ମାଓବାଦ ଦମନ କରିବା ସହ ଆମ ଲୋକମାନଙ୍କ ପାଇଁ ଶାନ୍ତି ଏବଂ ପ୍ରଗତିପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବାର ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃଦୋହରାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବଳର ପ୍ରୟାସକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:
“ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆମ ସଶସ୍ତ୍ର ବଳ ଉପରେ ଆମେ ଗର୍ବିତ । ଆମ ସରକାର ମାଓବାଦର ବିପଦକୁ ଦୂର କରିବା ଏବଂ ଆମ ଲୋକଙ୍କ ପାଇଁ ଶାନ୍ତି ତଥା ପ୍ରଗତିପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ।”
Proud of our forces for this remarkable success. Our Government is committed to eliminating the menace of Maoism and ensuring a life of peace and progress for our people. https://t.co/XlPku5dtnZ
— Narendra Modi (@narendramodi) May 21, 2025


