ଛାତ୍ରଛାତ୍ରୀ-ଅଭିଭାବକମାନେ ଭର୍ଚୁଆଲ୍ ମତ ବିନିମୟ କାର୍ଯ୍ୟକ୍ରମରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି

ପ୍ରଧାନାଧ୍ୟାପକ : ନମସ୍ତେ ସାର!

ମୋଦୀଜୀ : ନମସ୍ତେ!

ମୋଦୀଜୀ : ମୁଁ ଆପଣ ସମସ୍ତଙ୍କୁ ଅସୁବିଧାରେ ପକାଇଲି ନାହିଁ ତ? ଆପଣ ସମସ୍ତେ ଖୁବ ମଜାଦାର କଥା ହେଉଥିଲେ? ଅନଲାଇନ୍‍ କ୍ୟାଲୋରୀ ନଷ୍ଟ କରୁଥିଲେ ଆପଣମାନେ।

ପ୍ରଧାନାଧ୍ୟାପକ : ନମସ୍କାର ସାର! ଆଉ ଆପଣ ଆସିଗଲେ ଆଜ୍ଞା, ଆପଣ ଆମ ସହିତ ଯୋଗ ଦେଲେ ଏଥିପାଇଁ ବହୁତ-ବହୁତ ଧନ୍ୟବାଦ ସାର୍‍। ମୁଁ ଏବେ ଏମାନଙ୍କୁ କହିଲି ଯେ ବିଶିଷ୍ଟ ଅତିଥି ଆସୁଛନ୍ତି ଆଜ୍ଞା, ସେମାନେ ଭାବି ନଥିଲେ ଆଉ ସାର୍‍, ଏହି ଲୋକମାନେ ଆପଣ ଆସିବା ପୂର୍ବରୁ ଆପଣଙ୍କ ବିଷୟରେ ବହୁତ କଥା ହେଉଥିଲେ। ଏଠାରେ ଆପଣଙ୍କର ବହୁତ ପ୍ରଶଂସକ ଅଛନ୍ତି।

ମୋଦୀଜୀ: ଆଚ୍ଛା ତେବେ ମୁଁ ହଠାତ ଆପଣଙ୍କର ଏଠାକୁ ଆସିଗଲି କିନ୍ତୁ ମୁଁ ଆପଣମାନଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁନାହିଁ। କାରଣ ଆପଣମାନେ ଖୁବ୍‍ ହସଖୁସିର ବାତାବରଣରେ ଥିଲେ ଆଉ ମୋତେ ଲାଗୁଥିଲା ଯେ ଏବେ ପରୀକ୍ଷାର ଚାପ ଆଦୌ ଆପଣମାନଙ୍କ ପାଖରେ ନାହିଁ। ସେଥିଯୋଗୁଁ ଆପଣଙ୍କର ଖୁସିର କୌଣସି ସୀମା ନାହିଁ, ଏଭଳି ଦେଖାଯାଉଥିଲା। ଆଉ ଆପଣମାନେ ଘରେ ବନ୍ଦ ରହିବା ଯୋଗୁଁ ଅନଲାଇନରେ କିଭଳି କ୍ୟାଲୋରୀ ନଷ୍ଟ କରି ପାରିବେ, ତାହା ଶିଖି ନେଇଛନ୍ତି।

ମୋଦୀଜୀ: ଆଚ୍ଛା, ଆପଣମାନେ ସମସ୍ତେ କିପରି ଅଛନ୍ତି?

ଛାତ୍ର: ଭଲ ଅଛୁ ସାର! ବହୁତ ଭଲରେ ଅଛୁ ସାର!

ମୋଦୀଜୀ: ଆପଣ ସମସ୍ତେ ସୁସ୍ଥ ଅଛନ୍ତି?

ଛାତ୍ର: ହଁ ସାର, ସୁସ୍ଥ ଅଛୁ!

ମୋଦୀଜୀ: ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ସୁସ୍ଥ ଅଛନ୍ତି?

ଛାତ୍ର: ହଁ ସାର!

ମୋଦୀଜୀ : ଆଚ୍ଛା ଇଏ ପଅରଦିନ ଯେତେବେଳେ ଆପଣମାନେ ଶୁଣିଲେ, ତା’ପୂର୍ବରୁ ଚାପ ଥିଲା ଏବଂ ଏବେ ତାହା ଚାଲିଗଲା, ଏହା ସତ କି?

ଛାତ୍ର : ହଁ ସାର! ପ୍ରକୃତରେ ସାର!

ମୋଦୀଜୀ: ଅର୍ଥାତ ତୁମର ପରୀକ୍ଷାକୁ ନେଇ ଚାପ ଥିଲା?

ଛାତ୍ର : ଆଜ୍ଞା ସାର! ବହୁତ ଚିନ୍ତା ଥିଲା!

ମୋଦୀଜୀ : ତେବେ ମୋର ବହି ଲେଖିବା ହେଉଛି ବେକାର, ମୁଁ ଏକ୍‍ଜାମ ୱାରିୟର (ପରୀକ୍ଷା ଯୋଦ୍ଧା)ରେ କହିଥିଲି ଯେ କେବେ ହେଲେ ମଧ୍ୟ ମନରେ ଚାପ ରଖ ନାହିଁ, ତେବେ ଆପଣମାନେ କାହିଁକି ଚାପଗ୍ରସ୍ତ ରହିଥିଲେ?

ଛାତ୍ର: ସାର ଆମେ ପ୍ରତିଦିନ ପ୍ରସ୍ତୁତି କରୁଥିଲୁ, ସେତେବେଳେ ମନରେ ଚାପର କଥା ନଥିଲା ଆଜ୍ଞା।

ମୋଦୀଜୀ : କେତେବେଳେ ଚାପଗ୍ରସ୍ତ ହେଉଥିଲ?

ଛାତ୍ର : ସାର କିଛି ଚାପ ନଥିଲା ଆଉ ଯୁବ ବୟସରେ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଉଥିଲୁ। ଏଥିପାଇଁ ଏତେ ବଢ଼଼ିଆ ନିଷ୍ପତି ନିଆଗଲା, ଯେଉଁଥିପାଇଁ ଆମେ ଆପଣଙ୍କ ନିକଟରେ ସାରା ଜୀବନ ପାଇଁ କୃତଜ୍ଞ ରହିବୁ।

ମୋଦୀଜୀ : କିନ୍ତୁ ତୁମେ କୁହ, ତୁମର ଶୁଭନାମ କ’ଣ?

ଛାତ୍ର : ସାର ପଞ୍ଚକୁଲାରୁ, ହିତେଶ୍ୱର ଶର୍ମା।

ମୋଦୀଜୀ : ହିତେଶ୍ୱର ଶର୍ମା ମହାଶୟ! ପଞ୍ଚକୁଲାରେ ରହୁଛନ୍ତି?

ଛାତ୍ର: ଆଜ୍ଞା ସାର!

ମୋଦୀଜୀ : କେଉଁ ସେକ୍ଟରରେ ରହୁଛ?

ଛାତ୍ର : ସେକ୍ଟର ଦଶରେ ଆଜ୍ଞା!

ମୋଦୀଜୀ : ମୁଁ ସାତରେ ରହୁଥିଲି, ବହୁତ ବର୍ଷ ପର୍ଯ୍ୟନ୍ତ ସେଠାରେ ରହୁଥିଲି।

ଛାତ୍ର : ଆଜି ମୁଁ ଜାଣିଲି ଆଜ୍ଞା।

ମୋଦୀଜୀ : ହଁ, ମୁଁ ସେଠାରେ ରହୁଥିଲି।

ଛାତ୍ର : ଆଜ୍ଞା ସାର, ସାର ଆପଣଙ୍କୁ ସମର୍ଥନ କରୁଥିବା ବହୁତ ଲୋକ ଆପଣଙ୍କୁ ପୁଣି ଥରେ ସେଠାରେ ଦେଖିବାକୁ ଚାହୁଁଥିବେ।

ମୋଦୀଜୀ : ଆଚ୍ଛା ଏହା କୁହ ଭାଇ, ତୁମେ ଦଶମରେ ଶୀର୍ଷ(ଟପ୍ପର)ରେ ଥିଲ,ତେବେ ଘରେ ଭଲ ଭାବେ ପ୍ରସ୍ତୁତି ହେଉଥିବ ଯେ ଦ୍ୱାଦଶରେ ମଧ୍ୟ ଶୀର୍ଷ(ଟପ୍ପର)ରେ ରହିବ। ଏବେ ପରୀକ୍ଷା ବନ୍ଦ ହୋଇଗଲା ତେବେ ତୁମର ସବବୁକିଛି ଅଟକି ଯାଇଥିବ?

ଛାତ୍ର : ସାର ମୁଁ ସେହିକଥା କହୁଥିଲି, ଆଶା ରହିଥିବ କିନ୍ତୁ ମୋତେ ଭଲ ଲାଗିଲା ସାର୍‍, କାରଣ ଯଦି ମୁଁ ପରୀକ୍ଷା ଦେଇଥାଆନ୍ତି, ତେବେ ଚାପ ବଢ଼଼ି ଚାଲିଥିଲା, ଏକ ନିର୍ଣ୍ଣାୟକ ବିନ୍ଦୁରେ ପହଞ୍ଚି ସାରିଥିଲା ଆଉ ଆମେମାନେ ଏହା ଦେଖୁଥିଲୁ ଯେ ଏତେ ସୁରକ୍ଷିତ ମଧ୍ୟ ନୁହେଁ, ଆଉ ଆପଣ ଠିକ ସେହି ସମୟରେ ଏତେ ଭଲ ନିଷ୍ପତି ନେଲେ। ଆଉ ମୁଁ ମାନୁଛି ଯେ ସାର, ଯିଏ ଟପର ହୁଅନ୍ତୁ ଅବା ଯେଉଁମାନେ ପରିଶ୍ରମ କରନ୍ତି, ପରିଶ୍ରମ କେବେ ହେଲେ ମଧ୍ୟ ବୃଥା ଯାଇ ନଥାଏ, ସେହି ଜ୍ଞାନ ସଦା ସର୍ବଦା ଆମ ସାଙ୍ଗରେ ରହିଥାଏ ଆଜ୍ଞା। ଆଉ ଯେଉଁମାନେ ନିରନ୍ତର ପଢ଼଼ି ଚାଲିଛନ୍ତି, ଯେଉଁମାନେ ଏକାଗ୍ରତାର ସହ ଥାଆନ୍ତି, ଆଜ୍ଞା ଯେଉଁ ମଧ୍ୟ ମାନଦଣ୍ଡ ଆପଣ ଗ୍ରହଣ କରିବେ, ଯେଉଁ ନିଷ୍ପତି ନେବେ, ତେବେ ସେଥିରେ ମଧ୍ୟ ମୁଁ ଏକ ନମ୍ବରରେ ରହିବି। ତେବେ ସେଥିପାଇଁ ବେଶୀ ଚିନ୍ତା କରିବାର ଆବଶ୍ୟକତା ନାହିଁ, କିଛି ଲୋକ କହୁଛନ୍ତି ଟପ୍ପର ଥିଲ, ନିରାଶାରେ ଥିବ, ଏଭଳି କିଛି। ମୁଁ ମାନୁଛି ଯେ ଆପଣମାନେ ଏଭଳି ବ୍ୟବସ୍ଥା ରଖିଛନ୍ତି ଯେ ଆମେ ଦ୍ୱିତୀୟ ଥର ପାଇଁ ପରୀକ୍ଷା ଦେଇ ପାରିବୁ। ତେବେ ବହୁତ ବୁଝିସୁଝି ଆପଣ ନିଷ୍ପତି ନେଇଛନ୍ତି ବୋଲି ମୁଁ ମାନୁଛି ଆଉ ଏଥିପାଇଁ ସାରା ଜୀବନ ଆପଣଙ୍କ ପାଖରେ କୃତଜ୍ଞ ରହିବି।

ମୋଦୀଜୀ : ଆଚ୍ଛା ପିଲା, ତବେ ସବୁ ଯେଉଁ ଲୋକମାନେ ଏଠି ରହୁଛନ୍ତି, ନିଜକୁ ନିଜେ ବହୁତ ବାହାଦୁର ବା ସାହାସୀ ଭାବୁଛନ୍ତି। ବଡ଼ ବଳବାନ ଭାବୁଛନ୍ତି, ଆଉ କହୁଛନ୍ତି ମୁଁ ମାସ୍କ ପିନ୍ଧିବି ନାହିଁ, ମୁଁ ଏହି ନିୟମ ପାଳନ କରିବି ନାହିଁ, ମୁଁ ଏହା କରିବି ନାହିଁ। ସେତେବେଳେ ତୁମକୁ କିଭଳି ଲାଗୁଛି?

ଛାତ୍ର : ସାର, ଏହି ନିୟମକୁ ତ, ମାନିବାକୁ ପଡ଼ିବ ଆଜ୍ଞା... ଆପଣ ଏବେ ଯେପରି କହିଲେ ଲୋକ ମାସ୍କ ପିନ୍ଧୁ ନାହାନ୍ତି ଅବା କୋଭିଡ ମାର୍ଗଦର୍ଶିକା ଅନୁସରଣ କରୁ ନାହାନ୍ତି, ସେ ସମୟରେ ମନରେ ବହୁତ ନିରାଶଜନକ ଭାବ ସୃଷ୍ଟି ହେଉଛି, କାରଣ ଆମ ସରକାର ଏହି ମହାମାରୀକୁ ନେଇ ଏତେ ସଚେତନତା ସୃଷ୍ଟି କରୁଛନ୍ତି, ଅନ୍ତର୍ଜାତୀୟ ସଂଗଠନ ସେମାନେ ମଧ୍ୟ ବହୁତ ସଚେତନତା ସୃଷ୍ଟି କରୁଛନ୍ତି। ଯେତେବେଳେ ଲୋକମାନେ ଏହି କଥାକୁ ବୁଝୁ ନାହାନ୍ତି ସେତେବେଳେ ବହୁତ ଖରାପ ଲାଗୁଛି। ଆଉ ମୁଁ ଆପଣଙ୍କ ସହିତ ସେୟାର କରିବାକୁ ଚାହିଁବି ଯେ, ଆମେ ଆମର ସ୍ଥାନୀୟ ଅଞ୍ଚଳରେ କିଛି ପିଲାମାନେ କିଛି ମାସ ପୂର୍ବରୁ ଏକ ସଚେତନତା ଅଭିଯାନ ଆରମ୍ଭ କରିଥିଲୁ, ଯେତେବେଳେ ଏଠାରେ ଅନଲକ୍‍ ପ୍ରକ୍ରିୟା ଚାଲୁଥିଲା। ଆମେ ପଥପ୍ରାନ୍ତ ନାଟକ କଲୁ, ଆଉ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ପ୍ରକୃତ କୋଭିଡ ନିୟମ ପାଳନ କରିବା ପାଇଁ ବୁଝାଇଥିଲୁ। ଆପଣମାନଙ୍କ ପାଇଁ କୋଭିଡ ମାର୍ଗଦର୍ଶିକା ଅନୁସରଣ କରିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଆଉ ହାତ ଧୋଇବା, ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଆପଣମାନେ ଅନୁସରଣ କରନ୍ତୁ। ତେବେ ମୁଁ ଭାବୁଛି ଯଦି ଆମେ ନିଜ ସ୍ତରରେ ମଧ୍ୟ ଦାୟିତ୍ୱବାନ ହୋଇ କିଛି ପଦକ୍ଷେପ ନେବା ତେବେ ବହୁତ କିଛି ପରିବର୍ତନ ଆସି ପାରିବ।

ମୋଦୀଜୀ : ଆଚ୍ଛା ମୁଁ ଏହା ତୁମଠାରୁ ଜାଣିବାକୁ ଚାହୁଁଛି, କାରଣ ମୁଁ ଜାଣିବାକୁ ଚାହୁଁଛି, ତୁମେ ଯେଉଁ ଦ୍ୱାଦଶ ଶ୍ରେଣୀର ପିଲା ତେବେ ତୁମ ମନରେ ଥାଏ, ପରିବାରେ ଆଗକୁ କ’ଣ ହେବ, ଆଗକୁ କ’ଣ ଏହା ଚାଲୁ ରହିବ। ତୁମେ ପଅରଦିନ ଅର୍ଥାତ ଏକ ତାରିଖ ସକାଳ ପର୍ଯ୍ୟନ୍ତ ଏହି ମାନସିକତାରେ ଥିଲ ଆଜି ଏହା ପଢ଼ିବି, କାଲି ତାହା ପଢ଼ିବି, ସକାଳ ପାଞ୍ଚଟାରେ ଉଠିବି, ଚାରିଟାରେ ଉଠିବି, ଏହା କରିବି, ତାହା କରିବି, ସବୁ ଚିନ୍ତା କରିଥବ,ସବୁ ଟାଇମ ଟେବୁଲ ବା କାର୍ଯ୍ୟସୂଚୀ ପ୍ରସ୍ତୁତି କରିଥିବେ। ହଠାତ ସବୁ ଚାଲିଗଲା, ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା, ଏବେ ଏହି ଶୂନ୍ୟସ୍ଥାନକୁ ତୁମେମାନେ କିପରି ପୂରଣ କରି ପାରିବ?

ଛାତ୍ର : ନମସ୍କାର ସାର, ମୁଁ ବିଧି ଚୌଧୁରୀ, ଗୌହାଟୀ ରୟାଲ ନୋବେଲ ସ୍କୁଲରୁ!

ମୋଦୀଜୀ : ଗୌହାଟୀରୁ?

ଛାତ୍ର : ହଁ ସାର!

ମୋଦୀଜୀ : ଗୌହାଟୀରୁ?

ଛାତ୍ର : ସାର୍‍ ମୁଁ କେବଳ ଏତିକି କହିବାକୁ ଚାହିଁବି ଏବେ ଆପଣ ଯେଉଁଭଳି ଭାବେ କହିଲେ ଯେ ସକାଳ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏତେସବୁ କଥା ରହିଥିଲା। ସାର ଆପଣ ଯେମିତି ହିଁ ଆରମ୍ଭ କରିଥିଲେ, ନିଜର ପରୀକ୍ଷା ଯୋଦ୍ଧା ସମ୍ପର୍କରେ କହିଥିଲେ, ତେବେ ମୁଁ ଏଠାରେ ଉପସ୍ଥିତ ସମସ୍ତଙ୍କୁ କେବଳ ଗୋଟିଏ କଥା କହିବାକୁ ଚାହିଁବି ଯେ ମୁଁ ଦଶମ ଶ୍ରେଣୀରେ ଥିଲି ଅର୍ଥାତ ମୋ କହିବାର ଅର୍ଥ ହେଲା ଯେତେବେଳେ ଦଶମ ଶ୍ରେଣୀର ପରୀକ୍ଷା ହେବାକୁ ଥିଲା ଆଉ ମୁଁ ଯାତ୍ରା କରୁଥିଲି, କଲକାତାରୁ ଏଠାକୁ ଆସୁଥିଲି ଆଉ ବିମାନବନ୍ଦର ଠାରେ ମୁଁ ଆପଣଙ୍କ ପୁସ୍ତକ ଦେଖିଲି। ସାର, ମୁଁ ତାହାକୁ ତୁରନ୍ତ କିଣିନେଇଥିଲି ଆଉ ମୋର ଦଶମ ଶ୍ରେଣୀର ପରୀକ୍ଷା ହେବାକୁ ଥିଲା। ମୋର ନିଜର ଅନୁଭୂତି ରହିଥିଲା, ସାର୍‍ ମୁଁ ଏକ ମାସ ଧରି ସେହି ପୁସ୍ତକକୁ ପଢ଼଼ିଥିଲି ଆଉ ସାର୍‍ ମୋର କହିବାର ଅର୍ଥ ହେଉଛି ଏଥର ଆପଣ ନିଜ ପୁସ୍ତକର ପ୍ରାରମ୍ଭ ଏହି କଥାରୁ କରିଥିଲେ ଯେ ପରୀକ୍ଷାକୁ ପର୍ବ ଭଳି ପାଳନ କରନ୍ତୁ। ତେବେ ସାର ପର୍ବକୁ ଡରିବାର କ’ଣ ଆବଶ୍ୟକତା ରହିଛି? ଅର୍ଥାତ ପର୍ବ ପାଳନ କରିବା ପାଇଁ ତ ଆମେ ପ୍ରସ୍ତୁତି କରିଥାଉ ଯେ ତାହା ସଫଳ ହେଉ ଆଉ ଆପଣ ସବୁଠାରୁ ବଡ଼ ମନ୍ତ୍ର ଯାହାକି ଯୋଗର ଦେଇଥିଲେ ସର୍ବଶେଷରେ ଅର୍ଥାତ ଆପଣ ପୁସ୍ତକର ଶେଷରେ ଯେଉଁ ଯୋଗର ମନ୍ତ୍ର ଦ୍ୱାରା ପୁସ୍ତକର ପରିସମାପ୍ତି କରିଥିଲେ। ତେବେ ସାର୍‍ ଏ ଯେଉଁ ଦୁଇଟି କଥା ରହିଛି ଏହା ମନରେ କ୍ରମାଗତ ଭାବେ ରହିଥିଲା, ମାନୁଛି ଯେ ପରିସ୍ଥିତି ଭଲ ନଥିଲା, ସବୁକିଛି ଥିଲା, କିନ୍ତୁ ଯେଉଁ ଭାବନା ନେଇ ଆମେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲୁ, ମୁଁ ଦ୍ୱାଦଶରେ ଯେଉଁ ଭଳି ଭାବେ ପ୍ରସ୍ତୁତି କରିଥିଲି, ସାର ଆପଣଙ୍କୁ ଅଶେଷ ଧନ୍ୟବାଦ ସେହି ପୁସ୍ତକ ପାଇଁ ଯେ ଆଦୌ ମଧ୍ୟ ଏଭଳି ହେଲା ନାହିଁ।

ମୋଦିଜୀ: ଆଚ୍ଛା ମୋର ପ୍ରଶ୍ନର ଉତର ରହିଗଲା ଆଉ ଜଣେ ଯୁବକ କ୍ରମାଗତ ଭାବେ ହାତକୁ ଉପରକୁ କରୁଛନ୍ତି, ତାଙ୍କୁ ସୁଯୋଗ ମିଳିନାହିଁ। ଆପଣଙ୍କର ଶୁଭନାମ  କ’ଣ?

ଛାତ୍ର: ସାର ମୋର ନାମ ହେଉଛି ନନ୍ଦନ ହେଗଡେ।

ମୋଦୀଜୀ: ନନ୍ଦ ହେଗଡେ କର୍ଣ୍ଣାଟକରୁ କି?

ଛାତ୍ର: ହଁ ସାର, କର୍ଣ୍ଣାଟକରୁ, ବେଙ୍ଗାଲୁରୁରୁ ସାର!

ମୋଦୀଜୀ: ହଁ, କୁହନ୍ତୁ!

ଛାତ୍ର: ସାର୍‍ ମୁଁ ଚିନ୍ତାକଲି ଏହି ପରୀକ୍ଷା ମୋ ଜୀବନର ଶେଷ ପରୀକ୍ଷା ନୁହେଁ ସାର୍‍, ଆଗକୁ ତ ବହୁତ ପରୀକ୍ଷା ଆସିବାକୁ ଅଛି ସାର୍‍। ଏବେ ଆମକୁ ଆମ ଜୀବନକୁ ବଞ୍ଚାଇ ରଖିବାକୁ ଅଛି ଆଉ ଆଗକୁ ଆସିବାକୁ ଥିବା ପରୀକ୍ଷାଗୁଡ଼ିକୁ ସାମ୍ନା କରିବାକୁ ଅଛି।

ମୋଦୀଜୀ: ଆଚ୍ଛା ଏବେ ପରୀକ୍ଷାରୁ ମୁକ୍ତ ହୋଇଗଲେ, ତେବେ ମନରେ କ’ଣ ଆଇପିଏଲ ଦେଖିବାରେ ସମୟ ଅତିବାହିତ କରିବେ କିମ୍ବା ଚମ୍ପିୟାନ୍ସ ଲିଗ ଫାଇନାଲ ଦେଖିବେ କିମ୍ବା ଫ୍ରେନ୍‍ଚ ଓପନ୍‍ ଦେଖିବାରେ ମୁଣ୍ଡକୁ ଲଗାଇ ଦେବେ କିମ୍ବା ଜୁଲାଇରେ ଅଲମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି, ସେହି ଅଲମ୍ପିକ୍ସ ପାଇଁ ମନ ଲାଗିବ, ଭାରତରୁ ଅଲମ୍ପିକ୍ସ ପାଇଁ କେଉଁ ଲୋକମାନେ ଯାଉଛନ୍ତି? ସେମାନଙ୍କର ପୃଷ୍ଠଭୂମି କ’ଣ ରହିଛି? ସେଥିରେ ମନ ଲାଗିବ କି ପୁଣି 21 ତାରିଖରେ ଯୋଗ ଦିବସ ରହିଛି, ତେବେ ସେଥିରେ ମନ ଲାଗିବ, କ’ଣ ଲାଗିବ?

ଛାତ୍ର: ସବୁ ଜିନିଷରେ ମନ ଲାଗିବ ସାର୍‍!

ମୋଦୀଜୀ: ଏହି ଚଷମା ବାଲି ଝିଅଟି କିଛି କହିବାକୁ ଚାହୁଁଛି, କେବେଠାରୁ ତାହାକୁ ସୁଯୋଗ ମିଳୁନାହିଁ।

ଛାତ୍ର: ନମସ୍କାର ସାର୍‍! ଯେମିତି ହିଁ ଜଣା ପଡ଼ିଲା କି ଆପଣ ଆମର ସମସ୍ତ ପରୀକ୍ଷା ଗୁଡ଼ିକୁ ବାତିଲ କରି ଦେଇଛନ୍ତି ତେବେ ପ୍ରଥମେ ତ ବହୁତ ହିଁ ଖୁସି ଅନୁଭବ ହେଲା ଯେ ସର୍ବଶେଷରେ ଏକ ଚାପ କମ୍‍ ହେଲା । ଏବେ ଆମକୁ ଜଣାଅଛି ଯେ ଆମକୁ କେବଳ ଆମର ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତ୍‍ୁତି କରି ପଢ଼଼ିବାକୁ ପଡ଼ିବ। ଆଗରୁ ଏହା ହେଉଥିଲା ଯେ ବୋର୍ଡ ପାଇଁ ପ୍ରସ୍ତୁତି କରି ଥାଆନ୍ତୁ ପୁଣି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତ୍‍ୁତି କରି ପଢ଼଼ିବାକୁ ପଡ଼ିବ। ଏବେ ଏମିତି ହୋଇଗଲା ଯେ ଆମ ପାଖରେ ଏତେ ଅଧିକ ସମୟ ହୋଇଗଲା, ବହୁତ ଭଲ ଭାବେ ଆମେ ଆମର ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତ୍‍ୁତି କରିବୁ। ତେଣୁ ସାର ମୋର କହିବାର ଅର୍ଥ ହେଉଛି ଆମେ ଆପଣଙ୍କ ନିକଟରେ ନିଜର କୃତଜ୍ଞତା ଜ୍ଞାପନ କରୁଛୁ।

ମୋଦୀଜୀ: ତେବେ ମୁଣ୍ଡରୁ ପରୀକ୍ଷା ଚିନ୍ତା ଯାଉନାହିଁ?

ଛାତ୍ର: ହଁ ସାର୍‍, ଆଦୌ ଯାଉନାହିଁ।

ମୋଦୀଜୀ: ଆପଣମାନେ ଘରେ ଅଛନ୍ତି ତେବେ ଆପଣଙ୍କର ମମ୍ମି-ପାପା ସବୁକିଛି ଏବେ ଶୁଣୁଥିବେ?

ଛାତ୍ର: ହଁ ସାର୍‍!

ମୋଦୀଜୀ: କେଉଁଠି ଅଛନ୍ତି ଦେଖାଅ?

ଛାତ୍ର: ସାର ମୁଁ ଡାକୁଛି ଆଜ୍ଞା!

ମୋଦୀଜୀ: କେଉଁଠି ଅଛନ୍ତି ଦେଖାଅ?

ମୋଦୀଜୀ: ନମସ୍କାର ଆଜ୍ଞା!

ଅଭିଭାବକ: ନମସ୍କାର ସାର!

ମୋଦୀଜୀ: ତେବେ ଆପଣଙ୍କୁ କ’ଣ ଲାଗିଲା, ଝିଅ ଏବେ ଚିନ୍ତା ମୁକ୍ତ ହୋଇଗଲା ତ?

ଅଭିଭାବକ: ସାର ଭଲ ନିଷ୍ପତି କାରଣ ସମଗ୍ର ଦେଶରେ ବର୍ତମାନ ସ୍ଥିତି ବହୁତ ଖରାପ ରହିଛି, ଆଉ ଏହି ପିଲାମାନଙ୍କ ଉପରେ ଏବେ ଚାପ କମ୍‍ ହୋଇଗଲା ଆଉ ଆଗକୁ ଏମାନେ ନିଜ କ୍ୟାରିୟର ପାଇଁ ପ୍ରସ୍ତୁତି କରି ପାରିବେ, ଆମକୁ ଭଲ ଲାଗିଲା।

ମୋଦୀଜୀ: ଚାଲନ୍ତୁ ମୋତେ ଭଲ ଲାଗିଲା ଆପଣ ତାହାକୁ ବହୁତ ସକରାତ୍ମକ ଭାବନା ନେଇ ଗ୍ରହଣ କରିଛନ୍ତି। ହଁ ଆଉ କେହି କ’ଣ କିଛି କହିବାକୁ ଚାହୁଁଛନ୍ତି?

ଛାତ୍ର: ନମସ୍କାର ସାର୍‍! ମୁଁ ହେଉଛି କେନ୍ଦ୍ରୀୟ ବିଦ୍ୟାଳୟ ବେଙ୍ଗାଲୁରୁର। ସାର ମୁଁ ହେଉଛି ଆପଣଙ୍କର ଜଣେ ବହୁତ ବଡ଼ ପ୍ରଶଂସକ ଆଜ୍ଞା।

ମୋଦୀଜୀ: ଧନ୍ୟବାଦ!

ଛାତ୍ର: ସାର ଆପଣଙ୍କର ନିଷ୍ପତି ବହୁତ ଭଲ ଥିଲା ସାର୍‍ କାରଣ ମୁଣ୍ଡ ସୁରକ୍ଷିତ ତେବେ ହଜାର ପଗଡ଼ି ମିଳିବ (ସର୍‍ ସଲାମତ୍‍ ତୋ ପଗଡ଼ି ହଜାର), ତେଣୁ ମୁଣ୍ଡକୁ ତ ସୁରକ୍ଷିତ ରଖିବାକୁ ପଡ଼ିବ।

ମୋଦୀଜୀ : ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆମର ଏଠାରେ କୁହନ୍ତି ନା?

ଛାତ୍ର : ହଁ ସାର, ସାର ଆପଣ ହିଁ ହେଉଛନ୍ତି ଆମ ପାଇଁ ପ୍ରେରଣାର ଉତ୍ସ।

ମୋଦୀଜୀ : ଆଚ୍ଛା, ମୁଣ୍ଡ ସୁରକ୍ଷିତ ତେବେ ପଗଡ଼ି ହଜାର ମିଳିବ (ସର୍‍ ସଲାମତ୍‍ ତୋ ପଗଡ଼ି ହଜାର) ହେଉଛି ପ୍ରକୃତ କଥା କିନ୍ତୁ ମୁଣ୍ଡର ଅର୍ଥ କହିଲେ ଆପଣ ଏହା ତ କହୁ ନାହାଁନ୍ତି ଯେ ମସ୍ତିଷ୍କ କେବଳ ସୁରକ୍ଷିତ କିମ୍ବା ସମ୍ପୂର୍ଣ୍ଣ ଶାରୀରିକ ଗଠନ କଥା ଚିନ୍ତା କରୁ ନାହାଁନ୍ତି ତ?

ଛାତ୍ର: ଫିଜିକାଲ ୱେ ସାର୍‍।

ମୋଦୀଜୀ: ଆଚ୍ଛା କ’ଣ କରୁଛନ୍ତି ଶାରୀରିକ ସୁସ୍ଥତା ପାଇଁ କେତେ ସମୟ ଦେଉଛନ୍ତି, ଆଉ କ’ଣ କରୁଛନ୍ତି?

ଛାତ୍ର: ମୁଁ ପ୍ରତିଦିନ ସକାଳୁ ଉଠି ତିରିଶ ମିନିଟ ଯୋଗ କରେ ସାର, ଯୋଗ ଏବଂ ବ୍ୟାୟାମ କରୁଛି ଆଜ୍ଞା, ମୁଁ ଏବଂ ମୋର ଭାଇ ଦୁଇଜଣ ଯାକ ସାଙ୍ଗ ହୋଇ କରୁଛୁ ସାର, ଇଏ ମୋର ଛୋଟ ଭାଇ।

ମୋଦୀଜୀ: ଆପଣଙ୍କ ଘର ଲୋକମାନେ ଶୁଣୁଛନ୍ତି ଦେଖନ୍ତୁ, ପୁଣି ନ ହେଲେ ଧରା ପଡ଼ିବେ, ମୁଁ ପଚାରିବି।

ଛାତ୍ର: ନାଇଁ ସାର! ପ୍ରତ୍ୟେକ ଦିନ ତିରିଶ ମିନିଟ କରେ, ମୁଁ ଏବଂ ମୋର ଛୋଟ ଭାଇ ସାଙ୍ଗ ହୋଇ ମିଶି ଯୋଗ କରୁ ସାର, ପ୍ରତ୍ୟେକ ଦିନ ଯୋଗ କରୁଛୁ ଆଉ ମୁଁ ପ୍ରତ୍ୟେକ ଦିନ ମାନସିକ ସ୍ପୁର୍ତି ପାଇଁ ତବଲା ବଜାଏ ସାର। ମୁଁ ଏକ ବର୍ଷ ଧରି ତବଲା ଟ୍ରେନିଂ କରୁଛି, ତେଣୁ ପ୍ରତ୍ୟେକ ଦିନ ମୁଁ ତବଲା ବଜାଉଛି, ତେବେ ତାହାଦ୍ୱାରା ମୋର ମାନସିକ ସ୍ପୁର୍ତି ବଜାୟ ରହେ ସାର।

ମୋଦୀଜୀ : ତେବେ ସଙ୍ଗୀତ ଆପଣଙ୍କ ପରିବାରର ସମସ୍ତଙ୍କର ସ୍ୱଭାବରେ ରହିଛି?

ଛାତ୍ର : ହଁ-ହଁ, ମୋ ମମ୍ମି ମଧ୍ୟ ସିତାର ବଜାଉଥିଲେ ସାର୍‍, ଆଉ ତାନପୁରା ବଜାଉଥିଲେ।

ମୋଦୀଜୀ: ତେଣୁ କରି ଘରେ ସଙ୍ଗୀତର ବାତାବରଣ ରହିଛି।

ମୋଦୀଜୀ : ଆଚ୍ଛା ଆଉ ଯାହାଙ୍କ ସହିତ ଏ ପର୍ଯ୍ୟନ୍ତ କଥାବାର୍ତା ହେବାର ସୁଯୋଗ ମୋତେ ମିଳି ନାହିଁ ସେମାନଙ୍କୁ ଏବେ ସୁଯୋଗ ଦେବି। ଏବେ ଜଣେ ଝିଅ ଯିଏ ଧଳା ଇଅରଫୋନ ଲଗାଇଛି ସେ ମୋ ସମ୍ମୁଖରେ ଅଛି, ସେ କିଛି କହିବାକୁ ଚାହୁଁଛି।

ଛାତ୍ର : ନମସ୍କାର ସାର! ମୋର ନାମ ହେଉଛି କଶିଶ ନେଗୀ, ମୁଁ ହେଉଛି ଏମଆରଏଡିଏଭି ପବ୍ଲିକ ସ୍କୁଲ, ସୋଲାନ, ହିମାଚଳ ପ୍ରଦେଶରୁ। ସାର ଆପଣଙ୍କୁ ମୁଁ ଏହା କେବଳ କହିବାକୁ ଚାହୁଁଛି ଯେ ଏହା ହେଉଛି ଏକ ସ୍ୱପ୍ନ ଯାହାକି ସତ ହୋଇପାରିଛି, ମୁଁ କେବେ ହେଲେ ମଧ୍ୟ ଚିନ୍ତା କରି ନଥିଲି ଅର୍ଥାତ ଆପଣଙ୍କ ସହିତ ଏଭଳି ଭାବେ ସାକ୍ଷାତକାର ହେବ। ଆଉ ସାର ଆପଣଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି ଯେ ଆପଣ ଯାହାକିଛି ମଧ୍ୟ ନିଷ୍ପତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ସଠିକ ନିଷ୍ପତି ନେଇଛନ୍ତି କାରଣ ଦେଢ଼ ବର୍ଷ ହୋଇଯାଇଥିଲା ଆମ +2ର ପିଲାମାନଙ୍କୁ, ସେମାନେ କେବଳ +2ରେ ହିଁ ଥିଲେ ଅର୍ଥାତ ସେମାନଙ୍କର ଜୀବନ କିଛି ଅଟକି ଯାଇଥିଲା। କିଛି ଉନ୍ନତି ମଧ୍ୟ ହୋଇ ପାରୁ ନଥିଲା କିମ୍ବା କିଛି ଅବସର ମଧ୍ୟ ହୋଇ ପାରୁ ନଥିଲା ତେବେ ସାର ଆପଣ ଯେଉଁ ନିଷ୍ପତି ନେଲେ ସେଥିରେ ମୁଁ ବହୁତ ଖୁସି, ଆଉ ସାର ଆପଣଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି ସାର ଧନ୍ୟବାଦ।

ମୋଦୀଜୀ: ଯେଉଁ ପିଲାଟି ଆଙ୍ଗୁଠି ଟେକିଛି, ଟିକେ କୁହ ପିଲା।

ଛାତ୍ର: ନମସ୍କାର ସାର! ମୁଁ ଦିଲ୍ଲୀ ପବ୍ଲିକ ସ୍କୁଲ, ଜୟପୁର, ରାଜସ୍ଥାନରେ ଦ୍ୱାଦଶ ଶ୍ରେଣୀର ଛାତ୍ର। ମୋର ନାମ ହେଉଛି ଜନ୍ନତ ସାକ୍ଷୀ। ଦ୍ୱାଦଶ ବୋର୍ଡର ପରୀକ୍ଷା ପାଇଁ ଆପଣ ଯେଉଁ ନିଷ୍ପତି ନେଇଛନ୍ତି, ମୁଁ ତାହାକୁ ସ୍ୱାଗତ କରୁଛି। ବର୍ତମାନର ପରିସ୍ଥିତିକୁ ଦେଖିକରି ଏହି ନିଷ୍ପତି ହେଉଛି ସମ୍ପୂର୍ଣ୍ଣ ଠିକ୍‍ କାରଣ ପିଲାମାନଙ୍କର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ହେଉଛି ସର୍ବୋପରି। ଆମକୁ ସିବିଏସଇ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ଯେ ସେମାନେ ମୂଲ୍ୟାଙ୍କନ ନିମନ୍ତେ ଯାହା କିଛିକୁ ମାପଦଣ୍ଡ ଭାବେ ନିର୍ଦ୍ଧାରଣ କରିବେ, ତାହା ଆମର ହିତରେ ଥିବ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମକୁ ଆମ ପରିଶ୍ରମର ଫଳ ସମ୍ପୂର୍ଣ୍ଣ ଭାବେ ମିଳିବ, ଧନ୍ୟବାଦ ସାର।

ମୋଦୀଜୀ: ଆଚ୍ଛା ସମସ୍ତ ମାତା-ପିତା ଯେତେ ଜଣ ମଧ୍ୟ ଏଠାରେ ଅଛନ୍ତି, ସମସ୍ତେ ସ୍କ୍ରିନ ଉପରକୁ ଆସିଯାଆନ୍ତୁ, ଡାକି ଦିଅନ୍ତୁ ଆପଣଙ୍କର ମାତା-ପିତା ଯଦି ଅଛନ୍ତି ତେବେ କାରଣ ସମସ୍ତଙ୍କର ଇଚ୍ଛାଥିବ ଯେ ଚାଲନ୍ତୁ ଆଉ ଏହା ମୋ ପାଇଁ ମଧ୍ୟ ଏହା ଭଲ ହେବ ଯେ ଆପଣ ସମସ୍ତଙ୍କୁ ସତକଥା କହିବାକୁ ପଡ଼ିବ। ଯୁବକ ଜଣେ କିଏ ମୋ ସମ୍ମୁଖରେ ଦେଖାଯାଉଛନ୍ତି, କୁହନ୍ତୁ। ଧଳା ସାର୍ଟ ପିନ୍ଧିଥିବା ମହାଶୟ କିଛି କହୁଛନ୍ତି।

ଛାତ୍ର 1: ସାର ମମ୍ମି ଏଠାରେ ନାହାଁନ୍ତି କିନ୍ତୁ ସେ ଯେତେବେଳେ ମୋ ସହିତ ବସୁଥିଲେ, ତେବେ କହି ଚାଲୁଥିଲେ, ମୋଦୀଜୀ କରିଦେବେ, ମୋଦୀଜୀ କରିଦେବେ, ଚିନ୍ତା କରନାହିଁ ଆଉ ଯେମିତି-ଯେମିତି ଲକ୍‍ ଡାଉନରେ ରହୁଥିଲେ ତେବେ ଦାଢ଼ୀ ମଧ୍ୟ ବଢ଼଼ି ଚାଲିଥିଲା, ତେବେ ମମ୍ମି କହୁଥିଲେ କ’ଣ କରିବ ଏପରି, ମୁଁ କହିଲି ଯେ ମମ୍ମି ଏଭଳି ମୋଦୀଜୀଙ୍କ ପ୍ରଶଂସକ ତେଣୁ ଏମିତି ହିଁ ଦାଢ଼ୀକୁ ବଢ଼଼ାଇ କରି ରଖିବି।

ଛାତ୍ର 2 : ସାର ମୋର ନାମ ହେଉଛି ଶିବାଞ୍ଜଳୀ ଅଗ୍ରୱାଲ, ସାର୍‍ ମୁଁ ହେଉଛି କେନ୍ଦ୍ରୀୟ ବିଦ୍ୟାଳୟ, ଜେଏନୟୁ, ନୂଆ ଦିଲ୍ଲୀର ଛାତ୍ରୀ। ସାର୍‍ ମୁଁ ଏହା କହିବାକୁ ଚାହିଁବି ଯେ ପରୀକ୍ଷା ଯେତେବେଳେ ବାତିଲ ହୋଇଗଲା, ଆମକୁ ଯେତିକି ଅତିରିକ୍ତ ସମୟ ମିଳିଛି, ମୁଁ ତାହାକୁ ମୋର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତିରେ, ନିଜର ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ବ୍ୟବହାର କରିବି, ସାର୍‍ ଆପଣ ପରୀକ୍ଷା ବାତିଲ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ମେଦୀଜୀ : ଆଚ୍ଛା ତୁମୋନେ ଏହା କର, ଗୋଟିଏ କାଗଜରେ ନମ୍ବର ଲେଖିକରି ବସି ପଡ, ଫଳରେ ମୁଁ ଏହା କହିବି ତେବେ ସେହି ନମ୍ବରରେ ତୁରନ୍ତ ଡିକିବି କାରଣ କ’ଣ ହେଉଛି ନା, ମୋତେ ତୁମର ନାମ ତ ଜଣା ନାହିଁ, ମୁଁ ଅଚାନକ ଆସିଯାଇଛି, ମୁଁ ଏଭଳି ହଠାତ ଆସି ତୁମକୁ ଅସୁବିଧାରେ ପକାଉଛି।

ଅଭିଭାବକ : ନମସ୍ତେ ସାର! ଆମେ ହେଉଛୁ ଆପଣଙ୍କର ବହୁତ ବଡ଼ ପ୍ରଶଂସକ। ଆପଣ ଯାହା ମଧ୍ୟ ନିଷ୍ପତି ନେବେ, ପିଲାମାନଙ୍କର ଭଲ ହେବ। ଆମେ ଆପଣଙ୍କ ସହିତ ଅଛୁ ସାର, ସଦା ସର୍ବଦା ଆପଣଙ୍କ ସହିତ ରହିବୁ।

ମୋଦୀଜୀ : ନମ୍ବର ୱାନ ?

ଅଭିଭାବକ : ନମସ୍କାର ସାର! ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆମ ପିଲାମାନଙ୍କ ପାଇଁ ଆପଣଙ୍କ ନିଷ୍ପତି ବହୁତ ଭଲ ଥିଲା, ଏବେ ସେମାନଙ୍କ ପାଇଁ...

ମୋଦୀଜୀ : ମୁଁ ଏବେ ସମସ୍ତଙ୍କୁ କହିଛି ଯେ ଆପଣମାନେ ଏହି ନିଷ୍ପତିରୁ ବାହାରକୁ ଯାଆନ୍ତୁ, ପରୀକ୍ଷାରୁ ବାହାରକୁ ବାହାରନ୍ତୁ। ଆଉ କିଛି କଥାବାର୍ତା କରି ପାରିବା କି?

ଅଭିଭାବକ : ନିଶ୍ଚିତ ଭାବେ ସାର୍‍, ନିଶ୍ଚିତ! ଆଉ ଭଲ କଥା ହେବା ତ ଶାହାରୁଖ ଖାନଙ୍କୁ ସାକ୍ଷାତ କରିବା ଦ୍ୱାରା ଯେତେ ଭଲ ଲାଗି ନଥିଲା, ସେତେ ଭଲ ଲାଗିଲା ଆପଣଙ୍କ ସହ ସାକ୍ଷାତ ହେବା ଦ୍ୱାରା। ଏହା ଏକ ସ୍ୱପ୍ନ ଥିଲା, ଯାହା ସତ ହେଲା। ଆଉ ଏହା ବହୁତ ଭଲ ଥିଲା ଆଜ୍ଞା, ଆପଣ ହେଉଛନ୍ତି ସର୍ବଶ୍ରେଷ୍ଠ। ଆଉ ଏବେ ଆମ ପିଲାମାନଙ୍କ ପାଇଁ ଯେଉଁ ସମୟ ଆସିବାକୁ ଯାଉଛି, ତାକୁ ଦେଖିବା ତେବେ ଆମେ ଚାହିଁବା ଯେ ଏହି ସମୟର ପିଲାମାନେ ସଦୁପଯୋଗ କରନ୍ତୁ ଏବଂ ଆଗକୁ ନିଜ କ୍ୟାରିୟର ନିର୍ମାଣ କରନ୍ତୁ।

ମୋଦୀଜୀ : 26

ଅଭିଭାବକ: ସାର, ଜଣେ ନୃତ୍ୟଶିଳ୍ପୀ ହିସାବରେ ମୁଁ ଭାବୁଛି ମାନସିକ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମୁଁ ନୃତ୍ୟ କରୁଛି। ମୁଁ କଥକ ନୃତ୍ୟ କରୁଛି, ଯେତେବେଳେ ସାଇକେଲ ଚଳାଇବା ପାଇଁ ମନ ହୁଏ, ମୁଁ ସାଇକେଲିଂ କରୁଛି ଆଉ ସବୁଠାରୁ ଭଲ କଥା ଯାହା ମୁଁ ଫଳାଫଳ ଆସିବା ପରେ ଆପଣଙ୍କ ନିଷ୍ପତି ଆସିବା ପରେ ମୁଁ 12ଟା ପର୍ଯ୍ୟନ୍ତ ଶୋଇଥିଲି କାରଣ ପରୀକ୍ଷା ପାଇଁ ସକାଳୁ ଉଠି 8ଟା ସୁଦ୍ଧା ପଢ଼଼ା ଆରମ୍ଭ କରିବାକୁ ପଡ଼ୁଥିଲା। ତେଣୁ ସେହିଦିନ ମୁଁ 12ଟା ପର୍ଯ୍ୟନ୍ତ ଶୋଇଥିଲି ସାର।

ଛାତ୍ର : ସାର ମୋ ନାମ... ମୁଁ ତାମିଲନାଡ଼ୁରୁ କହୁଛି ଆଜ୍ଞା! ସାର ମୋତେ ଜଣାଥିଲା ଯେ ଏଭଳି କିଛି ହେବ, ବୋର୍ଡ ପରୀକ୍ଷା ବାତିଲ ହେବାକୁ ଥିଲା ସାର, ତେଣୁ ମୁଁ ବହୁତ କମ୍‍ ପଢ଼଼ୁଥିଲି। ଏଭଳି ଭାବେ ଆମେ ରାଜସ୍ଥାନରେ ରହୁଛୁ କିନ୍ତୁ ଆମେ ହେଉଛୁ ତାମିଲନାଡ଼ୁର ଲୋକ।

ମୋଦୀଜୀ : ତେବେ ତୁମେ ଜ୍ୟୋର୍ତିବିଜ୍ଞାନ ମଧ୍ୟ ପଢ଼଼ୁଛ, ଜ୍ୟୋତିଷ ବିଦ୍ୟା ଜାଣିଛ? ତେବେ ତୁମକୁ ଏହା କିପରି ଜଣାଥିଲା ଯେ ଏହା ହେବାକୁ ଯାଉଛି?

ଛାତ୍ର : ହଁ ସାର! ଏମିତିରେ ଅନୁମାନ କରି ନେଇଥିଲି। ଏବଂ ଭଲ ନିଷ୍ପତି ଥିଲା... ପରିବାର ସହିତ ଭଲ ସମୟ ଅତିବାହିତ ହୋଇଗଲା, ଲକଡାଉନ୍‍ କାରଣରୁ।

ମୋଦୀଜୀ : ତେବେ ହଁ, ସପ୍ତାହ ମଧ୍ୟରେ ପରିବାରର ସମସ୍ତେ ନାରାଜ ହୋଇଯିବେ, ଦେଖିବ। ତୁମେ ଏହା କାହିଁକି କହୁଛ, ତୁମେ ଶୀଘ୍ର ଉଠୁ ନଥିଲ, ଚାଲ ଗାଧେଇ ପଡ଼, ତୁମେ ଗାଧୋଉ ନଥିଲ, ଦେଖ ତୁମ ବାପାଙ୍କର ଆସିବାର ସମୟ ହୋଇଗଲା, ଏବେ ଗାଳି ଶୁଣିବାର ସମୟ।

ଛାତ୍ର : ନମସ୍ତେ ସାର! ମୋର ନାମ ହେଉଛି ତମନ୍ନା, ମୁଁ ପଶ୍ଚିମବଙ୍ଗ ଡିଏଭି ମଡେଲ ସ୍କୁଲର ଛାତ୍ରୀ। ଯେପରି ଆପଣ କହିଲେ ଆମ ପାଖରେ ବହୁତ ସମୟ ଅଛି। ତେଣୁ ଲକଡାଉନରେ ମୁଁ ଏବଂ ମୋର ସାଙ୍ଗମାନେ ଏକ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲୁ, ତେଣୁ ତାହା ଉପରେ ମଧ୍ୟ ଅଧିକ ଧ୍ୟାନ ଦେଇ ପାରିବୁ ଆଉ ତାହା ସହିତ ମୁଁ...

ମୋଦୀଜୀ: ତୁମ ନାମ କ’ଣ? ୟୁଟ୍ୟୁବ ଚ୍ୟାନେଲର ନାମ କ’ଣ?

ଛାତ୍ରୀ : ତମନ୍ନା ଶର୍ମିଲୀ.... ତେବେ ଏଥିରେ ଆମେମାନେ ଭିନ୍ନ ଭିନ୍ନ ପ୍ରକାରର ଭିଡିଓ ଦେଉଥିଲୁ। ଆମେ ଏକ ଛୋଟ କବିତା ସେଥିରେ ଦେଇଥିଲୁ। ସେଥିରେ ମଧ୍ୟ ଭିଡିଓ ଦେଇଥିଲୁ। ଏକ ଲଘୁ ଫିଲ୍ମ ଅଛି, ତାହାକୁ ମଧ୍ୟ ସେଥିରେ ଦେଇଥିଲୁ।

ମୋଦୀଜୀ: 21, ହଁ କୁହ ଝିଅ!

ଛାତ୍ରୀ : ସାର ମୁଁ ମୋ ଜେଜେ ମାଆ ଏବଂ ବାପାଙ୍କ ସହିତ ରହୁଛି।

ଅଭିଭାବକ : ସାର ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ ଆପଣ ଦେଶ ପାଇଁ ସବୁକିଛି କରୁଛନ୍ତି ଆଜ୍ଞା। ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ। ଆପଣଙ୍କୁ କହିବା ପାଇଁ ମୋ ପାଖରେ ଆଉ ଭାଷା ନାହିଁ, ଆପଣ ବିଭିନ୍ନ କ୍ଷେତ୍ରରେ ଯାହା ମଧ୍ୟ କରିଛନ୍ତି, ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ।

ଛାତ୍ରୀ : ସାର୍‍ ମୋ ଜେଜେ ମାଆ ମୋ ଠାରୁ ସବୁ ବିଷୟରେ ଅଧିକ ଅପଡେଟ୍‍ ରହୁଛନ୍ତି, ଆପଣଙ୍କର ପ୍ରତ୍ୟେକ ଖବରକୁ ଦେଖିବା ସହ ଅନୁସରଣ କରୁଛନ୍ତି ଆଉ ମୋତେ କହିଥାଆନ୍ତି ଆଜି ଏହି ଘୋଷଣା ହେଲା, ଆଜି ଏହା ହେଲା। ସେ ହେଉଛନ୍ତି ଆପଣଙ୍କର ବହୁତ ବଡ଼ ପ୍ରଶଂସିକା।

ମୋଦୀଜୀ : ଆଚ୍ଛା, ତେବେ ଜେଜେ ମାଆଙ୍କୁ ମୋର ସମସ୍ତ ରାଜନୀତି ବିଷରେ ଜଣାଅଛି?

ଛାତ୍ର : ହଁ ସାର୍‍! ଜେଜେ ମାଆଙ୍କୁ ସମ୍ପୂର୍ଣ୍ଣ ରାଜନୀତି ଜଣାଅଛି। ରାଜନୈତିକ ଖବର ସହିତ ସେ ଅପଡେଟ ଅଛନ୍ତି।

ମୋଦୀଜୀ : ଆଚ୍ଛା ସ୍ୱାଧୀନତାର ଏଥର ହେଉଛି 75 ବର୍ଷ। ସ୍ୱାଧୀନତାର 75 ବର୍ଷ ହେବାକୁ ଯାଉଛି। କ’ଣ ତୁମେମାନେ ସ୍ୱାଧୀନତା ସଂଗ୍ରାମରେ, ତୁମେ ଯେଉଁ ଜିଲ୍ଲାରେ ରହୁଛ, ସେଠାରେ କ’ଣ ଘଟଣା ଘଟିଥିଲା? ସ୍ୱାଧୀନତା ସମୟରେ କ’ଣ ହୋଇଥିଲା, ଏହା ଉପରେ ଏକ ଭଲ ପ୍ରବନ୍ଧ ଲେଖିପାରିବ କି?

ଛାତ୍ର : ହଁ ସାର, ନିଶ୍ଚିତ ଲେଖିପାରିବି।

ମୋଦୀଜୀ: ଗବେଷଣା କରିବ?

ଛାତ୍ର : ହଁ ସାର!

ମୋଦୀଜୀ : ନିଶ୍ଚିତ!

ଛାତ୍ର : ହଁ ସାର!

ମୋଦୀଜୀ : ଚାଲ ବହୁତ ବଢ଼଼ିଆ!

ଅଭିଭାବକ: ସାର ମୁଁ ହେଉଛି ଆପଣଙ୍କର ବହୁତ ବଡ଼ ପ୍ରଶଂସକ। ସାର ଆପଣ ଯେଉଁ ନିଷ୍ପତି ନେଇଛନ୍ତି ତାହା ହେଉଛି ବହୁତ ଭଲ ନିଷ୍ପତି ଆଜ୍ଞା, ଏହା ଆମକୁ ଭଲ ଲାଗିଲା। ମୋ କହିବାର ଅର୍ଥ ହେଉଛି ଆପଣ ସବୁ ପିଲାମାନଙ୍କ ବିଷୟରେ ଚିନ୍ତା କଲେ, ଏହା ମୋତେ ବହୁତ ଭଲ ଲାଗିଲା ସାର, ମୁଁ ହେଉଛି ଆପଣଙ୍କର ଜଣେ ବହୁତ ବଡ଼ ପ୍ରଶଂସକ, ସାର ଆପଣ କାଶ୍ମୀରରେ ଯେଉଁ ଧାରା 370 ଉଠାଇଥିଲେ, ସାର୍‍ ତାହା ମଧ୍ୟ ବହୁତ ଭଲ ଲାଗିଥିଲା ଆଜ୍ଞା, ତାହା ବହୁତ ଭଲ ନିଷ୍ପତି ଥିଲା।

ମୋଦୀଜୀ : ଧନ୍ୟବାଦ ଆଜ୍ଞା!

ଛାତ୍ର: ସାର ଏମାନେ ହେଉଛନ୍ତି ମୋର ମମ୍ମି-ପାପା!

ମୋଦୀଜୀ: ସେମାନେ ସମସ୍ତଙ୍କୁ ଜଣା ପଡ଼ିଗଲା ଯେ ଯାହା ତୁମେ ମୋତେ, କ’ଣ କ’ଣ କହିଛ, ଏବେ ତୁମକୁ ସେହି କଥାଗୁଡ଼ିକୁ ଅନୁସରଣ କରିବାକୁ ପଡ଼ିବ।

ଅଭିଭାବକ: ସାର୍‍, ମୁଁ କିଛି କହିବାକୁ ଚାହୁଁଛି ଆଜ୍ଞା! ସାର୍‍ ଆପଣଙ୍କର ସମସ୍ତ ଗୁଣକୁ ବହୁତ ସମ୍ମାନ କରୁଛି କିନ୍ତୁ ଆପଣଙ୍କର ସଚ୍ଚୋଟତାକୁ ମୁଁ ଭୁରିୟସୀ ପ୍ରଶଂସା କରୁଛି। କିନ୍ତୁ ସାର, ଆପଣଙ୍କୁ ଗୋଟିଏ ଅନୁରୋଧ କରୁଛି, ଏବେ ମଧ୍ୟ ଆମ ଭାରତରେ ଯେଉଁମାନେ ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କର ବହୁତ ଶୋଷଣ ହେଉଛି ଆଜ୍ଞା। ଏନେଇ ଆପଣ ଦୟାକରି ଏଭଳି କିଛି ନୀତି ପ୍ରସ୍ତୁତ କରନ୍ତୁ ଯାହାଦ୍ୱାରା ସେହି ଲୋକଙ୍କୁ ସମ୍ମାନ ମିଳିବ। ଯାହାଦ୍ୱାରା ସେମାନଙ୍କର ସଚ୍ଚୋଟତାକୁ ଦେଖି ପିଲାମାନେ ଅନୁସରଣ କରିବେ, ଅନ୍ୟମାନେ ଅନୁସରଣ କରିବେ।

ମୋଦୀଜୀ : ନୀତି ତ ପ୍ରସ୍ତୁତ ହେଉଛି କିନ୍ତୁ କିଛି ଲୋକ ଏ ଯେଉଁ ନିୟମ ହେଉଛି, ସେଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଆମେ ସମସ୍ତେ ମିଳିମିଶି ଏଭଳି ବାତାବରଣ ପ୍ରସ୍ତୁତ କରିବା, ତେବେ ନିଶ୍ଚିତ ଭାବେ ତାହା ହେବ, ସବୁକିଛି ଭଲ ହୋଇ ପାରିବ।

ମୋଦୀଜୀ : 31?

ଛାତ୍ର : ଜୟ ହିନ୍ଦ ସାର!

ମୋଦୀଜୀ : ଜୟ ହିନ୍ଦ! ହଁ, କୁହ ଝିଅ କ’ଣ କହିବାକୁ ଚାହୁଁଛ?

ଛାତ୍ରୀ : ମୋର ନାମ ହେଉଛି ଅରନୀ ସାମଲେ, ମୁଁ ଇନ୍ଦୋରର ଆନିବେଶାନ୍ତ ସ୍କୁଲରେ ପଢ଼େ। ସାର ଏବେ ଆପଣ ଯେଉଁ ନିଷ୍ପତି ନେଲେ, ତାହା ତ ଭଲ ହିଁ ଥିଲା, ତାହା ପରେ ମଧ୍ୟ...

ମୋଦୀଜୀ : ତୁମର ଇନ୍ଦୋର କେଉଁ କଥା ପାଇଁ ପ୍ରସିଦ୍ଧ?

ଛାତ୍ରୀ : କ୍ଲିନଲିନେସ୍‍ ବା ସ୍ୱଚ୍ଛତା!

ମୋଦୀଜୀ : ଇନ୍ଦୋର ଯେଉଁଭଳି ଭାବେ ସ୍ୱଚ୍ଛତାକୁ ନେଇ ଚମତ୍କାର କରିଛି ତାହାକୁ ନେଇ ବାସ୍ତବରେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଏହି ନମ୍ବର ସମ୍ପୂର୍ଣ୍ଣ ଭାବେ ଦେଖାଇଲ ନାହିଁ ଝିଅ, ତୁମର ନମ୍ବର ପାଞ୍ଚ କି?

ଛାତ୍ର : ନମସ୍କାର ସାର! ଆଜ୍ଞା ମୁଁ ଜବାହର ନବୋଦୟ ବିଦ୍ୟାଳୟ, ମଣ୍ଡି, ହିମାଚଳ ପ୍ରଦେଶର ଛାତ୍ର। ସାର ମୋ ବାପା ହେଉଛନ୍ତି ଆପଣଙ୍କର ବହୁତ ବଡ଼ ପ୍ରଶଂସକ।

ମୋଦୀଜୀ: ଆପଣଙ୍କ ଗାଁ କେଉଁଠାରେ ଆଜ୍ଞା?

ଅଭିଭାବକ: ହିମାଚଳ ପ୍ରଦେଶ ପାଖରେ ହେଉଛି ମଣ୍ଡି ଜିଲ୍ଲା। ମଣ୍ଡି ପାଖରୁ ହେଉଛି ଆଠ-ନଅ କିଲୋମିଟର... ଆଉ ଭଲ ଅଛନ୍ତି?

ମୋଦୀଜୀ : ମୁ ଠିକ୍‍ ଅଛି! ପୂର୍ବରୁ ମୋତେ ଆପଣଙ୍କର ସେଠାକାର ସେୱାଡ଼ୀ ଖାଇବାକୁ ମିଳୁଥିଲା। ଚାଲନ୍ତୁ ମୋତେ ବହୁତ ଭଲ ଲାଗିଲା, ଆପଣ ସମସ୍ତଙ୍କ ସହ କଥା ହେବାର ସୁଯୋଗ ମିଳିଲା ଆଉ ମୋର ଏହି ବିଶ୍ୱାସ ଦୃଢ଼ ହେଲା ଯେ ଭାରତର ଯୁବକମାନେ ହେଉଛନ୍ତି ସକରାତ୍ମକ ଏବଂ ବାସ୍ତବବାଦୀ। ନକରାତ୍ମକ ଚିନ୍ତାଧାରା ବ୍ୟତିରେକ ଆପଣମାନେ ପ୍ରତ୍ୟେକ କଷ୍ଟକର ଆହ୍ୱାନକୁ ମଧ୍ୟ ନିଜ ଶକ୍ତି ଭାବେ ବିଚାର କରି ନେଉଛନ୍ତି। ଏହା ହେଉଛି ଆମ ଦେଶର ଯୁବକମାନଙ୍କର ଏକ ସ୍ୱତନ୍ତ୍ରତା। ଘରେ ରହି ଆପଣ ସବୁ ଯୁବକମାନେ ଯେତେ ନବସୃଜନ କରିଛନ୍ତି, ଯେତେ ନୂଆ-ନୂଆ କଥା ଶିଖିଛନ୍ତି, ତାହାଦ୍ୱାରା ତୁମମାନଙ୍କ ମଧ୍ୟରେ ଏକ ନୂଆ ଆତ୍ମବିଶ୍ୱାସ ଭରି ଦେଇଛି। ଆଉ ମୁଁ ଦେଖୁଛି ଆଜି ତ ମୁଁ ଅଚାନକ ଆସିଗଲି, କିନ୍ତୁ ତୁମକୁ ମଧ୍ୟ ଜଣା ନଥିଲା ପୁଣି ମଧ୍ୟ ତୁମେମାନେ ଗୋଟିଏ ହେଲେ ମଧ୍ୟ କଥା କହିବାରେ ହଡବଡ ହେଲନାହିଁ, ତୁମେମାନେ ଯେପରି ତୁମ ଶିକ୍ଷକମାନଙ୍କ ସହିତ ପ୍ରତିଦିନ କଥା ହେଉଛ ଅବା ପୁଣି ନିଜ ପିତା-ମାତାଙ୍କ ସହ କଥା ହେଉଛ ଠିକ ସେହିଭଳି ମୋ ସହିତ କଥା ହେଲ। ଏ ଯେଉଁ କଥା ହଠାତ୍‍ ହୁଏ ନା, ତାହା ହେଉଛି ମୋ ପାଇଁ ବହୁତ ଖୁସିର କଥା। ମୋ ପାଇଁ ଏହି ଅନୁଭବ ହେଉଛି ବହୁତ ଆନନ୍ଦଦାୟକ ଯେ, ମୁଁ ମୋ ଦେଶର ଏତେ କୋଣ ଅନୁକୋଣରେ ଥିବା ପିଲାମାନଙ୍କ ସହ ଏତେ ସହଜରେ କଥା ହୋଇ ପାରୁଛି। ନଚେତ କେବେ କେବେ କ’ଣ ହୋଇଥାଏ, ତାହାକୁ ସେମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥାଆନ୍ତି। ଆରେ ଆପଣ, ପୁଣି ସେମାନେ କଥା ହୋଇ ନଥାନ୍ତି। କିନ୍ତୁ ମୁଁ ଦେଖୁଛି ଯେ ତୁମେମାନେ କିଛି ନ ଭୁଲି ଖୁବ୍‍ ବିଶ୍ୱାସର ସହ କଥା ହେଉଛ, ଏହା ହେଉଛି ମୋ ପାଇଁ ବହୁତ ଭଲ ଅନୁଭବ।

ସାଥୀଗଣ,

ଆପଣମାନଙ୍କର ଏହି ଅନୁଭବ ଜୀବନର ପ୍ରତ୍ୟେକ ସୋପାନରେ ଆପଣମାନଙ୍କର ବହୁତ କାର୍ଯ୍ୟରେ ଆସିବ। ଭିନ୍ନ-ଭିନ୍ନ କଠିନ ସମୟରେ ତାକୁ ବାରମ୍ବାର ମନେ ପକାଇ କାନ୍ଦି ବିଳାପ କରିବାରେ ସମୟ ନଷ୍ଟ କରନ୍ତୁ ନାହିଁ, କଠିନ ସମୟରେ ମଧ୍ୟ କିଛି ଶିଖିଥିବେ, ସେହି ଶିକ୍ଷାକୁ ନେଇ ଆଗକୁ ବଢ଼଼ିବେ ଆପଣମାନଙ୍କୁ ବହୁତ ଲାଭ ମିଳିବ। ଆପଣ ଯେଉଁ କ୍ଷେତ୍ରକୁ ଯିବେ, ସେଠାରେ ବହୁତ କିଛି ନୂଆ କରି ପାରିବେ। ଆପଣମାନେ ଦେଖିଥିବେ ସ୍କୁଲରେ, କଲେଜରେ, ଦଳଗତ ଉତ୍ସାହ ବିଷୟରେ ବାରମ୍ବାର କୁହାଯାଇଥାଏ, ଶିକ୍ଷା ଦିଆଯାଇଥାଏ। ମିଳିତ ଶକ୍ତିର ସମ୍ପର୍କ ଆମକୁ ଦିଆଯାଇଥାଏ। କିନ୍ତୁ କରୋନାର କଠିନ ସମୟ ମଧ୍ୟରେ ଆମେ ଏହି ସମ୍ପର୍କକୁ ଅତି ନିକଟରୁ ଦେଖିବାର, ବୁଝିବାର, ଜୀଇଁବାର ଏକ ପ୍ରକାରର ନୂତନ ସୁଯୋଗ ମିଳିଛି। କିଭଳି ଆମ ସମାଜରେ ପ୍ରତ୍ୟେକ ଲୋକ ଜଣେ-ଅନ୍ୟ ଜଣଙ୍କର ହାତ ଧରିଲେ, କିପରି ଦେଶ ଦଳଗତ ଉତ୍ସାହରେ ଏତେ ବଡ଼ ଆହ୍ୱାନର ସାମ୍ନା କରିଛି। ଏହା ସବୁ ଆମେ ଅନୁଭବ କରିଛେ। ଜନଭାଗିଦାରୀ ଏବଂ ଦଳଗତ କାର୍ଯ୍ୟ ଏହି ଅନୁଭବ ମୋର ଦୃଢ଼ ବିଶ୍ୱାସ ଯେ ଏହା ଆପଣଙ୍କୁ ମଧ୍ୟ ନୂତନ ଶକ୍ତି ଦେବ।

ସାଥୀଗଣ,

କଠିନରୁ କଠିନ ସମୟରେ ମଧ୍ୟ ଆମ ଦେଶର, ଆମେ ଦେଶର ଇତିହାସକୁ ଦେଖିବା ତେବେ ଜଣାପଡ଼ିବ ଚଳିତ ଥର ମଧ୍ୟ ମୁଁ ଯେତେବେଳେ କାହା ସହିତ କଥା ହେଉଛି, ଯେପରି ଏବେ ମୁଁ ଏକ ଝିଅ ସହିତ କଥା ହେଉଥିଲି, ତାଙ୍କ ପରିବାରର ଦୁଇ ଜଣ ଲୋକଙ୍କୁ ସେ ହରାଇଛନ୍ତି। ଏହା ଜୀବନରେ ଛୋଟକଥା ନୁହେଁ। କିନ୍ତୁ ଏତେ ପରେ ମଧ୍ୟ ତା’ଆଖିରେ ଏକ ବିଶ୍ୱାସର ଝଲକ ଦେଖିବାକୁ ମିଳିଛି। ସମସ୍ତଙ୍କୁ ଲାଗୁଛି ହଁ, ଠିକ୍‍ ଅଛି, ବିପଦ ଆସିଛି, କିନ୍ତୁ ଆମେ ବିଜୟୀ ହୋଇ ବାହାରିବା। ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କ ମୁହଁରେ, ପ୍ରତ୍ୟେକ ଭାରତୀୟଙ୍କ ମୁହଁରୁ ଏହି ସ୍ୱର ବାହାରୁଛି, ଏହା ହେଉଛି ସମ୍ପୂର୍ଣ୍ଣ ବୈଶ୍ୱିକ ମହାମାରୀ, ଏକ ଶତାବ୍ଦୀ ପରେ କେବେ-କେବେ ଏଭଳି ସଙ୍କଟ ଆସି ନାହିଁ, ବିଗତ ଚାରି-ପାଞ୍ଚ ପିଢ଼ୀରେ କେହି ଏଭଳି ଶୁଣି ନଥିଲେ, କେହି ଦେଖି ନଥିଲେ, ଏହା ଆମ ସମୟରେ ଆସିଛି। କିନ୍ତୁ ପୁଣି ମଧ୍ୟ ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କ ପାଖରୁ ଗୋଟିଏ ସ୍ୱର ବାହାରୁଛି, ନାହିଁ ଆମେ ଏହାକୁ ମଧ୍ୟ ହରାଇ ଦେବୁ, ଆମେ ଏଥିରୁ ମଧ୍ୟ ବାହାରି ଆସିବୁ ଆଉ ନୂତନ ଶକ୍ତିର ସହିତ ଦେଶକୁ ଆଗକୁ ନେଇଯିବୁ ଆଉ ମିଳିମିଶି ଆଗକୁ ବଢ଼଼ିବା, ଏହା ହିଁ ତ ହେଉଛି ଆମର ସଂକଳ୍ପ ଆଉ ମୋର ସମ୍ପୂର୍ଣ୍ଣ ଭରସା ଅଛି ଯେ ଆପଣ ଆଗକୁ ଯେଉଁଠାକୁ ମଧ୍ୟ ଯିବେ, ଏଭଳି ଭାବେ ଏକାଠି ମିଳିମିଶି ଆଗକୁ ବଢ଼଼ି ଚାଲିବେ ଆଉ ଦେଶକୁ ନୂତନ ଶୀଖର ପର୍ଯ୍ୟନ୍ତ ନେଇ ଯିବେ।

ଆଉ ଯେପରି ମୁଁ କହିଲି 5 ଜୁନ ହେଉଛି ପରିବେଶ ଦିବସ, କିଛି ନା କିଛି କରନ୍ତୁ ପର୍ଯ୍ୟାବରଣ ପାଇଁ କାରଣ ଏହି ପୃଥିବୀକୁ ପ୍ରକୃତିକୁ ବଞ୍ଚାଇବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ସେହିପରି 21 ଜୁନ, ମନେଅଛି ନା, ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଆଉ ୟୁଏନରେ ଏହି ନିଷ୍ପତି ଯେତେ ହୋଇଛି ନା, ଏହି ଯୋଗ ଦିବସ ହେଉଛି ଏଭଳି ପ୍ରସଙ୍ଗ ଯାହାକୁ ବିଶ୍ୱର ସବୁଠାରୁ ଅଧିକ ଦେଶ ସମର୍ଥନ କଲେ। ୟୁଏନରେ ପ୍ରାୟ ସମସ୍ତ ଦେଶ ଏହାକୁ ସମର୍ଥନ କରିଛନ୍ତି, ପୂର୍ବରୁ କେବେ ଏପରି ହୋଇ ନଥିଲା। ତେବେ ଏହି ଯୋଗ ଦିବସରେ ଆପଣ ମଧ୍ୟ ନିଜ ପରିବାରରେ ରହି ଯୋଗକୁ ନିଶ୍ଚିତ ଆପଣେଇବେ, ଯୋଗ କରନ୍ତୁ ଆଉ ମୁଁ କହିଲି ନା ବହୁତ ଗୁଡ଼ିଏ ମ୍ୟାଚ ଅଛି, ଅଲମ୍ପିକ୍ସ ଅଛି, ଜାଣିବା ଦରକାର ଯେ ଆମ ଦେଶରେ କେଉଁ କେଉଁ ପ୍ରତିଭାବାନ ଖେଳାଳୀ ଚଳିତ ଥର ଅଲମ୍ପିକ ଖେଳିବା ପାଇଁ ଯାଉଛନ୍ତି। ଅଲମ୍ପିକ ଖେଳିବା ପାଇଁ ଯାଉଥିବା ଖେଳାଳୀମାନେ କେତେ ପରିଶ୍ରମ କରିଛନ୍ତି, କିଭଳି କଠିନ ପରିସ୍ଥିତିରେ ସେମାନେ ଆଗକୁ ଆସିଛନ୍ତି, ଏହା ଜାଣିବା ଦ୍ୱାରା ଆମକୁ ଏକ ନୂତନ ପ୍ରେରଣା ମିଳିଥାଏ, ଆମକୁ ଏକ ନୂଆ ଶକ୍ତି ମିଳିଥାଏ । ଆଉ ଏଥିପାଇଁ ମୋର ବିଶ୍ୱାସ ଯେ ଆମର ସମସ୍ତ ଯୁବକମାନେ ସମୟର ସର୍ବାଧିକ ସଦୁପଯୋଗ କରିବେ।

ଏହି କରୋନା ସମୟରେ ଯେପରି ଟିକା ନେବା ହେଉ, ନିଜର ପରିବାରରେ ମଧ୍ୟ କିଛି ଲୋକ ଥିବେ, ଯେଉଁମାନଙ୍କର ପଞ୍ଜିକରଣ କରିବାର କାର୍ଯ୍ୟ ଆପଣମାନେ କରି ପାରିବେ। ଭିନ୍ନ-ଭିନ୍ନ ଲୋକଙ୍କ ପଞ୍ଜିକରଣ କରିବାର କାର୍ଯ୍ୟ କରିବେ ଏବଂ ଯେତେବେଳେ ମଧ୍ୟ ଯାହାର ଟିକା ନେବାର ପାଳି ଆସିବ, ଟିକା ଲୋକଙ୍କୁ ମିଳିବ। ତେବେ ସେବା ଭାବ ସହିତ ନିଶ୍ଚିତ କୌଣସି ନା କୌଣସି କାର୍ଯ୍ୟ ସହିତ ସାମିଲ ହୁଅନ୍ତୁ। ମୋର ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା। ତୁମ ଉପରେ ତୁମର ମାତା-ପିତାଙ୍କର ଆଶୀର୍ବାଦ ରହିଥାଉ। ତୁମେ ନିଜର ସ୍ୱପ୍ନ ପାଇଁ ଜୀଇଁ ରୁହ ଆଉ ତୁମର ସ୍ୱପ୍ନ ପାଇଁ ତୁମ ମାଆ-ବାପାଙ୍କୁ ଗର୍ବ ଅନୁଭବ ହେବ, ଏହା ହେଉଛି ମୋର ସମ୍ପୂର୍ଣ୍ଣ ବିଶ୍ୱାସ। ମୋତେ ବହୁତ ଭଲ ଲାଗିଲା, ମୁଁ ଅଚାନକ ତୁମମାନଙ୍କ ଗହଣକୁ ପ୍ରବେଶ କରିଗଲି। ଆପଣମାନେ ଥଟ୍ଟା-ମଜା ଭିତରେ କଥା ହେଉଥିଲେ, ହସକଥା କହୁଥିଲେ କିନ୍ତୁ ମୁଁ ଆସି ଆପଣମାନଙ୍କୁ ଟିକେ ଅସୁବିଧାରେ ପକାଇ ଦେଲି। କିନ୍ତୁ ମୋତେ ବହୁତ ଭଲ ଲାଗିଲା। ମୁଁ ଆପଣମାନଙ୍କ ନିକଟରେ ବହୁତ କୃତଜ୍ଞ।

ବହୁତ-ବହୁତ ଧନ୍ୟବାଦ!     

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Renewed Sense Of Responsibility': IIT Delhi Graduates Call PM Modi's Address 'Inspirational'

Media Coverage

'Renewed Sense Of Responsibility': IIT Delhi Graduates Call PM Modi's Address 'Inspirational'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.