"ବନ୍ଦେ ମାତରମ୍"ର ସାରକଥା ହେଉଛି ଭାରତ, ଭାରତ ମାତା ଓ ଭାରତର ଚିରନ୍ତନ ଅବଧାରଣା : ପ୍ରଧାନମନ୍ତ୍ରୀ
ଉପନିବେଶବାଦୀ ଯୁଗରେ, "ବନ୍ଦେ ମାତରମ୍" ଏହି ସଂକଳ୍ପର ଘୋଷଣା ହୋଇଥିଲା ଯେ, ଦେଶ ନିଶ୍ଚୟ ମୁକ୍ତ ହେବ, ଭାରତ ମାତାଙ୍କ ବନ୍ଧନର ଶିଙ୍କୁଳି ଛିନ୍ନ ହେବ ଏବଂ ତାଙ୍କ ସନ୍ତାନମାନେ ନିଜ ଭାଗ୍ୟର ନିର୍ମାତା ହେବେ : ପ୍ରଧାନମନ୍ତ୍ରୀ
"ବନ୍ଦେ ମାତରମ୍" ଦେଶର ସ୍ୱାଧୀନତା ସଂଗ୍ରାମର ସ୍ୱର ହୋଇଥିଲା, ଏକ ମନ୍ତ୍ର ଯାହା ପ୍ରତ୍ୟେକ ବିପ୍ଳବୀଙ୍କ ଓଠରେ ପ୍ରତିଧ୍ୱନିତ ହୋଇଥିଲା, ଏକ ସ୍ୱର ଯାହା ପ୍ରତ୍ୟେକ ଭାରତୀୟଙ୍କ ଭାବନାକୁ ପ୍ରକାଶ କରିଥିଲା : ପ୍ରଧାନମନ୍ତ୍ରୀ
"ବନ୍ଦେ ମାତରମ୍", ସ୍ୱାଧୀନତା ଆନ୍ଦୋଳନର ସହିଦମାନଙ୍କ ଗୀତ ହେବା ସହିତ, ଏକ ଅନନ୍ତ ପ୍ରେରଣାସ୍ରୋତ ଭାବରେ ମଧ୍ୟ କାର୍ଯ୍ୟ କରେ। ଏହା କେବଳ ଆମକୁ ସ୍ୱାଧୀନତା କିପରି ହାସଲ କରିଥିଲୁ ତାହା ମନେ ପକାଇ ଦିଏ ନାହିଁ, ବରଂ ଏହାକୁ କିପରି ରକ୍ଷା କରିବା ଉଚିତ ତାହା ମଧ୍ୟ କୁହେ: ପ୍ରଧାନମନ୍ତ୍ରୀ
ଯେତେବେଳେ ଜାତୀୟ ପତାକା ଉତ୍ତୋଳନ କରାଯାଏ, ସେତେବେଳେ ଆମ ହୃଦୟରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଉଚ୍ଚାରିତ ହୁଏ: "ଭାରତ ମାତା କି ଜୟ!"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବନ୍ଦେ ମାତରମ୍ କେବଳ ଏକ ଶବ୍ଦ ନୁହେଁ - ଏହା ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ପବିତ୍ର ସଂକଳ୍ପ। ସେ ଏହା ମଧ୍ୟ କହିଛନ୍ତି ଯେ ‘ବନ୍ଦେ ମାତରମ୍’ ଭାରତ ମାତାଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଶବ୍ଦ ଆମକୁ ଆମର ଇତିହାସ ସହିତ ଯୋଡେ, ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ ଏବଂ ଆମର ଭବିଷ୍ୟତକୁ ଏହି ବିଶ୍ୱାସ କରିବାର ସାହସ ଦିଏ ଯେ, କୌଣସି ସଂକଳ୍ପ ପୂରଣ କରିବା ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଆମ ପାଇଁ ଅପହଞ୍ଚ ନୁହେଁ।

 

‘ବନ୍ଦେ ମାତରମ୍’ର ସାମୂହିକ ଗାନକୁ ଅଭିବ୍ୟକ୍ତିର ସୀମା ବାହାରେ ଏକ ପ୍ରକୃତ ଅନନ୍ୟ ଅଭିଜ୍ଞତା ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଯେ, ଅନେକ ସ୍ୱର ମଧ୍ୟରେ ଏକ ଅନନ୍ୟ ତାଳର ଉଦ୍ଭବ ହୋଇଥିଲା, ଏକ ଏକୀକୃତ ସ୍ୱର, ଏକ ସହଭାଗୀ ରୋମାଞ୍ଚ  ଏବଂ ଏକ ଅବିଚ୍ଛିନ୍ନ ପ୍ରବାହ ଦେଖାଦେଇଥିଲା। ସେ ସେହି ସ୍ୱରସମୂହ ଓ ସମନ୍ୱୟର ତରଙ୍ଗ ବିଷୟରେ କହିଲେ, ଯାହା ହୃଦୟକୁ ଉତ୍ସାହ ଓ ଶକ୍ତିରେ ଭରିଦେଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଭେମ୍ବର ୭ ତାରିଖ ଏକ ଐତିହାସିକ ଦିନ, କାରଣ ଦେଶ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପାଳନ କରୁଛି। ସେ କହିଥିଲେ ଯେ, ଏହି ପବିତ୍ର ଅବସର ଆମର ନାଗରିକମାନଙ୍କୁ ନୂତନ ପ୍ରେରଣା ଏବଂ ଶକ୍ତି ପ୍ରଦାନ କରିବ। ଇତିହାସର ପୃଷ୍ଠାରେ ଏହି ଦିନକୁ ସ୍ମରଣ କରିବା ପାଇଁ, ‘ବନ୍ଦେ ମାତରମ୍’ ପାଇଁ ଏକ ବିଶେଷ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ୍ ଜାରି କରାଯାଇଛି। ଭାରତ ମାତାଙ୍କୁ ନିଜର ଜୀବନ ଉତ୍ସର୍ଗ କରିଥିବା ଭାରତର ସମସ୍ତ ବୀର ଏବଂ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ମୋଦୀ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ଏବଂ ବନ୍ଦେ ମାତରମର ୧୫୦ ବର୍ଷ ପୂରଣ ପାଇଁ ପ୍ରତ୍ୟେକ ନାଗରିକଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ।

 

ପ୍ରତ୍ୟେକ ଗୀତ ଏବଂ କବିତା ଏକ ମୂଳ ଭାବନା ଏବଂ ଏକ ବିଶେଷ ବାର୍ତ୍ତା ବହନ କରେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପଚାରିଥିଲେ: ‘ବନ୍ଦେ ମାତରମ୍’ର ସାର କ'ଣ? ସେ କହିଥିଲେ ଯେ ଏହାର ସାର ହେଉଛି ଭାରତ, ଭାରତ ମାତା – ଭାରତ ରାଷ୍ଟ୍ରର ଅନନ୍ତ ଧାରଣା। ସେ ବିସ୍ତାରିତ ଭାବରେ କହିଥିଲେ ଯେ ଏହି ଧାରଣା ମାନବ ସଭ୍ୟତାର ଆରମ୍ଭରୁ ସାକାର ରୂପ ନେବା ଆରମ୍ଭ କରିଥିଲା। ଏହା ବିଭିନ୍ନ ରାଷ୍ଟ୍ରର ଉତ୍ଥାନ, ବିଭିନ୍ନ ଶକ୍ତିର ଉତ୍ଥାନ, ନୂତନ ସଭ୍ୟତାର ବିକାଶ, ଶୂନ୍ୟତାରୁ ମହାନତାକୁ ସେମାନଙ୍କର ଯାତ୍ରା ଏବଂ ଶେଷରେ ଶୂନ୍ୟତାରେ ସେମାନଙ୍କର ବିଲୟକୁ ଦେଖିଛି, ପ୍ରତ୍ୟେକ ଯୁଗକୁ ଏକ ଅଧ୍ୟାୟ ଭାବରେ ଦେଖୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଇତିହାସର ସୃଷ୍ଟି ଏବଂ ବିନାଶ, ବିଶ୍ୱର ପରିବର୍ତ୍ତିତ ଭୂଗୋଳକୁ ଦେଖିଛି। ମାନବ ଇତିହାସର ଏହି ଅନନ୍ତ ଯାତ୍ରାରୁ, ଭାରତ ଶିକ୍ଷା ପାଇଛି, ନୂତନ ନିଷ୍କର୍ଷ ଆଙ୍କିଛି ଏବଂ ସେଗୁଡ଼ିକ ଉପରେ ଆଧାର କରି, ଏହାର ସଭ୍ୟତାର ମୂଲ୍ୟବୋଧ ଏବଂ ଆଦର୍ଶକୁ ଆକାର ଦେଇଛି, ନିଜର ଅନନ୍ୟ ସାଂସ୍କୃତିକ ପରିଚୟ ଗଠନ କରିଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ, ଶକ୍ତି ଏବଂ ନୈତିକତା ମଧ୍ୟରେ ସନ୍ତୁଳନକୁ ବୁଝି, ଅତୀତର ଆଘାତ ସତ୍ତ୍ୱେ ଏକ ଶୁଦ୍ଧ ସୁନା ପରି ପରିଷ୍କୃତ ଏବଂ ଚିରନ୍ତନ ରାଷ୍ଟ୍ର ଭାବରେ ଛିଡ଼ା ହୋଇଛି।

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଭାରତର ଅବଧାରଣା ଏବଂ ଏହା ପଛରେ ଥିବା ଦାର୍ଶନିକ ଶକ୍ତି ବିଭିନ୍ନ ବିଶ୍ୱ ଶକ୍ତିମାନଙ୍କ ଉତ୍ଥାନ ଏବଂ ପତନଠାରୁ ଭିନ୍ନ ଏବଂ ଏହାର ମୂଳରେ ରହିଛି ସ୍ବାଧୀନ ଅସ୍ଥିତ୍ବର ଏକ ସ୍ବତନ୍ତ୍ର ଭାବନା। ସେ କହିଥିଲେ ଯେ ଯେତେବେଳେ ଏହି ଚେତନା ଶବ୍ଦ ଓ ଲୟ ରୂପ ନେଇ ପ୍ରକାଶିତ ହୋଇଥିଲା, ସେତେବେଳେ ବନ୍ଦେ ମାତରମ୍ ଭଳି ଏକ ରଚନା ଜନ୍ମ ନେଇଥିଲା। ଶ୍ରୀ ମୋଦୀ କହିଥିଲେ, "ସେହି କାରଣରୁ, ଉପନିବେଶବାଦୀ ଯୁଗରେ, ବନ୍ଦେ ମାତରମ୍ ଏହି ସଂକଳ୍ପର ଘୋଷଣା ହୋଇଯାଇଥିଲା ଯେ ଦେଶ ନିଶ୍ଚିତ ମୁକ୍ତ ହେବ, ଭାରତ ମାତାର ହାତରୁ ଦାସତ୍ୱର ଶିକୁଳି ଭାଙ୍ଗିଯିବ ଏବଂ ତାଙ୍କ ସନ୍ତାନମାନେ ନିଜ ଭାଗ୍ୟର ନିର୍ମାତା ହେବେ।"

ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ କଥାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଆନନ୍ଦମଠରେ ‘ବନ୍ଦେ ମାତରମ୍’ର ଗଭୀର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ବଙ୍କିମ ବାବୁଙ୍କ ରଚନାର ପ୍ରତ୍ୟେକ ଧାଡ଼ି, ପ୍ରତ୍ୟେକ ଶବ୍ଦ ଏବଂ ପ୍ରତ୍ୟେକ ଭାବନା ଗଭୀର ଅର୍ଥ ରଖେ। ସେ କହିଥିଲେ ଯେ ଯଦିଓ ଗୀତଟି ଉପନିବେଶବାଦୀ କାଳରେ ରଚିତ ହୋଇଥିଲା, କିନ୍ତୁ ଏହାର ଶବ୍ଦଗୁଡ଼ିକ କେବେବି ଶତାବ୍ଦୀର ଦାସତ୍ୱର ଛାୟା ମଧ୍ୟରେ ସୀମିତ ନଥିଲା। ଏହା ପରାଧୀନତାର ସ୍ମୃତିରୁ ମୁକ୍ତ ଥିଲା, ଏବଂ ସେଥିପାଇଁ ‘ବନ୍ଦେ ମାତରମ୍’ ପ୍ରତ୍ୟେକ ସମୟ ଏବଂ ପ୍ରତ୍ୟେକ ଯୁଗରେ ପ୍ରାସଙ୍ଗିକ ରହିଛି। ଶ୍ରୀ ମୋଦୀ ଗୀତର ପ୍ରଥମ ଧାଡି - "ସୁଜଲାମ୍ ସୁଫଲାମ୍ ମଲୟଜ ଶୀତଲାମ୍ ଶସ୍ୟଶ୍ୟାମଲାମ୍ ମାତରମ୍" - ଉଦ୍ଧୃତ କରିଥିଲେ ଏବଂ କହିଥିଲେ ଯେ ଏହା ହେଉଛି ପ୍ରକୃତିର ଦିବ୍ୟ ଆଶୀର୍ବାଦରେ ସଜ୍ଜିତ ଆମ ମାତୃଭୂମି ପ୍ରତି ଏକ ଶ୍ରଦ୍ଧାଞ୍ଜଳି।

 

ଏହା ହିଁ ହଜାର ହଜାର ବର୍ଷ ଧରି ଭାରତର ପରିଚୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହାର ନଦୀ, ପର୍ବତ, ଜଙ୍ଗଲ, ଗଛଗୁଡ଼ିକ ଏବଂ ଉର୍ବର ମାଟି ସବୁବେଳେ ପ୍ରାଚୁର୍ଯ୍ୟ ଉତ୍ପାଦନ କରିବାର ଶକ୍ତି ରଖିଛି। ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱ ଭାରତର ସମୃଦ୍ଧିର କାହାଣୀ ଶୁଣି ଆସିଛି। କିଛି ଶତାବ୍ଦୀ ପୂର୍ବରୁ, ଭାରତ ବିଶ୍ୱ ଜିଡିପିର ପ୍ରାୟ ଏକ ଚତୁର୍ଥାଂଶ ଥିଲା। କିନ୍ତୁ ଯେତେବେଳେ ବଙ୍କିମ ବାବୁ "ବନ୍ଦେ ମାତରମ୍" ରଚନା କରିଥିଲେ, ସେତେବେଳେ ଭାରତ ସେହି ସୁବର୍ଣ୍ଣ ଯୁଗରୁ ବହୁ ତଳକୁ ଖସିଯାଇଥିଲା। ବିଦେଶୀ ଆକ୍ରମଣ, ଲୁଣ୍ଠନ ଏବଂ ଶୋଷଣକାରୀ ଉପନିବେଶବାଦୀ ନୀତି ଦେଶକୁ ଦାରିଦ୍ର୍ୟ ଏବଂ କ୍ଷୁଧାରେ ବିପର୍ଯ୍ୟସ୍ତ କରିଦେଇଥିଲା। ତଥାପି, ବଙ୍କିମ ବାବୁ ଏକ ସମୃଦ୍ଧ ଭାରତର ସ୍ବପ୍ନ ଦେଖିଥିଲେ, ତାଙ୍କର ବିଶ୍ବାସ ଥିଲା ଯେ ଯେତେ ବଡ଼ ଆହ୍ଵାନ ହେଉ, ଭାରତ ତା'ର ସୁବର୍ଣ୍ଣ ଯୁଗକୁ ପୁନର୍ଜୀବିତ କରିପାରିବ। ଏବଂ ଏହିପରି ଭାବରେ ସେ ‘ବନ୍ଦେ ମାତରମ୍’ର ଡାକ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପନିବେଶବାଦୀ ସମୟରେ, ବ୍ରିଟିଶମାନେ ଭାରତକୁ ହୀନ ଏବଂ ପଛୁଆ ଭାବରେ ଚିତ୍ରଣ କରି ସେମାନଙ୍କର ଶାସନକୁ ଯଥାର୍ଥ କରିବାକୁ ଚେଷ୍ଟା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ‘ବନ୍ଦେ ମାତରମ୍’ର ପ୍ରଥମ ଧାଡି ଏହି ମିଥ୍ୟା ପ୍ରଚାରକୁ ଶକ୍ତିଶାଳୀ ଭାବରେ ଦୂର କରିଥାଏ। ତେଣୁ, ‘ବନ୍ଦେ ମାତରମ୍’ କେବଳ ସ୍ୱାଧୀନତାର ଗୀତ ନଥିଲା - ଏହା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏକ ସ୍ୱାଧୀନ ଭାରତର ଚିତ୍ର, ଏକ ସୁଜଳା ସୁଫଳା ଭାରତର ସ୍ୱପ୍ନ ମଧ୍ୟ ପ୍ରଦାନ କରିଥିଲା।

 

ଶ୍ରୀ ମୋଦୀ କହିଛନ୍ତି ଯେ ଆଜିର ଦିନ ଆମକୁ ‘ବନ୍ଦେ ମାତରମ୍’ର ଅସାଧାରଣ ଯାତ୍ରା ଏବଂ ପ୍ରଭାବକୁ ବୁଝିବାର ସୁଯୋଗ ପ୍ରଦାନ କରୁଛି। ୧୮୭୫ ମସିହାରେ ବଙ୍କିମ ବାବୁ ଯେତେବେଳେ ବଙ୍ଗଦର୍ଶନରେ ବନ୍ଦେ ମାତରମ ପ୍ରକାଶ କରିଥିଲେ, କିଛି ଲୋକ ଏହାକୁ କେବଳ ଏକ ଗୀତ ବୋଲି ମାନିଥିଲେ। କିନ୍ତୁ ଖୁବ୍ ଶୀଘ୍ର, ‘ବନ୍ଦେ ମାତରମ୍’ ଭାରତର ସ୍ୱାଧୀନତା ସଂଗ୍ରାମର ସ୍ୱର ପାଲଟିଯାଇଥିଲା - ପ୍ରତ୍ୟେକ ବିପ୍ଳବୀଙ୍କ ଓଠରେ ଗୋଟିଏ ମନ୍ତ୍ର ଥିଲା, ଏହା ପ୍ରତ୍ୟେକ ଭାରତୀୟଙ୍କ ଭାବନାର ପରିପ୍ରକାଶ ପାଲଟିଥିଲା। ସେ କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନର ଏପରି କୌଣସି ଅଧ୍ୟାୟ ନାହିଁ ଯେଉଁଠାରେ ‘ବନ୍ଦେ ମାତରମ୍’ କୌଣସି ନା କୌଣସି ରୂପରେ ଉପସ୍ଥିତ ନଥିଲା। ୧୮୯୬ ମସିହାରେ, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର କଲିକତା ଅଧିବେଶନରେ ବନ୍ଦେ ମାତରମ ଗାଇଥିଲେ। ୧୯୦୫ ମସିହାରେ, ଯେତେବେଳେ ବଙ୍ଗ ବିଭାଜନ ହୋଇଥିଲା – ଯାହା ଥିଲା ଦେଶକୁ ବିଭାଜିତ କରିବା ପାଇଁ ବ୍ରିଟିଶମାନଙ୍କ ଦ୍ୱାରା ଏକ ବିପଦପୂର୍ଣ୍ଣ ପରୀକ୍ଷଣ - ଏପରି ଷଡ଼ଯନ୍ତ୍ର ବିରୁଦ୍ଧରେ ବନ୍ଦେ ମାତରମ ଚଟାଣ ପରି ଠିଆ ହୋଇଥିଲା। ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ବଙ୍ଗ ବିଭାଜନ ବିରୁଦ୍ଧରେ ପ୍ରତିବାଦ ସମୟରେ, ରାସ୍ତାଗୁଡ଼ିକ ସାମୂହିକ ‘ବନ୍ଦେ ମାତରମ୍’ର ଧ୍ୱନିରେ ପ୍ରତିଧ୍ୱନିତ ହୋଇଥିଲା।

 

ବାରିସାଲ ଅଧିବେଶନ ସମୟରେ ଯେତେବେଳେ ପ୍ରତିବାଦକାରୀମାନଙ୍କ ଉପରେ ଗୁଳି ଚାଳନା କରାଯାଉଥିଲା, ସେତେବେଳେ ମଧ୍ୟ ‘ବନ୍ଦେ ମାତରମ୍’ ଶବ୍ଦ ସେମାନଙ୍କ ଓଠରେ ଥିଲା ବୋଲି ମନେ ପକାଇ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ବିଦେଶରେ କାର୍ଯ୍ୟରତ ବୀର ସାଭରକରଙ୍କ ପରି ସ୍ୱାଧୀନତା ସଂଗ୍ରାମୀମାନେ ପରସ୍ପରକୁ ‘ବନ୍ଦେ ମାତରମ୍’ ସହିତ ସ୍ୱାଗତ କରିଥିଲେ। ଫାଶୀଖୁଣ୍ଟରେ ଠିଆ ହୋଇ ମଧ୍ୟ ଅନେକ କ୍ରାନ୍ତିକାରୀ ‘ବନ୍ଦେ ମାତରମ୍’ ଗାନ କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ବିବିଧ ଅଞ୍ଚଳ ଏବଂ ଭାଷା ସହିତ ଏକ ବିଶାଳ ଦେଶରେ ଏପରି ଅଗଣିତ ଘଟଣା, ଇତିହାସର ଅଗଣିତ ତାରିଖ, ଏପରି ଆନ୍ଦୋଳନର ସାକ୍ଷୀ ଥିଲେ ଯେଉଁଠାରେ ପ୍ରତ୍ୟେକ ସ୍ୱରରେ ଗୋଟିଏ ସ୍ଲୋଗାନ, ଗୋଟିଏ ସଂକଳ୍ପ, ଗୋଟିଏ ଗୀତ ପ୍ରତିଧ୍ୱନିତ ହେଉଥିଲା - ‘ବନ୍ଦେ ମାତରମ୍’। ସେ ମହାତ୍ମା ଗାନ୍ଧୀଙ୍କ ୧୯୨୭ ମସିହାର ମନ୍ତବ୍ୟକୁ ଉଦ୍ଧୃତ କରିଥିଲେ ଯେ ‘ବନ୍ଦେ ମାତରମ୍’ ଆମ ସମ୍ମୁଖରେ ଅବିଭକ୍ତ ଭାରତର ଏକ ଚିତ୍ର ଉପସ୍ଥାପନ କରେ। ସେ କହିଥିଲେ ଯେ ଶ୍ରୀ ଅରବିନ୍ଦ ‘ବନ୍ଦେ ମାତରମ୍’କୁ କେବଳ ଏକ ଗୀତ ଭାବରେ ନୁହେଁ, ବରଂ ଏକ ମନ୍ତ୍ର ଭାବରେ ବର୍ଣ୍ଣନା କରିଥିଲେ - ଯାହା ଆନ୍ତରିକ ଶକ୍ତିକୁ ଜାଗ୍ରତ କରେ।

ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭାରତର ଜାତୀୟ ପତାକା କାଳକ୍ରମେ ଏହାର ମୂଳ ରୂପରୁ ବର୍ତ୍ତମାନର ତ୍ରିରଙ୍ଗା ପର୍ଯ୍ୟନ୍ତ ବିକଶିତ ହୋଇଛି, କିନ୍ତୁ ଗୋଟିଏ କଥା ବଦଳିନାହିଁ - ଯେତେବେଳେ ପତାକା ଉତ୍ତୋଳନ କରାଯାଏ, "ଭାରତ ମାତା କି ଜୟ!" ଏବଂ "ବନ୍ଦେ ମାତରମ୍!" ଧ୍ବନି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ବାହାରି ଆସିଥାଏ। ସେ ଜୋର ଦେଇ କହିଥିଲେ ଯେ ଯେତେବେଳେ ଦେଶ ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପାଳନ କରୁଛି, ଏହା ଦେଶର ମହାନ ବୀରମାନଙ୍କ ପ୍ରତି ମଧ୍ୟ ଏକ ଶ୍ରଦ୍ଧାଞ୍ଜଳି। ଏହା ସେହି ଅଗଣିତ ସହିଦମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଯେଉଁମାନେ ‘ବନ୍ଦେ ମାତରମ୍’ ଧ୍ୱନି ଦେଇ ଫାଶୀ ଖୁଣ୍ଟକୁ ଆଲିଙ୍ଗନ କରିଥିଲେ, ‘ବନ୍ଦେ ମାତରମ୍’ ଧ୍ୱନି ଦେଇ ଚାବୁକ ମାଡ଼ ସହିଥିଲେ ଏବଂ ‘ବନ୍ଦେ ମାତରମ୍’ ଧ୍ୱନି ଦେଇ ବରଫ ଖଣ୍ଡ ଉପରେ ସ୍ଥିର ରହିଥିଲେ।

ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଆଜି ସମସ୍ତ ୧୪୦ କୋଟି ଭାରତୀୟ ‘ବନ୍ଦେ ମାତରମ୍’ ଧ୍ୱନି ଦେଇ ପ୍ରତ୍ୟେକ ପରିଚିତ ଓ ଅପରିଚିତ ଦେଶପ୍ରେମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥିଲେ, ଯାହାଙ୍କ ନାମ ଇତିହାସର ପୃଷ୍ଠାରେ କେବେ ଲିପିବଦ୍ଧ ହୋଇନଥିଲା।

 

"ଦେଶର ଏହି ଭୂମି ଆମର ମାତା ଏବଂ ଆମେ ଏହାର ସନ୍ତାନ," ଏକ ବୈଦିକ ଶ୍ଳୋକକୁ ଉଦ୍ଧୃତ କରି ଶ୍ରୀ ମୋଦୀ କହିଥିଲେ ଯେ ବୈଦିକ କାଳରୁ ଭାରତର ଲୋକମାନେ ରାଷ୍ଟ୍ରକୁ ନିଜ ମାତା ଭାବରେ ପୂଜା କରିଆସୁଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ ଏହି ବୈଦିକ ଚିନ୍ତାଧାରା, ‘ବନ୍ଦେ ମାତରମ୍’ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମରେ ନୂତନ ଚେତନା ସୃଷ୍ଟି କରିଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଦେଶକୁ କେବଳ ଏକ ଭୂରାଜନୈତିକ ଖଣ୍ଡ ଭାବରେ ଦେଖନ୍ତି, ସେମାନଙ୍କ ପାଇଁ ଦେଶକୁ ମାତା ରୂପରେ ଦେଖିବାର ଧାରଣା ଆଶ୍ଚର୍ଯ୍ୟଜନକ ମନେ ହୋଇପାରେ। କିନ୍ତୁ ଭାରତ ଭିନ୍ନ। ଭାରତରେ, ମାତା ହେଉଛନ୍ତି ଯିଏ ଜନ୍ମ ଦିଅନ୍ତି, ଲାଳନପାଳନ କରନ୍ତି ଏବଂ ଯେତେବେଳେ ତାଙ୍କ ପିଲାମାନେ ସମସ୍ୟାରେ ପଡ଼ିଥାନ୍ତି, ସେତେବେଳେ ସେ ପ୍ରତିକୂଳତାକୁ ମଧ୍ୟ ଦୂର କରନ୍ତି। ‘ବନ୍ଦେ ମାତରମ୍’ର ଧାଡ଼ି ଉଦ୍ଧୃତ କରି ସେ ଉଲ୍ଲେଖ କରିଥିଲେ ଯେ ଭାରତ ମାତା ଅପାର ଶକ୍ତିର ଅଧିକାରୀ, ଯାହା ଆମକୁ ପ୍ରତିକୂଳତାରେ ମାର୍ଗଦର୍ଶନ କରନ୍ତି ଏବଂ ଆମର ଶତ୍ରୁମାନଙ୍କୁ ବିନାଶ କରନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶକୁ ମାତା ଭାବରେ ଦେଖିବାର ଧାରଣା ଏବଂ ମାତାଙ୍କୁ ଶକ୍ତିର ଏକ ଦିବ୍ୟ ପ୍ରତିମୂର୍ତ୍ତି ଭାବରେ ଦେଖିବା ଏକ ସ୍ୱାଧୀନତା ଆନ୍ଦୋଳନକୁ ଜନ୍ମ ଦେଇଥିଲା ଯାହା ପୁରୁଷ ଏବଂ ମହିଳା ଉଭୟଙ୍କୁ ସମାନ ଭାବରେ ଅନ୍ତର୍ଭୁକ୍ତ କରିବାକୁ ସଂକଳ୍ପ କରିଥିଲା। ସେ ଆହୁରି କହିଛନ୍ତି ଯେ ଏହି ଆଭିମୁଖ୍ୟ ଭାରତକୁ ପୁଣି ଥରେ ଏପରି ଏକ ରାଷ୍ଟ୍ରର ସ୍ୱପ୍ନ ଦେଖାଇବାକୁ ସକ୍ଷମ କରିଛି ଯେଉଁଥିରେ ମହିଳା ଶକ୍ତି ରାଷ୍ଟ୍ର ନିର୍ମାଣର ସର୍ବୋଚ୍ଚ ସ୍ଥାନରେ ରହିବ।

ଶ୍ରୀ ମୋଦୀ କହିଛନ୍ତି ଯେ ବନ୍ଦେ ମାତରମ୍ ସ୍ୱାଧୀନତାର ଶହୀଦମାନଙ୍କ ଗୀତ ହେବା ସହିତ, ସେହି ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ମଧ୍ୟ ଆମକୁ ପ୍ରେରଣା ଦିଏ। ସେ ବଙ୍କିମ ବାବୁଙ୍କ ମୂଳ କୃତିରୁ ଏକ ପଙକ୍ତି ଉଦ୍ଧୃତ କରିଥିଲେ ଯେଉଁଥିରେ ଭାରତ ମାତାଙ୍କୁ ଜ୍ଞାନଦାତ୍ରୀ ସରସ୍ୱତୀ, ସମୃଦ୍ଧିଦାତ୍ରୀ ଲକ୍ଷ୍ମୀ ଏବଂ ଅସ୍ତ୍ର ଏବଂ ଶକ୍ତିର ଦେବୀ ଦୁର୍ଗା ବୋଲି ବର୍ଣ୍ଣନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଆମର ଦୃଷ୍ଟିକୋଣ ହେଉଛି ଏପରି ଏକ ରାଷ୍ଟ୍ର ନିର୍ମାଣ କରିବା ଯାହା ଜ୍ଞାନ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଣୀ ହେବ; ଜ୍ଞାନ ଏବଂ ନବସୃଜନର ଶକ୍ତିରେ ସମୃଦ୍ଧ ଏକ ରାଷ୍ଟ୍ର; ଏବଂ ଜାତୀୟ ସୁରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଏକ ରାଷ୍ଟ୍ର ହେବ।

 

ସାମ୍ପ୍ରତିକ ବର୍ଷଗୁଡ଼ିକରେ ବିଶ୍ୱ ଭାରତର ପ୍ରକୃତ ସ୍ୱଭାବର ଉତ୍ଥାନ ଦେଖିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଭାରତର ଅଭୂତପୂର୍ବ ପ୍ରଗତି ଏବଂ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ଭାବରେ ଏହାର ଉତ୍ଥାନ ବିଷୟରେ କହିଥିଲେ। ସେ କହିଥିଲେ ଯେ ଯେତେବେଳେ ଶତ୍ରୁମାନେ ଆତଙ୍କବାଦ ମାଧ୍ୟମରେ ଭାରତର ସୁରକ୍ଷା ଏବଂ ସମ୍ମାନ ଉପରେ ଆକ୍ରମଣ କରିବାକୁ ସାହସ କରିଥିଲେ, ସେତେବେଳେ ବିଶ୍ୱ ଦେଖିଲା ଯେ ନୂତନ ଭାରତ କେବଳ ମାନବତା ସେବାରେ କମଳା ଏବଂ ବିମଳାଙ୍କ ଆତ୍ମାକୁ ମୂର୍ତ୍ତିମନ୍ତ କରେ ନାହିଁ, ବରଂ ଆତଙ୍କବାଦକୁ ନଷ୍ଟ କରିବା ପାଇଁ ଦଶ ପ୍ରହରଣଧାରୀ ଦୁର୍ଗା କିପରି ହେବେ ତାହା ମଧ୍ୟ ଜାଣେ।

‘ବନ୍ଦେ ମାତରମ୍’ର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବକ୍ତବ୍ୟ ରଖି ଏବଂ ଏହାର ଗୁରୁତ୍ୱ କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ସମୟରେ "ବନ୍ଦେ ମାତରମ୍ ର ଆତ୍ମା" ସମଗ୍ର ଦେଶକୁ ଆଲୋକିତ କରିଥିଲା। ତଥାପି, ସେ ଦୁଃଖ ପ୍ରକାଶ କରିଥିଲେ ଯେ ୧୯୩୭ ମସିହାରେ ‘ବନ୍ଦେ ମାତରମ୍’ର କେତେକ ଗୁରୁତ୍ବପୂର୍ଣ୍ଣ ପଂକ୍ତି-ଏହାର ଆତ୍ମାକୁ ଅଲଗା କରାଯାଇଥିଲା। ଫଳରେ ଗୀତଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ସେ କହିଥିଲେ ଯେ ବନ୍ଦେ ମାତରମର ଏହି ବିଭାଜନ ହିଁ ଦେଶରେ ବିଭାଜନର ବୀଜ ବୁଣିଥିଲା। ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ ଏହି ମହାନ ଜାତୀୟ ମନ୍ତ୍ର ପ୍ରତି ଏପରି ଅନ୍ୟାୟ କାହିଁକି କରାଗଲା। ସେ କହିଥିଲେ ଯେ ଆଜିର ପିଢ଼ିକୁ ଏହି ଇତିହାସ ବୁଝିବା ଉଚିତ। ସେ ସତର୍କ କରାଇଥିଲେ ଯେ ଏହି ବିଭାଜନକାରୀ ମାନସିକତା ଆଜି ମଧ୍ୟ ଦେଶ ପାଇଁ ଏକ ଆହ୍ୱାନ ସୃଷ୍ଟି କରୁଛି।

ଏହି ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଥିଲେ ଯେ ଏହାକୁ ହାସଲ କରିବାର ଶକ୍ତି ଭାରତ ଏବଂ ଏହାର ଲୋକଙ୍କ ମଧ୍ୟରେ ନିହିତ ଅଛି। ଏହି ସଂକଳ୍ପକୁ ସାକାର କରିବା ପାଇଁ ସେ ଆତ୍ମବିଶ୍ୱାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ସତର୍କ କରାଇଥିଲେ ଯେ ଏହି ଯାତ୍ରାରେ, ଆମେ ସେମାନଙ୍କୁ ସାମ୍ନା କରିବୁ ଯେଉଁମାନେ ଆମକୁ ଭ୍ରମିତ କରିବାକୁ ଚାହୁଁଛନ୍ତି ଏବଂ ନକାରାତ୍ମକ ମାନସିକତା ଥିବା ଲୋକଙ୍କ ସହିତ ଯେଉଁମାନେ ସନ୍ଦେହ ଏବଂ ସଂକୋଚ ବୁଣିବାକୁ ଚେଷ୍ଟା କରିବେ। ଏପରି ମୁହୂର୍ତ୍ତରେ, ସେ ଦେଶକୁ ଆନନ୍ଦମଠର ସେହି ଅଧ୍ୟାୟ ମନେ ପକାଇବାକୁ ଅନୁରୋଧ କରିଥିଲେ ଯେଉଁଠାରେ ଭବାନନ୍ଦ ‘ବନ୍ଦେ ମାତରମ୍’ ଗାନ କରନ୍ତି ଏବଂ ଅନ୍ୟ ଏକ ଚରିତ୍ର ପ୍ରଶ୍ନ କରନ୍ତି ଯେ ଜଣେ ବ୍ୟକ୍ତି କ'ଣ ହାସଲ କରିପାରିବେ। ସେହି ସମୟରେ ‘ବନ୍ଦେ ମାତରମ୍’ ପ୍ରେରଣା ଦେଇଥିଲା ଯେ ଲକ୍ଷ ଲକ୍ଷ ପିଲା ଏବଂ ଲକ୍ଷ ଲକ୍ଷ ହାତ ଥିବା ମା କେବେ କିପରି ଶକ୍ତିହୀନ ହୋଇପାରିବେ? ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି, ଭାରତ ମାତାଙ୍କ ପାଖରେ ୧୪୦ କୋଟି ପିଲା ଏବଂ ୨୮୦ କୋଟି ହାତ ଅଛି, ଯାହା ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ଯୁବକ ଅଛନ୍ତି। ସେ ଆଲୋକପାତ କରିଥିଲେ ଯେ ଭାରତରେ ବିଶ୍ୱର ସର୍ବବୃହତ ଜନସଂଖ୍ୟାଗତ ସମ୍ବଳ ଅଛି, ଯାହା ଆମ ରାଷ୍ଟ୍ର ଏବଂ ଭାରତ ମାତାର ଶକ୍ତି। ଶ୍ରୀ ମୋଦୀ ପଚାରିଥିଲେ, ଆଜି ଆମ ପାଇଁ ପ୍ରକୃତରେ କ'ଣ ଅସମ୍ଭବ? ‘ବନ୍ଦେ ମାତରମ୍’ ର ମୂଳ ସ୍ୱପ୍ନ ପୂରଣ କରିବାରୁ ଆମକୁ କିଏ ଅଟକାଇ ପାରିବ?

 

 

ଶ୍ରୀ ମୋଦୀ କହିଥିଲେ ଯେ ଆଜି ଯେତେବେଳେ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସଫଳ ହେଉଛି, ଯେତେବେଳେ ଦେଶ ମେକ୍ ଇନ୍ ଇଣ୍ଡିଆର ସଂକଳ୍ପ ନେଇ ଆଗକୁ ବଢ଼ୁଛି, ଏବଂ ଯେତେବେଳେ ଆମେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ଦୃଢ ଭାବରେ ଅଗ୍ରସର ହେଉଛୁ, ସେତେବେଳେ ଏହି ଅଭୂତପୂର୍ବ ଯୁଗରେ, ପ୍ରତ୍ୟେକ ନୂତନ ସଫଳତା ସ୍ୱତଃସ୍ଫୂର୍ତ୍ତ ସ୍ଲୋଗାନ ସୃଷ୍ଟି କରୁଛି - ‘ବନ୍ଦେ ମାତରମ୍’! ସେ କହିଥିଲେ ଯେ ଯେତେବେଳେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ପାଇଁ ପ୍ରଥମ ଦେଶ ହୁଏ, ଯେତେବେଳେ ନୂତନ ଭାରତର ପ୍ରତିଧ୍ୱନ ମହାକାଶର ଦୂର କୋଣ ପର୍ଯ୍ୟନ୍ତ ପହଞ୍ଚେ, ପ୍ରତ୍ୟେକ ନାଗରିକ ଗର୍ବର ସହିତ ଘୋଷଣା କରନ୍ତି - ‘ବନ୍ଦେ ମାତରମ୍’! ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଯେତେବେଳେ ଆମେ ଆମର ଝିଅମାନଙ୍କୁ ମହାକାଶ ପ୍ରଯୁକ୍ତିବିଦ୍ୟା ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବାର ଦେଖନ୍ତି, ଯେତେବେଳେ ଆମେ ସେମାନଙ୍କୁ ଯୁଦ୍ଧ ବିମାନ ଉଡ଼ାଉଥିବା ଦେଖନ୍ତି, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ମୁଖରୁ ଉଚ୍ଚାରିତ ହୁଏ ‘ବନ୍ଦେ ମାତରମ୍’ ।

ୱାନ୍ ରାଙ୍କ୍ ୱାନ୍ ପେନସନ୍ କାର୍ଯ୍ୟକାରୀ ହେବାର ୧୧ ବର୍ଷ ପୂରଣ ହେବା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଯେତେବେଳେ ଆମର ସଶସ୍ତ୍ର ବାହିନୀ ଶତ୍ରୁର ମନ୍ଦ ଯୋଜନାକୁ ଚୂର୍ଣ୍ଣ କରନ୍ତି, ଯେତେବେଳେ ଆତଙ୍କବାଦ, ନକ୍ସଲବାଦ ଏବଂ ମାଓବାଦୀ ବିଦ୍ରୋହ ନିର୍ଣ୍ଣାୟକ ଭାବରେ ପରାସ୍ତ ହୁଏ, ସେତେବେଳେ ଆମର ସୁରକ୍ଷା ବାହିନୀ ଗାନ କରନ୍ତି - ‘ବନ୍ଦେ ମାତରମ୍’!

 

ଭାରତ ମାତାଙ୍କ ପ୍ରତି ଏହି ଶ୍ରଦ୍ଧାର ଭାବନା ଆମକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ବନ୍ଦେ ମାତରମ୍ ମନ୍ତ୍ର ଅମୃତ କାଳର ଏହି ଯାତ୍ରାରେ ଭାରତ ମାତାର ଅଗଣିତ ସନ୍ତାନମାନଙ୍କୁ ସଶକ୍ତ ଏବଂ ପ୍ରେରଣା ଯୋଗାଇଚାଲିବ। ଶେଷରେ, ସେ ପୁଣି ଥରେ ସମସ୍ତ ଦେଶବାସୀଙ୍କୁ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂରଣ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ବିନୟ କୁମାର ସକ୍ସେନା, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ୭ ନଭେମ୍ବର, ୨୦୨୫ରୁ ୭ ନଭେମ୍ବର, ୨୦୨୬ ପର୍ଯ୍ୟନ୍ତ ଏକ ବର୍ଷବ୍ୟାପୀ ଦେଶବ୍ୟାପୀ ସ୍ମୃତି ସମାରୋହ ଆରମ୍ଭ କରିଛି । ଏହା ଏହି କାଳଜୟୀ ଗୀତର ୧୫୦ ବର୍ଷ ପାଳନ କରେ, ଯାହା ଭାରତର ସ୍ୱାଧୀନତା ଆନ୍ଦୋଳନକୁ ପ୍ରେରଣା ଦେଇଥିଲା ଏବଂ ଆଜି ମଧ୍ୟ ଜାତୀୟ ଗର୍ବ ଏବଂ ଏକତାକୁ ପ୍ରେରଣା ଦେଇ ଆସୁଛି।

 

ଏହି ଉତ୍ସବଗୁଡ଼ିକରେ ମୁଖ୍ୟ କାର୍ଯ୍ୟକ୍ରମ ସହିତ ସାର୍ବଜନୀନ ସ୍ଥାନରେ ‘ବନ୍ଦେ ମାତରମ୍’ର ପୂର୍ଣ୍ଣ ସଂସ୍କରଣର ସାମୂହିକ ଗାନ ଅନ୍ତର୍ଭୁକ୍ତ ଥିଲା, ଯେଉଁଥିରେ ସମାଜର ସମସ୍ତ ବର୍ଗର ନାଗରିକମାନେ ଅଂଶଗ୍ରହଣ କରିଥିଲେ।

୨୦୨୫ ବର୍ଷ ହେଉଛି ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ। ବଙ୍କିମ ଚନ୍ଦ୍ର ଚାଟାର୍ଜୀ ୧୮୭୫ ମସିହା ନଭେମ୍ବର ୭ ତାରିଖରେ ଅକ୍ଷୟ ନବମୀର ପବିତ୍ର ଅବସରରେ ଆମର ଜାତୀୟ ଗୀତ ‘ବନ୍ଦେ ମାତରମ୍’ ରଚନା କରିଥିଲେ। ‘ବନ୍ଦେ ମାତରମ୍’ ପ୍ରଥମେ ସାହିତ୍ୟ ପତ୍ରିକା ବଙ୍ଗଦର୍ଶନରେ ତାଙ୍କ ଉପନ୍ୟାସ "ଆନନ୍ଦମଠ" ରୁ ଏକ ଅଂଶ ଭାବରେ ପ୍ରକାଶିତ ହୋଇଥିଲା। ମାତୃଭୂମିକୁ ଶକ୍ତି, ସମୃଦ୍ଧି ଏବଂ ଦିବ୍ୟତାର ପ୍ରତୀକ ଭାବରେ ବର୍ଣ୍ଣନା କରି, ଏହି ଗୀତଟି ଭାରତର ଏକତା ଏବଂ ସ୍ୱାଭିମାନର ଜାଗ୍ରତ ଭାବନାକୁ କାବ୍ୟିକ ଅଭିବ୍ୟକ୍ତି ଦେଇଥିଲା ଏବଂ ଶୀଘ୍ର ଦେଶପ୍ରେମର ଏକ ସ୍ଥାୟୀ ପ୍ରତୀକ ହୋଇଗଲା।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
State Visit of Prime Minister to Seychelles
June 28, 2026

As part of Prime Minister Shri Narendra Modi’s State Visit to Seychelles from 27-29 June 2026, Prime Minister and the President of Seychelles, H.E. Dr. Patrick Herminie today held official talks at the State House in Victoria, Mahe.

The talks covered the full spectrum of bilateral relations, with the leaders agreeing to further strengthen cooperation in health, education, capacity building, digital transformation, sustainable development, social infrastructure, renewable energy, maritime security and defence. They also exchanged views on regional and global developments, including challenges in the Indian Ocean region, such as illegal fishing, drug trafficking and piracy. Both leaders expressed satisfaction at the progress made in the implementation of projects and initiatives under the Special Economic Package announced by India. Prime Minister reaffirmed India’s commitment to supporting the development priorities of Seychelles and to further deepen the close and enduring partnership between the two countries.

Following the official talks, both leaders released a joint commemorative logo marking 50 years of the establishment of diplomatic relations between the two countries. Several MoUs/agreements in the fields of Capacity Building, UPI, Health, Agriculture, Shipping, Space, Extradition and Line of Credit were exchanged thereafter. The amount of the Line of Credit stands at INR 1250 crores. The full list of MoUs/agreements may be seen here [link]. In addition, several announcements in the fields of food security, infrastructure, health, vocational training, maritime security and defence were made in support of the development needs of Seychelles. The details of these announcements may be seen here [link]. Seychelles also announced that it is joining the Coalition for Disaster Resilient Infrastructure [CDRI].

Later in the day, Prime Minister addressed an Extraordinary Sitting of the National Assembly of Seychelles, becoming the first Indian Prime Minister to do so. In his address, he highlighted the historical bonds of friendship between India and Seychelles and underscored the shared values of democracy, rule of law and people-centric governance that guide the two countries. He noted that mutual trust and close cooperation have shaped a robust partnership spanning development cooperation, maritime security, technology, innovation, health and capacity building. Prime Minister also called for enhanced parliamentary exchanges between the two democracies. The full address of Prime Minister may be seen here [link]

The Leader of Opposition of Seychelles, H.E. Mr. Bernard Georges, also called on Prime Minister. The two leaders discussed India-Seychelles bilateral ties and conveyed their strong support to further build the special friendship between the two countries.