କେନ୍ଦ୍ର ଓ ରାଜ୍ୟ ଗୁଡ଼ିକୁ ନେଇ ଗଠିତ ଜିଏସଟି କାଉନସିଲ ସାଧାରଣ ଲୋକ, କୃଷକ, ଏମଏସଏମଇ, ମଧ୍ୟବର୍ଗ, ମହିଳା ଏବଂ ଯୁବକମାନଙ୍କୁ ଲାଭ ଦେବାକୁ ଜିଏସଟି ଦର ହ୍ରାସ ଏବଂ ସୁଧାର ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ସହମତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । “ବ୍ୟାପକ ଭାବେ ହୋଇଥିବା ସୁଧାର ସାଧାରଣ ନାଗରିକଙ୍କ ଜୀବନ ଚଳଣିରେ ଉନ୍ନତି ଆଣିବ ଏବଂ ସମସ୍ତଙ୍କ ପାଇଁ, ବିଶେଷ କରି ବ୍ୟବସାୟୀ ଓ ବ୍ୟବସାୟ ପାଇଁ ଇଜ ଅଫ ଡୁଇଙ୍ଗ ବିଜିନେସକୁ ସହଜ କରିବ” ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ମୋର ସ୍ୱାଧୀନତା ଦିବସ ଉଦବୋଧନରେ ଜିଏସଟିରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଆଣିବା ପାଇଁ ଆମର ଉଦ୍ଦେଶ୍ୟ ବାବଦରେ ମୁଁ କହିଥିଲି ।

କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଚଳଣିରେ ସୁଧାର ଆଣିବାକୁ ଓ ଅର୍ଥନୀତି ସୁଦୃଢ଼ କରିବା ଲକ୍ଷ୍ୟରେ ବ୍ୟାପକ ଭାବେ ଜିଏସଟି ଦର ଯୁକ୍ତିକରଣ ଓ ପ୍ରକ୍ରିୟା ସଂସ୍କାର ଦିଗରେ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିଥିଲେ ।

ସନ୍ତୁଷ୍ଟିର କଥା ଯେ, @GST_Council କେନ୍ଦ୍ର ଓ ରାଜ୍ୟଙ୍କୁ ନେଇ ଗଠିତ ଜିଏସଟି କାଉନସିଲ ସାମଗ୍ରିକ ଭାବେ ସାଧାରଣ ଲୋକ, କୃଷକ, ଏମଏସଏମଇ, ମଧ୍ୟବର୍ଗ, ମହିଳା ଏବଂ ଯୁବକମାନଙ୍କୁ ଲାଭ ଦେବାକୁ ଜିଏସଟି ଦର ହ୍ରାସ ଏବଂ ସୁଧାର ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ସହମତ ହୋଇଛନ୍ତି ।

ବ୍ୟାପକ ଭାବେ ହୋଇଥିବା ସୁଧାର ସାଧାରଣ ନାଗରିକଙ୍କ ଜୀବନ ଚଳଣିରେ ଉନ୍ନତି ଆଣିବ ଏବଂ ସମସ୍ତଙ୍କ ପାଇଁ, ବିଶେଷ କରି ବ୍ୟବସାୟୀ ଓ ବ୍ୟବସାୟ ପାଇଁ ଇଜ ଅଫ ଡୁଇଙ୍ଗ ବିଜିନେସକୁ ସହଜ କରିବ ।

#NextGenGST

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026