ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଏତନାମର ଫୁ କ୍ୱୋକ୍‌ ନିକଟରେ ଭାରତୀୟ ନାଗରିକମାନଙ୍କୁ ନେଇ ଘଟିଥିବା ଦୁଃଖଦ ଡଙ୍ଗା ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ଆନ୍ତରିକ ସମବେଦନା ଜଣାଇବା ସହ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

 

ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତୀୟ ଦୂତାବାସ ଏବଂ କନସୁଲେଟ୍‌ ପକ୍ଷରୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦିଆଯାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତୀୟ ଅଧିକାରୀମାନେ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି।

 

‘ଏକ୍ସ’ରେ କରାଯାଇଥିବା ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

“ଭିଏତନାମର ଫୁ କ୍ୱୋକ୍‌ ନିକଟରେ ଭାରତୀୟ ନାଗରିକମାନଙ୍କୁ ନେଇ ଘଟିଥିବା ଡଙ୍ଗା ଦୁର୍ଘଟଣାର ଦୁଃଖଦ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ।

 

ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ମୋର ଆନ୍ତରିକ ସମବେଦନା। ଆହତମାନଙ୍କର ଶୀଘ୍ର ସୁସ୍ଥତା ପାଇଁ ମୋର ପ୍ରାର୍ଥନା।

 

ଆମ ଦୂତାବାସ ଏବଂ କନସୁଲେଟ୍‌ ପକ୍ଷରୁ ସମସ୍ତ ସମ୍ଭବ ସହାୟତା ପ୍ରଦାନ କରାଯାଉଛି। ଆମର ଅଧିକାରୀମାନେ ମଧ୍ୟ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ସମ୍ପର୍କରେ ଅଛନ୍ତି।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 25, 2026
August 25, 2026

Nari Shakti to Capital Markets: PM Modi’s Reforms Are Rewiring India’s Growth Story