“ଉତ୍ତର-ପୂର୍ବ ଯାହାକୁ ନେତାଜୀ ଭାରତ ସ୍ୱାଧୀନତାର ପ୍ରବେଶ ଦ୍ୱାର କହୁଥିଲେ ତାହା ନବଭାରତ ସ୍ୱପ୍ନ ସାକାର କରିବା ପାଇଁ ପ୍ରବେଶ ଦ୍ୱାର ହେଉଛି”
“ଆମେ ଉତ୍ତର ପୂର୍ବରେ ସମ୍ଭାବନାର ଦିଗ ଅନୁଧ୍ୟାନ କରୁଛୁ”
“ଆଜି ଦେଶର ଯୁବ ଶକ୍ତି ମଣିପୁରର ଖେଳାଳୀମାନଙ୍କ ଠାରୁ ପ୍ରେରଣା ପାଉଛନ୍ତି”
“ଏକ ଆବଦ୍ଧ ରାଜ୍ୟରୁ ମଣିପୁର ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ଅନୁକୂଳ ରାଜ୍ୟ ହୋଇଛି”
“ କେବଳ ଡବଲ ଇଞ୍ଜିନ ସରକାର ହିଁ ସ୍ଥିରତା ଆଣିବା ସହ ରାଜ୍ୟକୁ ବିକାଶର ନୂତନ ଶିଖରରେ ପହଞ୍ଚାଇ ପାରିବ ”

କାର୍ଯ୍ୟକ୍ରମରେ ଉପସ୍ଥିତ ମଣିପୁରର ରାଜ୍ୟପାଳ ଲା. ଗଣେଶନ ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ବିରେନ ସିଂହ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ୱାୟ. ଜୋୟ କୁମାର ସିଂହ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭୁପେନ୍ଦ୍ର ଯାଦବ ମହାଶୟ, ରାଜକୁମାର ରଂଜନ ସିଂହ ମହାଶୟ, ମଣିପୁର ସରକାରଙ୍କ ମନ୍ତ୍ରୀ ବିଶ୍ୱଜିତ ସିଂହ ମହାଶୟ, ଲୋସି ଦିଖୋ ମହାଶୟ, ଲେତ୍ପାଓ ହାଓକିପ ମହାଶୟ, ଅବାଙ୍ଗବାଓ ନ୍ୟୁମାଈ ମହାଶୟ, ଏସ. ରାଜେନ ସିଂହ ମହାଶୟ, ବୁଙ୍ଗଜାଗିନ ୱାଲେ ମହାଶୟ, ସତ୍ୟବ୍ରତେ ସିଂହ ମହାଶୟ, ଔ ଲୁଖୋଈ ସିଂହ ମହାଶୟ, ସଂସଦରେ ମୋର ସହଯୋଗୀଗଣ, ବିଧାୟକଗଣ, ଅନ୍ୟ ଜନ-ପ୍ରତିନିଧିଗଣ, ଏବଂ ମଣିପୁରର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଖୁରୁମଜରୀ!

ମୁଁ ମଣିପୁରର ମହାନ ଧରଣୀକୁ, ଏଠାକାର ଲୋକମାନଙ୍କୁ, ଏବଂ ଏଠାକାର ଗୌରବଶାଳୀ ସଂସ୍କୃତିକୁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି । ବର୍ଷର ଆରମ୍ଭରେ ମଣିପୁର ଆସିବା, ଆପଣମାନଙ୍କୁ ସାକ୍ଷାତ କରିବା, ଆପଣମାନଙ୍କ ଠାରୁ ଏତେ ସ୍ନେହ ପାଇବା, ଆଶୀର୍ବାଦ ପାଇବା, ଜୀବନରେ ଏହାଠାରୁ ବଡ଼ ଆନନ୍ଦ ଆଉ କ’ଣ ହୋଇପାରେ? ଆଜି ମୁଁ ଯେତେବେଳେ ବିମାନବନ୍ଦରରେ ପହଂଚିଲି, ବିମାନବନ୍ଦରରୁ ଏଠାକୁ ଆସିବା- ପ୍ରାୟ 8-10 କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ଭାବେ ମଣିପୁରର ଲୋକମାନେ ଉର୍ଜ୍ଜା ଭରି ଦେଲେ, ରଙ୍ଗରେ ଭରିଦେଲେ। ଗୋଟିଏ ପ୍ରକାରରରେ ସମ୍ପୂର୍ଣ୍ଣ ମାନବ ଶୃଙ୍ଖଳ, 8-10 କିଲୋମିଟରର ମାନବ ଶୃଙ୍ଖଳ;  ଏହି ସତ୍କାର, ଆପଣମାନଙ୍କର  ଏହି ସ୍ନେହ, ଆପଣମାନଙ୍କର  ଏହି ଆଶୀର୍ବାଦ କେବେ କେହି ଭୁଲି ପାରିବ ନାହିଁ । ଆପଣମାନଙ୍କୁ ସମସ୍ତଙ୍କୁ ବର୍ଷ 2022ର ବହୁତ- ବହୁତ ଶୁଭକାମନା।

ସାଥୀଗଣ,

ଏବେ କିଛି ଦିନ ପରେ 21 ଜାନୁୟାରୀରେ ମଣିପୁରକୁ ରାଜ୍ୟ ମାନ୍ୟତା ମିଳିବାରେ 50 ବର୍ଷ ପୂରଣ ହୋଇଯିବ। ଦେଶ ଏବେ ନିଜ ସ୍ୱାଧୀନତାର 75 ବର୍ଷ ଅବସରରେ ଅମୃତ ମହୋତ୍ସବ ମଧ୍ୟ ପାଳନ କରୁଛି । ଏହି ସମୟ ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ପ୍ରେରଣାଦାୟୀ। ମଣିପୁର ହେଉଛି ତାହା, ଯେଉଁଠାରେ, ରାଜା ଭାଗ୍ୟଚନ୍ଦ୍ର ସିଂହ ଏବଂ ପୁ. ଖେତିନଥ୍ୟାଙ୍ଗ ସିଥଲୋଙ୍କ ଭଳି ବୀର ଜନ୍ମ ନେଇଥିଲେ। ଦେଶର ଲୋକମାନଙ୍କ ମଧ୍ୟରେ ସ୍ୱାଧୀନତାର ଯେଉଁ ବିଶ୍ୱାସ, ଏଠାରେ ମୋଇରାଙ୍ଗର ଧରଣୀ ସୃଷ୍ଟି କରିଥିଲା, ତାହା ନିଜକୁ ନିଜ ମଧ୍ୟରେ ହେଉଛି ଏକ ଉଦାହରଣ। ଯେଉଁଠାରେ ନେତାଜୀ ସୁଭାଷଙ୍କ ସେନା ପ୍ରଥମ ଥର ପତାକା ଉତୋଳନ କରିଥିଲେ, ଯେଉଁ ଉତର-ପୂର୍ବାଂଚଳକୁ ନେତାଜୀ ଭାରତର ସ୍ୱାଧୀନତାର ପ୍ରବେଶ ଦ୍ୱାର କହିଥିଲେ, ତାହା ଆଜି ନୂତନ ଭାରତର ସ୍ୱପ୍ନକୁ ପୂରଣ କରିବାର ପ୍ରବେଶଦ୍ୱାର ପାଲଟି ଯାଇଛି।

ମୁଁ ପ୍ରଥମରୁ ମଧ୍ୟ କହିଛି ଦେଶର ପୂର୍ବ ଭାଗ, ଉତର-ପୂର୍ବାଂଚଳ, ଭାରତର ବିକାଶର ପ୍ରମୁଖ ସ୍ରୋତ ପାଲଟିବ। ଆଜି ଆମେ ଦେଖୁଛୁ ଯେ କିଭଳି ମଣିପୁର ଏବଂ ଉତର-ପୂର୍ବାଂଚଳ, ଭାରତର ଭବିଷ୍ୟତରେ ନୂତନ ରଙ୍ଗ ଭରୁଛନ୍ତି।

ସାଥୀଗଣ,

ଆଜି ଏଠାରେ ଏକ ସଙ୍ଗେ ଏତେ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି । ବିକାଶର ଏହା ହେଉଛି ଭିନ୍ନ- ଭିନ୍ନ ମଣି ଯାହାର ମାଳା ମଣିପୁରର ଲୋକଙ୍କ ଜୀବନକୁ ସହଜ କରିବ, ସନାଲୈବାକ ମଣିପୁରର ଗୌରବ ଆହୁରି ବୃଦ୍ଧି କରିବ। ଇମ୍ଫାଲକୁ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ସୁରକ୍ଷା ମଧ୍ୟ ବଢ଼ିବ ଓ ସୁବିଧା ଗୁଡ଼ିକର ମଧ୍ୟ ସମ୍ପ୍ରସାରଣ ହେବ। ବରାକ ନଦୀର ସେତୁ ମାଧ୍ୟମରେ ମଣିପୁରର ଜୀବନରେଖାକୁ ଏକ ନୂତନ ସବୁଦିନିଆ ଯୋଗାଯୋଗ ମିଳି ପାରିଛି। ଥୋଉବାଲ ବହୁମୁଖୀ ପ୍ରକଳ୍ପ ସହିତ ତାମେନଙ୍ଗଲ୍ୟାଙ୍ଗରେ ଜଳସେଚନ ଯୋଜନା ଦ୍ୱାରା ଏହି ଦୂରବର୍ତୀ ଜିଲ୍ଲାର ସବୁଲୋକଙ୍କୁ ସ୍ୱଚ୍ଛ ଏବଂ ଶୁଦ୍ଧ ପାଣିର ବ୍ୟବସ୍ଥା ହେଉଛି।

ସାଥୀଗଣ,

ମନେ ପକାନ୍ତୁ, କିଛି ବର୍ଷ ପୂର୍ବରୁ ମଣିପୁରରେ ପାଇପ ଯୋଗେ ପାଣିର ସୁବିଧା କେତେ କମ୍ ଥିଲା । କେବଳ 6 ପ୍ରତିଶତ ଲୋକଙ୍କ ଘରକୁ ପାଇପ ଯୋଗେ ପାଣି ଆସୁଥିଲା। କିନ୍ତୁ ଆଜି ‘ଜଳ ଜୀବନ ମିଶନ’କୁ ମଣିପୁରର ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚାଇବା ପାଇଁ ବୀରେନ ସିଂହ ମହାଶୟଙ୍କ ସରକାର ଦିନ-ରାତି ଏକ କରି ଦେଇଛନ୍ତି । ଆଜି ମଣିପୁରର 60 ପ୍ରତିଶତ ଘରେ ପାଇପ ଯୋଗେ ପାଣି ପହଂଚି ପାରିଛି । ଖୁବ୍ ଶୀଘ୍ର ମଣିପୁର 100 ପ୍ରତିଶତ ପୂରଣ କରି ‘ହର୍ ଘର୍ ଜଲ୍’ ର ଲକ୍ଷ୍ୟ ହାସଲ କରିବାକୁ ଯାଉଛି। ଏହା ହେଉଛି ଡବଲ ଇଂଜିନ ସରକାରର ଲାଭ। ଡବଲ ଇଂଜିନ ସରକାରର ହେଉଛି ଶକ୍ତି ।

ସାଥୀଗଣ,

ଆଜି ଯେଉଁ ଯୋଜନାଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି, ଏହା ସହିତ ହିଁ ମୁଁ ଆଜି ମଣିପୁରର ଲୋକମାନଙ୍କୁ ପୁଣିଥରେ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆପଣମାନେ ମଣିପୁରରେ ଏଭଳି ସ୍ଥିର ସରକାର ଗଠନ କରିଛନ୍ତି ଯାହା ସମ୍ପୂର୍ଣ୍ଣ ବହୁମତରେ ସମ୍ପୂର୍ଣ୍ଣ ସାହସ ଓ ଶକ୍ତିର ସହିତ ଚାଲିଛି। ଏହା କିପରି ହେଲା- ଏହା ଆପଣମାନଙ୍କର ଗୋଟିଏ- ଗୋଟିଏ ଭୋଟ ଯୋଗୁଁ ସମ୍ଭବ ହେଲା। ଆପଣମାନଙ୍କର ଗୋଟିଏ- ଗୋଟିଏ ଭୋଟର ଶକ୍ତି, ମଣିପୁରରେ ସେହି କାମ କରି ଦେଖାଇଲା, ଯାହା ପୂର୍ବରୁ କେହି କଳ୍ପନା କରି ପାରି ନଥିଲେ। ଏହା ହେଉଛି ଆପଣମାନଙ୍କର ଗୋଟିଏ- ଗୋଟିଏ ଭୋଟର ଶକ୍ତି। ଯେଉଁଥିପାଇଁ ମଣିପୁରର 6 ଲକ୍ଷ କୃଷକମାନଙ୍କୁ ପିଏମ କିଷାନ ସମ୍ମାନ ନିଧି ମାଧ୍ୟମରେ ଶହ ଶହ କୋଟି ଟଙ୍କା ମିଳିଲା। ଆଉ ମୋତେ ଏବେ କିଛି ଏଭଳି ହିତାଧିକାରୀ କୃଷକମାନଙ୍କ ସହ କଥା ହେବାର ସୁଯୋଗ ମିଳିଲା, ସେମାନଙ୍କର ଆତ୍ମବିଶ୍ୱାସ, ସେମାନଙ୍କର ଉତ୍ସାହ ବାସ୍ତବରେ ଦେଖିବାଭଳି ଥିଲା। ଏହା ସବୁ ହେଉଛି ଆପଣମାନଙ୍କର ଗୋଟିଏ ଭୋଟର ଶକ୍ତି, ଯେଉଁଥିପାଇଁ ମଣିପୁରର 6 ଲକ୍ଷ ପରିବାରଙ୍କୁ ପିଏମ ଗରିବ କଲ୍ୟାଣ ଯୋଜନାର ମାଗଣା ରାସନର ଲାଭ ମିଳୁଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରାୟ 80 ହଜାର ଘରକୁ ମଞ୍ଜୁରୀ, ଏହା ହେଉଛି ଆପଣଙ୍କର ଗୋଟିଏ ଭୋଟର ଚମତ୍କାରିତା। ଏଠାର 4 ଲକ୍ଷ 25 ହଜାରରୁ ଅଧିକ ଲୋକଙ୍କୁ ଆୟୁଷ୍ମାନ ଯୋଜନା ଅଧୀନରେ ଡାକ୍ତରଖାନାରେ ମାଗଣା ଚିକିତ୍ସା ମିଳିବା, ଆପଣମାନଙ୍କର ଗୋଟିଏ ଭୋଟ ଯୋଗୁଁ ସମ୍ଭବ ହୋଇଛି। ଆପଣମାନଙ୍କର ଗୋଟିଏ ଭୋଟ, ଦେଢ଼ ଲକ୍ଷ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ଦେଇ ପାରିଛି, ଆପଣଙ୍କର ଗୋଟିଏ ଭୋଟ 1 ଲକ୍ଷ 30 ହଜାର ଘରକୁ ମାଗଣା ବିଜୁଳି ସଂଯୋଗ ଦେଇ ପାରିଛି। ଆପଣମାନଙ୍କର ଗୋଟିଏ ଭୋଟ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ୩୦ ହଜାରରୁ ଅଧିକ ଘରେ ଶୌଚାଳୟ ତିଆରି କରାଇ ପାରିଛି। ଆପଣମାନଙ୍କର ଗୋଟିଏ ଭୋଟର ଶକ୍ତି ଯୋଗୁଁ କରୋନାର ମୁକାବିଲା ପାଇଁ ଏଠାରେ 30 ଲକ୍ଷରୁ ଅଧିକ ଟିକା ମାଗଣାରେ ଦିଆ ଯାଇ ସାରିଛି। ଆଜି ମଣିପୁରର ପ୍ରତ୍ୟେକ ଜିଲ୍ଲାରେ ଅକ୍ସିଜେନ ପ୍ଲାଂଟ ମଧ୍ୟ ନିର୍ମାଣ କରାଯାଉଛି । ଏହି ସବୁକିଛି ଆପଣମାନଙ୍କର ଗୋଟିଏ ଭୋଟ କରାଇ ପାରିଛି ।

ମୁଁ ଆପଣ ସମସ୍ତ ମଣିପୁରବାସୀଙ୍କୁ ଅନେକ ଅନେକ ଉପଲବ୍ଧି ପାଇଁ ହୃଦୟର ସହିତ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୁଁ ମୁଖ୍ୟମନ୍ତ୍ରୀ ବିରେନ ସିଂହ ମହାଶୟ ଏବଂ ତାଙ୍କ ସରକାରଙ୍କୁ ମଧ୍ୟ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି, କାରଣ ସେମାନେ ମଣିପୁରର ବିକାଶ ପାଇଁ ଏତେ ପରିଶ୍ରମ କରୁଛନ୍ତି ।

ସାଥୀଗଣ,

ଗୋଟିଏ ସମୟ ଥିଲା ଯେତେବେଳେ ମଣିପୁରକୁ ପୂର୍ବ ସରକାରମାନେ ନିଜ ସ୍ଥିତି ଉପରେ ଛାଡ଼ି ଦେଇଥିଲେ। ଯେଉଁମାନେ ଦିଲ୍ଲୀରେ ଥିଲେ, ସେମାନେ ଚିନ୍ତା କରୁଥିଲେ ଯେ କିଏ ଏତେ କଷ୍ଟ ଉଠାଇବ, କିଏ ଏତେ ଦୂର ଯିବ। ଯେତେବେଳେ ନିଜର ଲୋକମାନେ ଏଭଳି ଅଣଦେଖା କରି ରହିବେ, ସେତେବେଳେ ଦୂରତା ହିଁ ବଢ଼ିବ। ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ହୋଇ ନ ଥିଲି, ତା’ପୂର୍ବରୁ ମଧ୍ୟ ଅନେକ ଥର ମଣିପୁର ଆସିଥିଲି। ମୁଁ ଜାଣିଥିଲି ଯେ ଆପଣଙ୍କ ହୃଦୟରେ କେଉଁ କଥା ପାଇଁ ଦୁଃଖ ଅଛି। ଆଉ ଏଥିପାଇଁ 2014 ପରେ ମୁଁ ଦିଲ୍ଲୀକୁ, ସମ୍ପୂର୍ଣ୍ଣ ଦିଲ୍ଲୀକୁ, ଭାରତ ସରକାରଙ୍କୁ ଆପଣଙ୍କ ଦ୍ୱାର ପର୍ଯ୍ୟନ୍ତ ନେଇ କରି ଆସିଲି। ନେତା ହୁଅନ୍ତୁ, ମନ୍ତ୍ରୀ ହୁଅନ୍ତୁ, ଅଫିସର ହୁଅନ୍ତୁ, ମୁଁ ସମସ୍ତଙ୍କୁ କହିଲି ଯେ ଏହି ଅଂଚଳକୁ ଆସନ୍ତୁ, ଦୀର୍ଘ ସମୟ ବିତାନ୍ତୁ ଆଉ ଏଠାର ଆବଶ୍ୟକତା ଅନୁସାରେ ଯୋଜନାମାନ ପ୍ରସ୍ତୁତ କରନ୍ତୁ। ଆଉ ଭାବନା ଏହା ନଥିଲା ଯେ ଆପଣମାନଙ୍କୁ କିଛି ଦେବାର ଅଛି। ଭାବନା ଏହା ଥିଲା ଯେ ଆପଣମାନଙ୍କର ସେବକ ହୋଇ ଆପଣମାନଙ୍କ ପାଇଁ ଯେତେ ସମ୍ଭବ, ମଣିପୁର ପାଇଁ ଉତର-ପୂର୍ବାଂଚଳ ପାଇଁ ସମ୍ପୂର୍ଣ୍ଣ ସମର୍ପଣ ସହିତ, ସମ୍ପୂର୍ଣ୍ଣ ସେବାଭାବ ସହିତ କାର୍ଯ୍ୟ କରିବାର ଅଛି। ଆଉ ଆପଣମାନେ ଦେଖିଛନ୍ତି ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଉତର-ପୂର୍ବାଂଚଳର 5 ପ୍ରମୁଖ ଚେହେରା, ଦେଶର ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଛନ୍ତି।

ସାଥୀଗଣ,

ଆଜି ଆମ ସରକାରଙ୍କ 7 ବର୍ଷର ପରିଶ୍ରମ ସମ୍ପୂର୍ଣ୍ଣ ଉତର-ପୂର୍ବାଂଚଳରେ ଦେଖିବାକୁ ମିଳୁଛି, ମଣିପୁରରେ ଦେଖିବାକୁ ମିଳୁଛି। ଆଜି ମଣିପୁରରେ ପରିବର୍ତନ, ଏକ ନୂତନ କାର୍ଯ୍ୟସଂସ୍କୃତିର ପ୍ରତୀକ ପାଲଟିଛି। ଏହି ପରିବର୍ତନ ହେଉଛି- ମଣିପୁରର ସଂସ୍କୃତି ପାଇଁ, ଯତ୍ନ ପାଇଁ, ଆମେ ଯୋଗାଯୋଗକୁ ମଧ୍ୟ ପ୍ରାଥମିକତା ଦେଇଛୁ ଆଉ ସୃଜନଶୀଳତାକୁ ମଧ୍ୟ ସେତିକି ଗୁରୁତ୍ୱ ଦେଇଛୁ। ସଡ଼କ ଏବଂ ଭିତିଭୂମି ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକ, ଉନ୍ନତ ମୋବାଇଲ ନେଟୱର୍କ ମଣିପୁରର ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବ। ‘ସି-ଟ୍ରିପଲ ଆଇଟି’ ଏଠାକାର ଯୁବକମାନଙ୍କ ମଧ୍ୟରେ ସୃଜନଶୀଳତା ଏବଂ ନବସୃଜନର ଉତ୍ସାହକୁ ଆହୁରି ସୁଦୃଢ଼ କରିବ। ଆଧୁନିକ କ୍ୟାନସର ଚିକିତ୍ସାଳୟ, ଗୁରୁତର ରୋଗରୁ ରକ୍ଷା ପାଇଁ ଚିକିତ୍ସା ଲାଗି ମଣିପୁର ଲୋକଙ୍କ ଯତ୍ନ ପାଇଁ ସହାୟତା କରିବ। ମଣିପୁର ଇନଷ୍ଟିଚ୍ୟୁଟ ଅଫ୍ ପରଫର୍ମିଂ ଆର୍ଟସର ପ୍ରତିଷ୍ଠା ଏବଂ ଗୋବିନ୍ଦ ଜୀଙ୍କ ମନ୍ଦିରର ପୁନରୁଦ୍ଧାର ମଣିପୁରର ସଂସ୍କୃତିକୁ ସଂରକ୍ଷଣ ଦେବ।

ସାଥୀଗଣ,

ଉତର ପୂର୍ବାଂଚଳର ଏହି ଧରଣୀରେ ରାଣୀ ଗାଇଦିନଲିୟୁ ବିଦେଶୀମାନଙ୍କୁ ଭାରତୀୟ ନାରୀଶକ୍ତିର ଦର୍ଶନ କରାଇଥିଲେ, ଇଂଗ୍ରେଜମାନଙ୍କ ବିରୋଧରେ ଯୁଦ୍ଧରେ ଲଢେଇ କରିଥିଲେ। ରାଣୀ ଗାଇଦିନଲିୟୁ ସଂଗ୍ରହାଳୟ ଆମର ଯୁବକମାନଙ୍କୁ ଅତୀତ ସହିତ ମଧ୍ୟ ଯୋଡିବ ଏବଂ ସେମାନଙ୍କୁ ମଧ୍ୟ ପ୍ରେରଣା ଦେବ। କିଛି ଦିନ ପୂର୍ବେ ଆମ ସରକାର ଆଣ୍ଡମାନ ନିକୋବରର ମାଡଂଟ ହେରିୟଂଟ- ଆଣ୍ଡମାନ ନିକୋବରରେ ଥିବା ଏକ ଦ୍ୱୀପ ଯାହା ମାଡଂଟ ହେରିୟଂଟ ନାମରେ ପରିଚିତ ଥିଲା। ସ୍ୱାଧୀନତାର 75 ବର୍ଷ ପୂରଣ ହେବା ପରେ ମଧ୍ୟ ଲୋକ ତାକୁ ମାଡଂଟ ହେରିୟଂଟ ହିଁ କହୁଥିଲେ, କିନ୍ତୁ ଆମେ ସେହି ମାଡଂଟ ହେରିୟଂଟର ନାମ ବଦଳାଇ ମାଉଂଟ ମଣିପୁର ରଖିବା ପାଇଁ ମଧ୍ୟ ନିଷ୍ପତି ନେଇଛୁ। ଏବେ ବିଶ୍ୱର କୌଣସି ମଧ୍ୟ ପର୍ଯ୍ୟଟକ ଆଣ୍ଡାମାନ ନିକୋବର ଯିବେ, ସେମାନେ ମାଉଂଟ ମଣିପୁର କ’ଣ, ତାହାର ଇତିହାସ କ’ଣ, ସେମାନେ ଜାଣିବା ପାଇଁ ଚେଷ୍ଟା କରିବେ।

ଉତର-ପୂର୍ବାଂଚଳକୁ ନେଇ ପୂର୍ବର ସରକାରମାନେ ସ୍ଥିର କରିଥିବା ନୀତି ଥିଲା ଆଉ ସେହି ନୀତି କ’ଣ ଥିଲା, ନୀତି ଏହା ଥିଲା- ପୂର୍ବକୁ ଦେଖ ନାହିଁ, ପୂର୍ବୋତର ଆଡ଼କୁ  ଦେଖ ନାହିଁ, ଦିଲ୍ଲୀରେ ସେତେବେଳେ ଦେଖାଯାଉଥିଲା, ଯେତେବେଳେ ନିର୍ବାଚନ ହେଉଥିଲା । କିନ୍ତୁ ଆମେ ପୂର୍ବୋତର ପାଇଁ ‘ଆକ୍ଟ ଇଷ୍ଟ’ର ସଂକଳ୍ପ ନେଇଛୁ। ଈଶ୍ୱର ଏହି କ୍ଷେତ୍ରକୁ ଏତେ ପ୍ରାକୃତିକ ସଂସାଧନ ଦେଇଛନ୍ତି, ଏତେ ସାମର୍ଥ୍ୟ ଦେଇଛନ୍ତି। ଏଠାରେ ବିକାଶର, ପର୍ଯ୍ୟଟନର ଏତେ ସମ୍ଭାବନାମାନ ରହିଛି। ଉତର-ପୂର୍ବାଂଚଳର ଏହି ସମ୍ଭାବନାଗୁଡ଼ିକ ଉପରେ ଏବେ କାର୍ଯ୍ୟ ହେଉଛି। ପୂର୍ବୋତର ଏବେ ଭାରତର ପ୍ରବେଶ ଦ୍ୱାର ପାଲଟୁଛି।

ଏବେ ପୂର୍ବୋତରରେ ବିମାନବନ୍ଦର ମଧ୍ୟ ନିର୍ମାଣ ହେଉଛି ଆଉ ରେଳ ମଧ୍ୟ ପହଂଚୁଛି। ଜିରିବାମ- ତୁପୁଲ- ଇମ୍ଫାଲ ରେଳ ଲାଇନ ମାଧ୍ୟମରେ ମଣିପୁର ମଧ୍ୟ ଏବେ ଦେଶର ରେଳ ନେଟୱର୍କରେ ଯୋଡ଼ି ହେବାକୁ ଯାଉଛି। ଇମ୍ଫାଲ- ମୌରେ ରାଜପଥ ଅର୍ଥାତ ଏସିଆନ ହାଇୱେ-1ର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି। ଏହି ରାଜପଥ ଦକ୍ଷିଣ- ପୂର୍ବ ଏସିଆ ସହିତ ଭାରତର ଯୋଗାଯୋଗକୁ ସୁଦୃଢ଼ କରିବ। ପୂର୍ବରୁ ଯେତେବେଳେ ରପ୍ତାନୀର କଥା ହେଉଥିଲା, ସେତେବେଳେ ଦେଶର ବଛା- ବଛା ସହରର ନାମ ହିଁ ସାମ୍ନାକୁ ଆସୁଥିଲା। କିନ୍ତୁ ଏବେ, ସମନ୍ୱିତ କାର୍ଗୋ ଟର୍ମିନାଲ ମାଧ୍ୟମରେ ମଣିପୁର ମଧ୍ୟ ବ୍ୟବସାୟ ଏବଂ ରପ୍ତାନୀର ଏକ ବଡ଼ କେନ୍ଦ୍ର ପାଲଟିବ, ଆତ୍ମନିର୍ଭର ଭାରତକୁ ଗତି ଦେବ। ଆଉ ଗତକାଲି ଦେଶବାସୀମାନେ ଖବର ଶୁଣିଛନ୍ତି, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଗତକାଲି ଦେଶ 300 ବିଲିୟନ ଡଲାରର ରପ୍ତାନୀ କରି ଏକ ନୂତନ କିର୍ତୀମାନ ସ୍ଥାପନ କରିଛନ୍ତି। ଛୋଟ- ଛୋଟ ରାଜ୍ୟ ମଧ୍ୟ ଏଥିରେ ଆଗକୁ ଆସୁଛନ୍ତି ।

ସାଥୀଗଣ,

ପୂର୍ବରୁ ଲୋକେ ପୂର୍ବୋତର ଆସିବାକୁ ଚାହୁଁଥିଲେ କିନ୍ତୁ ଏଠାରେ ପହଂଚିବେ କିପରି, ଏହା ଚିନ୍ତା କରି ଅଟକି ଯାଉଥିଲେ। ଏହାଦ୍ୱାରା ଏଠାର ପର୍ଯ୍ୟଟନକୁ, ପର୍ଯ୍ୟଟନ କ୍ଷେତ୍ରକୁ ବହୁତ କ୍ଷତି ହେଉଥିଲା । କିନ୍ତୁ ଏବେ ପୂର୍ବୋତରର ସହର ହିଁ ନୁହେଁ, ବରଂ ଗାଁ- ଗାଁ ପର୍ଯ୍ୟନ୍ତ ପହଂଚିବା ସହଜ ହେଉଛି । ଆଜି ଏଠାରେ ବ୍ୟାପକ ସଂଖ୍ୟାରେ ଜାତୀୟ ରାଜପଥ କାର୍ଯ୍ୟ ମଧ୍ୟ ଆଗକୁ ବଢ଼ୁଛି, ଆଉ ଗାଁରେ ମଧ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଶହ- ଶହ କିଲୋମିଟର ନୂତନ ସଡ଼କ ନିର୍ମାଣ ହେଉଛି। ମଣିପୁର ଗ୍ୟାସ ପାଇପ ଲାଇନ ଭଳି ଯେଉଁ ସୁବିଧାଗୁଡ଼ିକୁ କିଛି ଅଂଚଳର ବିଶେଷ ଅଧିକାର ଭାବେ ଧରି ନିଆ ଯାଇଥିଲା, ତାହା ମଧ୍ୟ ଏବେ ପୂର୍ବୋତର ପର୍ଯ୍ୟନ୍ତ ପହଂଚୁଛି। ବୃଦ୍ଧି ପାଉଥିବା ଏହି ସୁବିଧା ଗୁଡ଼ିକ, ବୃଦ୍ଧି ପାଉଥିବା ଏହି ଯୋଗାଯୋଗ ବ୍ୟବସ୍ଥା, ଏଠାରେ ପର୍ଯ୍ୟଟନକୁ ବୃଦ୍ଧି କରିବ, ଏଠାର ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବ।

ସାଥୀଗଣ,

ମଣିପୁର ଦେଶ ପାଇଁ ଗୋଟିକରୁ ବଳି ଆଉ ଏକ ରତ୍ନ ଦେବାଭଳି ରାଜ୍ୟ ହୋଇ ରହିଛି। ଏଠାକର ଯୁବକମାନେ, ଆଉ ବିଶେଷ କରି ମଣିପୁରର ଝିଅମାନେ ସାରା ବିଶ୍ୱରେ ଭାରତର ଧ୍ୱଜା ଉଡ଼ାଇଛନ୍ତି, ଗର୍ବରେ ଦେଶର ମୁଣ୍ଡକୁ ଉଚ୍ଚା କରିଛନ୍ତି। ବିଶେଷ କରି ଆଜି ଦେଶର ଯୁବକମାନେ, ମଣିପୁରର ଖେଳାଳୀମାନଙ୍କ ଠାରୁ ପ୍ରେରଣା ନେଉଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଠାରୁ ନେଇ ଅଲିମ୍ପିକ୍ସ ପର୍ଯ୍ୟନ୍ତ, ମଲ୍ଲଯୁଦ୍ଧ, ତୀରନ୍ଦାଜୀ ଏବଂ ମୁଷ୍ଟିଯୁଦ୍ଧରୁ ନେଇ ଭାରୋତୋଳନ ପର୍ଯ୍ୟନ୍ତ, ମଣିପୁର ଏମ. ସି. ମେରିକମ, ମୀରାବାଈ ଚାନୁ, ବୋମ୍ବଲାଦେବୀ, ଲାୟଶ୍ରମ ସରିତା ଦେବୀ, କେତେ-କେତେ ବଡ଼ ନାମ ଅଛନ୍ତି, ଏଭଳି ବଡ଼- ବଡ଼ ଚମ୍ପିୟାନ୍ସଙ୍କୁ ଦେଇଛି। ଆପଣଙ୍କ ପାଖରେ ଏଭଳି କେତେ ହିଁ ପ୍ରତିଭାବାନ ଅଛନ୍ତି, ଯେଉଁମାନଙ୍କୁ ଯଦି ସଠିକ ମାର୍ଗଦର୍ଶନ ଏବଂ ଆବଶ୍ୟକ ସଂସାଧନ ମିଳିଯାଏ, ତେବେ ସେମାନେ ଚମତ୍କାର କରି ପାରିବେ। ଏଠାରେ ଆମର ଯୁବକମାନଙ୍କ ମଧ୍ୟରେ, ଆମର ଝିଅମାନଙ୍କ ମଧ୍ୟରେ ଏଭଳି ପ୍ରତିଭା ଭରି ହୋଇ ରହିଛି। ଏଥିପାଇଁ ଆମେ ମଣିପୁରରେ ଅତ୍ୟାଧୁନିକ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ସ୍ଥାପନ କରିଛୁ। ଏହି ବିଶ୍ୱବିଦ୍ୟାଳୟ ଏଇ ଯୁବକମାନଙ୍କୁ ନା କେବଳ ନିଜର ସ୍ୱପ୍ନ ସହିତ ଯୋଡ଼ିବାର କାର୍ଯ୍ୟ କରିବ, ବରଂ ଖେଳ ଜଗତରେ ଭାରତକୁ ମଧ୍ୟ ଏକ ନୂତନ ପରିଚୟ ଦେବ। ଏହା ହେଉଛି ଦେଶର ନୂତନ ଉତ୍ସାହ, ନୂତନ ଉଦ୍ଦୀପନା, ଯାହାର ନେତୃତ୍ୱ ଏବେ ଆମର ଯୁବକ, ଆମର ଝିଅମାନେ କରିବେ।

ସାଥୀଗଣ,

କେନ୍ଦ୍ର ସରକାର ଯେଉଁ ଅଏଲ ପାମ୍ ରାଷ୍ଟ୍ରୀୟ ମିଶନ ଆରମ୍ଭ କରିଛନ୍ତି, ତାହାର ମଧ୍ୟ ବଡ଼ ଲାଭ ଉତର-ପୂର୍ବଂଚଳକୁ ମିଳିବ। ଆଜି ଭାରତ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ବିଦେଶରୁ ବ୍ୟାପକ ମାତ୍ରାରେ ପାମ୍ ଅଏଲ ଆମଦାନୀ କରୁଛି। ଏଥିପାଇଁ ହଜାର- ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ଅର୍ଥ ଭାରତର କୃଷକମାନଙ୍କୁ ମିଳୁ, ଭାରତ ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉ, ଏହି ଦିଗରେ ଆମର ପ୍ରୟାସ ଜାରି ରହିଛି। 11 ହଜାର କୋଟି ଟଙ୍କାର ଏହି ଅଏଲ ପାମ୍ ମିଶନ ଦ୍ୱାରା, କୃଷକମାନଙ୍କର ଆୟ ବୃଦ୍ଧି କରିବାରେ ବହୁତ ସହାୟତା ମିଳିବ। ଆଉ ଅଧିକାଂଶ ଉତର-ପୂର୍ବାଂଚଳରେ ହିଁ ହେବ। ଏଠାରେ ମଣିପୁରରେ ମଧ୍ୟ ଏହା ଉପରେ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି। ଅଏଲ ପାମ୍ ଚାଷ କରିବା ପାଇଁ, ନୂତନ ମିଲ୍ ପ୍ରତିଷ୍ଠା ପାଇଁ ସରକାର ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି।

ସାଥୀଗଣ,

ଆଜି ମଣିପୁରର ଉପଲବ୍ଧିଗୁଡ଼ିକ ଉପରେ ଗର୍ବ କରିବା ସହିତ ଆମକୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ ଆମକୂ ଆଗକୁ ଏକ ଦୀର୍ଘ ପଥ ଯାତ୍ରା ସ୍ଥିର କରିବାର ଅଛି। ଆଉ ଆମକୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ ଆମେ ଏହି ଯାତ୍ରା କେଉଁଠାରୁ ଆରମ୍ଭ କରିଥିଲେ। ଆମକୁ ମନେ ରଖିବାକୁ ହେବ ଯେ କିପରି ଆମର ମଣିପୁରକୁ ପୂର୍ବ ସରକାର ବ୍ଲକେଡ ଷ୍ଟେଟ୍ ବା ଅବରୋଧିତ ରାଜ୍ୟ କରି ରଖି ଦେଇଥିଲେ, ସରକାରଙ୍କ ଦ୍ୱାରା ପାହାଡ଼ ଏବଂ ଉପତ୍ୟାକା ମଧ୍ୟରେ ରାଜନୈତିକ ଲାଭ ପାଇଁ ଖାଇ ଖୋଳିବାର କାର୍ଯ୍ୟ କରିଛନ୍ତି। ଆମକୁ ମନେ ରଖିବାକୁ ହେବ ଯେ ଲୋକମାନଙ୍କ ମଧ୍ୟରେ ଦୂରତ୍ୱ ବୃଦ୍ଧି କରିବା ପାଇଁ କିପରି-କିଭଳି ଷଡ଼ଯନ୍ତ୍ରମାନ କରା ଯାଉଥିଲା।

ସାଥୀଗଣ,

ଆଜି ଡବଲ ଇଂଜିନ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ହିଁ ଏହି ଅଂଚଳରେ ଉଗ୍ରବାଦ ଏବଂ ଅସୁରକ୍ଷାର ବହ୍ନି ନାହିଁ, ବରଂ ଶାନ୍ତି ଏବଂ ବିକାଶର ଆଲୋକ ପ୍ରଜ୍ଜ୍ୱଳିତ ହେଉଛି। ସମ୍ପୂର୍ଣ୍ଣ ଉତର- ପୂର୍ବାଂଚଳରେ ଶହ- ଶହ ଯୁବକ, ଅସ୍ତ୍ର- ଶସ୍ତ୍ର ଛାଡ଼ି ବିକାଶର ମୁଖ୍ୟ ଧାରାରେ ସାମିଲ ହୋଇଛନ୍ତି। ଯେଉଁ ବୁଝାମଣାକୁ ଦଶକ- ଦଶକ ଧରି ପ୍ରତୀକ୍ଷା ଥିଲା, ଆମ ସରକାର ସେହି ଐତିହାସିକ ବୁଝାମଣା ମଧ୍ୟ କରି ଦେଖାଇଛନ୍ତି। ମଣିପୁର ଅବରୋଧିତ ରାଜ୍ୟରୁ ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ପଥ ପ୍ରଦର୍ଶନ କରିବା ଭଳି ରାଜ୍ୟ ପାଲଟି ଯାଇଛି। ଆମ ସରକାର ପାହାଡ଼ ଏବଂ ଉପତ୍ୟାକା ମଧ୍ୟରେ ଖୋଳା ଯାଇଥିବା ଖାଇଗୁଡ଼ିକୁ ସମାପ୍ତ କରି ‘ପାହାଡ଼କୁ ଯାଅ’ ଏବଂ ‘ଗାଁକୁ ଯାଅ’ ଏଭଳି ଅଭିଯାନ ଚଳାଇଛନ୍ତି।

ଏହି ପ୍ରୟାସ ମଧ୍ୟରେ, ଆପଣମାନଙ୍କୁ ଏହା ମନେ ରଖିବାକୁ ହେବ ଯେ କିଛି ଲୋକ କ୍ଷମତା ହାସଲ କରିବା ପାଇଁ ମଣିପୁରକୁ ପୁଣି ଅସ୍ଥିର କରିବାକୁ ଚାହୁଁଛନ୍ତି। ଏହି ଲୋକମାନେ ଆଶା କରି ବସିଛନ୍ତି ଯେ କେବେ ତାଙ୍କୁ ସୁଯୋଗ ମିଳିବ, ଆଉ କେବେ ସେମାନେ ଅଶାନ୍ତିର ଖେଳ ଖେଳିବେ। ମୁଁ ଖୁସି ଯେ ମଣିପୁରର ଲୋକ ସେମାନଙ୍କୁ ଚିହ୍ନି ସାରିଛନ୍ତି। ଏବେ ମଣିପୁରର ଲୋକ, ଏଠାକାର ବିକାଶକୁ ଅଟକି ଯିବାକୁ ଦେବେ ନାହିଁ, ମଣିପୁରକୁ ପୁଣି ଅନ୍ଧକାର ଆଡ଼କୁ ଯିବାକୁ ଦେବେ ନାହିଁ।

ସାଥୀଗଣ,

ଆଜି ଦେଶ ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ’ର ମନ୍ତ୍ରରେ ଚାଲୁଛି। ଆଜି ଦେଶ ସମସ୍ତଙ୍କ ପ୍ରୟାସର ଭାବନା ସହିତ ଏକାଠି କାର୍ଯ୍ୟ କରୁଛି, ସମସ୍ତଙ୍କ ପାଇଁ କାର୍ଯ୍ୟ କରୁଛି, ସବୁ ପ୍ରକାରର କାର୍ଯ୍ୟ କରୁଛି। ଏକବିଂଶ ଶତାବ୍ଦୀର ଏହି ଦଶକ ମଣିପୁର ପାଇଁ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ପୂର୍ବ ସରକାରମାନେ ବହୁତ ସମୟ ନଷ୍ଟ କରି ଦେଇଛନ୍ତି। ଏବେ ଆମକୁ ଗୋଟିଏ ମୁହୂର୍ତ ମଧ୍ୟ ନଷ୍ଟ କରିବାର ନାହିଁ। ଆମକୁ ମଣିପୁରରେ ସ୍ଥିରତା ମଧ୍ୟ ରଖିବାର ଅଛି ଏବଂ ମଣିପୁରକୁ ବିକାଶର ଶୀଖରରେ ମଧ୍ୟ ପହଂଚାଇବାର ଅଛି। ଆଉ ଏହି କାର୍ଯ୍ୟ, ଡବଲ ଇଂଜିନର ସରକାର ହିଁ କରି ପାରିବେ।

ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ, ମଣିପୁର ଏହିଭଳି ଭାବରେ ଡବଲ ଇଂଜିନ ସରକାର ଉପରେ ନିଜର ଆଶୀର୍ବାଦ ବଜାୟ ରଖିବ। ପୁଣିଥରେ ଆଜିର ଅନେକ ପ୍ରକଳ୍ପଗୁଡ଼ିକ ପାଇଁ ମଣିପୁରବାସୀଙ୍କୁ, ମଣିପୁରର ମୋର ପ୍ରିୟ ଭାଇ ଭଉଣୀଙ୍କୁ ବହୁତ- ବହୁତ ଶୁଭକାମନା।

ଥାଗତଚରୀ!!!

ଭାରତ ମାତା କୀ ଜୟ!!

ଭାରତ ମାତା କୀ ଜୟ!!

ଭାରତ ମାତା କୀ ଜୟ!!

ବହୁତବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi Chairs Second High-Level Meeting with Secretaries of Government of India
July 28, 2026
Sectors discussed: Finance and Economy, Commerce and Industry, and Technology
PM emphasises the need to break both horizontal and vertical silos within the Government
PM emphasises the importance of technological self-reliance and building domestic capabilities in critical sectors
PM encourages greater participation of young innovators and entrepreneurs in cybersecurity ecosystem
PM Stresses Proactive Outreach on Strategic Sectors to Counter Misinformation
PM says Govt must always remain youthful, dynamic and forward-looking, continuously adapting to new challenges and opportunities with agility and innovation
Secretaries share experiences and perspectives on key initiatives, emerging opportunities and implementation challenges

Prime Minister Shri Narendra Modi chaired the second high-level meeting with Secretaries to the Government of India at his residence at 7, Lok Kalyan Marg earlier today. He reviewed the future action agenda of Ministries and Departments dealing with Finance and Economy, Commerce and Industry, and Technology sectors. The meeting focused on accelerating progress towards the goals of Viksit Bharat.

Prime Minister called for a strong focus on team building across Ministries and Departments, urging officers to work with a shared sense of purpose. He emphasised the need to break both horizontal and vertical silos within the Government so that departments function in close coordination and deliver integrated outcomes.

Highlighting the importance of citizen-centric governance, Prime Minister said that the people of India must remain at the centre of governance. He reminded that every decision and policy should be guided by the interests and aspirations of the common citizen.

Prime Minister stressed that while India is making significant investments in infrastructure, equal priority must be given to developing indigenous technologies. He underscored the importance of technological self-reliance and building domestic capabilities in critical sectors.

Prime Minister underlined that energy security is closely linked with national security, economic stability and citizens’ welfare. Prime Minister said India must achieve self-reliance in the energy sector through innovation, diversification and accelerated capacity creation.

Emphasising that reforms are not merely a fashionable term but a continuous necessity for effective governance, Prime Minister stressed the need to reform processes, improve work culture and strengthen institutional efficiency.

Prime Minister said that growing use of technology must be accompanied by a strong focus on cybersecurity to safeguard digital systems and infrastructure. He stressed the need for constant vigilance against emerging cyber threats. He called for encouraging greater participation of young innovators and entrepreneurs in the cybersecurity ecosystem and emphasised that it should evolve into a nationwide movement.

Prime Minister also emphasised the importance of proactive communication on strategic sectors where the country is undertaking major initiatives, to counter misinformation and unfounded fears surrounding such efforts.

Prime Minister says that new academic courses should be planned in partnership with industry to equip the workforce with skills required by emerging and future industries. He also observed that a government must always remain youthful, dynamic and forward-looking, continuously adapting to new challenges and opportunities with agility and innovation.

The meeting featured detailed discussions by Secretaries on the progress, priorities and implementation issues across their respective domains. The meeting was attended by the Cabinet Secretary, Secretaries of key Ministries and Departments, and senior officials from the Prime Minister’s Office.