ଆସାମର କର୍କଟ ଡାକ୍ତରଖାନା ଉତ୍ତର ପୂର୍ବ ଏବଂ ଦକ୍ଷିଣ ଏସିଆରେ ସ୍ୱାସ୍ଥ୍ୟସେବା କ୍ଷମତା ବୃଦ୍ଧି କରିବ
ସ୍ୱାସ୍ଥ୍ୟସେବା ଦୃଷ୍ଟିକୋଣର ସାତୋଟି ସ୍ତମ୍ଭ ଭାବରେ "ସ୍ୱାସ୍ଥ୍ୟ କେ ସପ୍ତର୍ଷି” ଉପରେ ଆଧାରିତ
“ପ୍ରୟାସ ହେଉଛି ସମଗ୍ର ଦେଶର ନାଗରିକମାନେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ପାଇପାରିବେ, ଦେଶର ଯେକୌଣସି ଠାରେ ଏଥିପାଇଁ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ । ଏହି ଆବେଗ ହେଉଛି ଗୋଟିଏ ଦେଶ, ଗୋଟିଏ ସ୍ୱାସ୍ଥ୍ୟ”
“ଚା ବଗିଚାରେ କାମ କରୁଥିବା ଲକ୍ଷ ଲକ୍ଷ ପରିବାରକୁ ଉନ୍ନତ ଜୀବନଧାରଣ ଦେବା ପାଇଁ କେନ୍ଦ୍ର ଓ ଆସାମ ସରକାର ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି”

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିବ୍ରୁଗଡ଼ରେ ଏକ କାର୍ଯ୍ୟକ୍ରମରେ ଆସାମର ସାତ ଟି କର୍କଟ ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି କର୍କଟ ଡାକ୍ତରଖାନାଗୁଡ଼ିକ ଡିବ୍ରୁଗଡ଼, କୋକ୍ରାଝର, ବାରପେଟା, ଡାରାଙ୍ଗ, ତେଜପୁର, ଲାଖୀମପୁର ଏବଂ ଜୋରହାଟରେ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନୂତନ ଡାକ୍ତରଖାନା ପରିସର ପରିଦର୍ଶନ କରିବା ପୂର୍ବରୁ ଦିବ୍ରୁଗଡ ହସ୍ପିଟାଲକୁ ଦେଶ ପାଇଁ ଉତ୍ସର୍ଗୀକୃତ କରିଥିଲେ । ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ର୍ନିମାଣ ହେବାକୁ ଥିବା ଧୁବ୍ରି, ନାଲବାରୀ, ଗୋଲପାରା, ନାଗାଓଁ, ଶିବସାଗର, ତିନିସୁକିଆ ଏବଂ ଗୋଲାଘାଟରେ ପ୍ରଧାନମନ୍ତ୍ରୀ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆସାମର ରାଜ୍ୟପାଳ ଶ୍ରୀ ଜଗଦୀଶ ମୁଖୀ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ପୂର୍ବତନ ସିଜେଆଇ ଏବଂ ରାଜ୍ୟସଭା ସଦସ୍ୟ ଶ୍ରୀ ରଞ୍ଜନ ଗୋଗୋଇ ଏବଂ ବିଶିଷ୍ଟ ଶିଳ୍ପପତି ଶ୍ରୀ ରତନ ଟାଟା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ସବର ଆବେଗକୁ ସ୍ୱୀକାର କରିବା ସହ ଆସାମର ମହାନ ପୁଅ ଓ ଝିଅମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର କର୍କଟ ଡାକ୍ତରଖାନା ଯାହା ଆଜି ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଛି ଏବଂ ଯେଉଁଥିପାଇଁ ଆଜି ଭିତ୍ତିପ୍ରସ୍ତର ପକାଯାଇଛି, ତାହା ଉତ୍ତର-ପୂର୍ବ ତଥା ଦକ୍ଷିଣ ଏସିଅ ।ରେ ସ୍ୱାସ୍ଥ୍ୟସେବା କ୍ଷମତା ବୃଦ୍ଧି କରିବ । କେବଳ ଆସାମରେ ନୁହେଁ ଉତ୍ତର ପୂର୍ବରେ ମଧ୍ୟ କର୍କଟ ରୋଗ ଏକ ବଡ଼ ସମସ୍ୟା ହୋଇଛି ବୋଲି ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ଗରିବ, ମଧ୍ୟବିତ୍ତତ୍ତପରିବାର ଏହା ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି । କର୍କଟ ରୋଗର ଚିକିତ୍ସା ପାଇଁ, କିଛି ବର୍ଷ ପୂର୍ବେ, ଏଠାରେ ରୋଗୀଙ୍କୁ ବଡ ସହରକୁ ଯିବାକୁ ପଡୁଥିଲା ଯାହା ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ ଆର୍ଥିକ ବୋଝ ପଡୁଥିଲା । ଆସାମରେ ଏହି ବିଚାରାଧୀନ ସମସ୍ୟାର ସମାଧାନ ପାଇଁ ଅନେକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୋୱାଲ ଏବଂ ଟାଟା ଟ୍ରଷ୍ଟକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଚଳିତ ବର୍ଷର ବଜେଟରେ ଉତ୍ତର-ପୂର୍ବ (ପିଏମ୍‍-ଡିଭାଇନ୍‍) ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ଉଦ୍ୟମ ସକାଶେ ୧୫୦୦ କୋଟି ଟଙ୍କା ଯୋଜନା କରାଯାଇଛି । ଏହି ଯୋଜନା ଅଧୀନରେ ମଧ୍ୟ କର୍କଟ ଚିକିତ୍ସା ଏକ ଫୋକସ କ୍ଷେତ୍ର ଏବଂ ଗୌହାଟୀ ପାଇଁ ମଧ୍ୟ ଏକ ସୁବିଧା ପ୍ରସ୍ତାବ ଦିଆଯାଇଛି ।

ସ୍ୱାସ୍ଥ୍ୟସେବା ପାଇଁ ସରକାରଙ୍କ ଦୃଷ୍ଟିଭଙ୍ଗୀ ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ "ସ୍ୱାସ୍ଥ୍ୟ କେ ସପ୍ତର୍ଷି” ବିଷୟରେ କହିଥିଲେ । ସରକାରଙ୍କ ପ୍ରୟାସ ହେଉଛି ରୋଗ ନିଜେ ଉତ୍ପନ୍ନ ହୁଏ ନାହିଁ । ସେଥିପାଇଁ ଆମ ସରକାର ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଯୋଗ, ଫିଟନେସ୍ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଏହି କାରଣରୁ ଚାଲିଛି ବୋଲି ସେ କହିଛନ୍ତି । ଦ୍ୱିତୀୟତଃ, ଯଦି ଏହି ରୋଗ ହୁଏ, ତେବେ ଏହାକୁ ପ୍ରାଥମିକ ଅବସ୍ଥାରେ ଠାବ କରିବା ଉଚିତ । ଏଥିପାଇଁ ସାରା ଦେଶରେ ଲକ୍ଷ ଲକ୍ଷ ନୂତନ ପରୀକ୍ଷା କେନ୍ଦ୍ର ର୍ନିମାଣ କରାଯାଉଛି । ତୃତୀୟ ଧ୍ୟାନ ହେଉଛି ଯେ ଲୋକମାନେ ନିଜ ଘର ନିକଟରେ ଉନ୍ନତ ପ୍ରାଥମିକ ଚିକିତ୍ସା ସୁବିଧା ପାଇବା ଉଚିଚ୍‍ । ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଉନ୍ନତି କରାଯାଉଛି ।  ଚତୁର୍ଥ ପ୍ରୟାସ ହେଉଛି ଗରିବ ଲୋକଙ୍କୁ ସର୍ବୋତ୍ତମ ଡାକ୍ତରଖାନାରେ ମାଗଣା ଚିକିତ୍ସା କରାଯିବା ଉଚିତ୍‍ । ଏଥିପାଇଁ ଆୟୁଷ୍ମାନ ଭାରତ ଭଳି ଯୋଜନାରେ ଭାରତ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରୁଛନ୍ତି । ଭଲ ଚିକିତ୍ସା ପାଇଁ ବଡ ସହର ଉପରେ ର୍ନିଭରଶୀଳତାକୁ କମ୍ କରିବା ଆମର ପଥ୍ରମ ଲକ୍ଷ୍ୟ । ଏଥିପାଇଁ ଆମ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ୨୦୧୪ ପୂର୍ବରୁ ଦେଶରେ କେବଳ ୭ ଟି ଏମ୍‍ସ ଥିଲା । ଏଥିମଧ୍ୟରୁ ଦିଲ୍ଲୀର ଗୋଟିଏ ବ୍ୟତୀତ ଅନ୍ୟ ଠାରେ ଏମବିବିଏସ୍‍ ପାଠ୍ୟକ୍ରମ କିମ୍ବା ଓପିଡି ନଥିଲା, ସେଥିମଧ୍ୟରୁ କିଛି ଅସମ୍ପୂର୍ଣ୍ଣ ଥିଲା । ଆମେ ଏସବୁକୁ ସଂଶୋଧନ କରି ଦେଶରେ ୧୬ ନୂତନ ଏମ୍‍ସ ଘୋଷଣା କଲୁ । ଏମ୍‍ସ ଗୌହାଟି ମଧ୍ୟ ସେଥି ମଧ୍ୟରୁ ଅନ୍ୟତମ ।  ଭିଜନର ଷଷ୍ଠ ପଏଣ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଡାକ୍ତରଙ୍କ ସଂଖ୍ୟା ଅଭାବକୁ ଆମ ସରକାର ସମାଧାନ କରୁଛନ୍ତି । ଗତ ସାତ ବର୍ଷ ମଧ୍ୟରେ ଏମ୍‍ବିବିଏସ୍‍ ଏବଂ ପିଜି ପାଇଁ ୭୦ ହଜାରରୁ ଅଧିକ ନୂତନ ସିଟ୍ ଯୋଡା ଯାଇଛି । ଆମ ସରକାର ଏଲୋପାଥିକ ଡାକ୍ତରଙ୍କ ସହ ୫ ଲକ୍ଷରୁ ଅଧିକ ଆୟୁଷ ଡାକ୍ତରଙ୍କ ଚିକିତ୍ସା ସେବା ନେଉଛନ୍ତି ।  ସରକାରଙ୍କ ସପ୍ତମ ଧ୍ୟାନ ହେଉଛି ସ୍ୱାସ୍ଥ୍ୟ ସେବାର ଡିଜିଟାଇଜେସନ୍ । ଚିକିତ୍ସା ପାଇଁ ଲମ୍ବା ଲାଇନରୁ ମୁକ୍ତି ପାଇବା, ଚିକିତ୍ସା ନାମରେ ଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ପ୍ରୟାସ । ଏଥିପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ପ୍ରୟାସ ହେଉଛି ଦେଶର ନାଗରିକମାନେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ପାଇପାରିବେ, ଏଥିପାଇଁ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ । ଏହି ଆବେଗ ହେଉଛି ଗୋଟିଏ ଦେଶ, ଗୋଟିଏ ସ୍ୱାସ୍ଥ୍ୟ । ୧୦୦ ବର୍ଷର ସବୁଠାରୁ ବଡ ମହାମାରୀରେ ମଧ୍ୟ ଏହି ଆବେଗ ଦେଶକୁ ଶକ୍ତି ପ୍ରଦାନ କରିଥିଲା, ଆହ୍ୱାନର ମୁକାବିଲା ପାଇଁ ଶକ୍ତି ଦେଇଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍କଟ ରୋଗର ଅତ୍ୟଧିକ ଖର୍ଚ୍ଚ ଲୋକଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ ଅଟେ । ମହିଳାମାନେ ବିଶେଷ ଭାବରେ ଚିକିତ୍ସା ଠାରୁ ଦୂରେଇ ରହିଲେ କାରଣ ଏହା ପରିବାରକୁ ଋଣ ଏବଂ ଦାରିଦ୍ର‌୍ୟକୁ ଠେଲିବାର କ୍ଷମତା ରଖିଥିଲା । କର୍କଟ ଔଷଧର ମୂଲ୍ୟ ହ୍ରାସ ସହିତ ଅନେକ ଔଷଧର ମୂଲ୍ୟ ପ୍ରାୟ ଅଧାକୁ ହ୍ରାସ କରି ସରକାର ରୋଗୀଙ୍କର ଅତି କମରେ ୧୦୦୦ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ।  ଜନ ଔଷଧି କେନ୍ଦ୍ରରେ ବର୍ତ୍ତମାନ ସୁଲଭ ମୂଲ୍ୟରେ ୯୦୦ ରୁ ଅଧିକ ଔଷଧ ଉପଲବ୍ଧ । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଅନେକ ହିତାଧିକାରୀ ହେଉଛନ୍ତି କର୍କଟ ରୋଗୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଏବଂ ୱେଲନେସ୍ କେନ୍ଦ୍ର କର୍କଟ ରୋଗର ଶୀଘ୍ର ଚିହ୍ନଟକୁ ସୁନିଶ୍ଚିତ କରୁଛି । ଆସାମ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ୱେଲନେସ୍ ସେଣ୍ଟରରେ ୧୫ କୋଟିରୁ ଅଧିକ ଲୋକ କର୍କଟ ପରୀକ୍ଷା କରିଛନ୍ତି । ରାଜ୍ୟରେ ଚିକିତ୍ସା ଭିତ୍ତିଭୂମିର ଉନ୍ନତି ପାଇଁ ଆସାମ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଏକ ମେଡିକାଲ କଲେଜର ଜାତୀୟ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳ ପ୍ରଶଂସନୀୟ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଆସାମରେ ଅମ୍ଳଜାନ ଠାରୁ ଭେଣ୍ଟିଲେଟର ପର୍ଯ୍ୟନ୍ତ ସମସ୍ତ ସୁବିଧା ସୁନିଶ୍ଚିତ କରିବାକୁ ସେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ପିଲାମାନଙ୍କୁ ଟୀକାକରଣ ଏବଂ ବୟସ୍କମାନଙ୍କ ପାଇଁ ସାବଧାନତା ଅବଲମ୍ବନ କରି ସରକାର ଟୀକାକରଣର ଆଭିମୁଖ୍ୟ ବିସ୍ତାର କରିଥିବାରୁ ଶ୍ରୀ ମୋଦୀ ସମସ୍ତଙ୍କୁ ଟୀକାକରଣ କରିବାକୁ କହିଥିଲେ ।

ଚା' ବଗିଚାରେ କାମ କରୁଥିବା ଲକ୍ଷ ଲକ୍ଷ ପରିବାରକୁ ଉନ୍ନତ ଜୀବନଧାରଣ ଦେବା ପାଇଁ କେନ୍ଦ୍ର ଓ ଆସାମ ସରକାର ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି । ମାଗଣା ରାସନ ଠାରୁ ଆରମ୍ଭ କରି ହର ଘର ଜଲ ଯୋଜନା ଅଧୀନରେ ଉପଲବ୍ଧ ସୁବିଧା ପର୍ଯ୍ୟନ୍ତ ଆସାମ ସରକାର ଚା ବଗିଚାରେ କାର୍ଯ୍ୟରତ ପରିବାର ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ଲୋକଙ୍କ କଲ୍ୟାଣର ପରିବର୍ତ୍ତିତ ଧାରଣା ଉପରେ ପ୍ରଧାନମନ୍ତ୍ରୀ ଧ୍ୟାନ ଦେଇଥିଲେ । ଆଜି ଜନ କଲ୍ୟାଣର ପରିସର ବିସ୍ତାର କରାଯାଇଛି । ଏହାପୂର୍ବରୁ, କେବଳ କିଛି ସବସିଡି ଜନ କଲ୍ୟାଣ ସହିତ ଜଡିତ ଥିବା ଦେଖାଯାଇଥିଲା । ଭିତ୍ତିଭୂମି, ସଂଯୋଗୀକରଣର ପ୍ରକଳ୍ପଗୁଡ଼ିକ କଲ୍ୟାଣ ସହିତ ଜଡିତ ଥିବା ଦେଖାଯାଇନଥିଲା । ଯେତେବେଳେ କି, ଯୋଗାଯୋଗର ଅନୁପସ୍ଥିତିରେ, ସାଧାରଣ ଲୋକଙ୍କୁ ସେବା ଯୋଗାଇଦେବା ବହୁତ କଷ୍ଟସାଧ୍ୟ ଥିଲା । ବର୍ତ୍ତମାନ ଦେଶ ଗତ ଶତାବ୍ଦୀର ଧାରଣା ଛାଡି ଆଗକୁ ବଢିଛି । ଆସାମରେ ସଡ଼କ, ରେଳ ଏବଂ ବିମାନ ନେଟୱାର୍କର ସମ୍ପ୍ରସାରଣ ଦୃଶ୍ୟମାନ ହେଉଛି, ଗରିବ, ଯୁବକ, ମହିଳା, ଶିଶୁ, ବଞ୍ଚିତ ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି । ଆମେ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ଆବେଗ ସହିତ ଆସାମ ଏବଂ ଦେଶର ବିକାଶକୁ ଆଗକୁ ନେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆସାମ କ୍ୟାନସର କେୟାର ଫାଉଣ୍ଡେସନ, ଆସାମ ସରକାର ଏବଂ ଟାଟା ଟ୍ରଷ୍ଟର ମିଳିତ ଉଦ୍ୟମରେ ଦକ୍ଷିଣ ଏସିଆର ସର୍ବବୃହତ ସୁଲଭ କ୍ୟାନସର କେୟାର ନେଟୱାର୍କ ର୍ନିମାଣ ପାଇଁ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୧୦ ଟି ଡାକ୍ତରଖାନା ମଧ୍ୟରୁ ସାତୋଟି ଡାକ୍ତରଖାନା ର୍ନିମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ତିନୋଟି ଡାକ୍ତରଖାନାର ବିଭିନ୍ନ ସ୍ତରରେ ର୍ନିମାଣ କାର୍ଯ୍ୟ ଶେଷ ହୋଇଛି । ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ସାତଟି ନୂତନ କର୍କଟ ଡାକ୍ତରଖାନା ର୍ନିମାଣ କରାଯିବ ।

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”