ଅଣ-ହିନ୍ଦୀ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେଲେ ସେମାନଙ୍କ ମାତୃଭାଷାରେ
ଟିକାକରଣ ପଞ୍ଜୀକରଣ ପାଇଁ ପରିବାର ସଦସ୍ୟ ଓ ପଡୋଶୀଙ୍କୁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମାତାପିତା ମଧ୍ୟ ଯୋଗ ଦେଇଥିଲେ ।

ଏହି ଭର୍ଚୁଆଲ ମତ ବିନିମୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ଆପଣାର ହେବା ପାଇଁ ପ୍ରଧାନମନ୍ତ୍ରୀ ଅଣହିନ୍ଦୀ ଭାଷୀ ପିଲାମାନଙ୍କ ସହ ସେମାନଙ୍କ ମାତୃଭାଷାରେ କଥାବାର୍ତ୍ତା ହୋଇଥିଲେ ।

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସକାରାତ୍ମକ ଭାବନା ଓ ବାସ୍ତବିକତାର ପ୍ରଶଂସା କରିବା ସହ କହିଥିଲେ ଯେ ଆମେ ଦେଶ ପାଇଁ ଏହା ଆନନ୍ଦର ବିଷୟ ଯେ ଆମର ପିଲାମାନେ ପ୍ରତ୍ୟେକ ଆହ୍ୱାନକୁ ନିଜର ଶକ୍ତି ମତେ ମୁକାବିଲା କରୁଛନ୍ତି । ଏହାହିଁ ଦେଶର ଶକ୍ତି ବୋଲି କହିବା ସହ ମତବିନିମୟ କାଳରେ ପିଲାମାନଙ୍କ ଦୃଢ଼ ମନୋଭାବର ମଧ୍ୟ ତାରିଫ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଅଭିଜ୍ଞତା ଖୁବ ଗୁରୁତ୍ୱପୂର୍ଣ୍ଣ ଓ ଆପଣମାନେ ଜୀବନ ପ୍ରତ୍ୟେକ ସ୍ତରରେ ଏହା ଖୁବ ଉପଯୋଗୀ ହେବ । ଆମେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯେଉଁ ଦଳଗତ ଉତ୍ସାହ ଦେଖୁ ସେ ତାହାର ଉଦାହରଣ ଦେଇଥିଲେ । କରୋନା କାଳରେ ଆମେ ଏହାର ଭିନ୍ନ ଢ଼ଙ୍ଗ ଦେଖିଛୁ ଓ ଦେଶ ଏଭଳି କଠିନ ସମୟରେ ଏକ ନୂଆ ଢ଼ଙ୍ଗରେ ଦଳଗତ ଉତ୍ସାହର ଶକ୍ତିକୁ ଦେଖିଛି ।

ଆସନ୍ତା ପାଞ୍ଚ ତାରିଖ ଦିନ ବିଶ୍ୱ ପରିବେଶ ଦିବସରରେ ପରିବେଶ ନିମନ୍ତେ କିଛି କରିବା ସହ ଆସନ୍ତା 21 ତାରିଖ ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗ କରିବାକୁ ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହ ଶ୍ରୀ ମୋଦୀ ସେମାନଙ୍କ ପରିବାର ସଦସ୍ୟ ଓ ପଡୋଶୀମାନଙ୍କୁ ଟିକାଦାନ ପଞ୍ଜୀକରଣ ପାଇଁ ସାହାଯ୍ୟ କରିବାକୁ ମଧ୍ୟ ନିବେଦନ କରିଛନ୍ତି ।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales cross 10 lakh mark in FY26 on strong rural demand, GST cut

Media Coverage

Tractor sales cross 10 lakh mark in FY26 on strong rural demand, GST cut
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2026
April 12, 2026

Trust, Technology & Transformation: How India is Building a Viksit Bharat Under PM Modi