ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ଭାରତୀୟ ଆଥଲେଟ୍ ମାନେ ସେମାନଙ୍କର ୧୦୦ତମ ପଦକ ଜିତିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

ଏହି ଐତିହାସିକ ସଫଳତା ପାଇଁ ସେ ଆଥଲେଟ୍, ପ୍ରଶିକ୍ଷକ ଏବଂ ସେମାନଙ୍କ ସମର୍ଥନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସୀୟ ପାରା ଗେମ୍ସରେ ୧୦୦ ପଦକ ! ଅତୁଳନୀୟ ଆନନ୍ଦର ମୁହୂର୍ତ୍ତ । ଏହି ସଫଳତା ଆମ ଆଥଲେଟମାନଙ୍କ ର ଦକ୍ଷତା, କଠିନ ପରିଶ୍ରମ ଏବଂ ସଂକଳ୍ପର ଫଳ ।

ଏହି ଉଲ୍ଲେଖନୀୟ ମାଇଲଖୁଣ୍ଟ ଆମ ହୃଦୟକୁ ଅତ୍ୟନ୍ତ ଗର୍ବରେ ଭରି ଦେଇଛି । ମୁଁ ଆମର ଅବିଶ୍ୱସନୀୟ ଆଥଲେଟ୍, ପ୍ରଶିକ୍ଷକ ଏବଂ ସେମାନଙ୍କ ସହିତ କାର୍ଯ୍ୟ କରୁଥିବା ସମଗ୍ର ସମର୍ଥନ ବ୍ୟବସ୍ଥାକୁ ଗଭୀର ପ୍ରଶଂସା ଏବଂ କୃତଜ୍ଞତା ଜଣାଉଛି ।

ଏହି ବିଜୟ ଆମ ସମସ୍ତଙ୍କୁ ପ୍ରେରଣା ଦେଇଥାଏ। ଆମ ଯୁବପିଢ଼ିଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ବୋଲି ସେମାନେ ସ୍ମରଣ କରାଇ ଦେଉଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts