ଏମ୍‍ସର ଗୌହାଟୀ ଏବଂ ଅନ୍ୟ ତିନୋଟି ମେଡିକାଲ କଲେଜକୁ ଦେଶକୁ ଉତ୍ସର୍ଗ କରିଛନ୍ତି
"ଆପ୍‍କେ ଦ୍ୱାର ଆୟୁଷ୍ମାନ” ଅଭିଯାନର ଶୁଭାରମ୍ଭ କରିଛନ୍ତି
ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ୍ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
“ଗତ ନଅ ବର୍ଷ ମଧ୍ୟରେ ଉତ୍ତର-ପୂର୍ବରେ ସାମାଜିକ ଭିତ୍ତିଭୂମି ଯଥେଷ୍ଟ ଉନ୍ନତ ହୋଇଛି”
“ଆମେ ଲୋକଙ୍କ ପାଇଁ ‘ସେବା ଭବ’ ସହିତ କାମ କରୁଛୁ”
“ଆମେ ଉତ୍ତର-ପୂର୍ବର ବିକାଶ ମାଧ୍ୟମରେ ଭାରତର ବିକାଶର ମନ୍ତ୍ର ସହିତ ଆଗକୁ ବଢୁଛୁ”
“ସରକାରଙ୍କ ନୀତି, ଉଦ୍ଦେଶ୍ୟ ଏବଂ ପ୍ରତିବଦ୍ଧତା ସ୍ୱାର୍ଥ ଦ୍ୱାରା ନୁହେଁ ବରଂ "ଦେଶ ପ୍ରଥମେ - ଲୋକ ପ୍ରଥମେ” ଆବେଗ ଦ୍ୱାରା ପରିଚାଳିତ ହେଉଛି”
“ଯେତେବେଳେ ବଂଶବାଦ, ଆଞ୍ଚଳିକତା, ଦୁର୍ନୀତି ଏବଂ ଅସ୍ଥିରତା ରାଜନୀତି ଉପରେ ପ୍ରଧାନ୍ୟ ବିସ୍ତାର କରିଥାଏ ସେତେବେଳେ ବିକାଶ ଅସମ୍ଭବ ହୋଇଯାଏ”
“ଆମ ସରକାର ଆରମ୍ଭ କରିଥିବା ଏହି ଯୋଜନା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ”
“ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାର ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆଧୁନିକୀକରଣ କରୁଛନ୍ତି”
“ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସବୁଠାରୁ ବଡ ଆଧାର ହେଉଛି ସବକା ପ୍ରୟାସ”

ଆସାମର ରାଜ୍ୟପାଳ ଶ୍ରୀମାନ ଗୁଲାବ ଚନ୍ଦ କଟାରିୟା ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀମାନ  ହେମନ୍ତ ବିଶ୍ବଶର୍ମା ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ଦେଶର ଆରୋଗ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭ୍ୟ ମହାଶୟ, ଡାକ୍ଟର ଭାରତୀ ପାୱାର ମହାଶୟ, ଆସାମ ସରକାରରେ ମନ୍ତ୍ରୀ କେଶବ ମହନ୍ତା ମହାଶୟ, ଏଠାରେ ଉପସ୍ଥିତ ମେଡିକାଲ ଜଗତର ସମସ୍ତ ମହାନୁଭବ, ଅନ୍ୟ ମହାନୁଭବ, ଭିନ୍ନ- ଭିନ୍ନ ସ୍ଥାନମାନଙ୍କରେ ଭିଡିଓ କନଫରେନ୍ସ ସହିତ ଯୋଡି ହୋଇଥିବା ସମସ୍ତ ମହାନୁଭବ ଏବଂ ଆସାମର ମୋର ପ୍ରିୟ ଭାଇ ଭଉଣୀମାନେ।

 

ମା କାମାଖ୍ୟାର, ଏ ପୋବିଟ୍ରୋ ଭୂମିର ପୋରା ଆହୋମୋର ହୋମୁହ, ଭାଟ୍ରି ଭାଗ୍ନିଲୋଇ, ମୋର ପ୍ରୋନାମ, ଆପଣ ସମସ୍ତଙ୍କୁ ରଙ୍ଗୋଲୀ ବିହୁ ପାଇଁ ବହୁତ- ବହୁତ ଶୁଭକାମନା! ଏହି ପବିତ୍ର ଅବସରରେ ଆସାମର, ଉତ୍ତର- ପୂର୍ବାଞ୍ଚଳର ସ୍ୱାସ୍ଥ୍ୟ ଭିତିଭୂମିକୁ, ଆଜି ଏକ ନୂତନ ଶକ୍ତି ମିଳିଛି। ଆଜି ଉତ୍ତର- ପୂର୍ବାଞ୍ଚଳକୁ ନିଜର ପ୍ରଥମ ଏଆଇଆଇଏମଏସ(ଏମ୍ସ) ମିଳିଛି । ଆଉ ଆସାମକୁ 3ଟି ନୂତନ ମେଡିକାଲ କଲେଜ ମିଳିଛି । ଆଇଆଇଟି ଗୁୱାହାଟୀ ସହିତ ମିଶି ଆଧୁନିକ ଗବେଷଣା ପାଇଁ 500 ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପାତାଳର ମଧ୍ୟ ଶିଳାନ୍ୟାସ ହୋଇଛି । ଆଉ ଆସାମର ଲକ୍ଷ- ଲକ୍ଷ ସାଥୀମାନଙ୍କ ପର୍ଯ୍ୟନ୍ତ ଆୟୂଷ୍ମାନ କାର୍ଡ ପହଞ୍ଚାଇବାର କାର୍ଯ୍ୟ ମିଶନ ମୋଡରେ ଆରମ୍ଭ ହୋଇଛି । ନୂତନ ଏମ୍ସ ଫଳରେ ଆସାମ ବ୍ୟତୀତ ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମେଘାଳୟ, ମିଜୋରାମ ଏବଂ ମଣିପୁରର ସାଥୀମାନଙ୍କୁ ମଧ୍ୟ ଏହାର ବହୁତ ଲାଭ ମିଳିବାକୁ ଯାଉଛି । ଆରୋଗ୍ୟର ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ଆପଣ ସମସ୍ତଙ୍କୁ, ଉତର- ପୂର୍ବର ମୋର ସମସ୍ତ ଭାଇ ଭଉଣୀମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଏବଂ ବହୁତ- ବହୁତ ଶୁଭକାମନା।

ଭାଇ ଓ ଭଉଣୀମାନେ,

ବିଗତ 9 ବର୍ଷରେ ଉତ୍ତର- ପୂର୍ବାଞ୍ଚଳରେ ଯୋଗାଯୋଗ ସହିତ ଜଡ଼ିତ ଭିତ୍ତିଭୂମିକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ଆଜି ଯିଏ ମଧ୍ୟ ଉତ୍ତର- ପୂର୍ବାଞ୍ଚଳକୁ ଆସୁଛନ୍ତି, ତେବେ ଏଠାକାର ସଡ଼କ, ରେଳ, ବିମାନବନ୍ଦର ସହିତ ଜଡ଼ିତ କାର୍ଯ୍ୟଗୁଡ଼ିକୁ ଦେଖି ପ୍ରଶଂସା ନ କରି ରହି ପାରିବେ ନାହିଁ। କିନ୍ତୁ ଉତ୍ତର- ପୂର୍ବାଞ୍ଚଳରେ ଆଉ ଏକ ଭିତିଭୂମି ଉପରେ ବହୁତ ଦ୍ରୁତ ଗତିରେ କାର୍ଯ୍ୟ ହୋଇଛି, ଆଉ ତାହା ହେଉଛି- ସାମାଜିକ ଭିତ୍ତିଭୂମି। ଏଠାରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ସୁବିଧାଗୁଡ଼ିକର ଯେଉଁ ବିସ୍ତାର ହୋଇଛି, ବନ୍ଧୁଗଣ ତାହା ହେଉଛି ପ୍ରକୃତରେ ଅଦ୍ଭୁତପୂର୍ବ । ଗତ ବର୍ଷ ମୁଁ ଯେତେବେଳେ ଡିବ୍ରୁଗଡ ଆସିଥିଲି, ତେବେ ସେତେବେଳେ ଆସାମର ଅନେକ ଜିଲ୍ଲାମାନଙ୍କରେ ମୋତେ ଏକ ସଙ୍ଗେ କେତେକ ହସ୍ପାତାଳର ଶିଳାନ୍ୟାସ ଏବଂ ଉଦଘାଟନ କରିବାର ସୁଯୋଗ ମିଳିଥିଲା। ଆଜି ଏମ୍ସ ଏବଂ 3 ମେଡିକାଲ କଲେଜ ଆପଣମାନଙ୍କୁ ଅର୍ପଣ କରିବାର ସୌଭାଗ୍ୟ ମୋତେ ମିଳିଛି। ବିଗତ ବର୍ଷମାନଙ୍କରେ ଆସାମରେ ଡେଣ୍ଟାଲ କଲେଜମାନଙ୍କର ସୁବିଧାର ମଧ୍ୟ ବିସ୍ତାର ହୋଇଛି। ଏହି ସବୁଗୁଡ଼ିକୁ ଉତ୍ତର- ପୂର୍ବାଞ୍ଚଳରେ କ୍ରମାଗତ ଭାବେ ଉନ୍ନତ ହେଉଥିବା ରେଳ- ସଡ଼କ ଯୋଗାଯୋଗ ଦ୍ୱାରା ମଧ୍ୟ ସାହାଯ୍ୟ ମିଳି ପାରୁଛି । ବିଶେଷ ଭାବେ, ଗର୍ଭବସ୍ଥା ସମୟରେ ମହିଳାମାନଙ୍କୁ ଯେଉଁ ସମସ୍ୟା ଆସୁଥିଲା, ତାହା ଏବେ ଦୂର ହୋଇଛି । ଏହାଦ୍ୱାରା ମାଆ ଏବଂ ପିଲାମାନଙ୍କ ଜୀବନ ଉପରେ ସଙ୍କଟ ବହୁତ କମ୍ ହୋଇଛି ।

 

ଆଜିକାଲି ଏକ ନୂତନ ରୋଗ ଦେଖିବାକୁ ମିଳୁଛି, ମୁଁ ଦେଶରେ କେଉଁଠିକୁ ମଧ୍ୟ ଯାଉଛି, ଉତ୍ତରରେ, ଦକ୍ଷିଣରେ, ଉତ୍ତର- ପୂର୍ବାଞ୍ଚଳରେ, ବିଗତ 9 ବର୍ଷ ମଧ୍ୟରେ ହୋଇଥିବା ବିକାଶର ଚର୍ଚ୍ଚା କରୁଛି, ତେବେ କିଛି ଲୋକମାନଙ୍କୁ ବହୁତ ଅସୁବିଧା ହୋଇ ଯାଉଛି। ଏହା ହେଉଛି ନୂତନ ରୋଗ, ସେମାନେ ଅଭିଯୋଗ କରୁଛନ୍ତି ଯେ ଦଶକ ପର୍ଯ୍ୟନ୍ତ ସେମାନେ ମଧ୍ୟ ଦେଶ ଉପରେ ଶାସନ କରିଛନ୍ତି, ସେମାନଙ୍କୁ କାହିଁକି ସୁନାମ ବା ଶ୍ରେୟ ମିଳୁ ନାହିଁ? ଶ୍ରେୟ ପାଇବା ପାଇଁ ଲାଳାୟିତ ଲୋକ ଏବଂ ଜନତାଙ୍କ ଉପରେ ଶାସନ କରିବାର ଭାବନା ହିଁ ଦେଶର ବହୁତ ଅହିତ କରିଛି। ଆରେ ଜନତା ତ ଜନାର୍ଦ୍ଦନଙ୍କ ରୂପ ହୋଇଥାଆନ୍ତି, ଈଶ୍ୱରଙ୍କ ସ୍ୱରୂପ ହୋଇ ଥାଆନ୍ତି। ପୂର୍ବର ଲୋକମାନେ ଶ୍ରେୟ ପାଇବାର ଲାଳସା ରଖୁଥିଲେ, ଏଥିପାଇଁ ଉତ୍ତର- ପୂର୍ବାଞ୍ଚଳ ସେମାନଙ୍କୁ ଦୂର ଲାଗୁଥିଲା, ଏକ ପ୍ରକାରର ପରର ଭାବନା ସେମାନେ ସୃଷ୍ଟି କରି ଦେଇଥିଲେ। ଆମେ ତ ସେବା ଭାବନା ନେଇ, ଆପଣମାନଙ୍କର ସେବକ ହେବାର ଭାବନା ସହିତ, ସମର୍ପଣ ଭାବନାରେ ଆପଣମାନଙ୍କର ସେବା କରି ଚାଲିଛୁ, ଏଥିପାଇଁ ଉତ୍ତର- ପୂର୍ବାଞ୍ଚଳ ଆମକୁ ଦୂର ମଧ୍ୟ ଲାଗୁ ନାହିଁ ଆଉ ଆପଣାପଣର ଭାବନା ମଧ୍ୟ କେବେ ହେଲେ ମଧ୍ୟ କମ୍ ହେଉ ନାହିଁ।

ମୁଁ ଖୁସି ଯେ ଆଜି ଉତ୍ତର- ପୂର୍ବାଞ୍ଚଳରେ ଲୋକମାନେ ବିକାଶର ଡୋର ଆଗକୁ ବଢ଼ାଇ ନିଜେ ସମ୍ଭାଳି ନେଇଛନ୍ତି । ସେମାନେ ଉତ୍ତର- ପୂର୍ବାଞ୍ଚଳର ବିକାଶ ଦ୍ୱାରା, ଭାରତର ବିକାଶର ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛନ୍ତି। ବିକାଶର ଏହି ନୂତନ ଆନ୍ଦୋଳନରେ, କେନ୍ଦ୍ର ସରକାର ଜଣେ ବନ୍ଧୁ ଭାବେ, ଜଣେ ସେବକ ଭାବେ, ସମସ୍ତ ରାଜ୍ୟଗୁଡ଼ିକ ସହିତ କାର୍ଯ୍ୟ କରୁଛନ୍ତି। ଆଜିକାର ଏହି ଆୟୋଜନ ମଧ୍ୟ ହେଉଛି ଏହାର ଏକ ଜ୍ୱଳନ୍ତ ଉଦାହରଣ ।

ସାଥୀଗଣ,

ଦଶକ ଦଶକ ପର୍ଯ୍ୟନ୍ତ ଆମର ପୂର୍ବୋତ୍ତର ଆହୁରି ଅନେକ କିଛି ଆହ୍ୱାନଗୁଡ଼ିକ ସହିତ ଲଢ଼ି ଚାଲିଥିଲା। ଯେତେବେଳେ କୌଣସି କ୍ଷେତ୍ରରେ ପରିବାରବାଦ, ଆଞ୍ଚଳିକବାଦ, ଭ୍ରଷ୍ଟାଚାର ଏବଂ ଅସ୍ଥିରତାର ରାଜନୀତି ଭାରୀ ସାବ୍ୟସ୍ତ ହୋଇଥାଏ, ସେତେବେଳେ ବିକାଶ ହେବା ଅସମ୍ଭବ ହୋଇ ଯାଇଥାଏ। ଆଉ ଏହା ଆମର ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ସହିତ ହେଲା। ଦିଲ୍ଲୀରେ ଯେଉଁ ଏମ୍ସ ରହିଛି, ତାହା 50 ଦଶକରେ ନିର୍ମାଣ କରାଯାଇଥିଲା। ଦେଶର କୋଣ ଅନୁକୋଣରୁ ଲୋକମାନେ ଆସି ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଉଥିଲେ। କିନ୍ତୁ ଦଶକ ଦଶକ ପର୍ଯ୍ୟନ୍ତ କେହି ଏହା ଚିନ୍ତା କଲେ ନାହିଁ ଯେ ଦେଶର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ଏମ୍ସ ଖୋଲାଯିବା ଦରକାର। ଯେତେବେଳେ ଅଟଳ ମହାଶୟଙ୍କର ସରକାର ଥିଲା, ସେତେବେଳେ ସେ ପ୍ରଥମ ଥର ପାଇଁ ଏଥିପାଇଁ ପ୍ରୟାସ କରିବା ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ସରକାର ଯିବା ପରେ ପୁଣି ସବୁକିଛି ଠପ୍ ହୋଇ ପଡ଼ି ରହିଗଲା। ଯେଉଁ ଏମ୍ସ ମଧ୍ୟ ଖୋଲାଗଲା, ସେଠାରେ ବ୍ୟବସ୍ଥା ଯାହିତାହି ବା ଯେନତେନ ହିଁ ହୋଇ ରହିଲା। 2014 ପରେ ଆମେ ଏହି ସବୁ ଅଭାବ ଗୁଡ଼ିକୁ ପୂରଣ କଲୁ। ଆମେ ବିଗତ ବର୍ଷମାନଙ୍କରେ 15 ନୂତନ ଏମ୍ସ କରିବା ଉପରେ କାର୍ଯ୍ୟ କଲୁ, ପନ୍ଦରଟି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶଗୁଡ଼ିକରେ ଚିକିତ୍ସା ଏବଂ ପାଠପଢ଼ା ଉଭୟର ସୁବିଧା ଆରମ୍ଭ ହୋଇ ସାରିଛି। ଏମ୍ସ ଗୌହାଟୀ ମଧ୍ୟ ହେଉଛି ଏହି କଥାର ଉଦାହରଣ ଯେ ଆମ ସରକାର, ଯେଉଁ ସଂକଳ୍ପ ନେଇ ଥାଆନ୍ତି, ତାହାକୁ ସିଦ୍ଧ କରି ମଧ୍ୟ ଦେଖାଇ ଥାଆନ୍ତି। ଏହା ହେଉଛି ଆସାମର ଜନତାଙ୍କର ଭଲ ପାଇବା, ଯାହା ମୋତେ ବାରମ୍ବାର ଏଠାକୁ ଟାଣି ଆଣୁଛି, ଶିଳାନ୍ୟାସ ସମୟରେ ମଧ୍ୟ ଆପଣମାନଙ୍କର ଭଲ ପାଇବା ମୋତେ ଏଠାକୁ ଡାକି ଆଣିଲା ଆଉ ଆଜି ଲୋକାର୍ପଣ ସମୟରେ ମଧ୍ୟ ଆପଣମାନଙ୍କର ଭଲ ପାଇବା ବଢ଼ି ଚଢ଼ି ଆଉ ତାହା ମଧ୍ୟ ବିହୁର ପବିତ୍ର ସମୟ ଏଠାକୁ ମୋତେ ଆସିବାର ସୁଯୋଗ ମିଳିଗଲା। ଏହା ହେଉଛି ଆପଣମାନଙ୍କର ହିଁ ଭଲପାଇବା।

 

ସାଥୀଗଣ,

ପୂର୍ବ ସରକାରଙ୍କର ନୀତିଗୁଡ଼ିକ କାରଣରୁ ଆମର ଏଠାରେ ଡାକ୍ତର ଆଉ ଅନ୍ୟାନ୍ୟ ମେଡିକାଲ ପେସାଦାରଙ୍କର ବହୁତ ହିଁ ଅଭାବ ରହୁଥିଲା। ଏହି ଅଭାବ, ଭାରତର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସାମ୍ନାରେ ବହୁତ ବଡ଼ ପ୍ରାଚୀର ହୋଇ ରହିଥିଲା। ଏଥିପାଇଁ ବିଗତ 9 ବର୍ଷରେ ଆମ ସରକାର ମେଡିକାଲ ଭିତ୍ତିଭୂମି ଏବଂ ମେଡିକାଲ ପେସାଦାର ବଢ଼ାଇବା ଉପରେ ବ୍ୟାପକ ସ୍ତରରେ କାର୍ଯ୍ୟ କରିଛନ୍ତି । 2014 ପୂର୍ବରୁ 10 ବର୍ଷରେ ପ୍ରାୟ ଦେଢ଼ ଶହ ମେଡିକାଲ କଲେଜ ନିର୍ମାଣ କରାଯାଇଥିଲା। ବିଗତ 9 ବର୍ଷ ମଧ୍ୟରେ ଆମ ସରକାର ସମୟରେ ପ୍ରାୟ 300 ନୂତନ ମେଡିକାଲ କଲେଜ ନିର୍ମାଣ କରାଯାଇଛି। ବିଗତ 9 ବର୍ଷ ମଧ୍ୟରେ, ଦେଶରେ ଏମବିବିଏସ ସିଟରେ ଦୁଇ ଗୁଣ ବୃଦ୍ଧି ହୋଇ 1 ଲକ୍ଷରୁ ଅଧିକ ହୋଇ ଯାଇଛି। ବିଗତ 9 ବର୍ଷ ମଧ୍ୟରେ, ଦେଶରେ ମେଡିକାଲର ପିଜି ସିଟରେ ମଧ୍ୟ 110 ପ୍ରତିଶତ ବୃଦ୍ଧି ହୋଇଛି। ଆମେ ମେଡିକାଲ ଶିକ୍ଷାର ବିସ୍ତାର କରିବା ପାଇଁ ଜାତୀୟ ମେଡିକାଲ କମିଶନ ସ୍ଥାପନ କରିଛୁ । ପଛୁଆ ବର୍ଗ ପରିବାରଙ୍କୁ, ପଛରେ ରହିଥିବା ପରିବାରଙ୍କର ପିଲାମାନେ ଡାକ୍ତର ହୋଇ ପାରନ୍ତୁ, ଏଥିପାଇଁ ଆମେ ସଂରକ୍ଷଣର ବ୍ୟବସ୍ଥାକୁ ମଧ୍ୟ ବିସ୍ତାର କରିଛୁ। ଦୂର- ଦୂରାନ୍ତରରେ ଥିବା ଅଞ୍ଚଳଗୁଡ଼ିକରେ ରହିଥିବା ପିଲାମାନେ ମଧ୍ୟ ଡାକ୍ତର ହୋଇ ପାରନ୍ତୁ, ଏଥିପାଇଁ ଆମେ ପ୍ରଥମ ଥର ପାଇଁ ଭାରତୀୟ ଭାଷାଗୁଡ଼ିକରେ ମେଡିକାଲର ପାଠପଢ଼ାର ବିକଳ୍ପ ଦେଇଛୁ । ଚଳିତ ବର୍ଷର ବଜେଟରେ ଦେଢ଼ ଶହରୁ ଅଧିକ ନର୍ସିଂ କଲେଜ ଖୋଲିବାର ଘୋଷଣା ମଧ୍ୟ କରାଯାଇଛି । ଯଦି ମୁଁ ଉତ୍ତର- ପୂର୍ବାଞ୍ଚଳର କଥା କହିବି ତେବେ ଏଠାରେ ମଧ୍ୟ ବିଗତ 9 ବର୍ଷ ମଧ୍ୟରେ ମେଡିକାଲ କଲେଜର ସଂଖ୍ୟା ଦୁଇ ଗୁଣରୁ ଅଧିକ ହୋଇ ଯାଇଛି। ଏବେ ଅନେକ ମେଡିକାଲ କଲେଜକୁ ନେଇ କାର୍ଯ୍ୟ ଚାଲୁ ରହିଛି, କେତେଗୁଡ଼ିଏ ନୂତନ ମେଡିକାଲ କଲେଜ ଏଠାରେ ନିର୍ମାଣ ହେବାକୁ ଯାଉଛି। ବିଗତ 9 ବର୍ଷ ମଧ୍ୟରେ ଉତ୍ତର- ପୂର୍ବାଞ୍ଚଳରେ ମେଡିକାଲର ସିଟ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇ ପୂର୍ବ ତୁଳନାରେ ଦୁଇ ଗୁଣ ହୋଇ ଯାଇଛି।

ଭାଇ ଓ ଭଉଣୀମାନେ,

ଆଜି ଭାରତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏତେ କାର୍ଯ୍ୟ ଏଇଥିପାଇଁ ହୋଇ ପାରୁଛି କାରଣ ଆପଣ ସମସ୍ତ ଦେଶବାସୀ 2014ରେ ଏକ ସ୍ଥିର ସରକାର ଏବଂ ସୁଦୃଢ଼ ସରକାର କଲେ। ଭାଜପା ସରକାରରେ ନୀତି, ଉଦ୍ଦେଶ୍ୟ  ଏବଂ ନିଷ୍ଠା କୌଣସି ସ୍ୱାର୍ଥକୁ ନେଇ ନୁହେଁ ବରଂ- ରାଷ୍ଟ୍ର ହେଉଛି ପ୍ରଥମ, ଦେଶବାସୀ ପ୍ରଥମ ଏହି ଭାବନା ଦ୍ୱାରା ଆମର ନୀତି ସ୍ଥିର ହୋଇଥାଏ। ଏଥିପାଇଁ ଆମେ ଭୋଟ ବ୍ୟାଙ୍କ ବଦଳରେ ଦେଶର ଜନତାଙ୍କର ଅସୁବିଧାକୁ କମ୍ କରିବା ଉପରେ ଗୁରୁତ୍ୱ ଦେଲୁ। ଆମେ ଲକ୍ଷ୍ୟ ସ୍ଥିର କଲୁ ଯେ ଆମର ଭଉଣୀମାନଙ୍କର ଚିକିତ୍ସା ପାଇଁ ଦୂରକୁ ଯିବାକୁ ନ ପଡ଼ୁ। ଆମେ ସ୍ଥିର କଲୁ ଯେ କୌଣସି ଗରିବଙ୍କୁ, ଅର୍ଥ ଅଭାବ କାରଣରୁ ନିଜର ଚିକିତ୍ସା କରିବା ବିଷୟକୁ ଘୁଞ୍ଚାଇ​‌ବାକୁ ନ ପଡ଼ୁ। ଆମେ ପ୍ରୟାସ କଲୁ ଯେ ଆମର ଗରିବ ପରିବାରଙ୍କୁ ମଧ୍ୟ ଘର ପାଖରେ ହିଁ ଉନ୍ନତ ଚିକିତ୍ସା ସୁବିଧା ମିଳିପାରୁ।

 

ସାଥୀଗଣ,

ମୁଁ ଜାଣିଛି ଯେ ଚିକିତ୍ସା ପାଇଁ ଅର୍ଥ ନ ଥିବା, ଗରିବଙ୍କୁ କେତେ ବଡ଼ ଚିନ୍ତା ହୋଇଥାଏ। ଏଥିପାଇଁ ଆମ ସରକାର 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଦେବା ଭଳି ଆୟୂଷ୍ମାନ ଯୋଜନା ଆରମ୍ଭ କଲେ। ମୁଁ ଜାଣିଛି ଯେ ଦାମୀ ଔଷଧ ଦ୍ୱାରା ଗରିବ ଏବଂ ମଧ୍ୟମବର୍ଗଙ୍କୁ କେତେ ପରିମାଣରେ ଅସୁବିଧାର ସାମ୍ନା କରିବାକୁ ପଡେ। ଏଥିପାଇଁ ଆମ ସରକାର 9 ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ଖୋଲିଲେ, ଏହି କେନ୍ଦ୍ରଗୁଡ଼ିକରେ ଶହ- ଶହ ଔଷଧ ଶସ୍ତାରେ ଉପଲବ୍ଧ କରାଇଲେ। ମୁଁ ଜାଛି ଯେ ହୃଦୟ ଅପରେସନରେ (ହୃଦ ଅସ୍ତ୍ରୋପଚାରରେ), ଆଣ୍ଠୁର ଅସ୍ତ୍ରୋପଚାରରେ ଗରିବ ଏବଂ ମଧ୍ୟମବର୍ଗଙ୍କର କେତେ ଅଧିକ ଖର୍ଚ୍ଚ ହେଉ ଥିଲା। ଏଥିପାଇଁ ଆମ ସରକାର ଷ୍ଟେଣ୍ଟ ଦରକୁ ନିୟନ୍ତ୍ରିତ କଲେ, ଆଣ୍ଠୁ- ପ୍ରତିରୋପଣର ଖର୍ଚ୍ଚକୁ ନିୟନ୍ତ୍ରିତ କଲେ। ମୁଁ ଜାଣିଛି ଯେ ଯେତେବେଳେ ଗରିବଙ୍କୁ ଡାଏଲେସିସର ଆବଶ୍ୟକତା ହୋଇଥାଏ, ସେତେବେଳେ ସେ କେତେ ପରିମାଣରେ ବିବ୍ରତ ହୋଇଥାଏ। ଏଥିପାଇଁ ଆମ ସରକାର ପ୍ରତ୍ୟେକ ଜିଲ୍ଲାରେ ମାଗଣା ଡାଏଲେସିସ ଭଳି ଯୋଜନା ଆରମ୍ଭ କଲେ, ଲକ୍ଷ- ଲକ୍ଷ ଲୋକଙ୍କୁ ଏହାର ଲାଭ ପହଞ୍ଚାଇଲେ। ମୁଁ ଜାଣିଛି ଯେ ସଠିକ୍ ସମୟରେ ଗମ୍ଭୀର ରୋଗ ଜଣା ପଡ଼ିବା ହେଉଛି କେତେ ଜରୁରୀ। ଏଥିପାଇଁ ଆମ ସରକାର ସାରା ଦେଶରେ ଦେଢ଼ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଖୋଲିଛନ୍ତି, ସେଠାରେ ଜରୁରୀ ପରୀକ୍ଷଣର ସୁବିଧା ପ୍ରଦାନ କରାଯାଉଛି । ମୁଁ ଜାଣିଛି ଯେ ଟିବିର ରୋଗ କେତେ ଦଶକ ଧରି ଗରିବମାନଙ୍କ ପାଇଁ ବହୁତ ବଡ଼ ଆହ୍ୱାନ ହୋଇ ରହିଛି। ଏଥିପାଇଁ ଆମ ସରକାର ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ଆମେ ବିଶ୍ୱର ଅନ୍ୟମାନଙ୍କ ଠାରୁ 5 ବର୍ଷ ପୂର୍ବରୁ ହିଁ ଦେଶକୁ ଟିବି ମୁକ୍ତ କରିବାର ଲକ୍ଷ୍ୟ ରଖିଛୁ। ମୁଁ ଜାଣିଛି ଯେ ରୋଗ କେଉଁଭଳି ଭାବେ ଗରିବ ଏବଂ ମଧ୍ୟମବର୍ଗର ପରିବାରଙ୍କୁ ତଳିତଳାନ୍ତ କରି ଦେଇଥାଏ। ଏଥିପାଇଁ ଆମ ସରକାର ପ୍ରତିଷେଧ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଲେ, ରୋଗ ହେବ ହିଁ ନାହିଁ, ରୋଗ ଆସିବ ହିଁ ନାହିଁ, ଏହା ଉପରେ ଗୁରୁତ୍ୱ ଦେଲେ। ଯୋଗ- ଆୟୁର୍ବେଦ, ଫିଟ୍ ଇଣ୍ଡିଆ ଅଭିଯାନ ଚଳାଇ ଆମେ ନିରନ୍ତର ଭାବେ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିଛୁ।

ସାଥୀଗଣ,

ଆଜି ଯେତେବେଳେ ମୁଁ ସରକାରଙ୍କର ଏହିସବୁ ଯୋଜନାଗୁଡ଼ିକୁ ସଫଳ ହେବାର ଦେଖୁଛି, ମୁଁ ନିଜେ ନିଜକୁ ଧନ୍ୟ ମଣୁଛି ଯେ ମୁଁ ଗରିବଙ୍କର ଏତେ ସେବା କରିବାର ପରମାତ୍ମା ଏବଂ ଜନତା ଜନାର୍ଦ୍ଦନ ମୋତେ ଆଶୀର୍ବାଦ ଦେଇଛନ୍ତି । ଆୟୂଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଜି ଦେଶର କୋଟି- କୋଟି ଗରିବଙ୍କର ବହୁତ ବଡ଼ ସମ୍ବଳ ହୋଇ ପାରିଛି। ବିଗତ ବର୍ଷମାନଙ୍କରେ ଆୟୂଷ୍ମାନ ଭାରତ ଯୋଜନା ଗରିବଙ୍କର 80 ହଜାର କୋଟି ଟଙ୍କା ଖର୍ଚ୍ଚ ହେବାରୁ ରକ୍ଷା କରିଛି। ଜନ- ଔଷଧୀ କେନ୍ଦ୍ର କାରଣରୁ ଗରିବ ଏବଂ ମଧ୍ୟମବର୍ଗଙ୍କ 20 ହଜାର କୋଟି ଟଙ୍କା ଖର୍ଚ୍ଚ ନ ହୋଇ ସଂଚୟ ହୋଇ ଯାଇଛି । ଷ୍ଟେଣ୍ଟ ଏବଂ ଆଣ୍ଠୁ ପ୍ରତିରୋପଣର ମୂଲ୍ୟ କମ୍ ହେବା କାରଣରୁ ପ୍ରତିବର୍ଷ ଗରିବ ଏବଂ ମଧ୍ୟମବର୍ଗଙ୍କ 13 ହଜାର କୋଟି ଟଙ୍କା ଖର୍ଚ୍ଚ ନ ହୋଇ ସଂଚୟ ହୋଇ ଯାଇଛି । ମାଗଣା ଡାଏଲେସିସର ସୁବିଧା ଦ୍ୱାରା ମଧ୍ୟ କିଡନୀ ରୋଗରେ ପୀଡିତ ଗରିବ ଲୋକଙ୍କର 500 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ନ ହୋଇ ସଂଚୟ ହୋଇ ଯାଇଛି। ଆଜି ଏଠାରେ ଆସାମର ପ୍ରାୟ 1 କୋଟିରୁ ମଧ୍ୟ ଅଧିକ ନାଗରିକଙ୍କୁ ଆୟୂଷ୍ମାନ ଭାରତ କାର୍ଡ ଦେବାର ଅଭିଯାନ ମଧ୍ୟ ଆରମ୍ଭ ହୋଇ ଯାଇଛି। ଏହି ଅଭିଯାନ ଦ୍ୱାରା ଆସାମର ଲୋକମାନଙ୍କୁ ବହୁତ ବଡ଼ ସାହାଯ୍ୟ ମିଳିବାକୁ ଯାଉଛି, ସେମାନଙ୍କର ପଇସା ସଂଚୟ ହେବାକୁ ଯାଉଛି।

 

ସାଥୀଗଣ,

ମୁଁ ଅଧିକାଂଶ ସମୟରେ ଦେଶର କୋଣ ଅନୁକୋଣରେ ଆମ ସରକାରଙ୍କ ଯୋଜନାର ହିତାଧିକାରୀମାନଙ୍କ ସହିତ ସାକ୍ଷାତ କରୁଛି। ଏଥିରେ ବହୁତ ବଡ଼ ସଂଖ୍ୟାରେ ଆମର ମାଆ ଭଉଣୀମାନେ, ଆମ ଦେଶର ପୁଅ- ଝିଅମାନେ, ଆମର ମହିଳାମାନେ ସାମିଲ ହୋଇ ଥାଆନ୍ତି। ସେମାନେ ମୋତେ କହି ଥାଆନ୍ତି ଯେ ପୂର୍ବର ସରକାରଙ୍କ ସମୟରେ ଆଉ ଏବେର ଭାଜପା ସରକାରଙ୍କ ସମୟରେ ସ୍ୱାସ୍ଥ୍ୟ ସୁବିଧାରେ କେତେ ବଡ଼ ପ୍ରଭେଦ ଦୃଷ୍ଟିଗୋଚର ହେଉଛି। ଆପଣମାନେ ଆଉ ଆମେମାନେ ଏହା ଜାଣିଛୁ ଯେ ଯେତେବେଳେ ସ୍ୱାସ୍ଥ୍ୟର କଥା ଆସିଥାଏ, ଚିକିତ୍ସାର କଥା ଆସିଥାଏ, ସେତେବେଳେ ଆମର ଏଠାରେ ମହିଳାମାନେ ପ୍ରାୟ ସମୟରେ ପଛରେ ରହି ଯାଆନ୍ତି। ଆମର ମାଆମାନଙ୍କୁ ଭଉଣୀମାନଙ୍କୁ ନିଜକୁ ନିଜେ ଏହା ଲାଗିଥାଏ ଯେ କାହିଁକି ନିଜର ଚିକିତ୍ସା ପାଇଁ ଘରରର ଅର୍ଥକୁ ବ୍ୟୟ କରିବା, କାହିଁକି ନିଜ କାରଣରୁ ଅନ୍ୟମାନଙ୍କୁ କଷ୍ଟ ଦେବା। ସଂସାଧନର ଅଭାବ କାରଣରୁ, ଆର୍ଥିକ ଅଭାବ କାରଣରୁ, ଯେଉଁ ପରିସ୍ଥିତିରେ ଦେଶର କୋଟି- କୋଟି ମହିଳା ରହୁଥିଲେ, ସେଥିରେ ସେମାନଙ୍କର ସ୍ୱାସ୍ଥ୍ୟ ହିଁ ସର୍ବପ୍ରଥମେ ପ୍ରଭାବିତ ହେଉଥିଲା।

ଭାଜପାର ନେତୃତ୍ୱରେ ହୋଇଥିବା ଆମ ସରକାର ଯେଉଁସବୁ ଯୋଜନାମାନ ଆରମ୍ଭ କଲେ, ସେଗୁଡ଼ିକର ବହୁତ ବଡ଼ ଲାଭ ଆମର ମାଆ- ଭଉଣୀଙ୍କୁ, ମହିଳାମାନଙ୍କର ସ୍ୱାସ୍ଥ୍ୟକୁ ହୋଇଛି। ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ନିର୍ମାଣ କରାଯାଇଥିବା କୋଟି- କୋଟି ଶୌଚାଳୟ, ମହିଳାମାନଙ୍କୁ ବହୁତଗୁଡ଼ିଏ ରୋଗରୁ ରକ୍ଷା କରିଛି। ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମିଳିଥିବା ଗ୍ୟାସ, ସେହି ଗ୍ୟାସ ସଂଯୋଗ ଦ୍ୱାରା ମହିଳାମାନଙ୍କୁ ପ୍ରାଣଘାତୀ ଧୂଆଁରୁ ମୁକ୍ତି ପ୍ରଦାନ କରିଛି। ଜଳ ଜୀବନ ମିଶନ ମାଧ୍ୟମରେ ପ୍ରତ୍ୟେକ ଘରକୁ ଜଳ ଆସିବା କାରଣରୁ, କୋଟି- କୋଟି ମହିଳାଙ୍କୁ ପାଣି ଦ୍ବାରା ହେଉଥିବା ରୋଗରୁ ରକ୍ଷା ମିଳି ପାରିଛି। ମିଶନ ଇନ୍ଦ୍ରଧନୂଷ କୋଟି କୋଟି ମହିଳାଙ୍କୁ ମାଗଣା ଟିକାକରଣ କରି ସେମାନଙ୍କୁ ଘାତକ ରୋଗରୁ ରକ୍ଷା କରିଛି। ଆୟୂଷ୍ମାନ ଭାରତ ଯୋଜନା ମହିଳାମାନଙ୍କୁ ହାସ୍ପାତାଳରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରିବାର ପ୍ରତିଶ୍ରୁତି ଦେଇଛି। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମହିଳାମାନଙ୍କୁ ଗର୍ଭାବସ୍ଥା ସମୟରେ ଆର୍ଥିକ ସାହାଯ୍ୟ ଦେଇଛି । ରାଷ୍ଟ୍ରୀୟ ପୋଷଣ ଅଭିଯାନ ମହିଳାମାନଙ୍କୁ ପୁଷ୍ଟିକର ଭୋଜନ ଯୋଗାଇ ଦେବାରେ ସାହାଯ୍ୟ କରିଛି। ଯେତେବେଳେ ସରକାର ସମ୍ବେଦନଶୀଳ ହୋଇ ଥାଆନ୍ତି, ଯେତେବେଳେ ଗରିବଙ୍କ ପ୍ରତି ସେବାର ଭାବନା ରହିଥାଏ, ସେତେବେଳେ ଏହିଭଳି କାର୍ଯ୍ୟ ସବୁ ହିଁ କରାଯାଇଥାଏ।

ସାଥୀଗଣ,

ଆମ ସରକାର, ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରର ଏକବିଂଶ ଶତାବ୍ଦୀର ଆବଶ୍ୟକତା ମୁତାବିକ ଆଧୁନିକୀକରଣ ମଧ୍ୟ ହେଉଛି । ଆଜି ଆୟୂଷ୍ମାନ ଭାରତ ଡିଜିଟାଲ ସ୍ବାସ୍ଥ୍ୟ  ମିଶନ ଦ୍ୱାରା ଦେଶବାସୀଙ୍କୁ ଡିଜିଟାଲ ସ୍ବାସ୍ଥ୍ୟ ଆଇଡି ପ୍ରଦାନ କରାଯାଉଛି । ସମଗ୍ର ଦେଶର ହସ୍ପାତାଳ, ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ, ଗୋଟିଏ ପ୍ଲାଟଫର୍ମକୁ ଅଣାଯାଉଛି। ଏହାଦ୍ୱାରା ଗୋଟିଏ କ୍ଲିକରେ ହିଁ ଦେଶର ନାଗରିକମାନଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ରେକର୍ଡ ଉପଲବ୍ଧ ହୋଇ ଯାଇ ପାରିବ। ଏହାଦ୍ୱାରା ହସ୍ପାତାଳମାନଙ୍କରେ ଚିକିତ୍ସାର ସୁବିଧା ବୃଦ୍ଧି ହେବ, ସଠିକ୍ ଡାକ୍ତରଙ୍କ ପାଖରେ ପହଞ୍ଚିବାକୁ ସହଜ ହେବ। ମୁଁ ଖୁସି ଯେ ଏହି ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ ପ୍ରାୟ 38 କୋଟି ଡିଜିଟାଲ ଆଇଡି ପ୍ରସ୍ତୁତ କରାଯାଇ ସାରିଛି। ଏଥିରେ 2 ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ସୁବିଧା ଆଉ ଦେଢ଼ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମଚାରୀ ଯାଞ୍ଚ ହୋଇ ସାରିଛନ୍ତି। ଆଜି ଇ-ସଞ୍ଜିବନୀ ମଧ୍ୟ, ଘରେ ବସି ବସି ଚିକିତ୍ସାର ପସନ୍ଦଯୋଗ୍ୟ ମାଧ୍ୟମ ହୋଇ ଚାଲିଛି। ଏହି ସୁବିଧାର ଲାଭ ସାରା ଦେଶର 10 କୋଟି ସାଥୀ ନେଇ ସାରିଛନ୍ତି। ଏହା ଫଳରେ ସମୟ ଏବଂ ପଇସା, ଦୁଇଟି ଯାକର ସଂଚୟ ସୁନିଶ୍ଚିତ ହେଉଛି।

ଭାଇ ଓ ଭଉଣୀମାନେ,

ଭାରତର ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତନର ସବୁଠାରୁ ବଡ଼ ଆଧାର ହେଉଛି- ସମସ୍ତଙ୍କର ପ୍ରୟାସ। କରୋନାର ଏହି ସଙ୍କଟ ସମୟରେ ମଧ୍ୟ ଆମେ ସମସ୍ତଙ୍କର ପ୍ରୟାସର ଶକ୍ତିକୁ ଉପଲବ୍ଧ କରିଛେ। ବିଶ୍ୱର ସବୁଠାରୁ ବଡ଼, ସବୁଠାରୁ ଦ୍ରୁତ, ସବୁଠାରୁ ପ୍ରଭାବଶାଳୀ କୋଭିଡ଼ ଟିକାକରଣର ଅଭିଯାନର ପ୍ରଶଂସା, ଆଜି ବିଶ୍ୱ କରୁଛି । ଆମେ ମେଡ ଇନ୍ ଇଣ୍ଡିଆ ଟିକା ପ୍ରସ୍ତୁତ କଲୁ, ତାହାକୁ ବହୁତ କମ୍ ସମୟ ମଧ୍ୟରେ, ଦୂର ଦୂରାନ୍ତର ପର୍ଯ୍ୟନ୍ତ ପହଞ୍ଚାଇଲୁ । ଏଥିରେ ଆଶାକର୍ମୀ, ଅଙ୍ଗନୱାଡ଼ି କାର୍ଯ୍ୟକର୍ତା, ପ୍ରାଥମିକ ସ୍ୱାସ୍ଥ୍ୟ ସୁରକ୍ଷା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଫାର୍ମାସ୍ୟୁଟିକାଲ କ୍ଷେତ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ସାଥୀ ବେଶ ଭଲ ଭାବେ କାର୍ଯ୍ୟ କରିଛନ୍ତି । ଏତେ ବଡ଼ ମହାଯଜ୍ଞ, ସେତେବେଳେ ଯାଇ ସଫଳ ହୋଇଥାଏ, ଯେତେବେଳେ ସମସ୍ତଙ୍କର ପ୍ରୟାସ ରହିଥିବ ଆଉ ସମସ୍ତଙ୍କର ବିଶ୍ୱାସ ରହିଥିବ। ସମସ୍ତଙ୍କର ପ୍ରୟାସର ଭାବନାର ସହିତ ଆମକୁ ଆଗକୁ ବଢ଼ିବାକୁ ହେବ। ଆସନ୍ତୁ, ସମସ୍ତଙ୍କର ପ୍ରୟାସ ଦ୍ୱାରା ସ୍ୱସ୍ଥ ଭାରତ, ସମୃଦ୍ଧ ଭାରତର ମିଶନକୁ ଆମେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଆଗକୁ ବଢ଼ାଇବା। ଆଉ ଥରେ ପୁଣି ଏମ୍ସ ଏବଂ ମେଡିକାଲ କଲେଜ ପାଇଁ ଆସାମର ଲୋକମାନଙ୍କୁ ମୁଁ ଆଉ ଥରେ ପୁଣି ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ଆଉ ଆପଣମାନେ ଯେଉଁ ଭଲ ପାଇବା ପ୍ରଦର୍ଶନ କରିଛନ୍ତି, ଏତେ ବଡ଼ ସଂଖ୍ୟାରେ ଆଶୀର୍ବାଦ ପ୍ରଦାନ କରିବାକୁ ଆସିଛନ୍ତି, ଆପଣମାନଙ୍କୁ ପ୍ରଣାମ କରି, ଆପଣମାନଙ୍କୁ ଧନ୍ୟବାଦ ଅର୍ପଣ କରି ମୁଁ ମୋର ବାଣୀକୁ ବିରାମ ପ୍ରଦାନ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Vidyalaxmi emerges as key education loan gateway with 50 per cent approval rate in one year

Media Coverage

PM Vidyalaxmi emerges as key education loan gateway with 50 per cent approval rate in one year
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the divine and benevolent grace of Goddess Brahmacharini
March 20, 2026

Prime Minister Shri Narendra Modi shared a Sanskrit subhashitam today, highlighting the divine and benevolent grace of Goddess Brahmacharini.

The Prime Minister wrote on X:

"मां ब्रह्मचारिणी के चरणों में कोटि-कोटि नमन! देवी मां सभी भक्तों पर अपनी कृपा बनाए रखें।

दधाना करपद्माभ्यामक्षमालाकमण्डलू।
देवी प्रसीदतु मयि ब्रह्मचारिण्यनुत्तमा॥"

The Goddess who holds a rosary and a water pot in her lotus-like hands—may that supremely exalted Goddess Brahmacharini be gracious to me.