଛି । ପୂର୍ବ ଏସିଆର ଦେଶଗୁଡିକ ସହ ବାଣିଜ୍ୟିକ ଓ ସାଂସ୍କୃତିକ ସଂପର୍କ ସ୍ଥାପନ ପାଇଁ ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳକୁ ଏକ ପ୍ରବେଶ ଦ୍ୱାରରେ ପରିଣତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ।

ସେ କହିଛନ୍ତି ଯେ ଏହି ଅଞ୍ଚଳରେ ଜଳପଥଗୁଡିକର ଗୁରୁତ୍ୱ ବହୁ ଅଧିକ । ଜଳପଥର ବିକାଶ ପାଇଁ ନିକଟରେ ଭାରତ ବାଂଲାଦେଶ ସହିତ ଏକ ଚୁକ୍ତି କରିଛି । ବ୍ରହ୍ମପୁତ୍ର ଓ ବାରକ୍‍ ନଦୀକୁ ହୁଗୁଳି ନଦୀ ସହ ସଂଯୁକ୍ତ କରିବା ପାଇଁ ବାଂଲାଦେଶ ସହିତ ମିଶି ଭାରତ ଉଦ୍ୟମ ଚଳାଇଛି । ଏହି ଅଞ୍ଚଳର ସଂଯୋଗପଥ ସ୍ୱୟଂ ସଂପୂର୍ଣ୍ଣ ଓ ପର୍ଯ୍ୟାପ୍ତ ହେଲେ ଏହା ଭାରତୀୟ ମୂଳଭୂଖଣ୍ଡ ସହିତ ଉତ୍ତମଭାବେ ସଂଯୋଜିତ ହେବ ଏବଂ ଅନ୍ୟର ଦୟା ଉପରେ ନିର୍ଭର କରିବ ନାହିଁ । ଯୋଗୀହୋପା ଟର୍ମିନାଲ ନିର୍ମିତ ହେଲେ ହଳଦିଆ ବନ୍ଦର ଓ କଲକାତା ସହିତ ଆସାମ ସଂଯୁକ୍ତ ହେବା ପାଇଁ ବିକଳ୍ପ ପଥ ପାଇବ । ଏହି ପଥ ଦେଇ ଭୁଟାନ ଓ ବାଂଲାଦେଶର ପଣ୍ୟ ମଧ୍ୟ କାରବାର ହୋଇପାରିବ । ଯୋଗୀହୋପାରେ ଏକ ମଲ୍‍ଟି ମୋଡାଲ ଲଜିଷ୍ଟିକ୍‍ ପାର୍କ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଆସାମ ଓ ଉତ୍ତର ପୂର୍ବାଞ୍ଚଳର ନୂଆ ସଡକ ଓ ଜଳପଥଗୁଡିକୁ ବିକଶିତ କରାଯାଉଛି । ମାଜୁଲି ଓ ନିମାଟି ମଧ୍ୟରେ ଯେଉଁ ରୋ-ପ୍ୟାକ୍ସ ସେବା ଆରମ୍ଭ ହୋଇଛି ତଦ୍ଦ୍ୱାରା ଏହି ଦୁଇ ଅଞ୍ଚଳ ମଧ୍ୟରେ ଦୂରତ୍ୱ ୪୨୫ କିମିରୁ ମାତ୍ର ୧୨ କିମିକୁ ହ୍ରାସ ପାଇବ । ଏହି ଜଳପଥରେ ଦୁଇଟି ଜାହାଜ ଚଳାଚଳ କରୁଛି । ଏହା ମାଧ୍ୟମରେ ୧୬୦୦ ଯାତ୍ରୀ ଏବଂ ୨୦ରୁ ଊର୍ଦ୍ଧ୍ୱ ଯାନବାହନ ପାରଉତାର ହେଉଛି । ସେହିଭଳି ଗୁଆହାଟିରେ ହୋଇଥିବା ଏକାରକମ ବ୍ୟବସ୍ଥା ଦ୍ୱାରା ଉତ୍ତର ଓ ଦକ୍ଷିଣ ଗୁଆହାଟି ମଧ୍ୟରେ ଦୂରତ୍ୱ ୪୦ କିମିରୁ ୩ କିମିକୁ ହ୍ରାସ ପାଇବ । ଆସାମରେ ଆରମ୍ଭ ହୋଇଥିବା କାର-ଡି’ପୋର୍ଟାଲ ମାଧ୍ୟମରେ ଲୋକେ ଜାତୀୟ ଜଳପଥରେ ମାଲ ପରିବହନ ଓ କ୍ରୁଜ ଟ୍ରାଫିକ ତଥ୍ୟ ପାଇପାରିବେ । ବ୍ୟବସାୟ ପାଇଁ ଯେଉଁମାନେ ଏଠାକୁ ଆସିବାକୁ ଚାହାନ୍ତି ସେମାନଙ୍କୁ ଜିଆଇଏସ୍‍ଭିତ୍ତିକ ଇଣ୍ଡିଆ ମ୍ୟାପ ପୋର୍ଟାଲରୁ ଆବଶ୍ୟକ ତଥ୍ୟ ମିଳିବ ।

ଉତ୍ତର ପୂର୍ବାଞ୍ଚଳରେ ଜଳ, ସ୍ଥଳ ଓ ଆକାଶପଥ ସହିତ ଇଣ୍ଟରନେଟ ସଂଯୋଗର ବିକାଶ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ସେହିଭଳି ଗୁଆହାଟିଠାରେ ସମଗ୍ର ଉତ୍ତର ପୂର୍ବାଞ୍ଚଳ ପାଇଁ ବିପୁଳ ଅର୍ଥ ବ୍ୟୟରେ ପ୍ରଥମ ଡାଟା ସେଣ୍ଟର ସ୍ଥାପନ କରାଯାଇଛି । ଏହାଦ୍ୱାରା ଏ ଅଞ୍ଚଳରେ ୮ଟି ରାଜ୍ୟ ଉପକୃତ ହେବେ । ତାଙ୍କ ସରକାର ସବ୍‍କା ସାଥ୍‍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ ନୀତିରେ କାର୍ଯ୍ୟ କରୁଛି । ମାଜୋଲିର ଉନ୍ନତି ପାଇଁ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମର ଏକ ସୂଚନା ଦେଇ ସେ କହିଥିଲେ ଯେ ସେଠାରେ ଏକ ସାଂସ୍କୃତିକ ବିଶ୍ୱବିଦ୍ୟାଳୟ ସ୍ଥାପନ ସହ ଏହି ଦ୍ୱୀପକୁ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଦିଆଯାଇଛି । ସେହିଭଳି ତେଜପୁର-ମାଜୋଲି-ଶିବସାଗରକୁ ନେଇ ଐତିହ୍ୟ ସର୍କିଟ ସୃଷ୍ଟି କରାଯାଇଛି । ଏହାଛଡା ନମାମି ବ୍ରହ୍ମପୁତ୍ର ଓ ନମାମି ବାରକ୍‍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଫଳରେ ଆସାମର ପରିଚୟ ଋଦ୍ଧିମନ୍ତ ହେଉଛି ବୋଲ ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଆସାମରେ ଯେଉଁସବୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ତଦ୍ଦ୍ୱାରା ଆସାମ ଓ ଉତ୍ତର ପୂର୍ବାଞ୍ଚଳରେ ପର୍ଯ୍ୟଟନର ବିକାଶ ଘଟିବ ଏବଂ ଏହି ଅଞ୍ଚଳରେ ବେପାର ବଣିଜ ସୁଗମ ହେବ । ଆସାମ ଓ ଉତ୍ତର ପୂର୍ବାଞ୍ଚଳକୁ ଆତ୍ମନିର୍ଭର ଭାରତର ଏକ ଦୃଢ ସ୍ତମ୍ଭରେ ପରିଣତ କରିବା ପାଇଁ ସମସ୍ତଙ୍କୁ ମିଳିତଭାବେ କାମ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Coconut industry gets a policy boost

Media Coverage

Coconut industry gets a policy boost
NM on the go

Nm on the go

Always be the first to hear from the PM. Get the App Now!
...
PM Modi, French President Emmanuel Macron attend joint press meet in Mumbai
February 17, 2026

Your Excellency, My Dear Friend, प्रेसीडेंट मैक्रॉ
दोनों देशों के delegates,
मीडिया के साथियों,
नमस्कार!
बों जू,

मेरे प्रिय मित्र, प्रेसीडेंट मैक्रॉ का मुंबई में स्वागत करते हुए मुझे बहुत खुशी हो रही है। पिछले वर्ष, उन्होंने मुझे फ़्रांस में आयोजित AI एक्शन समिट के लिए बुलाया था ।

उस समय हमने मार्सेय की यात्रा की- जो फ़्रांस का सबसे बड़ा पोर्ट, और फ़्रांस, और पूरे यूरोप का एक प्रमुख गेटवे भी है। मार्सेय वही शहर है जहां से पहले विश्व युद्ध में हमारे भारतीय सैनिक ने यूरोप में अपने कदम रखे। उनकी बहादुरी की गाथा यूरोप के कई भागों में आज भी याद की जाती है।

और यह वही शहर है, जहाँ स्वतंत्रता सेनानी वीर सावरकर ने अंग्रेज़ों की पकड़ से निकलने के लिए समुद्र में छलांग लगाई थी। उनका यह कदम भारत की आज़ादी के लिए उनके अटूट संकल्प का प्रतीक था। मुझे पिछले वर्ष मार्सेय में उनको याद करने और उन्हें नमन करने का अवसर मिला था।

इस बार, जब प्रेसीडेंट मैक्रॉ भारत में AI इम्पैक्ट समिट के लिए आए हैं, तो हमारा सौभाग्य है, कि हम उनका स्वागत, भारत के गेटवे यानि, मुंबई में कर रहें हैं।

Friends,

भारत और फ़्रांस के संबंध बहुत ही विशेष हैं। फ़्रांस भारत के सबसे पुराने स्ट्रटीजिक पार्टनर्स में से एक है। और प्रेसीडेंट मैक्रॉ के साथ मिलकर हमने इस स्ट्रटीजिक पार्ट्नर्शिप को अभूतपूर्व गहराई और ऊर्जा दी है। इसी विश्वास और साझा vision के आधार पर, आज हम अपने संबंधों को, Special Global Strategic Partnership के रूप में स्थापित कर रहे हैं।

यह partnership केवल strategic नहीं है। आज के उथल पुथल से भरे युग में, यह global stability और global progress की partnership है।

Friends,

आज भारत में हेलिकाप्टर असेंबली लाइन का उद्घाटन, इसी गहरे विश्वास का एक और उज्ज्वल उदाहरण है। हमें गर्व है कि, भारत और फ़्रांस मिलकर, माउंट एवरेस्ट की ऊँचाइयों तक उड़ान भरने वाला, विश्व का एकमात्र हेलिकाप्टर भारत में बनाएंगे। और यह पूरे विश्व को एक्सपोर्ट भी करेंगे।

यानि, India-France partnership knows no boundaries, It can reach from deep oceans to the tallest mountain.

Friends,

वर्ष 2026, भारत और यूरोप के संबंधों में एक turning point है। कुछ ही दिन पहले, हमने European Union के साथ, भारत के इतिहास का सबसे बड़ा, और महत्वाकांक्षी फ्री ट्रेड अग्रीमन्ट किया। यह फ्री ट्रेड अग्रीमन्ट, भारत और फ़्रांस संबंधों में भी अभूतपूर्व गति लाएगा।

आपसी निवेश को बढ़ावा देने के लिए, आज हम अग्रीमन्ट कर रहे जिससे हमारे लोगों और कम्पनीस को डबल टैक्स न देना पड़े। इन सभी पहलों से, आपसी ट्रेड, इनवेस्टमेंट और मोबिलिटी को नई ऊर्जा मिलेगी। और यही shared prosperity का roadmap है।

Friends,

इंडिया-फ़्रांस year ऑफ इनोवेशन के लॉन्च से, अब हम अपनी स्ट्रटीजिक साझेदारी को, पार्ट्नर्शिप ऑफ the people बनाने जा रहे हैं। क्यूंकि इनोवेशन isolation में नहीं, collaboration से होता है।

इसलिए, इंडिया-फ़्रांस year ऑफ इनोवेशन में हमारा लक्ष्य, लोगों के बीच संपर्क को मजबूत करने का है। डिफेन्स हो या क्लीन एनर्जी, स्पेस हो या emerging technologies,हर क्षेत्र में हम अपनी इंडस्ट्रीज़ और innovators को कनेक्ट करेंगे।

Start-ups और MSME’s के बीच मजबूत नेटवर्क बनाएंगे। हमारे स्टूडेंट्स और रिसर्चर्स के आदान-प्रदान को और सुगम बनाएंगे। और इसके साथ-साथ, जॉइन्ट इनोवेशन के नए सेंटर भी तैयार करेंगे।

Friends,

आज हम क्रिटिकल मिनेरल्स, bio-टेक्नॉलजी और एडवांस्ड materials में अपना सहयोग और प्रबल कर रहें हैं।हम इंडो-फ्रेंच सेंटर फॉर AI इन हेल्थ, इंडो-फ्रेंच सेंटर फॉर डिजिटल साइंस एण्ड टेक्नॉलजी और नैशनल सेंटर ऑफ एक्सलन्स for स्किलिंग in aeronautics लॉन्च करने जा रहें हैं। और यह मात्र institutions नहीं हैं। यह future-building platforms हैं।

Friends,

आज दुनिया uncertainty के दौर से गुजर रही है। ऐसे माहौल में, India–France partnership एक force for ग्लोबल stability है। हम France की expertise और India के scale को जोड़ रहे हैं। हम trusted technologies विकसित कर रहे हैं। हम इंटरनेशनल सोलर alliance, इंडिया मिडल ईस्ट यूरोप इकनॉमिक कॉरिडर यानि आईमेक, और जॉइन्ट डेवलपमेंट प्रोजेक्ट्स के माध्यम से,human डेवलपमेंट सुनिश्चित करेंगे। और Multilateralism, डाइअलॉग और डिप्लोमेसी से, स्थिरता और समृद्धि के प्रयासों को बल देते रहेंगे।

Friends,

भारत और फ्रांस, दोनों, लोकतांत्रिक मूल्यों, rule of law और multipolar world में विश्वास रखते हैं। हम एकमत है कि, Global institutions के रिफॉर्म से ही, ग्लोबल challenges का समाधान निकलेगा।

यूक्रेन, पश्चिमी एशिया, या फिर इंडो-पेसिफिक, हम हर क्षेत्र में शांति के सभी प्रयासों का समर्थन करते रहेंगे। आतंकवाद के हर रूप और स्वरूप को जड़ से मिटाना हमारी साझी प्रतिबद्धता है।

Friends,

भारत और फ़्रांस, दोनों ही प्राचीन और समृद्ध सभ्यताऐं है। हम अपने कल्चरल और people-to-people ties को बहुत महत्व देते हैं। हमे बहुत खुशी है, कि युगे युगीन भारत म्यूज़ीअम में हमारा सहयोग रहा है। और अब लोथल के National Maritime Heritage Complex में भी, हम फ़्रांस के साथ सहयोग करने जा रहे हैं।

भारतीय संस्कृति को फ़्रांस के लोगों के और समीप पहुंचाने, हम जल्द ही फ़्रांस में स्वामी विवेकानंद कल्चरल सेंटर खोलने जा रहें हैं।

Your Excellency,

भारत–फ्रांस पार्टनरशिप के प्रति आपकी गहरी प्रतिबद्धता रही है। मुझे विशेष ख़ुशी है कि आज हम मिलकर अपने संबंधों के एक नए अध्याय का शुभारंभ कर रहे हैं।

आइए, हम मिलकर वैश्विक स्थिरता और समृद्धि के लिए काम करें।

बहुत-बहुत धन्यवाद।

मेसी बकू