କର୍ତ୍ତବ୍ୟ, କରୁଣା ଏବଂ ପ୍ରଥମେ ଭାରତ ପ୍ରତିବଦ୍ଧତାର ପ୍ରତୀକ ହୋଇ ରହିବ ‘ସେବା ତୀର୍ଥ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଦେଶବାସୀଙ୍କ ସେବା କରିବା ପାଇଁ ନିଜର ଅତୁଟ ସଂକଳ୍ପକୁ ଦୋହରାଇଛନ୍ତି। ଏହି ଅବସରରେ ସେ 'ନାଗରିକ ଦେବୋ ଭବ'ର ପବିତ୍ର ଭାବନାକୁ ଏହାର ମାର୍ଗଦର୍ଶକ ଶକ୍ତି ଭାବରେ ଆଲୋକପାତ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ସେବା ତୀର୍ଥର ଲୋକାର୍ପଣ ଜନସେବା ଏବଂ ନାଗରିକଙ୍କ କଲ୍ୟାଣ ପ୍ରତି ଏକ ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ପ୍ରଧାନମନ୍ତ୍ରୀ କହିଛନ୍ତି, 'ସେବା ତୀର୍ଥ' କର୍ତ୍ତବ୍ୟ, କରୁଣା ଏବଂ ପ୍ରଥମେ ଭାରତ ନୀତି ଲାଗି ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଏବଂ ଶକ୍ତିଶାଳୀ ପ୍ରତୀକ ଭାବରେ ଠିଆ ହୋଇଛି।

ଏହା ଆଗାମୀ ପିଢ଼ିକୁ ସମସ୍ତଙ୍କ କଲ୍ୟାଣ ପାଇଁ ନିଃସ୍ୱାର୍ଥପର ସେବା ଏବଂ ଅକ୍ଳାନ୍ତ ସମର୍ପଣର ପଥରେ ଚାଲିବାକୁ ପ୍ରେରଣା ଦେବ। ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଭାବରେ ଆଗକୁ ବଢ଼ିବା ନିମନ୍ତେ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘ଦେଶବାସୀଙ୍କୁ ସେବା କରିବାର ଅତୁଟ ସଂକଳ୍ପ ସହିତ ଏବଂ ନାଗରିକ ଦେବୋ ଭବ ର ପବିତ୍ର ଭାବନା ନେଇ ଆଜି ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଲା।

'ସେବା ତୀର୍ଥ' କର୍ତ୍ତବ୍ୟ, କରୁଣା ଏବଂ ଭାରତ ପ୍ରଥମ ନୀତି ଲାଗି ଆମ ପ୍ରତିବଦ୍ଧତାର ଏକ ଶକ୍ତିଶାଳୀ ଉଦାହରଣ।

ଏହା ଆଗାମୀ ପିଢ଼ିକୁ ସମସ୍ତଙ୍କ କଲ୍ୟାଣ ପାଇଁ ନିଃସ୍ୱାର୍ଥପର ସେବା ଏବଂ ଅକ୍ଳାନ୍ତ ସମର୍ପଣର ପଥରେ ଚାଲିବାକୁ ପ୍ରେରଣା ଦେବ ତଥା ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଭାବରେ ଆଗକୁ ବଢ଼ିବା ନିମନ୍ତେ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ମୁଁ ଆଶା କରୁଛି।’’

 

“देशवासियों की सेवा के अटूट संकल्प और 'नागरिक देवो भव' की पावन भावना को साथ लेकर, आज ‘सेवा तीर्थ’ को राष्ट्र को समर्पित करने का सौभाग्य मिला।

‘सेवा तीर्थ’ कर्तव्य, करुणा और ‘राष्ट्र प्रथम’ के लिए हमारी प्रतिबद्धता का सशक्त प्रतीक है।

मेरी कामना है कि यह आने वाली पीढ़ियों को निःस्वार्थ सेवा और जन-जन के कल्याण के लिए समर्पित होकर आगे बढ़ने को प्रेरित करता रहे।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India