ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡାକ୍ତର ଦିବସ ଅବସରରେ ସମସ୍ତ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, “ଆମ ଡାକ୍ତରମାନେ ସେମାନଙ୍କର ଦକ୍ଷତା ଏବଂ ଅଧ୍ୟବସାୟ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେମାନଙ୍କର କରୁଣା ଭାବନା ମଧ୍ୟ ସମାନ ଭାବରେ ଉଲ୍ଲେଖନୀୟ ।
ଶ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଡାକ୍ତର ଦିବସରେ ସମସ୍ତ ପରିଶ୍ରମୀ ଡାକ୍ତରମାନଙ୍କୁ ଶୁଭେଚ୍ଛା । ଆମର ଡାକ୍ତରମାନେ ସେମାନଙ୍କର ଦକ୍ଷତା ଏବଂ ଅଧ୍ୟବସାୟ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେମାନଙ୍କର କରୁଣା ଭାବନା ମଧ୍ୟ ସମାନ ଭାବରେ ଉଲ୍ଲେଖନୀୟ । ସେମାନେ ପ୍ରକୃତରେ ସ୍ୱାସ୍ଥ୍ୟ ରକ୍ଷକ ଏବଂ ମାନବତାର ସ୍ତମ୍ଭ । ଭାରତର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସେମାନଙ୍କର ଅବଦାନ ପ୍ରକୃତରେ ଅସାଧାରଣ ।”
Best wishes to all hardworking doctors on #DoctorsDay. Our doctors have made a mark for their dexterity and diligence. Equally notable is their spirit of compassion. They are truly protectors of health and pillars of humanity. Their contribution in strengthening India’s…
— Narendra Modi (@narendramodi) July 1, 2025


