ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -

(୧) ଡୋମିନିକାର ରାଷ୍ଟ୍ରପତି ମହାମହିମ ସିଲଭାନି ବର୍ଟନ ଏବଂ ଡୋମିନିକାର ପ୍ରଧାନମନ୍ତ୍ରୀ ମହାମହିମ ରୁଜଭେଲ୍ଟ ସ୍କେରିଟ୍;

(୨) ସୁରିନାମର ରାଷ୍ଟ୍ରପତି, ମହାମହିମ ଚନ୍ଦ୍ରିକା ପ୍ରସାଦ ସଂତୋଖୀ;

 (iii) ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ ମହାମହିମ ଡ. କିଥ୍ ରୋଲି;

 (୪) ବାର୍ବାଡୋସ୍ ପ୍ରଧାନମନ୍ତ୍ରୀ ମହାମହିମ ମିଆ ଆମୋର ମୋଟ୍ଲେ;

 (୫) ଆଣ୍ଟିଗୁଆ ଓ ବାରବୁଡା ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଗାଷ୍ଟନ ବ୍ରାଉନ;

(୬) ଗ୍ରେନାଡା ର ପ୍ରଧାନମନ୍ତ୍ରୀ ମହାମହିମ ଡିକନ୍ ମିଚେଲ;

(୭) ବାହାମାର ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ, ମାନ୍ୟବର ଫିଲିପ୍ ଏଡୱାର୍ଡ ଡେଭିସ୍, କେସି

(୮) ସେଣ୍ଟ ଲୁସିଆର ପ୍ରଧାନମନ୍ତ୍ରୀ, ମହାମହିମ ଫିଲିପ୍ ଜେ ପିଏରେ

 (୯), ସେଣ୍ଟ ଭିନସେଣ୍ଟର ପ୍ରଧାନମନ୍ତ୍ରୀ ମହାମହିମ ରାଲ୍ଫ ଏଭାର୍ଡ ଗୋନସାଲ୍ଭେସ୍

(୧୦), ବାହାମାସର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫିଲିପ୍ ଏଡୱାର୍ଡ ଡେଭିସ୍

(୧୧) ବେଲିଜର ବୈଦେଶିକ ମନ୍ତ୍ରୀ ମହାମହିମ ଫ୍ରାନ୍ସିସ୍ ଫୋନସେକା

 (୧୨) ଜାମାଇକାର ବୈଦେଶିକ ମନ୍ତ୍ରୀ ଏଚ୍ ଇ କାମିନା ସ୍ମିଥ୍

(୧୩) ସେଣ୍ଟ କିଟ୍ସ ଏବଂ ନେଭିସ୍ ର ବୈଦେଶିକ ମନ୍ତ୍ରୀ ମହାମହିମ ଡ. ଡେନଜିଲ୍ ଡଗ୍ଲାସ୍

୨. କାରିକମ୍ ର ଜନସାଧାରଣଙ୍କ ପ୍ରତି ଗଭୀର ସମର୍ଥନ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ବାତ୍ୟା ବେରିଲ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ପାଇଁ ସମବେଦନା ଜଣାଇଥିଲେ । ସାମ୍ପ୍ରତିକ ବର୍ଷ ଗୁଡ଼ିକର ଆହ୍ୱାନ ଏବଂ ସଂଘର୍ଷ ଦ୍ୱାରା ଦକ୍ଷିଣ ବିଶ୍ୱ ଦେଶଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଥିବା ଉଲ୍ଲେଖ କରି ସେ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ କାରିକମ୍ ଦେଶଗୁଡ଼ିକ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ବିକାଶ ସହଯୋଗ ସହାୟତା କାରିକମ୍ ଦେଶଗୁଡ଼ିକର ଆବଶ୍ୟକତା ଏବଂ ପ୍ରାଥମିକତା ଉପରେ ଆଧାରିତ ।

 

୩. ଭାରତର ଘନିଷ୍ଠ ବିକାଶ ଭାଗିଦାରୀ ଏବଂ ଏହି ଅଞ୍ଚଳ ସହିତ ଜନସାଧାରଣଙ୍କ ମଧ୍ୟରେ ଦୃଢ଼ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ କାରିକମ୍ ଦେଶଗୁଡ଼ିକୁ ସାତଟି ପ୍ରମୁଖ କ୍ଷେତ୍ରରେ ସହାୟତା ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କ୍ଷେତ୍ରଗୁଡ଼ିକ କାରିକମ୍ ସଂକ୍ଷିପ୍ତ ନାମ ସହିତ ଭଲ ଭାବରେ ମେଳ ଖାଉଛି ଏବଂ ଭାରତ ଏବଂ ଗୋଷ୍ଠୀ ମଧ୍ୟରେ ବନ୍ଧୁତ୍ୱର ଘନିଷ୍ଠ ବନ୍ଧନକୁ ବଢ଼ାଇଥାଏ । ସେସବୁ ହେଉଛି :

● C: ଦକ୍ଷତା ବିକାଶ

● A: କୃଷି ଏବଂ ଖାଦ୍ୟ ନିରାପତ୍ତା

● R: ଅକ୍ଷୟ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ

● I: ଉଦ୍ଭାବନ, ପ୍ରଯୁକ୍ତି ଏବଂ ବାଣିଜ୍ୟ

● C: କ୍ରିକେଟ  ଏବଂ ସଂସ୍କୃତି

● O: ସମୁଦ୍ର ଅର୍ଥନୀତି ଏବଂ ସାମୁଦ୍ରିକ ନିରାପତ୍ତା

● M: ଔଷଧ ଏବଂ ସ୍ୱାସ୍ଥ୍ୟସେବା

୪. ଦକ୍ଷତା ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ କାରିକମ୍ ଦେଶଗୁଡ଼ିକ ପାଇଁ ଆଉ ଏକ ହଜାର ଆଇଟିଇସି ସ୍ଲଟ୍ ଘୋଷଣା କରିଛନ୍ତି । ଖାଦ୍ୟ ନିରାପତ୍ତା କ୍ଷେତ୍ରରେ, ଯାହା ଏହି ଦେଶମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ, ସେ କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ଅର୍ଥାତ୍ ଡ୍ରୋନ, ଡିଜିଟାଲ ଚାଷ, କୃଷି ଯାନ୍ତ୍ରିକୀକରଣ ଏବଂ ମୃତ୍ତିକା ପରୀକ୍ଷଣ ଗ୍ରହଣ କରିବାରେ ଭାରତର ଅଭିଜ୍ଞତା ବାଣ୍ଟିଥିଲେ । ଯେହେତୁ ସର୍ଗାସମ୍ ସାମୁଦ୍ରିକ ଦଳ କ୍ୟାରିବିଆନ୍ ରେ ପର୍ଯ୍ୟଟନ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସାମୁଦ୍ରିକ ଦଳକୁ ସାରରେ ପରିଣତ କରିବାରେ ସାହାଯ୍ୟ କରିବା ନେଇ ଭାରତ ଖୁସି ହେବ ।

 

୫. ଅକ୍ଷୟ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଭାରତ ଏବଂ କାରିକମ୍ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ସଦସ୍ୟମାନଙ୍କୁ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ମିଶନ ଏଲଏଫଇ ଏବଂ ବିଶ୍ୱ ଜୈବ ଇନ୍ଧନ ମେଂଟ ଭଳି ଭାରତର ନେତୃତ୍ୱାଧୀନ ବିଶ୍ୱସ୍ତରୀୟ ପଦକ୍ଷେପରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ।

୬. ଭାରତରେ ଉଦ୍ଭାବନ, ପ୍ରଯୁକ୍ତି ବିଦ୍ୟା ଏବଂ ବାଣିଜ୍ୟ ଦ୍ୱାରା ଆସିଥିବା ପରିବର୍ତନଶୀଳ ପରିବର୍ତ୍ତନ ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ କାରିକମର ଦେଶଗୁଡ଼ିକୁ ସାର୍ବଜନୀନ ସେବା ଯୋଗାଣ ବୃଦ୍ଧି ପାଇଁ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, କ୍ଲାଉଡ୍ ଆଧାରିତ ଡିଜି ଲକର ଏବଂ ୟୁପିଆଇ ମଡେଲ ପ୍ରଦାନ କରିଥିଲେ ।

କାରିକମ୍ ଏବଂ ଭାରତ ମଧ୍ୟରେ ଘନିଷ୍ଠ ସାଂସ୍କୃତିକ ଏବଂ କ୍ରିକେଟ୍ ସମ୍ପର୍କ ରହିଛି। କାରିକମ୍ ଦେଶର ୧୧ ଜଣ ଯୁବ ମହିଳା କ୍ରିକେଟରଙ୍କ ପାଇଁ ଭାରତରେ ପ୍ରଶିକ୍ଷଣ ନେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆସନ୍ତା ବର୍ଷ ସଦସ୍ୟ ଦେଶମାନଙ୍କରେ 'ଡେଜ୍ ଅଫ୍ ଇଣ୍ଡିଆନ୍ କଲଚର' ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

୮. ସମୁଦ୍ର ଅର୍ଥନୀତି ଏବଂ ସାମୁଦ୍ରିକ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ କ୍ୟାରିବିଆନ୍ ସାଗରରେ ସାମୁଦ୍ରିକ ଡୋମେନ୍ ମ୍ୟାପିଂ ଏବଂ ହାଇଡ୍ରୋଗ୍ରାଫି ଉପରେ କାରିକମ୍ ସଦସ୍ୟମାନଙ୍କ ସହିତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି ।

୯. ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସହିତ ଭାରତର ସଫଳତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଜନ ଔଷଧି କେନ୍ଦ୍ର (ଜେନେରିକ ଔଷଧ ଦୋକାନ) ଜରିଆରେ ଜେନେରିକ ଔଷଧ ଉପଲବ୍ଧ କରାଇବା ପାଇଁ ସେ ଭାରତର ମଡେଲ ପ୍ରଦାନ କରିଥିଲେ। କାରିକମ୍ ର ଲୋକଙ୍କ ଇ-ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଯୋଗ ବିଶେଷଜ୍ଞଙ୍କୁ ପଠାଇବାକୁ ମଧ୍ୟ ସେ ଘୋଷଣା କରିଥିଲେ ।

 

୧୦. କାରିକମ୍ ନେତାମାନେ ଭାରତ ଏବଂ କାରିକମ୍ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସାତ ପଏଣ୍ଟ ଯୋଜନାକୁ ସ୍ୱାଗତ କରିଥିଲେ। ଦକ୍ଷିଣ ବିଶ୍ଵ ଉପରେ ଭାରତର ନେତୃତ୍ୱ ଏବଂ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଜଳବାୟୁ ନ୍ୟାୟ ପାଇଁ ଏହାର ଦୃଢ଼ ସମର୍ଥନକୁ ସେମାନେ ପ୍ରଶଂସା କରିଥିଲେ । ସେମାନେ ବୈଶ୍ୱିକ ଅନୁଷ୍ଠାନ ଗୁଡିକର ସଂସ୍କାର ପାଇଁ ଆହ୍ୱାନ ଦେଇଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଭାରତ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିଲେ ।

୧୧. ଦକ୍ଷିଣ ବିଶ୍ଵର ସମସ୍ୟାକୁ ସ୍ୱର ଦେବା ପାଇଁ ଭାରତ ଦୃଢ଼ତାର ସହ ଠିଆ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପରବର୍ତ୍ତୀ ଭାରତ-କାରିକମ୍ ଶିଖର ସମ୍ମିଳନୀ ଭାରତରେ ଆୟୋଜନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ସେ ରାଷ୍ଟ୍ରପତି ଇରଫାନ ଅଲ୍ଲୀ, ପ୍ରଧାନମନ୍ତ୍ରୀ ଡିକନ୍ ମିଚେଲ ଏବଂ କାରିକମ୍ ସଚିବାଳୟକୁ ଧନ୍ୟବାଦ ଜଣାଇଛନ୍ତି।

୧୨. ଉଦଘାଟନୀ ଏବଂ ସମାପନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ନିମ୍ନଲିଖିତ ଲିଙ୍କରେ ଦେଖାଯାଇପାରେ:

Opening Remarks at 2nd India-CARICOM Summit

Closing Remarks at 2nd India-CARICOM Summit

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
10 Years of UPI: From 18 mln to 219 bln transactions, volumes jump 12,000x

Media Coverage

10 Years of UPI: From 18 mln to 219 bln transactions, volumes jump 12,000x
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 10, 2026
April 10, 2026

Safe Anchor, Green Engine, Digital Dynamo: PM Modi’s Blueprint for India’s Economic Renaissance