ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ
"ଚାକିରି ପ୍ରତି ନବନିଯୁକ୍ତ କର୍ମଚାରୀ ମାନଙ୍କ ନିଷ୍ଠା ଦେଶକୁ ତା'ର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ"
ନୂଆ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଦେଶ ପାଇଁ ଏକ ନୂଆ ଆରମ୍ଭ
"ଟେକ୍ନୋଲୋଜି ଦୁର୍ନୀତି ରୋକିଛି, ବିଶ୍ୱସନୀୟତାରେ ଉନ୍ନତି ଆଣିଛି, ଜଟିଳତା ହ୍ରାସ କରିଛି"
ସରକାରଙ୍କ ନୀତି ଏକ ନୂତନ ମାନସିକତା, ନିରନ୍ତର ତଦାରଖ, ମିଶନ ମୋଡ୍ କାର୍ଯ୍ୟକାରିତା ଏବଂ ଜନଭାଗିଦାରୀ ଉପରେ ଆଧାରିତ, ଯାହା ଉଲ୍ଲେଖନୀୟ ଲକ୍ଷ୍ୟ ହାସଲ ପାଇଁ ମାର୍ଗ ପ୍ରଶସ୍ତ କରିଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଦେଶର ବିଭିନ୍ନ ବିଭାଗ ପକ୍ଷରୁ ମନୋନୀତ ହୋଇ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଓ ଆକାଉଣ୍ଟ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗରେ ସରକାରଙ୍କ ସହ ଯୋଗ ଦେବେ । ସାରା ଦେଶରେ ୪୬ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି ।

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜି ନିଯୁକ୍ତି ପତ୍ର ପାଇଥିବା କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେମାନେ ନିଜ କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଏହି ସ୍ଥାନରେ ପହଂଚି ପାରିଛନ୍ତି ଏବଂ ଲକ୍ଷ ଲକ୍ଷ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ସେମାନଙ୍କୁ ଚୟନ କରାଯାଇଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ସମଗ୍ର ଦେଶରେ ଗଣେଶ ଉତ୍ସବର ପର୍ବ ପାଳନ ହେଉଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପବିତ୍ର ଅବସର ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କ ପାଇଁ ଏହା ଏକ ନୂତନ ଜୀବନର 'ଶ୍ରୀଗଣେଶ' ଅଟେ । "ଭଗବାନ ଗଣେଶ ହେଉଛନ୍ତି ସଫଳତାର ଦେବତା", ସେବା ପ୍ରତି ନୂତନ ନିଯୁକ୍ତିପ୍ରାପ୍ତ କର୍ମଚାରୀ ମାନଙ୍କର ନିଷ୍ଠା ଦେଶକୁ ତା'ର ଲକ୍ଷ୍ୟ ହାସଲ କରିବାରେ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଐତିହାସିକ ସଫଳତାର ସାକ୍ଷୀ । ସେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟରେ ଉଲ୍ଲେଖ କରିଥିଲେ,  ଯାହା ଅଧା ଜନସଂଖ୍ୟାକୁ ସଶକ୍ତ କରିଛି । ଦୀର୍ଘ ୩୦ ବର୍ଷ ଧରି ଅଟକି ରହିଥିବା ମହିଳା ସଂରକ୍ଷଣ ପ୍ରସଙ୍ଗ ଉଭୟ ଗୃହରେ ରେକର୍ଡ ଭୋଟରେ ପାରିତ ହୋଇଛି । ନୂଆ ସଂସଦର ପ୍ରଥମ ଅଧିବେଶନରେ ଏହି ନିଷ୍ପତ୍ତି ନିଆ ଯାଇଛି, ଏହା ଗୋଟିଏ ପ୍ରକାରରେ ନୂଆ ସଂସଦରେ ଦେଶ ପାଇଁ ଏକ ନୂଆ ଆରମ୍ଭ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ନୂତନ ନିଯୁକ୍ତିପ୍ରାପ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ମହିଳା ମାନଙ୍କର ଉଲ୍ଲେଖନୀୟ ଉପସ୍ଥିତିକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଦେଶର ଝିଅମାନେ ଏବେ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରୁଛନ୍ତି । "ନାରୀ ଶକ୍ତିର ସଫଳତାରେ ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି ଏବଂ ସେମାନଙ୍କ ଅଭିବୃଦ୍ଧି ପାଇଁ ନୂତନ ମାର୍ଗ ଖୋଲିବା ହେଉଛି ସରକାରଙ୍କ ନୀତି" ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କୌଣସି କ୍ଷେତ୍ରରେ ମହିଳା ମାନଙ୍କର ଉପସ୍ଥିତି ସବୁବେଳେ ପ୍ରତ୍ୟେକ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ।

 

ନୂତନ ଭାରତର ବୃଦ୍ଧି ପାଉଥିବା ଆକାଂକ୍ଷା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନୂତନ ଭାରତର ସ୍ୱପ୍ନ ବହୁତ ଉଚ୍ଚ । ୨୦୪୭ ସୁଦ୍ଧା ଭାରତ ବିକଶିତ ଭାରତ ହେବା ପାଇଁ ସଂକଳ୍ପ ନେଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆଗାମୀ କିଛି ବର୍ଷ ମଧ୍ୟରେ ଦେଶ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ଯେଉଁଠାରେ ଆଗାମୀ ଦିନରେ ସରକାରୀ କର୍ମଚାରୀ ମାନଙ୍କର ଅନେକ ଅବଦାନ ରହିବ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ସେମାନେ 'ପ୍ରଥମେ ନାଗରିକ' ଆଭିମୁଖ୍ୟକୁ ଅନୁସରଣ କରନ୍ତି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ଆଜିର ନିଯୁକ୍ତି ପ୍ରଯୁକ୍ତି ବିଦ୍ୟା ସହିତ ବଢ଼ୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାକୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ବ୍ୟବହାର କରିବା ଏବଂ ଶାସନର ଦକ୍ଷତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଶାସନରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ଅନଲାଇନ୍ ରେଳ ସଂରକ୍ଷଣ, ଆଧାର କାର୍ଡ, ଡିଜିଲକର, ଇ କେୱାଇସି, ଗ୍ୟାସ ବୁକିଂ, ବିଲ୍ ଦେୟ, ଡିବିଟି ଏବଂ ଡିଜିଯାତ୍ରା ଦ୍ୱାରା ଦସ୍ତାବିଜର ଜଟିଳତା ଦୂର କରିବା ବିଷୟରେ ଉଲ୍ଲେଖ କରିଥିଲେ । ବୈଷୟିକ ଜ୍ଞାନକୌଶଳ ଦୁର୍ନୀତିକୁ ରୋକିଛି, ବିଶ୍ୱସନୀୟତା ବୃଦ୍ଧି କରିଛି, ଜଟିଳତା ହ୍ରାସ କରିଛି, ଆରାମ ବଢ଼ାଇଛି ବୋଲି ପ୍ରଧାନମନ୍ତ୍ରୀ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ଏ ଦିଗରେ ଆଗକୁ କାମ କରିବାକୁ ଅନୁରୋଧ କରିଛନ୍ତି ।

 

ଗତ ୯ ବର୍ଷ ମଧ୍ୟରେ, ସରକାରଙ୍କ ନୀତି ଏକ ନୂତନ ମାନସିକତା, ନିରନ୍ତର ତଦାରଖ, ମିଶନ ମୋଡ୍ କାର୍ଯ୍ୟକାରିତା ଏବଂ ଜନଭାଗିଦାରୀ ଉପରେ ଆଧାରିତ ହୋଇଛି ଏବଂ ଏହା ସ୍ମରଣୀୟ ଲକ୍ଷ୍ୟ ହାସଲ ପାଇଁ ମାର୍ଗ ପ୍ରଶସ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱଚ୍ଛ ଭାରତ ଏବଂ ଜଳ ଜୀବନ ମିଶନ ଭଳି ଅଭିଯାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସରକାରଙ୍କ ମିଶନ ମୋଡ୍ କାର୍ଯ୍ୟକାରିତା ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ, ଯେଉଁଠାରେ ସନ୍ତୁଳନ ହାସଲ କରିବା ପାଇଁ ପ୍ରୟାସ କରାଯାଉଛି ।

ସମଗ୍ର ଦେଶରେ ବିଭିନ୍ନ ପ୍ରକଳ୍ପ ଉପରେ ନିରନ୍ତର ନଜର ରଖାଯାଉଛି ବୋଲି ସେ ସୂଚନା ଦେଇ ପ୍ରଗତି ପ୍ଲାଟଫର୍ମର ଉଦାହରଣ ଦେଇଛନ୍ତି, ଯାହାକୁ ନିଜେ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଛନ୍ତି । ସରକାରୀ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାର ସର୍ବୋଚ୍ଚ ଦାୟିତ୍ୱ ସରକାରୀ କର୍ମଚାରୀମାନେ ବହନ କରନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଯେତେବେଳେ ଲକ୍ଷ ଲକ୍ଷ ଯୁବକ ଯୁବତୀ ସରକାରୀ ସେବାରେ ଯୋଗ ଦେଇଥାନ୍ତି, ନୀତି କାର୍ଯ୍ୟକାରିତାର ଗତି ଏବଂ ବ୍ୟାପକତା ବୃଦ୍ଧି ପାଇଥାଏ, ଯାହା ଦ୍ୱାରା ସରକାରୀ କ୍ଷେତ୍ର ବାହାରେ ନିଯୁକ୍ତି ବୃଦ୍ଧି ପାଇଥାଏ ଏବଂ ଏହା ଦ୍ୱାରା ନୂତନ ନିଯୁକ୍ତି ଢାଞ୍ଚା ପ୍ରତିଷ୍ଠା ହୁଏ ବୋଲି ସେ ଉଲ୍ଲେଖ କରିଥିଲେ ।

 

ଜିଡିପି ଅଭିବୃଦ୍ଧି ଏବଂ ଉତ୍ପାଦନ ଓ ରପ୍ତାନି ବୃଦ୍ଧି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଆଧୁନିକ ଭିତ୍ତିଭୂମିରେ ଅଭୂତପୂର୍ବ ପୁଞ୍ଜି ନିବେଶ ବିଷୟରେ ଉଲ୍ଲେଖ କରିଥିଲେ । ଅକ୍ଷୟ ଶକ୍ତି, ଜୈବିକ କୃଷି, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଏକ ନୂତନ ଗତିଶୀଳତା ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ । ଭାରତର ଆତ୍ମନିର୍ଭର ଅଭିଯାନରେ ମୋବାଇଲ  ଫୋନ୍ ଠାରୁ ଆରମ୍ଭ କରି ଏୟାରକ୍ରାଫ୍ଟ କ୍ୟାରିୟର, କରୋନା ଟିକା ଠାରୁ ଆରମ୍ଭ କରି ଲଢ଼ୁଆ ବିମାନ ପର୍ଯ୍ୟନ୍ତ କ୍ଷେତ୍ରରେ ଏହି ପରିମାଣ ଦେଖିବାକୁ ମିଳୁଛି । ସେ କହିଛନ୍ତି ଯେ ଆଜି ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଛି ।

ଆଗାମୀ ୨୫ ବର୍ଷର ଅମୃତ କାଳର ଦେଶ ତଥା ନୂତନ ନିଯୁକ୍ତିର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ । ସାମୁହିକ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି - ୨୦ ଆମ ପରମ୍ପରା, ସଂକଳ୍ପ ଏବଂ ଆତିଥେୟତାର ଏକ କାର୍ଯ୍ୟକ୍ରମ ପାଲଟିଥିଲା । ଏହି ସଫଳତା ମଧ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ ବିଭାଗର ସଫଳତା । ଜି - ୨୦ର ସଫଳତା ପାଇଁ ସମସ୍ତେ ଏକ ସମୂହ ଭାବେ କାମ କରିଥିଲେ । "ମୁଁ ଆନନ୍ଦିତ ଯେ ଆଜି ଆପଣ ମାନେ ମଧ୍ୟ ଭାରତର ସରକାରୀ କର୍ମଚାରୀଙ୍କ ଦଳର ଅଂଶ ପାଲଟି ଯାଇଛନ୍ତି" ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ସରକାରଙ୍କ ସହ ସିଧାସଳଖ କାମ କରିବାର ସୁଯୋଗ ପାଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଶିଖିବାର ଯାତ୍ରା ଜାରି ରଖିବାକୁ ଅନୁରୋଧ କରିଥିଲେ ଏବଂ ସେମାନଙ୍କ ଆଗ୍ରହ କ୍ଷେତ୍ରରେ ସେମାନଙ୍କ ଜ୍ଞାନକୁ ଆଗକୁ ବଢ଼ାଇବା ପାଇଁ ଆଇଜିଓଟି କର୍ମଯୋଗୀ ପୋର୍ଟାଲର ବ୍ୟବହାର କରିବାକୁ ଅନୁରୋଧ କରିଥିଲେ । ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ୨୫ ବର୍ଷ ମଧ୍ୟରେ ଏକ ବିକଶିତ ରାଷ୍ଟ୍ରର ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ ।

ପୃଷ୍ଠଭୂମି

ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଏହି ପଦକ୍ଷେପକୁ ସମର୍ଥନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି । ଦେଶର ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ, ଯଥା ; ଡାକ ବିଭାଗ, ଭାରତୀୟ ଅଡିଟ୍ ଓ ଆକାଉଣ୍ଟ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗରେ ନିଯୁକ୍ତି ପାଇବେ ।

 

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କ ସଶକ୍ତୀକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ 'ଯେକୌଣସି ସ୍ଥାନରେ , ଯେକୌଣସି ଡିଭାଇସ୍‌' ଶିକ୍ଷଣ ଫର୍ମାଟ ପାଇଁ ୬୮୦ରୁ ଅଧିକ ଇ - ଶିକ୍ଷଣ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
500 ethanol pumps by year-end: Union minister Hardeep Singh Puri

Media Coverage

500 ethanol pumps by year-end: Union minister Hardeep Singh Puri
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.