Several projects in Delhi which were incomplete for many years were taken up by our government and finished before the scheduled time: PM
All MPs have taken care of both the products and the process in the productivity of Parliament and have attained a new height in this direction: PM
Parliament proceedings continued even during the pandemic: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାଂସଦମାନଙ୍କ ନିମନ୍ତେ ନିର୍ମିତ ବହୁତଳ ଫ୍ଲାଟଗୁଡ଼ିକର ଉଦଘାଟନ କରିଛନ୍ତି । ଏହିସବୁ ଫ୍ଲାଟ ନୂଆଦିଲ୍ଲୀର ଡକ୍ଟର ବି ଡ଼ି ମାର୍ଗରେ ନିର୍ମିତ ହୋଇଛି । 80 ବର୍ଷରୁ ଅଧିକ ପୁରୁଣା ଆଠଟି ବଙ୍ଗଳାକୁ ଭାଙ୍ଗି ଏହା ସ୍ଥାନରେ ସେଠାରେ ମୋଟ 76ଟି ଫ୍ଲାଟ ନିର୍ମିତ ହୋଇଛି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ସଂସଦର ସଦସ୍ୟମାନଙ୍କ ପାଇଁ ବହୁତଳବିଶିଷ୍ଟ ଫ୍ଲାଟରେ ହରିତ ଭବନଗୁଡ଼ିକୁ ସମ୍ପ୍ରତି ସାମିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ସେ ଆଶା ବ୍ୟକ୍ତ କରି କହିଛନ୍ତି ଯେ ଏହିସବୁ ଫ୍ଲାଟ୍ ସମସ୍ତ ନବୀଶ ଏବଂ ସଂସଦ ସଦସ୍ୟମାନଙ୍କୁ ସୁରକ୍ଷିତ ରଖିବ । ସେ କହିଲେ ଯେ ସାଂସଦମାନଙ୍କ ପାଇଁ ଆବାସୀୟ ସମସ୍ୟା ଢ଼େର୍ ପୁରୁଣା । ଏହାର ସମାଧାନ କରାଯାଇ ନଥିଲା । କିନ୍ତୁ ଏବେ ଆଉ ଏହି ସମସ୍ୟା ରହିବ ନାହିଁ । ସରକାର ତାହାର ସ୍ଥାୟୀ ସମାଧାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଏହି ସମସ୍ୟାକୁ ଦୂର କରିବା ନିମନ୍ତେ ସରକାର ଗୁରୁତ୍ୱର ସହ ଚିନ୍ତା କରିବା ସହ ଏଭଳି ଫ୍ଲାଟ ନିର୍ମାଣ କରିଛନ୍ତି । ସମସ୍ୟାକୁ ଦୂରେଇ ଦେଲେ ତାହାର ସମାଧାନ ହୋଇଯିବ ନାହିଁ । ଏହାର ସମାଧାନ ସୂତ୍ର ବାହାର କରାଯିବା ଉଚିତ । ପ୍ରଧାନମନ୍ତ୍ରୀ କହିଲେ ଯେ ଦିଲ୍ଲୀରେ ତାଙ୍କ ସରକାର ଏଭଳି ଅନେକ ପରିଯୋଜନା ଯାହାକି କେବଳ ଶିଳାନ୍ୟାସ ଅବସ୍ଥାରେ କିମ୍ବା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିଲା ସେସବୁକୁ ସଂପୂର୍ଣ୍ଣ କରୁଛନ୍ତି । ଯେଉଁସବୁ ପ୍ରକଳ୍ପ ବର୍ଷ ବର୍ଷ ଧରି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଥିଲା ସେସବୁକୁ ଏକ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ସରକାର ଶେଷ କରିଛନ୍ତି । ସେ କହିଲେ ଯେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକ ନିର୍ମାଣ ସମ୍ପର୍କରେ ବିଚାର ବିମର୍ଶ ଆରମ୍ଭ କରାଯାଇଥିଲା । ଦୀର୍ଘ 23 ବର୍ଷର ପ୍ରତୀକ୍ଷା ପରେ ଏହି ସରକାର ସେ ସ୍ମାରକକୁ ନିର୍ମାଣ କରିଛନ୍ତି । କେନ୍ଦ୍ରୀୟ ସୂଚନା ଆୟୋଗର ନୂତନ ଭବନ, ଇଣ୍ଡିଆ ଗେଟ ନିକଟରେ ଯୁଦ୍ଧ ସ୍ମାରକ ନିର୍ମାଣ ଏବଂ ରାଷ୍ଟ୍ରୀୟ ପୁଲିସ ସ୍ମାରକ ନିର୍ମାଣ ତାଙ୍କ ସରକାର ସଂପୂର୍ଣ୍ଣ କରିଛନ୍ତି । କିନ୍ତୁ ତାହା ଦୀର୍ଘ ଦିନ ଧରି ପ୍ରତିଷ୍ଠା କରାଯାଇନଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ସଂସଦର ଉପଯୋଗିତା ଏବଂ ଏହାର ପ୍ରକ୍ରିୟାରେ ସେ ସମସ୍ତ ଧ୍ୟାନ ରଖିଛନ୍ତି । ସେମାନଙ୍କ କାର୍ଯ୍ୟ ଏବଂ ଠୋସ ପ୍ରକ୍ରିୟା ଦ୍ୱାରା ସଦନକୁ ଚଳାଇବା ସକାଶେ ଲୋକସଭା ଅଧ୍ୟକ୍ଷଙ୍କ ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଲେ ଯେ ଏହା ବେଶ୍ ଖୁସିର କଥା ଯେ କରୋନା ମହାମାରୀ ସ୍ଥିତିରେ ସୁଦ୍ଧା ସଂସଦର କାର୍ଯ୍ୟ ନୂତନ ନିୟମ ଅନୁସାରେ ସୁଚାରୁରୂପେ ଜାରି ରହିଛି ଏବଂ ଅନେକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରଯାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ମୌସୁମୀ ଅଧିବେଶନ ସମୟରେ ଗୃହର କାର୍ଯ୍ୟ ସୁଚାରୁରୂପେ ପରିଚାଳନା ନିମନ୍ତେ ଉଭୟ ସଦନ ସପ୍ତାହାନ୍ତରେ ମଧ୍ୟ କାର୍ଯ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଦେଶର ଯୁବବର୍ଗଙ୍କ ନିମନ୍ତେ 16-18 ବର୍ଷର ଆୟୁସୀମା ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ସେ କହିଲେ ଯେ 2019ର ସାଧାରଣ ନିର୍ବାଚନ ସହିତ ଆମେ 16ତମ ଲୋକସଭାର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଛୁ ଏବଂ ଏହି ଅବଧି ଦେଶର ପ୍ରଗତି ଓ ବିକାଶ ନିମନ୍ତେ ଯେତିକି ଐତିହାସିକ ସେତିକି ମହତ୍ତ୍ୱପୂର୍ଣ୍ଣ । ସେ କହିଲେ ଯେ ସପ୍ତଦଶ ଲୋକସଭାର କାର୍ଯ୍ୟକାଳ 2019 ମସିହାରୁ ଆରମ୍ଭ ହୋଇଛି ଏବଂ ଏହି ଅବଧିରେ ଲୋକସଭା ଏଯାବତ୍ ଅନେକ ଐତିହାସିକ ନିର୍ଣ୍ଣୟ ଗ୍ରହଣ କରିସାରିଛି । ପ୍ରଧାନମନ୍ତ୍ରୀ ଦୃଢ଼ତା ବ୍ୟକ୍ତ କରି କହିଲେ ଯେ ଆଗାମୀ (ଅଷ୍ଟାଦଶ) ଲୋକସଭା ମଧ୍ୟ ନୂତନ ଦଶକରେ ଦେଶକୁ ଆଗକୁ ଆଗେଇ ନେବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour