ବୀନା- ପାଙ୍କି ମଲଟିପ୍ରଡକ୍ଟ ପାଇପ ଲାଇନର କଲେ ଶୁଭାରମ୍ଭ
“ ଉତ୍ତର ପ୍ରଦେଶର ଡବଲ ଇଞ୍ଜିନ୍ ସରକାର ଆଜି ଅତୀତରେ ଯେଉଁ ସମୟ ବରବାଦ ହୋଇଛି ତାହା ଭରଣା କରୁଛନ୍ତି । ଆମେ ଦୁଇଗୁଣା ବେଗରେ କାର୍ଯ୍ୟ କରୁଛୁ ।”
“ ଆମ ସରକାର କାନପୁର ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲାଏବଂ ଆମ ସରକାରଏବେଏହା ଦେଶବାସୀଙ୍କୁ ଉତ୍ସର୍ଗ କରିଛି । ଆମ ସରକାର ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଆଧାରଶୀଳା ରଖିଥିଲାଏବଂ ଆମ ସରକାରହିଁଏହି କାର୍ଯ୍ୟ ସଂପୂର୍ଣ୍ଣ କରିଛି ।”
“ ଯଦି ଆମେ ଆଜି କାନପୁରକୁ ହିସାବକୁ ନେଉ, ତେବେ ଉତ୍ତର ପ୍ରଦେଶରେ ମେଟ୍ରୋ ରେଳସେବାର ମୋଟ ଦୈର୍ଘ୍ୟ ୯୦ କିଲୋମିଟରରୁ ଅଧିକ ହୋଇଛି । ୨୦୧୪ ମସିହାରେଏହା ମାତ୍ର ୯ କିଲୋମିଟର ଥିଲାଏବଂ ୨୦୧୭ରେ ୧୮ କିଲୋମିଟର ଥିଲା ।”
“ରାଜ୍ୟସ୍ତରରେ, ସମାଜରେ ଥିବା ସକଳ ପ୍ରକାର ଅସମାନତାକୁ ଦୂର କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ।ସେଇଥି ପାଇଁ ଆମ ସରକାର ସବକା ସାଥ ସବକା ବିକାଶ ମନ୍ତ୍ର ଆଧାରରେ କାର୍ଯ୍ୟକରୁଛି ।”
“ ଡବଲ ଇଞ୍ଜିନ୍ ସରକାରରେ ଉତ୍ତମ ରୂପେ ଜାଷର ଲକ୍ଷ୍ୟ କିଭଳି ସ୍ଥିର କରିବାକୁ ହୁଏ ଏବଂ ଏହାକୁ କିଭଳି ଭାବେ ହାସଲ କରାଯାଇପାରେ ।”

ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋରେଳ ପ୍ରକଳ୍ପକୁ ପରିଦର୍ଶନ କରିବ ।ସହ ଆଇଆଇଟି ମେଟ୍ରୋ ଷ୍ଟେସନ ଠାରୁ ଗୀତା ନଗର ପର୍ଯ୍ୟନ୍ତ ମେଟ୍ରୋ ରେଳଯାତ୍ରା କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ବୀନା- ପାଙ୍କି ମଲଟିପ୍ରଡକ୍ଟ ପାଇପଲାଇନ୍ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ।ଏହି ପାଇପ ଲାଇନ୍ ମଧ୍ୟ ପ୍ରଦେଶର ବୀନା ତୈଳ ବିଶୋଧନାଗାର ଠାରୁ କାନପୁରର ପାଙ୍କି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛିଏବଂଏହା ଫଳରେ ବୀନା ବିଶୋଧନାଗାର କ୍ଷେତ୍ରର ପେଟ୍ରୋଲିୟମ୍‌ଜାତ ପଦାର୍ଥ ଏହି କ୍ଷେତ୍ରରେ ସହଜରେ ଉପଲବ୍ଧ ହୋଇପାରିବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଏହି  ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କାନପୁରବାସୀଙ୍କୁ ମେଟ୍ରୋ ସଂଯୋଗର ସୁବିଧା ଏବଂ ପାଇପ ଲାଇନ୍ ପ୍ରକଳ୍ପ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ । କାନପୁର ସହର ସହିତ ତାଙ୍କର ଦୀର୍ଘ ଦିନର ସଂପର୍କ ବିଷୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ ।ଏହି ପରିପ୍ରେକ୍ଷୀରେ ସେ ଅନେକ ସ୍ଥାନୀୟ ପ୍ରସଙ୍ଗ ଉଲ୍ଲେଖ କରିଥିଲେଏବଂ କାନପୁରବାସୀଙ୍କ ହସହସ ସ୍ୱଭାବ ଏବଂ ମୁକ୍ତ ଜୀବନଶୈଳୀକୁ ପରିହାସ ଛଳରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହିସହର ଦୀନ ଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ, ସୁନ୍ଦର ସିଂହ ଭଣ୍ଡାରୀଙ୍କ ଭଳି ତୁଙ୍ଗ ନେତାଙ୍କୁ ଗଢ଼ିବାରେ ସହାୟକ ହୋଇଛି ।ଏହି ପରିପ୍ରେକ୍ଷୀରେସେ ଆଜିର ଦିନ, ଅର୍ଥାତ୍‌, ମଙ୍ଗଳବାର ଦିନ ପାଙ୍କିୱାଲେ ହନୁମାନଜୀଙ୍କ ଆଶୀର୍ବାଦରୁ ଉତ୍ତର ପ୍ରଦେଶର ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସଂଯୋଗ ହୋଇପାରିଛି ବୋଲି କହିଥିଲେ । “ ଉତ୍ତର ପ୍ରଦେଶର ଡବଲ ଇଂଜିନ ସାକର ଆଜି ଅତୀତରେ ଯେଉଁ ସମୟ ଅଯଥାରେ ବରବାଦ ହୋଇଥିଲାତାହାଭରଣାକରିବା ପ୍ରୟାସରେରହିଛି । ଆମେ ଏଥିପାଇଁ ଦୁଇଗୁଣ ଗତିରେ କାର୍ଯ୍ୟ କରିଚାଲିଛୁ”ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀଏହି ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ଯେ ଉତ୍ତର ପ୍ରଦେଶ ରାଜ୍ୟର ସ୍ୱରୂପରେଏବେ ପରିବର୍ତ୍ତନ ଘଟଛି । ସେ କହିଲେ ଯେ ଯେଉଁରାଜ୍ୟ ପୂର୍ବରୁ ବେଆଇନ ଅସ୍ତ୍ରଶସ୍ତ୍ରର ପେଣ୍ଠସ୍ଥଳୀଭାବେ ଜଣାଶୁଣା ଥିଲାଏବେ ତାହା ପ୍ରତିରକ୍ଷ କରିଡ଼ୋରର ପ୍ରାଣକେନ୍ଦ୍ର ପାଲଟିଛି ଯାହାକି ରାଷ୍ଟ୍ରର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ବିଶେଷ ଯୋଗଦାନ କରିପାରିଛି । ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ କାର୍ଯ୍ୟ କରିବାର ସଂସ୍କୃତି ପ୍ରସଙ୍ଗ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଲେ ଯେ ଡବଲ ଇଂଜିନ ‌ସରକାରଏବେ ଦିନ ରାତି କାର୍ଯ୍ୟକରି ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରୁଛି । ଭିତ୍ତି ପ୍ରସ୍ତର ସ୍ଥାପନ ଦିନଠାରୁହିଁଏହି କାର୍ଯ୍ୟ ଦିନରାତି ସଂପାଦିତ ହେଉଛି। “ଆମ ସରକାର କାନପୁର ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲାଏବଂ ଆଜି ଆମରି ସରକାର ତାହା ଦେଶବାସୀଙ୍କୁ ତାହା ଲୋକାର୍ପିତ କରିଛି । ଆମ ସରକାର ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଆଧାରଶିଳା ରଖିଥିଲାଏବଂ ଆମ ସରକାର ହିଁ ସେହି କାର୍ଯ୍ୟ ସଂପୂର୍ଣ୍ଣ କରିଛି ।”ବୋଲିଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ । ଉତ୍ତର ପ୍ରଦେଶରେଏବେ ସର୍ବବୃହତ୍ ଆନ୍ତର୍ଜାତିକ ବିମାନବନ୍ଦର ନିର୍ମିତହେବାକୁ ଯାଉଛି, ଦୀର୍ଘତମ ଏକ୍ସପ୍ରେସୱେ ନିର୍ମିତ ହେଉଛି ଏବଂ ଏହି ରାଜ୍ୟରେ ସମର୍ପିତ ଫ୍ରେଟ୍ କରିଡୋର ହବ୍ ମୁଣ୍ଡ ଟେକିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ସରକାରଙ୍କ ପ୍ରମୁଖ ସାଫଲ୍ୟର ତାଲିକା ପ୍ରଦାନ ବେଳେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ୨୦୧୪ ମସିହାରେ ଉତ୍ତର ପ୍ରଦେଶରେ ମେଟ୍ରୋ ରେଳର ଦୈର୍ଘ୍ୟମାତ୍ର ୯ କିଲୋମିଟର ଥିଲଏବଂ ୨୦୧୭ମସିହାରେ ତାହା ମାତ୍ର ୧୮ କିଲୋମିଟର ଛୁଇଁଥିଲା । କିନ୍ତୁ କାନପୁର ମେଟ୍ରୋ ରେଳସେବାକୁ ମିଶାଇ ଆଜି ରାଜ୍ୟରେ ମେଟ୍ରୋ ରେଳପଥର ଦୈର୍ଘ୍ୟ ୯୦ କିଲୋମିଟରକୁ ଟପିଛି ବୋଲି ସେ ସୂଚାଇଥିଲେ ।

ଅତୀତର ଅସନ୍ତୁଳିତ ବିକାଶ ଧାରା ପ୍ରସଙ୍ଗରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦଶନ୍ଧି ଦଶନ୍ଧି ଧରି ଯଦି ଦେଶର କେବଳ ଗୋଟିଏ ପାଶ୍ୱର୍ରେ ବିକାଶର ଧାରା ଜାରିରହେ, ତେବେ ଅନ୍ୟ ସବୁ କ୍ଷେତ୍ର ପଛରେ ପଡ଼ିଯିବ । “ ରାଜ୍ୟମାନଙ୍କ ସ୍ତରରେ, ଏହାସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଯେ ସମାଜରେ ଥିବା ସକଳ ପ୍ରକାର ଅମମାନତାକୁ ଦୂର କରାଯିବା ଉଚିତ । ସେଇଥି ପାଇଁ ଆମ ସରକାର ସବକା ସାଥ ସବକା ବିକାଶକୁ ମୂଳ ମନ୍ତ୍ର କରି କାର୍ଯ୍ୟକରୁଛି” ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ରାଜ୍ୟମାନଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଡବଲ ଇଂଜିନ୍ ସରକାର ଠୋସ ‌କାର୍ଯ୍ୟ କରିଚାଲିଛି । ପୂର୍ବରୁ ପାଇପ ‌ଜଳ ଯୋଗାଣ ଉତ୍ତର ପ୍ରଦେଶର କୋଟି କୋଟି ଲୋକଙ୍କ ଘରେ ପହଞ୍ଚି ପାରିନଥିଲା । ଆତି ଆମେ ଉତ୍ତର ପ୍ରଦେଶର ପ୍ରତ୍ୟେକ ପରିବାରଙ୍କ ନିକଟରେ ହର ଘର ଜଳ ମିଶନ ଜରିଆରେ ପାଇପ୍ ଜଳଯୋଗାଣକ ୁସାକାର କରିପାରିଛୁ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ଡବଲ ଇଂଜିନ୍ ସରକାର ନିଷ୍ଠାର ସହିତ ଏବଂ ଉତ୍ତର ଦାୟିତ୍ୱର ସହ କାର୍ଯ୍ୟ କରି ଉତ୍ତର ପ୍ରଦେଶକୁବିକାଶର ଏକ ନୂତନ ଶିଖରରେ ପହଞ୍ଚାଇ ପାରିଛି । ଡବଲ ଇଂଜିନ୍ ସରକାର ଜାଣିଛି କିଭଳି ବିରାଟ ଲକ୍ଷ୍ୟ ସ୍ଥିର କରିବାକୁ ପଡ଼େ ଏବଂ ସେସବୁକୁ କିପରି ଭାବେ ହାସଲ କରାଯାଇ ପାରିବ ।ଏହାର ଉଦାହରଣ ଦେଇ ସେ କହିଲେ ଯେ ବିଜୁଳି ସରବରାହ, ବିଜୁଳି ପରିସ୍ଥିତି, ସହର ଓ ନଦୀମାନଙ୍କ ସ୍ୱଚ୍ଛତା ହାସଲକୁ ସମସ୍ତେଏବେ ମର୍ମେ ମର୍ମେ ଅନୁଭବ କରୁଛନ୍ତି । ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ୨୦୧୪ ମସିହା ସୁଦ୍ଧା ରାଜ୍ୟରେ ସହରାଞ୍ଚଳ ଗରିବ ଲୋକଙ୍କ ପାଇଁ ମାତ୍ର ୨.୫ ଲକ୍ଷ ବାସଗୃହ ନିର୍ମିତ ହୋଇଥିବାବେଳେ ଗତ ସାଢ଼େଚାରି ବର୍ଷ ମଧ୍ୟରେ ୧୭ ଲକ୍ଷ ବାସଗୃହକୁ ମଂଜୁରୀ ପ୍ରଦାନ କରାଯାଇଛି । ସେହିଭଳି ରାସ୍ତାକଡ଼ ଫେରିବାଲାମାନଙ୍କ ପାଇଁ ସରକାର ପ୍ରଥମ ଥର ପାଇଁ ଦୃଷ୍ଟି ପ୍ରଦାନ କରିଛନ୍ତି ଏବଂ ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ୭ ଲକ୍ଷରୁ ଅଧିକ ଲୋକଙ୍କୁ ୭୦୦ କୋଟିରୁ ଅଧିକ ଟଙ୍କା କେବଳ ଉତ୍ତର ପ୍ରଦେଶର ପ୍ରଦାନ କରାଯାଇଛି । କରୋନା ମହାମାରୀ କାଳରେ ସରକାର ରାଜ୍ୟର ୧୫ କୋଟିଲୋକଙ୍କ ପାଇଁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣର ବ୍ୟବସ୍ଥା କରିଥିଲେ । ୨୦୧୪ ମସିହାରେ ଦେଶରେ ମାତ୍ର ୧୪ କୋଟିଏଲପିଜି ସଂଯୋଗ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ଦେଶରେ ୩୦ କୋଟିରୁ ଅଧିକ ପରିବାରଙ୍କ ନିକଟରେଏଲପିଜି ସଂଯୋଗ ରହିଛି ଏବଂ ସେଥିରେ ଉତ୍ତର ପ୍ରଦେଶରେ ୧.୬୦ ଉପଭୋକ୍ତା ରହିଛନ୍ତି ।

ରାଜ୍ୟରେ ଉନ୍ନତ ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଯୋଗୀ ଆଦିତ୍ୟନାଥ ନେତୃତ୍ୱାଧୀନ ସରକାରରେ ଉତ୍ତର ପ୍ରଦେଶରୁ ମାଫିଆ ସଂସ୍କୃତିକୁ ମୂଳୋତ୍ପାଟନ କରାଯାଇପାରିଛି ଏବଂ ଏହା ଫଳରେ ଉତ୍ତର ପ୍ରଦେଶରେ ପୁଂଜି ନିବେଶ ବୃଦ୍ଧି ପାଇଛି । ରାଜ୍ୟରେ ବାଣିଜ୍ୟ କାରବାର ଓ ଶିଳ୍ପ ସଂସ୍କୃତିକୁ ପ୍ରୋତ୍ସାହନ ପ୍ରଦାନ କରିବା ସକାଶେ ସରକାର କାନପୁର ଏବଂ ଫଜଳଗଞ୍ଜଠାରେ ମେଗା ଲେଦର କ୍ଲଷ୍ଟରର ବିକାଶ ନିମନ୍ତେ ମଂଜୁରୀ ପ୍ରଦାନ କରିଛନ୍ତି । ପ୍ରତିରକ୍ଷା କରିଡୋର ଏବଂ ଏକ ଜିଲ୍ଲା ଏକ ସଂସ୍କୃତି ଭଳି ଯୋଜନା ପ୍ରବର୍ତ୍ତନ ଦ୍ୱାରା କାନପୁରର ଉଦ୍ଦ୍ୟୋଗୀ ଏବଂ ବ୍ୟବସାୟୀମାନେ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ସୂଚାଇଥିଲେ ଯେ ଆଇନକୁ ଡରି ଏବେ ଅପରାଧିମାନେ ପଛଘୁଞ୍ଚା ଦେଉଛନ୍ତି । ସରକାରୀ ଛାପାମାରୀ ଦ୍ୱାରା ନିକଟରେ ବେଆଇନ୍‍ ଟଙ୍କାର ସନ୍ଧାନ ମିଳିଥିବା ସଂପର୍କରେ ସେ ସୂଚନା ଦେଇଥିଲେ ଏବଂ ଏଭଳି ଲୋକମାନେ କିଭଳି ସଂସ୍କୃତିରେ କାର୍ଯ୍ୟ କରୁଥିଲେ ତାହା ଏବେ ଜନସାଧାରଣ ଜାଣି ପାରିଛନ୍ତି ବୋଲି କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour