୧୮,୧୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ
ଗଙ୍ଗା ନଦୀ ଉପରେ ୬ ଲେନ୍ ବିଶିଷ୍ଟ ସେତୁର ଶିଳାନ୍ୟାସ
ବିହାରରେ ୩ଟି ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ପାଖାପାଖି ୨,୧୯୦ କୋଟି ଟଙ୍କା ବ୍ୟୟରେ ବିହାରରେ ନମାମି ଗଙ୍ଗେ ଅଧୀନରେ ବିକଶିତ ୧୨ଟି ପ୍ରକଳ୍ପର ଉଦଘାଟନ
ପାଟନାରେ ୟୁନିଟି ମଲ୍‌ର ଶିଳାନ୍ୟାସ
"ବିହାରର ଗୌରବ ଭାରତ ରତ୍ନ ଶ୍ରୀ କର୍ପୂରୀ ଠାକୁର ସମଗ୍ର ବିହାରର ସମ୍ମାନ"
ଆମ ସରକାର ଦେଶର ପ୍ରତ୍ୟେକ ଗରିବ, ଆଦିବାସୀ, ଦଳିତ ଓ ବଞ୍ଚିତ ବ୍ୟକ୍ତିଙ୍କ ଦକ୍ଷତା ବୃଦ୍ଧିରେ ନିୟୋଜିତ ଅଛନ୍ତି
"ବିହାରର ବିକାଶ, ଶାନ୍ତି, ବିହାରରେ ଆଇନ ଶୃଙ୍ଖଳାର ଶାସନ ଏବଂ ବିହାରରେ ଭଉଣୀ ଓ ଝିଅମାନଙ୍କୁ ଅଧିକାର - ଏହା ମୋଦୀଙ୍କ ଗ୍ୟାରେଣ୍ଟି"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଔରଙ୍ଗାବାଦ ଠାରେ ୨୧,୪୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜିର ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସଡ଼କ, ରେଳ ବାଇ ଏବଂ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଇତ୍ୟାଦି କ୍ଷେତ୍ର ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଫଟୋ ଗ୍ୟାଲେରୀକୁୁ ମଧ୍ୟ ବୁଲି ଦେଖିଥିଲେ । 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରର ବିକାଶର ଏକ ନୂତନ ଅଧ୍ୟାୟ ଆଜି ଔରଙ୍ଗାବାଦ ଭୂମିରେ ଲେଖାଯାଉଛି ଯାହା ଅନେକ ସ୍ୱାଧୀନତା ସଂଗ୍ରାମୀ ଏବଂ ବିହାର ବିଭୂତି ଶ୍ରୀ ଅନୁଗ୍ରହ ନାରାୟଣଙ୍କ ପରି ମହାନ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି । ଆଧୁନିକ ବିହାରର ଝଲକ ପ୍ରଦାନ କରୁଥିବା ସଡ଼କ ଓ ରେଳ କ୍ଷେତ୍ର ସମେତ ପ୍ରାୟ ୨୧,୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରାଯାଉଛି ବୋଲି ସେ କହିଛନ୍ତି । ପାଟନା ରିଙ୍ଗରୋଡର ଅମାସ - ଦରଭଙ୍ଗା ଚାରି ଲେନ୍ କରିଡର, ଦାନପୁର - ବିହତା ଚାରି ଲେନ୍ ଏଲିଭେଟେଡ୍ ରୋଡ୍ ଏବଂ ଶେରପୁର - ଦିଘୱାରା ଫେଜ୍‌ର ଶିଳାନ୍ୟାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରି ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା ବର୍ତ୍ତମାନର ସରକାରଙ୍କ ପରିଚୟ । ନମାମି ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ଆରା ବାଇ ପାସ୍ ରେଳ ଲାଇନ ଏବଂ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଉପରେ ଆଲୋକପାତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, "ଏହା ମୋଦୀଙ୍କ ଗ୍ୟାରେଣ୍ଟି" । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରର ଲୋକମାନେ, ବିଶେଷ କରି ଔରଙ୍ଗାବାଦର ନାଗରିକମାନେ ବାରଣାସୀ - କୋଲକାତା ଏକ୍ସପ୍ରେସୱେକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି କାରଣ ଏହା ଦ୍ୱାରା ଉତ୍ତର ପ୍ରଦେଶ ଏବଂ କୋଲକାତାକୁ ଯାତ୍ରା ସମୟ କିଛି ଘଣ୍ଟାକୁ ହ୍ରାସ ପାଇବ । ପ୍ରଧାନମନ୍ତ୍ରୀ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ ଏବଂ ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ନିକଟରେ ସରକାରଙ୍କ ଦ୍ୱାରା ଭାରତ ରତ୍ନରେ ସମ୍ମାନିତ କରାଯାଇଥିବା ଜନ ନାୟକ କର୍ପୁରି ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । "ଏହି ପୁରସ୍କାର ସମଗ୍ର ବିହାରର ସମ୍ମାନ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପତିଷ୍ଠା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ମାତା ସୀତାଙ୍କ ଭୂମିରେ ଏହା ଅତ୍ୟନ୍ତ ଖୁସିର ବିଷୟ । ସେ ବିହାରବାସୀଙ୍କ ପ୍ରାଣ ପ୍ରତିଷ୍ଠାନରେ ବ୍ୟାପକ ଉତ୍ସାହ ଏବଂ ଆନନ୍ଦମୟ ଅଂଶଗ୍ରହଣ ବିଷୟରେ ଆଲୋକପାତ କରିଥିଲେ । 

ରାଜ୍ୟରେ ଡବଲ ଇଞ୍ଜିନ ସରକାର ପୁନଃ ଆରମ୍ଭ ହେବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିହାର ଉତ୍ସାହ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ମଧ୍ୟ ବିହାରରେ ବଂଶବାଦ ରାଜନୀତିର ଅବକ୍ଷୟ ଉପରେ ମନ୍ତବ୍ୟ ଦେଇଥିଲେ । 

ମାତ୍ର ଗୋଟିଏ ଦିନରେ ବିକାଶ ମୂଳକ ପ୍ରକଳ୍ପର ବ୍ୟାପକତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଡବଲ ଇଞ୍ଜିନ ସରକାର ଅଧୀନରେ ପରିବର୍ତ୍ତନର ଗତିର ସଙ୍କେତ । ଏହି ସଡ଼କ ପ୍ରକଳ୍ପ ପାଟନା, ନାଳନ୍ଦା, ଜାହାନାବାଦ, ଗୟା, ବୈଶାଳୀ, ସମସ୍ତିପୁର ଏବଂ ଦରଭଙ୍ଗା ଭଳି ସହର , ସେହିଭଳି ବୋଧଗୟା, ବିଷ୍ଣୁପଦ, ରାଜଗିର, ନାଳନ୍ଦା, ବୈଶାଳୀ ଓ ପବିତ୍ରପୁରୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ସ୍ଥାନର ଚିତ୍ର ବଦଳାଇ ଦେବ ବୋଲି ସେ କହିଛନ୍ତି । ଆଗାମୀ ଦରଭଙ୍ଗା ବିମାନବନ୍ଦର ଏବଂ ବିହତା ବିମାନବନ୍ଦର ମଧ୍ୟ ଏହି ସଡ଼କ ଭିତ୍ତିଭୂମି ସହିତ ସଂଯୁକ୍ତ ହେବ । 

 

ବିହାରର ପର୍ଯ୍ୟଟନ କ୍ଷେତ୍ର ପାଇଁ ସମ୍ଭାବନାର ପରିବର୍ତ୍ତନ ବିଷୟରେ ଚିନ୍ତା କରି ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏବଂ ଅମୃତ ଭାରତ ପରି ଆଧୁନିକ ଟ୍ରେନ୍‌ର ଶୁଭାରମ୍ଭ ଏବଂ ଅମୃତ ଭାରତ ଷ୍ଟେସନର ବିକାଶ ବିଷୟରେ ଉଲ୍ଲେଖ କରିଥିଲେ । ନାଗରିକମାନଙ୍କ ମଧ୍ୟରେ ବଢୁଥିବା ଅସୁରକ୍ଷିତତା କାରଣରୁ ଯୁବପିଢ଼ି ସ୍ଥାନାନ୍ତର ହେଉଥିବା ଦିନ ଗୁଡ଼ିକ ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଏବଂ ଆଜିର ଯୁଗ ଉପରେ ଉଲ୍ଲେଖ କରିଥିଲେ ଯେଉଁଠାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଯୁବକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ବିହାରର ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ଏକତା ମଲ୍‌ର ଶିଳାନ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଏହା ରାଜ୍ୟ ପାଇଁ ଏକ ନୂତନ ଦିଗ ଏବଂ ସକାରାତ୍ମକ ଚିନ୍ତାଧାରାର ପ୍ରତୀକ । ଆମେ ବିହାରକୁ ପୁରୁଣା ସମୟକୁ ଫେରିବାକୁ ଦେବୁ ନାହିଁ । ଏହା ଏକ ଗ୍ୟାରେଣ୍ଟି" ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ଗରିବ, ଦଳିତ, ପଛୁଆ, ଆଦିବାସୀ ଏବଂ ବଞ୍ଚିତଙ୍କ ଉପରେ ସରକାରଙ୍କ ଧ୍ୟାନ ରହିବା ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ, "ବିହାରର ଗରିବ ଲୋକଙ୍କର ବିକାଶ ହେଲେ ବିହାରର ବିକାଶ ହେବ" । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭ ପାଖାପାଖି ୯ କୋଟି ହିତାଧିକାରୀ ପାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଉଜ୍ଜଳା ଗ୍ୟାସ ସଂଯୋଗ ଦ୍ୱାରା ବିହାରର ୧ କୋଟି ମହିଳା ଉପକୃତ ହୋଇଛନ୍ତି । ୯୦ ଲକ୍ଷ କୃଷକ ପିଏମ୍ କିଷାନ ସମ୍ମାନ ନିଧିର ହିତାଧିକାରୀ ହୋଇଥିବା ବେଳେ ସେମାନଙ୍କ ଆକାଉଣ୍ଟକୁ ୨୨,୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ସେ କହିଛନ୍ତି ଯେ ୫ ବର୍ଷ ପୂର୍ବରୁ ମାତ୍ର ୨ ପ୍ରତିଶତ ପରିବାର ପାଇପ୍ ଯୋଗେ ପାଣି ପାଉଥିବା ବେଳେ ୯୦ ପ୍ରତିଶତରୁ ଅଧିକ ଘରେ ଏବେ ନଳ ମାଧ୍ୟମରେ ଜଳ ପ୍ରଦାନ କରାଯାଉଛି । ବିହାରରେ ୮୦ ଲକ୍ଷ ଆୟୁଷ୍ମାନ କାର୍ଡଧାରୀ ଅଛନ୍ତି ଏବଂ ବିହାର ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲାରେ ୧ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ପ୍ରଦାନ କରି ଉତ୍ତର କୋୟଲ ଜଳଭଣ୍ଡାର ଯୋଜନା ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବ । 

 

"ବିହାରର ବିକାଶ, ଶାନ୍ତି, ଆଇନ ଶୃଙ୍ଖଳାର ଶାସନ ଏବଂ ବିହାରରେ ଭଉଣୀ ଓ ଝିଅମାନଙ୍କର ଅଧିକାର - ଏହା ମୋଦୀଙ୍କ ଗ୍ୟାରେଣ୍ଟି", ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହି ଗ୍ୟାରେଣ୍ଟିପୂରଣ କରିବା ଏବଂ ସରକାରଙ୍କ ତୃତୀୟ ପାଳିରେ ଏକ ବିକଶିତ ବିହାର ଗଠନ ପାଇଁ କାର୍ଯ୍ୟ କରିବାକୁ ବିଶ୍ୱାସ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଜିର ବିକାଶର ପର୍ବ ପାଳନ କରିବା ପାଇଁ ଜନତା ନିଜ ମୋବାଇଲ୍ ଫ୍ଲାସ୍ ଲାଇଟ୍ ଅନ୍ କରିଥିଲେ ।

ଏହି ଅବସରରେ ବିହାରର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଭି ଆର୍ଲେକର ଏବଂ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର, ବିହାରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ କୁମାର ସିହ୍ନାଙ୍କ ସମେତ ବିହାରର ସାଂସଦ, ବିଧାନସଭା ସଦସ୍ୟ ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ୧୮,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଉଦ୍‌ଘାଟନ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ - ୨୨୭ର କଡ଼ରେ ଥିବା ରାସ୍ତା ସହିତ ଜୟନଗର - ନରାହିଆ ସେକ୍ସନ ସମେତ ୬୩.୪ କିଲୋମିଟର ଦୀର୍ଘ ଦୁଇ ଲେନ୍ ବିଶିଷ୍ଟ ପ୍ରକଳ୍ପ ; ୧୩୧ଜି ଜାତୀୟ ରାଜପଥର କାହ୍ନାଉଲିରୁ ରାମନଗର ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ପାଟନା ରିଙ୍ଗରୋଡ୍ ସେକ୍ସନ୍‌; କିଶନଗଞ୍ଜ ସହରରେ ଥିବା ବର୍ତ୍ତମାନର ଫ୍ଲାଏ ଓଭରର ସମାନ୍ତରାଳ ଭାବେ ଏକ ୩.୨ କିଲୋମିଟର ଲମ୍ବ ଦ୍ୱିତୀୟ ଫ୍ଲାଏଓଭର; ୪୭ କିଲୋମିଟର ଦୀର୍ଘ ବଖତିଆରପୁର - ରାଜୁଲିର ୪ ଲେନ୍‌; ଏବଂ ଜାତୀୟ ରାଜପଥ - ୩୧୯ର ୫୫ କିଲୋମିଟର ଦୀର୍ଘ ଆରା - ପାରାରିଆ ସେକ୍ସନର ଚାରି ଲେନ୍ ରହିଛି । 

ପ୍ରଧାନମନ୍ତ୍ରୀ ଅମାସ ଠାରୁ ଶିବରାମପୁର ଗ୍ରାମ ପର୍ଯ୍ୟନ୍ତ ୫୫ କିଲୋମିଟର ଦୀର୍ଘ ୪ ଲେନ୍ ବିଶିଷ୍ଟ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ଜାତୀୟ ରାଜପଥ ନିର୍ମାଣ ସମେତ ୬ଟି ଜାତୀୟ ରାଜପଥ ପ୍ରକଳ୍ପ ; ଶିବରାମପୁରରୁ ରାମନଗର ପର୍ଯ୍ୟନ୍ତ ୫୪ କିଲୋମିଟର ଦୀର୍ଘ ୪ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଜାତୀୟ ରାଜପଥ; ଗ୍ରାମ କଲ୍ୟାଣପୁରରୁ ବଳଭଦ୍ରପୁର ଗ୍ରାମ ପର୍ଯ୍ୟନ୍ତ ୪୭ କିଲୋମିଟର ଦୀର୍ଘ ୪ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଜାତୀୟ ରାଜପଥ; ୪୨ କିଲୋମିଟର ଦୀର୍ଘ ୪ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଜାତୀୟ ରାଜପଥ ବଳଭଦ୍ରପୁରରୁ ବେଲା ନୱାଡ଼ା ପର୍ଯ୍ୟନ୍ତ; ଦାନପୁର - ବିହତା ସେକ୍ସନ ଠାରୁ ୨୫ କିଲୋମିଟର ଲମ୍ବ ୪ ଲେନ୍ ବିଶିଷ୍ଟ ଏଲିଭେଟେଡ୍ କରିଡର; ଏବଂ ବିହତା - କୋଇଲୱାର ସେକ୍ସନର ବର୍ତ୍ତମାନର ଦୁଇ ଲେନ୍‌ରୁ ଚାରି ଲେନ୍ କ୍ୟାରେଜ୍ ୱେକୁ ଉନ୍ନତ କରିବା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ଯୋଗାଯୋଗରେ ଉନ୍ନତି ଆଣିବ, ଯାତ୍ରା ସମୟ ହ୍ରାସ କରିବ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳର ସାମାଜିକ - ଅର୍ଥନୈତିକ ବିକାଶ କରିବ ।

 

ପ୍ରଧାନମନ୍ତ୍ରୀ ପାଟନା ରିଙ୍ଗରୋଡର ଏକ ଅଂଶ ଭାବରେ ବିକଶିତ ହେବାକୁ ଥିବା ଗଙ୍ଗା ନଦୀ ଉପରେ ୬ ଲେନ୍ ବିଶିଷ୍ଟ ସେତୁର ଶିଳାନ୍ୟାସ କରିଛନ୍ତି । ଏହି ସେତୁ ଦେଶର ସବୁଠାରୁ ଲମ୍ବା ନଦୀ ସେତୁ ମଧ୍ୟରୁ ଅନ୍ୟତମ ହେବ । ଏହି ପ୍ରକଳ୍ପ ପାଟନା ସହର ଦେଇ ଯାତାୟତକୁ ହ୍ରାସ କରିବ ଏବଂ ବିହାରର ଉତ୍ତର ଏବଂ ଦକ୍ଷିଣ ଭାଗ ମଧ୍ୟରେ ଦ୍ରୁତ ଏବଂ ଉନ୍ନତ ସଂଯୋଗ ପ୍ରଦାନ କରିବ ଏବଂ ସମଗ୍ର ଅଞ୍ଚଳର ସାମାଜିକ - ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ବିହାରର ନମାମି ଗଙ୍ଗେ ଅଧୀନରେ ପ୍ରାୟ ୨,୧୯୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ୧୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସୟଦପୁର ଏବଂ ପାହାଡି ଠାରେ ଥିବା ସ୍ୱେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ; ସୟଦପୁର, ବେଉର, ପାହାଡ଼ି ଜୋନ୍ ଆଇଭିଏ ପାଇଁ ସ୍ୱେରେଜ୍ ନେଟୱାର୍କ; କର୍ମଲିଚକ ଠାରେ ନର୍ଦ୍ଦମା ନେଟୱାର୍କ ସହ ସ୍ୱେରେଜ୍ ବ୍ୟବସ୍ଥା; ପାହାଡ଼ି ଜୋନ୍‌-୫ରେ ସ୍ୱେରେଜ୍ ଯୋଜନା, ବର, ଛପ୍ରା, ନୌଗାଚିଆ, ସୁଲତାନଗଞ୍ଜ ଓ ସୋନପୁର ସହରରେ ଇଣ୍ଟରସେପ୍ସନ୍‌, ଡାଇଭର୍ସନ୍ ଆଣ୍ଡ ୍ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଅନେକ ସ୍ଥାନରେ ଗଙ୍ଗା ନଦୀରେ ନିସ୍କାସିତ ହେବା ପୂର୍ବରୁ ବର୍ଜ୍ୟଜଳ ବିଶୋଧନକୁ ସୁନିଶ୍ଚିତ କରିଥାଏ, ଯାହା ନଦୀର ସ୍ୱଚ୍ଛତାକୁ ବଢ଼ାଇଥାଏ ଏବଂ ଏହି ଅଞ୍ଚଳର ଲୋକମାନେ ଉପକୃତ ହୁଅନ୍ତି । 

 

ପ୍ରଧାନମନ୍ତ୍ରୀ ପାଟନାରେ ୟୁନିଟି ମଲ୍‌ର ଶିଳାନ୍ୟାସ କରିଥିଲେ । ୨୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଏକ ଅତ୍ୟାଧୁନିକ ସୁବିଧା ଭାବେ ପରିକଳ୍ପନା କରାଯାଇଛି, ଯେଉଁଥିରେ ଅନ୍ତର୍ଜାତୀୟ ଡିଜାଇନ୍ ଅଭ୍ୟାସ, ଜ୍ଞାନକୌଶଳ, ଆରାମ ଏବଂ ସୌନ୍ଦର୍ଯ୍ୟ ରହିଛି । ଏହି ମଲ୍ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜିଲ୍ଲାଗୁଡ଼ିକୁ ଉତ୍ସର୍ଗୀକୃତ ସ୍ଥାନ ପ୍ରଦାନ କରିବ, ଯାହା ଦ୍ୱାରା ସେମାନେ ସେମାନଙ୍କର ଅନନ୍ୟ ଉତ୍ପାଦ ଏବଂ କାରିଗରୀ ପ୍ରଦର୍ଶନ କରିପାରିବେ । 

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୬ଟି ବଡ଼ ଷ୍ଟଲ ଏବଂ ବିହାରର ପ୍ରତ୍ୟେକ ଜିଲ୍ଲା ପାଇଁ ୩୮ଟି ଛୋଟ ଷ୍ଟଲ ରହିବ । ୟୁନିଟି ମଲ୍ ବିହାର ଏବଂ ଭାରତର ଏକ ଜିଲ୍ଲା ଏକ ଉତ୍ପାଦ, ଭୌଗୋଳିକ ସୂଚକାଙ୍କ (ଜିଆଇ) ଉତ୍ପାଦ ଏବଂ ହସ୍ତଶିଳ୍ପ ଉତ୍ପାଦ ଗୁଡିକର ସ୍ଥାନୀୟ ଉତ୍ପାଦନ ଏବଂ ପ୍ରୋତ୍ସାହନକୁ ପ୍ରୋତ୍ସାହିତ କରିବ । ରାଜ୍ୟରୁ ନିଯୁକ୍ତି ସୃଷ୍ଟି, ଭିତ୍ତିଭୂମି ବିକାଶ ଓ ରପ୍ତାନି କ୍ଷେତ୍ରରେ ଏହି ପ୍ରକଳ୍ପ ଦ୍ୱାରା ସାମାଜିକ - ଅର୍ଥନୈତିକ ଲାଭ ମିଳିବ ।

ପାଟଳିପୁତ୍ରରୁ ପହଲେଜା ରେଳଲାଇନର ଦୋହରୀକରଣ ପ୍ରକଳ୍ପ ସମେତ ବିହାରରେ ତିନୋଟି ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ବନ୍ଧୁଆ - ପାଇମାର ମଧ୍ୟରେ ୨୬ କିଲୋମିଟର ଲମ୍ବର ନୂଆ ରେଳ ଲାଇନ; ଏବଂ ଗୟାରେ ଏକ ମେମୁ ସେଡ୍ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଆରା ବାଇ ପାସ୍ ରେଳ ଲାଇନର ଶିଳାନ୍ୟାସ ମଧ୍ୟ କରିଥିଲେ । ଏହି ରେଳ ପ୍ରକଳ୍ପଗୁଡ଼ିକ ଦ୍ୱାରା ଉନ୍ନତ ରେଳ ସଂଯୋଗ, ଲାଇନ୍ କ୍ଷମତା ଏବଂ ଟ୍ରେନ୍ ଚଳାଚଳରେ ଉନ୍ନତି ଆସିବ ଏବଂ ଏହି ଅଞ୍ଚଳରେ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ମିଳିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From China's shadow to Made-in-India toys: Imports fall 71% as Centre targets 25% global share

Media Coverage

From China's shadow to Made-in-India toys: Imports fall 71% as Centre targets 25% global share
NM on the go

Nm on the go

Always be the first to hear from the PM. Get the App Now!
...
India-New Zealand friendship has gained new momentum and a new direction: PM Modi during the Gala Lunch
July 11, 2026

Your Excellency, Prime Minister क्रिस्टोफर लक्सन,

दोनों देशों के delegates,

नमस्कार!

किया ओरा!

मेरे और मेरे delegation के ऊष्मा भरे स्वागत और आतिथ्य के लिए मैं मेरे मित्र प्रधानमंत्री लक्सन का हार्दिक आभार व्यक्त करता हूँ। उन्होंने स्वागत में इतनी गर्मजोशी दिखाई है, कि ऑकलैंड की सर्दी भी आज कुछ कम लग रही है। इस यात्रा के दौरान न्यूजीलैंड के लोगों से जो स्नेह और अपनापन मिला है, वह हमारे हृदय में हमेशा रहेगा।

पिछले वर्ष प्रधानमंत्री लक्सन की भारत यात्रा से हमारे संबंधों के हर क्षेत्र में नई ऊर्जा आई है। उनके नेतृत्व, स्पष्ट विजन, और मजबूत प्रतिबद्धता से, भारत और New Zealand की मित्रता को नयी गति और नयी दिशा मिली है। आज चालीस वर्षों के बाद भारतीय प्रधानमंत्री की यात्रा हो रही है। और मैं हमेशा कहता हूँ, कि बहुत सारे अच्छे काम है, जो मेरे पहले वाले लोग मेरे लिए छोड़ के गए हैं, जो मैं पूरा कर रहा हूँ। साथियों, यह हमारे संबंधों के एक नए अध्याय का शुभारंभ है।

Friends,

भारत और न्यूजीलैंड का लोकतान्त्रिक मूल्यों में दृढ़ विश्वास हमें मिलकर आगे बढ़ने के लिए natural comfort प्रदान करता है। पिछले कुछ वर्षों में हमने हमारे सबंधों को अभूतपूर्व गति प्रदान की है।

आज आज की बैठक में हमने हमारे सहयोग को नई गहराई और व्यापकता देने पर विस्तार से चर्चा की। हमने भारत-न्यूजीलैंड संबंधों को Strategic Partnership के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे।

इस वर्ष हमने रिकॉर्ड समय में Free Trade Agreement किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे। हम trade के साथ साथ trust, technology और talent का blue print तैयार कर रहे हैं।

पिछले तीन वर्षों में हमारे व्यापार में 50 पर्सेन्ट से अधिक की बढ़ोतरी हुई है। हमें विश्वास है कि FTA अगले पाँच वर्षों में हमारे व्यापार को दोगुना करने का मजबूत आधार बनेगा।

न्यूजीलैंड द्वारा भारत में बीस बिलियन डॉलर के investment commitment का भी हम विशेष स्वागत करते हैं। यह न्यूज़ीलैंड की companies को भारत की growth story में long-term partner बनने का अवसर देगा।

Friends,

हमारी Strategic Partnership को सार्थक बनाने के लिए हम दोनों देशों की strengths को practical cooperation में बदल रहे हैं। Fin Tech के क्षेत्र में हम भारत के UPI और न्यूजीलैंड के payment systems को जोड़ने पर आगे बढ़ रहे हैं।

Agriculture, dairy और food processing में हमने सहयोग का एक मजबूत खाका बनाया है। इसका लाभ हमारे किसानों और पशु-पालकों को मिलेगा।

Traditional medicine में न्यूज़ीलैंड और भारत दोनों की समृद्ध और जीवंत परंपराएं हैं। आज हमने हमारे स्वास्थ्य सहयोग में traditional medicines की भूमिका बढ़ाने पर सहमति व्यक्त की।

रक्षा और सुरक्षा में हमारा बढ़ता सहयोग हमारे गहरे strategic trust का प्रतीक है। पिछले वर्ष किए गए Defence Cooperation Agreement से हमारे सहयोग का मजबूत ढांचा तैयार हुआ है। आज हमने इंडो-पैसिफिक में maritime cooperation के लिए एक फ्रैम्वर्क पर सहमति बनाई है। Bilateral naval exercises, Logistics support और hydrography में सहयोग से हमारा आपसी तालमेल बढ़ेगा।

Friends,

हमारे संबंधों की सबसे मजबूत ताकत हमारे people-to-people ties हैं। भारतीय समुदाय के लोगों ने अपने परिश्रम और talent से न्यूजीलैंड में विशेष स्थान बनाया है। उनकी देखरेख के लिए मैं प्रधानमंत्री लक्सन और न्यूजीलैंड सरकार और न्यूजीलैंड के लोगों का आभार व्यक्त करता हूँ।

आज हुआ Cultural Cooperation MOU दोनों देशों के art, culture, heritage तथा creative industries में exchanges को गति देगा। न्यूजीलैंड भारतीय students के लिए एक महत्वपूर्ण destination रहा है। हम न्यूजीलैंड की universities को भारत में campus खोलने के लिए आमंत्रित करते हैं।

इस वर्ष हम दोनों देशों के बीच खेल संबंधों की सौवीं वर्षगांठ मना रहे हैं। सौ साल पहले मेजर ध्यानचंद के नेतृत्व में हॉकी टीम ने यहाँ आकर जो इतिहास रचा था, वह हमारी खेल साझेदारी को आज भी प्रेरित कर रहा है। इस उपलक्ष्य पर हम दोनों देशों में कई स्पोर्ट्स इवेंट्स आयोजित कर रहे हैं। क्रिकेट के साथ-साथ अन्य खेलों में भी सहयोग बढ़ाने के लिए हम Sports Joint Action Plan बनाया है। हाल ही में भुवनेश्वर में न्यूजीलैंड रग्बी और रग्बी इंडिया के कोचिंग प्रोग्राम से अच्छी शुरुवात हुवी है।

Friends,

वैश्विक मंच पर भी भारत और न्यूज़ीलैंड भरोसेमंद साझेदार और करीबी मित्र हैं। हमारा मानना है कि वर्तमान समय की चुनौतियों का सामना करने के लिए UN सहित अन्य वैश्विक संस्थानों में reform आवश्यक है।

आतंकवाद के विषय पर कंधे से कंधा मिलाकर आगे बढ़ाने के लिए आज हमने Joint Working Group का गठन किया है। भारत और न्यूजीलैंड के बीच सहयोग इंडो-पेसिफिक में शांति, स्थिरता और सुरक्षा के लिए अत्यंत महत्वपूर्ण है।

Friends, मैं आप सभी को माओरी नव वर्ष “मातरिकी” की हार्दिक शुभकामनाएँ देता हूँ। जिस तारा-समूह को यहाँ “मातरिकी” नाम दिया गया है, जैसे आपने भी बताया, उसे भारत में प्राचीन काल से “कृत्तिका नक्षत्र” के रूप में जाना जाता है। मुझे विश्वास है कि “मातरिकी” का यह पर्व, हमारे संबंधों को इन्हीं सितारों की तरह जगमगाने की प्रेरणा देगा।

Prime Minister लक्सन,

आपकी मित्रता, आपकी प्रतिबद्धता और मेरी न्यूज़ीलैंड यात्रा को यादगार बनाने के लिए मैं आपका आभार व्यक्त करता हूँ। जैसे रग्बी में टीमवर्क और भरोसा ज़रूरी होता है, वैसे ही हम भी आपसी विश्वास के साथ आगे बढ़ेंगे। हम एक ही टीम में है, इसलिए टैकल केवल चुनौतियों को करेंगे।

बहुत-बहुत धन्यवाद।