&“ଜଳ ଜୀବନ ମିଶନ ଏକ ବଡ଼ ବିକେନ୍ଦ୍ରୀକରଣ ଆନ୍ଦୋଳନ। ଏହା ଏକ ଗ୍ରାମ ପରିଚାଳିତ, ମହିଳା ପରିଚାଳିତ ଆନ୍ଦୋଳନ। ଏହାର ମୁଖ୍ୟ ଆଧାର ହେଉଛି ଏକ ଗଣ ଆନ୍ଦୋଳନ ଏବଂ ଜନଭାଗୀଦାରୀ”
“ଲୋକମାନଙ୍କୁ ଟ୍ୟାପ ପାଣି ସୁବିଧା ଯୋଗାଇ ଦେବା ଲାଗି ଗତ ଦୁଇ ବର୍ଷରେ ଯେତିକି କାମ ହୋଇଛି ତାହା ଗତ ସାତ ଦଶନ୍ଧି ମଧ୍ୟରେ ହୋଇପାରିନଥିଲା”
“ଗୁଜରାଟ ଭଳି ରାଜ୍ୟରୁ ଆସିଥିବାରୁ, ମୁଁ ମରୁଡ଼ି ଭଳି ପରସ୍ଥିତି ଦେଖିଛି ଏବଂ ପ୍ରତ୍ୟେକ ବୁନ୍ଦା ପାଣିର ଗୁରୁତ୍ବ ବୁଝିଛି। ତେଣୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜଳ ଯୋଗାଣ ଏବଂ ଜଳ ସଂରକ୍ଷଣ ମୋର ଗୁରୁତ୍ବପୂର୍ଣ୍ଣ ପ୍ରାଥମିକତା ମଧ୍ୟରେ ସାମିଲ ଥିଲା”
“ବର୍ତ୍ତମାନ ଦେଶର ପ୍ରାୟ ୮୦ଟି ଜିଲ୍ଲାର ୧.୨୫ ଲକ୍ଷ ଗ୍ରାମର‍େ ପ୍ରତ୍ୟେକ ଗ୍ରାମୀଣ ପରିବାର ନିକଟରେ ପାଣି ପହଞ୍ଚି ପାରିଛି”
“ଆକାଂକ୍ଷୀ ଜିଲ୍ଲା ମାନଙ୍କରେ ଟ୍ୟାପ ସଂଯୋଗ ସଂଖ୍ୟା ୩୧ ଲକ୍ଷରୁ ୧.୧୬ କୋଟିକୁ ବୃଦ୍ଧି ପାଇଛି
“ପ୍ରତି ଘର ଏବଂ ବିଦ୍ୟାଳୟରେ ଶୌଚାଳୟ, ଶସ୍ତାରେ ସାନିଟାରୀ ପ୍ୟାଡ, ଗର୍ଭାବସ୍ଥା ସମୟରେ ପୁଷ୍ଟିସାଧନ ଏବଂ ଟିକାକରଣ ସହାୟତା ମାତୃଶକ୍ତିକୁ ସୁଦୃଢ଼ କରିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମ ପଞ୍ଚାୟତ ଏବଂ ପାଣି ସମିତି/ ଗ୍ରାମ ଜଳ ଏବଂ ପରିମଳ ସମିତି ମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଜଳ ଜୀବନ ମିଶନ ଉପରେ ଆଲୋଚନା କରିଛନ୍ତି। ସେ ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତାରେ ସୁଧାର ଆଣିବା ଏବଂ ମିଶନ ଅଧୀନରେ ଜାରି ରହିଥିବା ଯୋଜନାଗୁଡ଼ିକରେ ଅଧିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆଣିବା ଲାଗି ଜଳ ଜୀବନ ମିଶନ ଆପ୍‌ର ଲୋକାର୍ପଣ କରିଥିଲେ। ସେ ମଧ୍ୟ ରାଷ୍ଟ୍ରୀୟ ଜଳ ଜୀବନ କୋଷର ଶୁଭାରମ୍ଭ କରିଥିଲେ। ଗ୍ରାମୀଣ ପରିବାର, ବିଦ୍ୟାଳୟ, ଅଙ୍ଗନଓ୍ବାଡ଼ି କେନ୍ଦ୍ର, ଆଶ୍ରମଶାଳା ଏବଂ ଅନ୍ୟ ସର୍ବସାଧାରଣ ପ୍ରତିଷ୍ଠାନରେ ଟ୍ୟାପ ପାଣି ଯୋଗାଇ ଦେବା ଲାଗି କୌଣସି ବ୍ୟକ୍ତିବିଶେଷ, ସଂସ୍ଥାନ, କର୍ପୋରେସନ କିମ୍ବା ସମାଜସେବୀ, ଭାରତ କିମ୍ବା ଭାରତ ବାହାରେ ଥିଲେ ମଧ୍ୟ ଏହି କୋଷରେ ଅର୍ଥ ଦାନ କରିପାରିବେ। ଗ୍ରାମ ପଞ୍ଚାୟତ ଏବଂ ପାଣି ସମିତିଗୁଡ଼ିକର ସଦସ୍ୟମାନଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ, ଶ୍ରୀ ପ୍ରହ୍ଲାଦ ସିଂ ପଟେଲ, ଶ୍ରୀ ବିଶ୍ବେଶ୍ବର ଟୁଡୁ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ସମିତି ମାନଙ୍କ ସହିତ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ବାନ୍ଦା ଜିଲ୍ଲା ଅନ୍ତର୍ଗତ ଉମାରୀ ଗ୍ରାମର ଶ୍ରୀ ଗିରିଜାକାନ୍ତ ତିଓ୍ବାରୀଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ଗ୍ରାମରେ ଜଳ ଜୀବନ ମିଶନର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ। ଶ୍ରୀ ତିଓ୍ବାରୀ ସୂଚନା ଦେଇଥିଲେ ଯେ, ଏବେ ଗାଁରେ  ନିରାପଦ ଏବଂ ସ୍ବଚ୍ଛ ଜଳ ମିଳିପାରୁଛି ଏବଂ ଏହା ଗାଁର ମହିଳାମାନଙ୍କ ଜୀବନରେ ସୁଧାର ଆଣିପାରିଛି। ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ, ସେମାନଙ୍କ ଗାଁକୁ ଦିନେ ପାଇପ ପାଣି ସଂଯୋଗ ହେବ ବୋଲି ଗାଁ ଲୋକମାନଙ୍କର ବିଶ୍ବାସ ରହିଥିଲା କି? ବର୍ତ୍ତମାନ ସେମାନେ କିଭଳି ଅନୁଭବ କରୁଛନ୍ତି। ମିଶନ ପାଇଁ ଗାଁ ଲୋକମାନଙ୍କର ମିଳିତ ପ୍ରୟାସ ବିଷୟରେ ଶ୍ରୀ ତିଓ୍ବାରୀ କହିଥିଲେ। ଶ୍ରୀ ତିଓ୍ବାରୀ ସୂଚନା ଦେଇଥିଲେ ଯେ ଗାଁର ସବୁ ପରିବାର ନିକଟରେ ଶୌଚାଳୟ ରହିଛି ଏବଂ ସମସ୍ତେ ତାହା ବ୍ୟବହାର ମଧ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ବୁନ୍ଦେଲଖଣ୍ଡ ଗ୍ରାମବାସୀଙ୍କୁ ସେମାନଙ୍କ ସମର୍ପଣ ପାଇଁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ, ଉଜ୍ଜ୍ବଳା ଏବଂ ଜଳ ଜୀବନ ମିଶନ ଭଳି ଯୋଜନା କାରଣରୁ ମହିଳାମାନେ ସଶକ୍ତ ହୋଇଛନ୍ତି ଏବଂ ସମ୍ମାନର ସହ ଜୀବନ ନିର୍ବାହ କରିପାରୁଛନ୍ତି।

ପ୍ରଧାନମନ୍ତ୍ରୀ ଗୁଜରାଟ ପିପଲିର ରମେଶଭାଇ ପଟେଲଙ୍କ ସହିତ କଥା ହୋଇଥିଲେ ଏବଂ ତାଙ୍କ ଗାଁରେ ପାଣି ଉପଲବ୍ଧତା ନେଇ ପ୍ରଶ୍ନ କରିଥିଲେ। ତାଙ୍କ ଗାଁରେ ନିୟମିତ ଭାବେ ଜଳର ଗୁଣବତ୍ତା ଯାଞ୍ଚ ହେଉଛି କି ନାହିଁ ବୋଲି ସେ ମଧ୍ୟ ପଚାରିଥିଲେ। ଶ୍ରୀ ରମେଶଭାଇ ସୂଚନା ଦେଇଥିଲେ ଯେ ଗାଁରେ ଜଳର ଗୁଣବତ୍ତା ଭଲ ରହିଛି ଏବଂ ଏହାକୁ ଯାଞ୍ଚ କରିବା ଲାଗି ଗାଁର ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଲୋକମାନଙ୍କୁ ପାଣି ପାଇଁ ଟଙ୍କା ଦେବାକୁ ପଡ଼ୁଛି  କି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ। ଶ୍ରୀ ରମେଶ ଭାଇ ସୂଚନା ଦେଇଥିଲେ ଯେ ପାଣିର ମୂଲ୍ୟ ବେଶ ସ୍ପଷ୍ଟ ଏବଂ ଏହା ସମସ୍ତେ ଜାଣନ୍ତି। ତେଣୁ ଗାଁ ଲୋକମାନେ ଏଥିପାଇଁ ଅର୍ଥ ଦେବା ଲାଗି ନିଜ ଆଡ଼ୁ ଇଚ୍ଛା ପ୍ରକଟ କରୁଛନ୍ତି। ଜଳ ସଞ୍ଚୟ ପାଇଁ ସିଞ୍ଚନ ଉପକରଣ ଏବଂ ବୁନ୍ଦା ଜଳସେଚନ ପ୍ରଣାଳୀ ଉପଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ। ଗାଁରେ ଅଭିନବ ଜଳସେଚନ ଜ୍ଞାନକୌଶଳ ଉପଯୋଗ କରାଯାଉଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ଅଭିଯାନ ୨.୦ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ ଲୋକମାନେ ସ୍ବଚ୍ଛତା ଅଭିଯାନ ପ୍ରତି ବ୍ୟାପକ ସମର୍ଥନ ପ୍ରକଟ କରିଛନ୍ତି ଏବଂ ଜଳ ଜୀବନ ମିଶନକୁ ସମାନ ସଫଳତା ମିଳିବ ବୋଲି ସେ ଆଶା ପ୍ରକଟ କରିଥିଲେ।

ଜଳ ଜୀବନ ମିଶନ ପୂର୍ବରୁ ଏବଂ ପରେ ପାଣିର ଉପଲବ୍ଧତା ସମ୍ପର୍କରେ ଉତ୍ତରାଖଣ୍ଡର ଶ୍ରୀମତୀ କୌଶଲ୍ୟା ରାଓ୍ବତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ସେ ସୂଚନା ଦେଇଥିଲେ ଯେ ଜଳ ଜୀବନ ମିଶନ ଲାଗୁ ହେବା ପରେ ତାଙ୍କ ଗାଁରେ ସବୁବେଳେ ପାଣି ଉପଲବ୍ଧ ହେଉଛି। ଫଳରେ ପର୍ଯ୍ୟଟକମାନେ ତାଙ୍କ ଗାଁକୁ ଆସୁଛନ୍ତି ଏବଂ ଏଠାରେ ରହୁଛନ୍ତି। ବନୀକରଣ, ପର୍ଯ୍ୟଟନ ବିକାଶ ଏବଂ ପର୍ଯ୍ୟଟକମାନଙ୍କୁ ଆତିଥେୟ ସୁବିଧା ଭଳି ଦୀର୍ଘସ୍ଥାୟୀ ପଦକ୍ଷେପ ଗ୍ରହଣ କରୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଏବଂ ତାଙ୍କ ଗ୍ରାମବାସୀଙ୍କୁ ପ୍ରଶଂସା କରିଥିଲେ।

ଜଳ ଜୀବନ ମିଶନର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁ ଭେଲେରୀର ଶ୍ରୀମତୀ ସୁଧାଙ୍କୁ ପ୍ରଶ୍ନ କରିଥିଲେ। ସେ ସୂଚନା ଦେଇଥିଲେ ଯେ ମିଶନ କାର୍ଯ୍ୟକାରୀ ହେବା ଫଳରେ ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ସଂଯୋଗ ପହଞ୍ଚି ପାରିଛି। ତାଙ୍କ ଗାଁରେ ବିଶ୍ବ ପ୍ରସିଦ୍ଧି ଆରନୀ ରେଷମ ଶାଢ଼ୀ ଉତ୍ପାଦନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ପଚାରିଥିଲେ। ପାଇପ ଯୋଗେ ପିଇବା ପାଣି ସଂଯୋଗ ହେବା ପରେ ଅନ୍ୟାନ୍ୟ ଘର କାମ କରିବା ଲାଗି ତାଙ୍କୁ ସମୟ ମିଳୁଛି କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ଶ୍ରୀମତୀ ସୁଧା ସୂଚନା ଦେଇଥିଲେ ଯେ ପାଣି ଉପଲବ୍ଧତା ତାଙ୍କର ଜୀବନରେ ସୁଧାର ଆଣିଛି ଏବଂ ସେମାନେ ଅନ୍ୟ ଫଳପ୍ରଦ କାର୍ଯ୍ୟ ପାଇଁ ସମୟ ପାଇପାରୁଛନ୍ତି। ତାଙ୍କ ଗାଁରେ ବର୍ଷା ଜଳ ସଂରକ୍ଷଣ ପାଇଁ ଚେକ୍ ଡ୍ୟାମ ନିର୍ମାଣ, ପୁଷ୍କରିଣୀ ନିର୍ମାଣ ଭଳି କାର୍ଯ୍ୟ ଗ୍ରାମବାସୀଙ୍କ ଦ୍ବାରା କରାଯାଉଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଜଳ ଜୀବନ ମିଶନକୁ ଲୋକମାନଙ୍କ ଦ୍ବାରା ଗ୍ରହଣ କରାଯିବା ମହିଳାଙ୍କ ସଶକ୍ତିକରଣ ଦିଗରେ ଏକ ବୃହତ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ଅଭିହିତ କରିଥିଲେ।

ମଣିପୁରର ଶ୍ରୀମତୀ ଲୈଥାନ୍ଥେମ ସରୋଜିନୀ ଦେବୀ ଜୀଙ୍କ ସହିତ କଥାବାର୍ତ୍ତା କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ଶ୍ରୀମତୀ ସରୋଜିନୀ ଦେବୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ପୂର୍ବରୁ ପାଣି ପାଇଁ ଦୀର୍ଘ ଯାତ୍ରା କରିବାକୁ ପଡ଼ୁଥିଲା ଏବଂ ଧାଡ଼ି ବାନ୍ଧି ଅନେକ ସମୟ ପର୍ଯ୍ୟନ୍ତ ଛିଡ଼ା ହେବାକୁ ପଡ଼ୁଥିଲା। ବର୍ତ୍ତମାନ ପରିସ୍ଥିତି ବଦଳିଯାଇଛି କାରଣ ସବୁ ପରିବାରକୁ ଏବେ ଟ୍ୟାପ ଜଳ ସଂଯୋଗ ଦିଆଯାଇସାରିଛି। ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ସମ୍ପୂର୍ଣ୍ଣ ଭାବେ ଖୋଲା ଶୌଚ ମୁକ୍ତ ହେବା ଫଳରେ ତାଙ୍କ ଗ୍ରାମରେ ଏବେ ଲୋକମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଯଥେଷ୍ଟ ସୁଧାର ଆସିପାରିଛି। ସେ ମଧ୍ୟ ସୂଚନା ଦେଇଥିଲେ ଯେ ତାଙ୍କ ଗ୍ରାମରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା କରାଯାଉଛି। ଏହି ପରୀକ୍ଷା କରିବା ଲାଗି ୬ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲୋକମାନଙ୍କ ଜୀବନ ଧାରଣକୁ ସହଜ କରିବା ଲାଗି ସରକାର ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ବାସ୍ତବ ପରିବର୍ତ୍ତନ ହେଉଥିବା ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗାଁଗୁଡ଼ିକ ବାପୁ ଏବଂ ଲାଲବାହାଦୂର ଶାସ୍ତ୍ରୀ ଜୀଙ୍କ ହୃଦୟର ଅତି ନିକଟତର ଥିଲା। ଆଜିର ଦିନରେ ‘ଗ୍ରାମ ସଭା’ ଆକାରରେ ସାରା ଦେଶର ଲକ୍ଷାଧିକ ଗ୍ରାମରେ ଲୋକମାନେ ‘ଜଳ ଜୀବନ ସମ୍ବାଦ’ ଆୟୋଜନ କରିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳ ଜୀବନ ମିଶନର ଲକ୍ଷ୍ୟ କେବଳ ଲୋକମାନଙ୍କୁ ଜଳ ଯୋଗାଣ କରିବା ନୁହେଁ ବରଂ ଏହା ବିକେନ୍ଦ୍ରୀକରଣର ଏକ ବଡ଼ ଆନ୍ଦୋଳନ। ଏହା ଏକ ଗ୍ରାମ ପରିଚାଳିତ, ମହିଳା ପରିଚାଳିତ ଆନ୍ଦୋଳନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଏହାର ମୁଖ୍ୟ ଆଧାର ହେଉଛି ଏକ ଗଣ ଆନ୍ଦୋଳନ ଏବଂ ଜନ ଭାଗୀଦାରୀ। ଗାନ୍ଧୀଜୀଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ଗ୍ରାମ ସ୍ବରାଜ’ର ବାସ୍ତବ ଅର୍ଥ ହେଉଛି ସମ୍ପୂର୍ଣ୍ଣ ଆତ୍ମବିଶ୍ବାସ। ଏହି କାରଣରୁ ଗ୍ରାମ ସ୍ବରାଜର ଏହି ବିଚାରକୁ ବାସ୍ତବ ଅର୍ଥରେ କାର୍ଯ୍ୟକାରୀ କରିବା ଲାଗି ମୁଁ ନିରନ୍ତର ଉଦ୍ୟମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କର କାର୍ଯ୍ୟକାଳରେ ଗ୍ରାମ ସ୍ବରାଜ ପାଇଁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ସେ ଉଲ୍ଲେଖ କରିଥିଲେ। ସେଗୁଡ଼ିକ ମଧ୍ୟରେ ରହିଛି, ଖୋଲା ଶୌଚମୁକ୍ତ ଗ୍ରାମ ପାଇଁ ନିର୍ମଲ ଗାଓଁ ଯୋଜନା, ଗାଁର ପୁରୁଣା ଜଳ ଉତ୍ସ ଏବଂ କୂପର ପୁନରୁଦ୍ଧାର ପାଇଁ ଜଳ ମନ୍ଦିର ଅଭିଯାନ, ଗାଁରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ ଜ୍ୟୋତିର୍ଗ୍ରାମ ଅଭିଯାନ, ଗାଁରେ ଆପୋସ ସୌହାର୍ଦ୍ଦ୍ୟ ବଢ଼ାଇବା ଲାଗି ତୀର୍ଥ ଗ୍ରାମ ଅଭିଯାନ, ଗାଁରେ ବ୍ରଡବ୍ୟାଣ୍ଡ ସଂଯୋଗ ନିମନ୍ତେ ଇ-ଗ୍ରାମ ଆଦି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମଧ୍ୟ, ଯୋଜନାର ରୂପାୟନ ଏବଂ ପରିଚାଳନାରେ ସ୍ଥାନୀୟ ସମୁଦାୟକୁ ସାମିଲ କରିବା ଲାଗି ସେ କାର୍ଯ୍ୟ କରିଥିବା କହିଥିଲେ। ସେ ସୂଚନା ଦେଇଥିଲେ ଯେ, ଏଥିପାଇଁ ବିଶେଷ କରି ଜଳ ଏବଂ ସ୍ବଚ୍ଛତା ପାଇଁ, ଗ୍ରାମ ପଞ୍ଚାୟତମାନଙ୍କୁ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଦିଆଯାଇଥିବା ସେ ସୂଚନା ଦେଇଥିଲେ। ସେ ମଧ୍ୟ କହିଥିଲେ, ପଞ୍ଚାୟତମାନଙ୍କୁ କ୍ଷମତା ଦିଆଯିବା ସହିତ, କାର୍ଯ୍ୟ ପକ୍ରିୟାରେ ସ୍ବଚ୍ଛତା ବଜାୟ ରଖିବା ଲାଗି ନିୟମିତ ନିରୀକ୍ଷଣ କରାଯାଉଛି। ଜଳ ଜୀବନ ମିଶନ ଏବଂ ପାଣି ସମିତି ମାନେ ଗ୍ରାମ ସ୍ବରାଜ ପାଇଁ କେନ୍ଦ୍ର ସରକାରଙ୍କ ସଂକଳ୍ପବଦ୍ଧତାର  ଗୋଟିଏ ଗୋଟିଏ ଉଦାହରଣ ବୋଲି ସେ କହିଥିଲେ।

ପାନୀୟ ଜଳ ସମସ୍ୟାକୁ ନେଇ ସର୍ବସାଧାରଣରେ କିଭଳି ଅବଧାରଣା ରହିଥିଲା ସେ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗାଁର ମହିଳା ଓ ପିଲାମାନେ ପାଣି ସଂଗ୍ରହ କରିବା ଲାଗି କେତେ ଦୂର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥାନ୍ତି, ତାହାର ନଜିର ଚଳଚ୍ଚିତ୍ର, କାହାଣୀ, କବିତାରେ ବିସ୍ତୃତ ଭାବେ ଦେଖିବାକୁ ମିଳିଥାଏ। ଗାଁ କଥା ପଡ଼ିଲେ ଅଧିକାଂଶ ଲୋକଙ୍କ ମନରେ ଏପରି ଏକ ଛବି ତିଆରି ହୋଇଯାଏ। ପ୍ରଧାନମନ୍ତ୍ରୀ ପଚାରିଥିଲେ, ଲୋକମାନଙ୍କ ମନରେ କାହିଁକି ଏପରି ପ୍ରଶ୍ନ ଉଠୁଥିଲା, ପ୍ରତିଦିନ  ଏହି ଲୋକମାନେ କାହିଁକି କିଛି ନଦୀ କିମ୍ବା ପୁଷ୍କରିଣୀକୁ ପ୍ରତିଦିନ ଯାଉଥିଲେ, ସର୍ବୋପରି, ଲୋକମାନଙ୍କ ନିକଟରେ କାହିଁକି ପାଣି ପହଞ୍ଚି ପାରୁନଥିଲା? ଏହାପରେ ପ୍ରଧାନମନ୍ତ୍ରୀ କହିଥିଲେ, ଯେଉଁ ଲୋକମାନେ ଦୀର୍ଘ ଦିନ ଧରି ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ ଥିଲେ ସେମାନେ ନିଜକୁ ଏହି ପ୍ରଶ୍ନ ପଚାରିବା ଦରକାର। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୋଧହୁଏ ପୂର୍ବରୁ ନୀତି ନିର୍ଦ୍ଧାରକମାନେ ଜଳ ପ୍ଳାବିତ କ୍ଷେତ୍ରରୁ ଆସିଥିବାରୁ ଜଳର ଗୁରୁତ୍ବକୁ ହୃଦୟଙ୍ଗମ କରିପାରିନଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୁଜରାଟ ଭଳି ରାଜ୍ୟରୁ ଆସିଥିବାରୁ, ମୁଁ ମରୁଡ଼ି ଭଳି ପରସ୍ଥିତି ଦେଖିଛି ଏବଂ ପ୍ରତ୍ୟେକ ବୁନ୍ଦା ପାଣିର ଗୁରୁତ୍ବ ବୁଝିଛି। ତେଣୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜଳ ଯୋଗାଣ ଏବଂ ଜଳ ସଂରକ୍ଷଣ ମୋର ଗୁରୁତ୍ବପୂର୍ଣ୍ଣ ପ୍ରାଥମିକତା ମଧ୍ୟରେ ସାମିଲ ଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ଠାରୁ ୨୦୧୯ ପର୍ଯ୍ୟନ୍ତ, ଆମ ଦେଶରେ ମାତ୍ର ତିନି କୋଟି ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ପହଞ୍ଚି ପାରିଥିଲା। ୨୦୧୯ରେ ଜଳ ଜୀବନ ମିଶନର ଶୁଭାରମ୍ଭ ହେବା ପରେ  ବର୍ତ୍ତମାନ ସୁଦ୍ଧା ୫ କୋଟି ପରିବାରକୁ ଜଳ ସଂଯୋଗ ଦିଆଯାଇ ସାରିଲାଣି। ଆଜି ଦେଶର ପାଖାପାଖି ୮୦ଟି ଜିଲ୍ଲାର ୧.୨୫ ଲକ୍ଷ ଗ୍ରାମର ପ୍ରତ୍ୟେକ ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ପହଞ୍ଚି ପାରିଛି। ଆକାଂକ୍ଷୀ ଜିଲ୍ଲାରେ ଟ୍ୟାପ ପାଣି ସଂଯୋଗ ହୋଇଥିବା ପରିବାର ସଂଖ୍ୟା ୩୧ ଲକ୍ଷରୁ ୧.୧୬ କୋଟିକୁ ବୃଦ୍ଧି ପାଇଛି।

ସେ ସୂଚନା ଦେଇଥିଲେ ଯେ ମାତ୍ର ୨ ବର୍ଷ ମଧ୍ୟରେ, ଯେତିକି କାର୍ଯ୍ୟ ହୋଇଛି ତାହା ଗତ ସାତ ଦଶନ୍ଧି ମଧ୍ୟରେ ହୋଇଥିବା କାମ ଠାରୁ ଅଧିକ। ଦେଶର ଜଳାଭାବ ଗ୍ରସ୍ତ କ୍ଷେତ୍ରରେ ରହୁଥିବା ଲୋକମାନଙ୍କୁ ଜଳ ସଂରକ୍ଷଣ ପାଇଁ ଅଧିକ ପ୍ରୟାସ କରିବା ଲାଗି ସେ ନିବେଦନ କରିଥିଲେ। ସେମାନଙ୍କୁ ଅଭ୍ୟାସ ପରିବର୍ତ୍ତନ ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ।

ଦେଶର ଝିଅମାନଙ୍କର ସ୍ବାସ୍ଥ୍ୟ ଏବଂ ସୁରକ୍ଷାରେ ସୁଧାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ “ପ୍ରତି ଘର ଏବଂ ବିଦ୍ୟାଳୟରେ ଶୌଚାଳୟ, ଶସ୍ତାରେ ସାନିଟାରୀ ପ୍ୟାଡ, ଗର୍ଭାବସ୍ଥା ସମୟରେ ପୁଷ୍ଟିସାଧନ ଏବଂ ଟିକାକରଣ ସହାୟତା ମାତୃଶକ୍ତିକୁ ସୁଦୃଢ଼ କରିଛି”। ସେ ସୂଚନା ଦେଇଥିଲେ ଯେ ଗ୍ରାମାଞ୍ଚଳରେ ୨.୫ କୋଟିରୁ ଅଧିକ ଆବାସ ମହିଳାମାନଙ୍କ ନାମରେ ନିର୍ମାଣ କରାଯାଇଛି। ଉଜ୍ଜ୍ବଳା ଯୋଜନାରେ ମହିଳାମାନଙ୍କୁ ମାଗଣାରେ ରୋଷେଇ ଗ୍ୟାସ ମିଳୁଛି। ଏହା ସେମାନଙ୍କୁ ଧୂଆଁପୂର୍ଣ୍ଣ ଜୀବନରୁ ମୁକ୍ତି ଦେଇଛି। ଆତ୍ମ ନିର୍ଭର ଭାରତ ମିଶନ ସହିତ ମହିଳାମାନଙ୍କୁ ଯୋଡ଼ା ଯାଇଛି। ସେମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ଲାଗି ସହାୟତା ଯୋଗାଇ ଦିଆଯାଉଛି ଏବଂ ଏହି ଗୋଷ୍ଠୀମାନଙ୍କର ସଂଖ୍ୟା ବିଗତ ସାତ ଦଶନ୍ଧି ମଧ୍ୟରେ ତିନି ଗୁଣା ବୃଦ୍ଧି ପାଇଛି। ସେ ମଧ୍ୟ ସୂଚନା ଦେଇଥିଲେ ଯେ, ୨୦୧୪ ପୂର୍ବ ପାଞ୍ଚ ବର୍ଷରେ ମହିଳାମାନଙ୍କୁ ଜାତୀୟ ଜୀବିକା ମିଶନ ଅନ୍ତର୍ଗତ ଯେତିକି ସହାୟତା ମିଳିଥିଲା, ତାହା ତୁଳନାରେ ବିଗତ ସାତ ବର୍ଷ ମଧ୍ୟରେ ସେହି ସହାୟତା ପରିମାଣ ୧୩ ଗୁଣା ବୃଦ୍ଧି ପାଇଛି।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Reforms, agile economic management bearing fruit: FM on 7.8% Q1 GDP growth

Media Coverage

Reforms, agile economic management bearing fruit: FM on 7.8% Q1 GDP growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.