“ଉତ୍ତର-ପୂର୍ବ ଯାହାକୁ ନେତାଜୀ ଭାରତ ସ୍ୱାଧୀନତାର ପ୍ରବେଶ ଦ୍ୱାର କହୁଥିଲେ ତାହା ନବଭାରତ ସ୍ୱପ୍ନ ସାକାର କରିବା ପାଇଁ ପ୍ରବେଶ ଦ୍ୱାର ହେଉଛି”
“ଆମେ ଉତ୍ତର ପୂର୍ବରେ ସମ୍ଭାବନାର ଦିଗ ଅନୁଧ୍ୟାନ କରୁଛୁ”
“ଆଜି ଦେଶର ଯୁବ ଶକ୍ତି ମଣିପୁରର ଖେଳାଳୀମାନଙ୍କ ଠାରୁ ପ୍ରେରଣା ପାଉଛନ୍ତି”
“ଏକ ଆବଦ୍ଧ ରାଜ୍ୟରୁ ମଣିପୁର ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ଅନୁକୂଳ ରାଜ୍ୟ ହୋଇଛି”
“ କେବଳ ଡବଲ ଇଞ୍ଜିନ ସରକାର ହିଁ ସ୍ଥିରତା ଆଣିବା ସହ ରାଜ୍ୟକୁ ବିକାଶର ନୂତନ ଶିଖରରେ ପହଞ୍ଚାଇ ପାରିବ ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୧.୨୦୨୨) ୧୮୫୦ କୋଟି ଟଙ୍କାର ୧୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ, ୨ହଜାର ୯୫୦କୋଟି ଟଙ୍କାର ନଅଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ଏହି ଉନ୍ନୟନ ପ୍ରକଳ୍ପଗୁଡିକ ମଧ୍ୟରେ ସଡକ ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ସହରାଂଚଳ ଉନ୍ନୟନ, ପୂୂର୍ତ୍ତ, ସୂଚନା ପ୍ରଯୁକ୍ତି ବିଦ୍ୟା, କୌଶଳ ବିକାଶ, କଳା ଓ ସଂସ୍କୃତି ଅନ୍ତର୍ଭୁକ୍ତ  ।

୧୭୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ପାଞ୍ଚଟି ଜାତୀୟ ରାଜପଥ ନିର୍ମାଣର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।  ୩୭ନମ୍ବର ଜାତୀୟ ରାଜପଥରେ ବାରାକ୍ ନଦୀ ଉପରେ ୭୫କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଇସ୍ପାତ ପୋଲକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହାଫଳରେ ସିଲଚରୁ ଇମ୍ଫାଲ ମଧ୍ୟରେ ଯାତ୍ରୀ ଭିଡରୁ ରକ୍ଷା ମିଳିବ । ଏହାଛଡା ପ୍ରାୟ ଏଗାର ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨ହଜାର ୩୮୭ଟି ମୋବାଇଲ ଟାୱାର ସେ ମଣିପୁରବାସୀଙ୍କୁ ଭେଟି ହୋଇଥିଲା ।       ପ୍ରଧାନମନ୍ତ୍ରୀ୨୮୦କୋଟି ଟଙ୍କାର ଥୋଉବାଲ ବହୁମୁଖୀ ପ୍ରକଳ୍ପର ଜଳ ସରବରାହ ପଦ୍ଧତି ଉଦ୍‌ଘାଟନ କରିଥିଲେ । ଏହାଦ୍ୱାରା ଇମ୍ଫାଲକୁ ପାନୀୟ ଜଳଯୋଗାଣ ହୋଇପାରିବ ।ଏହା ତମେନଲଙ୍ଗ ଜିଲ୍ଲାକୁ ନିରାପଦ ପାନୀୟ ଜଳଯୋଗାଣ ନିମନ୍ତେ ୬୫କୋଟି ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ କରାଯାଇଥିବାବେଳେ ୫୧କୋଟି ଟଙ୍କା ବ୍ୟୟରେ ସେନାପତି ଜିଲ୍ଲା ମୁଖ୍ୟାଳୟକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । 

ସରକାରୀ ଓ ଘରୋଇ ଭାଗିଦାରିତାରେ ୧୬୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଇମ୍ଫାଲ କର୍କଟ ହସ୍‌ପିଟାଲ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଡିଆରଡିଓ ସହଯୋଗରେ କିଆମନେଇ ଠାରେ ୩୭କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ମଧ୍ୟ ଉଦ୍‌ଘାଟନ କରିଥିଲେ । ଇମ୍ଫାଲ ସ୍ମାର୍ଟସିଟି ମିଶନ ଅଧୀନରେ ୧୭୦କୋଟି ଟଙ୍କା ବ୍ୟୟରେ ନିର୍ମିତ ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲରୁମ ( ଆଇସିସିସି), ଇମ୍ଫାଲ ନଦୀ(ପ୍ରଥମ ଫେଜର) ପଶ୍ଚିମ ପାଶ୍ୱର୍ ଓ ଥଙ୍ଗଲବଜାର (ପ୍ରଥମ ଫେଜର) ମାଲରୋଡ ବିକାଶ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ପ୍ରାୟ ୨୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ  ଥିବା ଉଦ୍‌ଭାବନ, ନବୀକରଣ, ଉଷ୍ମାୟନ ଓ ତାଲିମକେନ୍ଦ୍ର (ସିଆଇଆଇଆଇଟି)ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ମଧ୍ୟ ୨୪୦କୋଟି ଟଙ୍କା ବ୍ୟୟରେ ହରିୟାଣା ଗୁରୁଗାଓଁଠାରେ ମଣିପୁର ନୃତ୍ୟକଳା ପ୍ରତିଷ୍ଠାନର ଶିଳାନ୍ୟାସ କରିଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଉ ଅଳ୍ପଦିନ ପରେ ୨୧ ଜାନୁୟାରୀ ଦିନ ମଣିପୁର ତାର ରାଜ୍ୟ ପାହ୍ୟା ପାଇବାର ୫୦ତମ ବାର୍ଷିକୀ ପାଳନ କରିବ । ସ୍ୱାଧୀନତାର ୭୫ବର୍ଷ  ବା ଅମ୍ରିତ ମହୋତ୍ସବ ସହ ଏହା ଏକ ପ୍ରମୁଖ ଉତ୍ସାହ ଓ ଉଦ୍ଦୀପନାର ବିଷୟ ।

ମଣିପୁରର ସାହସୀ ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶବାସୀଙ୍କ ମନରେ ସ୍ୱାଧୀନତା ର ବିଶ୍ୱାସ ଏଠାରୁ ହିଁ ଆସିଥିଲା, ଯେତେବେଳେ ନେତାଜୀ ସୁଭାଷଙ୍କର ସେନା ପ୍ରଥମଥର ପାଇଁ ମୋଇରାଙ୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନେତାଜୀ ଯେଉଁ ଉତ୍ତରପୂର୍ବକୁ ସ୍ୱାଧୀନତାର ପ୍ରବେଶ ଦ୍ୱାରା ବୋଲି କହୁଥିଲେ, ତାହା ଆଜି ନବ ଭାରତର ସ୍ୱପ୍ନ ସାକାର କରିବା ପାଇଁ ପ୍ରବେଶ ଦ୍ୱାର ହୋଇଛି । ଦେଶର ପୂର୍ବା ଓ ଉତ୍ତର ପୂର୍ବାଞ୍ଚଳ ଭାରତର ପ୍ରଗତିର ଉତ୍ସ ହେବ ଓ ତାହାର ଏହି ସବୁ ଅଞ୍ଚଳର ପ୍ରଗତିରୁ ସୁସ୍ପଷ୍ଟ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ବିଭିନ୍ନ ‌ଯୋଜନା ନିମନ୍ତେ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ମଣିପୁରରେ ଏକ ସ୍ଥିର ସରକାର ସ୍ପଷ୍ଟ ବହୁମତ ସହ ପ୍ରଭାବଶାଳୀ ଢଙ୍ଗରେ ଶାସନ କରୁଥିବାରୁ ସେ ଧନ୍ୟବାଦ ଦେଇଥିଲେ । ମଣିପୁର ଜନସାଧାରଣଙ୍କ ଏକ ମଜବୁତ ସରକାର ବାଛିବା ଯୋଗୁଁ ଆଜି ଛଅଲକ୍ଷ କୃଷକ ପରିବାର କିଷାନ ସମ୍ମାନ ନିଧି ଯୋଜନାର ଶହ ଶହ କୋଟି ଟଙ୍କା ପାଉଛନ୍ତି । ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଛଅଲକ୍ଷ ଗରିବ ପରିବାର ସହାୟତା ପାଉଛନ୍ତି, ପିଏମ୍‌ଏୱାଇ ଅଧୀନରେ ୮୦ହଜାର ଆବାସ ଯୋଗାଯାଇଛି, ଆୟୁଷ୍ମାନ ଯୋଜନାରେ ୪ଲକ୍ଷ ୨୫ହଜାର ବ୍ୟକ୍ତିଙ୍କୁ ମାଗଣା ସ୍ୱାସ୍ଥ୍ୟସେବା, ୧. ୫ଲକ୍ଷ ଲୋକଙ୍କୁ ଗ୍ୟାସ ସଂଯୋଗ, ୧.୩ଲକ୍ଷଙ୍କୁ ମାଗଣା ବିଦ୍ୟୁତ ସଂଯୋଗ, ୩୦ହଜାର ଶୌଚାଳୟ, ୩୦ଲକ୍ଷ ମାଗଣା ଟିକା ମାତ୍ରା ଓ ପ୍ରତ୍ୟେକ ଜିଲ୍ଳାରେ ଅମ୍ଳଜାନ କାରଖାନା ରାଜ୍ୟରେ ଏକ ବାସ୍ତବତାରେ ପରିଣତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ହେବା ଆଗରୁ ମଧ୍ୟ ଅନେକ ଥର ମଣିପୁର ଆସିଛନ୍ତି । ସେ କହିଲେ ଯେ ସେମାନଙ୍କ ଯନ୍ତ୍ରଣା ବୁଝିଛନ୍ତି “ସେଇଥିପାଇଁ ୨୦୧୪ ପରେ ମୁଁ ଦିଲ୍ଲୀ ସରକାରଙ୍କୁ ଆପଣମାନଙ୍କ ଘର ଦୁଆରକୁ ନେଇ ଆସିଛି” ପ୍ରତ୍ୟେକ ଅଧିକାରୀ ଓ ମନ୍ତ୍ରୀଙ୍କୁ ଏହି ଅଞ୍ଚଳ ପରିଦଶର୍ନ କରି ସ୍ଥାନୀୟ ଆବଶ୍ୟକତା ଅନୁସାରେ ଜନସାଧାରଣଙ୍କ ସେବା କରିବାକୁ କୁହାଯାଇଛି । “ଆପଣମାନେ ଦେଖିପାରୁଥିବେ ଯେ ଆପଣମାନଙ୍କ ଅଞ୍ଚଳରୁ ମନ୍ତ୍ରିମଣ୍ଡଳରେ ପାଞ୍ଚଜଣ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ ସାତବର୍ଷର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ଓ ବିଶେଷକରି ମଣିପୁରରେ ସ୍ପଷ୍ଟ ଦୃଶ୍ୟମାନ । ଆଜି ମଣିପୁର ଏକ ପରିବର୍ତ୍ତିତ କର୍ମ ସଂସ୍କୃତି ପଥରେ ପାଦ ଥାପିଛି । ଏହା କେବଳ ମଣିପୁର ସଂସ୍କୃତି ଓ ସେମାନଙ୍କ ଯତ୍ନ ଯୋଗୁଁ ସମ୍ଭବପର ହୋଇଛି । ସଂଯୋଗୀକରଣ ଏକ ପ୍ରାଥମିକତା ହୋଇଥିବାବେଳେ ସୃଜନଶୀଳତା ମଧ୍ୟ ସମଭାବେ ଗୁରୁତ୍ୱପୂର୍ଣ୍ଣ ।

ସଡକ ପ୍ରକଳ୍ପ ସହ ଭିତ୍ତିଭୂମି  ଓ ଉନ୍ନତ ମୋବାଇଲ ନେଟୱାର୍କ ସଂଯୋଗୀକରଣ ଓ ନବୀକରଣ  ଯୁବ ସମାଜର ଉତ୍ସାହ ବୃଦ୍ଧି କରିବ । ଆଧୁନିକ କର୍କଟ ହସ୍‌ପିଟାଲ ସେବା ଯତ୍ନ ବୃଦ୍ଧି ସହ ମଣିପୁର ନୃତ୍ୟକଳା ଓ ଗୋବିନ୍ଦ ଜୀ ମନ୍ଦିରର  ପୁନରୁଦ୍ଧାର  ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଉତ୍ତର-ପୂର୍ବାଞ୍ଚଳ ପାଇଁ “ଆକ୍ଟ ପ୍ଲାଷ୍ଟ” ନୀତି ଆପଣାଇଛନ୍ତି ।ଈଶ୍ୱର ଏହି ଅଞ୍ଚଳକୁ ବିପୁଳ ପ୍ରାକୃତିକ ସମ୍ପଦ ଦେଇଛନ୍ତି । ଏଠାରେ ପର୍ଯ୍ୟଟନ ଓ ବିକାଶର ଅନେକ ସୁବିଧା ରହିଛି । ଏହି ଅଞ୍ଚଳରେ ଏହାକୁ ଶାକାର କରିବା ପାଇଁ କାମ ଚାଲିଛି । ଉତ୍ତରପୂର୍ବାଞ୍ଚ ଏବେ ଭାରତ ବିକାଶର ପ୍ରବେଶ ଦ୍ୱାର ହୋଇଛି ବୋଳି ସେ କହିଥିଲେ । ଏହି ଅଞ୍ଚଳରେ ଏହାକୁ ସାକାର କରିବା ପାଇଁ କାମ ଚାଲିଛି । ଉତ୍ତରପୂର୍ବାଂଚଳ ଏବେ ଭାରତ ବିକାଶର ପ୍ରବେଶ ଦ୍ୱାର ହୋଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ମଣିପୁର ଭାରତର ଏପରି ଏକ ରାଜ୍ୟ ଯେ ସେ ଦେଶକୁ କ୍ୱଚିତ ଦେଖିବାକୁ ମିଳୁଥିବା ରତ୍ନ ଦେଇଛି । ଯୁବଶକ୍ତି ବିଶେଷ କରି ଏଠାକାର ଝିଅମାନେ ସାରା ବିଶ୍ୱରେ ଦେଶକୁ ଗର୍ବିତ  କରିଛନ୍ତି । ଆଜି ଦେଶର ଯୁବସମାଜ ମଣିପୁର ଖେଳାଳୀମାନଙ୍କଠାରୁ ପ୍ରେରଣା ପାଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଓ  ନିରବଚ୍ଛିନ୍ନ ଉଦ୍ୟମ ଫଳରେ ଏହି ଅଞ୍ଚଳରେ ଆଉ ଉଗ୍ରବାଦର ନିଆଁ ନାହିଁ ବରଂ ବିକାଶ ଓ ଶାନ୍ତିର ଆଲୋକ ଅଛି । ଶହ ଶହ ଉତ୍ତର ପୂର୍ବାଞ୍ଚଳରେ ଯୁବକ ଯୁବତୀ ଅସ୍ତ୍ର ତ୍ୟାଗ କରି ଜାତୀୟ ବିକାଶର ମୁଖ୍ୟଧାରାରେ ସାମିଲ ହୋଇଛନ୍ତି । ଦୀର୍ଘଦିନ ଧରି ପଡିରହିଥିବା ରାଜିନାମା ଐତିହାସିକ ଅସମାଧିତ ମିମାଂସାର ଚଳିତ ସରକାର ଅନ୍ତ ଘଟାଇଛନ୍ତି । ଏକ ଅବରୋଧ ରାଜ୍ୟରୁ ରାଜ୍ୟ ଆନ୍ତର୍ଜାତିକ ବାଣିଜ୍ୟ ପାଇର୍ଁ ପଥ ପରିସ୍କାର କରିଛି ।

ଏକବିଂଶ ଶତାବ୍ଦୀର ଏହି ଦଶକ ମଣିପୁର ନିମନ୍ତେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅତୀତରେ ହୋଇଥିବା ସମୟ ପାଇଁ ସେ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଆଉ ଗୋଟିଏ କ୍ଷଣ ମଧ୍ୟ ନାହିଁ । “ଆମକୁ ମଣିପୁରରେ ସ୍ଥିରତା ରଖିବାକୁ ପଡିବ ଓ ମଣିପୁରକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବାକୁ ହେବ । କେବଳ ଡବଲ ଇଞ୍ଜିନ ସରକାର ହିଁ ଏହା କରିପାରିବେ ବୋଲି ସେ କହିଥିଲେ ।

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
PM chairs 53rd PRAGATI Meeting
August 25, 2026
PM reviews six key infrastructure projects across the Railway, Road and Power sectors
Projects reviewed span across 9 States with cumulative investment of more than ₹30,000 crore
PM says Infrastructure projects should be viewed as an integrated whole, rather than as individual sections or packages
PM calls for continuous reforms across all stages of project implementation and a proactive work culture across Ministries and States
PM says Speed must go hand-in-hand with quality
While reviewing AgriStack, PM emphasises the need to leverage the latest digital technologies including AI to derive greater value from agricultural data
On cyber fraud and ‘digital arrest’, PM stresses training, public awareness, cyber-safety education and coordinated action

Prime Minister Shri Narendra Modi chaired the 53rd meeting of PRAGATI, the ICT-enabled, multi-modal platform for Pro-Active Governance and Timely Implementation, at Seva Teerth earlier today.

During the meeting, Prime Minister reviewed six key infrastructure projects across the Railway, Road and Power sectors, spanning nine States with a cumulative cost of more than ₹30,000 crore. The projects, significant for strengthening connectivity, supporting industrial and economic activity and improving public services, were reviewed with particular emphasis on adherence to timelines, inter-agency coordination, resolution of pending issues and expeditious completion.

Prime Minister emphasised that delays in infrastructure projects have consequences beyond cost escalation, as they also postpone the benefits intended for citizens, businesses and the economy. He said that infrastructure projects should be viewed and monitored as an integrated whole, rather than as isolated sections, stretches or packages. He noted that progress in individual packages should ultimately translate into timely completion and operationalisation of the entire project. Ministries and States were therefore asked to adopt an end-to-end approach, and address critical gaps that could delay the overall commissioning and delivery of benefits. He called for fostering a proactive work culture across Ministries and State Governments, with greater ownership at every level of project implementation.

Prime Minister stressed the need to explore common utility corridors for infrastructure services, wherever feasible, particularly while planning major transport and infrastructure projects. He called upon Ministries and States to examine such integrated approaches at the planning stage itself, keeping in view their technical and economic feasibility.

Prime Minister said that speed of execution must be accompanied by uncompromising quality. He called upon Ministries, States and implementing agencies to adopt modern technologies and strengthen quality assurance and supervision at every stage.

While reviewing AgriStack under the Digital Agriculture Mission, Prime Minister emphasised the need to leverage the latest digital technologies, including Artificial Intelligence, to derive greater value from agricultural data. He stressed that the data ecosystem should be effectively utilised across the agricultural value chain, from input planning to processing, enabling more informed interventions, better targeting and data-driven decision-making. He appreciated the efforts of the States and the Central Government in building the AgriStack ecosystem and called for further strengthening its use for delivering better outcomes for farmers.

During the review of cyber fraud cases, including incidents of digital arrest, Prime Minister said that prevention must be strengthened through a sustained focus on training, awareness and education. He stressed the need for continuous and targeted public-awareness campaigns, particularly for senior citizens, youth and other vulnerable sections, to familiarise them with common fraud techniques, warning signs and safe digital practices. He also called for regular capacity-building of personnel involved so that emerging modes of cyber fraud are identified and acted upon swiftly.