ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ – ସୋନ ନଗର ରେଳ ଲାଇନ ଉତ୍ସର୍ଗୀକୃତ ମାଲ ପରିବହନ କରିଡରକୁ ଉଦଘାଟନ କରିଛନ୍ତି
ଏନଏଚ-୫୬ ର ବାରଣାସୀ – ଜଉନପୁର ସେକ୍ସନର ଚାରି ଲେନ ପ୍ରଶସ୍ତିକରଣକୁ ଉତ୍ସର୍ଗ କରିଛନ୍ତି
ବାରଣାସୀରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି
ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ପୁନଃନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
ସିଆଇପିଇଟି କ୍ୟାମ୍ପସ କରସାରା ଠାରେ ଛାତ୍ରମାନଙ୍କ ହଷ୍ଟେଲ ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି
ପିଏମ ଏସଭିଏନିଧି ଋଣ, ପିଏମଏୱାଇ ଗ୍ରାମୀଣ ଘରର ଚାବି ଏବଂ ଆୟୁଷ୍ମାନ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିଛନ୍ତି
“ଆଜିର ପ୍ରକଳ୍ପଗୁଡ଼ିକ ହେଉଛି ପ୍ରାଚୀନ ଆତ୍ମାକୁ ବଜାୟ ରଖିବା ସହିତ କାଶୀକୁ ଏକ ନୂତନ ଶରୀର ଯୋଗାଇବା ପାଇଁ ଆମ ସଂକଳ୍ପର ସମ୍ପ୍ରସାରଣ”
“ହିତାଧିକାରୀଙ୍କ ସହ ଆଲୋଚନା ଏବଂ ଯୋଗାଯୋଗର ଏକ ନୂତନ ପରମ୍ପରା ସରକାର ଆରମ୍ଭ କରିଛନ୍ତି, ଯାହାର ଅର୍ଥ ହେଉଛି ପ୍ରତ୍ୟକ୍ଷ ଲାଭ ତଥା ପ୍ରତ୍ୟକ୍ଷ ମତାମତ"
“ହିତାଧିକାରୀ ବର୍ଗ ସାମାଜିକ ନ୍ୟାୟ ଏବଂ ଧର୍ମନିରପେକ୍ଷତାର ପ୍ରକୃତ ରୂପର ଏକ ଉଦାହରଣ ପାଲଟିଛନ୍ତି”
“ପିଏମ୍‍ ଆବାସ ଏବଂ ଆୟୁଷ୍ମାନ ଭଳି ଯୋଜନା ଏକାଧିକ ପୀଢିକୁ ପ୍ରଭାବିତ କରିଥାଏ” “ଗରୀବଙ୍କ ଆତ୍ମ ସମ୍ମାନ ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି”
“ଗରିବ କଲ୍ୟାଣ ହେଉ କିମ୍ବା ଭିତ୍ତିଭୂମି ହେଉ, ଆଜି ବଜେଟର ଅଭା
ଶ୍ରୀ ମୋଦୀ ମଧ୍ୟ ପିଏମ ଏସଭିଏନିଧି, ପିଏମଏୱାଇ ଗ୍ରାମୀଣ ଘରର ଚାବି ଏବଂ ଆୟୁଷ୍ମାନ ଭାରତ କାର୍ଡର ବଣ୍ଟନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ମଡେଲକୁ ବୁଲି ଦେଖିଥିଲେ ।

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ହର ହର ମହାଦେବ! ମାତା ଅନ୍ନପୂର୍ଣ୍ଣା କୀ ଜୟ ! ଗଙ୍ଗା ମୈୟା କୀ ଜୟ ! ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀଗଣ, ୟୁପି ସରକାରଙ୍କର ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ଭିନ୍ନ ଭିନ୍ନ ଯୋଜନାର ସମସ୍ତ ହିତାଧିକାରୀ, ଆଉ ମୋର କାଶୀର ପ୍ରିୟ ଭାଇ ଓ ଭଉଣୀମାନେ ।

ଶ୍ରାବଣ ମାସର ଶୁଭାରମ୍ଭ ହୋଇଛି... ବାବା ବିଶ୍ୱନାଥ ଏବଂ ମାଆ ଗଙ୍ଗାଙ୍କର ଆଶୀର୍ବାଦ ରହିଥାଉ ଆଉ ବନାରସର ଲୋକମାନଙ୍କର ସହଯୋଗ ରହିଥାଉ, ପୁଣି ତେବେ ତ ଜୀବନ ସମ୍ପୂର୍ଣ୍ଣ ଭାବେ ଧନ୍ୟ ହୋଇ ଯାଇଥାଏ। ମୁଁ ଜାଣିଛି ଯେ ଆଜିକାଲି କାଶୀର ଆପଣ ସବୁ ଲୋକମାନେ ବହୁତ ବ୍ୟସ୍ତ ଅଛନ୍ତି, ଆଜିକାଲି କାଶୀରେ ଉଜ୍ଜ୍ୱଳତା ଟିକେ ଅଧିକ ହିଁ ଜଣା ପଡ଼ୁଛି । ଦେଶ- ବିଦେଶରୁ ହଜାର- ହଜାର ଶିବଭକ୍ତ ଏଠାକୁ ପ୍ରତ୍ୟେକ ଦିନ ବାବାଙ୍କୁ ଜଳ ଲାଗି କରିବା ପାଇଁ ପହଞ୍ଚୁଛନ୍ତି ଆଉ ଏଥର ତ’ ଶ୍ରାବଣର ଅବଧି ଟିକେ ଅଧିକ ରହିଛି । ଏମିତିରେ ଏଥର ବାବାଙ୍କ ଦର୍ଶନ ପାଇଁ ରେକର୍ଡ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ଏଠାକୁ ଆସିବା ନିଶ୍ଚିତ । କିନ୍ତୁ ଏହିସବୁ ସହିତ ଆଉ ଏକ କଥା ନିଶ୍ଚିତ ଭାବେ ରହିଛି । ଏବେ ଯେ କେହି ବନାରସ ଆସିଲେ, ଖୁସି ନ ହୋଇ ଯିବେ ! ମୋତେ ବହୁତ ଅଧିକ ଚିନ୍ତା ହେଉ ନାହିଁ ଯେ ଏତେ ସବୁ ଲୋକ ଆସିବେ, ବନାରସରେ ସବୁକିଛି କିଭଳି ବ୍ୟବସ୍ଥିତ ହେବ । କାଶୀର ଲୋକମାନେ ତ’ ମୋତେ ଶିଖାଇ ଦିଅନ୍ତି, ମୁଁ ସେମାନଙ୍କୁ କେତେ କଥା ଶିଖାଇ ପାରିବି ନାହିଁ । ଏବେ ଜି-20 ପାଇଁ ସାରା ବିଶ୍ୱରୁ ଏତେ ସବୁ ଲୋକ ବନାରସ ଆସିଥିଲେ । କାଶୀର ଲୋକମାନେ ସେମାନଙ୍କର ଏତେ ଭବ୍ୟ ସ୍ୱାଗତ କରିଲେ, ଏତେ ଭଲ ବ୍ୟବସ୍ଥା କରିଥିଲେ ଯେ, ଆଜି ସମଗ୍ର ବିଶ୍ୱରେ ଆପଣଙ୍କର ଏବଂ କାଶୀର ବାଃହ ବାଃହ ହେଉଛି। ଆଉ ଏଥିପାଇଁ ମୋତେ ଜଣାଅଛି କାଶୀର ଲୋକମାନେ ସବୁକିଛି ସମ୍ଭାଳି ନେବେ। ଆପଣମାନେ କାଶୀ ବିଶ୍ୱନାଥ ଧାମ ଆଉ ସମଗ୍ର ପରିସରକୁ ମଧ୍ୟ ଏଷତ ଭବ୍ୟ କରି ଦେଇଛନ୍ତି ଯେ ଯେଉଁମାନେ ଏଠାକୁ ଆସୁଛନ୍ତି, ଗଦଗଦ ହୋଇ ଯାଉଛନ୍ତି। ଏହା ବାବାଙ୍କର ଇଚ୍ଛା ହିଁ ଥିଲା ଯେ ଆମେ ତାହାକୁ ପୂରଣ କରିବା ପାଇଁ ନିମିତ ହୋଇ ପାରିଲୁ। ଏହା ହେଉଛି ଆମ ସମସ୍ତଙ୍କର ସୌଭାଗ୍ୟ ।

ଭାଇ ଓ ଭଉଣୀମାନେ,

ଆଜି କାଶୀ ସହିତ ଉତର ପ୍ରଦେଶକୁ ପ୍ରାୟ 12 ହଜାର କୋଟି ଟଙ୍କାର ପ୍ରକଳ୍ପର ଉପହାର ମିଳିଛି। ଆମେ ଯେଉଁ କାଶୀର ଆତ୍ମାକୁ ସଂରକ୍ଷିତ ରଖି କରି ନୂତନ କାୟାକଳ୍ପର ସଂକଳ୍ପ ନେଇଛୁ, ଏହା ହେଉଛି ତାହାର ସଂପ୍ରସାରଣ । ଏଥିରେ ରେଳ, ସଡ଼କ, ପାଣି, ଶିକ୍ଷା, ପର୍ଯ୍ୟଟନ ସହିତ ଜଡ଼ିତ ପ୍ରକଳ୍ପ ରହିଛି, ଘାଟଗୁଡ଼ିକର ପୁନଃର୍ବିକାଶ ସହିତ ଜଡ଼ିତ ପ୍ରକଳ୍ପ ରହିଛି । ଏହିସବୁ ବିକାଶ କାର୍ଯ୍ୟଗୁଡ଼ିକ ପାଇଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା।

ସାଥୀଗଣ,

କିଛି ସମୟ ପୂର୍ବରୁ ହିଁ ମୋର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଆୟୂଷ୍ମାନ ଭାରତ ଯୋଜନାର ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ ହେଲା । ପୂର୍ବ ସରକାରଙ୍କ ପାଖରେ ଲୋକମାନଙ୍କର ସବୁଠାରୁ ବଡ଼ ଅଭିଯୋଗ ଏହା ଥିଲା ଯେ ସେମାନେ ଯୋଜନା ସବୁ ଶୀତତାପ ନିୟନ୍ତ୍ରିତ କୋଠରୀ ମଧ୍ୟରେ ବସି ପ୍ରସ୍ତୁତ କରୁଥିଲେ । ତୃଣମୂଳରେ ସେହି ଯୋଜନାଗୁଡ଼ିକର ପ୍ରଭାବ କ’ଣ ହେଉଛି, ଏହା ସେତେବେଳର ସରକାରଙ୍କୁ ଜଣା ହିଁ ପଡ଼ୁ ନ ଥିଲା । କିନ୍ତୁ ଭାଜପା ସରକାର ହିତାଧିକାରୀଙ୍କ ସହିତ କଥାବାର୍ତ୍ତା କଲେ, ଆଲୋଚନା କଲେ, ସାକ୍ଷାତ କଲେ, ଏକ ନୂତନ ପରମ୍ପରା ଆରମ୍ଭ କଲେ। ଅର୍ଥାତ ସୁବିଧାର ମଧ୍ୟ ପ୍ରତ୍ୟକ୍ଷ ଏବଂ ମତାମତ ମଧ୍ୟ ପ୍ରତ୍ୟକ୍ଷ। ଏହାର ଲାଭ ଏହା ହେଲା ଯେ ପ୍ରତ୍ୟେକ ସରକାରୀ ବିଭାଗ, ପ୍ରତ୍ୟେକ ଅଫିସର ନିଜର ଦାୟିତ୍ୱକୁ ବୁଝିବାକୁ ଲାଗିଲେ। ଏବେ କାହା ପାଇଁ ଗୁଣନ- ଗଣିତର କୌଣସି ସୁଯୋଗ ବଞ୍ଚି ରହିଲା ନାହିଁ।

ସାଥୀଗଣ,

ଯେଉଁ ଦଳଗୁଡ଼ିକ ଅତୀତରେ ଭ୍ରଷ୍ଟ ଏବଂ କାର୍ଯ୍ୟ କରୁ ନ ଥିବା ସରକାରମାନ ଚଳାଇଛନ୍ତି, ସେମାନେ ଆଜି ହିତାଧିକାରୀଙ୍କ ନାମ ଶୁଣି ବ୍ୟସ୍ତବିବ୍ରତ ହୋଇ ପଡ଼ୁଛନ୍ତି । ସ୍ୱାଧୀନତାର ଏତେ ବର୍ଷ ପରେ, ଗଣତନ୍ତ୍ରର ପ୍ରକୃତ ଲାଭ ଏବେ ପ୍ରକୃତ ଭାବେ ପ୍ରକୃତ ଲୋକଙ୍କ ପାଖରେ ପହଞ୍ଚିଛି। ନଚେତ ପୂର୍ବରୁ ଗଣତନ୍ତ୍ରର ନାମରେ କେବଳ ହାତଗଣତି ନିର୍ଦ୍ଧିଷ୍ଟ ଲୋକଙ୍କର ହିତ ସାଧନ କରା ଯାଉଥିଲା, ଗରିବକୁ କେହି ପଚାରୁ ନଥିଲେ । ଭାଜପା ସରକାରରେ ହିତାଧିକାରୀ ବର୍ଗ ଆଜି ବାସ୍ତବ ସାମାଜିକ ନ୍ୟାୟ ଏବଂ ବାସ୍ତବ ଧର୍ମନିରପେକ୍ଷତାର ଉଦାହରଣ ହୋଇ ଯାଇଛି । ଆମେ ସମ୍ପୂର୍ଣ୍ଣ ଶକ୍ତି ଲଗାଉଛୁ ଯେ ପ୍ରତ୍ୟେକ ଯୋଜନାର ଶେଷ ହିତାଧିକାରୀଙ୍କୁ ଖୋଜି, ତାଙ୍କ ପାଖରେ ଯାଇ ପହଞ୍ଚି, ତାଙ୍କୁ ଯୋଜନାର ଲାଭ ପହଞ୍ଚାଇବା । ଜାଣନ୍ତି ଏହାର ସବୁଠାରୁ ବଡ଼ ଲାଭ କ’ଣ ହେଉଛି ? ଭାଇ ଯେତେବେଳେ, ସରକାର ନିଜେ ହିଁ ପହଞ୍ଚି ଯାଉଛନ୍ତି ତେବେ କ’ଣ ହେଉଛି ? କମିଶନ ବାଲାଙ୍କର ଦୋକାନ....ବନ୍ଦ। ଅର୍ଥାତ ନା କୌଣସି ଭେଦଭାବ ଆଉ ନା ହିଁ କୌଣସି ଭ୍ରଷ୍ଟାଚାର।

ସାଥୀଗଣ,

ବିଗତ 9 ବର୍ଷରେ ଆମେ କେବଳ ଗୋଟିଏ ପରିବାର ଆଉ ଗୋଟିଏ ପିଢ଼ୀ ପାଇଁ ଯୋଜନାମାନ ପ୍ରସ୍ତୁତ କରି ନାହୁଁ, ବରଂ ଆସିବାକୁ ଥିବା ପିଢ଼ୀମାନଙ୍କର ଭବିଷ୍ୟତ ସୁଧୁରି ଯାଉ, ଏହାକୁ ଧ୍ୟାନରେ ରଖି କାର୍ଯ୍ୟ କରାଯାଇଛି । ଏବେ ଯେପରି ଗରିବଙ୍କ ଘରର ଯୋଜନା ରହିଛି । ଏ ପର୍ଯ୍ୟନ୍ତ ଦେଶରେ 4 କୋଟିରୁ ଅଧିକ ପରିବାରଙ୍କୁ ପିଏମ ଆବାସ ଯୋଜନାରେ ପକ୍କା ଘର ମିଳି ସାରିଛି। ଆଜି ମଧ୍ୟ ଏଠାରେ ୟୁପିର ସାଢ଼େ ଚାରି ଲକ୍ଷ ଗରିବ ପରିବାରଙ୍କୁ ପକ୍କା ଘର ଦିଆ ଯାଇ ସାରିଛି। ଶ୍ରବଣର ମାସରେ ମହାଦେବଙ୍କ, ଏହା କେତେ ବଡ଼ କୃପା ହୋଇଛି।

ସାଥୀଗଣ,

ଯେଉଁ ଗରିବମାନଙ୍କୁ ଏହି ଘର ମିଳିଛି, ସେମାନଙ୍କର ଏକ ବହୁତ ବଡ଼ ଚିନ୍ତା ଶେଷ ହୋଇ ଯାଇଛି, ସୁରକ୍ଷାର ଭାବନା ସେମାନଙ୍କ ଭିତରେ ଆସି ଯାଇଥାଏ। ଯେଉଁମାନଙ୍କୁ ଏହି ଘର ମିଳିଥାଏ, ସେମାନଙ୍କ ଠାରେ ଏକ ନୂତନ ସ୍ୱାଭିମାନର ଭାବ ଜାଗ୍ରତ ହୋଇଥାଏ, ନୂତନ ଉର୍ଜ୍ଜା ଆସିଥାଏ । ଯେତେବେଳେ ଏଭଳି ଘରେ କୌଣସି ପିଲା ପାଳିତ ହୋଇଥାଏ, ବଢ଼ିଥାଏ, ସେତେବେଳେ ତାହାର ଆକାଂକ୍ଷାଗୁଡ଼ିକ ମଧ୍ୟ ଭିନ୍ନ ହୋଇଥାଏ । ଆଉ ଆପଣମାନଙ୍କୁ ମୁଁ ଗୋଟିଏ କଥା ବାରମ୍ବାର ମନେ ପକାଇ ଦେଉଛି । ପିଏମ ଆବାସ ଯୋଜନାର ଏଇ ଅଧିକାଂଶ ଘର ମହିଳାମାନଙ୍କ ନାମରେ ମିଳୁଛି । ଆଜି ଏହି ଘରଗୁଡ଼ିକର ମୂଲ୍ୟ କେତେ- କେତେ ଲକ୍ଷ ହୋଇ ସାରିଛି । କୋଟି- କୋଟି ଭଉଣୀ ତ’ ଏଭଳି ଅଛନ୍ତି, ଯାହାଙ୍କର ନାମରେ ପ୍ରଥମ ଥର ପାଇଁ କୌଣସି ସମ୍ପତ୍ତି ପଞ୍ଜିକୃତ ହୋଇଛି । ଏହାଦ୍ୱାରା ଗରିବ ପରିବାରଗୁଡ଼ିକର ଭଉଣୀମାନଙ୍କୁ ଯେଉଁ ଆର୍ଥିକ ସୁରକ୍ଷାର ଗ୍ୟାରେଣ୍ଟି ମିଳିଛି, ଏହା ସେହିମାନେ ହିଁ ଜାଣନ୍ତି।

ସାଥୀଗଣ,

ଆୟୂଷ୍ମାନ ଭାରତ ଯୋଜନା ମଧ୍ୟ କେବଳ 5 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପର୍ଯ୍ୟନ୍ତ ସୀମିତ ନାହିଁ। ଏହାର ପ୍ରଭାବ କେତେ ପିଢ଼ୀ ପର୍ଯ୍ୟନ୍ତ ପଡ଼ି ପାରୁଛି । ଯେତେବେଳେ ଗରିବ ପରିବାରରେ କେହି ଗୁରୁତର ଭାବେ ରୋଗରେ ପୀଡ଼ିତ ହୁଅନ୍ତି, ତେବେ କାହାର ପାଠପଢ଼ାରେ ଡୋରି ଲାଗିଯାଏ, କାହାକୁ କମ୍ ବୟସରେ କାମ କରିବାକୁ ଯିବାକୁ ପଡ଼ିଥାଏ । ପତ୍ନୀଙ୍କୁ ମଧ୍ୟ ପେଟପାଟଣା ପାଇଁ ବାହାରକୁ ବାହାରିବାକୁ ପଡ଼ିଥାଏ । ଏକ ଗୁରୁତର ରୋଗ ଆସିଲା ତେବେ କେତେ- କେତେ ବର୍ଷ ପର୍ଯ୍ୟନ୍ତ ମା- ବାପାଙ୍କ ପିଲାମାନେ ବଡ଼ ହୋଇ ଯାଆନ୍ତୁ କିନ୍ତୁ ସେମାନଙ୍କର ବିବାହ କରାଇ ପାରନ୍ତି ନାହିଁ । କାରଣ ରୋଗ କାରଣରୁ ଆର୍ଥିକ ଅବସ୍ଥା ମାନ୍ଦା ହୋଇ ଯାଇଥାଏ। ଆଉ ଗରିବଙ୍କ ସାମ୍ନାରେ ଦୁଇଟି ହିଁ ବିକଳ୍ପ ରହିଥାଏ । ହୁଏତ ସେମାନେ ନିଜର ଲୋକମାନଙ୍କୁ ନିଜ ଆଖି ସାମ୍ନାରେ ଜୀବନ ଜୀଇଁବା ପାଇଁ ସଂଘର୍ଷ କରିବାର ଦେଖିବେ, କିମ୍ବା ଘର- ଚାଷଜମି ବିକ୍ରି କରି ଦେବେ, କାହାଠାରୁ ଚିକିତ୍ସା ପାଇଁ କରଜ କରିବେ । ଯେତେବେଳେ ସମ୍ପତ୍ତି ବିକ୍ରି ହୋଇଥାଏ, କରଜର ବୋଝ ବଢ଼ି ଯାଇଥାଏ, ସେତେବେଳେ ଆଗାମୀ କେତେ- କେତେ ପିଢ଼ୀମାନ ପ୍ରଭାବିତ ହୋଇ ଯାଇଥାଏ। ଆୟୂଷ୍ମାନ ଭାରତ ଯୋଜନା ଆଜି ଗରିବଙ୍କୁ ଏହି ସଙ୍କଟରୁ ରକ୍ଷା କରୁଛି । ଏଥିପାଇଁ ମୁଁ ମିଶନ ମୋଡରେ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଆୟୂଷ୍ମାନ କାର୍ଡକୁ ପହଞ୍ଚାଇବା ପାଇଁ ଏତେ ଅଧିକ ପ୍ରୟାସ କରୁଛି । ଆଜି ମଧ୍ୟ ଏହିଠାରୁ ଏକ କୋଟି 60 ଲକ୍ଷ ହିତାଧିକାରୀଙ୍କୁ ଆୟୂଷ୍ମାନ ଭାରତର କାର୍ଡ ବଂଟନ କରିବା ଆରମ୍ଭ ହୋଇଛି।

ଭାଇମାନେ ଓ ଭଉଣୀମାନେ,

ଦେଶର ସଂସାଧନ ଉପରେ ବଞ୍ଚିତଙ୍କର, ଗରିବଙ୍କର ସବୁଠାରୁ ବଡ଼ ଅଧିକାର ହୋଇଥାଏ । ପୂର୍ବରୁ ବ୍ୟାଙ୍କ ପର୍ଯ୍ୟନ୍ତ କେବଳ ଧନୀ ଲୋକମାନଙ୍କର ହିଁ ପହଞ୍ଚ ରହୁଥିଲା । ଗରିବଙ୍କ ପାଇଁ ତ’ ଏହା ଧରି ନିଆ ଯାଇଥିଲା ଯେ ପଇସା ହିଁ ନାହିଁ, ତେବେ ବ୍ୟାଙ୍କ ଖାତାକୁ ନେଇ କ’ଣ କରିବ? କିଛି ଲୋକ ଚିନ୍ତା କରୁଥିଲେ ଯେ ଗ୍ୟାରେଣ୍ଟି ଦେବା ପାଇଁ କେହି ନାହାଁନ୍ତି, ତେବେ ବ୍ୟାଙ୍କରୁ କିପରି ଋଣ ମିଳି ପାରିବ । ବିଗତ 9 ବର୍ଷରେ ଏହି ଚିନ୍ତାଧାରାକୁ ମଧ୍ୟ ଭାଜପା ସରକାର ପରିବର୍ତ୍ତନ କରି ଦେଇଛନ୍ତି । ଆମେ ସମସ୍ତଙ୍କ ପାଇଁ ବ୍ୟାଙ୍କର ଦ୍ବାରା ଉନ୍ମୁକ୍ତ କରି ଦେଇଛୁ । ଆମେ ପ୍ରାୟ 50 କୋଟି ଜନ-ଧନ ବ୍ୟାଙ୍କ ଖାତା ଖୋଲିଛୁ । ମୁଦ୍ରା ଯୋଜନା ମାଧ୍ୟମରେ 50 ହଜାରରୁ ନେଇ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଦେଲୁ । ଏଠାରେ ୟୁପିରେ ମଧ୍ୟ କୋଟି କୋଟି ହିତାଧିକାରୀ ମୁଦ୍ରା ଯୋଜନାର ଲାଭ ଉଠାଇ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାଦ୍ୱାରା ସବୁଠାରୁ ଅଧିକ ଲାଭ ଗରିବ, ଦଳିତ, ପଛୁଆ, ଆଦିବାସୀ, ସଂଖ୍ୟାଲଘୁ ପରିବାର ସହିତ ଜଡ଼ିତ ସାଥୀଙ୍କୁ ଏବଂ ମହିଳା ଉଦ୍ୟମୀମାନଙ୍କୁ ହୋଇ ପାରିଛି । ଏହା ହିଁ ତ’ ହେଉଛି ସାମାଜିକ ନ୍ୟାୟ, ଯାହାର ଗ୍ୟାରେଣ୍ଟି ଭାଜପା ସରକାର ପ୍ରଦାନ କରୁଛନ୍ତି ।

ସାଥୀଗଣ,

ଆମର ରାସ୍ତକଡ ଉଠା ଦୋକାନୀ- ଠେଲା- ଫୁଟପାଥ ଉପରେ ଛୋଟ- ମୋଟ ବ୍ୟବସାୟ କରୁଥିବା ସାଥୀ ମଧ୍ୟ ଅଧିକାଂଶ ଭାବେ ବଞ୍ଚିତ ସମାଜରୁ ହିଁ ଆସି ଥାଆନ୍ତି । କିନ୍ତୁ ପୂର୍ବର ସରକାରମାନେ ଏହି ସାଥୀମାନଙ୍କୁ ଅପମାନ ଏବଂ ପ୍ରତାରଣା ବ୍ୟତୀତ କିଛି ମଧ୍ୟ ଦେଇ ନାହାଁନ୍ତି। କେହି ରାସ୍ତକଡ ଉଠା ଦୋକାନୀ- ଠେଲା- ଫୁଟପାଥ ଉପରେ ଦୋକାନ ଚଳାଉଥିବା ଲୋକଙ୍କୁ ଧିକ୍କାର କରୁଛି, ଗାଳି ଦେଇ ଚାଲି ଯାଉଛି । କିନ୍ତୁ ଗରିବ ମାଆର ପୁଅ ମୋଦୀ, ଏମାନଙ୍କର ଏହି ଅପମାନ ସହ୍ୟ କରି ପାରିବ ନାହିଁ । ଏଥିପାଇଁ ମୁଁ ରାସ୍ତକଡ ଉଠା ଦୋକାନୀ- ଠେଲା- ଫୁଟପାଥ ଉପରେ ଦୋକାନ ଚଳାଉଥିବା ଲୋକମାନଙ୍କ ପାଇଁ ପିଏମ୍ ସ୍ୱନିଧି ଯୋଜନା ପ୍ରସ୍ତୁତ କରିଛୁ। ଆମେ ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଏମାନଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରିଛୁ ଆଉ ଏମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାଙ୍କକୁ କହିଛୁ । ଯେଉଁ ଅର୍ଥ ରାସ୍ତକଡ ଉଠା ଦୋକାନୀମାନଙ୍କୁ ବ୍ୟାଙ୍କ ଦେଉଛି, ତାହାର ଗ୍ୟାରେଣ୍ଟି ମଧ୍ୟ ନିଜେ ସରକାର ନେଉଛନ୍ତି । ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ 35 ଲକ୍ଷରୁ ଅଧିକ ସାଥୀଙ୍କୁ ସାହାଯ୍ୟ କରିବା ସୁନିଶ୍ଚିତ କରାଯାଇଛି। ଏହିଠାରେ ବନାରସରେ ମଧ୍ୟ ଆଜି ଶହେ ପଚିଶ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସ୍ୱନିଧି ଯୋଜନା ମାଧ୍ୟମରେ ଋଣ ପ୍ରଦାନ କରାଯାଇଛି । ଏହି ଋଣ ଦ୍ୱାରା ସେମାନେ ନିଜ କାର୍ଯ୍ୟ ଆଗକୁ ବଢ଼ାଇବେ, ନିଜ ଦୋକାନର ସଂପ୍ରସାରଣ କରି ପାରିବେ । ଏବେ କେହି ତାଙ୍କୁ ଆଉ ଗାଳି ଦେଇ ପାରିବ ନାହିଁ, ସେମାନଙ୍କୁ ନିଚ୍ଚ ଦେଖାଇ ପାରିବ ନାହିଁ । ଗରିବଙ୍କୁ ସ୍ୱାଭିମାନ, ଏହା ହେଉଛି ମୋଦୀର ଗ୍ୟାରେଣ୍ଟି। 

ସାଥୀଗଣ,

ଯେଉଁ ଲୋକମାନେ ଦଶନ୍ଧି ଦଶନ୍ଧି ଧରି ଦେଶକୁ ଶାସନ କରୁଥିଲେ, ସେମାନଙ୍କ ଶାସନର ମୂଳ ହିଁ ଥିଲା ଶଠତା ବା ବେଇମାନୀ । ଆଉ ଯେତେବେଳେ ଏହା ହୋଇଥାଏ, ସେତେବେଳେ ଯେତେ ଧନ ସଂଗ୍ରହ କଲେ ମଧ୍ୟ, ତାହା କମ୍ ହୋଇ ଯାଇଥାଏ । 2014 ପୂର୍ବରୁ ଦୁର୍ନୀତିଗ୍ରସ୍ତ ଏବଂ ପରିବାରବାଦୀମାନଙ୍କ ସରକାର ସମୟରେ ଏଭଳି କାରବାର ଚାଲିଥିଲା । ଯେତେବେଳେ ବଜେଟର କଥା ଆସେ, ସେତେବେଳେ କେବଳ କ୍ଷତିର, ଘାଟାର ବାହାନା କରା ଯାଉଥିଲା । ଆଜି ଗରିବ କଲ୍ୟାଣ ହେଉ କିମ୍ବା ଭିତ୍ତିଭୂମି ବିକାଶ ହେଉ, ବଜେଟର କୌଣସି ଅଭାବ ନାହିଁ। ସେହି ସମାନ କରଦାତା ଅଛନ୍ତି, ସେହି ସମାନ ବ୍ୟବସ୍ଥା ଅଛି । କିନ୍ତୁ ସରକାର ବଦଳିଛନ୍ତି, ଉଦ୍ଦେଶ୍ୟ ବଦଳିଛି, ତେଣୁ ପରିଣାମ ମଧ୍ୟ ଦୃଶ୍ୟମାନ ହେଉଛି । ପୂର୍ବରୁ ଖବରକାଗଜରେ ଦୁର୍ନୀତି ଏବଂ କଳାବଜାରର ଖବର ପରିପୂର୍ଣ୍ଣ ହୋଇ ରହୁଥିଲା । ବର୍ତ୍ତମାନ ଖବରକାଗଜରେ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ନୂତନ ପ୍ରକଳ୍ପର ଉଦଘାଟନର ଖବର ପ୍ରାଧାନ୍ୟ ବିସ୍ତାର କରିଛି । ବିଗତ 9 ବର୍ଷ ମଧ୍ୟରେ ଆସିଥିବା ପରିବର୍ତ୍ତନର ସବୁଠାରୁ ବଡ଼ ଉଦାହରଣ ହେଉଛି ଭାରତୀୟ ରେଳବାଇ। ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ମାଲ ପରିବହନ କରିଡର, ଅର୍ଥାତ୍ ସାମଗ୍ରୀ ପରିବହନ ଟ୍ରେନ୍ ପାଇଁ ସ୍ୱତନ୍ତ୍ର ଟ୍ରାକ୍ର ଯୋଜନା 2006ରେ ଆରମ୍ଭ ହୋଇଥିଲା। କିନ୍ତୁ 2014 ପର୍ଯ୍ୟନ୍ତ 1 କିଲୋମିଟର ଟ୍ରାକ ମଧ୍ୟ ବିଛାଯାଇ ପାରି ନଥିଲା । ଏପରିକି ଏକ କିଲୋମିଟର ମଧ୍ୟ ନୁହେଁ । ବିଗତ 9 ବର୍ଷ ମଧ୍ୟରେ ଏହାର ଏକ ପ୍ରମୁଖ ଅଂଶ ସମ୍ପୂର୍ଣ୍ଣ ହୋଇଛି । ଏହା ଉପରେ ମାଲଗାଡି ସାମଗ୍ରୀ ଧରି ଚାଲିବା ଆରମ୍ଭ କରିଛି । ଆଜି ମଧ୍ୟ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନର ନୂତନ ସୋନଗର ବିଭାଗର ଉଦଘାଟନ କରାଯାଇଛି । ଏହା କେବଳ ମାଲଗାଡିର ଗତି ବଢାଇବ ନାହିଁ, ବରଂ ପୂର୍ବାଞ୍ଚଳ ଏବଂ ପୂର୍ବ ଭାରତରେ ଅନେକ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ।

ସାଥୀଗଣ,

ଯେତେବେଳେ ଉଦ୍ଦେଶ୍ୟ ସ୍ପଷ୍ଟ ଥାଏ ସେତେବେଳେ ତାହା କିପରି କାର୍ଯ୍ୟ କରିଥାଏ ତାହାର ଅନ୍ୟ ଏକ ଉଦାହରଣ ମୁଁ ଆପଣମାନଙ୍କୁ ଦେଉଛି । ଦେଶ ସର୍ବଦା ଚାହୁଁଥିଲା ଯେ ଦେଶରେ ଦ୍ରୁତ ଗତି ଟ୍ରେନ୍ ଚାଲିବା ଦରକାର । ଏଥିପାଇଁ ପ୍ରାୟ 50 ବର୍ଷ ପୂର୍ବେ ଦେଶରେ ପ୍ରଥମ ଥର ପାଇଁ ରାଜଧାନୀ ଏକ୍ସପ୍ରେସ ଆରମ୍ଭ ହୋଇଥିଲା । ରାଜଧାନୀ ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇଥିଲା। କିନ୍ତୁ ଏତେ ବର୍ଷ ପରେ ମଧ୍ୟ ଏହି ରାଜଧାନୀ ଏକ୍ସପ୍ରେସ କେବଳ 16 ଟି ରୁଟରେ ହିଁ ଚାଲି ପାରିଛି। 50 ବର୍ଷରେ, କେବଳ ଷୋହଳଟି ରୁଟରେ, ସେହିପରି 30- 35 ବର୍ଷ ପୂର୍ବେ ଶତାବ୍ଦୀ ଏକ୍ସପ୍ରେସ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଶତାବ୍ଦୀ ଏକ୍ସପ୍ରେସ ମଧ୍ୟ 30-35 ବର୍ଷ ଭିତରେ କେବଳ 19 ରୁଟରେ ସେବା ପ୍ରଦାନ କରୁଛି । ଏହି ଟ୍ରେନ୍ ଠାରୁ ଏକ ଭିନ୍ନ ହେଉଛି ବନ୍ଦେଭାରତ ଏକ୍ସପ୍ରେସ । ଆଉ ବନାରସ ପାଖରେ ଦେଶର ପ୍ରଥମ ବନ୍ଦେଭାରତ ଚଳାଚଳର ରେକର୍ଡ ରହିଛି । 4 ବର୍ଷ ମଧ୍ୟରେ, ଏହି ଟ୍ରେନ୍ 25ଟି ରୁଟରେ ଚାଲିବା ଆରମ୍ଭ କରିଛି । ଆଜି ମଧ୍ୟ ଗୋରଖପୁରରୁ ଦୁଇଟି ନୂତନ ବନ୍ଦେଭାରତ ଏକ୍ସପ୍ରେସକୁ ସବୁଜ ପତାକା ପ୍ରଦର୍ଶନ କରା‌ଯାଇଛି । ଗୋଟିଏ ଟ୍ରେନ୍ ଗୋରଖପୁରରୁ ଲକ୍ଷନଉ ପର୍ଯ୍ୟନ୍ତ ଏବଂ ଅନ୍ୟଟି ଅହମ୍ମଦାବାଦରୁ ଯୋଧପୁର ମାର୍ଗରେ ଚାଲିଛି । ଏହି ବନ୍ଦେଭାରତ ଦେଶର ମଧ୍ୟବିତ୍ତ ବର୍ଗଙ୍କ ମଧ୍ୟରେ ଏତେ ସୁପରହିଟ୍ ହୋଇପାରିଛି, ଯେ ପ୍ରତ୍ୟେକ କୋଣ-ଅନୁକୋଣରୁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଆଉ ସେହି ଦିନ ଦୂର ନୁହେଁ, ଯେତେବେଳେ ବନ୍ଦେଭାରତ ଦେଶର ପ୍ରତ୍ୟେକ କୋଣ-ଅନୁକୋଣକୁ ସଂଯୋଗ କରିବ। 

ଭାଇ ଓ ଭଉଣୀମାନେ,

ବିଗତ 9 ବର୍ଷ ମଧ୍ୟରେ କାଶୀର ଯୋଗାଯୋଗକୁ ସୁଦୃଢ ଏବଂ ଉନ୍ନତ କରିବା ପାଇଁ ଅଦ୍ଭୁତପୂର୍ବ କାର୍ଯ୍ୟ କରାଯାଇଛି । ଏଠାରେ ଯେଉଁ ବିକାଶ କାର୍ଯ୍ୟ କରାଯାଉଛି, ତାହା ମଧ୍ୟ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଏବେ ଯେଭଳି କାଶୀକୁ ଗତ ବର୍ଷ 7 କୋଟିରୁ ଅଧିକ ପର୍ଯ୍ୟଟକ ଓ ଭକ୍ତ ଆସିଥିଲେ । କେବଳ ଗୋଟିଏ ବର୍ଷରେ କାଶୀକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା 12 ଗୁଣ ବୃଦ୍ଧି ପାଇଛି । 12 ଗୁଣ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି, ତେଣୁ ଏହାର ସିଧାସଳଖ ଲାଭ ଏଠାରେ ଥିବା ରିକ୍ସା ଚାଳକମାନଙ୍କୁ ମିଳିଛି, ଦୋକାନୀମାନଙ୍କୁ ମିଳିଛି, ଢାବା- ହୋଟେଲ ଖେଲିଥିବା ମୋର ସାଥୀମାନଙ୍କୁ ମିଳିଛି । ବନାରସୀ ଶାଢୀର କାମ କରୁଥିବା ଲୋକମାନେ ହୁଅନ୍ତୁ, ଅବା ପୁଣି ବନାରସୀ ପାନ ବିକ୍ରୀ କରୁଥିବା ମୋର ଭାଇ ସମସ୍ତଙ୍କୁ ଏଥିରୁ ବହୁତ ଲାଭ ମିଳୁଛି । ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ଦ୍ୱାରା ଆମର ଡଙ୍ଗା ଚଳାଉଥିବା ସାଥୀମାନଙ୍କୁ ବହୁତ ଲାଭ ମିଳିଛି । ସନ୍ଧ୍ୟାରେ ଗଙ୍ଗା ଆରତୀ ସମୟରେ ଡଙ୍ଗାଗୁଡ଼ିକ କେତେ ଭିଡ଼ ହୋଇଥାଏ, ଏହା ଦେଖି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଏ। ଆପଣମାନେ ଏହିଭଳି ଭାବେ ବନାରସକୁ ସମ୍ଭାଳି ଥାଆନ୍ତୁ ତାହାର ଯତ୍ନ ନିଅନ୍ତୁ।

ସାଥୀଗଣ,

ବାବାଙ୍କ ଆଶୀର୍ବାଦ ଯୋଗୁଁ ବାରାଣାସୀର ଦ୍ରୁତ ବିକାଶର ଏହି ଯାତ୍ରା ଜାରି ରହିବ । ଆଉ ଏଥର ମୁଁ କାଶୀ ଲୋକଙ୍କୁ ଅଧିକ ଧନ୍ୟବାଦ ଦେବାକୁ ଚାହୁଁଛି । ବିଗତ କିଛି ଦିନ ତଳେ କାଶୀରେ ନଗର ନିଗମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆପଣ ସମସ୍ତେ ବିକାଶର ଯାତ୍ରାକୁ ସମର୍ଥନ କରିଛନ୍ତି, ବିକାଶରେ ବିଶ୍ବାସ କରୁଥିବା ଲୋକଙ୍କୁ ଜିତାଇ ପଠାଇଦେଲେ ଏବଂ କାଶୀରେ ଏକ ଭଲ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ଆପଣମାନେ ଦେଇଥିବା ସହଯୋଗ ପାଇଁ କାଶୀର ସାଂସଦ ଭାବେ ଯେତେବେଳେ ମୁଁ ଆପଣଙ୍କ ଗହଣକୁ ଆସିଛି, ଏଥିପାଇଁ ମୁଁ ଆପଣମାନଙ୍କୁ ଅନ୍ତରର ସହିତ କୃତଜ୍ଞତା ଜଣାଉଛି । ପୁଣି ଥରେ ବିକାଶ କାର୍ଯ୍ୟ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଏବଂ ପବିତ୍ର ଶ୍ରାବଣ ମାସ ଅବସରରେ ଆପଣ ସମସ୍ତଙ୍କୁ ଅନେକ- ଅନେକ ଶୁଭକାମନା । ହର- ହର ମହାଦେବ ! 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK social security pact to benefit 90-95% of Indian professionals working in Britain

Media Coverage

India-UK social security pact to benefit 90-95% of Indian professionals working in Britain
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights growing global engagement and investment in India
June 19, 2026

The Prime Minister, Shri Narendra Modi today highlighted India’s readiness to contribute towards a better planet and noted that the world is engaging with and investing in India with hope and enthusiasm.

The Prime Minister stated that thanks to the 140 crore people of India, the world looks at India with hope and enthusiasm. He added that this is also why the world is engaging with India and investing in India.

The Prime Minister highlighted these observations under #12YearsOfIndiaFirst.

The Prime Minister wrote on X;

“India is always ready to do whatever is possible to contribute towards a better planet. At the same time, thanks to the 140 crore people of India, the world looks at India with hope and enthusiasm. That is also why the world is engaging with India and investing in India.

#12YearsOfIndiaFirst”