ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦କୋଟି ହିତାଧିକାରୀଙ୍କୁ ଦୁଇମାସ ପାଇଁ ମିଳିବ ମାଗଣା ରାସନ
କେନ୍ଦ୍ର ଏହି ଯୋଜନା ବାବଦ ଖର୍ଚ୍ଚ କରୁଛି ୨୬ହଜାର କୋଟିରୁ ଅଧିକ ଟଙ୍କା: ପ୍ରଧାନମନ୍ତ୍ରୀ
କେନ୍ଦ୍ର ଏହାର ନୀତି ଓ ଅଗ୍ରାଧିକାରରେ ସବୁଠାରୁ ଆଗରେ ରଖିଛି ଗ୍ରାମକୁ: ପ୍ରଧାନମନ୍ତ୍ରୀ
ସରକାର ପଞ୍ଚାୟତଗୁଡିକ ପାଇଁ ବ୍ୟୟବରାଦ କରିଛନ୍ତି ଅଭୂତପୂର୍ବ ୨.୨୫ଲକ୍ଷ କୋଟି ଟଙ୍କା : ପ୍ରଧାନମନ୍ତ୍ରୀ

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପର୍ଟି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଇଥିବା ଏହି ସମାରୋହରେ ୪.୦୯ ଲକ୍ଷ ଜମି ମାଲିକଙ୍କୁ ଇ-ପ୍ରପର୍ଟି କାର୍ଡ ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

          ପଞ୍ଚାୟତିରାଜ ଦିବସ ଏହିପରି ଏକ ଦିନ ଯାହା ଗ୍ରାମୀଣ ଭାରତର ପୁନଃବିକାଶର ସଂକଳ୍ପ ପାଇଁ ଅବସରରେ ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଦିନରେ ଆମ ଗ୍ରାମ ପଞ୍ଚାୟତଗୁଡିକର ଅସାଧାରଣ କାର୍ଯ୍ୟକୁ ସ୍ୱୀକୃତି ଦେବା ସହ ଏହାର ପ୍ରଶଂସା କରିବାର ଅବସର ଉପନୀତ । ପଞ୍ଚାୟତଗୁଡିକ ସ୍ଥାନୀୟ ନେତୃତ୍ୱ ସାହାଯ୍ୟରେ କରୋନାକୁ ଗାଁରେ ପ୍ରବେଶ ନ କରିବା ନେଇ ଯେପରି ସଚେତନତା ସୃଷ୍ଟି କରିଛନ୍ତି  ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । ଗ୍ରାମୀଣ ଭାରତରେ ମହାମାରୀକୁ ଦୂରରେ ରଖିବା ନେଇ ସେ ନିଜର ସଂକଳ୍ପ ଦେହରାଇଥିଲେ । ସମୟକ୍ରମେ ଜାରି ହେଉଥିବା କରୋନା ମାର୍ଗଦର୍ଶିକାକୁ କଡାକଡି ପାଳନ କରିବା ଉପରେ ଶ୍ରୀ ମୋଦୀ ପଞ୍ଚାୟତଗୁଡିକୁ ପରାମର୍ଶ ଦେଇଥିଲେ । ଏଥର କରୋନା ପାଇଁ ଆମର କବଚ ଟିକା ଅଛି ବୋଲି ସେ ଲୋକମାନଙ୍କୁ ସ୍ମରଣ କରାଇଦେଇଥିଲେ । ଗ୍ରାମରେ ପ୍ରତ୍ୟେକ ବ୍ୟକ୍ତି ଟିକା ନେବା ସହ ସମସ୍ତ ପ୍ରତିଷେଧକ ଯେପରି ନିଅନ୍ତି ଆମକୁ ତାହା ସୁନିଶ୍ଚିତ କରିବାକୁ ହେବ ବୋଲି ସେ କହିଛନ୍ତି ।

          ପଞ୍ଚାୟତିରାଜ ଦିବସ ଏହିପରି ଏକ ଦିନ ଯାହା ଗ୍ରାମୀଣ ଭାରତର ପୁନଃବିକାଶର ସଂକଳ୍ପ ପାଇଁ ଅବସରରେ ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଦିନରେ ଆମ ଗ୍ରାମ ପଞ୍ଚାୟତଗୁଡିକର ଅସାଧାରଣ କାର୍ଯ୍ୟକୁ ସ୍ୱୀକୃତି ଦେବା ସହ ଏହାର ପ୍ରଶଂସା କରିବାର ଅବସର ଉପନୀତ । ପଞ୍ଚାୟତଗୁଡିକ ସ୍ଥାନୀୟ ନେତୃତ୍ୱ ସାହାଯ୍ୟରେ କରୋନାକୁ ଗାଁରେ ପ୍ରବେଶ ନ କରିବା ନେଇ ଯେପରି ସଚେତନତା ସୃଷ୍ଟି କରିଛନ୍ତି  ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । ଗ୍ରାମୀଣ ଭାରତରେ ମହାମାରୀକୁ ଦୂରରେ ରଖିବା ନେଇ ସେ ନିଜର ସଂକଳ୍ପ ଦେହରାଇଥିଲେ । ସମୟକ୍ରମେ ଜାରି ହେଉଥିବା କରୋନା ମାର୍ଗଦର୍ଶିକାକୁ କଡାକଡି ପାଳନ କରିବା ଉପରେ ଶ୍ରୀ ମୋଦୀ ପଞ୍ଚାୟତଗୁଡିକୁ ପରାମର୍ଶ ଦେଇଥିଲେ । ଏଥର କରୋନା ପାଇଁ ଆମର କବଚ ଟିକା ଅଛି ବୋଲି ସେ ଲୋକମାନଙ୍କୁ ସ୍ମରଣ କରାଇଦେଇଥିଲେ । ଗ୍ରାମରେ ପ୍ରତ୍ୟେକ ବ୍ୟକ୍ତି ଟିକା ନେବା ସହ ସମସ୍ତ ପ୍ରତିଷେଧକ ଯେପରି ନିଅନ୍ତି ଆମକୁ ତାହା ସୁନିଶ୍ଚିତ କରିବାକୁ ହେବ ବୋଲି ସେ କହିଛନ୍ତି ।

            ବର୍ତ୍ତମାନର କଠିନ ସମୟରେ କୌଣସି ପରିବାର ଅନାହାରରେ ରହିବା ଅନୁଚିତ ଓ ତାହା ଦେଖିବା ଆମର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅଧୀନରେ ପ୍ରତ୍ୟେକ ଗରିବ ବ୍ୟକ୍ତି ମେ ଓ ଜୁନ୍ ମାସ ପାଇଁ ମାଗଣା ପଦାର୍ଥ ପାଇବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏଥିରେ ୮୦କୋଟି ହିତାଧିକାରୀ ଉପକୃତ ହେବେ ଏବଂ ଏ ବାବଦ କେନ୍ଦ୍ର ସରକାର ୨୬ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

            ଗତବର୍ଷ ମଧ୍ୟରେ ଛଅଟି ରାଜ୍ୟରେ ସ୍ୱାମୀତ୍ୱ ଯୋଜନା ଆରମ୍ଭ କରାଯିବା ପରେ ଏହାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ଯୋଜନା ଅଧୀନରେ ସମଗ୍ର ଗ୍ରାମର ସମ୍ପତ୍ତି ର ସର୍ଭେ ଡ୍ରୋନ ଦ୍ୱାରା କରାଯାଇ ଜମି ମାଲିକମାନଙ୍କୁ ଇ-ପ୍ରପଟି କାର୍ଡ ଦିଆଯାଇଥାଏ । ଆଜି ୫ହଜାରରୁ ଅଧିକ ଗ୍ରାମର ୪.୦୯ ଲକ୍ଷ ଜମି ମାଲିକଙ୍କୁ ଇ-ପ୍ରପଟି କାର୍ଡ ପ୍ରଦାନ କରାଯାଇଛି । ଏହି ଯୋଜନା ଗାଁରେ ଲୋକମାନଙ୍କୁ ସେମାନଙ୍କ ଜମିଜମା ନଥିପତ୍ର ଉପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇବା ସହ ସେମାନଙ୍କ  ସମ୍ପତ୍ତିବାଡି ବିବାଦ ସମ୍ଭାବନା ମଧ୍ୟ ହ୍ରାସ କରିଛି । ଏହାଛଡା ଲୋକମାନଙ୍କୁ ଶୋଷଣ ଓ ଦୁର୍ନୀତରୁ ମଧ୍ୟ ରକ୍ଷା କରିଛି । ଏହା ଦ୍ୱାରା କରଜ ଭାରର ମଧ୍ୟ ପରିସମାପ୍ତି ଘଟିଛି । ଗୋଟିଏ ଦୃଷ୍ଟିରୁ କହିଲେ “ ଏହି ଯୋଜନା ଗରୀବ ଲୋକମାନଙ୍କୁ ସୁରକ୍ଷା ଦେବା ସହ ଗ୍ରାମର ଯୋଜନାବଦ୍ଧ ବିକାଶ ଓ ସେମାନଙ୍କ ଆର୍ଥିକ ନିରାପତା ସୁରକ୍ଷିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

            ଆବଶ୍ୟକସ୍ଥଳେ ସର୍ଭେ ଅଫ ଇର୍ଡିଆ ସହ ବୁଝାମଣାର ସ୍ୱାକ୍ଷର କରି ରାଜ୍ୟ ଆଇନରେ ପରିବର୍ତ୍ତନ ପାଇଁ ସେ ରାଜ୍ୟଗୁଡିକୁ ଅନୁରୋଧ କରିଥିଲେ । ଋଣ ପାଇଁ ଆନୁଷ୍ଠାନିକ କାଗଜପତ୍ର ପାଇଁ ଗ୍ରହଣଯୋଗ୍ୟ ପ୍ରପଟି କାର୍ଡ ବଳରେ ଜନସାଧାରଣଙ୍କୁ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ ସେ ବ୍ୟାଙ୍କଗୁଡିକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

            ପ୍ରଗତି ଓ ସାଂସ୍କୃତିକ ନେତୃତ୍ୱ ସବୁବେଳେ ଆମର ଗ୍ରାମ ସହିତ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରାଇଥିଲେ । ସେ ଦୃଷ୍ଟି କେନ୍ଦ୍ର ସରକାର ସବୁବେଳେ ଗ୍ରାମାଞ୍ଚଳ ବିକାଶକୁ ପ୍ରାଥମିକତା ଦେଉଛନ୍ତି । ଆଧୁନିକ ଭାରତର ଗ୍ରାମାଞ୍ଚଳ ସମର୍ଥ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଆମେ ଉଦ୍ୟମ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କରିଛନ୍ତି ।

          ପଞ୍ଚାୟତଗୁଡିକର ଭୂମିକା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପଞ୍ଚାୟତଗୁଡିକ ନୂତନ ଅଧିକାର ପାଇବା ସହ ସେମାନଙ୍କୁ ଫାଇବର ନେଟ ଜରିଆରେ ଯୋଡା ଯାଇଛି । ଜଳଜୀବନ ମିଶନ ଜରିଆରେ ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଣ ଦିଗରେ ସେମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କା ଘର ଯୋଗାଇବା ସହ ଗ୍ରାମୀଣ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ପଞ୍ଚାୟତ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ପ୍ରଧାନମନ୍ତ୍ରୀ ପଞ୍ଚାୟତଗୁଡିକର ଆର୍ଥିକ ସ୍ୱତନ୍ତ୍ର‌୍ୟତା ବୃଦ୍ଧି ପାଉଥିବା ବିଷୟରେ ମଧ୍ୟ କହିଥିଲେ । ସରକାର ପଞ୍ଚାୟତଗୁଡିକ ନିମନ୍ତେ ୨.୨୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଥିବା ଶ୍ରୀ ମୋଦୀ କହିଛନ୍ତି । ଏହା ଦ୍ୱାରା ଆର୍ଥିକ ସ୍ୱଚ୍ଛତା ଅଧିକ ରହିବ । ଇ-ଗ୍ରାମ୍ୟ ସ୍ୱରାଜ ମାଧ୍ୟମରେ ଅଲଲାଇନ ଦେୟ ପୈଠ ପାଇଁ ମଧ୍ୟ ପଞ୍ଚାୟତିରାଜ ମନ୍ତ୍ରଣାଳୟ ବ୍ୟବସ୍ଥା କରିଛନ୍ତି । ବର୍ତ୍ତମାନ ସମସ୍ତ ପଞ୍ଚାୟତ ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ବା ପିଏଫଏମ୍‌ଏସ ଦ୍ୱାର ପରିଚାଳିତ ହେବ । ସେହିପରି ଅନଲାଇନ ଅଡିଟ ବଳରେ ସ୍ଵଚ୍ଛତା ମଧ୍ୟ ରକ୍ଷା ହୋଇପାରିବ । ଅନେକ ପଞ୍ଚାୟତ ପିଏଫଏମଏସ ଦ୍ୱାରା ଯୋଡି ହୋଇସାରିଲାଣି ଓ ଅନ୍ୟମାନେ ଅନୁରୂପ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

            ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପଦାର୍ପଣ କରିବା ପାଖେଇ ଆସୁଥିବାରୁ ପ୍ରଧାନମନ୍ତ୍ରୀ ପଂଚାୟତଗୁଡିକୁ ବିକାଶର ଗତି ସମସ୍ତ ଆହ୍ୱାନସତ୍ୱେ ଅବ୍ୟାହତ ରଖିବାକୁ କହିଛନ୍ତି । ନିଜ ଗ୍ରାମର ଉନ୍ନୟନର ଲକ୍ଷ୍ୟ ଧାର୍ଯ୍ୟ କରି ନିଧାର୍ଯ୍ୟ ସମୟ ମଧ୍ୟରେ ତାହାକୁ ହାସଲ କରିବାକୁ ସେ ପରାମର୍ଶ  ଦେଇଛନ୍ତି ।

ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ

            ସ୍ୱାମୀତ୍ୱ(ସର୍ଭେ ଅଫ ଭିଲେଜ ଆଣ୍ଡ ମ୍ୟାପିଂ ୱିଥ ଇମ୍ପ୍ରୁଭାଇଜ୍‌ଡ ଟେକ୍ନୋଲୋଜି ଇନ ଭିଜେଲ ଏରିଆ) ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପ୍ରିଲ ୨୪, ୨୦୨୦ରେ ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସହ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଏହି କେନ୍ଦ୍ରୀୟ ଯୋଜନା ପ୍ରବର୍ତ୍ତନ କରାଯାଇଛି । ମ୍ୟାପିଂ ଓ ସର୍ଭେ ଜରିଆରେ ଗ୍ରାମାଞ୍ଚଳ ଭାରତକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ ଏହି ଯୋଜନାରେ ରହିଛି । ଋଣ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ହାସଲ ପାଇଁ ଗ୍ରାମବାସୀଙ୍କୁ ଏହା ସେମାନଙ୍କ ସମ୍ପତ୍ତିକାର୍ଡ ଜରିଆରେ ସହାୟକ ହେବ । ୨୦୨୧-୨୦୨୫ ମଧ୍ୟରେ ଦେଶର ୬.୬୨ ଲକ୍ଷ ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି ।

            ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ୨୦୨୦-୨୧ ଆର୍ଥିକ ବର୍ଷରେ ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ତଥା ପଞ୍ଜାବ ଓ ରାଜସ୍ଥାନର କେତେକ ବଛା ବଛା ଗ୍ରାମରେ ତ୍ୱରାନ୍ୱିତ ହୋଇଛି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India