ସ୍ୱାସ୍ଥ୍ୟ, ରେଳ, ସଡ଼କ, ତୈଳ ଓ ଗ୍ୟାସ ଭଳି କ୍ଷେତ୍ରକୁ ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି
ଶ୍ରୀ ସାଇବାବା ସମାଧି ମନ୍ଦିରରେ ନୂତନ ଦର୍ଶନ ଧାଡ଼ି ପରିସର ଉଦ୍‌ଘାଟିତ
ନିଲୱାନ୍ଦେ ଡ୍ୟାମର ବାମ ପାର୍ଶ୍ୱ କେନାଲ ନେଟୱାର୍କକୁ ଲୋକାର୍ପିତ କରିଛନ୍ତି
‘ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନା' ର ଶୁଭାରମ୍ଭ
ହିତାଧିକାରୀ ମାନଙ୍କୁ ଆୟୁଷ୍ମାନ କାର୍ଡ ଓ ସ୍ୱାମିତ୍ୱ କାର୍ଡ ବଣ୍ଟନ
"ସାମାଜିକ ନ୍ୟାୟର ପ୍ରକୃତ ଅର୍ଥ ହେଉଛି ଯେତେବେଳେ ଦେଶ ଦାରିଦ୍ର‌୍ୟମୁକ୍ତ ହୋଇଥାଏ ଏବଂ ଗରିବ ମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିଥାଏ "
"ଗରିବ କଲ୍ୟାଣ ହେଉଛି ଡବଲ ଇଞ୍ଜିନ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା"
କୃଷକଙ୍କ ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ
ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ଆମ ସରକାର କାମ କରୁଛନ୍ତି
"ମହାରାଷ୍ଟ୍ର ବିପୁଳ ସମ୍ଭାବନା ଏବଂ ଆକାଂକ୍ଷାର କେନ୍ଦ୍ର ହୋଇଛି"
"ମହାରାଷ୍ଟ୍ରର ଅଭିବୃଦ୍ଧି ଭଳି ଭାରତ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢିବ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଶିରିଡି, ଅହମ୍ମଦନଗର ଠାରେ ସ୍ୱାସ୍ଥ୍ୟ, ରେଳ, ସଡ଼କ, ତୈଳ ଏବଂ ଗ୍ୟାସ ଭଳି କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଉଦଘାଟନ କରିଛନ୍ତି ଏବଂ ଶିଳାନ୍ୟାସ କରିଛନ୍ତି । ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରେ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ଥିବା ଆୟୁଷ ହସ୍ପିଟାଲ୍‌, କୁର୍ଦୁୱାଡି - ଲାଟୁର ରୋଡ୍ ରେଳ ସେକ୍ସନର ବିଦ୍ୟୁତିକରଣ (୧୮୬ କିଲୋମିଟର); ଜଳଗାଓଁରୁ ଭୁସାବଲକୁ ସଂଯୋଗ କରୁଥିବା ତୃତୀୟ ଓ ଚତୁର୍ଥ ରେଳ ଲାଇନ (୨୪.୪୬ କିଲୋମିଟର); ଜାତୀୟ ରାଜପଥ - ୧୬୬ (ପ୍ୟାକେଜ - ୧) ର ସାଙ୍ଗଲିରୁ ବୋରଗାଓଁ ସେକ୍ସନକୁ ଚାରି ଲେନ୍ କରିବା; ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ମନମାଡ  ଟର୍ମିନାଲରେ ଅତିରିକ୍ତ ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ । ସେ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଶାଖାର ଶିଳାନ୍ୟାସ କରିଥିଲେ । ଶ୍ରୀ ମୋଦୀ ହିତାଧିକାରୀ ମାନଙ୍କୁ ଆୟୁଷ୍ମାନ କାର୍ଡ ଏବଂ ସ୍ୱାମିତ୍ୱ କାର୍ଡ ମଧ୍ୟ ବଣ୍ଟନ କରିଥିଲେ । 

 

ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ , ଶିରିଡି ଠାରେ ନୂତନ ଦର୍ଶନ ଧାଡ଼ି କମ୍ପ୍ଲେକ୍ସକୁ ଶ୍ରୀ ମୋଦୀ ଉଦ୍‌ଘାଟନ କରିଥିଲେ, ନୀଲୱାନ୍ଦେ ଡ୍ୟାମର ବାମ ପାର୍ଶ୍ୱ (୮୫ କିଲୋମିଟର) କେନାଲ ନେଟୱାର୍କକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ଏବଂ 'ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନା'  ର ଶୁଭାରମ୍ଭ କରିଥିଲେ, ଯେଉଁଥିରେ ୮୬ ଲକ୍ଷରୁ ଅଧିକ କୃଷକ - ହିତାଧିକାରୀ  ଉପକୃତ ହୋଇଥିଲେ ।

ଏହା ପୂର୍ବରୁ , ଶ୍ରୀ ମୋଦୀ ଶିରିଡିର ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବା ସହ ନୀଲୱାନ୍ଦେ ଡ୍ୟାମର ଜଳ ପୂଜନ କରିଥିଲେ । 

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଇବାବାଙ୍କ ଆଶୀର୍ବାଦରେ ୭୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଉଛି । ପାଂଚ ଦଶନ୍ଧି ଧରି ଅଟକି ରହିଥିବା ନୀଲୱାନ୍ଦେ ଡ୍ୟାମର କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଜି ଏହାର ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ । ଏହି ସ୍ଥାନରେ ଜଳ ପୂଜନ କରିବାର ସୁଯୋଗ ମିଳିଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି । ଶ୍ରୀ ସାଇବାବା ସମାଧି ମନ୍ଦିରରେ ଦର୍ଶନ ଧାଡ଼ି ପରିସର ବିଷୟରେ ଶ୍ରୀ ମୋଦୀ ଅକ୍ଟୋବର ୨୦୧୮ ରେ ଏହାର ଶିଳାନ୍ୟାସ ବିଷୟରେ ସୂଚନା ଦେଇ କହିଥିଲେ ଯେ ଏହା ଭାରତ ଏବଂ ବିଦେଶର ତୀର୍ଥଯାତ୍ରୀ ମାନଙ୍କ ସୁବିଧାକୁ ଆହୁରି ବୃଦ୍ଧି କରିବ ।

 

ପ୍ରଧାନମନ୍ତ୍ରୀ ଆଜି ସକାଳେ ୱାର୍କରୀ ସମ୍ପ୍ରଦାୟର ବାବା ମହାରାଜ ସତାରକରଙ୍କ ଦୁଃଖଦ ବିୟୋଗ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ବାବା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ  କୀର୍ତ୍ତନ ଏବଂ ପ୍ରବଚନ ମାଧ୍ୟମରେ ସେ କରୁଥିବା ସାମାଜିକ ସଚେତନତା କାର୍ଯ୍ୟକୁ ସ୍ମରଣ କରିଥିଲେ ଯାହା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ । 

"ସାମାଜିକ ନ୍ୟାୟର ପ୍ରକୃତ ଅର୍ଥ ହେଉଛି ଯେତେବେଳେ ଦେଶ ଦାରିଦ୍ର‌୍ୟମୁକ୍ତ ହୁଏ ଏବଂ ଗରିବ ଲୋକମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳେ", ପ୍ରଧାନମନ୍ତ୍ରୀ ସରକାରଙ୍କ ମନ୍ତ୍ର 'ସବ୍‌କା ସାଥ , ସବ୍‌କା ବିକାଶ' କୁ ଦୋହରାଇବା ସହିତ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଗରିବ ଲୋକମାନଙ୍କ କଲ୍ୟାଣ ହେଉଛି ଡବଲ ଇଞ୍ଜିନ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ ଦେଶର ଅର୍ଥନୀତିର ବିସ୍ତାର ହେଉଥିବାରୁ ଏଥିପାଇଁ ବଜେଟ୍ ବୃଦ୍ଧି ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସେ ମହାରାଷ୍ଟ୍ରରେ ହିତାଧିକାରୀ ମାନଙ୍କୁ ୧ କୋଟି ୧୦ ଲକ୍ଷ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯେଉଁମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମିଳିବ,  ଯେଉଁଥି ପାଇଁ ସରକାର ୭୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗରିବ ଲୋକମାନଙ୍କୁ ମାଗଣା ରାସନ ଯୋଗାଣ କରିବା ଏବଂ ସେମାନଙ୍କ ପାଇଁ ପକ୍କା ଘର ନିର୍ମାଣ ନିମନ୍ତେ  ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ସରକାରୀ ଖର୍ଚ୍ଚ ହୋଇଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଉକ୍ତ ଖର୍ଚ୍ଚ  ୨୦୧୪ ପୂର୍ବ ଦଶନ୍ଧି ତୁଳନାରେ ୬ ଗୁଣ ଅଧିକ । ଗରିବ ଲୋକମାନଙ୍କ ଘରକୁ ଜଳ ଯୋଗାଣ କରିବା ପାଇଁ ସରକାର ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ପିଏମ୍ ସ୍ୱନିଧି ଯୋଜନାରେ ରାସ୍ତାକଡ଼ ଦୋକାନୀମାନେ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଶ୍ରୀ ମୋଦୀ ନୂତନ ଭାବେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଥିରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ସରକାରୀ ବ୍ୟୟରେ ଲକ୍ଷ ଲକ୍ଷ ବଢ଼େଇ, ସ୍ୱର୍ଣ୍ଣକାର, କୁମ୍ଭାର ଏବଂ ମୂର୍ତ୍ତିଶିଳ୍ପୀ ପରିବାରକୁ ସହାୟତା ଯୋଗାଇ ଦିଆଯିବ । 

 

କ୍ଷୁଦ୍ର କୃଷକମାନଙ୍କ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ବିଷୟରେ ଉଲ୍ଲେଖ କରିଥିଲେ , ଯାହା ଅଧୀନରେ କ୍ଷୁଦ୍ର କୃଷକ ମାନଙ୍କୁ ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ମିଳିଛି, ଯାହା ମଧ୍ୟରେ ମହାରାଷ୍ଟ୍ରର କ୍ଷୁଦ୍ର କୃଷକମାନଙ୍କ ପାଇଁ ୨୬ ହଜାର କୋଟି ଟଙ୍କା ଉଦ୍ଦିଷ୍ଟ । ମହାରାଷ୍ଟ୍ର ସରକାର 'ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନା' ଆରମ୍ଭ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଯୋଜନା ଅଧୀନରେ ମହାରାଷ୍ଟ୍ର ଶେତକାରୀ ପରିବାରକୁ ଅତିରିକ୍ତ ୬୦୦୦ ଟଙ୍କା ମିଳିବ, ଅର୍ଥାତ୍ ସ୍ଥାନୀୟ କ୍ଷୁଦ୍ର କୃଷକମାନେ ୧୨,୦୦୦ ଟଙ୍କା ସମ୍ମାନ ନିଧି ପାଇବେ । 

୧୯୭୦ ମସିହାରେ ଅନୁମୋଦନ ପାଇଥିବା ଏବଂ  ପାଂଚ ଦଶନ୍ଧି ଧରି ଅଟକି ରହିଥିବା ନୀଲୱାନ୍ଦେ ପ୍ରକଳ୍ପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ଏହା ସମ୍ପୂର୍ଣ୍ଣ ହୋଇଛି । "ଯେଉଁମାନେ କୃଷକ ମାନଙ୍କ ନାମରେ ଭୋଟ୍ ରାଜନୀତି କରୁଛନ୍ତି ସେମାନେ ଆପଣ ମାନଙ୍କୁ ପ୍ରତି ବୁନ୍ଦା ପାଣି ପାଇଁ ଅପେକ୍ଷା କରାଇଛନ୍ତି" ବୋଲି ସେ ଉଲ୍ଲେଖ କରିବା ସହିତ ଏହା କହିଥିଲେ ଯେ,  "ଆଜି ଏଠାରେ ଜଳ ପୂଜନ କରାଯାଇଥିଲା । ଖୁବଶୀଘ୍ର ରାଇଟ୍ ବ୍ୟାଙ୍କ କେନାଲ (ଦକ୍ଷିଣ ପାଶ୍ୱର୍ କେନାଲ) କାର୍ଯ୍ୟକ୍ଷମ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟର ମରୁଡ଼ି ପ୍ରଭାବିତ ଅଂଚଳ ପାଇଁ ବରଦାନ ସାବ୍ୟସ୍ତ ହେଉଥିବା ବାଲିରାଜା ଜଳ ସଞ୍ଜୀବନୀ ଯୋଜନା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ । ଅନେକ ଦଶନ୍ଧି ଧରି ମହାରାଷ୍ଟ୍ରରେ ଅଟକି ରହିଥିବା ଆଉ ୨୬ ଟି ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ଯାହା ଏହି ଅଞ୍ଚଳର କୃଷକ ମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

 

କୃଷକ ମାନଙ୍କ ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୭ ବର୍ଷ ମଧ୍ୟରେ ଏମଏସପି ଅଧୀନରେ ୧୩.୫ ଲକ୍ଷ କୋଟି ଟଙ୍କାର ଖାଦ୍ୟଶସ୍ୟ କ୍ରୟ କରାଯାଇଥିବା ବେଳେ ପୂର୍ବ ସରକାର ସମୟରେ ଜଣେ ବରିଷ୍ଠ ନେତାଙ୍କ କାର୍ଯ୍ୟକାଳ ଅବଧିରେ ଏହି ପରିମାଣ ମାତ୍ର ୩.୫ ଲକ୍ଷ କୋଟି ଥିଲା ।  ୨୦୧୪ ପରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ତୈଳବୀଜ ଓ ଡାଲି ଆହରଣ କରାଯାଇଥିବା ବେଳେ ପୂର୍ବରୁ ଏମଏସପିରେ ୫୦୦ - ୬୦୦ କୋଟି ଟଙ୍କାର କ୍ରୟ କରାଯାଇଥିଲା । ସିଧାସଳଖ ଲାଭ ହସ୍ତାନ୍ତର ଦ୍ୱାରା ଦୁର୍ନୀତି ଓ ବ୍ୟବଧାନ ଦୂର ହୋଇଛି ବୋଲି ସେ କହିଛନ୍ତି ।

 

ନିକଟରେ ରବି ଫସଲ ପାଇଁ ଏମଏସପି ବୃଦ୍ଧି ନିମନ୍ତେ କ୍ୟାବିନେଟ ନିଷ୍ପତ୍ତି ବିଷୟରେ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଚଣାର ଏମଏସପି ୧୦୫ ଟଙ୍କା ଏବଂ ଗହମ ଏବଂ ସୂର୍ଯ୍ୟମୁଖୀର ଏମଏସପି ୧୫୦ ଟଙ୍କା ବୃଦ୍ଧି କରାଯାଇଛି । ଆଖୁର ଏମଏସପି କୁଇଣ୍ଟାଲ ପିଛା ୩୧୫ ଟଙ୍କା ବୃଦ୍ଧି କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଗତ ୯ ବର୍ଷ ମଧ୍ୟରେ ପାଖାପାଖି ୭୦,୦୦୦ କୋଟି ଟଙ୍କାର ଇଥାନଲ କିଣାଯାଇଛି ଏବଂ ଏହି ଟଙ୍କା ଆଖୁ ଚାଷୀଙ୍କ ପାଖରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଆଖୁ ଚାଷୀଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ କରିବା ପାଇଁ ଚିନି କଳ ଓ ସମବାୟ ସମିତିକୁ ହଜାର ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି । ସମଗ୍ର ଦେଶରେ ୨ ଲକ୍ଷରୁ ଅଧିକ ସମବାୟ ସମିତି ଗଠନ କରାଯାଉଛି । ଉନ୍ନତ ସଂରକ୍ଷଣ ଏବଂ ପୁରୁଣା ଷ୍ଟୋରେଜ୍ ସୁବିଧା ସୁନିଶ୍ଚିତ କରିବା ପାଇଁ ପିଏସି ଏବଂ ସମବାୟ ସମିତି ଗୁଡ଼ିକୁ ସୁବିଧା ଯୋଗାଇ ଦିଆଯାଉଛି । ୭୫୦୦ ରୁ ଅଧିକ ଏଫ୍‌ପିଓ କାର୍ଯ୍ୟକ୍ଷମ ହୋଇ ଥିବାରୁ ଏଫ୍‌ପିଓ ମାଧ୍ୟମରେ କ୍ଷୁଦ୍ର ଚାଷୀ ମାନଙ୍କୁ ସଂଗଠିତ କରାଯାଉଛି । 

 

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ, ମହାରାଷ୍ଟ୍ର ବିପୁଳ ସମ୍ଭାବନା ଓ ଆକାଂକ୍ଷାର କେନ୍ଦ୍ର ପାଲଟିଛି । ମହାରାଷ୍ଟ୍ର ଯେତେ ଶୀଘ୍ର ବିକଶିତ ହେବ, ଭାରତ ସେତେ ଶୀଘ୍ର ବିକଶିତ ହେବ । ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ଏବଂ ଶିରିଡିକୁ ସଂଯୋଗ କରୁଥିବା ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା କଥା ମଧ୍ୟ ମନେ ପକାଇଥିଲେ ଏବଂ ମହାରାଷ୍ଟ୍ରରେ ରେଳବାଇର ନେଟୱାର୍କ କ୍ରମାଗତ ଭାବରେ ବିସ୍ତାରିତ ହେଉଛି ବୋଲି ଆଲୋକପାତ କରିଥିଲେ । ଜଳଗାଓଁ ଏବଂ ଭୁସାବଲ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ଆରମ୍ଭ ହେବା ପରେ ମୁମ୍ବାଇ - ହାୱଡା ରେଳ ପଥରେ ଯାତାୟତ ସହଜ ହେବ ବୋଲି ସେ ଉଲ୍ଲେଖ କରିଥିଲେ । ସେହିପରି ସୋଲାପୁରରୁ ବୋରଗାଓଁ ପର୍ଯ୍ୟନ୍ତ ଚାରି ଲେନ୍ ରାସ୍ତା ନିର୍ମାଣ ହେଲେ ସମଗ୍ର କୋଙ୍କଣ ଅଞ୍ଚଳର ଯୋଗାଯୋଗ  କ୍ଷେତ୍ରରେ ଉନ୍ନତି ଆସିବ ଏବଂ ଏହି ଅଞ୍ଚଳର ଶିଳ୍ପ ଗୁଡିକ ସହିତ ଆଖୁ, ଅଙ୍ଗୁର ଓ ହଳଦୀ ଚାଷୀମାନେ ଉପକୃତ ହେବେ । ଏହି ସଂଯୋଗ କେବଳ ପରିବହନ ପାଇଁ ନୁହେଁ ବରଂ ପ୍ରଗତି ଏବଂ ଅର୍ଥନୈତିକ ବିକାଶ ପାଇଁ ଏକ ନୂତନ ମାର୍ଗ ସୃଷ୍ଟି କରିବ ବୋଲି ସେ ଶେଷରେ କହିଛନ୍ତି ।

 

ଅନ୍ୟ ମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ରମେଶ ବାଇଜ୍‌, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଶ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଶିରିଡି ଠାରେ ନୂତନ ଦର୍ଶନ ଧାଡ଼ି ପରିସର ଏକ ଅତ୍ୟାଧୁନିକ ଅତ୍ୟାଧୁନିକ ମେଗା ଭବନ , ଯାହା ଭକ୍ତ ମାନଙ୍କ ପାଇଁ ଆରାମଦାୟକ ପ୍ରତୀକ୍ଷାର ସ୍ଥାନ ପ୍ରଦାନ କରିବା ନିମନ୍ତେ ପରିକଳ୍ପନା କରାଯାଇଛି । ଏଠାରେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ବସିବା କ୍ଷମତା ବିଶିଷ୍ଟ ଅନେକ ଅପେକ୍ଷା ହଲ୍ ରହିଛି । ଏଥିରେ କ୍ଲୋକ୍‌ରୁମ୍‌, ଶୌଚାଳୟ, ବୁକିଂ କାଉଣ୍ଟର, ପ୍ରସାଦ କାଉଣ୍ଟର, ସୂଚନା କେନ୍ଦ୍ର ଭଳି ସାଧାରଣ ସୁବିଧା ଉପଲବ୍ଧ ହେଉଛି । ଅକ୍ଟୋବର ୨୦୧୮ ରେ ପ୍ରଧାନମନ୍ତ୍ରୀ ଏହି ନୂତନ ଦର୍ଶନ ଧାଡ଼ି କମ୍ପେ୍ଲକ୍ସର ଶିଳାନ୍ୟାସ କରିଥିଲେ ।

 

ପ୍ରଧାନମନ୍ତ୍ରୀ ନୀଲୱାନ୍ଦେ ଡ୍ୟାମର ବାମ ପାର୍ଶ୍ୱ  (୮୫ କିଲୋମିଟର) କେନାଲ ନେଟୱାର୍କକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଜଳ ପାଇପ୍ ବିତରଣ ନେଟୱାର୍କକୁ ସୁଗମ କରିବା ଦ୍ୱାରା ଏହା ୭ ଟି ତହସିଲ (ଅହମ୍ମଦନଗର ଜିଲ୍ଲାର ୬ ଟି ଏବଂ ନାସିକ ଜିଲ୍ଲାର ଗୋଟିଏ ତହସିଲ) ର ୧୮୨ ଟି ଗ୍ରାମକୁ ଉପକୃତ କରିବ । ନୀଲୱାନ୍ଦେ ଡ୍ୟାମର ଧାରଣା ପ୍ରଥମେ ୧୯୭୦ ମସିହାରେ ପରିକଳ୍ପନା କରାଯାଇଥିଲା । ପାଖାପାଖି ୫୧୭୭ କୋଟି ଟଙ୍କା ବ୍ୟୟରେ ଏହାର ବିକାଶ କରାଯାଉଛି ।

ପ୍ରଧାନମନ୍ତ୍ରୀ 'ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନା' ର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଦ୍ୱାରା ମହାରାଷ୍ଟ୍ରରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୮୬ ଲକ୍ଷରୁ ଅଧିକ ହିତାଧିକାରୀ ମାନଙ୍କୁ ବାର୍ଷିକ ଅତିରିକ୍ତ ୬୦୦୦ ଟଙ୍କା ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ଆୟୁଷ ହସ୍ପିଟାଲ୍‌, କୁର୍ଦୁୱାଡି - ଲାଟୁର ରୋଡ୍ ରେଳ ସେକ୍ସନର ବିଦ୍ୟୁତିକରଣ (୧୮୬ କିଲୋମିଟର); ଜଳଗାଓଁରୁ ଭୁସାବଲକୁ ସଂଯୋଗ କରୁଥିବା ତୃତୀୟ ଓ ଚତୁର୍ଥ ରେଳ ଲାଇନ (୨୪.୪୬  କିମି); ଜାତୀୟ ରାଜପଥ - ୧୬୬ (ପ୍ୟାକେଜ - ୧)ର ସାଙ୍ଗଲିରୁ ବୋରଗାଓଁ ସେକ୍ସନକୁ ଚାରି ଲେନ୍ କରିବା; ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ମନମାଡ ଟର୍ମିନାଲରେ ଅତିରିକ୍ତ ସୁବିଧା ସମେତ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।  ସେ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଶାଖାର ଶିଳାନ୍ୟାସ କରିଥିଲେ । ଶ୍ରୀ ମୋଦୀ ହିତାଧିକାରୀ ମାନଙ୍କୁ ଆୟୁଷ୍ମାନ କାର୍ଡ ଏବଂ  ସ୍ୱାମିତ୍ୱ କାର୍ଡ ମଧ୍ୟ ବଣ୍ଟନ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Handloom — weaving India’s heritage into global growth

Media Coverage

Handloom — weaving India’s heritage into global growth
NM on the go

Nm on the go

Always be the first to hear from the PM. Get the App Now!
...
PM to address the 57th Convocation Ceremony of IIT Delhi on 8th August
August 07, 2026
PM to present Institute's Highest Honours to Meritorious Students
PM to inaugurate Param Pragya, an AI-powered high-performance supercomputing facility established at Sonipat Campus of IIT Delhi

Prime Minister Shri Narendra Modi will participate in the 57th Convocation Ceremony of the Indian Institute of Technology (IIT) Delhi as the Chief Guest on 8 August 2026 at 11 AM. He will address over 3000 graduating students including 587 Ph.D. scholars who will be conferred their degrees during the ceremony.

Recognizing outstanding academic excellence, Prime Minister will present the Institute's most prestigious honours, including the President's Gold Medal, Director's Gold Medal, Shankar Dayal Sharma Gold Medal, and Perfect Ten Gold Medals to the meritorious students.

Further emphasising India's commitment to advancing cutting-edge research and artificial intelligence, Prime Minister will inaugurate Param Pragya, an AI-powered high-performance supercomputing facility established at the Sonipat Campus of IIT Delhi. The state-of-the-art facility is expected to significantly enhance the institute's capabilities in AI, data science, advanced computing, and interdisciplinary research.