Transparency and accountability are requisite for democratic and participative governance: PM Modi
Empowered citizens are strongest pillars of our democracy: PM Modi
Five Pillars of Information highways- Ask, Listen, Interact, Act and Inform, says PM Modi
India is rapidly moving towards becoming a digitally empowered society: PM Narendra Modi
A new work culture has developed; projects are now being executed with a set time frame: PM Modi
GeM is helping a big way in public procurement of goods and services. This has eliminated corruption: PM Modi
Over 1400 obsolete laws have been repealed by our Government: Prime Minister

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ଙ୍କ ନୂତନ ଭବନର ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ସେ ଉଲ୍ଲେଖ କରିଥିଲେ ଯେ ଏହି ନୂଆ କୋଠାର ନିର୍ମାଣ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଶେଷ ହୋଇଛି ଏବଂ ସେ ଏହି ନିର୍ମାଣରେ ସମ୍ପୃକ୍ତ ସମସ୍ତ ସଂସ୍ଥାକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ପରିବେଶ ଅନୁକୂଳ ଗୃହ-4 ମାନ୍ୟତାପ୍ରାପ୍ତ ଏହି ଭବନ ଶକ୍ତି ସଂଚୟ ସୁନିଶ୍ଚିତ କରିବା ସହ ପରିବେଶ ସଂରକ୍ଷଣରେ ସହାୟତା କରିପାରିବ ।

ଏହି ନୂତନ ଭବନ ସିଆଇସିଙ୍କ କାର୍ଯ୍ୟାଧାରାରେ ଉତ୍ତମ ସମନ୍ୱୟ ଏବଂ ଏକୀକରଣ ଆଣିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

 

ସିଆଇସିଙ୍କ ମୋବାଇଲ ଆପ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ନାଗରିକମାନଙ୍କୁ ସହଜରେ ଆବେଦନ କରିବା ଲାଗି ସୁବିଧା ଯୋଗାଇ ଦେବ ଏବଂ ସେମାନେ ଆୟୋଗଙ୍କ ପକ୍ଷରୁ ଉପଲବ୍ଧ କରାଯାଉଥିବା ସୂଚନାକୁ ସହଜରେ ଦେଖିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଣତାନ୍ତ୍ରିକ ଏବଂ ଅଂଶଗ୍ରହଣକାରୀ ପ୍ରଶାସନ ପାଇଁ ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ସିଆଇସି ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି । ସେ କହିଥିଲେ ଯେ ଏପରି ଅନୁଷ୍ଠାନ ବିଶ୍ୱାସ ଆଧାରିତ ପ୍ରଶାସନର ଉତପ୍ରେରକ ଭାବେ କାର୍ଯ୍ୟ କରିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ “ସଶକ୍ତ ନାଗରିକ” ହେଉଛନ୍ତି ଆମ ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ । ସେ କହିଥିଲେ ଯେ ଗତ 4 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ସୂଚୀତ ଏବଂ ସଶକ୍ତ କରିଆସୁଛନ୍ତି । ଆଧୁନିକ ସୂଚନା ରାଜମାର୍ଗର 5ଟି ସ୍ତମ୍ଭ ବିଷୟରେ ସେ ପରିଗଣନା କରିଥିଲେ ।

ସେ କହିଥିଲେ ଯେ ପ୍ରଥମ ସ୍ତମ୍ଭ ହେଉଛି ପ୍ରଶ୍ନ କରିବା(ସୱାଲ) । ଏହି ପରିପ୍ରେକ୍ଷୀରେ, ସେ ମାଇଁ ଗଭ ନାଗରିକ ସମ୍ପୃକ୍ତି ମଂଚ ବିଷୟରେ ଉଲ୍ଲେଖ କରିଥିଲେ । ଦ୍ୱିତୀୟ ସ୍ତମ୍ଭ ହେଉଛି ପରାମର୍ଶ ଶୁଣିବା (ସୁଝାଓ) । ସେ କହିଥିଲେ ଯେ ସରକାର ସିପିଗ୍ରାମ୍ସ ଏବଂ ସାମାଜିକ ଗଣମାଧ୍ୟମରୁ ମିଳୁଥିବା ପରାମର୍ଶ ପ୍ରତି ଗ୍ରହଣଶୀଳ ଏବଂ ଉନ୍ମୁକ୍ତ ରହିଛନ୍ତି ।

ତୃତୀୟ ସ୍ତମ୍ଭ ହେଉଛି ଆଲୋଚନା (ସମ୍ବାଦ) । ସେ କହିଥିଲେ ଯେ ଏହା ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଯୋଗାଯୋଗ ପ୍ରତିଷ୍ଠା କରୁଛି । ଚତୁର୍ଥ ସ୍ତମ୍ଭ ହେଉଛି ସକ୍ରିୟତା । ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଜିଏସଟିର କାର୍ଯ୍ୟାନ୍ୱୟନ ସମୟରେ ସକ୍ରିୟ ଭାବେ ଅଭିଯୋଗ ଏବଂ ପରାମର୍ଶଗୁଡ଼ିକୁ ଗ୍ରହଣ କରାଯାଉଥିଲା ।

ପଞ୍ଚମ ସ୍ତମ୍ଭ ହେଉଛି ସୂଚନା । ପ୍ରଧାନମନ୍ତ୍ରୀ କହିଥିଲେ ସରକାରଙ୍କ କର୍ତ୍ତବ୍ୟ ହେଉଛି ନିଜର କାର୍ଯ୍ୟକଳାପ ବିଷୟରେ ନାଗରିକମାନଙ୍କୁ ସୂଚନା ଦେବା । ସେ କହିଥିଲେ ଯେ ପ୍ରକୃତ ସମୟ ଅପଡେଟ, ଅନଲାଇନ ଡେଶବୋର୍ଡ ମାଧ୍ୟମରେ ନାଗରିକମାନଙ୍କୁ ସୂଚନା ଦେବା ଲାଗି ସରକାର ଏକ ନୂଆ ଅଭ୍ୟାସ ଆରମ୍ଭ କରିଛନ୍ତି । ସୌଭାଗ୍ୟ ଏବଂ ଉଜାଲା ଭଳି ଯୋଜନାର ଅଗ୍ରଗତି ବିଷୟରେ ସୂଚନା ଉପଲବ୍ଧ କରାଯାଉଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପୃକ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ୱେବ ପୋର୍ଟାଲରେ ସୂଚନା ଅପଲୋଡ କରିବା ଲାଗି ସାଧାରଣତଃ ଦାବି କରାଯାଇଥାଏ । ସେ କହିଥିଲେ ଯେ ନାଗରିକ ସେବାର ମାନ ଏବଂ ପାରଦର୍ଶିତାରେ ସୁଧାର ଆଣିବା ନିମନ୍ତେ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କରାଯାଉଛି । ସେହିପରି ପ୍ରକୃତ ସମୟରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଟ୍ରାକ କରାଯାଇପାରୁଛି । ସେ କହିଥିଲେ ଯେ ଗତ ସପ୍ତାହରେ ପ୍ରଗତିର ବୈଠକରେ କେଦାରନାଥ ପୁନଃନିର୍ମାଣ କାର୍ଯ୍ୟ ଏକ ଡ୍ରୋନ କ୍ୟାମେରା ମାଧ୍ୟମରେ ସମୀକ୍ଷା କରାଯାଇଥିଲା । ସେ କହିଥିଲେ ଯେ ପ୍ରଗତି ବୈଠକ ଦ୍ୱାରା 9 ଲକ୍ଷ କୋଟି ଟଙ୍କା ନିବେଶ ମୂଲ୍ୟର ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବାରେ ସହାୟତା ମିଳିପାରୁଛି ।

ଯୋଗାଣ ଏବଂ ସମାଧାନ ମହାନିର୍ଦ୍ଦେଶାଳୟ ବନ୍ଦ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ସରକାରୀ କ୍ରୟ ବର୍ତ୍ତମାନ ସରକାରୀ ଇ-ମାର୍କେଟ କିମ୍ବା ଜିଇଏମ ପ୍ଲାଟଫର୍ମରେ କରାଯାଉଛି । ଏହା ସରକାରୀ କ୍ରୟରେ ଦୁର୍ନୀତି ଦୂର କରୁଛି ଏବଂ ପାରଦର୍ଶିତା ଆଣୁଛି ବୋଲି ସେ ଉଲ୍ଲେଖ କରିଥିଲେ । ସରକାର-ନାଗରିକ ସମ୍ପର୍କରେ ମାନବୀୟ ହସ୍ତକ୍ଷେପକୁ ସର୍ବନିମ୍ନ କରିବା ସମ୍ପର୍କରେ ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟବସ୍ଥାରେ ପାରଦର୍ଶିତା ବୃଦ୍ଧି ପାଇଲେ, ସରକାରଙ୍କ ପ୍ରତି ବିଶ୍ୱାସ ବୃଦ୍ଧି ପାଇଥାଏ ।

ସେ କହିଥିଲେ ଯେ ନାଗରିକମାନେ ସେମାନଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ସଚେତନ ହେବା ଉଚିତ । ସେ କହିଥିଲେ ଯେ “କାର୍ଯ୍ୟ ଅଧିକାର”ର ଗୁରୁତ୍ୱ ସମ୍ପର୍କରେ ସିଆଇସି ଲୋକମାନଙ୍କୁ କହିପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକାରର ସନ୍ଧାନରେ, କର୍ତ୍ତବ୍ୟକୁ ଭୁଲଯିବା ଉଚିତ ନୁହେଁ । ବର୍ତ୍ତମାନର ପରିସ୍ଥିତି ଏବଂ ଭବିଷ୍ୟତର ଆହ୍ୱାନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଉତ୍ତରଦାୟୀ ପ୍ରତିଷ୍ଠାନ ନିଜର ଅଧିକାର ଏବଂ କର୍ତ୍ତବ୍ୟ ମଧ୍ୟରେ ତାରତମ୍ୟ ରଖିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning 19 medals at 22nd Asian U20 Athletics Championships
June 01, 2026

The Prime Minister, Shri Narendra Modi today congratulated the Indian contingent for its outstanding performance at the 22nd Asian U20 Athletics Championships.

The Prime Minister congratulated the Indian contingent on winning 19 medals, including 10 Gold medals, at the Championships.

The Prime Minister said that the achievement reflects the determination and excellence of India’s young athletes.

He expressed hope that these accomplishments would inspire many more young Indians to pursue sports in the years to come.

The Prime Minister wrote on X;

“Congratulations to the Indian contingent at the 22nd Asian U20 Athletics Championships for winning 19 medals, including 10 Golds. This outstanding performance reflects the determination and excellence of India’s young athletes. May these achievements inspire many more young Indians to pursue sports in the years to come.”