ଭାରତରେ ଜି - ୨୦ ଶିଖର ସମ୍ମିଳନୀ ସମ୍ବନ୍ଧୀୟ ୪ଟି ପ୍ରକାଶନ ଉନ୍ମୋଚନ
"ଏଭଳି ବଡ଼ କାର୍ଯ୍ୟକ୍ରମ ସେତେବେଳେ ସଫଳ ହୋଇଥାଏ , ଯେତେବେଳେ ଯୁବକମାନେ ତାହା ପଛରେ ଥାଆନ୍ତି"
ଗତ ୩୦ ଦିନରେ ସବୁ କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଭାରତର ପରିସୀମା ତୁଳନା ବାହାରେ ହୋଇଛି
ସର୍ବସମ୍ମତିକ୍ରମେ ନୂଆଦିଲ୍ଲୀ ଘୋଷଣାନାମା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି
ଦୃଢ଼ କୂଟନୈତିକ ପ୍ରୟାସ ଯୋଗୁଁ ଭାରତକୁ ନୂଆ ସୁଯୋଗ, ନୂତନ ବନ୍ଧୁ ଓ ନୂତନ ବଜାର ଉପଲବ୍ଧ ହେଉଛି, ଯୁବପିଢ଼ିଙ୍କୁ ନୂଆ ସୁଯୋଗ ମିଳୁଛି
"ଭାରତ ଜି-୨୦କୁ ଏକ ଜନତାଙ୍କ ଦ୍ୱାରା ପରିଚାଳିତ ଜାତୀୟ ଆନ୍ଦୋଳନରେ ପରିଣତ କରିଛି"
ଆଜି , ସଚ୍ଚୋଟ ମାନଙ୍କୁ ପୁରସ୍କୃତ କରାଯାଉଥିବା ବେଳେ ଅସାଧୁଙ୍କୁ ଦଣ୍ଡ ଦିଆଯାଉଛି
ଦେଶର ବିକାଶ ଯାତ୍ରା ପାଇଁ ସ୍ୱଚ୍ଛ, ସ୍ପଷ୍ଟ ଓ ସ୍ଥିର ଶାସନ ବାଧ୍ୟତାମୂଳକ
"ମୋର ଶକ୍ତି ଭାରତର ଯୁବକ ମାନଙ୍କ ମଧ୍ୟରେ ରହିଛି"
"ବନ୍ଧୁଗଣ, ମୋ ସହିତ ଚାଲନ୍ତୁ, ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି । ୨୫ ବର୍ଷ ଆମ ସାମ୍ନାରେ ଅଛି, ୧୦୦ ବର୍ଷ ପୂର୍ବେ ଯାହା ଘଟିଥିଲା, ସେତେବେଳେ ସେମାନେ ସ୍ୱରାଜ ପାଇଁ କରିଥିଲେ, ଆମେ ସମୃଦ୍ଧି ପାଇଁ ଆଗକୁ ବଢ଼ୁଛେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜି -୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି - ୨୦ ଅଧ୍ୟକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ଭାରତ ଅଧ୍ୟକ୍ଷତାର ବୃହତ୍ ସଫଳତା : ଦୂରଦର୍ଶୀ ନେତୃତ୍ୱ, ଅନ୍ତର୍ଭୁକ୍ତି ଆଭିମୁଖ୍ୟ , ଭାରତର ଜି -୨୦ ଅଧ୍ୟକ୍ଷତା: ବସୁଧୈବ କୁଟୁମ୍ବକମ୍‌;  ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମର ସଂକଳନ; ଏବଂ ଜି-୨୦ରେ ଭାରତୀୟ ସଂସ୍କୃତି ପ୍ରଦର୍ଶନ ଶୀର୍ଷକ ୪ଟି ପ୍ରକାଶନକୁ ଉନ୍ମୋଚନ କରିଥିଲେ ।

 

ଦୁଇ ସପ୍ତାହ ତଳେ ଜି -୨୦ ଶିଖର ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ଲାଗି ରହିଥିବା ଜନଗହଳିକୁ  ମନେ ପକାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ ଯେ ଏହା ଏକ ସମ୍ପୂର୍ଣ୍ଣ ଭାବରେ ଘଟଣା ଘଟୁଥିବା ସ୍ଥାନରେ ପରିଣତ ହୋଇଛି । ସେହି ସ୍ଥାନରେ ଆଜି ଭାରତର ଭବିଷ୍ୟତ ଦେଖିବାକୁ ମିଳୁଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି । ଭାରତ ଜି-୨୦ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାର ମାନଦଣ୍ଡକୁ ଉନ୍ନତ କରିଛି ଏବଂ ବିଶ୍ୱ ଏଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ,  ସେ କିନ୍ତୁ ଏଥିରେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି , କାରଣ ଭାରତର ପ୍ରତିଭାବାନ ଯୁବକମାନେ ହିଁ ଏଭଳି ଏକ କାର୍ଯ୍ୟକ୍ରମ ସହିତ ନିଜକୁ ଯୋଡ଼ିଥିଲେ । ଯୁବପିଢ଼ି ଏଥିରେ ନିଜକୁ ଯୋଡ଼ିଲେ ଏଭଳି ଘଟଣା ସଫଳ ହେବା ନିଶ୍ଚିତ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ଅନୁଷ୍ଠିତ ଏହି ସଫଳ କାର୍ଯ୍ୟକ୍ରମ ପାଇଁ ଦେଶର ଯୁବ ଶକ୍ତିକୁ ଶ୍ରେୟ ଦେଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଘଟଣା ଘଟୁଥିବା ସ୍ଥାନରେ ପରିଣତ ହେଉଛି । ଗତ ୩୦ ଦିନର କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ହୋଇଛି । ବିଗତ ୩୦ ଦିନର କାର୍ଯ୍ୟର ସାରାଂଶ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସଫଳ ଚନ୍ଦ୍ରଯାନ ଅଭିଯାନକୁ ମନେ ପକାଇ ଆରମ୍ଭ କରିଥିଲେ ସେ ଏହା ଘଟିବା ସମୟରେ ସମଗ୍ର ବିଶ୍ୱ 'ଭାରତ ଚନ୍ଦ୍ରରେ ଅଛି' ବୋଲି ଅନୁଭବ କରିଥିଲା । "ଅଗଷ୍ଟ ୨୩ ଆମ ଦେଶରେ ଜାତୀୟ ମହାକାଶ ଦିବସ ଭାବରେ ଅମର ହୋଇ ଯାଇଛି",  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସଫଳତାକୁ ଦୃଷ୍ଟିରେ ରଖି ଭାରତ ନିଜର ସୌର ଅଭିଯାନକୁ ସଫଳତାର ସହ ଉତକ୍ଷେପଣ କରିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଚନ୍ଦ୍ରଯାନ ୩ ଲକ୍ଷ କିଲୋମିଟର ଯାତ୍ରା କରିଛି ଏବଂ ସୌର ପ୍ରକଳ୍ପ ୧୫ ଲକ୍ଷ କିଲୋମିଟର ଅତିକ୍ରମ କରିବ । "ଭାରତର ପରିସୀମାର କୌଣସି ତୁଳନା ଅଛି କି" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଗତ ୩୦ ଦିନ ମଧ୍ୟରେ ଭାରତର କୂଟନୀତି ନୂତନ ଉଚ୍ଚତାକୁ ଛୁଇଁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜି -୨୦ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ,  ଯେଉଁଠାରେ ଭାରତର ପ୍ରୟାସରେ ୬ଟି ନୂତନ ରାଷ୍ଟ୍ରକୁ ଏହାର ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ପରେ ପ୍ରଧାନମନ୍ତ୍ରୀ ତାଙ୍କର ଗ୍ରୀସ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ,  ଯାହା ଚାରି ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା । ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଇଣ୍ଡୋନେସିଆରେ ବିଶ୍ୱର ଅନେକ ନେତାଙ୍କୁ ଭେଟିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ ।

 

ଏହି  ଭାରତ ମଣ୍ଡପମରେ ବିଶ୍ୱର ଉନ୍ନତି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରୀୟ ଧ୍ରୁବୀକରଣ ପରିବେଶରେ ସମାନ ମଞ୍ଚରେ ସମସ୍ତ ସଦସ୍ୟ ରାଷ୍ଟ୍ର ପାଇଁ ଏକ ସମାନ ଆଧାର ଖୋଜିବା ସରକାରଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପଲବ୍ଧି । ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଫଳାଫଳର ନେତୃତ୍ୱ ନେଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ସର୍ବସମ୍ମତିକ୍ରମେ ନୂଆଦିଲ୍ଲୀ ଘୋଷଣାନାମା ସମଗ୍ର ବିଶ୍ୱରେ  ଚର୍ଚ୍ଚାର ବିଷୟ ପାଲଟିଛି" । ଏକବିଂଶ ଶତାବ୍ଦୀର ଦିଗକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାର କ୍ଷମତା ରଖିଥିବା ଜି -୨୦ର ପରିବର୍ତନକାରୀ ନିଷ୍ପତ୍ତି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଭାରତ, ଭାରତ ମଧ୍ୟପ୍ରାଚ୍ୟ ୟୁରୋପୀୟ କ୍ଷେତ୍ର ନେତୃତ୍ୱରେ ଅନ୍ତର୍ଜାତୀୟ ଜୈବ ଇନ୍ଧନ ମେଂଟର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ସଂଘକୁ ଜି - ୨୦ରେ ଅନ୍ତର୍ଭୁକ୍ତ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଜି-୨୦ ଶିଖର ସମ୍ମିଳନୀ ଶେଷ ହେବା ମାତ୍ରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ଭାରତକୁ  ରାଷ୍ଟ୍ରୀୟ ଗସ୍ତରେ ଆସିଥିଲେ ଏବଂ ସାଉଦି ଆରବ ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସେ ଗତ ୩୦ ଦିନ ମଧ୍ୟରେ ବିଶ୍ୱର ପ୍ରାୟ ଅଧା ଅଞ୍ଚଳରେ ୮୫ ଜଣ ବିଶ୍ୱ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଭାରତର ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ପ୍ରୋଫାଇଲର ଲାଭ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଭାରତକୁ ନୂତନ ସୁଯୋଗ, ନୂତନ ବନ୍ଧୁ ଏବଂ ନୂତନ ବଜାର ମିଳିଥାଏ ଏବଂ ଯୁବକ ମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିଥାଏ ।

 

ଗତ ୩୦ ଦିନ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ଓବିସି ସମ୍ପ୍ରଦାୟ ଏବଂ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଜୟନ୍ତୀର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ ଯାହା କାରିଗର, ଶିଳ୍ପକାର ଏବଂ ପାରମ୍ପରିକ ଶ୍ରମିକ ମାନଙ୍କୁ ବହୁ ପରିମାଣରେ ଉପକୃତ କରିବ ।

୧ ଲକ୍ଷରୁ ଅଧିକ ଯୁବକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ସେ ରୋଜଗାର ମେଳା ଆୟୋଜନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ରୋଜଗାର ମେଳା ଆରମ୍ଭ ହେବା ପର ଠାରୁ ୬ ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦର ଉଦ୍‌ଘାଟନୀ ଅଧିବେଶନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ , ଯେଉଁଠାରେ ପ୍ରଥମ ବିଲ୍ ଭାବରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା ।

ଇଲେକ୍ଟ୍ରିକ୍ ମୋବିଲିଟିର ସଦ୍ୟତମ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନ ବିଷୟରେ ଉଲ୍ଲେଖ କରିଥିଲେ । ଅନ୍ୟାନ୍ୟ ଘଟଣାକ୍ରମ ମଧ୍ୟରେ ଶ୍ରୀ ମୋଦୀ ନୂଆଦିଲ୍ଲୀର ଦ୍ୱାରକା ଠାରେ ଯଶୋଭୂମି ସମ୍ମିଳନୀ କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ ସମ୍ପର୍କରେ , ବାରଣାସୀ ଠାରେ ଏକ ନୂତନ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ ବିଷୟରେ ଏବଂ ୯ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବା ସମ୍ବନ୍ଧରେ ଆଲୋଚନା କରିଥିଲେ ।  ମଧ୍ୟପ୍ରଦେଶର ଏକ ବିଶୋଧନାଗାରରେ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସହିତ ଅକ୍ଷୟ ଶକ୍ତି ଆଇଟି ପାର୍କ, ଏକ ମେଗା ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ରାଜ୍ୟରେ ଛଅଟି ନୂତନ ଶିଳ୍ପ କ୍ଷେତ୍ରର ଶିଳାନ୍ୟାସ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ସମସ୍ତ ବିକାଶ ନିଯୁକ୍ତି ସୃଷ୍ଟି ଏବଂ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ସହିତ ଜଡ଼ିତ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଯେଉଁଠାରେ ଆଶାବାଦ, ସୁଯୋଗ ଏବଂ ମୁକ୍ତ ଚିନ୍ତାଧାରା ଅଛି ସେଠାରେ ଯୁବଗୋଷ୍ଠୀ ପ୍ରଗତି କରନ୍ତି । ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ବଡ଼ କଥା ଚିନ୍ତା କରିବାକୁ କହିଥିଲେ ।  "ଏପରି କୌଣସି ଉପଲବ୍ଧି ନାହିଁ ଯାହା ଆପଣ ମାନଙ୍କ ପରିସୀମା ବାହାରେ ଅଛି କିମ୍ବା ଦେଶ ଆପଣଙ୍କ ପଛରେ ନାହିଁ" ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କୌଣସି ଅବସରକୁ ଛୋଟ ଭାବରେ ବିବେଚନା କରାଯିବା ଉଚିତ  ନୁହେଁ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ଏକ ମାନଦଣ୍ଡରେ ପରିଣତ କରିବାକୁ ପ୍ରୟାସ କରାଯିବା ଉଚିତ୍ ।

ଜି-୨୦ର ଉଦାହରଣ ଦେଇ ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହ ିକାର୍ଯ୍ୟକ୍ରମ କେବଳ କୂଟନୈତିକ ଏବଂ ଦିଲ୍ଲୀ କେନ୍ଦ୍ରିତ ଘଟଣା ହୋଇଥାନ୍ତା । କିନ୍ତୁ ଭାରତ ଜି-୨୦କୁ ଏକ ଜନଚାଳିତ ଜାତୀୟ ଆନ୍ଦୋଳନରେ ପରିଣତ କରିଛି । ଜି - ୨୦ ବିଶ୍ୱ ବିଦ୍ୟାଳୟ ସଯୋଗ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ବିଶ୍ୱ ବିଦ୍ୟାଳୟର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ଅଂଶଗ୍ରହଣକୁ ମଧ୍ୟ ପ୍ରଶଂସା କରିଥିଲେ । ବିଦ୍ୟାଳୟ, ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡିକର ୫ କୋଟି ଛାତ୍ରଛାତ୍ରୀଙ୍କ ନିକଟରେ ଜି-୨୦କୁ କେନ୍ଦ୍ର ସରକାର ପହଂଚାଇଛନ୍ତି । "ଆମର ଲୋକମାନେ ବଡ଼ କଥା ସମ୍ପର୍କରେ ଭାବୁଛନ୍ତି ଏବଂ ଆହୁରି ଅଧିକ ମହାନ ପ୍ରଦର୍ଶନ କରୁଛନ୍ତି\",  ବୋଲି ସେ ଆହୁରି ମଧ୍ୟ କହିଛନ୍ତି ।

 

ଅମୃତ କାଳର ପରବର୍ତ୍ତୀ ୨୫ ବର୍ଷର ଗୁରୁତ୍ୱକୁ ଦୋହରାଇ ପ୍ରଧାନମନ୍ତ୍ରୀ ଉଭୟ ଦେଶ ଏବଂ ଯୁବବର୍ଗଙ୍କ ପାଇଁ ଏହି ସମୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଯୋଗଦାନକାରୀ କାରଣ ଗୁଡ଼ିକର ସମନ୍ୱୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ କାରଣ ଦେଶ ଖୁବ୍ କମ୍ ସମୟ ମଧ୍ୟରେ ଦଶମ ସ୍ଥାନରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଭାରତ ଉପରେ ବିଶ୍ୱର ବିଶ୍ୱାସ ଦୃଢ଼ ହେଉଛି ଏବଂ ଦେଶରେ ରେକର୍ଡ ପରିମାଣର ବିଦେଶୀ ପୁଞ୍ଜିନିବେଶ ହେବାରେ ଲାଗିଛି । ରପ୍ତାନି, ଉତ୍ପାଦନ ଓ ସେବା କ୍ଷେତ୍ର ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛି । ମାତ୍ର ୫ ବର୍ଷରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳି ଭାରତର ନୂତନ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି । "ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମିରେ ଅଗ୍ରଗତି ବିକାଶର ନୂତନ ଗତିକୁ ସୁନିଶ୍ଚିତ କରୁଛି । ଭୌତିକ ଭିତ୍ତିଭୂମିରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେଉଛି । ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଇପିଏଫଓ ପେରୋଲରେ ପାଖାପାଖି ୫ କୋଟି ପଞ୍ଜୀକରଣ ହୋଇଛି । ସେଥି ମଧ୍ୟରୁ ପ୍ରଥମ ଥର ପାଇଁ ୩.୫ କୋଟି ଇପିଏଫଓ ପରିସରକୁ ଆସିଛି ଅର୍ଥାତ୍ ଏହା ସେମାନଙ୍କର ପ୍ରଥମ ଆନୁଷ୍ଠାନିକ ବ୍ଲକ । ୨୦୧୪ ପରେ ଦେଶରେ ଷ୍ଟାର୍ଟଅପ୍‌ର ଅଭୂତପୂର୍ବ ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ , ସେତେବେଳେ ତାହାର ସଂଖ୍ୟା ୧୦୦ ଥିବା ବେଳ ଆଜି ୧ ଲକ୍ଷରୁ ଅଧିକ ହେବ । ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ୍ ହ୍ୟାଣ୍ଡସେଟ୍ ନିର୍ମାତା । ୨୦୧୪ ତୁଳନାରେ ପ୍ରତିରକ୍ଷା କ୍ଷେତ୍ରର ରପ୍ତାନି ପରିମାଣ ୨୩ ଗୁଣ ବୃଦ୍ଧି ପାଇଛି । ମୁଦ୍ରା ଯୋଜନା ଯୁବପିଢ଼ିଙ୍କୁ ରୋଜଗାର ସୃଷ୍ଟିକାରୀ କରୁଛି ବୋଲି ସେ କହିଥିଲେ । ଏହି ଯୋଜନାରେ ୮ କୋଟି ପ୍ରଥମ ଥର ଉଦ୍ୟୋଗୀ ସୃଷ୍ଟି ହୋଇଥିବା ବେଳେ ଗତ ୯ ବର୍ଷ ମଧ୍ୟରେ ଭାରତରେ ୫ ଲକ୍ଷ ସାଧାରଣ ସେବା କେନ୍ଦ୍ର ଖୋଲାଯାଇଛି ବୋଲି ସେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଘଟୁଥିବା ସକାରାତ୍ମକ ବିକାଶ ପାଇଁ ରାଜନୈତିକ ସ୍ଥିରତା, ନୀତି ସ୍ପଷ୍ଟତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଶ୍ରେୟ ଦେଇଛନ୍ତି । ବିଗତ ୯ ବର୍ଷ ମଧ୍ୟରେ ଦୁର୍ନୀତି ରୋକିବା ପାଇଁ ସରକାର ସଚ୍ଚୋଟ ପ୍ରୟାସ କରିଛନ୍ତି ଏବଂ ଦଲାଲଙ୍କୁ ନିୟନ୍ତ୍ରଣ କରିବା ଏବଂ ବ୍ୟବସ୍ଥାରେ ଥିବା ଫାଙ୍କକୁ ବନ୍ଦ କରିବା ପାଇଁ ପ୍ରଯୁକ୍ତି ଭିତ୍ତିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସଚ୍ଚୋଟ ମାନଙ୍କୁ ପୁରସ୍କୃତ କରାଯାଉଥିବା ବେଳେ ଅସାଧୁ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଦେଶର ବିକାଶ ଯାତ୍ରା ଜାରି ରଖିବା ପାଇଁ ସ୍ୱଚ୍ଛ, ସ୍ପଷ୍ଟ ଏବଂ ସ୍ଥିର ଶାସନ ବାଧ୍ୟତାମୂଳକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଯଦି ଭାରତର ଯୁବପିଢ଼ି ସଂକଳ୍ପବଦ୍ଧ ହୁଅନ୍ତି, ତେବେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ ହେବାରୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ କହିଥିଲେ । ସମଗ୍ର ବିଶ୍ୱ ଏବେ ଭାରତ ଏବଂ ଏହାର ଯୁବବର୍ଗଙ୍କ ସାମର୍ଥ୍ୟକୁ ଚିହ୍ନି ପାରୁଥିବାରୁ ଆଶାର ସହ ଭାରତ ଆଡକୁ ଚାହିଁରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ବିଶ୍ୱର ପ୍ରଗତି ପାଇଁ ଭାରତ ଏବଂ ଏହାର ଯୁବବର୍ଗଙ୍କ ପ୍ରଗତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୁବଗୋଷ୍ଠୀଙ୍କ ଭାବନା ହିଁ ପ୍ରଧାନମନ୍ତ୍ରୀଙ୍କୁ ଦେଶ ତରଫରୁ ପ୍ରତିଶ୍ରୁତି ଦେବା ପାଇଁ ସକ୍ଷମ କରିଥାଏ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଯେତେବେଳେ ସେ ବିଶ୍ୱ ମଞ୍ଚରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରନ୍ତି ସେତେବେଳେ ଭାରତର ଯୁବପିଢ଼ି ହିଁ ତାଙ୍କ ପଛରେ ପ୍ରେରଣା ଭାବେ ରହିଥାନ୍ତି ।  "ମୋର ଶକ୍ତି ଭାରତର ଯୁବବର୍ଗଙ୍କ ମଧ୍ୟରେ ରହିଛି", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଭାରତର ଯୁବବର୍ଗଙ୍କ ଉନ୍ନତ ଭବିଷ୍ୟତ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବେ ବୋଲି ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ ।

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ଯୁବବର୍ଗଙ୍କ ଅବଦାନରେ ପ୍ରଭାବିତ ହୋଇ ପ୍ରଧାନମନ୍ତ୍ରୀ ଗାନ୍ଧୀ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୧, ୨୦୨୩ରେ ସାରା ଦେଶରେ ଆୟୋଜିତ ହେବାକୁ ଥିବା ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିବାକୁ ସେମାନଙ୍କୁ ନିବେଦନ କରିଥିଲେ । ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ତାଙ୍କର ଦ୍ୱିତୀୟ ଅନୁରୋଧ ଥିଲା । ସପ୍ତାହକ ମଧ୍ୟରେ ଅତି କମରେ ୭ ଜଣଙ୍କୁ ୟୁପିଆଇ ପରିଚାଳନା କିପରି କରାଯିବ ସେ ସମ୍ପର୍କରେ ଶିଖାଇବାକୁ ସେ କହିଛନ୍ତି । ତାଙ୍କର ତୃତୀୟ ଅନୁରୋଧ ଥିଲା ଭୋକାଲ୍ ଫର୍ ଲୋକାଲ ବିଷୟରେ । ପର୍ବପର୍ବାଣୀ ସମୟରେ 'ମେଡ୍ ଇନ୍ ଇଣ୍ଡିଆ' ଭାରତରେ ତିଆରି ଉପହାର କିଣିବା ପାଇଁ ସେ କହିଥିଲେ ଏବଂ ସ୍ୱଦେଶୀ ଜିନିଷ ବ୍ୟବହାର କରିବାକୁ ନିବେଦନ କରିଥିଲେ । ଦୈନନ୍ଦିନ ବ୍ୟବହୃତ ଜିନିଷର ତାଲିକା ପ୍ରସ୍ତୁତ କରିବା ସହ ସେଥି ମଧ୍ୟରୁ କେତେ ବିଦେଶୀ ନିର୍ମିତ ତାହା ଯାଞ୍ଚ କରିବାକୁ ସେ କହିଥିଲେ । ସେ କହିଛନ୍ତି ଯେ ଆମ ପାଇଁ ଅଜଣା ଅନେକ ବିଦେଶୀ ନିର୍ମିତ ଜିନିଷ ଆମ ଜୀବନକୁ ଜବରଦଖଲ କରିଛି ଏବଂ ଦେଶକୁ ବଞ୍ଚାଇବା ପାଇଁ ସେଥିରୁ ମୁକ୍ତି ପାଇବା ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ ।

ଭାରତର କଲେଜ ଏବଂ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ 'ଭୋକାଲ୍ ଫର୍ ଲୋକାଲ୍‌' ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ପାରିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ଖଦିକୁ କ୍ୟାମ୍ପସର ଏକ ଫ୍ୟାଶନ ସାମଗ୍ରୀ କରିବାକୁ ଅନୁରୋଧ କରିଥିଲେ । ଖଦି ଫ୍ୟାସନ ସୋ ଆୟୋଜନ କରିବା  ଏବଂ କଲେଜ ସାଂସ୍କୃତିକ ଉତ୍ସବରେ ବିଶ୍ୱକର୍ମା ମାନଙ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଆଜିର ଯୁବପିଢ଼ି ଓ ଭବିଷ୍ୟତ ପିଢ଼ିର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ତିନୋଟି ନିବେଦନ କରିଛନ୍ତି ତାହା ଉଲ୍ଲେଖ କରି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ସଂକଳ୍ପ ନେଇ ଯୁବପିଢ଼ି ଆଜି ଭାରତ ମଣ୍ଡପମ୍ ଛାଡ଼ିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମର ମହାପୁରୁଷ ମାନଙ୍କ ପରି ଆମକୁ ଦେଶ ପାଇଁ ମୃତ୍ୟୁବରଣ କରିବା ପାଇଁ ସୁଯୋଗ ମିଳିନାହିଁ,  କିନ୍ତୁ ଦେଶ ପାଇଁ ବଞ୍ଚିବାର ସମସ୍ତ ସୁଯୋଗ ଆମ ପାଖରେ ରହିଛି । ସେ କହିଥିଲେ ଯେ ଏକ ଶତାବ୍ଦୀ ପୂର୍ବେ ଯୁବପିଢ଼ି ସ୍ୱାଧୀନତାର ମହାନ ଲକ୍ଷ୍ୟ ଉପରେ ନିଷ୍ପତ୍ତି ନେଇଥିଲେ ଏବଂ ଦେଶବ୍ୟାପୀ ଶକ୍ତି ଦେଶକୁ ଉପନିବେଶବାଦୀ ଶକ୍ତିରୁ ମୁକ୍ତ କରିଥିଲା । "ବନ୍ଧୁଗଣ, ମୋ ସହିତ ଚାଲ, ମୁଁ ଆପଣ ମାନଙ୍କୁ ନିମନ୍ତ୍ରଣ କରୁଛି । ୨୫ ବର୍ଷ ଆମ ସାମ୍ନାରେ ଅଛି, ୧୦୦ ବର୍ଷ ପୂର୍ବେ ଯାହା ଘଟିଥିଲା, ସେମାନେ ସ୍ୱରାଜ ପାଇଁ ପଦକ୍ଷେପ ନେଇଥିଲେ, ଆମେ ସମୃିଦ୍ଧି (ସମୃଦ୍ଧି) ପାଇଁ ଆଗକୁ ଯିବା ବୋଲି ପ୍ରଧାନମନ୍ତ୍ରୀ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ । ଆତ୍ମନିର୍ଭର ଭାରତ ସମୃଦ୍ଧିର ନୂତନ ଦ୍ୱାର ଉନ୍ମୁକ୍ତ କରିଛି ଏବଂ ଆତ୍ମବିଶ୍ୱାସକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି ବୋଲି ସେ କହିଛନ୍ତି । ସେ ଭାରତକୁ ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ପରିଣତ କରିବାର ପ୍ରତିଶ୍ରୁତିକୁ ଦୋହରାଇ ଥିଲେ, ସେଥିପାଇଁ ମୋତେ ମା' ଭାରତୀ ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଆପଣଙ୍କ ସମର୍ଥନ ଏବଂ ସହଯୋଗ ଦରକାର ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଜି-୨୦ ଜନ ଭାଗିଦାରୀ ଆନ୍ଦୋଳନରେ ଦେଶର ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଦକ୍ଷତା ବିକାଶ ଅନୁଷ୍ଠାନର ରେକର୍ଡ ପରିମାଣର ୫ କୋଟିରୁ ଅଧିକ ଯୁବକ ଯୁବତୀ  ଅଂଶଗ୍ରହଣ କରିଥିଲେ । ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି - ୨୦ ଅଧ୍ୟକ୍ଷତାକୁ ନେଇ ସଚେତନତା  ସୃଷ୍ଟି କରିବା ଏବଂ ବିଭିନ୍ନ ଜି - ୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି - ୨୦ ବିଶ୍ୱ ବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତର ବିଶ୍ୱ ବିଦ୍ୟାଳୟର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରଥମେ ୭୫ଟି ବିଶ୍ୱ ବିଦ୍ୟାଳୟ ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ଶେଷରେ ଏହି ପଦକ୍ଷେପ ଭାରତର ୧୦୧ଟି ବିଶ୍ୱବିଦ୍ୟାଳୟରେ ଏହାର ପହଂଚକୁ ବିସ୍ତାର କରିଥିଲା ।

ଜି-୨୦ ବିଶ୍ୱ ବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ବ୍ୟାପକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ, ପ୍ରଥମେ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ପାଇଁ ଏକ କାର୍ଯ୍ୟକ୍ରମ ଭାବରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ  ଶୀଘ୍ର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାରେ ଲାଗିଲା ଏବଂ ଏହା ଆହୁରି ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚିଲା ।

ଜି -୨୦ ବିଶ୍ୱ ବିଦ୍ୟାଳୟ କନେକ୍ଟ ଫିନାଲେରେ ଅଂଶଗ୍ରହଣକାରୀ ବିଶ୍ୱ ବିଦ୍ୟାଳୟର ପ୍ରାୟ ୩,୦୦୦  ଛାତ୍ରଛାତ୍ରୀ, ଅଧ୍ୟାପକ ଓ କୁଳପତି ଯୋଗ ଦେଇଥିବା ବେଳେ ସାରା ଦେଶରୁ ଛାତ୍ରଛାତ୍ରୀ ମାନେ ଏହି ଲାଇଭ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଯୁବ ଶକ୍ତି ଦ୍ୱାରା ଭାରତରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଜି-୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ଉତ୍ସାହୀ ଯୁବକଙ୍କ ସହ ଯୋଗ ଦେଇ ଆନନ୍ଦିତ । ଯୁବ ଶକ୍ତି ଦ୍ୱାରା ଭାରତରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଜି-୨୦ ୟୁନିଭର୍ସିଟି କନେକ୍ଟ ଫିନାଲେ ରେ ଉତ୍ସାହୀ ଯୁବକଙ୍କ ସହ ଯୋଗ ଦେଇ ଆନନ୍ଦିତ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
PM chairs 53rd PRAGATI Meeting
August 25, 2026
PM reviews six key infrastructure projects across the Railway, Road and Power sectors
Projects reviewed span across 9 States with cumulative investment of more than ₹30,000 crore
PM says Infrastructure projects should be viewed as an integrated whole, rather than as individual sections or packages
PM calls for continuous reforms across all stages of project implementation and a proactive work culture across Ministries and States
PM says Speed must go hand-in-hand with quality
While reviewing AgriStack, PM emphasises the need to leverage the latest digital technologies including AI to derive greater value from agricultural data
On cyber fraud and ‘digital arrest’, PM stresses training, public awareness, cyber-safety education and coordinated action

Prime Minister Shri Narendra Modi chaired the 53rd meeting of PRAGATI, the ICT-enabled, multi-modal platform for Pro-Active Governance and Timely Implementation, at Seva Teerth earlier today.

During the meeting, Prime Minister reviewed six key infrastructure projects across the Railway, Road and Power sectors, spanning nine States with a cumulative cost of more than ₹30,000 crore. The projects, significant for strengthening connectivity, supporting industrial and economic activity and improving public services, were reviewed with particular emphasis on adherence to timelines, inter-agency coordination, resolution of pending issues and expeditious completion.

Prime Minister emphasised that delays in infrastructure projects have consequences beyond cost escalation, as they also postpone the benefits intended for citizens, businesses and the economy. He said that infrastructure projects should be viewed and monitored as an integrated whole, rather than as isolated sections, stretches or packages. He noted that progress in individual packages should ultimately translate into timely completion and operationalisation of the entire project. Ministries and States were therefore asked to adopt an end-to-end approach, and address critical gaps that could delay the overall commissioning and delivery of benefits. He called for fostering a proactive work culture across Ministries and State Governments, with greater ownership at every level of project implementation.

Prime Minister stressed the need to explore common utility corridors for infrastructure services, wherever feasible, particularly while planning major transport and infrastructure projects. He called upon Ministries and States to examine such integrated approaches at the planning stage itself, keeping in view their technical and economic feasibility.

Prime Minister said that speed of execution must be accompanied by uncompromising quality. He called upon Ministries, States and implementing agencies to adopt modern technologies and strengthen quality assurance and supervision at every stage.

While reviewing AgriStack under the Digital Agriculture Mission, Prime Minister emphasised the need to leverage the latest digital technologies, including Artificial Intelligence, to derive greater value from agricultural data. He stressed that the data ecosystem should be effectively utilised across the agricultural value chain, from input planning to processing, enabling more informed interventions, better targeting and data-driven decision-making. He appreciated the efforts of the States and the Central Government in building the AgriStack ecosystem and called for further strengthening its use for delivering better outcomes for farmers.

During the review of cyber fraud cases, including incidents of digital arrest, Prime Minister said that prevention must be strengthened through a sustained focus on training, awareness and education. He stressed the need for continuous and targeted public-awareness campaigns, particularly for senior citizens, youth and other vulnerable sections, to familiarise them with common fraud techniques, warning signs and safe digital practices. He also called for regular capacity-building of personnel involved so that emerging modes of cyber fraud are identified and acted upon swiftly.