ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ
ଏମ୍ସ ଦେଓଘରରେ ଐତିହାସିକ ୧୦ ହଜାରତମ ଜନ ଔଷଧି କେନ୍ଦ୍ର ଲୋକାର୍ପଣ
ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ
‘‘ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାଗୁଡିକର ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ଏବଂ ସମଗ୍ର ଦେଶରେ ନାଗରିକଙ୍କ ପାଖରେ ଏହାର ଲାଭ ପହଞ୍ଚାଇବା’’
‘‘ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ି’ ଏପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତରେ ପହଞ୍ଚିସାରିଛି, ଯେଉଁଠାରେ ପ୍ରାୟ ୩୦ ଲକ୍ଷ ନାଗରିକ ଏଥିରେ ସାମିଲ ହୋଇଛନ୍ତି’’
‘‘ବିକଶିତ ଭାରତ ସଂକଳ୍ପ ଯାତ୍ରା ଏକ ସରକାରୀ ପଦକ୍ଷେପରୁ ଜନ ଆନ୍ଦୋଳନରେ ପରିଣତ ହୋଇଛି’’ ;
‘‘ବର୍ତ୍ତମାନ ସୁଦ୍ଧା ବାଦ୍ ପଡ଼ିଥିବା ଲୋକଙ୍କୁ ସରକାରୀ ଯୋଜନା ଓ ସେବା ଯୋଗାଇଦେବା ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଲକ୍ଷ୍ୟ ରହିଛି’’
ମୋଦୀଙ୍କ ଗ୍ୟାରେଣ୍ଟି ସେଠାରୁ ଆରମ୍ଭ ହୋଇଥାଏ, ଯେଉଁଠି ଅନ୍ୟମାନଙ୍କଠାରୁ ଆଶା ଶେଷ ହୋଇଥାଏ’’
‘‘‘ବିକଶିତ ଭାରତ’ର ୪ଟି ଅମୃତ ସ୍ତମ୍ଭ ହେଉଛି ଭାରତର ନାରୀ ଶକ୍ତି, ଯୁବଶକ୍ତି, କୃଷକ ଓ ଭାରତର ଗରିବ ପରିବାର’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସରେ ଐତିହାସିକ ୧୦,୦୦୦ତମ ଜନ ଔଷଧୀ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ । ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଶ୍ରୀ ମୋଦୀ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା ୧୦,୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଏହି ପ୍ରତିଶ୍ରୁତି ପୂରଣ କରିଛନ୍ତି । ଝାଡ଼ଖଣ୍ଡର ଦେଓଘର, ଓଡ଼ିଶାର ରାୟଗଡ଼ା, ଆନ୍ଧ୍ରପ୍ରଦେଶର ପ୍ରକାଶମ୍, ଅରୁଣାଚଳ ପ୍ରଦେଶର ନାମସାଇ ଏବଂ ଜମ୍ମୁ-କଶ୍ମୀରର ଅର୍ନିଆର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଆଜି ୧୫ ଦିନ ପୂରିଛି ଏବଂ ବର୍ତ୍ତମାନ ଏହା ଦ୍ରୁତ ଗତିରେ ଜାରି ରହିଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା ବାହାନର ନାମ 'ବିକାଶ ରଥ'ରୁ 'ମୋଦୀଙ୍କ ଗ୍ୟାରେଣ୍ଟୀ ଗାଡି'ରେ ପରିବର୍ତ୍ତନ ଆଣିଥିବା ଲୋକଙ୍କ ସ୍ନେହ ଓ ଅଂଶଗ୍ରହଣକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସରକାରଙ୍କ ଉପରେ ବିଶ୍ୱାସ ପାଇଁ ନାଗରିକମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରି ସେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କ ଉତ୍ସାହ, ଉଦ୍ଦୀପନା ଏବଂ ସଂକଳ୍ପକୁ ପ୍ରଶଂସା କରିଥିଲେ । 'ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ି' ଏପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତରେ ପହଞ୍ଚିସାରିଛି, ଯେଉଁଠାରେ ପ୍ରାୟ ୩୦ ଲକ୍ଷ ନାଗରିକ ଏଥିରେ ସାମିଲ ହୋଇଛନ୍ତି। ସେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମହିଳାଙ୍କ ଅଂଶଗ୍ରହଣକୁ ମଧ୍ୟ ପ୍ରଶଂସା କରିଥିଲେ । "ପ୍ରତ୍ୟେକ ଗାଁର ପ୍ରତ୍ୟେକ ବ୍ୟକ୍ତି ବିକାଶର ଅର୍ଥ ବୁଝନ୍ତି", ପ୍ରଧାନମନ୍ତ୍ରୀ କହିଥିଲେ। ବିକଶିତ ଭାରତ ସଂକଳ୍ପ ଯାତ୍ରା ଏକ ସରକାରୀ ପଦକ୍ଷେପରୁ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସେ ଅଭିହିତ କରିଥିଲେ । ନୂଆ ଏବଂ ପୁରୁଣା ହିତାଧିକାରୀ ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରା ସହିତ ଜଡିତ ଲୋକଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ବଢୁଥିବା ଡିଜିଟାଲ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ଶ୍ରୀ ମୋଦୀ ସେମାନଙ୍କୁ ନମୋ ଆପରେ ଏଭଳି ଫଟୋ ଏବଂ ଭିଡିଓ ଅପଲୋଡ୍ କରିବାକୁ ଅନୁରୋଧ କରିଥିଲେ କାରଣ ସେ ପ୍ରତିଦିନ ଏହାର ତଦାରଖ କରନ୍ତି । "ଯୁବଗୋଷ୍ଠୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଦଭାବନା ଦୂତ ହୋଇଛନ୍ତି", ସେ କହିଥିଲେ। 'ମୋଦୀଙ୍କ ଗ୍ୟାରେଣ୍ଟି ଗାଡି'କୁ ସ୍ୱାଗତ କରିବା ପାଇଁ ଏକାଧିକ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିବାରୁ ସେ ଗ୍ରାମର ସ୍ୱଚ୍ଛତା ଉପରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ପ୍ରଭାବ ଉପରେ ମଧ୍ୟ ଆଲୋକପାତ କରିଥିଲେ । ‘‘ଭାରତ ଏବେ ଅବିଶ୍ରାନ୍ତ ଓ ନିରବଚ୍ଛିନ୍ନ ଭାବେ ଆଗକୁ ବଢ଼ୁଛି। ଭାରତର ଲୋକମାନେ ହିଁ ଏହାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି,’’ ପ୍ରଧାନମନ୍ତ୍ରୀ କହିଥିଲେ। ନିକଟରେ ଶେଷ ହୋଇଥିବା ପାର୍ବଣ ଋତୁରେ 'ଭୋକାଲ୍ ଫର୍ ଲୋକାଲ'କୁ ମିଳିଥିବା ପ୍ରୋତ୍ସାହନ କୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଫଳ ଗ୍ରହଣୀୟତା ପାଇଁ ପ୍ରଧାନମନ୍ତ୍ରୀ ସରକାରଙ୍କ ଉପରେ ବିଶ୍ୱାସ ଏବଂ ଏହାର ପ୍ରୟାସକୁ ଶ୍ରେୟ ଦେଇଥିଲେ ।  ବିଗତ ଦିନ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବରୁ ଆବାସ, ଶୌଚାଳୟ, ବିଜୁଳି, ଗ୍ୟାସ ସଂଯୋଗ, ବୀମା କିମ୍ବା ବ୍ୟାଙ୍କ ଆକାଉଣ୍ଟ ଭଳି ମୌଳିକ ସୁବିଧାରୁ ବହୁ ସଂଖ୍ୟକ ଲୋକ ବଞ୍ଚିତ ହେଉଥିବା ବେଳେ ତତ୍କାଳୀନ ସରକାର ନାଗରିକଙ୍କ ମୌଳିକ ଆବଶ୍ୟକତାକୁ ଅଣଦେଖା କରିଥିଲେ। ସେ ସମୟରେ ଲାଞ୍ଚ ଭଳି ଦୁର୍ନୀତିର ବ୍ୟାପକ ରୂପ ଧାରଣ କରିଥିଲା। । ପ୍ରଧାନମନ୍ତ୍ରୀ ମୋଦୀ ତୁଷ୍ଟୀକରଣ ଏବଂ ଭୋଟ୍ ବ୍ୟାଙ୍କର ରାଜନୀତି ବିଷୟରେ ମଧ୍ୟ ସୂଚାଇଥିଲେ ଏବଂ କହିଥିଲେ ଯେ ପୂର୍ବ ସରକାରଙ୍କ ପାଖରେ ନାଗରିକଙ୍କ ବିଶ୍ୱାସର ଅଭାବ ରହିଥିଲା । ବର୍ତ୍ତମାନର ସରକାର ହିଁ କୁଶାସନକୁ ସୁଶାସନରେ ପରିଣତ କରିଛନ୍ତି ଏବଂ ସନ୍ତୁଳନ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଥିଲେ। ‘‘ସରକାର ନାଗରିକଙ୍କ ଆବଶ୍ୟକତାକୁ ଚିହ୍ନଟ କରି ସେମାନଙ୍କୁ ସେମାନଙ୍କ ଅଧିକାର ଦେବା ଉଚିତ। ଏହା ଏକ ସ୍ୱାଭାବିକ ନ୍ୟାୟ, ଏହା ହେଉଛି ସାମାଜିକ ନ୍ୟାୟ’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଆଭିମୁଖ୍ୟ ଯୋଗୁଁ ଏକ ନୂତନ ଆକାଂକ୍ଷା ସୃଷ୍ଟି ହୋଇଛି ଏବଂ କୋଟି କୋଟି ନାଗରିକଙ୍କ ମଧ୍ୟରେ ଅବହେଳିତ ହୋଇ ରହିବାର ଭାବନା ଦୂର ହୋଇଛି ବୋଲି ସେ କହିଥିଲେ । ମୋଦୀଙ୍କ ଗ୍ୟାରେଣ୍ଟି ସେଠାରୁ ଆରମ୍ଭ ହୋଇଥାଏ, ଯେଉଁଠାରେ ଅନ୍ୟମାନଙ୍କଠାରୁ ଆଶା ଶେଷ ହୋଇଥାଏ ବୋଲି ଶ୍ରୀ ମୋଦୀ କହିଥିଲେ।

ଏକ ବିକଶିତ ଭାରତର ସଂକଳ୍ପ ମୋଦୀ କିମ୍ବା କୌଣସି ସରକାରଙ୍କର ନୁହେଁ, ଏହା ସମସ୍ତଙ୍କୁ ବିକାଶ ପଥରେ ଆଗେଇ ନେବାର ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ, ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପଛରେ ପଡ଼ିଯାଇଛନ୍ତି ସେମାନଙ୍କ ପାଖରେ ସରକାରୀ ଯୋଜନା ଓ ସୁବିଧା ପହଞ୍ଚାଇବା। ସେ ନମୋ ଆପରେ ହେଉଥିବା ଗତିବିଧି ଉପରେ ନଜର ରଖିଛନ୍ତି ଏବଂ ଆଦିବାସୀ ଅଞ୍ଚଳରେ ଡ୍ରୋନ୍‌ ପ୍ରଦର୍ଶନ, ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଏବଂ ସିକଲ ସେଲ ରକ୍ତହୀନତା ଚିହ୍ନଟ ପାଇଁ ଆୟୋଜିତ ଶିବିର ଉପରେ ନଜର ରଖିଛନ୍ତି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ପ୍ରାରମ୍ଭ ସହିତ ଅନେକ ପଞ୍ଚାୟତରେ ସରକାରୀ ଯୋଜନାର ଶତପ୍ରତିଶତ ଲାଭ ପହଞ୍ଚି ସାରିଛି ଏବଂ ଯେଉଁମାନେ ପଛରେ ପଡ଼ିଯାଇଛନ୍ତି ସେମାନଙ୍କୁ ଅଧିକ ସୂଚନା ପ୍ରଦାନ କରାଯାଉଛି। ଉଜ୍ଜ୍ୱଳା ଓ ଆୟୁଷ୍ମାନ କାର୍ଡ ଭଳି ଅନେକ ଯୋଜନାରେ ହିତାଧିକାରୀଙ୍କୁ ତୁରନ୍ତ ସଂଯୋଗ ଦିଆଯାଉଛି ବୋଲି ସେ ଉଲ୍ଲେଖ କରିବା ସହ ପ୍ରଥମ ପର୍ଯ୍ୟାୟରେ ୪୦ ହଜାରରୁ ଅଧିକ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ମାଇ ଭାରତ ସ୍ୱେଚ୍ଛାସେବୀ ଭାବେ ପଞ୍ଜୀକରଣ କରି ମାଇ ଭାରତ ଅଭିଯାନରେ ସାମିଲ ହେବାକୁ ସେ ଯୁବବର୍ଗଙ୍କୁ ଅନୁରୋଧ କରିଥିଲେ।

 

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ,  ‘ବିକଶିତ ଭାରତ’ର ୪ଟି ଅମୃତ ସ୍ତମ୍ଭ ଉପରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଧାରିତ । ଏହି ଚାରିଟି ସ୍ତମ୍ଭ ହେଲେ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଏବଂ ଭାରତର ଗରିବ ପରିବାର। ସେ କହିଥିଲେ ଯେ ଏହି ଚାରି ଧର୍ମର ପ୍ରଗତି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ । ଶ୍ରୀ ମୋଦୀ କହିଥିଲେ ଯେ ସରକାର ଗରିବ ପରିବାରର ଜୀବନଧାରଣ ମାନରେ ଉନ୍ନତି ଆଣିବା ଓ ଦାରିଦ୍ର୍ୟ ଦୂର କରିବା, ଯୁବକମାନଙ୍କ ପାଇଁ ରୋଜଗାର ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଭାରତର ମହିଳାମାନଙ୍କ ସମସ୍ୟାର ସମାଧାନ କରି ସେମାନଙ୍କୁ ସଶକ୍ତ କରିବା ଏବଂ ଭାରତର କୃଷକମାନଙ୍କ ଆୟ ଓ ସାମର୍ଥ୍ୟରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରୁଛନ୍ତି । ଗରିବ, ମହିଳା, କୃଷକ ଏବଂ ଯୁବବର୍ଗଙ୍କ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନହେବା ପର୍ଯ୍ୟନ୍ତ ସେ ବିଶ୍ରାମ ନେବି ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

କୃଷିକ୍ଷେତ୍ରରେ ଡ୍ରୋନର ବ୍ୟବହାର ମାଧ୍ୟମରେ ମହିଳା ସଶକ୍ତୀକରଣ ଏବଂ ଗରିବ ପରିବାରକୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ସହ ଜଡିତ ଅନ୍ୟ ଦୁଇଟି ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଡ୍ରୋନ ଦିଦିଙ୍କ ସମ୍ପର୍କରେ କରିଥିବା ଘୋଷଣାକୁ ସ୍ମରଣ କରିଥିଲେ । ଆଗାମୀ ସମୟରେ ଡ୍ରୋନ ପାଇଲଟଙ୍କୁ ପ୍ରଶିକ୍ଷଣ ଦେବା ସହିତ ୧୫,୦୦୦ ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଉପଲବ୍ଧ କରାଯିବ ବୋଲି ସେ ସୂଚନା ଦେଇଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଚାଲିଥିବା ଅଭିଯାନକୁ ଡ୍ରୋନ୍ ଦିଦି ଦ୍ୱାରା ସୁଦୃଢ଼ କରାଯିବା ସହ ଅତିରିକ୍ତ ରୋଜଗାରର ମାଧ୍ୟମ ଯୋଗାଇ ଦିଆଯିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହା ଦ୍ୱାରା ଦେଶର କୃଷକମାନେ ଡ୍ରୋନ୍ ଭଳି ଆଧୁନିକ ଜ୍ଞାନକୌଶଳକୁ ଅତି କମ୍ ଖର୍ଚ୍ଚରେ ହାସଲ କରିପାରିବେ ଯାହା ସମୟ, ଔଷଧ ଓ ସାର ସଞ୍ଚୟ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

୧୦,୦୦୦ତମ ଜନଔଷଧି କେନ୍ଦ୍ରର ଉଦଘାଟନ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଶସ୍ତାରେ ଔଷଧ କିଣିବା ପାଇଁ ଏକ ସୁଲଭ କେନ୍ଦ୍ରରେ ପରିଣତ ହୋଇଛି । ‘‘ଜନ ଔଷଧୀ କେନ୍ଦ୍ରଗୁଡ଼ିକୁ ବର୍ତ୍ତମାନ ’ମୋଦୀ ମେଡିସିନ୍ ଦୋକାନ’ କୁହାଯାଉଛି " ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ନାଗରିକମାନଙ୍କ ସ୍ନେହ ପାଇଁ ଧନ୍ୟବାଦ ଜଣାଇଥିଲେ । ଏଭଳି କେନ୍ଦ୍ରରେ ପ୍ରାୟ ୨୦୦୦ ପ୍ରକାର ଔଷଧ ୮୦ରୁ ୯୦ ପ୍ରତିଶତ ରିହାତିରେ ବିକ୍ରି ହେଉଥିବା ସେ ସୂଚନା ଦେଇଛନ୍ତି। ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ସେ ନାଗରିକମାନଙ୍କୁ ବିଶେଷ କରି ଦେଶର ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ମୋଦୀଙ୍କ ଗ୍ୟାରେଣ୍ଟୀର ଅର୍ଥ ଗ୍ୟାରେଣ୍ଟୀ ପୂରଣ ବୋଲି ସେ କହିଥିଲେ ।

 

 

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସମ୍ପୂର୍ଣ୍ଣ ଅଭିଯାନ ଆରମ୍ଭ କରିବାରେ ସମଗ୍ର ସରକାରୀ କଳ ଏବଂ ସରକାରୀ କର୍ମଚାରୀଙ୍କ ଯୋଗଦାନ ବିଶେଷ ଗୁରୁତ୍ୱପୂର୍ଣ୍ଣ। କିଛି ବର୍ଷ ପୂର୍ବେ ଗ୍ରାମ ସ୍ୱରାଜ ଅଭିଯାନର ସଫଳତାକୁ ସ୍ମରଣ କରି ସେ ସୂଚନା ଦେଇଥିଲେ ଯେ ଦେଶର ପ୍ରାୟ ୬୦ ହଜାର ଗ୍ରାମରେ ଦୁଇଟି ପର୍ଯ୍ୟାୟରେ ଏହି ଅଭିଯାନ ଚାଲିଥିଲା ଏବଂ ୭ଟି ଯୋଜନା ହିତାଧିକାରୀଙ୍କ ପାଖରେ ପହଞ୍ଚାଯାଇଥିଲା । ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ହଜାର ହଜାର ଗାଁକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଦେଶ ଓ ସମାଜର ସେବା ପାଇଁ ଏହି ଅଭିଯାନରେ ସାମିଲ ହୋଇଥିବା ସରକାରୀ ପ୍ରତିନିଧିଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ସମ୍ପୂର୍ଣ୍ଣ ସଚ୍ଚୋଟତାର ସହ ଦୃଢ଼ ତାର ସହ ଠିଆ ହୁଅନ୍ତୁ, ପ୍ରତ୍ୟେକ ଗାଁରେ ପହଞ୍ଚନ୍ତୁ । ବିକଶିତ ଭାରତ ସଂକଳ୍ପ ଯାତ୍ରା କେବଳ ସବକା ପ୍ରୟାସ ମାଧ୍ୟମରେ ସମ୍ପନ୍ନ ହେବ ବୋଲି ଶ୍ରୀ ମୋଦୀ ଶେଷରେ କହିଥିଲେ।

କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ବିଭିନ୍ନ ସ୍ଥାନରୁ ବହୁସଂଖ୍ୟକ ହିତାଧିକାରୀ ଓ ଅନ୍ୟ ଅଂଶୀଦାରମାନେ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ।

ପୃଷ୍ଠଭୂମି

ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଏହି ଯୋଜନାଗୁଡ଼ିକର ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକାଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି ।

ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି। ଏହି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମହିଳା କୃଷକ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି)ଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ, ଯାହାଦ୍ୱାରା ସେମାନେ ଏହି ଜ୍ଞାନକୌଶଳକୁ ଜୀବିକା ସହାୟତା ପାଇଁ ବ୍ୟବହାର କରିପାରିବେ। ଆସନ୍ତା ୩ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଡ୍ରୋନ୍ ଯୋଗାଇ ଦିଆଯିବ। ଡ୍ରୋନ୍ ଉଡ଼ାଇବା ଓ ବ୍ୟବହାର କରିବା ପାଇଁ ମହିଳାମାନଙ୍କୁ ଆବଶ୍ୟକ ତାଲିମ ମଧ୍ୟ ଯୋଗାଇ ଦିଆଯିବ। ଏହି ପଦକ୍ଷେପ କୃଷିକ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ପ୍ରୋତ୍ସାହିତ କରିବ।

ସ୍ୱାସ୍ଥ୍ୟସେବାକୁ ସୁଲଭ ଓ ସହଜରେ ଉପଲବ୍ଧ କରାଇବା ଏକ ସୁସ୍ଥ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ଆଧାର ପାଲଟିଛି । ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ କରାଇବା ପାଇଁ ଜନ ଔଷଧି କେନ୍ଦ୍ର ପ୍ରତିଷ୍ଠା ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସରେ ୧୦,୦୦୦ତମ ଜନ ଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଥିଲେ । ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.