ପବିତ୍ର ବାଲ୍ମିକୀ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରାଚୀନ କାଳରୁ ଭାରତୀୟ ସମାଜ ଏବଂ ପାରିବାରିକ ଜୀବନରେ ମହର୍ଷି ବାଲ୍ମିକୀଙ୍କ ଶୁଦ୍ଧ ଏବଂ ଆଦର୍ଶ ବିଚାରର ଗଭୀର ପ୍ରଭାବ କିପରି ପଡ଼ିଆସିଛି ସେ ନେଇ ଆଲୋକପାତ କରିଛନ୍ତି ଶ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ମହର୍ଷି ବାଲ୍ମିକୀଙ୍କ ଶିକ୍ଷା ସାମାଜିକ ସଦଭାବରେ ନିହିତ ଏବଂ ଦେଶକୁ ପ୍ରେରଣା ଦେବା ସହ ଆଲୋକିତ କରୁଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ସମସ୍ତ ଦେଶବାସୀଙ୍କୁ ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭକାମନା । ପ୍ରାଚୀନକାଳରୁ ଆମ ସମାଜ ଓ ପରିବାର ଉପରେ ତାଙ୍କର ସାତ୍ତ୍ୱିକ ଏବଂ ଆଦର୍ଶ ବିଚାରର ଗଭୀର ପ୍ରଭାବ ରହିଆସିଛି । ସାମାଜିକ ସଦଭାବ ଉପରେ ଆଧାରିତ ତାଙ୍କର ବୈଚାରିକ ନୀତି ଦେଶବାସୀଙ୍କୁ ସର୍ବଦା ଆଲୋକିତ କରୁଥିବ ।”
सभी देशवासियों को महर्षि वाल्मीकि जयंती की हार्दिक शुभकामनाएं। प्राचीनकाल से ही हमारे समाज और परिवार पर उनके सात्विक और आदर्श विचारों का गहरा प्रभाव रहा है। सामाजिक समरसता पर आधारित उनके वैचारिक प्रकाशपुंज देशवासियों को सदैव आलोकित करते रहेंगे। pic.twitter.com/VJWk5ayJo8
— Narendra Modi (@narendramodi) October 7, 2025


