ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ – ସୋନ ନଗର ରେଳ ଲାଇନ ଉତ୍ସର୍ଗୀକୃତ ମାଲ ପରିବହନ କରିଡରକୁ ଉଦଘାଟନ କରିଛନ୍ତି
ଏନଏଚ-୫୬ ର ବାରଣାସୀ – ଜଉନପୁର ସେକ୍ସନର ଚାରି ଲେନ ପ୍ରଶସ୍ତିକରଣକୁ ଉତ୍ସର୍ଗ କରିଛନ୍ତି
ବାରଣାସୀରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି
ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ପୁନଃନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
ସିଆଇପିଇଟି କ୍ୟାମ୍ପସ କରସାରା ଠାରେ ଛାତ୍ରମାନଙ୍କ ହଷ୍ଟେଲ ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି
ପିଏମ ଏସଭିଏନିଧି ଋଣ, ପିଏମଏୱାଇ ଗ୍ରାମୀଣ ଘରର ଚାବି ଏବଂ ଆୟୁଷ୍ମାନ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିଛନ୍ତି
“ଆଜିର ପ୍ରକଳ୍ପଗୁଡ଼ିକ ହେଉଛି ପ୍ରାଚୀନ ଆତ୍ମାକୁ ବଜାୟ ରଖିବା ସହିତ କାଶୀକୁ ଏକ ନୂତନ ଶରୀର ଯୋଗାଇବା ପାଇଁ ଆମ ସଂକଳ୍ପର ସମ୍ପ୍ରସାରଣ”
“ହିତାଧିକାରୀଙ୍କ ସହ ଆଲୋଚନା ଏବଂ ଯୋଗାଯୋଗର ଏକ ନୂତନ ପରମ୍ପରା ସରକାର ଆରମ୍ଭ କରିଛନ୍ତି, ଯାହାର ଅର୍ଥ ହେଉଛି ପ୍ରତ୍ୟକ୍ଷ ଲାଭ ତଥା ପ୍ରତ୍ୟକ୍ଷ ମତାମତ"
“ହିତାଧିକାରୀ ବର୍ଗ ସାମାଜିକ ନ୍ୟାୟ ଏବଂ ଧର୍ମନିରପେକ୍ଷତାର ପ୍ରକୃତ ରୂପର ଏକ ଉଦାହରଣ ପାଲଟିଛନ୍ତି”
“ପିଏମ୍‍ ଆବାସ ଏବଂ ଆୟୁଷ୍ମାନ ଭଳି ଯୋଜନା ଏକାଧିକ ପୀଢିକୁ ପ୍ରଭାବିତ କରିଥାଏ” “ଗରୀବଙ୍କ ଆତ୍ମ ସମ୍ମାନ ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି”
“ଗରିବ କଲ୍ୟାଣ ହେଉ କିମ୍ବା ଭିତ୍ତିଭୂମି ହେଉ, ଆଜି ବଜେଟର ଅଭା
ଶ୍ରୀ ମୋଦୀ ମଧ୍ୟ ପିଏମ ଏସଭିଏନିଧି, ପିଏମଏୱାଇ ଗ୍ରାମୀଣ ଘରର ଚାବି ଏବଂ ଆୟୁଷ୍ମାନ ଭାରତ କାର୍ଡର ବଣ୍ଟନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ମଡେଲକୁ ବୁଲି ଦେଖିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀରେ ୧୨,୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ - ସୋନ ନଗର ଉତ୍ସର୍ଗୀକୃତ ମାଲପରିବହନ କରିଡରର ରେଳ ଲାଇନ, ତିନୋଟି ରେଳ ଲାଇନ ଯାହାର ବିଦ୍ୟୁତିକରଣ କିମ୍ବା ଦୋହରୀକରଣ ସମ୍ପୂର୍ଣ୍ଣ ହୋଇଛି, ଏନଏଚ-୫୬ ର ବାରାଣାସୀ-ଜଉନନପୁର ସେକ୍ସନର ଚାରି ଲେନ ପ୍ରଶସ୍ତିକରଣ ଏବଂ ବାରଣାସୀରେ ଏକାଧିକ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକାଧିକ ରେଳବାଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ତତ୍‍ ସିହତ ୧୫ ଟି ପିଡବ୍ଲ୍ୟୁଡି ରାସ୍ତାର ର୍ନିମାଣ ଏବଂ ନବୀକରଣ, ୧୯୨ ଟି ଗ୍ରାମୀଣ ପାନୀୟ ଜଳ ଯୋଜନା, ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ପୁନଃ ର୍ନିମାଣ ସହିତ ପ୍ରଧାନମନ୍ତ୍ରୀ ଛଅ ଟି ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଗାଧୋଇବା ଘାଟରେ ଭାସମାନ ପୋଷାକ ବଦଳାଇବା ପ୍ରକୋଷ୍ଠ, ସିଆଇପିଇଟି କ୍ୟାମ୍ପସ୍ କରସାରା ଠାରେ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ପିଏମ ଏସଭିଏନିଧି, ପିଏମଏୱାଇ ଗ୍ରାମୀଣ ଘରର ଚାବି ଏବଂ ଆୟୁଷ୍ମାନ ଭାରତ କାର୍ଡର ବଣ୍ଟନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ମଡେଲକୁ ବୁଲି ଦେଖିଥିଲେ । 

 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂଜାର୍ଚ୍ଚନା ଶ୍ରାବଣ ମାସର ଆରମ୍ଭ, ଭଗବାନ ବିଶ୍ୱନାଥଙ୍କ ଆଶୀର୍ବାଦ ଏବଂ ମା ଗଙ୍ଗା ଏବଂ ବାରାଣାସୀର ଲୋକଙ୍କ ଉପସ୍ଥିତିରେ ଜୀବନ ଏକ ଆଶୀର୍ବାଦ ପାଲଟିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ହଜାର ହଜାର ଶିବ ଭକ୍ତ ବାରଣାସୀରେ "ଜଳ” ଅର୍ପଣ କରୁଛନ୍ତି ଏବଂ ଏହା ନିଶ୍ଚିତ ଯେ ସହରରେ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ସମାଗମ ହେବେ । ବାରାଣାସୀକୁ ଆସୁଥିବା ଲୋକମାନେ ସର୍ବଦା ଖୁସି ଅନୁଭବ ସହିତ ଫେରି ଥାଆନ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ନାଗରିକମାନଙ୍କ ଆତିଥ୍ୟ ଉପରେ ଆଲୋକପାତ କରିଥିଲେ । ଜି୨୦ ର ପ୍ରତିନିଧୀଙ୍କୁ ସ୍ୱାଗତ କରିବା ଏବଂ ପୂଜାସ୍ଥଳୀଗୁଡିକୁ ପରିଷ୍କାର ଏବଂ ଭବ୍ୟ ରଖିବା ପାଇଁ ସେ କାଶୀବାସୀଙ୍କୁ ପ୍ରଶଂସା କରିଥିଲେ ।

ପ୍ରାୟ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, କାଶୀକୁ ଏକ ନୂତନ ଶରୀର ଯୋଗାଇବାବେଳେ ଏହା ଆମର ସଂକଳ୍ପର ବିସ୍ତାର । ଏହି ପ୍ରକଳ୍ପ ପାଇଁ ସେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ପୂର୍ବରୁ ଆଲୋଚନା କରିଥିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବ କାଳରେ ଏହି ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଜଡିତ ନଥିଲା । ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ହିତାଧିକାରୀଙ୍କ ସହ ଆଲୋଚନା ଏବଂ କଥାବାର୍ତ୍ତାର ଏକ ନୂତନ ପରମ୍ପରା ଆରମ୍ଭ କରିଛନ୍ତି, ଯାହାର ଅର୍ଥ ହେଉଛି ପ୍ରତ୍ୟକ୍ଷ ଲାଭ ଏବଂ ପ୍ରତ୍ୟକ୍ଷ ମତାମତ । ଏହାଦ୍ୱାରା ବିଭାଗ ଏବଂ ଅଧିକାରୀଙ୍କ ଦ୍ୱାରା ଭଲ ପ୍ରଦର୍ଶନ ହୋଇଛି ବୋଲି ସେ କହିଛନ୍ତି । ସ୍ୱାଧୀନତାର ଅନେକ ବର୍ଷ ପରେ ଗଣତନ୍ତ୍ରର ପ୍ରକୃତ ଲାଭ ସଠିକ୍‍ ଲୋକଙ୍କ ନିକଟରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ପ୍ରତ୍ୟେକ ଯୋଜନାର ଲାଭ ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ ସରକାର ଚେଷ୍ଟା କରୁଥିବାବେଳେ ହିତାଧିକାରୀ ବର୍ଗ ସାମାଜିକ ନ୍ୟାୟ ଏବଂ ଧର୍ମନିରପେକ୍ଷତାର ଏକ ଉଦାହରଣ ପାଲଟିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଉପାୟ ଦ୍ୱାରା କମିଶନ ଚାହୁଁଥିବା, ଦଲାଲ ଏବଂ ଦୁର୍ନୀତିଗ୍ରସ୍ତମାନଙ୍କୁ ଶେଷ କରିବାର ସହାୟତା ମିଳିଛି ଯାହା ଦ୍ୱାରା ଦୁର୍ନୀତି ଏବଂ ଭେଦଭାବ ଦୂର ହୋଇ ପାରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସରକାର କେବଳ ଗୋଟିଏ ପରିବାର ଏବଂ ଗୋଟିଏ ପୀଢି ପାଇଁ କାମ କରିନାହାଁନ୍ତି ବରଂ ଭବିଷ୍ୟତ ପୀଢିର ଜୀବନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିଛନ୍ତି । ସେ ପିଏମଏୱାଇ ର ଉଦାହରଣ ଦେଇଛନ୍ତି ଯେଉଁଠାରେ ୪ କୋଟିରୁ ଅଧିକ ପରିବାରଙ୍କୁ ପକ୍କା ଘର ଦିଆଯାଇଛି ଏବଂ ଆଜି ଉତ୍ତରପ୍ରଦେଶର ହିତାଧିକାରୀଙ୍କୁ ୪ ଲକ୍ଷ ପକ୍କା ଘର ଯୋଗାଇ ଦିଆଯାଇଥିବା ଉଲ୍ଲେଖ କରିଛନ୍ତି । ଏହି ଘରଗୁଡିକ ସୁରକ୍ଷା ଭାବନା ଜାଗ୍ରତ କରେ ଏବଂ ମାଲିକମାନଙ୍କ ଆତ୍ମବିଶ୍ୱାସ ବଢାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଧିକାଂଶ ଘର ମାଲିକ ହେଉଛନ୍ତି ମହିଳା ଯେଉଁମାନଙ୍କ ନାମରେ ପ୍ରଥମ ଥର ପାଇଁ ସମ୍ପତ୍ତି ପଞ୍ଜୀକୃତ ହୋଇଥିଲା । ସେ କହିଛନ୍ତି ଯେ ଏହି ପକ୍କା ଘରଗୁଡିକ ଏହିପରି ମହିଳାମାନଙ୍କୁ ଆର୍ଥିକ ନିରାପତ୍ତାର ଏକ ମାଧ୍ୟମ ଯୋଗାଇଥାଏ ।

ସରକାରୀ ଯୋଜନାର ପ୍ରଭାବକୁ ଜାରି ରଖି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା କେବଳ ୫ ଲକ୍ଷ ମୂଲ୍ୟର ମାଗଣା ଚିକିତ୍ସାରେ ସୀମିତ ନୁହେଁ, ଏହା ଏକାଧିକ ପୀଢିକୁ ପ୍ରଭାବିତ କରିଥାଏ କାରଣ ଚିକିତ୍ସା ଖର୍ଚ୍ଚ ପୀଢିକୁ ଋଣ ଭିତରକୁ ଠେଲି ଦେଇପାରେ । ଆୟୁଷ୍ମାନ ଯୋଜନା ଗରିବ ଲୋକଙ୍କୁ ଏହି ସମସ୍ୟାରୁ ରକ୍ଷା କରୁଛି । ସେଥିପାଇଁ ମୁଁ ମିଶନ ମୋଡରେ ପ୍ରତ୍ୟେକ ଗରିବଙ୍କ ପାଇଁ କାର୍ଡର ଉପଲବ୍ଧତା ନିଶ୍ଚିତ କରିବାକୁ ବହୁତ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ଆଜିର କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ କାର୍ଡର ଏକ କୋଟି ଷାଠିଏ ଲକ୍ଷ ଲୋକଙ୍କୁ ବଣ୍ଟନ ଆରମ୍ଭ ହେବାର ସାକ୍ଷୀ ହୋଇଛି । 

ଏକ ଦେଶର ସମ୍ବଳ ଉପରେ ସବୁଠାରୁ ବଡ ଦାବିଦାର ହେଉଛନ୍ତି ଗରିବ ଏବଂ ବଞ୍ଚିତ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୫୦ କୋଟି ଜନ ଧନ ଆକାଉଣ୍ଟ ପରି ଆର୍ଥିକ ଅନ୍ତର୍ଭୂକ୍ତିର ପଦକ୍ଷେପ ଏବଂ ମୁଦ୍ରା ଯୋଜନା ଅଧୀନରେ ବନ୍ଧକ ବିନା ଋଣ ପ୍ରଦାନ । ଏହା ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ, ସଂଖ୍ୟାଲଘୁ ଏବଂ ମହିଳା ଉଦ୍ୟୋଗୀଙ୍କୁ ଉପକୃତ କରିଛି ।

 

ପ୍ରଧାନମନ୍ତ୍ରୀ ପିଏମ୍‍ ଏସଭିଏନିଧି ଉପରେ କହିଛନ୍ତି ଯେ ଯଦିଓ ଅଧିକାଂଶ ରାସ୍ତାକଡ ବିକ୍ରେତା ପଛୁଆ ସମ୍ପ୍ରଦାୟର ଅଟନ୍ତି, ଅତୀତର ସରକାରମାନେ ସେମାନଙ୍କ ସମସ୍ୟାର ସମାଧାନ କରିନାହାଁନ୍ତି ଏବଂ କେବଳ ସେମାନଙ୍କୁ ହଇରାଣ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ଲକ୍ଷରୁ ଅଧିକ ଲୋକ ପିଏମ ଏସଭିଏନିଧି ରୁ ଉପକୃତ ହୋଇଛନ୍ତି ଏବଂ ଆଜି ବାରାଣାସୀରେ ୧.୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବଙ୍କ ଆତ୍ମ ସମ୍ମାନ ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ।

ପାଣ୍ଠିର ଚିରାଚରିତ ଅଭାବକୁ ନେଇ ପୂର୍ବ ଶାସନଗୁଡିକର ମୌଳିକ ଅସାଧୁତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆଜି ସେ କହିଛନ୍ତି, ଗରିବ କଲ୍ୟାଣ ହେଉ କିମ୍ବା ଭିତ୍ତିଭୂମି ହେଉ, ବଜେଟର ଅଭାବ ନାହିଁ । ସମାନ ଟିକସଦାତା, ସମାନ ବ୍ୟବସ୍ଥା, କେବଳ ସରକାର ବଦଳିଛନ୍ତି । ଉଦ୍ଦେଶ୍ୟ ବଦଳିବା ସହିତ ଫଳାଫଳ ମଧ୍ୟ ଅନୁସରଣ ହେଲା ବୋଲି ସେ କହିଛନ୍ତି । ସ୍କାମର ଖବର ଏବଂ ଅତୀତର କଳା ବଜାରୀକୁ ଉତ୍ସର୍ଗୀକୃତ ଖବର ବଦଳରେ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ ଖବର ସ୍ଥାନ ପାଇଛି । ଏହି ପରିବର୍ତ୍ତନର ଉଦାହରଣ ସ୍ୱରୂପ ସେ ପୂର୍ବ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ସାମଗ୍ରୀ ପରିବହନ ପାଇଁ ଏକ ସ୍ୱତନ୍ତ୍ର ଟ୍ରାକ୍‌ର ଉଦାହରଣ ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଏହି ପ୍ରକଳ୍ପ ୨୦୦୬ ରେ ପରିକଳ୍ପିତ ହୋଇଥିବାବେଳେ ୨୦୧୪ ପର୍ଯ୍ୟନ୍ତ ଗୋଟିଏ କିଲୋମିଟରର ଟ୍ରାକ ମଧ୍ୟ ଦେଖି ନାହିଁ । ଗତ ୯ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସମାପ୍ତ ହୋଇଛି ଏବଂ ସେହି ଅଞ୍ଚଳରେ ମାଲ ଗାଡି ଚଳାଚଳ କରୁଛି । ଆଜି ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନର ନୂତନ ସୋନ ନଗର ସେକ୍ସନକୁ ଉଦଘାଟନ କରାଯାଇଛି । ଏହା କେବଳ ମାଲଗାଡିର ଗତି ବଢାଇବ ନାହିଁ ବରଂ ପୂର୍ବାଞ୍ଚଳ ଏବଂ ପୂର୍ବ ଭାରତରେ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ୍ ପାଇଁ ଦେଶର ଇଚ୍ଛା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜଧାନୀ ଏକ୍ସପ୍ରେସ ପ୍ରାୟ ୫୦ ବର୍ଷ ପୂର୍ବେ ଦେଶରେ ପ୍ରଥମ ଥର ପାଇଁ ଦୌଡୁଥିଲେ ମଧ୍ୟ ଆଜି ଏହା କେବଳ ୧୬ଟି ରୁଟରେ ଚାଲୁଛି । ସେ ଶତାବ୍ଦୀ ଏକ୍ସପ୍ରେସର ଉଦାହରଣ ମଧ୍ୟ ଦେଇଛନ୍ତି ଯାହା ୩୦-୩୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ କେବଳ ୧୯ ରୁଟରେ ଚାଲୁଛି । ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆଲୋକପାତ କରି ସୂଚନା ଦେଇଛନ୍ତି ଯେ ଏହି ଟ୍ରେନ୍ ୪ ବର୍ଷ ମଧ୍ୟରେ ୨୫ ରୁଟରେ ଚାଲୁଛି । ଦେଶର ପ୍ରଥମ ବନ୍ଦେ ଭାରତ ବନାରସ ନାଁରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଗୋରଖପୁର - ଲକ୍ଷ୍ନୌ ଏବଂ ଯୋଧପୁର - ଅହମ୍ମଦାବାଦ ରୁଟରେ ଦୁଇଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଗୋରଖପୁରରୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଶ୍ରୀ ମୋଦୀ କହିଛନ୍ତି ଯେ ଦେଶର ଏହି ମଧ୍ୟବିତ୍ତଙ୍କ ମଧ୍ୟରେ ଏହି ବନ୍ଦେ ଭାରତ ସୁପରହିଟ୍ ହୋଇପାରିଛି ଏବଂ ଏହାର ଚାହିଦା ବୃଦ୍ଧି ପାଉଛି । ସେ କହିଛନ୍ତି ଯେ ସେହି ଦିନଟି ଦୂର ନୁହେଁ ଯେତେବେଳେ ବନ୍ଦେ ଭାରତ ଦେଶର ପ୍ରତ୍ୟେକ କୋଣକୁ ସଂଯୋଗ କରିବ ।

ଗତ ୯ ବର୍ଷ ମଧ୍ୟରେ କାଶୀର ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ କରାଯାଇଥିବା ଅଭୂତପୂର୍ବ କାର୍ଯ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ସୂଚାଇ ଦେଇଛନ୍ତି ଯେ ଏହା ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ସେ ଦର୍ଶାଇଛନ୍ତି ଯେ ୭ କୋଟି ପର୍ଯ୍ୟଟକ ଏବଂ ଭକ୍ତ କାଶୀକୁ ଆସିଥିଲେ ଯାହା ଏକ ବର୍ଷ ମଧ୍ୟରେ ୧୨ ଗୁଣ ବୃଦ୍ଧି ପାଇଥିଲା, ଯାହା ଦ୍ୱାରା ରିକ୍ସା ଚାଳକ, ଦୋକାନୀ, ଢାବା ଏବଂ ହୋଟେଲ ଏବଂ ବନାରସୀ ଶାଢୀ ଶିଳ୍ପରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆୟର ଉତ୍ତମ ସୁଯୋଗ ସୃଷ୍ଟି ହୋଇଥିଲା । ଏଥିସହ ସେ ଦର୍ଶାଇଛନ୍ତି ଯେ ନାବିକମାନେ ବହୁ ଉପକୃତ ହୋଇଛନ୍ତି ଏବଂ ସନ୍ଧ୍ୟାରେ ଗଙ୍ଗା ଆରତୀ ସମୟରେ ଡଙ୍ଗା ସଂଖ୍ୟା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଥିଲେ, ଆପଣମାନେ ଏହିପରି ବନାରସର ଯତ୍ନ ନିଅନ୍ତୁ ।

 

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ବାବାଙ୍କ ଆଶୀର୍ବାଦ ସହିତ ବାରାଣାସୀର ବିକାଶ ଯାତ୍ରା ଜାରି ରହିବ ବୋଲି ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ।

ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଭାରୀ ଶିଳ୍ପ ମନ୍ତ୍ରୀ ଶ୍ରୀ ବ୍ରଜେଶ ପାଠକ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, ପ୍ରଫେସର ଏସ୍ ପି ସିଂ ବାଘେଲ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ - ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ସୋନ ନଗର ରେଳ ଲାଇନକୁ ଉତ୍ସର୍ଗ କରିଛନ୍ତି । ୬୭୬୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ଏହି ନୂତନ ଲାଇନ ଦ୍ରବ୍ୟର ଦ୍ରୁତ ଏବଂ ଅଧିକ ପ୍ରଭାବଶାଳୀ ଗତିକୁ ସହଜ କରିବ । ସେ ଦେଶକୁ ତିନୋଟି ରେଳ ଲାଇନ ଉତ୍ସର୍ଗ କରିଛନ୍ତି ଯାହାର ୯୯୦ କୋଟିରୁ ଅଧିକ ମୂଲ୍ୟରେ ବିଦ୍ୟୁତିକରଣ କିମ୍ବା ଦୋହରୀକରଣ ହୋଇଛି । ଏଥିମଧ୍ୟରେ ଗାଜୀପୁର ସହର - ଅଉଁରିହର ରେଳ ଲାଇନ, ଅଉଁରିହର- ଜଉନପୁର ରେଳ ଲାଇନ ଏବଂ ଭଟ୍ଟାନି- ଅଉଁରିହର ରେଳ ଲାଇନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଉତ୍ତରପ୍ରଦେଶରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ ହାସଲ କରିବାରେ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଏନଏଚ-୫୬ ର ବାରାଣାସୀ – ଜଉନପୁର ସେକ୍ସନର ଚାରି ଲେନ ବିଶିଷ୍ଟ ପ୍ରଶସ୍ତିକରଣକୁ ଉତ୍ସର୍ଗ କିରଛନ୍ତି ଯାହା ୨୭୫୦ କୋଟିରୁ ଅଧିକ ମୂଲ୍ୟରେ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ବାରାଣାସୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଦ୍ରୁତ ଏବଂ ଯାତ୍ରାକୁ ସହଜ କରିବ ।

ବାରାଣାସୀର ଏକାଧିକ ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏକାଧିକ ପ୍ରକଳ୍ପ ମଧ୍ୟରେ ୧୮ ଟି ପିଡବ୍ଲୁଡି ରାସ୍ତାର ର୍ନିମାଣ ଏବଂ ନବୀକରଣ; ବିଏଚୟୁ କ୍ୟାମ୍ପସରେ ର୍ନିମିତ ଆନ୍ତର୍ଜାତୀୟ ବାଳିକା ହଷ୍ଟେଲ କୋଠା; ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଆଇପିଇଟି) - କାରସାରା ଗାଁରେ ଧନ୍ଦାମୂଳକ ତାଲିମ କେନ୍ଦ୍ର; ପୋଲିସ୍ ଷ୍ଟେସନ ସିନ୍ଧାଉରାରେ ଆବାସିକ ସୌଧ ଓ ସରଞ୍ଜାମ, ପିଏସି ଭୁଲାନପୁର, ଫାୟାର ଷ୍ଟେସନ୍ ପିନ୍ଦ୍ରା ଏବଂ ତାରସାଦାରେ ସରକାରୀ ଆବାସିକ ବିଦ୍ୟାଳୟ; ଅର୍ଥନୈତିକ ଅପରାଧ ଗବେଷଣା ସଂଗଠନ ସୌଧ ର୍ନିମାଣ; ମୋହନ କାଟ୍ରା ଠାରୁ କୋନିଆ ଘାଟ ପର୍ଯ୍ୟନ୍ତ ସ୍ୱେରେଜ୍ ଲାଇନ ଏବଂ ରାମନା ଗାଁରେ ଏକ ଆଧୁନିକ ମଳ ପରିଚାଳନା ବ୍ୟବସ୍ଥା; ୩୦ ଡବଲ୍ ସାଇଡ୍ ବ୍ୟାକ୍ଲିଟ୍ ଏଲଇଡି ୟୁନିପୋଲ୍‌; ଏଡିଡିବି ଦୁଗ୍ଧ କାରଖାନା ରାମନଗରରେ ଏକ ଗୋବର ଭିତ୍ତିକ ବାୟୋ-ଗ୍ୟାସ୍ ପ୍ଲାଣ୍ଟ; ଏବଂ ଦଶାଶ୍ୱମେଧ ଘାଟରେ ଏକ ନିଆରା ଭାସମାନ ପୋଷାକ ପରିବର୍ତ୍ତନ ପ୍ରକୋଷ୍ଠ ଜେଟି ଯାହା ଗଙ୍ଗା ନଦୀରେ ଭକ୍ତଙ୍କ ସ୍ନାନକୁ ସହଜ କରିବ । 

ଯେଉଁ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥାପିତ ହୋଇଛି, ତାହା ହେଉଛି ଚଉଖଣ୍ଡି, କାଦିପୁର ଏବଂ ହରଦତ୍ତପୁର ରେଳ ଷ୍ଟେସନ ନିକଟରେ ୩ ଟି ଦୁଇ ଲେନ ବିଶିଷ୍ଟ ରେଳ ଓଭର ବ୍ରିଜ୍ (ଆରଓବି) ର୍ନିମାଣ; ବ୍ୟାସନଗର ର୍ନିମାଣ - ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ୍‍ ରେଳ ଫ୍ଲାଏ ଓଭର; ଏବଂ ୧୫ ପିଡବ୍ଲୁଡି ରାସ୍ତା ର୍ନିମାଣ ଏବଂ ନବୀକରଣ । ପ୍ରାୟ ୭୮୦ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପଗୁଡ଼ିକ ବିକଶିତ ହେବ ।

ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଅଧୀନରେ ୫୫୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ହେବାକୁ ଥିବା ୧୯୨ ଟି ଗ୍ରାମୀଣ ପାନୀୟ ଜଳ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ୧୯୨ ଟି ଗାଁର ୭ ଲକ୍ଷ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବ ।

ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ପୁନଃ ର୍ନିମାଣ ଏବଂ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପୁନଃ ର୍ନିମାଣ ଘାଟଗୁଡିକରେ ଜନସାଧାରଣଙ୍କ ସୁବିଧା, ଅପେକ୍ଷା ସ୍ଥାନ, କାଠ ମହଜୁଦ, ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ପରିବେଶ ଅନୁକୂଳ ଶବଦାହ ପାଇଁ ବ୍ୟବସ୍ଥା ରହିବ ।

ଅନ୍ୟାନ୍ୟ ପ୍ରକଳ୍ପ ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି, ବାରାଣାସୀର ଗଙ୍ଗା ନଦୀ କୂଳରେ ଛଅଟି ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଗାଧୋଇବା ଘାଟରେ ଭାସମାନ ପୋଷାକ ପରିବର୍ତ୍ତନ ପ୍ରକୋଷ୍ଠର ଜେଟି ଏବଂ ଦଶାଶ୍ୱମେଧ ଘାଟର ଭାସମାନ ପୋଷାକ ପରିବର୍ତ୍ତନ ପ୍ରକୋଷ୍ଠ ଜେଟୀ ଏବଂ ସିଆଇପିଇଟି କ୍ୟାମ୍ପସ କରସାରା ଠାରେ ଛାତ୍ରଙ୍କ ପାଇଁ ହଷ୍ଟେଲ ର୍ନିମାଣ ଅନ୍ତର୍ଭୁକ୍ତ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ହିତାଧିକାରୀଙ୍କୁ ପିଏମ୍‍ ଏସଭିଏନିଧି ଋଣ, ପିଏମଏୱାଇ ଗ୍ରାମୀଣ ଗୃହର ଚାବି ଏବଂ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରିଥିଲେ । ଏହା ୫ ଲକ୍ଷ ପିଏମଏୱାଇ ହିତାଧିକାରୀଙ୍କ ଗୃହ ପ୍ରବେଶ, ଯୋଗ୍ୟ ହିତାଧିକାରୀଙ୍କୁ ୧.୨୫ ଲକ୍ଷ ପିଏମ ଏସଭିଏନିଧି ଋଣ ବଣ୍ଟନ ଏବଂ ୨.୮୮ କୋଟି ଆୟୁଷ୍ମାନ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to the capsizing of a boat in Jabalpur, Madhya Pradesh
May 01, 2026
PM announces ex-gratia from PMNRF

Prime Minister Shri Narendra Modi has expressed deep grief over the loss of lives due to the capsizing of a boat in Jabalpur, Madhya Pradesh.

The Prime Minister extended his condolences to those who have lost their loved ones in this tragic mishap and prayed for the speedy recovery of the injured. He also noted that the local administration is assisting those affected.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each of those who lost their lives, and the injured would be given Rs. 50,000.

The Prime Minister posted on X:

"The loss of lives due to the capsizing of a boat in Jabalpur, Madhya Pradesh, is extremely painful. I extend my condolences to those who have lost their loved ones in this tragic mishap. Praying for the speedy recovery of the injured. The local administration is assisting those affected.

An ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000: PM"