ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ଏବଂ ଦେଶର ଆତ୍ମନିର୍ଭରଶୀଳତାକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାରତର ଯୁବ ଉଦ୍ଭାବକମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଗତ ୧୧ ବର୍ଷ ଧରି ଡିଜିଟାଲ ଇଣ୍ଡିଆ ଯୁବପିଢ଼ିଙ୍କୁ ନବସୃଜନ ତଥା ନୂତନ ଉଦ୍ଭାବନର ବ୍ୟବହାର କରିବା ପାଇଁ ସଶକ୍ତ କରିଛି । ଏହା ଦ୍ୱାରା ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ମହାଶକ୍ତି ଭାବରେ ଭାରତର ସ୍ଥିତି ସୁଦୃଢ଼ ହୋଇପାରିଛି ।
ଶ୍ରୀ ମୋଦୀ ମଧ୍ୟ କହିଛନ୍ତି ଯେ, ଗତ ୧୧ ବର୍ଷ ମଧ୍ୟରେ ପ୍ରଯୁକ୍ତିବିଦ୍ୟାର ଶକ୍ତିକୁ ବ୍ୟବହାର କରି ଭାରତର ଜନସାଧାରଣ ବହୁ ଲାଭାନ୍ୱିତ ହୋଇଛନ୍ତି । ଏହା ଦ୍ୱାରା ସେବା ପ୍ରଦାନ ଏବଂ ସ୍ୱଚ୍ଛତା ବହୁ ପରିମାଣରେ ବୃଦ୍ଧି ପାଇଛି ।
ମାଇଗଭ୍ଇଣ୍ଡିଆ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି;
“ଭାରତର ଯୁବପିଢ଼ିଙ୍କ ସହାୟତାରେ ଆମ ନବାଚାର ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରେ ଉଲ୍ଲେଖନୀୟ ଅଗ୍ରଗତି କରୁଛୁ । ଏହା ଆତ୍ମନିର୍ଭରଶୀଳ କରିବା ସହ ପ୍ରଯୁକ୍ତିବିଦ୍ୟାରେ ଏକ ବିଶ୍ୱସ୍ତରୀୟ ମହାଶକ୍ତିରେ ପରିଣତ ହେବା ପାଇଁ ଆମର ପ୍ରୟାସକୁ ମଧ୍ୟ ମଜବୁତ କରିଛି ।
#11YearsOfDigitalIndia”
“ପ୍ରଯୁକ୍ତିବିଦ୍ୟାର ଶକ୍ତିକୁ ବ୍ୟବହାର କରି ଲୋକମାନେ ଲାଭାନ୍ୱିତ ହୋଇଛନ୍ତି । ସେବା ପ୍ରଦାନ ଏବଂ ସ୍ୱଚ୍ଛତା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । ଏହାଛଡା, ପ୍ରଯୁକ୍ତିବିଦ୍ୟା ଅତି ଗରିବ ଲୋକମାନଙ୍କ ଜୀବନକୁ ସଶକ୍ତ କରିବାର ଏକ ମାଧ୍ୟମ ପାଲଟିଛି ।
#11YearsOfDigitalIndia”
Powered by the youth of India, we are making remarkable progress in innovation and application of technology. It is also strengthening our efforts to become self-reliant and a global tech powerhouse. #11YearsOfDigitalIndia https://t.co/fIHHMPVknX
— Narendra Modi (@narendramodi) June 12, 2025
Leveraging the power of technology has brought innumerable benefits for people. Service delivery and transparency have been greatly boosted. Furthermore, technology has become a means of empowering the lives of the poorest of poor. #11YearsOfDigitalIndia https://t.co/E9PkUo0vCZ
— Narendra Modi (@narendramodi) June 12, 2025


