"ଭାରତୀୟ କୃଷି ପରମ୍ପରାରେ ବିଜ୍ଞାନ ଓ ତର୍କକୁ ପ୍ରାଥମିକତା ଦିଆଯାଇଛି"
"ଭାରତରେ ଏହାର ଐତିହ୍ୟ ଉପରେ ଆଧାରିତ କୃଷି ଶିକ୍ଷା ଓ ଗବେଷଣାର ଏକ ସୁଦୃଢ଼ ବ୍ୟବସ୍ଥା ରହିଛି"
"ଭାରତ ଆଜି ଏକ ଖାଦ୍ୟ ବଳକା ଦେଶ"
"ଏକ ସମୟ ଥିଲା ଯେତେବେଳେ ଭାରତର ଖାଦ୍ୟ ନିରାପତ୍ତା ଏକ ବିଶ୍ୱସ୍ତରୀୟ ଚିନ୍ତାର ବିଷୟ ଥିଲା, ଆଜି ଭାରତ ବିଶ୍ୱ ଖାଦ୍ୟ ଏବଂ ପୋଷଣ ନିରାପତ୍ତା ପାଇଁ ସମାଧାନ ପ୍ରଦାନ କରୁଛି’
“ବିଶ୍ୱ ବନ୍ଧୁ” ଭାବେ ବିଶ୍ୱ କଲ୍ୟାଣ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ
'ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ' ର ସାମଗ୍ରିକ ଆଭିମୁଖ୍ୟ ମାଧ୍ୟମରେ ହିଁ ସ୍ଥାୟୀ କୃଷି ଓ ଖାଦ୍ୟ ବ୍ୟବସ୍ଥା ସମ୍ମୁଖରେ ଥିବା ଆହ୍ୱାନ ଗୁଡିକର ମୁକାବିଲା କରାଯାଇପାରିବ’
କ୍ଷୁଦ୍ର କୃଷକମାନେ ହିଁ ଭାରତର ଖାଦ୍ୟ ନିରାପତ୍ତାର ସବୁଠାରୁ ବଡ଼ ଶକ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନଏଏସସି) କମ୍ପ୍ଲେକ୍ସରେ କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଆନ୍ତର୍ଜାତିକ ସମ୍ମିଳନୀ (ଆଇସିଏଇ)କୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି, "ସ୍ଥାୟୀ କୃଷି - ଖାଦ୍ୟ ପ୍ରଣାଳୀ ଦିଗରେ ପରିବର୍ତ୍ତନ’ ।" ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳ ଅବକ୍ଷୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ସଂଘର୍ଷ ଭଳି ବୈଶ୍ୱିକ ଆହ୍ୱାନର ସମ୍ମୁଖୀନ ହୋଇ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତାକୁ ମୁକାବିଲା କରିବା ହେଉଛି ଏହାର ଲକ୍ଷ୍ୟ । ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ କହିଥିଲେ ଯେ ୬୫ ବର୍ଷ ପରେ ଭାରତରେ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ (ଆଇସିଏଇ) ଅନୁଷ୍ଠିତ ହେଉଛି । ସେ ଭାରତର ୧୨୦ ନିୟୁତ କୃଷକ, ୩୦ ନିୟୁତରୁ ଅଧିକ ମହିଳା କୃଷକ, ୩୦ ନିୟୁତ ମତ୍ସ୍ୟଜୀବୀ ଏବଂ ୮୦ ନିୟୁତ ପଶୁପାଳକଙ୍କ ତରଫରୁ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ । "ଆପଣ ସେହି ଭୂମିରେ ଅଛନ୍ତି ଯେଉଁଠାରେ ୫୦୦ ନିୟୁତରୁ ଅଧିକ ପଶୁସମ୍ପଦ ବାସ କରନ୍ତି । କୃଷିପ୍ରଧାନ ଦେଶ ଓ ପଶୁପ୍ରେମୀ ଦେଶ ଭାରତରେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ କୃଷି ଏବଂ ଖାଦ୍ୟ ବିଷୟରେ ପ୍ରାଚୀନ ଭାରତୀୟ ବିଶ୍ୱାସ ଏବଂ ଅନୁଭୂତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଭାରତୀୟ କୃଷି ପରମ୍ପରାରେ ବିଜ୍ଞାନ ଓ ତର୍କକୁ ଦିଆଯାଉଥିବା ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ । ସେ ଖାଦ୍ୟର ଔଷଧୀୟ ଗୁଣ ପଛରେ ରହିଥିବା ସମଗ୍ର ବିଜ୍ଞାନର ଅସ୍ତିତ୍ୱ ବିଷୟରେ ଉଲ୍ଲେଖ କରିଥିଲେ ।

 

ଏହି ସମୃଦ୍ଧ ଐତିହ୍ୟ ଉପରେ ଆଧାରିତ କୃଷି ଉପରେ ପ୍ରାୟ ୨୦୦୦ ବର୍ଷ ପୁରୁଣା ଗ୍ରନ୍ଥ 'କୃଷି ପରାଶର' ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ହଜାର ହଜାର ବର୍ଷ ପୁରୁଣା ଦୃଷ୍ଟିକୋଣର ମୂଳଦୁଆରେ କୃଷିର ବିକାଶ ହୋଇଥିଲା । ପ୍ରଧାନମନ୍ତ୍ରୀ ଭାରତରେ କୃଷି ଗବେଷଣା ଏବଂ ଶିକ୍ଷାର ଏକ ସୁଦୃଢ଼ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଆଇସିଏଆର୍ ରେ ୧୦୦ରୁ ଅଧିକ ଗବେଷଣା ପ୍ରତିଷ୍ଠାନ ରହିଛି ବୋଲି ସେ କହିଥିଲେ । କୃଷି ଶିକ୍ଷା ପାଇଁ ୫୦୦ ରୁ ଅଧିକ କଲେଜ ଓ ୭୦୦ ରୁ ଅଧିକ କୃଷି ବିଜ୍ଞାନ କେନ୍ଦ୍ର ରହିଛି ବୋଲି ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ ।

ଭାରତରେ କୃଷି ଯୋଜନାରେ ସମସ୍ତ ଛଅଟି ଋତୁର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୧୫ଟି କୃଷି ଜଳବାୟୁ ଅଞ୍ଚଳର ସ୍ୱତନ୍ତ୍ର ଗୁଣ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଦେଶରେ ପ୍ରାୟ ଶହେ କିଲୋମିଟର ବ୍ୟବଧାନରେ କୃଷି ଜାତ ଦ୍ରବ୍ୟ ବଦଳିଯାଏ । ଜମିରେ ଚାଷ ହେଉ, ହିମାଳୟ ହେଉ, ମରୁଭୂମିରେ ହେଉ, ଜଳ ଅଭାବ ଥିବା ଅଞ୍ଚଳ ହେଉ କିମ୍ବା ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ହେଉ, ଏହି ବିବିଧତା ବିଶ୍ୱ ଖାଦ୍ୟ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଭାରତକୁ ବିଶ୍ୱରେ ଏକ ଆଶାର କିରଣରେ ପରିଣତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

୬୫ ବର୍ଷ ପୂର୍ବେ ଭାରତରେ ଅନୁଷ୍ଠିତ ଶେଷ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , ସେତେବେଳେ ଭାରତ ଏକ ନୂତନ ସ୍ୱାଧୀନ ରାଷ୍ଟ୍ର ଥିଲା , ସେହି ସମୟ ଭାରତର ଖାଦ୍ୟ ସୁରକ୍ଷା ଏବଂ କୃଷି ପାଇଁ ଏକ ଆହ୍ୱାନମୂଳକ ସମୟ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜି ଭାରତ ଏକ ଖାଦ୍ୟ ବଳକା ଦେଶ, କ୍ଷୀର, ଡାଲି ଏବଂ ମସଲା ଉତ୍ପାଦନରେ ସର୍ବବୃହତ୍ ରାଷ୍ଟ୍ର ଏବଂ ଖାଦ୍ୟଶସ୍ୟ, ଫଳ, ପନିପରିବା, କପା, ଚିନି, ଚା ଏବଂ ମାଛ ଚାଷରେ ଦ୍ୱିତୀୟ ବୃହତ୍ତମ ଉତ୍ପାଦନକାରୀ ଦେଶ । ସେ ସେହି ସମୟକୁ ମନେ ପକାଇଥିଲେ ଯେତେବେଳେ ଭାରତର ଖାଦ୍ୟ ନିରାପତ୍ତା ବିଶ୍ୱ ପାଇଁ ଚିନ୍ତାର ବିଷୟ ଥିଲା ଏବଂ ଆଜି ଭାରତ ବିଶ୍ୱ ଖାଦ୍ୟ ଏବଂ ପୋଷଣ ନିରାପତ୍ତାକୁ ସମାଧାନ ପ୍ରଦାନ କରୁଛି । ତେଣୁ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଉପରେ ଆଲୋଚନା ପାଇଁ ଭାରତର ଅଭିଜ୍ଞତା ମୂଲ୍ୟବାନ ଏବଂ ଏହା ଦକ୍ଷିଣ ବିଶ୍ୱ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀ 'ବିଶ୍ୱ ବନ୍ଧୁ' ଭାବରେ ବିଶ୍ୱ କଲ୍ୟାଣ ପାଇଁ ଭାରତର ପ୍ରତିବଦ୍ଧତା ସମ୍ପର୍କରେ ଦୋହରାଇ ଥିଲେ । ସେ ବିଶ୍ୱ କଲ୍ୟାଣ ପାଇଁ ଭାରତର ଦୃଷ୍ଟିକୋଣକୁ ମନେ ପକାଇଥିଲେ ଏବଂ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ', 'ମିଶନ ଏଲ୍‌ଆଇଏଫ୍‌ଇ' ଏବଂ 'ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ' ପାଇଁ ଭାରତ ଦ୍ୱାରା ଉପସ୍ଥାପିତ ବିଭିନ୍ନ ମନ୍ତ୍ର ବିଷୟରେ ଉଲ୍ଲେଖ କରିଥିଲେ । ମନୁଷ୍ୟ, ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟକୁ ଭୂମିଗତ କକ୍ଷ (ସାଇଲୋ)ରେ ନ ଦେଖିବା ପାଇଁ ଭାରତର ଆଭିମୁଖ୍ୟ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । 'ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ' ର ସାମଗ୍ରିକ ଆଭିମୁଖ୍ୟ ଆଧାରରେ ହିଁ ସ୍ଥାୟୀ କୃଷି ଓ ଖାଦ୍ୟ ବ୍ୟବସ୍ଥା ସମ୍ମୁଖରେ ଆସୁଥିବା ଆହ୍ୱାନ ଗୁଡିକର ମୁକାବିଲା କରାଯାଇପାରିବ ବୋଲି ସେ କହିଥିଲେ ।

"ଭାରତର ଅର୍ଥନୈତିକ ନୀତିର କେନ୍ଦ୍ରରେ କୃଷି ରହିଛି” , ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହିତ ଏହା କହିଥିଲେ ଯେ , ଭାରତର ୯୦ ପ୍ରତିଶତ କ୍ଷୁଦ୍ର କୃଷକ ଯେଉଁ ମାନଙ୍କର ଅଳ୍ପ ଜମି ଅଛି ସେମାନେ ଭାରତର ଖାଦ୍ୟ ନିରାପତ୍ତାର ସବୁଠାରୁ ବଡ଼ ଶକ୍ତି ଅଟନ୍ତି । ଏସିଆର ଅନେକ ବିକାଶଶୀଳ ଦେଶରେ ସମାନ ସ୍ଥିତି ରହିଛି ଯାହା ଭାରତର ମଡେଲକୁ ଲାଗୁ କରୁଛି ବୋଲି ସେ ଦର୍ଶାଇଥିଲେ । ପ୍ରାକୃତିକ କୃଷିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାସାୟନିକ ପଦାର୍ଥ ମୁକ୍ତ ପ୍ରାକୃତିକ ଚାଷକୁ ବ୍ୟାପକ ସ୍ତରରେ ପ୍ରୋତ୍ସାହିତ କରିବାର ସକାରାତ୍ମକ ଫଳାଫଳ ଦେଶରେ ଦେଖିବାକୁ ମିଳେ ।

ଚଳିତ ବର୍ଷ ବଜେଟରେ ସ୍ଥାୟୀ ଏବଂ ଜଳବାୟୁ ସହନଶୀଳ ଚାଷ ଉପରେ ଗୁରୁତ୍ୱ ଦିଆଯିବା ସହିତ ଭାରତର କୃଷକମାନଙ୍କୁ ସହାୟତା କରିବା ପାଇଁ ଏକ ସମ୍ପୂର୍ଣ୍ଣ ପାରିବେଶିକ ବ୍ୟବସ୍ଥା ବିକଶିତ କରିବା ଉପରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଜଳବାୟୁ ସହନଶୀଳ ଫସଲ ସମ୍ବନ୍ଧୀୟ ଗବେଷଣା ଏବଂ ବିକାଶ ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ୧୯୦୦ ନୂତନ ଜଳବାୟୁ ସହନଶୀଳ ପ୍ରଜାତିକୁ କୃଷକମାନଙ୍କୁ ହସ୍ତାନ୍ତର କରାଯାଇଛି । ସେ ଭାରତରେ ପାରମ୍ପରିକ କିସମ ତୁଳନାରେ ୨୫ ପ୍ରତିଶତ କମ୍ ପାଣି ଆବଶ୍ୟକ କରୁଥିବା ଚାଉଳ ପ୍ରଜାତିର ଉଦାହରଣ ଦେଇଥିଲେ ଏବଂ କଳା ଚାଉଳକୁ ସୁପରଫୁଡ୍ ଭାବରେ ଉପସ୍ଥାପିତ କରିଥିଲେ । "ମଣିପୁର, ଆସାମ ଏବଂ ମେଘାଳୟର କଳା ଚାଉଳ ଏହାର ଔଷଧୀୟ ଗୁଣ ହେତୁ ପସନ୍ଦଯୋଗ୍ୟ" ବୋଲି ସେ କହିବା ସହିତ ଭାରତ ଏହା ସମ୍ବନ୍ଧୀୟ ଅନୁଭୂତିକୁ ବିଶ୍ୱ ସମୁଦାୟ ସହିତ ବାଣ୍ଟିବାକୁ ସମାନ ଭାବରେ ଆଗ୍ରହୀ ବୋଲି ମତ ଦେଇଥିଲେ ।

ଜଳ ଅଭାବ ଏବଂ ଜଳବାୟୁ ପରିବର୍ତ୍ତନ ସହିତ ପୋଷଣ ଆହ୍ୱାନର ଗମ୍ଭୀରତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ । ସୁପରଫୁଡର 'ସର୍ବନିମ୍ନ ଜଳ ଏବଂ ସର୍ବାଧିକ ଉତ୍ପାଦନ' ର ଗୁଣବତ୍ତାକୁ ଦୃଷ୍ଟିରେ ରଖି ସେ ଶ୍ରୀ ଅନ୍ନ, ମିଲେଟ୍ କୁ ଏକ ସମାଧାନ ଭାବରେ ଉପସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ମିଲେଟ୍ ବାସ୍କେଟକୁ ବିଶ୍ୱ ସହିତ ବାଣ୍ଟିବା ପାଇଁ ଭାରତର ଇଚ୍ଛା ପ୍ରକାଶ କରିଥିଲେ ଏବଂ ଗତ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରାଯାଉଥିବା ବିଷୟରେ ଉଲ୍ଲେଖ କରିଥିଲେ ।

 

କୃଷିକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ସୌର ଚାଷ ଫଳରେ କୃଷକମାନେ ଶକ୍ତି ପ୍ରଦାନକାରୀ ପାଲଟିଛନ୍ତି ବୋଲି ଉଲ୍ଲେଖ କରିବା ସହିତ, ଡିଜିଟାଲ କୃଷି ବଜାର ଅର୍ଥାତ୍ ଇ - ନାମ, କିଷାନ କ୍ରେଡିଟ୍ କାର୍ଡ ଏବଂ ପିଏମ ଫସଲ ବୀମା ଯୋଜନା ବିଷୟରେ ଆଲୋଚନା କରିଥିଲେ । ପାରମ୍ପରିକ କୃଷକଙ୍କ ଠାରୁ ଆରମ୍ଭ କରି କୃଷି ଷ୍ଟାର୍ଟଅପ୍‌, ପ୍ରାକୃତିକ ଚାଷ ଠାରୁ ଆରମ୍ଭ କରି ଫାର୍ମ ଷ୍ଟେ ଏବଂ ଫାର୍ମ – ଟୁ - ଟେବୁଲ୍ ପର୍ଯ୍ୟନ୍ତ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଗୁଡ଼ିକର ଆନୁଷ୍ଠାନିକୀକରଣ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଗତ ୧୦ ବର୍ଷ ମଧ୍ୟରେ ୯୦ ଲକ୍ଷ ହେକ୍ଟର ଜମିକୁ କ୍ଷୁଦ୍ର ଜଳସେଚନ ଅଧୀନରେ ଅଣାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଭାରତ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଥିବାରୁ ଉଭୟ କୃଷି ଓ ପରିବେଶ ଉପକୃତ ହେଉଛି ବୋଲି ସେ କହିଥିଲେ ।

ଭାରତରେ କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ଉପଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ଗୋଟିଏ କ୍ଲିକ୍ ରେ ୧୦ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯାଇଥାଏ ଏବଂ ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ଏକ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଯାହା କୃଷକମାନଙ୍କୁ ବାସ୍ତବ ସମୟ ସୂଚନା ପ୍ରଦାନ କରେ ଏବଂ ସେମାନଙ୍କୁ ଡାଟା ଭିତ୍ତିକ ନିଷ୍ପତ୍ତି ନେବାକୁ ସକ୍ଷମ କରେ । ଏହି ପଦକ୍ଷେପ ଦ୍ୱାରା କୋଟି କୋଟି କୃଷକ ଉପକୃତ ହେବେ ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । କୃଷକ ମାନଙ୍କୁ ସେମାନଙ୍କ ଜମି ପାଇଁ ଡିଜିଟାଲ ପରିଚୟ ନମ୍ବର ଦିଆଯିବ, ଚାଷକ୍ଷେତ୍ରରେ ଡ୍ରୋନକୁ ପ୍ରୋତ୍ସାହନ ଦେବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ ହେବ, କୃଷିରେ ଡ୍ରୋନ୍‌ର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ 'ଡ୍ରୋନ୍ ଦିଦି' ମାନଙ୍କୁ ଡ୍ରୋନ୍ ଚଳାଇବା ନିମନ୍ତେ ପ୍ରଶିକ୍ଷଣ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ପଦକ୍ଷେପ କେବଳ ଭାରତର କୃଷକମାନଙ୍କ ପାଇଁ ଲାଭଦାୟକ ହେବ ନାହିଁ ବରଂ ବିଶ୍ୱ ଖାଦ୍ୟ ନିରାପତ୍ତାକୁ ମଧ୍ୟ ସୁଦୃଢ଼ କରିବ ।

 

ଅଭିଭାଷଣ ଶେଷ କରି , ପ୍ରଧାନମନ୍ତ୍ରୀ ବହୁ ସଂଖ୍ୟକ ଯୁବକଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଆଗାମୀ ପାଞ୍ଚ ଦିନରେ ବିଶ୍ୱକୁ ନିରନ୍ତର କୃଷି - ଖାଦ୍ୟ ପ୍ରଣାଳୀ ସହିତ ଯୋଡ଼ିବାର ଉପାୟ ବାହାରିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । "ଆମେ ପରସ୍ପର ଠାରୁ ଶିଖିବୁ ଏବଂ ପରସ୍ପରକୁ ଶିକ୍ଷା ମଧ୍ୟ ଦେବୁ", ବୋଲି ସେ ଶେଷରେ କହିଥିଲେ ।

ଏହି ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ, ସମ୍ମିଳନୀ ସଭାପତି ପ୍ରଫେସର ମତିନ କୈମ୍ ଏବଂ ଡିଏଆରଇର ସମ୍ପାଦକ ତଥା ଆଇସିଏଆରର ଡିଜି ଡ. ହିମାଂଶୁ ପାଠକ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସଂଘ ଦ୍ୱାରା ଆୟୋଜିତ ଏହି ତ୍ରିବାର୍ଷିକ ସମ୍ମିଳନୀ ୬୫ ବର୍ଷ ପରେ ଭାରତରେ ଆୟୋଜିତ ହେଉଥିବା ବେଳେ ଅଗଷ୍ଟ ୨ ତାରିଖରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ଅନୁଷ୍ଠିତ ହେଉଛି ।

ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ହେଉଛି, "ସ୍ଥାୟୀ କୃଷି - ଖାଦ୍ୟ ପ୍ରଣାଳୀ ଦିଗରେ ପରିବର୍ତ୍ତନ । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳ ଅବକ୍ଷୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ସଂଘର୍ଷ ଭଳି ବିଭିନ୍ନ ବୈଶ୍ୱିକ ଆହ୍ୱାନ ଗୁଡିକର ସମ୍ମୁଖୀନ ହୋଇ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତାକୁ ମୁକାବିଲା କରିବା ହେଉଛି ଏହାର ଲକ୍ଷ୍ୟ । ଏହି ସମ୍ମିଳନୀ ବିଶ୍ୱ କୃଷି ଆହ୍ୱାନ ଗୁଡିକର ମୁକାବିଲା ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରିବ ଏବଂ ଦେଶର କୃଷି ଗବେଷଣା ଏବଂ ନୀତିଗତ ଅଗ୍ରଗତିକୁ ପ୍ରଦର୍ଶିତ କରିବ ।

 

ଆଇସିଏଇ ୨୦୨୪ ପ୍ଲାଟଫର୍ମ ଯୁବ ଗବେଷକ ଏବଂ ଅଗ୍ରଣୀ ବୃତ୍ତିଜୀବୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ ଏବଂ ନେଟୱାର୍କକୁ ବିଶ୍ୱସ୍ତରୀୟ ସମକକ୍ଷମାନଙ୍କ ସହିତ ଉପସ୍ଥାପନ କରିବାକୁ ଅନୁମତି ଦେଇଥାଏ । ଗବେଷଣା ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା, ଉଭୟ ଜାତୀୟ ଏବଂ ବୈଶ୍ୱିକ ସ୍ତରରେ ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରିବା ଏବଂ ଡିଜିଟାଲ କୃଷି ଏବଂ ସ୍ଥାୟୀ କୃଷି - ଖାଦ୍ୟ ବ୍ୟବସ୍ଥାର ଅଗ୍ରଗତି ସମେତ ଭାରତର କୃଷି ପ୍ରଗତିକୁ ପ୍ରଦର୍ଶିତ କରିବା ଏହାର ଲକ୍ଷ୍ୟ । ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”