ନୂଆଦିଲ୍ଲୀରେ ସମନ୍ବିତ କମ୍ପ୍ଲେକ୍ସ "କର୍ମଯୋଗୀ ଭବନ"ର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ
"ରୋଜଗାର ମେଳା ଦେଶ ନିର୍ମାଣରେ ଆମ ଯୁବ ଶକ୍ତିଙ୍କର ଅବଦାନକୁ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ"
"ଭାରତ ସରକାରରେ ନିଯୁକ୍ତି ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇଛି"
ଯୁବବର୍ଗଙ୍କୁ ଭାରତ ସରକାରଙ୍କ ସହ ଯୋଡ଼ିବା ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର କରିବା ଆମର ପ୍ରୟାସ
"ଏହି ଦଶନ୍ଧି ଶେଷ ସୁଦ୍ଧା ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ରୂପାନ୍ତରିତ ହେବାକୁ ଯାଉଛି"
ଉତ୍ତମ ଯୋଗାଯୋଗ ଦେଶର ବିକାଶ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ
ଅର୍ଦ୍ଧସାମରିକ ବାହିନୀ ଚୟନ ପ୍ରକ୍ରିୟାରେ ସଂସ୍କାର ହେଲେ ପ୍ରତ୍ୟେକ ଅଞ୍ଚଳର ଯୁବକଙ୍କୁ ସମାନ ସୁଯୋଗ ମିଳିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧ ଲକ୍ଷରୁ ଅଧିକ ନବନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ସେ ନୂଆଦିଲ୍ଲୀରେ ସମନ୍ବିତ କମ୍ପ୍ଲେକ୍ସ "କର୍ମଯୋଗୀ ଭବନ"ର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ କରିଥିଲେ । ଏହି କମ୍ପ୍ଲେକ୍ସ ମିଶନ କର୍ମଯୋଗୀର ବିଭିନ୍ନ ସ୍ତମ୍ଭ ମଧ୍ୟରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧ ଲକ୍ଷରୁ ଅଧିକ ନିଯୁକ୍ତି ପ୍ରାପ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉଛି ଏବଂ ସେ ଏହି ଅବସରରେ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଥିଲେ । ଭାରତ ସରକାରରେ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଅଭିଯାନ ଜୋରସୋରରେ ଚାଲିଛି ବୋଲି ସେ କହିଥିଲେ। ଚାକିରି ବିଜ୍ଞପ୍ତି ଏବଂ ନିଯୁକ୍ତି ପତ୍ର ପ୍ରଦାନ ମଧ୍ୟରେ ଦୀର୍ଘ ସମୟ ଲାଗିବା ଦ୍ୱାରା ଦୁର୍ନୀତି ବୃଦ୍ଧି ହେବାର ସମ୍ଭାବନା ରହିଛି ତେଣୁ ବର୍ତ୍ତମାନର ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ସହିତ ସମଗ୍ର ପ୍ରକ୍ରିୟାକୁ ସ୍ୱଚ୍ଛ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ଦ୍ୱାରା ପ୍ରତ୍ୟେକ ଯୁବକ ନିଜର ଦକ୍ଷତା ପ୍ରଦର୍ଶନ କରିବାରେ ସମାନ ସୁଯୋଗ ସୃଷ୍ଟି ହୋଇଛି ବୋଲି ସେ କହିଥିଲେ। ଆଜି ପ୍ରତ୍ୟେକ ଯୁବକ ବିଶ୍ୱାସ କରନ୍ତି ଯେ ସେମାନେ କଠିନ ପରିଶ୍ରମ ଏବଂ ଦକ୍ଷତା ଦ୍ୱାରା ସେମାନଙ୍କ ଚାକିରି ସ୍ଥିତି ସୁଦୃଢ଼ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସରକାର ଯୁବଗୋଷ୍ଠୀଙ୍କୁ ଦେଶର ବିକାଶରେ ଅଂଶୀଦାର କରିବାକୁ ଚେଷ୍ଟା କରୁଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ବର୍ତ୍ତମାନର ସରକାର ଯୁବକମାନଙ୍କୁ ପୂର୍ବ ସରକାର ତୁଳନାରେ ଦେଢ଼ ଗୁଣ ଅଧିକ ଚାକିରି ଦେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ସମନ୍ୱିତ କମ୍ପ୍ଲେକ୍ସ 'କର୍ମଯୋଗୀ ଭବନ'ର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ କରିବା ଅବସରରେ ଏହି ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ଏହା ଦକ୍ଷତା ବିକାଶ ଦିଗରେ ସରକାରଙ୍କ ପଦକ୍ଷେପକୁ ସୁଦୃଢ଼ କରିବ।

 

ସରକାରଙ୍କ ପ୍ରୟାସ ଯୋଗୁଁ ନୂତନ କ୍ଷେତ୍ର ଖୋଲିବା ଏବଂ ଯୁବକମାନଙ୍କ ପାଇଁ ରୋଜଗାର ଏବଂ ଆତ୍ମନିଯୁକ୍ତି ର ସୁଯୋଗ ସୃଷ୍ଟି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ବଜେଟରେ ୧ କୋଟି ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ ବିଷୟରେ ଉଲ୍ଲେଖ କରିଥିଲେ ଯାହା ପରିବାରର ବିଦ୍ୟୁତ ବିଲ୍ କୁ ହ୍ରାସ କରିବ ଏବଂ ସେମାନେ ଗ୍ରିଡ୍ କୁ ବିଦ୍ୟୁତ୍ ଯୋଗାଣ କରି ଅର୍ଥ ରୋଜଗାର କରିବାରେ ସକ୍ଷମ ହେବେ । ଏହି ଯୋଜନା ରେ ଲକ୍ଷ ଲକ୍ଷ ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ପ୍ରାୟ ୧.୨୫ ଲକ୍ଷ ଷ୍ଟାର୍ଟଅପ୍ ସହ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ ଯେ ଏହି ଷ୍ଟାର୍ଟଅପ୍ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଟିୟର ୨ କିମ୍ବା ଟିୟର ୩ ସହରର ଅଟନ୍ତି । ଏହି ଷ୍ଟାର୍ଟଅପ୍ ଗୁଡ଼ିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାବେଳେ ସଦ୍ୟତମ ବଜେଟରେ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଟିକସ ରିହାତି ଜାରି ରଖିବାକୁ ଘୋଷଣା କରାଯାଇଛି। ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ପାଇଁ ବଜେଟରେ ଘୋଷଣା କରାଯାଇଥିବା ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ରୋଜଗାର ମେଳା ମାଧ୍ୟମରେ ଆଜି ରେଳବାଇରେ ନିଯୁକ୍ତି ମଧ୍ୟ କରାଯାଉଛି ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯାତ୍ରା କ୍ଷେତ୍ରରେ ରେଳବାଇ ହେଉଛି ସାଧାରଣ ଲୋକଙ୍କ ପ୍ରଥମ ପସନ୍ଦ । ଶ୍ରୀ ମୋଦୀ ଏହି କଥା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ଯେ ଭାରତରେ ରେଳବାଇ ଏକ ବିରାଟ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଆଗାମୀ ଦଶନ୍ଧିରେ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ । ୨୦୧୪ ପୂର୍ବରୁ ରେଳବାଇ ପ୍ରତି ବିଶେଷ ଧ୍ୟାନ ଦିଆଯାଇନଥିଲା ଏବଂ ରେଳ ଲାଇନର ବିଦ୍ୟୁତୀକରଣ ଓ ଦୋହରୀକରଣ ସହିତ ନୂତନ ଟ୍ରେନ୍ ଚଳାଚଳ ଏବଂ ଯାତ୍ରୀଙ୍କ ପାଇଁ ସୁବିଧା ବଢ଼ାଇବା ବିଷୟରେ ସେ ଉଲ୍ଲେଖ କରିଥିଲେ। କିନ୍ତୁ ୨୦୧୪ ପରେ ରେଳବାଇର ଆଧୁନିକୀକରଣ ଓ ଉନ୍ନତିକରଣ ଉପରେ ଧ୍ୟାନ ଦେଇ ସମଗ୍ର ଟ୍ରେନ୍ ଯାତ୍ରା ଅନୁଭୂତିକୁ ନବୀକରଣ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଚଳିତ ବର୍ଷ ବଜେଟରେ ବନ୍ଦେ ଭାରତ ଏକ୍ସପ୍ରେସ ଭଳି ୪୦ ହଜାର ଅତ୍ୟାଧୁନିକ ବଗି ପ୍ରସ୍ତୁତ କରାଯାଇ ସାଧାରଣ ଟ୍ରେନରେ ସାମିଲ କରାଯିବ, ଯାହା ଦ୍ୱାରା ଯାତ୍ରୀଙ୍କ ସୁବିଧା ଓ ଗମନାଗମନ ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି ।

.

ଯୋଗାଯୋଗର ସୁଦୂରପ୍ରସାରୀ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନୂତନ ବଜାର, ପର୍ଯ୍ୟଟନର ସମ୍ପ୍ରସାରଣ, ନୂତନ ବ୍ୟବସାୟ ଏବଂ ଉନ୍ନତ ଯୋଗାଯୋଗ କାରଣରୁ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ବିଷୟରେ ଉଲ୍ଲେଖ କରିଥିଲେ । ସାମ୍ପ୍ରତିକ ବଜେଟରେ ଭିତ୍ତିଭୂମିରେ ପୁଞ୍ଜିନିବେଶ ପାଇଁ ୧୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ, "ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଭିତ୍ତିଭୂମିରେ ପୁଞ୍ଜିନିବେଶ ବୃଦ୍ଧି କରାଯାଉଛି" । ନୂଆ ରେଳ, ସଡ଼କ, ବିମାନବନ୍ଦର ଓ ଜଳପଥ ପ୍ରକଳ୍ପ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅଧିକାଂଶ ନୂତନ ନିଯୁକ୍ତି ଅର୍ଦ୍ଧସାମରିକ ବାହିନୀରେ ହୋଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅର୍ଦ୍ଧସାମରିକ ବାହିନୀ ପାଇଁ ଚୟନ ପ୍ରକ୍ରିୟାରେ ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସୂଚନା ଦେଇଥିଲେ ଯେ ଚଳିତ ଜାନୁଆରୀ ପରୀକ୍ଷା ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ଟି ଭାରତୀୟ ଭାଷାରେ ଅନୁଷ୍ଠିତ ହେବ । ଏହାଦ୍ୱାରା ସମସ୍ତଙ୍କୁ ଲକ୍ଷ ଲକ୍ଷ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ମିଳିବ। ସୀମା ଓ ଉଗ୍ରବାଦ ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ କୋଟା ବୃଦ୍ଧି ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତର ଯାତ୍ରାରେ ସରକାରୀ କର୍ମଚାରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଆଜି ଯୋଗ ଦେଉଥିବା ୧ ଲକ୍ଷରୁ ଅଧିକ କର୍ମଯୋଗୀ ଏହି ଯାତ୍ରାକୁ ଏକ ନୂତନ ଶକ୍ତି ଓ ଗତି ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତ୍ୟେକ ଦିନ ଦେଶ ନିର୍ମାଣରେ ନିୟୋଜିତ କରିବାକୁ ସେ କହିଥିଲେ। ୮୦୦ରୁ ଅଧିକ ପାଠ୍ୟକ୍ରମ ଏବଂ ୩୦ ଲକ୍ଷ ଉପଭୋକ୍ତା ଥିବା କର୍ମଯୋଗୀ ଭାରତ ପୋର୍ଟାଲ ବିଷୟରେ ସେ ସେମାନଙ୍କୁ କହିଥିଲେ ଏବଂ ଏହାର ସମ୍ପୂର୍ଣ୍ଣ ଲାଭ ନେବାକୁ କହିଥିଲେ।

 

ପୃଷ୍ଠଭୂମି

ସାରା ଦେଶରେ ୪୭ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ଏହି ପଦକ୍ଷେପକୁ ସମର୍ଥନ କରି କେନ୍ଦ୍ର ସରକାରଙ୍କ ବିଭାଗ ଏବଂ ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ପ୍ରଦାନ କରାଯାଉଛି। ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନେ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗରେ ସରକାରଙ୍କ ସହ ଯୋଗଦେବେ ଯେଉଁଥିରେ ରାଜସ୍ୱ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ଆଣବିକ ଶକ୍ତି ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟ ବିଭିନ୍ନ ପଦବୀ ସାମିଲ୍ ରହିଛି।

 

ରୋଜଗାର ମେଳା ହେଉଛି ଦେଶରେ ରୋଜଗାର ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କରିବ ଏବଂ ଜାତୀୟ ବିକାଶରେ ଯୁବକମାନଙ୍କ ସଶକ୍ତୀକରଣ ଏବଂ ପ୍ରତ୍ୟକ୍ଷ ଅଂଶଗ୍ରହଣ ପାଇଁ ଲାଭଦାୟକ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ନୂତନ ଭାବେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଏକ ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଇବେ, ‘ଯେକୌଣସି ସ୍ଥାନରେ 'ଯେକୌଣସି ଡିଭାଇସ୍' ଶିକ୍ଷଣ ଫର୍ମାଟ ପାଇଁ ୮୮୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Merchandise Exports Defy Global Headwinds, Rise 15 Per Cent In April–14 June Period

Media Coverage

India's Merchandise Exports Defy Global Headwinds, Rise 15 Per Cent In April–14 June Period
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Smt. Bhavnaben Patel
June 22, 2026

The Prime Minister, Shri Narendra Modi has expressed sadness over the passing of Smt. Bhavnaben Patel, wife of Shri Prabhulbhai Patel, Administrator of the Union Territory of Dadra and Nagar Haveli and Daman and Diu.

The Prime Minister said that he had shared a close acquaintance and cordial relationship with the family for many years.

Shri Modi extended his heartfelt condolences to the bereaved family and prayed that the Almighty grants peace to the departed soul.

The Prime Minister wrote on X;