ଏମ୍‍ସର ଗୌହାଟୀ ଏବଂ ଅନ୍ୟ ତିନୋଟି ମେଡିକାଲ କଲେଜକୁ ଦେଶକୁ ଉତ୍ସର୍ଗ କରିଛନ୍ତି
"ଆପ୍‍କେ ଦ୍ୱାର ଆୟୁଷ୍ମାନ” ଅଭିଯାନର ଶୁଭାରମ୍ଭ କରିଛନ୍ତି
ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ୍ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
“ଗତ ନଅ ବର୍ଷ ମଧ୍ୟରେ ଉତ୍ତର-ପୂର୍ବରେ ସାମାଜିକ ଭିତ୍ତିଭୂମି ଯଥେଷ୍ଟ ଉନ୍ନତ ହୋଇଛି”
“ଆମେ ଲୋକଙ୍କ ପାଇଁ ‘ସେବା ଭବ’ ସହିତ କାମ କରୁଛୁ”
“ଆମେ ଉତ୍ତର-ପୂର୍ବର ବିକାଶ ମାଧ୍ୟମରେ ଭାରତର ବିକାଶର ମନ୍ତ୍ର ସହିତ ଆଗକୁ ବଢୁଛୁ”
“ସରକାରଙ୍କ ନୀତି, ଉଦ୍ଦେଶ୍ୟ ଏବଂ ପ୍ରତିବଦ୍ଧତା ସ୍ୱାର୍ଥ ଦ୍ୱାରା ନୁହେଁ ବରଂ "ଦେଶ ପ୍ରଥମେ - ଲୋକ ପ୍ରଥମେ” ଆବେଗ ଦ୍ୱାରା ପରିଚାଳିତ ହେଉଛି”
“ଯେତେବେଳେ ବଂଶବାଦ, ଆଞ୍ଚଳିକତା, ଦୁର୍ନୀତି ଏବଂ ଅସ୍ଥିରତା ରାଜନୀତି ଉପରେ ପ୍ରଧାନ୍ୟ ବିସ୍ତାର କରିଥାଏ ସେତେବେଳେ ବିକାଶ ଅସମ୍ଭବ ହୋଇଯାଏ”
“ଆମ ସରକାର ଆରମ୍ଭ କରିଥିବା ଏହି ଯୋଜନା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ”
“ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାର ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆଧୁନିକୀକରଣ କରୁଛନ୍ତି”
“ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସବୁଠାରୁ ବଡ ଆଧାର ହେଉଛି ସବକା ପ୍ରୟାସ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ଆମାମର ଗୌହାଟୀ ଠାରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।  ପ୍ରଧାନମନ୍ତ୍ରୀ ଏମ୍‍ସ ଗୌହାଟୀ ଏବଂ ଅନ୍ୟ ତିନୋଟି ମେଡିକାଲ କଲେଜକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ସେ ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ୍ ଇନଷ୍ଟିଚ୍ୟୁଟ୍ (ଏଏଏଚଆଇଆଇ) ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ କରି "ଆପକେ ଦ୍ୱାର ଆୟୁଷ୍ମାନ” ଅଭିଯାନର ଶୁଭାରମ୍ଭ କରିଛନ୍ତି ।

 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରଙ୍ଗୋଲି ବିହୁର ଶୁଭ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆସାମ ଏବଂ ଉତ୍ତର ପୂର୍ବର ସ୍ୱାସ୍ଥ୍ୟ ଭିତ୍ତିଭୂମି ନୂତନ ଶକ୍ତି ପାଇଛି ଏବଂ ଉତ୍ତର-ପୂର୍ବ ଏହାର ପ୍ରଥମ ଏମ୍‍ସ ଏବଂ ଆସାମ ରାଜ୍ୟ ତିନୋଟି ନୂତନ ମେଡିକାଲ କଲେଜ ପାଇଛି । ଆଇଆଇଟି ଗୌହାଟୀ ସହଯୋଗରେ ଉନ୍ନତ ଗବେଷଣା ପାଇଁ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆସାମର ଲକ୍ଷ ଲକ୍ଷ ନାଗରିକଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ ଚାଲିଛି । ପଡୋଶୀ ରାଜ୍ୟ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ମଣିପୁର ଏବଂ ମିଜୋରାମର ନାଗରିକମାନେ ମଧ୍ୟ ଆଜିର ବିକାଶମୂଳକ ପ୍ରକଳ୍ପର ଲାଭ ପାଇବେ । ଆଜିର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଉତ୍ତର-ପୂର୍ବରେ ସଂଯୋଗ ବୃଦ୍ଧି ତଥା ଗତ ୮-୯ ବର୍ଷ ମଧ୍ୟରେ ସଡ଼କ, ରେଳ ଏବଂ ବିମାନବନ୍ଦର ଭିତ୍ତିଭୂମିରେ ଆଖିଦୃଶିଆ ଉନ୍ନତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭୌତିକ ଭିତ୍ତିଭୂମି ସହିତ ସାମାଜିକ ଭିତ୍ତିଭୂମି ମଧ୍ୟ ଏହି ଅଞ୍ଚଳରେ ବ୍ୟାପକ ବୃଦ୍ଧି ପାଇଛି କାରଣ ଶିକ୍ଷା ତଥା ସ୍ୱାସ୍ଥ୍ୟ ସୁବିଧା ଅପ୍ରତ୍ୟାଶିତ ଭାବରେ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ତାଙ୍କର ଶେଷ ଗସ୍ତ ସମୟରେ ଅନେକ ମେଡିକାଲ କଲେଜ ଉତ୍ସର୍ଗ କରିଥିଲେ ଏବଂ ଆଜି ସେ ଏମ୍‍ସ ଏବଂ ତିନୋଟି ମେଡିକାଲ କଲେଜ ଉସର୍ଗ କରିଛନ୍ତି  । ପ୍ରଧାନମନ୍ତ୍ରୀ ଚିକିତ୍ସା ସୁବିଧା ତଥା ଏହି ଅଞ୍ଚଳର ରେଳ-ସଡ଼କ ସଂଯୋଗ ରୋଗୀଙ୍କୁ କିଭଳି ସହାୟତା କରିବ ତାହା ଉପରେ ମଧ୍ୟ ଆଲୋକପାତ କରିଛନ୍ତି ।

 

ପୂର୍ବ ଶାସନଗୁଡିକରେ ଶ୍ରେୟ ନେବାର କ୍ଷୁଧା ଏବଂ ଜନତାଙ୍କ ଉପରେ ଶାସନ କରିବାର ଭାବନା ଦେଶକୁ କିପରି ଅସହାୟ କରିଦେଲା ବୋଲି ପ୍ରଧାନମନ୍ତ୍ରୀ ମନେ ପକାଇଲେ, ସାଧାରଣ ଜନତା ଭଗବାନଙ୍କର ଏକ ରୂପ ବୋଲି ସେ ଦର୍ଶାଇ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଥିଲେ । ସେ କହିଛନ୍ତି ଯେ ପୂର୍ବ ସରକାରଗୁଡିକ ଉତ୍ତର-ପୂର୍ବ ଆଡକୁ ଏକ ବିଚ୍ଛିନ୍ନତା ଭାବନା ସୃଷ୍ଟି କରିଥିଲେ ଏବଂ ଏହାକୁ ମୁଖ୍ୟ ଭୂଖଣ୍ଡ ଠାରୁ ବହୁତ ଦୂରରେ ବୋଲି ବିବେଚନା କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ସରକାର ଏକ ସେବା ଭିତ୍ତିକ ବିଶ୍ୱାସ ସହିତ ଆସୁଛନ୍ତି ଯାହା ଉତ୍ତର-ପୂର୍ବକୁ ଅତି ନିକଟତର କରିଥାଏ ଏବଂ ନିକଟତର ଭାବନା କେବେହେଲେ ବନ୍ଦ ହୁଏ ନାହିଁ ।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଉତ୍ତର-ପୂର୍ବର ଲୋକମାନେ ସେମାନଙ୍କର ଭାଗ୍ୟ ଏବଂ ବିକାଶର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆମେ ଉତ୍ତର-ପୂର୍ବର ବିକାଶ ମାଧ୍ୟମରେ ଭାରତର ବିକାଶର ମନ୍ତ୍ର ସହିତ ଆଗକୁ ବଢୁଛୁ । ବିକାଶର ଏହି ଅଭିଯାନରେ କେନ୍ଦ୍ର ସରକାର ଜଣେ ବନ୍ଧୁ ଏବଂ ସେବକ ଭାବରେ ସହଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଏହି ଅଞ୍ଚଳର ଦୀର୍ଘ ଦିନର ଆହ୍ୱାନ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଂଶବାଦ, ଆଞ୍ଚଳିକତା, ଦୁର୍ନୀତି ଏବଂ ଅସ୍ଥିରତା ରାଜନୀତି ଉପରେ ପ୍ରାଧାନ୍ୟ ବିସ୍ତାର କଲେ ବିକାଶ ଅସମ୍ଭବ ହୋଇଯାଏ । ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଏହା ଘଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଏମ୍‍ସ ର ଏକ ଉଦାହରଣ ଦେଇ ଏହାକୁ ବର୍ଣ୍ଣନା କରିଥିଲେ ଯାହା ୫୦ ଦଶକରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଦେଶର ଅନ୍ୟ ଭାଗରେ ଏମ୍‍ସ ଖୋଲିବାକୁ କୌଣସି ପ୍ରୟାସ କରାଯାଇ ନଥିଲା । ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ସତ୍ୱେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରବର୍ତ୍ତୀ ବର୍ଷରେ ଉଦ୍ୟମ ଆଗକୁ ବଢି ନଥିଲା ଏବଂ କେବଳ ୨୦୧୪ ପରେ ଏହି ସମସ୍ୟାଗୁଡିକ ବର୍ତ୍ତମାନର ସରକାର ସମାଧାନ କରିଥିଲେ । ସେ ସୂଚନା ଦେଇଛନ୍ତି ଯେ ନିକଟ ଅତୀତରେ ସରକାର ୧୫ଟି ଏମ୍‍ସ ଉପରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶରେ ଚିକିତ୍ସା ଏବଂ ପାଠପଢା ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମ୍‍ସ ଗୌହାଟୀ ମଧ୍ୟ ଆମ ସରକାରର ସମସ୍ତ ସଂକଳ୍ପ ପୂରଣ କରିବାର ଏକ ଉଦାହରଣ ଅଟେ ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ପୂର୍ବ ସରକାରଙ୍କ ନୀତି ଦେଶରେ ଡାକ୍ତର ଏବଂ ଡାକ୍ତରୀ ବୃତ୍ତିଧାରୀଙ୍କ ଅଭାବ ସୃଷ୍ଟି କରିଛି ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ପ୍ରାଚୀର ର୍ନିମାଣ କରିଛି । ଗତ ୯ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶରେ ମେଡିକାଲ ଭିତ୍ତିଭୂମି ତଥା ମେଡିକାଲ ବୃତ୍ତିଧାରୀମାନଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ସରକାର ଏକ ବୃହତ ସ୍ତରରେ କାର୍ଯ୍ୟ କରିଛନ୍ତି । ଡାକ୍ତରୀ ଭିତ୍ତିଭୂମି କ୍ଷେତ୍ରର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୩୦୦ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରିଛି ଯେତେବେଳେ କି ୨୦୧୪ ପୂର୍ବରୁ ଦଶନ୍ଧି ମଧ୍ୟରେ ମାତ୍ର ୧୫୦ ଟି ମେଡିକାଲ କଲେଜ ହୋଇଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ଏମ୍‍ବିବିଏସ୍‍ ସିଟ୍ ସଂଖ୍ୟା ଗତ ୯ ବର୍ଷରେ ଦ୍ୱିଗୁଣିତ ହୋଇ ପ୍ରାୟ ୧ ଲକ୍ଷ ହୋଇଥିବାବେଳେ ପିଜି ଆସନରେ ୧୧୦ ପ୍ରତିଶତ ବୃଦ୍ଧି ଘଟିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଡାକ୍ତରୀ ଶିକ୍ଷା ବିସ୍ତାର ପାଇଁ ଜାତୀୟ ଚିକିତ୍ସା ଆୟୋଗ ଗଠନ ହେବା ସହିତ  ସଂରକ୍ଷଣ ମଧ୍ୟ ସୁନିଶ୍ଚିତ କରାଯାଇଛି ଯାହା ଦ୍ୱାରା ପଛୁଆ ବର୍ଗର ଯୁବକମାନେ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିପାରିବେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୧୫୦ ରୁ ଅଧିକ ନର୍ସିଂ କଲେଜକୁ ମଧ୍ୟ ଚଳିତ ବର୍ଷର ବଜେଟର ଏକ ଅଂଶ ଭାବରେ ଘୋଷଣା କରାଯାଇଛି । ଉତ୍ତର-ପୂର୍ବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଏହି ଅଞ୍ଚଳର ମେଡିକାଲ କଲେଜ ସଂଖ୍ୟା ଏବଂ ଆସନ ସଂଖ୍ୟା ଦ୍ୱିଗୁଣିତ ହୋଇଥିବାବେଳେ ଅନେକ ନୂଆ କାର୍ଯ୍ୟ ଚାଲିଛି ।

 

ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭଲ କାର୍ଯ୍ୟ ପାଇଁ କେନ୍ଦ୍ରର ଏକ ଶକ୍ତିଶାଳୀ ତଥା ସ୍ଥିର ସରକାରକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି ସରକାରଙ୍କ ନୀତିରେ ଉଦ୍ଦେଶ୍ୟ ଏବଂ ପ୍ରତିବଦ୍ଧତା ସ୍ୱାର୍ଥ ଦ୍ୱାରା ନୁହେଁ ବରଂ " ଦେଶ ପ୍ରଥମେ - ଦେଶବାସୀ ପ୍ରଥମେ” ର ଆବେଗ ଦ୍ୱାରା ପରିଚାଳିତ । ସେଥିପାଇଁ ସରକାରଙ୍କ ଧ୍ୟାନ ଭୋଟ୍ ବ୍ୟାଙ୍କ ଉପରେ ନୁହେଁ ବରଂ ନାଗରିକଙ୍କ ସମସ୍ୟା ହ୍ରାସ ଉପରେ ଥିଲା ବୋଲି ସେ କହିଛନ୍ତି । ଏକ ଗରିବ ପରିବାରର ଚିକିତ୍ସା ପାଇଁ ଆର୍ଥିକ ସମ୍ବଳ ଅଭାବ ଅସୁବିଧା ବିଷୟରେ ପ୍ରଧାନମନ୍ତ୍ରୀ ନିଜର ମତ ଜଣାଇ ଆୟୁଷ୍ମାନ ଯୋଜନା ବିଷୟରେ କହିଥିଲେ ଯାହା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇଥାଏ । ସେହିଭଳି ୯୦୦୦ ଜନ ଔଷଧି କେନ୍ଦ୍ର ସୁଲଭ ଦରରେ ଔଷଧ ଯୋଗାଉଛି । ପ୍ରତ୍ୟେକ ଜିଲ୍ଲାର ଷ୍ଟେଣ୍ଟ ଏବଂ ଆଣ୍ଠୁ ପ୍ରତିରୋପଣ ଏବଂ ମାଗଣା ଡାଏଲିସିସ୍ କେନ୍ଦ୍ରର ମୂଲ୍ୟ ସ୍ଥିର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ୧.୫ ଲକ୍ଷରୁ ଅଧିକ ସୁସ୍ଥତା କେନ୍ଦ୍ରଗୁଡିକ ଶୀଘ୍ର ରୋଗ ନିରୂପଣ ଏବଂ ଉନ୍ନତ ଚିକିତ୍ସା ପାଇଁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ମଧ୍ୟ ଦେଶ ତଥା ଗରିବଙ୍କ ଏକ ପ୍ରମୁଖ ଚିକିତ୍ସା ଆହ୍ୱାନକୁ ସମାଧାନ କରୁଛନ୍ତି । ସ୍ୱଚ୍ଛତା, ଯୋଗ ଏବଂ ଆୟୁର୍ବେଦ ମାଧ୍ୟମରେ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁସ୍ଥତା ବୃଦ୍ଧି କରିବ ଏବଂ ରୋଗକୁ ରୋକିପାରିବ ।

ସରକାରୀ ଯୋଜନାର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ସେବା କରିବାର ସୁଯୋଗ ପାଇ ସେ ନିଜକୁ ଆଶୀର୍ବାଦପ୍ରାପ୍ତ ଅନୁଭବ କରୁଛନ୍ତି । ସେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଗରିବ ଲୋକଙ୍କୁ ୮୦,୦୦୦ କୋଟି ଟଙ୍କା ସଞ୍ଚୟ କରିବାରେ ଏହା ଏକ ସହାୟକ ବ୍ୟବସ୍ଥା ହୋଇପାରିଛି । ସେ ଜନ ଔଷଧି କେନ୍ଦ୍ରକୁ ମଧ୍ୟବିତ୍ତଙ୍କୁ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଷ୍ଟେଣ୍ଟ ଏବଂ ଆଣ୍ଠୁ ପ୍ରତିରୋପଣର ମୂଲ୍ୟ ହ୍ରାସ ହେତୁ ଗରିବ ଏବଂ ମଧ୍ୟବିତ୍ତ ମାନେ ପ୍ରତିବର୍ଷ ୧୩,୦୦୦ କୋଟି ଟଙ୍କା ସଞ୍ଚୟ କରୁଛନ୍ତି, ମାଗଣା ଡାଏଲିସିସ୍ ସୁବିଧା ଗରିବ କିଡନୀ ରୋଗୀଙ୍କୁ ୫୦୦ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆସାମରେ ପ୍ରାୟ ଏକ ଲକ୍ଷ କୋଟି ଆୟୁଷ୍ମାନ ଭାରତ କାର୍ଡ ହସ୍ତାନ୍ତର ଅଭିଯାନ ମଧ୍ୟ ଆରମ୍ଭ ହୋଇଛି ଯାହା ସେମାନଙ୍କୁ ଅଧିକ ଅର୍ଥ ସଞ୍ଚୟ କରିବାରେ ସାହାଯ୍ୟ କରିବ ।

 

ମହିଳା କଲ୍ୟାଣ ଉପରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ ଦୀର୍ଘ ସୂଚନା ଦେଇଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପାରମ୍ପାରିକ ଅନିଚ୍ଛା ବୋଲି ସେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଶୌଚାଳୟର ପ୍ରସାର ସେମାନଙ୍କୁ ଅନେକ ରୋଗରୁ ରକ୍ଷା କରୁଛି ଏବଂ ଉଜ୍ୱଳା ସଂଯୋଗ ସେମାନଙ୍କୁ ଧୂଆଁ ଜନିତ ସମସ୍ୟାରୁ ରକ୍ଷା କରିପାରିଛି । ଜଳ ଜୀବନ୍ ମିଶନ୍ ଦ୍ୱାରା ଜଳବାହିତ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କଲା ଏବଂ ମିଶନ୍ ଇନ୍ଦ୍ରଧନୁଶ୍ ଗୁରୁତର ରୋଗ ପାଇଁ ମାଗଣା ଟୀକାକରଣ ଦ୍ୱାରା ସେମାନଙ୍କୁ ବଞ୍ଚାଇଦେଲା । ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଏବଂ ଜାତୀୟ ପୁଷ୍ଟିକର ମିଶନ ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ଆଣିଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସରକାର ସମ୍ବେଦନଶୀଳ ହୁଅନ୍ତି ଏବଂ ଗରୀବଙ୍କ ପ୍ରତି ସେବା କରିବାର ଅନୁଭବ ହୁଏ, ସେତେବେଳେ ଏଭଳି କାର୍ଯ୍ୟ କରାଯାଇଥାଏ ।

ଶ୍ରୀ ମୋଦୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଆମ ସରକାର ମଧ୍ୟ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆଧୁନିକୀକରଣ କରୁଛନ୍ତି । ସେ ଆୟୁଷ୍ମାନ ଭାରତ ଡିଜିଟାଲ ହେଲଥ ମିଶନ ଏବଂ ଡିଜିଟାଲ ହେଲଥ ଆଇଡି ତାଲିକାଭୁକ୍ତ କରିଛନ୍ତି ଯାହାକି ଗୋଟିଏ କ୍ଲିକରେ ନାଗରିକଙ୍କ ସ୍ୱାସ୍ଥ୍ୟ ରେକର୍ଡ ପ୍ରସ୍ତୁତ କରିବ ଏବଂ ଡାକ୍ତରଖାନା ସେବାରେ ଉନ୍ନତି ଆଣିବ । ସେ ଖୁସି ବ୍ୟକ୍ତ କରିଛନ୍ତି ଯେ ଏପର୍ଯ୍ୟନ୍ତ ୩୮ କୋଟି ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରଦାନ କରାଯାଇଛି ଏବଂ ୨ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ସୁବିଧା ଏବଂ ୧.୫ ଲକ୍ଷ ସ୍ୱାସ୍ଥ୍ୟ ବୃତ୍ତିଧାରୀ ଏହାର ଯାଞ୍ଚ କରିଛନ୍ତି ।  ଇ-ସଞ୍ଜୀବନୀର ବଢୁଥିବା ଲୋକପ୍ରିୟତାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଏହି ଯୋଜନା ମାଧ୍ୟମରେ ୧୦ କୋଟି ଇ-ପରାମର୍ଶ ସମାପ୍ତ କରିବାର କୀର୍ତ୍ତିମାନ ଉଲ୍ଲେଖ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ପାଇଁ ସବୁଠାରୁ ବଡ ଆଧାର ହେଉଛି ସବକା ପ୍ରୟାସ (ସମସ୍ତଙ୍କ ଉଦ୍ୟମ) । କରୋନା ସଙ୍କଟ ସମୟରେ ସେ ସବକା ପ୍ରୟାସର ଆବେଗକୁ ମନେ ପକାଇ କହିଥିଲେ ଯେ ବିଶ୍ୱର ସର୍ବ ବୃହତ, ଦ୍ରୁତତମ ଏବଂ ପ୍ରଭାବଶାଳୀ କୋଭିଡ୍ ଟୀକାକରଣ ଅଭିଯାନକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି । ଖୁବ୍ କମ୍ ସମୟ ମଧ୍ୟରେ ମେଡ ଇନ୍ ଇଣ୍ଡିଆ ଟିକା ବିତରଣରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ପ୍ରାଥମିକ ସ୍ୱାସ୍ଥ୍ୟ କର୍ମୀ ଏବଂ ଔଷଧ କ୍ଷେତ୍ରର ଅବଦାନ ବିଷୟରେ ସେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ସବକା ପ୍ରୟାସ (ସମସ୍ତଙ୍କ ଉଦ୍ୟମ) ଏବଂ ସବକା ବିଶ୍ୱାସ (ସମସ୍ତଙ୍କ ବିଶ୍ୱାସ) ଥାଏ, ସେତେବେଳେ ଏତେ ବଡ ମହାଯଜ୍ଞ ସଫଳ ହୁଏ । ସମସ୍ତଙ୍କୁ ସବକା ପ୍ରୟାସର ଆବେଗ ସହିତ ଆଗକୁ ବଢିବାକୁ ଏବଂ ସୁସ୍ଥ ଭାରତ, ସମୃଦ୍ଧ ଭାରତର ମିଶନକୁ ନୂତନ ଉଚ୍ଚତାକୁ ନେବାକୁ ଅନୁରୋଧ କରି ସେ ତାଙ୍କର ଅଭିଭାଷଣ ସମାପ୍ତ କରିଥିଲେ ।

ଆସାମର ରାଜ୍ୟପାଳ ଶ୍ରୀ ଗୁଲାବ ଚାନ୍ଦ କାଟାରିଆ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପାୱାର ଏବଂ ଆସାମ ସରକାରଙ୍କ ମନ୍ତ୍ରୀ ମାନେ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଏମସ୍‍, ଗୌହାଟିର କାର୍ଯ୍ୟକ୍ଷମତା ଆସାମ ରାଜ୍ୟ ଏବଂ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଏହା ମଧ୍ୟ ଏକ ପ୍ରମାଣ । ଏହି ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଇ ୨୦୧୭ ରେ ରଖାଯାଇଥିଲା । ୧୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ର୍ନିମିତ ଏମ୍‍ସ ଗୌହାଟୀ ହେଉଛି ଏକ ଅତ୍ୟାଧୁନିକ ଡାକ୍ତରଖାନା ଯାହାକି ୩୦ ଆୟୁଷ ଶଯ୍ୟା ସହିତ ମୋଟ୍‍ ୭୫୦ ଶଯ୍ୟା କ୍ଷମତା ବିଶିଷ୍ଟ । ଏହି ହସ୍ପିଟାଲରେ ପ୍ରତିବର୍ଷ ଉତ୍ତର-ପୂର୍ବର ଲୋକଙ୍କୁ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ସହିତ ୧୦୦ ଏମବିବିଏସ୍‍ ଛାତ୍ରଛାତ୍ରୀଙ୍କ ବାର୍ଷିକ ନାମଲେଖା କ୍ଷମତା ରହିବ ।

 

ପ୍ରଧାନମନ୍ତ୍ରୀ ମଧ୍ୟ ନାଲବାରୀ ଠାରେ ନାଲବାରୀ ମେଡିକାଲ୍ କଲେଜ, ନାଗାଓଁ ଠାରେ ନାଗାଓଁ ମେଡିକାଲ କଲେଜ ଏବଂ କୋକ୍ରାଝର ଠାରେ କୋକ୍ରାଝର ମେଡିକାଲ କଲେଜକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ; ଏହା ଯଥାକ୍ରମେ ୬୧୫ କୋଟି, ୬୦୦ କୋଟି ଏବଂ ୫୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ।  ପ୍ରତ୍ୟେକ ମେଡିକାଲ୍ କଲେଜରେ ଓପିଡି / ଆଇପିଡି ସେବା ସହିତ ଜରୁରୀକାଳୀନ ସେବା, ଆଇସିୟୁ ସୁବିଧା, ଓଟି ଏବଂ ଡାଇଗ୍ନୋଷ୍ଟିକ୍ ସୁବିଧା ଇତ୍ୟାଦି ସହିତ ୫୦୦ ଶଯ୍ୟା ବିଶିଷ୍ଟ ଶିକ୍ଷାଦାନ ଡାକ୍ତରଖାନା ରହିଛି ।  ପ୍ରତ୍ୟେକ ମେଡିକାଲ୍ କଲେଜରେ ବାର୍ଷିକ ୧୦୦ ଏମବିବିଏସ୍‍ ଛାତ୍ରଛାତ୍ରୀଙ୍କୁ ଗ୍ରହଣର କ୍ଷମତା ରହିବ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା " ଆପକେ ଦ୍ୱାର ଆୟୁଷ୍ମାନ” ଅଭିଯାନର ଆନୁଷ୍ଠାନିକ ଉନ୍ମୋଚନ ହେଉଛି କଲ୍ୟାଣକାରୀ ଯୋଜନାରେ ଶତପ୍ରତିଶତ ପରିପୂର୍ଣ୍ଣତା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ତାଙ୍କର ଦୂରଦୃଷ୍ଟି ହାସଲ କରିବା ଦିଗରେ ଏକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ତିନିଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ କରିଥିଲେ, ଯାହା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ ୧.୧ କୋଟି ଏବି-ପିଏମଜେୱାଇ କାର୍ଡ ବଣ୍ଟନ କରାଯାଇଥିଲା ।

ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ୍ ଇନଷ୍ଟିଚ୍ୟୁଟ୍ (ଏଏଏଚ୍‍ଆଇଆଇ) ର ଭିତ୍ତିପ୍ରସ୍ତର ସ୍ଥାପନ ହେଉଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ "ଆତ୍ମନିର୍ଭର ଭାରତ” ଏବଂ "ମେକ୍‍ ଇନ୍ ଇଣ୍ଡିଆ” ର ଦୂରଦୃଷ୍ଟି ହାସଲ କରିବା ପାଇଁ ଏକ ପଦକ୍ଷେପ । ଦେଶରେ ସ୍ୱାସ୍ଥ୍ୟସେବାରେ ବ୍ୟବହୃତ ଅଧିକାଂଶ ଜ୍ଞାନକୌଶଳ ଆମଦାନୀ ଏବଂ ଏକ ଭିନ୍ନ ପ୍ରସଙ୍ଗରେ ବିକଶିତ ହୋଇଛି, ଯାହା ଭାରତୀୟ ପରିବେଶରେ କାର୍ଯ୍ୟ କରିବା ଅତ୍ୟନ୍ତ ମହଙ୍ଗା ଏବଂ ଜଟିଳ । ଏଏଏଚ୍‍ଆଇଆଇ ଏପରି ପ୍ରସଙ୍ଗରେ କଳ୍ପନା କରାଯାଇଛି ଏବଂ ଏପରି କାର୍ଯ୍ୟ କରିବ ଯେ " ନିଜ ସମସ୍ୟା ପାଇଁ ନିଜସ୍ୱ ସମାଧାନ ଖୋଜୁ” । ପ୍ରାୟ ୫୪୬ କୋଟି ଟଙ୍କା ବ୍ୟୟରେ ର୍ନିମାଣ ହେବାକୁ ଥିବା ଏଏଏଚ୍‍ଆଇଆଇ ଚିକିତ୍ସା ତଥା ସ୍ୱାସ୍ଥ୍ୟସେବାରେ ଅତ୍ୟାଧୁନିକ ଉଦ୍ଭାବନ ଏବଂ ଆରଆଣ୍ଡବି କୁ ସହଜ କରିବ, ସ୍ୱାସ୍ଥ୍ୟ ସହ ଜଡିତ ଦେଶର ଅନନ୍ୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବ ଏବଂ ସେହି ସମସ୍ୟାର ସମାଧାନ ପାଇଁ ନୂତନ ଜ୍ଞାନକୌଶଳରର ବିକାଶକୁ ପ୍ରୋତ୍ସାହିତ କରିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”