ଭାରତର ଯକ୍ଷ୍ମା ଦୂରୀକରଣ ରଣକୌଶଳରେ ନିକଟରେ ହୋଇଥିବା ନବସୃଜନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଯାହା ଯକ୍ଷ୍ମା ରୋଗୀଙ୍କ ପାଇଁ ସ୍ୱଳ୍ପ ଚିକିତ୍ସା, ଦ୍ରୁତ ନିଦାନ ଏବଂ ଉନ୍ନତ ପୋଷଣକୁ ସକ୍ଷମ କରିଥାଏ
ଯକ୍ଷ୍ମା ଦୂରୀକରଣ ଦିଗରେ ଏକ ସମ୍ପୂର୍ଣ୍ଣ ସରକାରୀ ଏବଂ ସମ୍ପୂର୍ଣ୍ଣ ସମାଜର ଆଭିମୁଖ୍ୟ ଗ୍ରହଣ କରିବା ଲାଗି ଜନ ଭାଗୀଦାରୀକୁ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ଯକ୍ଷ୍ମା ଦୂରୀକରଣ ପାଇଁ ସ୍ୱଚ୍ଛତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
ନିକଟରେ ସମାପ୍ତ ହୋଇଥିବା ୧୦୦ ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ସମୀକ୍ଷା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାକୁ ସାରା ଦେଶରେ ତ୍ୱରାନ୍ୱିତ ଏବଂ ସମ୍ପ୍ରସାରିତ କରାଯାଇପାରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜାତୀୟ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମ (ଏନଟିଇପି) ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

୨୦୨୪ ରେ ଯକ୍ଷ୍ମା ରୋଗୀଙ୍କ ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସଫଳ ରଣନୀତି ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ ଏବଂ ଭାରତରୁ ଯକ୍ଷ୍ମା ବିଲୋପ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ନିକଟରେ ସମାପ୍ତ ହୋଇଥିବା ୧୦୦ ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ସମୀକ୍ଷା କରିଥିଲେ, ଯେଉଁଥିରେ ଅଗ୍ରାଧିକାର ଜିଲ୍ଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରେ ୧୨.୯୭ କୋଟି ସମ୍ବେଦନଶୀଳ ବ୍ୟକ୍ତିଙ୍କର ପରୀକ୍ଷା କରାଯାଇଥିଲା; ୨.୮୫ ଲକ୍ଷ ଲକ୍ଷଣବିହୀନ ଯକ୍ଷ୍ମା ମାମଲା ସହିତ ୭.୧୯ ଲକ୍ଷ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ। ଏହି ଅଭିଯାନ ସମୟରେ ୧ ଲକ୍ଷରୁ ଅଧିକ ନୂତନ ନି-କ୍ଷୟ ମିତ୍ର ଏହି ପ୍ରୟାସରେ ଯୋଗ ଦେଇଛନ୍ତି, ଯାହା ଜନ ଭାଗିଦାରୀ ପାଇଁ ଏକ ମଡେଲ ହୋଇଛି ଯାହାକୁ ସମଗ୍ର ଦେଶରେ ତ୍ୱରାନ୍ୱିତ କରାଯାଇପାରିବ ଏବଂ ସମଗ୍ର ସରକାର ଏବଂ ସମଗ୍ର ସମାଜର ଆଭିମୁଖ୍ୟକୁ ପରିଚାଳିତ କରାଯାଇପାରିବ।

ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ ଆଧାରରେ ଏବଂ ସେମାନଙ୍କ ବୃତ୍ତି ଆଧାରରେ ଯକ୍ଷ୍ମା ରୋଗୀଙ୍କ ପ୍ରବୃତ୍ତିକୁ ବିଶ୍ଳେଷଣ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହା ପ୍ରାରମ୍ଭିକ ପରୀକ୍ଷଣ ଏବଂ ଚିକିତ୍ସା ଆବଶ୍ୟକ କରୁଥିବା ଗୋଷ୍ଠୀଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ, ବିଶେଷକରି ନିର୍ମାଣ, ଖଣି, ବୟନ ଶିଳ୍ପ ଏବଂ ସମାନ କ୍ଷେତ୍ରର ଶ୍ରମିକମାନଙ୍କୁ। ସ୍ୱାସ୍ଥ୍ୟସେବାରେ ପ୍ରଯୁକ୍ତିବିଦ୍ୟା ଉନ୍ନତ ହେବା ସହିତ, ନିକ୍ଷୟ ମିତ୍ରମାନଙ୍କୁ (ଯକ୍ଷ୍ମା ରୋଗୀଙ୍କ ସେବାକାରୀ) ଯକ୍ଷ୍ମା ରୋଗୀଙ୍କ ସହ ଯୋଡ଼ିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବା ଉଚିତ। ଆଲୋଚନା ଏବଂ ବ୍ୟବହାର ପାଇଁ ସହଜ ଜ୍ଞାନକୌଶଳ ବ୍ୟବହାର କରି ସେମାନେ ରୋଗୀମାନଙ୍କୁ ରୋଗ ଏବଂ ଏହାର ଚିକିତ୍ସା ବୁଝିବାରେ ସାହାଯ୍ୟ କରିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେହେତୁ ଯକ୍ଷ୍ମା ଏବେ ନିୟମିତ ଚିକିତ୍ସା ଦ୍ୱାରା ଆରୋଗ୍ୟ ହୋଇପାରିବ, ତେଣୁ ଜନସାଧାରଣଙ୍କ ମଧ୍ୟରେ ଭୟ କମ୍ ହେବା ଉଚିତ ଏବଂ ଅଧିକ ସଚେତନତା ସୃଷ୍ଟି ହେବା ଉଚିତ।

ଯକ୍ଷ୍ମା ଦୂରୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଜନ ଭାଗୀଦାରୀ ଜରିଆରେ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ପ୍ରତ୍ୟେକ ରୋଗୀ ଉପଯୁକ୍ତ ଚିକିତ୍ସା ପାଇବା ସୁନିଶ୍ଚିତ କରିବା ପାଇଁ ବ୍ୟକ୍ତିଗତ ଭାବେ ସେମାନଙ୍କ ନିକଟରେ ପହଞ୍ଚିବାର ପ୍ରୟାସ ପାଇଁ ସେ ଅନୁରୋଧ କରିଥିଲେ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଶ୍ୱ ଯକ୍ଷ୍ମା ରିପୋର୍ଟ ୨୦୨୪ର ଉତ୍ସାହଜନକ ଫଳାଫଳ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଯକ୍ଷ୍ମା ସଂକ୍ରମଣ ହାର ୧୮% ହ୍ରାସ (୨୦୧୫ରୁ ୨୦୨୩ ମଧ୍ୟରେ ପ୍ରତି ଲକ୍ଷ ଜନସଂଖ୍ୟାରେ ୨୩୭ରୁ ୧୯୫କୁ ହ୍ରାସ), ଯାହା ବିଶ୍ୱର ଗତି ତୁଳନାରେ ଦ୍ୱିଗୁଣିତ; ଯକ୍ଷ୍ମା ଜନିତ ମୃତ୍ୟୁହାରରେ ୨୧ ପ୍ରତିଶତ ହ୍ରାସ (ପ୍ରତି ଲକ୍ଷ ଜନସଂଖ୍ୟାରେ ୨୮ରୁ ୨୨କୁ ହ୍ରାସ) ଏବଂ ୮୫ ପ୍ରତିଶତ ଚିକିତ୍ସା ପରିସର, ଯାହା ଏହି କାର୍ଯ୍ୟକ୍ରମର ବୃଦ୍ଧି ପାଉଥିବା ପ୍ରସାର ଏବଂ ପ୍ରଭାବକୁ ପ୍ରତିଫଳିତ କରୁଛି।

୮୫୪୦ଟି ଏନଏଏ ଟି. (ନ୍ୟୁକ୍ଲିକ୍ ଏସିଡ୍ ଏମ୍ପ୍ଲିଫିକେସନ୍ ଟେଷ୍ଟିଙ୍ଗ୍) ପରୀକ୍ଷାଗାର ଏବଂ ୮୭ଟି କଲଚର ଆଣ୍ଡ ଡ୍ରଗ ସସପେକ୍ଟବିଲିଟି ଲ୍ୟାବ୍‍; ୫୦୦ଟି ଏ. ଆଇ.-ଆଧାରିତ ଏକ୍ସ-ରେ ଉପକରଣ ସମେତ ୨୬,୭୦୦ରୁ ଅଧିକ ଏକ୍ସ-ରେ ୟୁନିଟ, ଏବଂ ଆଉ ୧୦୦୦ଟି ନିର୍ମାଣାଧିନ ସହିତ, ଯକ୍ଷ୍ମା ନିଦାନ ନେଟୱାର୍କର ସମ୍ପ୍ରସାରଣ ସମେତ ପ୍ରମୁଖ ଭିତ୍ତିଭୂମି ଉନ୍ନତିକରଣର ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମାଗଣା ସ୍କ୍ରିନିଂ, ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ପୁଷ୍ଟିସାଧନ ସହାୟତା ସମେତ ସମସ୍ତ ଯକ୍ଷ୍ମା ସେବାର ବିକେନ୍ଦ୍ରୀକରଣ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ସ୍କ୍ରିନିଂ ପାଇଁ ଏଆଇ ଦ୍ୱାରା ପରିଚାଳିତ ଏକ୍ସ-ରେ, ଔଷଧ ପ୍ରତିରୋଧକ ଯକ୍ଷ୍ମା ପାଇଁ ସଂକ୍ଷିପ୍ତ ଚିକିତ୍ସା ପଦ୍ଧତି, ନୂତନ ସ୍ୱଦେଶୀ ମଲିକୁଲାର ନିଦାନ, ପୁଷ୍ଟିକର ହସ୍ତକ୍ଷେପ ଏବଂ ଖଣି, ଚା ବଗିଚା, ନିର୍ମାଣ ସ୍ଥଳ, ସହରାଞ୍ଚଳର ବସ୍ତି ଇତ୍ୟାଦି ସାମୂହିକ ସ୍ଥାନରେ ପରୀକ୍ଷା ଏବଂ ଶୀଘ୍ର ଚିହ୍ନଟ ଭଳି ଅନେକ ନୂତନ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ୨୦୧୮ ଠାରୁ ନି-କ୍ଷୟ ପୋଷଣ ଯୋଜନା ଅଧୀନରେ ୧.୨୮ କୋଟି ଯକ୍ଷ୍ମା ରୋଗୀଙ୍କୁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଛି ଏବଂ ୨୦୨୪ ସୁଦ୍ଧା ପ୍ରୋତ୍ସାହନ ରାଶି ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ନି-କ୍ଷୟ ମିତ୍ର ପଦକ୍ଷେପ ଅଧୀନରେ ୨.୫୫ ଲକ୍ଷ ନି-କ୍ଷୟ ମିତ୍ରଙ୍କ ଦ୍ୱାରା ୨୯.୪ ଲକ୍ଷ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି।

ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନାଡ୍ଡା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଶ୍ରୀ ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ଅମିତ ଖାରେ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years

Media Coverage

‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."