ଏକ ସ୍ମାରକ ଡାକ ଟିକଟ ‘ସୁରକ୍ଷିତ୍ ଜୟେନ, ପ୍ରଶିକ୍ଷିତ ଜୟେନ’ ଜାରି କରା ଯାଇଛି
‘ଆଜାଦୀର ଅମୃତ ମହୋତ୍ସବ - ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରବାସୀ ଭାରତୀୟ ମାନଙ୍କର ଯୋଗଦାନ’ ବିଷୟ ଉପରେ ସର୍ବପ୍ରଥମ ଡିଜିଟାଲ୍ ପିବିଡି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି
“ଇନ୍ଦୋର ଏକ ସହର ଏବଂ ଏକ ପର୍ଯ୍ୟାୟ ମଧ୍ୟ, ଯାହା ନିଜର ଐତିହ୍ୟକୁ ସଂରକ୍ଷିତ କରି ରଖିବା ସହିତ ସମୟ ଠାରୁ ଆଗରେ ଚାଲିଥାଏ”
“ଅମୃତ କାଳ” ରେ ଭାରତର ଯାତ୍ରାରେ ଆମର ପ୍ରବାସୀ ଭାରତୀୟ ମାନଙ୍କର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି ”
ଅମୃତ କାଳ ସମୟରେ ପ୍ରବାସୀ ଭାରତୀୟ ମାନଙ୍କ ଦ୍ୱାରା ଭାରତର ଅନନ୍ୟ ବିଶ୍ୱ ଦୃଷ୍ଟିକୋଣ ଏବଂ ବିଶ୍ୱ ସ୍ତରୀୟ ବ୍ୟବସ୍ଥା କ୍ରମରେ ଏହାର ଭୂମିକା ଦୃଢ଼ କରାଯିବ”
“ପ୍ରବାସୀ ଭାରତୀୟ ମାନଙ୍କ ମଧ୍ୟରେ ଆମେ ବସୁଧୈବ କୁଟୁମ୍ବକମ୍ ଏବଂ ଏକ ଭାରତ, ଶ୍ରେଷ୍ଠ ଭାରତର ଅସଂଖ୍ୟ ଚିତ୍ର ଦେଖିଥାଉ”
“ପ୍ରବାସୀ ଭାରତୀୟ ଏକ ଶକ୍ତିଶାଳୀ ଏବଂ ଦକ୍ଷ ଭାରତର ସ୍ୱରକୁ ପ୍ରତିପାଦିତ କରିଥାନ୍ତି”
“ଜି -୨୦ କେବଳ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହାକୁ ଜନସାଧାରଣଙ୍କ ଅଂଶଗ୍ରହଣର ଏକ ଐତିହାସିକ ଘଟଣାରେ ପରିଣତ କରାଯିବ, ଯେଉଁଠାରେ ଜଣେ ‘ଅତିଥି ଦେବୋ ଭବ’ ର ଭାବନାକୁ ଦେଖି ପାରିବ
“ଭାରତୀୟ ଯୁବକ ମାନଙ୍କ ଦକ୍ଷତା, ମୂଲ୍ୟବୋଧ ଏବଂ କାର୍ଯ୍ୟଶୈଳୀର ନୈତିକତା ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ହୋଇ ପାରିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ସ୍ମାରକ ଡାକ ଟିକଟ ‘ସୁରକ୍ଷିତ୍ ଜୟେନ, ପ୍ରଶିକ୍ଷିତ ଜୟେନ’  ଜାରି କରିଥିଲେ ଏବଂ ‘ଆଜାଦୀର ଅମୃତ ମହୋତ୍ସବ - ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରବାସୀ ଭାରତୀୟ ମାନଙ୍କର ଯୋଗଦାନ’ ବିଷୟବସ୍ତୁ ଉପରେ ପ୍ରଥମ ଡିଜିଟାଲ୍ ପିବିଡି ପ୍ରଦର୍ଶନୀକୁ ମଧ୍ୟ ଉଦ୍‌ଘାଟନ କରିଥିଲେ ।

ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ହେଉଛି ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ, ଯାହା ବିଦେଶୀ ଭାରତୀୟ ମାନଙ୍କ ସହ ଜଡିତ ହେବା ଏବଂ ପ୍ରବାସୀ ଭାରତୀୟ ମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ପ୍ରଦାନ କରିଥାଏ । ଏହି ପିବିଡି ସମ୍ମିଳନୀର ବିଷୟବସ୍ତୁ ହେଉଛି  ‘ପ୍ରବାସୀ : ଅମୃତ କାଳରେ ଭାରତର ଅଗ୍ରଗତି ପାଇଁ ନିର୍ଭରଯୋଗ୍ୟ ଅଂଶୀଦାର’ । ପ୍ରାୟ ୭୦ ଟି ବିଭିନ୍ନ ଦେଶରୁ ୩୫୦୦ ରୁ ଅଧିକ ପ୍ରବାସୀ ଭାରତୀୟ ସଦସ୍ୟ ପିବିଡି ସମ୍ମିଳନୀ ପାଇଁ ପଞ୍ଜୀକୃତ ହୋଇଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାରି ବର୍ଷର ବ୍ୟବଧାନ ପରେ ପ୍ରବାସୀ ଭାରତୀୟ ଦିବସ ଏହାର ସମସ୍ତ ଗୌରବର ସହିତ ଅନୁଷ୍ଠିତ ହେଉଛି ଏବଂ ସେ ବ୍ୟକ୍ତିଗତ କଥାବାର୍ତ୍ତାର ମହତ୍ତ୍ୱ ଏବଂ ଆନନ୍ଦ ଉପରେ ଆଲୋକପାତ କରିଥିଲେ । ୧୩୦ କୋଟି ଭାରତୀୟ ମାନଙ୍କ ତରଫରୁ ଏହି ଅବସରରେ ସମସ୍ତଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମଧ୍ୟପ୍ରଦେଶ ମାଟିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଯାହା ଭାରତର ହୃଦୟ ଭାବରେ ଜଣାଶୁଣା ଏବଂ ନର୍ମଦା ପବିତ୍ର ଜଳ, ସବୁଜିମା, ଆଦିବାସୀ, ସଂସ୍କୃତି ଏବଂ ଆଧ୍ୟାତ୍ମିକତା ପାଇଁ ପ୍ରସିଦ୍ଧ । ପ୍ରଧାନମନ୍ତ୍ରୀ ନିକଟରେ ଉତ୍ସର୍ଗୀକୃତ ମହାକାଳ ମହାଲୋକ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଆଶା କରିଛନ୍ତି ଯେ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରତିନିଧିମାନେ ପବିତ୍ର ସ୍ଥାନ ପରିଦର୍ଶନ କରିପାରିବେ । ଆୟୋଜକ ସହର ଇନ୍ଦୋର ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଇନ୍ଦୋର ଏକ ସହର ଏବଂ ଏହା ଏକ ପର୍ଯ୍ୟାୟ ମଧ୍ୟ, ଯାହା ନିଜର ଐତିହ୍ୟକୁ ବଂଚାଇ ରଖିବା ପାଇଁ ସମୟ ଠାରୁ ଆଗରେ ଚାଲିଥାଏ ।”  ସେ ଇନ୍ଦୋରର ରନ୍ଧନ ଖ୍ୟାତି ଏବଂ ସ୍ୱଚ୍ଛତା ଆନ୍ଦୋଳନରେ  ଏହାର ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । 

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ପ୍ରବାସୀ ଭାରତୀୟ ଦିବସ ଅନେକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ର , କାରଣ ଭାରତ ନିକଟରେ ଏହାର ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ  ‘ଆଜାଦି ର ଅମୃତ ମହୋତ୍ସବ’  ବିଷୟବସ୍ତୁ ଉପରେ ପ୍ରଥମ ଥର ପାଇଁ ଡିଜିଟାଲ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ଆୟୋଜିତ ହୋଇଛି , ଯାହା ଗୌରବଶଳୀ ଯୁଗକୁ ପୁଣି ଥରେ ସାମ୍ନାକୁ ଆଣିଛି । ଅମୃତ କାଳର ଆଗାମୀ ୨୫ ବର୍ଷ ମଧ୍ୟରେ ପ୍ରବାସୀ ଭାରତୀୟ ମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଅନନ୍ୟ ବିଶ୍ୱ ଦୃଷ୍ଟିକୋଣ ଏବଂ ବିଶ୍ୱ ସ୍ତରୀୟ ବ୍ୟବସ୍ଥାରେ ଏହାର ଭୂମିକା ସେମାନଙ୍କ ଦ୍ୱାରା ଦୃଢ଼ ହେବ ।

ସମଗ୍ର ବିଶ୍ୱକୁ ନିଜ ଦେଶ ଭାବରେ ଗ୍ରହଣ କରିବା ଏବଂ ବସୁଧୈବ କୁଟମ୍ବକମ୍ ଭାବନା ଅନୁସାରେ ମାନବତାକୁ ନିଜର ଭାଇ ଓ ଭଉଣୀ ଭାବରେ ଗ୍ରହଣ କରିବାର ଭାରତୀୟ ଦର୍ଶନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ପୂର୍ବଜମାନେ ଭାରତର ସାଂସ୍କୃତିକ ବିସ୍ତାରର ମୂଳଦୁଆ ପକାଇଛନ୍ତି । ଆଜିର ଦୁନିଆ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆଲୋକିତ କରିଛନ୍ତି ଯେ ଭାରତୀୟମାନେ ବିଭିନ୍ନ ସଂସ୍କୃତି ଓ ପରମ୍ପରା ମଧ୍ୟରେ ବାସ କରୁଥିବାବେଳେ ପୃଥିବୀର ସମସ୍ତ ଅଂଚଳକୁ ଅତିକ୍ରମ କରିଛନ୍ତି ଏବଂ ବ୍ୟବସାୟିକ ସହଭାଗୀତା ଦ୍ୱାରା ସମୃଦ୍ଧିର ଦ୍ୱାର ଖୋଲିବାର ଉପାୟ ବାହାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଆମେ ବିଶ୍ୱ ମାନଚିତ୍ରରେ କୋଟି କୋଟି ପ୍ରବାସୀ ଭାରତୀୟ ମାନଙ୍କୁ ଦେଖୁ, ସେତେବେଳେ ବହୁ ସଂଖ୍ୟାରେ ଚିତ୍ର ଏକ ସମୟରେ ଉତ୍ପନ୍ନ ହୁଏ ଯାହା  ‘ବସୁଧୈବ କୁଟୁମ୍ବକମ୍‌\'ର ଚିତ୍ର ଆଙ୍କିଥାଏ  ଏବଂ  ଯେତେବେଳେ ବିଦେଶରେ ପ୍ରବାସୀ ଭାରତୀୟଙ୍କର ସାକ୍ଷାତ ହୁଏ ସେତେବେଳେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସୁଖଦ ଅନୁଭବ ହୋଇଥାଏ । ଗଣତନ୍ତ୍ରର ଜନନୀ ହୋଇଥିବାରୁ ଗର୍ବର ଭାବନା ବହୁଗୁଣିତ ହୁଏ ଯେତେବେଳେ ପ୍ରବାସୀ ମାନଙ୍କୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସବୁଠାରୁ ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ତଥା ଶୃଙ୍ଖଳିତ ନାଗରିକ ଭାବରେ ବିଚାର କରାଯାଏ ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ,  ସେ ପ୍ରତ୍ୟେକ ପ୍ରବାସୀ ଭାରତୀୟଙ୍କୁ ଭାରତର ଜାତୀୟ ରାଷ୍ଟ୍ରଦୂତ ବୋଲି କୁହା ଯାଇଥାଏ,  ଯେତେବେଳେ ବିଶ୍ୱ ସେମାନଙ୍କ ଅବଦାନର ମୂଲ୍ୟାଙ୍କନ କରେ ସେତେବେଳେ ସେମାନେ ଏକ ଶକ୍ତିଶାଳୀ ତଥା ଦକ୍ଷ ଭାରତର ସ୍ୱରକୁ ପ୍ରତିପାଦିତ କରନ୍ତି । ଶ୍ରୀ ମୋଦୀ ଜାରି ରଖିଥିଲେ ଯେ, “ଆପଣମାନେ ଭାରତର ଐତିହ୍ୟ, ମେକ୍ ଇନ୍ ଇଣ୍ଡିଆ, ଯୋଗ ଏବଂ ଆୟୁର୍ବେଦ, ଭାରତର କୁଟୀର ଶିଳ୍ପ ଏବଂ ହସ୍ତଶିଳ୍ପର ରାଷ୍ଟ୍ରଦୂତ (ଜାତୀୟ ରାଷ୍ଟ୍ରଦୂତ) ଅଟନ୍ତି । ”  ସେ ଉଲ୍ଲେଖ କରିଛନ୍ତି ଯେ ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷିତ କରାଯାଇଛି ଏବଂ କିଛି ମିଲେଟ ଉତ୍ପାଦକୁ ଘରକୁ ନେଇ ଯିବବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଭାରତ ବିଷୟରେ ଅଧିକ ଜାଣିବାକୁ ବିଶ୍ୱର ଇଚ୍ଛାକୁ ପୂରଣ କରିବାରେ ପ୍ରବାସୀ ଭାରତୀୟ ମାନଙ୍କର  ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ କହିଛନ୍ତି ଯେ ବିଶ୍ୱ ଭାରତ ଉପରେ ଅତି ଉତ୍ସୁକତାର ସହିତ ନଜର ରଖିଛି ଏବଂ ସେ ନିକଟ ଅତୀତରେ ଦେଶର ଅସାଧାରଣ ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଇଣ୍ଡିଆ ଟୀକା ଏବଂ ଭାରତୀୟ ମାନଙ୍କୁ ୨୨୦ କୋଟିରୁ ଅଧିକ ମାଗଣା ଡୋଜ୍ ପ୍ରଦାନ କରାଯାଇଥିବା  ରେକର୍ଡ ଟୀକାକରଣ ଆକଳନର ଉଦାହରଣ ଦେଇଛନ୍ତି । ବର୍ତ୍ତମାନର ଅସ୍ଥିରତା ମଧ୍ୟରେ ବୈଶ୍ୱିକ ଅର୍ଥନୀତିରେ ଭାରତର ଆବିର୍ଭାବ ଏବଂ ବିଶ୍ୱର ୫ ମ ବୃହତ୍ତମ ଅର୍ଥନୀତି ହେବା ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥା ଏବଂ ମେକ୍ ଇନ୍ ଇଣ୍ଡିଆର ବୃଦ୍ଧି ହେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ଉଦାହରଣ ଦେଇଛନ୍ତି । ସେ ତେଜସ୍ ଯୁଦ୍ଧ ବିମାନ, ବିମାନ ପରିବହନକାରୀ ଆଇଏନ୍‌ଏସ୍ ବିକ୍ରାନ୍ତ ଏବଂ ଆଣବିକ ବୁଡ଼ାଜାହାଜ ଆରିହନ୍ତ ଉପରେ ଆଲୋକପାତ କରି କହିଛନ୍ତି ଯେ ବିଶ୍ୱର ଲୋକ ମାନଙ୍କ ପାଇଁ ଭାରତ ପ୍ରତି ଉତ୍ସୁକତା ପ୍ରକାଶ ପାଇବା ସ୍ୱାଭାବିକ ।   ପ୍ରଧାନମନ୍ତ୍ରୀ ଭାରତର ନଗଦବିହୀନ ଅର୍ଥନୀତି ଏବଂ ଫିନଟେକ୍ ବିଷୟରେ ମଧ୍ୟ କହିଛନ୍ତି ଏବଂ ବିଶ୍ୱର ୪୦% ରିଅଲ୍ ଟାଇମ୍ ଡିଜିଟାଲ୍ କାରବାର ଭାରତରେ କରା ଯାଉଛି ବୋଲି କହିଛନ୍ତି । ମହାକାଶ ପ୍ରଯୁକ୍ତି ବିଦ୍ୟା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏକା ସାଙ୍ଗରେ ଶହ ଶହ ଉପଗ୍ରହ ଉତ୍‌କ୍ଷେପଣ କରିବାର ଏକାଧିକ ରେକର୍ଡ ସୃଷ୍ଟି କରୁଛି । ସେ ଭାରତର ସଫ୍ଟୱେୟାର ଏବଂ ଡିଜିଟାଲ ଟେକ୍ନୋଲୋଜି ଶିଳ୍ପ ଉପରେ ମଧ୍ୟ ଆଲୋକପାତ କରି କହିଛନ୍ତି ଯେ ସମୟ ସହିତ ଏହାର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି । “ବିଶ୍ୱ ମଂଚରେ ଆଜି ଭାରତର ସ୍ୱର, ଭାରତର ବାର୍ତ୍ତା, ଭାରତ କହିଥିବା କଥାର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି”  ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତରେ ଦେଶର କେବଳ ଶକ୍ତି ବୃଦ୍ଧି ପାଇବ । ସେ ଏହି ଉତ୍ସବରେ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ କେବଳ ଭାରତର ସଂସ୍କୃତି ଏବଂ ପରମ୍ପରା ବିଷୟରେ ନୁହେଁ ବରଂ ଦେଶର ଅଗ୍ରଗତି ବିଷୟରେ ମଧ୍ୟ ସେମାନଙ୍କର ଜ୍ଞାନକୁ ସମୃଦ୍ଧ କରନ୍ତୁ ।

ପ୍ରଧାନମନ୍ତ୍ରୀ ଏହା ଉପରେ ଆଲୋକପାତ କରି କହିଛନ୍ତି ଯେ ଭାରତ ଚଳିତ ବର୍ଷ ଜି – ୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛି ଏବଂ ଭାରତ ଏହାକୁ ଏକ ବୃହତ୍ ସୁଯୋଗ ଆକାରରେ ଦେଖୁଛି । ଏକ ସ୍ଥାୟୀ ଭବିଷ୍ୟତ ହାସଲ କରିବା ଏବଂ ଏହି ଅନୁଭୂତି ଗୁଡ଼ିକରୁ ଶିକ୍ଷା ପାଇବା ପାଇଁ ଭାରତର ଅତୀତର ଅନୁଭୂତି ବିଷୟରେ ବିଶ୍ୱକୁ ଅବଗତ କରାଇବା ପାଇଁ ଏହା ଏକ ବଡ଼ ସୁଯୋଗ ଅଟେ । ପ୍ରଧାନମନ୍ତ୍ରୀ କହିଛନ୍ତି, “ଜି -୨୦ କେବଳ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ , ବରଂ ଏହାକୁ ଜନସାଧାରଣଙ୍କ ଅଂଶଗ୍ରହଣର ଏକ ଐତିହାସିକ ଘଟଣାରେ ପରିଣତ କରାଯିବା ଉଚିତ୍‌, ଯେଉଁଠାରେ ଜଣେ ‘ଅତିଥି ଦେବୋ ଭବ’ ର ଭାବନାକୁ ଅନୁଭବ କରି ପାରିବ ।”  ଭାରତର ବିଭିନ୍ନ ସହରରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ଶିଖର ସମ୍ମିଳନୀର ଅଂଶ ଭାବରେ ୨୦୦ ରୁ ଅଧିକ ବୈଠକ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି ଏବଂ ଅନେକ ଦେଶର ପ୍ରତିନିଧି ମାନଙ୍କ ସହ ଅର୍ଥପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ପାଇଁ ଏହା ଏକ ଉତ୍ତମ ସୁଯୋଗ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି  ‘ଭାରତ କେବଳ ଜ୍ଞାନ କେନ୍ଦ୍ର ନୁହେଁ ବିଶ୍ୱର ଦକ୍ଷତା ରାଜଧାନୀ ହେବାର ସୁଯୋଗ ରହିଛି । ସେ ଭାରତୀୟ ଯୁବକ ମାନଙ୍କ ଦକ୍ଷତା, ମୂଲ୍ୟବୋଧ ଏବଂ କାର୍ଯ୍ୟ କରିବା ନିମନ୍ତେ ନୈତିକତା ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , “ଭାରତର ଏହି ଦକ୍ଷତା ପୁଞ୍ଜିି ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ୍ ହୋଇପାରିବ । ପ୍ରଧାନମନ୍ତ୍ରୀ ଆଗାମୀ ପିଢ଼ିର ପ୍ରବାସୀ ଭାରତୀୟ ଯୁବକ ମାନଙ୍କ ମଧ୍ୟରେ ରହିଥିବା ଉତ୍ସାହକୁ ଉଲ୍ଲେଖ କରିଥିଲେ । ଯୁବକ ମାନଙ୍କୁ ସେମାନଙ୍କ ଦେଶ ବିଷୟରେ କହିବା ସହ ସେମାନଙ୍କୁ ନିଜ ଦେଶ ପରିଦର୍ଶନ କରିବା ପାଇଁ ସୁଯୋଗ ଦେବା ନିମନ୍ତେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଲୋକମାନଙ୍କୁ ସେ ଅନୁରୋଧ କରିଥିଲେ ।  “ପାରମ୍ପରିକ ଜ୍ଞାନ ଏବଂ ଆଧୁନିକ ଆଭିମୁଖ୍ୟ ସହିତ ଏହି ଯୁବ ପ୍ରବାସୀ ଭାରତ ବିଷୟରେ ଅଧିକ ପ୍ରଭାବଶାଳୀ ଭାବରେ ବିଶ୍ୱକୁ ଜଣାଇ ପାରିବେ । ଯୁବକ ମାନଙ୍କ ମଧ୍ୟରେ ଭାରତ ବିଷୟରେ ଉତ୍ସୁକତା ବଢ଼ିବା ସହିତ ପର୍ଯ୍ୟଟନ, ଗବେଷଣା ଏବଂ ଭାରତର ଗୌରବ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହିପରି ଯୁବକମାନେ ପର୍ବପର୍ବାଣୀ ସମୟରେ ଭାରତ ଗସ୍ତ କରିପାରିବେ କିମ୍ବା ଆଜାଦୀର ଅମୃତ ମହୋତ୍ସବ ସହ ସମ୍ବନ୍ଧିତ ଘଟଣା ସହ ଜଡିତ ହୋଇ ପାରିବେ । 

ବିଶ୍ୱ ବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ଗୁଡିକ ମାଧ୍ୟମରେ ନିଜ ସମ୍ବନ୍ଧିତ ଦେଶ ପାଇଁ ପ୍ରବାସୀ ଭାରତୀୟ ମାନଙ୍କ ଜୀବନ, ସଂଗ୍ରାମ ଏବଂ ଅବଦାନକୁ ଦଲିଲ କରିବା ପାଇଁ ନିରନ୍ତର ପ୍ରୟାସ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ନିଜ ସହିତ ସମଗ୍ର ଭାରତ ବହନ କରି ଚାଲିଥାନ୍ତି । “ଗତ ୮ ବର୍ଷ ମଧ୍ୟରେ ଭାରତ ଏହାର ପ୍ରବାସୀ ଭାରତୀୟ ମାନଙ୍କୁ ମଜବୁତ କରିବାକୁ ଚେଷ୍ଟା କରିଛି । ଏହା ଆଜି ଭାରତର ପ୍ରତିବଦ୍ଧତା ଯେ ଆପଣ ଯେଉଁଠାରେ ବି ଥାଆନ୍ତୁ ଦେଶ ଆପଣଙ୍କ ସ୍ୱାର୍ଥ ଏବଂ ଆଶା ପାଇଁ ରହିଛି ବୋଲି ସେ କହିଛନ୍ତି ।”

ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଅତିଥି ସହକାରୀ ଗଣରାଜ୍ୟ ଗୁଆନାର ରାଷ୍ଟ୍ରପତି ମାନ୍ୟବର ଡଃ.  ଇରଫାନ ଅଲୀ  ଏବଂ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି ମାନ୍ୟବର ଚନ୍ଦ୍ରିକାପ୍ରସାଦ ସନ୍ତୋଷୀଙ୍କୁ ତାଙ୍କର ମନ୍ତବ୍ୟ ଏବଂ ପରାମର୍ଶ ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଅବସରରେ ସ୍ୱତନ୍ତ୍ର ଅତିଥି ସହକାରୀ ଗଣରାଜ୍ୟ ଗୁଆନାର ରାଷ୍ଟ୍ରପତି ମାନ୍ୟବର ଡଃ.  ଇରଫାନ ଅଲୀ  ଏବଂ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି ମାନ୍ୟବର ଚନ୍ଦ୍ରିକାପ୍ରସାଦ ସନ୍ତୋଷୀ, ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡଃ ଏସ୍ ଜୟଶଙ୍କର, ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖୀ, ଶ୍ରୀ ଭି ମୁରଲୀଧରନ୍ ଏବଂ ଡଃ ରାଜକୁମାର ରଂଜନ ସିଂହଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ହେଉଛି ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ, ଯାହା ବିଦେଶୀ ଭାରତୀୟ ମାନଙ୍କ ସହ ଜଡିତ ହେବା ଏବଂ ପ୍ରବାସୀ ଭାରତୀୟ ମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ପ୍ରଦାନ କରିଥାଏ । ମଧ୍ୟପ୍ରଦେଶ ସରକାରଙ୍କ ସହଭାଗିତାରେ ଇନ୍ଦୋର ଠାରେ ୦୮ - ୧୦ ଜାନୁୟାରୀ ୨୦୨୩ ରୁ ୧୭ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେଉଛି । ଏହି ପିବିଡି ସମ୍ମିଳନୀର ବିଷୟବସ୍ତୁ ହେଉଛି  ‘ପ୍ରବାସୀ - ଅମୃତ କାଳରେ ଭାରତର ପ୍ରଗତି ନିମନ୍ତେ ବିଶ୍ୱସନୀୟ ଭାଗୀଦାର’  ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରବାସୀ ଭାରତୀୟ ମାନଙ୍କର ଯୋଗଦାନ । ପ୍ରାୟ ୭୦ ଟି ବିଭିନ୍ନ ଦେଶର ୩୫୦୦ ରୁ ଅଧିକ ଦେଶବାସୀ ପିବିଡି ସମ୍ମିଳନୀ ପାଇଁ ପଞ୍ଜୀକୃତ ହୋଇଛନ୍ତି ।

ନିରାପଦ, ଆଇନଗତ, ଶୃଙ୍ଖଳିତ ଏବଂ କୁଶଳୀ ସ୍ଥାନାନ୍ତରଣର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ଏକ ସ୍ମାରକ ଡାକ ଟିକଟ ‘ସୁରକ୍ଷିତ ଜୟେନ, ପ୍ରଶିକ୍ଷିତ ଜୟେନ’ ମଧ୍ୟ ଜାରି କରାଯାଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ଆମର ପ୍ରବାସୀ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଆଲୋକିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଡିଜିଟାଲ ପିବିଡି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ।

ପିବିଡି ସମ୍ମିଳନୀରେ ପାଂଚଟି ବିଷୟଗତ ପୂର୍ଣ୍ଣ ଅଧିବେଶନ ରହିବ -

ଚା ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ‘ନବସୃଜନତା ଏବଂ ନୂତନ ପ୍ରଯୁକ୍ତିରେ ପ୍ରବାସୀ ଭାରତୀୟ ଯୁବକ ମାନଙ୍କର ଭୂମିକା’ ଉପରେ ପ୍ରଥମ ଅଧିବେଶନ ।

ଚା ଅମୃତ କାଳରେ ଭାରତୀୟ ସ୍ୱାସ୍ଥ୍ୟସେବା ପାରିବେଶିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାରେ ଭାରତୀୟ ଡାୟସ୍ପୋରାର ଭୂମିକା : ଭିଜନ @୨୦୪୭ '  ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡବୀୟଙ୍କ ଅଧ୍ୟକ୍ଷତାରେ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ରାଜକୁମାର ରଂଜନ ସିଂହଙ୍କ ସହ - ଅଧ୍ୟକ୍ଷତାରେ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ।

ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖୀଙ୍କ ଅଧ୍ୟକ୍ଷତାରେ  ‘ଭାରତର ସଫ୍ଟ ଶକ୍ତିର ଲାଭ ଉଠାଇବା – ଶିଳ୍ପ, ବ୍ୟଞ୍ଜନ ଏବଂ ସୃଚନଶୀଳତା ମାଧ୍ୟମରେ ସଦ୍‌ଭାବନା’ ଉପରେ ତୃତୀୟ ଅଧିବେଶନ ।

ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ‘ଭାରତୀୟ କାର୍ଯ୍ୟବଳର ବିଶ୍ୱବ୍ୟାପୀ ଗତିଶୀଳତାକୁ ସକ୍ଷମ କରିବାରେ  ଭାରତୀୟ ଡାୟାସ୍ପୋରାର ଭୂମିକା’ ଉପରେ ଚତୁର୍ଥ ଅଧିବେଶନ ।

ଅର୍ଥମନ୍ତ୍ରୀ ଏସ୍‌. ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ‘ରାଷ୍ଟ୍ର ନିର୍ମାଣ ନିମନ୍ତେ ଏକ ସମାବେଶୀ ଦୃଷ୍ଟିକୋଣ ଦିଗରେ ପ୍ରବାସୀ ଉଦ୍ୟମୀ ମାନଙ୍କ କ୍ଷମତାର ଉପଯୋଗ’ ଉପରେ ପଂଚମ ଅଧିବେଶନ ।

ସମସ୍ତ ପୂର୍ଣ୍ଣକାଳୀନ ଅଧିବେଶନରେ ବିଶିଷ୍ଟ ପ୍ରବାସୀ ବିଶେଷଜ୍ଞ ମାନଙ୍କୁ ଆମନ୍ତ୍ରଣ କରି ପ୍ୟାନେଲ୍ ଆଲୋଚନା ହେବ ।

ଚାରି ବର୍ଷର ବ୍ୟବଧାନ ପରେ ଏବଂ କୋଭିଡ -୧୯ ମହାମାରୀ ଆରମ୍ଭ ପରେ ଏହା ଏକ ବ୍ୟକ୍ତିଗତ ଉପସ୍ଥିତି ଆଧାରିତ କାର୍ଯ୍ୟକ୍ରମ ଭାବରେ ସଂଗଠିତ ହୋଇ ଥିବାରୁ ୧୭ ତମ ପିବିଡି ସମ୍ମିଳନୀ ବହୁତ ମହତ୍ୱ ରଖିଛି । ୨୦୨୧ ମସିହାରେ ଶେଷ ପିବିଡି ସମ୍ମିଳନୀ ପ୍ରାୟତଃ ମହାମାରୀ ସମୟରେ ଅନୁଷ୍ଠିତ ହୋଇଥିଲା ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways Approves Third Jammu–Srinagar Vande Bharat Via Udhampur

Media Coverage

Indian Railways Approves Third Jammu–Srinagar Vande Bharat Via Udhampur
NM on the go

Nm on the go

Always be the first to hear from the PM. Get the App Now!
...
PM interacts with CEOs and Founders of Space Startups
August 21, 2026
CEOs highlight growing interest shown from across the world in adopting and leveraging technologies developed by India’s space industry
CEOs appreciate decision of Opening Space Sector to Private Participation Created saying it created multiple New Opportunities
PM Calls for Wider Applications of Space Technology to Improve Lives of people
PM says India’s Space Sector Can Become a Magnet for Global Talent, Companies and Investment
PM emphasises greater collaboration Between Space Industry and other social development sectors
PM suggests greater collaboration with Atal Tinkering Labs to Nurture Curiosity and Interest Among Young Minds for Space

Prime Minister Shri Narendra Modi interacted with CEOs and Founders of 20 Space Startups at Seva Teerth, earlier today.

CEOs of leading companies in the space sector working in diverse fields ranging from building rockets and reusable semi-cryogenic launch vehicles, avionics, satellites, advanced propulsion system, space and defence intelligence, removing space debris, AI-powered hyperlocal weather and climate intelligence, among others, participated in the interaction. They highlighted the rapid progress being made by India’s private space industry and shared their vision for the sector’s future. They shared that they have put in significant time and effort in building their capabilities and required technologies indigenously in the country, while expressing gratitude for the support received from the Prime Minister. They also highlighted the strong support from the government and collaboration within the industry, noting that their teams are highly motivated and working with determination to achieve ambitious goals in the space sector.

They recalled that opening the space sector to private participation had generated significant enthusiasm and created new opportunities for industry. They also said that several companies have shown interest in adopting and leveraging technologies developed by India’s emerging private space industry.

Prime Minister congratulated the leaders of the space sector for showing courage and taking the lead in a new area. He said that the confidence shown by the sector has strengthened the vision with which the space sector was opened to private participation. He noted that many countries either cannot invest in the space sector or do not wish to invest in it. This gives India a major opportunity to rapidly strengthen its position in the global space sector.

Prime Minister encouraged space companies to explore new applications of their technologies and focus on how these can make people's lives easier.

Prime Minister suggested greater collaboration between space sector companies with companies working in other sectors. Companies working on space debris could work with environmental organisations to scale up their technologies. Space technology companies working with the agriculture sector could collaborate with agricultural universities and departments to help farmers make better informed decisions and maximise their output.

Prime Minister called for creating an ecosystem and an environment where, when the world thinks of space, it looks towards India. He said that India’s space sector can act as a magnet to attract global talent, companies and investment to the country.

He called for closer collaboration with Atal Tinkering Labs. He said this can create curiosity and interest in the space sector among young children from an early age.

The interaction saw participation from CEOs and Founders of 20 startups working in space sector including Skyroot Aerospace, Agnikul Cosmos, Pixxel, Dhruva Space, GalaxEye, PierSight, Bellatrix Aerospace, Digantara, SatSure, Suhora Technologies, Manastu Space, Astrobase, TakeMe2Space, VyomIC, Cosmoserve Space, OrbitAID Aerospace, SkyServe (Hyspace), Serendipity Space, Vassar Labs and mistEO.