ନୂଆଦିଲ୍ଲୀରେ ସମନ୍ବିତ କମ୍ପ୍ଲେକ୍ସ "କର୍ମଯୋଗୀ ଭବନ"ର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ
"ରୋଜଗାର ମେଳା ଦେଶ ନିର୍ମାଣରେ ଆମ ଯୁବ ଶକ୍ତିଙ୍କର ଅବଦାନକୁ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ"
"ଭାରତ ସରକାରରେ ନିଯୁକ୍ତି ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇଛି"
ଯୁବବର୍ଗଙ୍କୁ ଭାରତ ସରକାରଙ୍କ ସହ ଯୋଡ଼ିବା ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର କରିବା ଆମର ପ୍ରୟାସ
"ଏହି ଦଶନ୍ଧି ଶେଷ ସୁଦ୍ଧା ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ରୂପାନ୍ତରିତ ହେବାକୁ ଯାଉଛି"
ଉତ୍ତମ ଯୋଗାଯୋଗ ଦେଶର ବିକାଶ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ
ଅର୍ଦ୍ଧସାମରିକ ବାହିନୀ ଚୟନ ପ୍ରକ୍ରିୟାରେ ସଂସ୍କାର ହେଲେ ପ୍ରତ୍ୟେକ ଅଞ୍ଚଳର ଯୁବକଙ୍କୁ ସମାନ ସୁଯୋଗ ମିଳିବ

ଚଳିତ ଫେବୃୟାରୀ ୧୨ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ କ୍ଷେତ୍ର ନିମନ୍ତେ ଲକ୍ଷାଧିକ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ନିଯୁକ୍ତିପ୍ରାପ୍ତ ଯୁବଗୋଷ୍ଠୀଙ୍କୁ ସମ୍ବୋଧନ କରିଛନ୍ତି ଯେ,

ମୋ ପ୍ରିୟ ଯୁବ ସାଥିଗଣ:

ଆଜି ଏକ ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ସରକାରୀ ଚାକିରି ଆଶାୟୀଙ୍କୁ ଦିଆଯାଇଛି । ଏଥିପାଇଁ ଆପଣମାନେ କଠିନ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି । ମୁଁ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତ ସରକାରରେ ଯୁବ ଗୋଷ୍ଠୀଙ୍କୁ ଚାକିରି ନିଯୁକ୍ତି ଦେବା କାମ ଜୋରସୋରରେ ଚାଲିଛି । ପୂର୍ବ ସରକାର ସମୟରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ ଦେବା ଠାରୁ ନିଯୁକ୍ତି ପତ୍ର  ଦେବା ପର୍ଯ୍ୟନ୍ତ ଦୀର୍ଘ ସମୟ ଲାଗି ଯାଉଥିଲା । ଏହି ବିଳମ୍ବରୁ ଫାଇଦା ଉଠାଇ ବିପୁଳ ପରିମାଣରେ ଲାଞ୍ଚ କାରବାର ହେଉଥିଲା । ମୁଁ  ବର୍ତ୍ତମାନ ଭାରତ ସରକାରଙ୍କ ଚାକିରୀରେ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣରୂପେ ଦକ୍ଷତା ଭିତ୍ତିରେ କରାଇଛି । କେବଳ ଏତିକି ନୁହେଁ, ସରକାର ତୀବ୍ର ଗତିରେ ନିଯୁକ୍ତି ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରୁଛନ୍ତି । ଏହା ଫଳରେ ସମସ୍ତ ଯୁବଗୋଷ୍ଠୀଙ୍କୁ ନିଜର ଦକ୍ଷତା ପ୍ରମାଣିତ କରିବା ନିମନ୍ତେ ସମାନ ସୁଯୋଗ ମିଳୁଛି । ଆଜି ଯୁବାଗୋଷ୍ଠୀ ମନରେ ଆତ୍ମବିଶ୍ୱାସ ଜନ୍ମିଛି ଯେ-କଠିନ ପରିଶ୍ରମ ଦ୍ୱାରା ନିଜର ସ୍ଥାନ ଓ ସ୍ଥିତିକୁ ସୁଦୃଢ କରିପାରୁଛନ୍ତି । ୨୦୧୪ ମସିହା ପରଠାରୁ ନବ ଯୁବକମାନେ ଭାରତ ସରକାରଙ୍କ ସହିତ ମିଶି ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବା ନିମନ୍ତେ ଉଦ୍ୟମ କରିବାକୁ ଆମେ ଚେଷ୍ଟା କରୁଛୁ । ପୂର୍ବ ସରକାର ଦଶବର୍ଷ କାର୍ଯ୍ୟକାଳ ମଧ୍ୟରେ ଯେତିକି ସରକାରୀ ଚାକିରି ଯୁବଗୋଷ୍ଠୀଙ୍କୁ ଦେଇଥିଲେ ଏହି ପରିମାଣଠାରୁ ପ୍ରାୟ ଦେଢଗୁଣା ଅଧିକ ଚାକିରି ଭାରତୀୟ ଜନତାପାର୍ଟି ସରକାର ଗତ ଦଶବର୍ଷ ମଧ୍ୟରେ ଦେଇଛି । ଆଜି ଦିଲ୍ଳୀଠାରେ ଗୋଟିଏ ଇଣ୍ଟ୍ରିଗ୍ରେଟେଡ ଟ୍ରେନିଂ ପରିସରର ଶିଳାନ୍ୟାସ ହୋଇଛି । ମୋର ପୂର୍ଣ୍ଣ ବିଶ୍ୱାସ, ଏହି ନୂଆ ଟ୍ରେନିଂ ପରିସରରୁ ଦକ୍ଷତା ବିକାଶର ଉଦ୍ୟମ ସୁଦୃଢ ହେବ ।

 

 ପ୍ରିୟ ସାଥୀଗଣ,

 ଆଜି ସରକାରଙ୍କ ଉଦ୍ୟମ ଯୋଗୁଁ ଦେଶରେ ଯୁବଗୋଷ୍ଠୀଙ୍କ ପାଇଁ ନୂଆ ନୂଆ କ୍ଷେତ୍ର ଖୋଲା ଯାଇଛି । ଏହି କ୍ଷେତ୍ର ଗୁଡିକରେ ନୂଆ ନୂଆ ଅଭିଯାନ ମାଧ୍ୟମରେ ସରକାର କାମ ଆରମ୍ଭ କରିଛନ୍ତି । ଏହା ଯୋଗୁଁ ରୋଜଗାର ଏବଂ ଆତ୍ମ ନିଯୁକ୍ତି ଭଳି ଅନେକ ନୂଆ ସୁଯୋଗ ସୃଷ୍ଟି ହେଉଛି । ଆପଣ ଦେଖୁଛନ୍ତି ଯେ ଏହି ବଜେଟ୍ ଅଧିବେଶନରେ ଏକ କୋଟି ପରିବାରଙ୍କ ପାଇଁ ଛାତ ଉପରେ ସୌରଶକ୍ତି ପ୍ୟାନେଲ ପ୍ରତିଷ୍ଠା ନିମନ୍ତେ ଯୋଜନା ଘୋଷଣା କରାଯାଇଛି । ଏଣିକି ଛାତ ଉପରେ ସୌର ପ୍ୟାନେଲ ଲଗାଇବା ଲୋକଙ୍କ ନିମନ୍ତେ ଦୁଇଟି ଲାଭ ମିଳିବ । ଏମାନଙ୍କର ବିଦ୍ୟୁତ ବିଲ୍ ଶୂନ୍ୟ ସ୍ତରକୁ ଆସିବ ଏବଂ ଅଧିକ ବିଜୁଳି ସୃଷ୍ଟି ହେଲେ ଏଥିରୁ ରୋଜଗାର ହୋଇପାରିବ । ସମଗ୍ର ଦେଶରେ ଛାତ ଉପରେ ବିଜୁଳି ଶକ୍ତି ଉତ୍ପାଦନ ବ୍ୟବସ୍ଥାରୁ ଲକ୍ଷ ଲକ୍ଷ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ । କେହି କେହି ସୋଲାର ପ୍ୟାନେଲ କାମ କରିବେ, ଆଉ କେହି ବ୍ୟାଟେରୀ ସହିତ ସମ୍ପର୍କୀତ ବ୍ୟବସାୟରେ ଲାଗି ରହିବେ । ଆଉ କେହି ଓୟାରିଂ କାମ କରିବେ, ଏହିପରି ଗୋଟିଏ ଯୋଜନାରୁ ଅନେକ ସ୍ତରରେ ରୋଜଗାରର ସୁଯୋଗ ସୃଷ୍ଟି ହେବ ।

ମୋର ପ୍ରିୟ ଯୁବ ବନ୍ଧୁଗଣ!

 ଆଜି ଭାରତ ବିଶ୍ୱର ସର୍ବବୃହତ୍ ଷ୍ଟାଟ ଅପ୍ ଇକୋ ସିଷ୍ଟମରେ ପରିଣତ ହୋଇପାରିଛି । ବର୍ତ୍ତମାନ ଦେଶରେ ଷ୍ଟାଟ୍‌ଅପ୍ ଗୁଡିକର ସଂଖ୍ୟା ଲକ୍ଷେ ପଚିଶ ହଜାରରେ ପହଞ୍ôଚଲାଣି । ବହୁ ସଂଖ୍ୟାରେ ଷ୍ଟାଟଅପ୍ ଦ୍ୱିତୀୟ ଟିୟର ଏବଂ ତୃତୀୟ ଟିୟର ଛୋଟ ଛୋଟ ସହରମାନଙ୍କରେ ପ୍ରତିଷ୍ଠା ହେଉଛି । ଏହି ସବୁ ଜିଲ୍ଲାଗୁଡିକ ଜିଲ୍ଲା କେନ୍ଦ୍ରରେ ମଧ୍ୟ ପରିଣତ ହୋଇନାହିଁ । ଏହି ଷ୍ଟାଟ୍‌ଅପ୍ ଗୁଡିକରେ ଲକ୍ଷ ଲକ୍ଷ ରୋଜଗାର ଓ ନିଯୁକ୍ତି ସୃଷ୍ଟି ହୋଇପାରୁଛି । ଚଳିତ ବଜେଟ୍‌ରେ ଷ୍ଟାର୍ଟ ଅପ ଗୁଡିକ ନିମନ୍ତେ ପ୍ରୋତ୍ସାହନ ଦେବାକୁ ଯାଇ ଟ୍ୟାକ୍ସରେ ରିହାତି ଦିଆଯିବା କଥା ପ୍ରସ୍ତାବ ରହିଛି । ଏହାର ସବୁଠାରୁ ବଡ ଲାଭ ଯୁବବର୍ଗଙ୍କୁ ମିଳିବ । ଏହି ବଜେଟ୍‌ରେ ଗବେଷଣା ଓ ଅନୁସନ୍ଧାନ ନିମନ୍ତେ ଓ ସୃଜନଶୀଳତା ନିମିତ୍ତ ଏକ ଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି କରାଯିବାକୁ ଘୋଷଣା କରାଯାଇଛି ।

 

ପ୍ରିୟ ବନ୍ଧୁଗଣ !

ଆଜି ଏହି ରୋଜଗାର ମେଳା ଦ୍ୱାରା ଭାରତୀୟ ରେଳବାଇରେ ମଧ୍ୟ ନିଯୁକ୍ତି ଦିଆଯାଉଛି । ଯେତେବେଳେ ବି କୌଣସି  ଦୂର ସ୍ଥାନକୁ ପରିବାର ବର୍ଗଙ୍କ ସହ ଯିବାକୁ ପଡେ, ସେତେବେଳେ ଭାରତୀୟ ରେଳରେ ଯାତ୍ରା ପ୍ରଥମ ପସନ୍ଦ ହୋଇଥାଏ । ଭାରତୀୟ ରେଳବାଇ ଆଜି ବହୁତ ବଡ ଏକ ପରିବର୍ତ୍ତନ ଦେଇ ଗତି କରୁଛି । ଚଳିତ ଦଶକର ଶେଷ ସୁଦ୍ଧା ଭାରତୀୟ ରେଳବାଇର ସମ୍ପୂର୍ଣ୍ଣ ବିସ୍ତାର ହେବାକୁ ଯାଉଛି । ୨୦୧୪ ପୂର୍ବରୁ ଭାରତୀୟ ରେଳବାଇର ସ୍ଥିତି ବିଷୟ ଆପଣମାନଙ୍କର ମନେ ଥିବ । ରେଳଲାଇନ ଗୁଡିକର ବିଦ୍ୟୁତକରଣ ହେଉ କିମ୍ବା ଦୋହରୀକରଣ ହେଉ, ରେଳ ଚଳାଚଳ ବ୍ୟବସ୍ଥାକୁ ଉନ୍ନତ କରିବା ହେଉ କିମ୍ବା ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା କ୍ଷେତ୍ରରେ ହେଉ, ବର୍ତ୍ତମାନ ଭଳି ପୂର୍ବ ସରକାର  ଯଦିଓ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଥିଲା  ଧ୍ୟାନ ଦେଉ ନ ଥିଲା । । ପୂର୍ବରୁ ସରକାର ରେଳବାଇ କ୍ଷେତ୍ରରେ ସାଧାରଣ ନାଗରିକ ମାନଙ୍କର ଅସୁବିଧା ଗୁଡିକ ପ୍ରତି ଉଦାସୀନ ଭାବ ଦେଖାଉଥିଲେ । ୨୦୧୪ ମସିହା ପରେ ରେଳଯାତ୍ରାର ଅନୁଭବକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବାର ଅଭିଯାନ ଆରମ୍ଭ କରିଥିଲୁ । ଆମେ ରେଳବାଇର ଆଧୁନିକୀକରଣ ଓ ଉନ୍ନତିକରଣ ଉପରେ ଲକ୍ଷ୍ୟ ନିବଦ୍ଧ କରିଲୁ । ଏଥରର ବଜେଟ୍‌ରେ ଆପଣମାନେ ମଧ୍ୟ ଦେଖିଥିବେ ଯେ-ବନ୍ଦେ ଭାରତ ଏକ୍ସପ୍ରେସର ବଗିଭଳି  ୪୦ହଜାର ବଗି ନିର୍ମାଣ  କରି ଏହାକୁ ସାଧାରଣ ରେଳଗାଡିରେ ସଂଯୋଗ କରାଯିବା ପ୍ରସ୍ତାବ ରହିଛି । ଏଥିରେ ସାଧାରଣ ବଗିର ଯାତ୍ରୀମାନଙ୍କୁ ଆହୁରି ଅଧିକ ସୁବିଧା ମିଳିପାରିବ ।

 

ବନ୍ଧୁଗଣ !

ଦେଶରେ ଯେତେବେଳେ ରେଳ ସଂଯୋଗୀକରଣର ସମ୍ପ୍ରସାରଣ ହେଉଛି, ସେତେବେଳେ ଏହାର ପ୍ରଭାବ ଆମେ ଅନେକ କ୍ଷେତ୍ରରେ ଏକା ବେଳକେ ଲକ୍ଷ୍ୟ କରିପାରୁଛୁ । ସଂଯୋଗୀକରଣ ସମ୍ପ୍ରସାରଣ ଫଳରେ ନୂଆ ବଜାର ଜମୁଛି । ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ବିକାଶ ହେଉଛି । ସଂଯୋଗ ଓ ଯୋଗାଯୋଗ ଉନ୍ନତମାନର ହେଲେ ବ୍ୟବସାୟ କ୍ଷେତ୍ରରେ ନୂଆ ସମ୍ପ୍ରସାରଣ ଲକ୍ଷ୍ୟ କରାଯାଉଛି । ଏହା ଦ୍ୱାରା ନିଯୁକ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ବଢୁଛି । ମୋଟ ଉପରେ କହିଲେ ଯୋଗାଯୋଗ ଉନ୍ନତ ହେଲେ ଦେଶର ବିକାଶ କ୍ଷେତ୍ରରେ ଏହାର ସିଧା ସଳଖ ପ୍ରଭାବ ପଡୁଛି । ଦେଶର ବିକାଶର ଗତିର ତ୍ୱରାନ୍ୱିତ କରିବା ନିମନ୍ତେ ଭିତ୍ତିଭୂମି ଗଠନ ଦିଗରେ ପୁଞ୍ଜି ନିବେଶ କରିବାକୁ ପଡୁଛି । ଚଳିତ ଥର ବିଜେଟ୍‌ରେ ଭିତ୍ତିଭୂମି ଗଠନ କ୍ଷେତ୍ରରେ ପୁଞ୍ଜି ନିବେଶକୁ  ୧୧ଲକ୍ଷ  କୋଟି ଟଙ୍କାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଭିତ୍ତିଭୂମି ଗଠନ କ୍ଷେତ୍ରରେ ଏତେ ବଡ ପୁଞ୍ଜିନିବେଶ ଫଳରେ ସଡକପଥ, ରେଳପଥ, ଉଡାଜାହାଜ ପଡିଆ, ମେଟ୍ରେ ଟ୍ରେନ, ବିଜୁଳି ଉତ୍ପାଦନ ପ୍ରକଳ୍ପ  କେନ୍ଦ୍ର ଆଦିରେ ନିର୍ମାଣର ଗତ ତ୍ୱରାନ୍ୱିତ ହେବ । ଏହା ଦ୍ୱାରା ରୋଜଗାରରେ ନୂଆ ସୁଯୋଗ ସୃଷ୍ଟି ହେବ ।

ବନ୍ଧୁଗଣ,

ଆଜି ଯେଉଁ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ପତ୍ର ମିଳିଛି, ସେମାନଙ୍କ ମଧ୍ୟରୁ   ଅନେକ ପରିମାଣରେ ନିଯୁକ୍ତି ପାରାମିଲିଟାରୀ ବାହିନୀରେ ଯୋଗ ଦେବାକୁ ଯାଉଛନ୍ତି । ଯୁବଗୋଷ୍ଠୀ ମଧ୍ୟରେ ଏହା ସ୍ୱତଃ ଏକ ଅଭିଳାଷକୁ ପୂର୍ଣ୍ଣ କରୁଛି ।  ବର୍ଷ ହେଲା ଗତ କେତେବର୍ଷ ହେଲା ପାରା ମିଲିଟାରୀ ବାହିନୀରେ ନିଯୁକ୍ତିରେ ସଂସ୍କାର ଅଣାଯାଇଛି । ଏବଡର୍ଷ ହିନ୍ଦୀ ଏବଂ ଇଂରାଜୀ ଭାଷା ସହିତ ୧୩ଟି ଅନ୍ୟ ଭାଷାରେ ଲିଖିତ ପରୀକ୍ଷା କରାଯିବାର ସିଦ୍ଧାନ୍ତ ନିଆଯାଇଛି । ଏହା ଫଳରେ ଲକ୍ଷ ଲକ୍ଷ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ଯୋଗ୍ୟତା ପ୍ରଦର୍ଶନର ସୁଯୋଗ ମିଳିବ । ସୀମାବର୍ତ୍ତୀ ଅଞ୍ଚଳରେ ଜିଲ୍ଲା ଏବଂ ଉଗ୍ରବାଦ ପ୍ରଭାବିତ ଜିଲ୍ଲାର ନିଯୁକ୍ତି କୋଟା ବୃଦ୍ଧି କରାଯାଇଛି ।

ବନ୍ଧୁଗଣ,

ବିକଶିତ ଭାରତର ଯାତ୍ରାରେ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ରହିବ । ଯେଉଁ ଏକଲକ୍ଷରୁ ଅଧିକ କର୍ମଚାରୀ ଆମ ସହିତ ଯୋଡି ହେଲେ, ସେମାନେ ଏହି ଯାତ୍ରାକୁ ନୂଆ ଶକ୍ତି ଦେବା ସହ ନୂଆ ଗତ ଦେବେ । ଆପଣ ଯେଉଁ ବିଭାଗରେ ରହନ୍ତୁ ନା କାହିଁକି, ଏହା ମନେ ରଖନ୍ତୁ ଯେ-ଆପଣଙ୍କର ପ୍ରତ୍ୟେକଟି ଦିନ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ସମର୍ପିତ । ଆପଣ ସମସ୍ତ ଭାରତ ସରକାରୀ କର୍ମଚାରୀ ଦକ୍ଷତା ବିକାଶ ନିମନ୍ତେ ଭାରତ ସରକାର କର୍ମଯୋଗୀ ଭାରତ ପୋର୍ଟାଲ ଲଂଚ କରିଛନ୍ତି । ଏହି ପୋର୍ଟାଲରେ ବିଭିନ୍ନ ଆଠଶହ ବିଷୟରୁ ଅଧିକ ସମ୍ପର୍କରେ ପାଠ୍ୟକ୍ରମ ଉପଲବ୍ଧ ରହିଛି । ଏପର୍ଯ୍ୟନ୍ତ ଏହି ପୋର୍ଟାଲରେ ୩୦ଲକ୍ଷରୁ ଅଧିକ ବ୍ୟବହାରକାରୀ ଯୋଡି ହୋଇସାରିଲେଣି । ଆପଣ ସମସ୍ତେ ଏହି ପୋର୍ଟାଲରୁ ପୁରା ଲାଭ ଉଠାନ୍ତୁ । ଏଥି ସହିତ ନିଜର କୌଶଳର ଉନ୍ନତି କରନ୍ତୁ । ମୁଁ ପୁଣି ଥରେ ଆପଣମାନଙ୍କ ନିଯୁକ୍ତି ପତ୍ର ପାଇବା ସହିତ ଆପଣମାନଙ୍କ ନିଯୁକ୍ତିପତ୍ର ପାଇବା ସହିତ ଆପଣମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଆପଣମାନଙ୍କ କ୍ୟାରିୟର ମାଧ୍ୟମରେ ଦେଶକୁ ନୂଆ ନୂଆ କିିଛି ନେଇ ଅଗ୍ରଗତି କରନ୍ତୁ ବୋଲି ମୁଁ ଶୁଭକାମନା କରୁଛି । ଏହି ଅବସରରେ ଆପଣଙ୍କ ପରିବାରବର୍ଗଙ୍କୁ ମଧ୍ୟ ଶୁଭକାମନା ଜଣାଉଛି ।

 ପୁନର୍ବାର ଧନ୍ୟବାଦ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Sweden backs India's permanent UNSC seat, sees defence manufacturing as next big chapter in bilateral ties

Media Coverage

Sweden backs India's permanent UNSC seat, sees defence manufacturing as next big chapter in bilateral ties
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Chamba, Himachal Pradesh
August 08, 2026

The Prime Minister, Shri Narendra Modi, condoled loss of lives due to a mishap in Chamba, Himachal Pradesh. "My thoughts are with the families who have lost their loved ones. May those injured recover at the earliest", Shri Modi stated.

The Prime Minister posted on X:

The loss of lives due to a mishap in Chamba, Himachal Pradesh, is deeply saddening. My thoughts are with the families who have lost their loved ones. May those injured recover at the earliest: PM @narendramodi