ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ଦିବସ ଅବସରରେ ଆସାମର ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସ୍ୱର୍ଗଦେଓ ଚାଓଲୁଙ୍ଗ ସୁକାଫାଙ୍କ ସଂକଳ୍ପକୁ ପୂରଣ କରିବା ଲାଗି ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଆଜି ହେଉଛି ଏକ ଅବସର। "ଗତ କିଛି ବର୍ଷ ଧରି କେନ୍ଦ୍ର ଏବଂ ଆସାମର ଏନଡିଏ ସରକାର ଆସାମର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଭୌତିକ ଏବଂ ସାମାଜିକ ଭିତ୍ତିଭୂମିର ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ତାଇ-ଅହୋମ ସଂସ୍କୃତି ଏବଂ ତାଇ ଭାଷାକୁ ଲୋକପ୍ରିୟ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ଏହା ଆସାମର ଯୁବକମାନଙ୍କୁ ବହୁତ ଉପକୃତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ’ରେ ପୋଷ୍ଟ କରିଛନ୍ତି:
"ଆସାମ ଦିବସ ଅବସରରେ ଆସାମର ମୋର ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା।
ସ୍ୱର୍ଗଦେଓ ଚାଓଲୁଙ୍ଗ ସୁକାଫାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଆଜି ଏକ ସୁଯୋଗ। ବିଗତ କିଛି ବର୍ଷ ଧରି କେନ୍ଦ୍ର ଏବଂ ଆସାମର ଏନଡିଏ ସରକାର ଆସାମର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଭୌତିକ ଏବଂ ସାମାଜିକ ଭିତ୍ତିଭୂମିର ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି।
ତାଇ-ଅହୋମ ସଂସ୍କୃତି ଏବଂ ତାଇ ଭାଷାକୁ ଲୋକପ୍ରିୟ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ଏହା ଦ୍ୱାରା ଆସାମର ଯୁବକମାନେ ବହୁତ ଉପକୃତ ହେବେ ।
Best wishes to my sisters and brothers of Assam on Asom Diwas.
— Narendra Modi (@narendramodi) December 2, 2025
Today is an occasion to reiterate our commitment to fulfilling the vision of Swargadeo Chaolung Sukapha. Over the last few years, the NDA Governments in the Centre and Assam are working tirelessly to boost the…
অসমৰ মোৰ ভাই-ভনীসকললৈ অসম দিৱসৰ শুভেচ্ছা জ্ঞাপন কৰিছো।
— Narendra Modi (@narendramodi) December 2, 2025
আজিৰ দিনটো হৈছে স্বৰ্গদেউ চাওলুং চুকাফাৰ দূৰদৰ্শী দৃষ্টিভংগী পূৰণৰ বাবে আমাৰ অংগীকাৰক পুনৰ দোহৰাৰ এক উপলক্ষ। যোৱা কেইবছৰমানৰ পৰা কেন্দ্র আৰু অসমৰ এন ডি এ চৰকাৰসমূহে অসমৰ প্রগতি বৃদ্ধিৰ বাবে অক্লান্তভাৱে কাম কৰি আছে৷ ভৌতিক…


