ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ପୋର୍ଟାଲର ଶୁଭାରମ୍ଭ
"ମୋ ପାଇଁ ଏହି ସମାବେଶ ଜି - ୨୦ ସମ୍ମିଳନୀ ଠାରୁ କମ୍ ନୁହେଁ
ଏହି କାର୍ଯ୍ୟକ୍ରମ ଟିମ୍ ଇଣ୍ଡିଆ ର ସଫଳତା ଏବଂ ସମସ୍ତଙ୍କ ପ୍ରୟାସ ଓ ଭାବନାର ପ୍ରତୀକ ଅଟେ
ସ୍ୱାଧୀନ ଭାରତର ଶ୍ରେଷ୍ଠ ୧୦ଟି କାର୍ଯ୍ୟକ୍ରମ ମଧ୍ୟରୁ ଯେକୌଣସି ତାଲିକାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସୁବର୍ଣ୍ଣ ଅକ୍ଷରରେ ସ୍ଥାନ ପାଇବ
"ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତି ଚାର୍ଟ ମୋ ପାଇଁ ପ୍ରେରଣା ପାଲଟିଛି"
"ସମ୍ବଳର ସର୍ବୋତ୍ତମ ଉପଯୋଗ ଏବଂ ସମନ୍ୱୟ ବିକାଶର ଆଧାର ଅଟେ "
"ଅଭାବୀ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଇ ସମ୍ବଳକୁ ସମାନ ଭାବରେ ବଣ୍ଟନ କରାଯିବା ଉଚିତ"
ଜନଭାଗିଦାରୀ ଜରିଆରେ ସମସ୍ୟା ଗୁଡିକର ସମାଧାନ ଖୋଜିବାର ପ୍ରଚୁର ସମ୍ଭାବନା ରହିଛି
ଆକାଂକ୍ଷୀ ଜିଲ୍ଲା ଥିବା ୧୧୨ଟି ଜିଲ୍ଲା , ଏବେ ପ୍ରେରଣାଦାୟୀ ଜିଲ୍ଲା ପାଲଟିଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଦେଶର ଆକାଂକ୍ଷୀ ବ୍ଲକମାନଙ୍କ ପାଇଁ 'ସଂକଳ୍ପ ସପ୍ତାହ' ନାମକ ଏକ ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ ପୋର୍ଟାଲର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସେ ଉଦ୍‌ଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଦେଶର ଆକାଂକ୍ଷୀ ବ୍ଲକମାନଙ୍କ ପାଇଁ 'ସଂକଳ୍ପ ସପ୍ତାହ' ନାମକ ଏକ ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ ପୋର୍ଟାଲର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସେ ଉଦ୍‌ଘାଟନ କରିଥିଲେ । 

ପ୍ରଧାନମନ୍ତ୍ରୀ ୩ ଜଣ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । 

 

ଉତ୍ତରପ୍ରଦେଶର ବରେଲିର ବାହେରୀର ସ୍କୁଲ ଶିକ୍ଷୟିତ୍ରୀ ରଞ୍ଜନା ଅଗ୍ରୱାଲଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ବ୍ଲକ୍‌ରେ ଆୟୋଜିତ ଚିନ୍ତନ ଶିବିରର ସବୁଠାରୁ ପ୍ରଭାବଶାଳୀ ଚିନ୍ତାଧାରା ବିଷୟରେ ପଚାରି ବୁଝିଥିଲେ । ଶ୍ରୀମତୀ ରଞ୍ଜନା ଅଗ୍ରୱାଲ ବ୍ଲକ୍‌ର ସର୍ବାଙ୍ଗୀନ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିବା ସହ ସରକାରୀ ଯୋଜନା ଗୁଡ଼ିକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସମସ୍ତ ହିତାଧିକାରୀ ସମାନ ମଞ୍ଚକୁ ଆସିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଗୁଡ଼ିକର ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ପାଇଁ ଲାଗୁ କରାଯାଇଥିବା ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ଶ୍ରୀମତୀ ଅଗ୍ରୱାଲ ପାରମ୍ପରିକ ଶିକ୍ଷାଦାନ ପଦ୍ଧତି ପରିବର୍ତ୍ତେ କାର୍ଯ୍ୟକଳାପ ଭିତ୍ତିକ ଶିକ୍ଷାକୁ ପସନ୍ଦ କରିବା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ବାଲ ସଭା ଆୟୋଜନ, ସଙ୍ଗୀତ ଶିକ୍ଷା, କ୍ରୀଡ଼ା ଏବଂ ଶାରୀରିକ ପ୍ରଶିକ୍ଷଣ ଇତ୍ୟାଦିର ଉଦାହରଣ ଦେଇଥିଲେ । ଶିକ୍ଷାର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ପାଇଁ ସ୍ମାର୍ଟ ଶ୍ରେଣୀଗୃହ ଏବଂ ଟେକ୍ନୋଲୋଜିର ବ୍ୟବହାର ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଜିଲ୍ଲାର ସମସ୍ତ ୨୫୦୦ ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ ଶ୍ରେଣୀଗୃହ ଉପଲବ୍ଧ ଥିବା ନେଇ ସେ ସୂଚନା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିିତ ଭାରତର ଏକ ପ୍ରାଥମିକ ସର୍ତ୍ତ ହେଉଛି ପିଲାମାନଙ୍କର ଗୁଣାତ୍ମକ ଶିକ୍ଷା । ସେ କହିଛନ୍ତି ଯେ ଶିକ୍ଷକମାନଙ୍କ ନିଷ୍ଠା ଓ ସଂପୃକ୍ତି ଦେଖି ସେ ଅଭିଭୂତ । ଏହା ହେଉଛି 'ସମର୍ପଣ ସେ ସିଦ୍ଧି' ‘ସମର୍ପଣ ଦ୍ୱାରା ସିଦ୍ଧିପ୍ରାପ୍ତି’ ର ମାର୍ଗ । 

ଜମ୍ମୁ ଓ କାଶ୍ମୀରର ପୁଞ୍ଚର ମନକୋଟର ସହକାରୀ ପ୍ରାଣୀଧନ ଚିକିତ୍ସକ ସାଜିଦ ଅହମ୍ମଦ ଆଦିବାସୀ ପଶୁପାଳନକାରୀଙ୍କ ସମସ୍ୟା ବିଷୟରେ ବର୍ଣ୍ଣନା କରିବା ସହ ସ୍ଥାନାନ୍ତର ସମୟରେ ସମସ୍ୟା ଓ କ୍ଷୟକ୍ଷତିକୁ ସୀମିତ କରିବାର ଉପାୟ ବିଷୟରେ ମଧ୍ୟ କହିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତାଙ୍କ ବ୍ୟକ୍ତିଗତ ଅନୁଭୂତି କହିଥିଲେ । ଶ୍ରେଣୀଗୃହ ଜ୍ଞାନ ଏବଂ ଅଭିଜ୍ଞତା ମଧ୍ୟରେ ପାର୍ଥକ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ପଚାରିଥିଲେ । ଶ୍ରେଣୀଗୃହରେ ଅଣଦେଖା କରାଯାଉଥିବା ମଜଭୁତ ସ୍ଥାନୀୟ ପ୍ରଜାତି ବିଷୟରେ ଡାକ୍ତର କହିଥିଲେ । ପାଦ ଓ ପାଟି ରୋଗ ପାଇଁ ଟିକାକରଣ ଅଭିଯାନ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ଏବଂ ଏହି ଅଞ୍ଚଳରେ ଟିକାର ବ୍ୟାପକ ବ୍ୟବହାର ବିଷୟରେ ତାଙ୍କୁ ସୂଚିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ଗୁର୍ଜର ମାନଙ୍କ ସହିତ ତାଙ୍କର ଘନିଷ୍ଠତା ସମ୍ପର୍କରେ ବର୍ଣ୍ଣନା କରିଥିଲେ, କାରଣ ସେମାନେ ତାଙ୍କୁ ସର୍ବଦା କଚ୍ଛର ବାସିନ୍ଦା ମାନଙ୍କ କଥା ମନେ ପକାଇ ଦେଇଥାନ୍ତି । 

 

ମେଘାଳୟର ରେସୁବେଲପଡ଼ା, ଏନ୍‌ଜିଏଚ୍ (ଗାରୋ ଅଞ୍ଚଳ)ର କନିଷ୍ଠ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମିଖେନଚାର୍ଡ ସି ମୋମିନ୍‌ଙ୍କ ସହ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳ ଅତ୍ୟଧିକ ଖରାପ ପାଗ ଯୋଗୁଁ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ ବିଷୟରେ ପଚାରି ବୁଝିଥିଲେ । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ପ୍ରାଥମିକ ନିର୍ଦ୍ଦେଶ ଜାରି କରିବା ସହ ଅଗ୍ରଗତି ଉପରେ ନଜର ରଖିବା ନିମନ୍ତେ ଏକ ଗୋଷ୍ଠୀ ଗଠନ କରିବାକୁ ଶ୍ରୀ ମୋମିନ୍ ଉଲ୍ଲେଖ କରିଛନ୍ତି । ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପିଏମ୍ - ଆବାସ (ଗ୍ରାମୀଣ)ରେ ଆଞ୍ଚଳିକ ଡିଜାଇନ୍ ପ୍ରଚଳନ ଏବଂ ମାଲିକ - ପରିଚାଳିତ ନିର୍ମାଣ ଦ୍ୱାରା ଉତ୍ପାଦନର ଗୁଣବତ୍ତାରେ ପରିବର୍ତ୍ତନ ବିଷୟରେ ପ୍ରଧାନମନ୍ତ୍ରୀ ଯେଉଁ ପ୍ରଶ୍ନ କରିଥିଲେ, ଶ୍ରୀ ମୋମିନ୍ ତାହାର ସକାରାତ୍ମକ ଉତ୍ତର ଦେଇଥିଲେ । ଏହି ଅଞ୍ଚଳରେ ଉତ୍ପାଦିତ କାଜୁର ଉତ୍ପାଦନ ଏବଂ ବିପଣନ ବିଷୟରେ ପ୍ରଧାନମନ୍ତ୍ରୀ ପଚାରିବାରୁ ଶ୍ରୀ ମୋମିନ୍ କହିଥିଲେ ଯେ ଏହି ଅଞ୍ଚଳରେ ଉତ୍ପାଦିତ କାଜୁ ସମଗ୍ର ଦେଶରେ ସର୍ବୋଚ୍ଚ ମାନର ଏବଂ ଏହାର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ମନରେଗା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଧ୍ୟମ କରାଯାଉଛି । ଏହି ଅଞ୍ଚଳରେ ଅଧିକ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବାକୁ ଶ୍ରୀ ମୋମିନ୍ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସଚେତନତା ବୃଦ୍ଧି ପାଇଁ ଏହି ଅଞ୍ଚଳରେ ସଙ୍ଗୀତର ଲୋକପ୍ରିୟତା ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ବ୍ଲକ ଏବଂ ଜିଲ୍ଲା କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଉଲ୍ଲେଖ କରିଥିଲେ । 

 

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ 'ଭାରତ ମଣ୍ଡପମ୍‌' ଏବଂ 'ସମାବେଶରେ ଥିବା ଲୋକ ମାନଙ୍କ' ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ଦୂରଦୂରାନ୍ତ ଅଞ୍ଚଳରେ ବିକାଶର ଯତ୍ନ ନେଉଛନ୍ତି । 

ଏହା ସରକାରଙ୍କ ଚିନ୍ତାଧାରାର ସଙ୍କେତ ଯେ ଜି - ୨୦ ଶିଖର ସମ୍ମିଳନୀ ସ୍ଥଳରେ ଏଭଳି ଏକ ସମାବେଶ ହେଉଛି, ଯେଉଁଠାରେ ବିଶ୍ୱ ବ୍ୟାପାରର ଦିଗ ନିର୍ଦ୍ଧାରଣ କରୁଥିବା ଲୋକମାନେ ମାସକ ପୂର୍ବରୁ ଏକାଠି ହୋଇଥିଲେ । ତୃଣମୂଳ ସ୍ତରର ପରିବର୍ତ୍ତନକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ମୋ ପାଇଁ ଏହି ସମାବେଶ ଜି – ୨୦ ସମ୍ମିଳନୀ ଠାରୁ କମ୍ ନୁହେଁ ବୋଲି ଶ୍ରୀ ମୋଦୀ କହିଛନ୍ତି । 

ଏହି କାର୍ଯ୍ୟକ୍ରମ ଟିମ୍ ଇଣ୍ଡିଆର ସଫଳତା ଏବଂ ସମସ୍ତଙ୍କ ପ୍ରୟାସର ଭାବନାର ପ୍ରତୀକ ବୋଲି ସେ କହିଛନ୍ତି । ଭାରତର ଭବିଷ୍ୟତ ପାଇଁ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରେ 'ସଂକଳ୍ପ ସେ ସିଦ୍ଧି' (ସଙ୍କଳ୍ପ ଦ୍ୱାରା ସିଦ୍ଧିପ୍ରାପ୍ତି) ଅନ୍ତର୍ନିହିତ । 

ସ୍ୱାଧୀନ ଭାରତର ଶ୍ରେଷ୍ଠ ୧୦ଟି କାର୍ଯ୍ୟକ୍ରମ ମଧ୍ୟରୁ ଯେକୌଣସି ତାଲିକାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସୁବର୍ଣ୍ଣ ଅକ୍ଷରରେ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ୧୧୨ ଟି ଜିଲ୍ଲାର ପ୍ରାୟ ୨୫ କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏହି କାର୍ଯ୍ୟକ୍ରମର ସଫଳତା ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମର ଆଧାର ପାଲଟିଛି ବୋଲି ସେ କହିଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ପାଇଁ ବିଶ୍ୱସ୍ତରୀୟ ପ୍ରଶଂସା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ କେବଳ ଏହି ଯୋଜନା ଅଭୂତପୂର୍ବ ହୋଇଥିବାରୁ ନୁହେଁ ବରଂ ଏଥିପାଇଁ କାର୍ଯ୍ୟ କରୁଥିବା ଲୋକମାନେ ବିସ୍ମୟଜନକ ହୋଇଥିବାରୁ ଏହା ଏକ ବିରାଟ ସଫଳତା ପାଇବା ନିଶ୍ଚିତ । 

 

କିଛି ସମୟ ପୂର୍ବରୁ ୩ ଜଣ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କ ମନୋବଳ ଦେଖି ତାଙ୍କ ଆତ୍ମବିଶ୍ୱାସ ବହୁଗୁଣିତ ହୋଇଛି ବୋଲି ଉଲ୍ଲେଖ କରିଥିଲେ । ତୃଣମୂଳ ସ୍ତରର ଅଧିକାରୀ ମାନଙ୍କୁ ସେମାନଙ୍କ ଟିମ୍‌ର ସଦସ୍ୟ ଭାବେ ନେଇ କାମ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିବା ସହ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ସମୟ ପୂର୍ବରୁ ହାସଲ ହୋଇଯିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଉପରେ ସେ ତୀକ୍ଷ୍ଣ ନଜର ରଖିବେ, କାରଣ ସେ ସେମାନଙ୍କ ଦକ୍ଷତା ପରୀକ୍ଷା କରିବାକୁ ଚାହାଁନ୍ତି ନାହିଁ ବରଂ ତୃଣମୂଳ ସ୍ତରରେ ସଫଳତା ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ଅଧିକ ଶକ୍ତି ଏବଂ ଉତ୍ସାହ ପ୍ରଦାନ କରିଥାଏ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତି ଚାର୍ଟ ମୋ ପାଇଁ ପ୍ରେରଣା ପାଲଟିଛି ବୋଲି ସେ କହିଛନ୍ତି । 

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ତୃତୀୟ ପକ୍ଷ ମୂଲ୍ୟାୟନକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମର ସରଳ ରଣନୀତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶାସନର ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଗୁଡିକର ମୁକାବିଲା କରିବା ପାଇଁ ଏଗୁଡ଼ିକ ଶିକ୍ଷା ଅଟେ । ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସମସ୍ତ ଅଞ୍ଚଳ ଏବଂ କ୍ଷେତ୍ରର ଯତ୍ନ ନିଆଯିବା ଉଚିତ୍ ।

 ସର୍ବାଙ୍ଗୀନ ବିକାଶ, ସମସ୍ତଙ୍କୁ ଛୁଇଁବା ଭଳି ବିକାଶ , ସମସ୍ତଙ୍କୁ ଉପକୃତ କରିବା ଭଳି ବିକାଶର ଅନୁପସ୍ଥିତି ସଂଖ୍ୟାତ୍ମକ ବିକାଶ ପ୍ରଦର୍ଶିତ କରିପାରେ, କିନ୍ତୁ ଏଥିରେ ମୌଳିକ ବିକାଶ ହୋଇ ନଥାଏ । ସେଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ପ୍ରତ୍ୟେକ ତୃଣମୂଳ ସ୍ତରର ମାନଦଣ୍ଡକୁ ଅନ୍ତର୍ଭୁକ୍ତ କରି ଆଗକୁ ବଢ଼ିବା ଉଚିତ୍ । 

 

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ବିଭାଗୀୟ ସଚିବ ମାନଙ୍କୁ ଦୁଇଟି ନୂତନ ଦିଗ, ଯଥା - ପ୍ରତ୍ୟେକ ରାଜ୍ୟର ଦ୍ରୁତ ବିକାଶ ଏବଂ ପଛୁଆ ଜିଲ୍ଲା ଗୁଡ଼ିକୁ ସମ୍ଭାଳିବା ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଦେଶର ୧୦୦ଟି ବ୍ଲକ୍‌କୁ ଚିହ୍ନଟ କରିବାକୁ ସେ ସେମାନଙ୍କୁ ଆହ୍ୱାନ ଦେଇଥିଲେ, ଯାହା ନିଜ ନିଜ ବିଭାଗରେ ପଛରେ ରହିଛି ଏବଂ ଏହି ସ୍ଥିତିରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ସେ ସେମାନଙ୍କୁ କହିଥିଲେ । ଚିହ୍ନଟ ହୋଇଥିବା ୧୦୦ଟି ବ୍ଲକ୍ ଦେଶର ହାରାହାରି ସ୍ତର ଠାରୁ ଅଧିକ ହେବା ପରେ ବିକାଶର ସମସ୍ତ ମାନଦଣ୍ଡ ବଦଳିଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଉନ୍ନତିର ଅବକାଶ ଥିବା ବ୍ଲକ୍‌ର ବିକାଶ ଉପରେ କେନ୍ଦ୍ରର ସମସ୍ତ ବିଭାଗ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୧୦୦ଟି ଅତି ପଛୁଆ ଗ୍ରାମକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉନ୍ନତ କରିବା ପାଇଁ ଏକ ମଡେଲ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ଯାହାକୁ ପରବର୍ତ୍ତୀ ୧୦୦୦ ଗ୍ରାମର ବିକାଶ ପାଇଁ ଆହୁରି ଅନୁକରଣ କରାଯାଇପାରିବ । 

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ପ୍ରୟାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ହେବାର ଅର୍ଥ ବିକଶିତ ମହାନଗର ଏବଂ ପଛୁଆ ଗ୍ରାମ ଗୁଡିକ ନୁହେଁ । "ଆମେ ସେହି ମଡେଲକୁ ଅନୁସରଣ କରୁନାହୁଁ, ଆମେ ୧୪୦ କୋଟି ଲୋକଙ୍କ ସହିତ ଯିବାକୁ ଚାହୁଁଛୁ" ବୋଲି ସେ କହିଥିଲେ । 

ସେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଗୁଜରାଟର କଚ୍ଛ ଜିଲ୍ଲାର ଉଦାହରଣ ଦେଇଥିଲେ, ଯାହା ଏକଦା ଅଧିକାରୀମାନଙ୍କ ପାଇଁ ଦଣ୍ଡ ସ୍ୱରୂପ ପୋଷ୍ଟିଂ ପାଇଁ ଏକ ସ୍ଥାନ ଭାବରେ ବିବେଚନା କରାଯାଉଥିଲା କିନ୍ତୁ ଭୂମିକମ୍ପ ପରେ ସେଠାରେ ନିୟୋଜିତ ଅଧିକାରୀ ମାନଙ୍କ ନିଷ୍ଠା ଏବଂ ପରିଶ୍ରମ ଯୋଗୁଁ ବର୍ତ୍ତମାନ ଏହା ସବୁଠାରୁ ସମ୍ମାନଜନକ ସ୍ଥାନ ପାଲଟିଛି । ଦେଶର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ହୋଇଥିବା ବିକାଶ ପାଇଁ ସେ ଯୁବ ଅଧିକାରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ବ୍ଲକ୍ ସ୍ତରରେ ସଫଳ ହୋଇଥିବା ଅଧିକାରୀ ମାନଙ୍କୁ ଉତ୍ସାହିତ କରି ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । 

 

ସରକାରଙ୍କ ବଜେଟର କେବଳ ଉତ୍ପାଦନ ଅଭିମୁଖୀତାରୁ ପରିଣାମ ଆଡକୁ ପରିବର୍ତ୍ତିତ ହେବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଏହା ଦ୍ୱାରା ଗୁଣାତ୍ମକ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ଶାସନର ଅନେକ ଅଭିଜ୍ଞତାରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍ ପରିବର୍ତ୍ତନର ଏକମାତ୍ର କାରଣ ନୁହେଁ । ବିନା ବଜେଟରେ ସମ୍ବଳର ସର୍ବୋତ୍ତମ ଉପଯୋଗ ଓ ସମନ୍ୱୟ ବିକାଶର ଆଧାର ବୋଲି ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଯୋଜନା ଗୁଡ଼ିକର ସମନ୍ୱୟ ଏବଂ ପରିପୂରକତାକୁ ଉପଯୋଗ କରାଯିବା ଉଚିତ୍ । 

ଉତ୍ତମ ପ୍ରଦର୍ଶନ ଦିଗ ଗୁଡିକ ଏବଂ ସେମାନଙ୍କ ଆଡକୁ ସମ୍ବଳ ଗୁଡିକୁ ପ୍ରେରିତ କରିବାର ପରିଣତି ଉପରେ ଅତ୍ୟଧିକ ନିର୍ଭରଶୀଳତାର ତ୍ରୁଟି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ସମ୍ବଳକୁ ପ୍ରଚୁର ପରିମାଣରେ ଠେଲିଦେଲେ ଅପଚୟ ହେଉଥିବା ବେଳେ ଆବଶ୍ୟକତା ଥିବା ସ୍ଥାନକୁ ଦିଆଗଲେ ଉପଯୋଗ ବହୁତ ଭଲ ହୋଇଥାଏ । ଅଭାବୀ ଅଂଚଳ ଉପରେ ବିଶେଷ ଧ୍ୟାନ ଦେଇ ସମ୍ବଳକୁ ସମାନ ଭାବରେ ବଣ୍ଟନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି । 

 

ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଉପରେ ନିର୍ଭରଶୀଳତାର ମାନସିକତାରୁ ବାହାରକୁ ବାହାରି ଆସିବା ଉପରେ ଗୁରୁତ୍ୱାରୋପ କରିବା ସହ ମହାନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମାଜର ଶକ୍ତି ଉପରେ ଆଲୋକପାତ କରିଥିଲେ । 'ଜନ ଭାଗିଦାରୀ'ର ଆବଶ୍ୟକତା ବିଷୟରେ କହିବା ସହ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ଜଣେ ନେତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ 'ସଂକଳ୍ପ ସପ୍ତାହ' କାର୍ଯ୍ୟକ୍ରମରେ ଦଳୀୟ ଭାବନା ସୃଷ୍ଟି ହେଉଥିବା ଦିଗ ଉପରେ ଆଲୋକପାତ କରିଥିଲେ , ଯାହା ଜନ ଭାଗିଦାରୀ ପାଇଁ ନେତା ଏବଂ ନୂତନ ଚିନ୍ତାଧାରାର ଆବିର୍ଭାବ ଆଣିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମାଜ ଏକାଠି ହୋଇ ପରସ୍ପରକୁ ସହଯୋଗ କରିବାର ଉଦାହରଣ ଦେଇଥିଲେ । ଜନସାଧାରଣଙ୍କ ଭାଗିଦାରୀ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ଲକ୍ ସ୍ତରରେ ସାମୂହିକ ଭାବେ କାର୍ଯ୍ୟ କରିବା ଉପରେ ଆଲୋକପାତ କରିବା ସହ ଆଞ୍ଚଳିକ ଅନୁଷ୍ଠାନର ବାର୍ଷିକୀ ପାଳନ ଏବଂ ପୁଷ୍ଟିହୀନତା ଦୂର କରିବା ପାଇଁ ଏଭଳି ଅବସରରେ ସ୍କୁଲ ପିଲାଙ୍କୁ ଖାଦ୍ୟ ବଣ୍ଟନର ଉଦାହରଣ ଦେଇଥିଲେ ସମସ୍ୟାର ସମାଧାନ ଖୋଜିବାରେ ଜନଭାଗିଦାରୀ କିମ୍ବା ଲୋକଙ୍କ ଭାଗିଦାରୀର ଯଥେଷ୍ଟ କ୍ଷମତା ରହିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ସେହିଭଳି ଦେଶର ବୃଦ୍ଧି ପାଉଥିବା ବୈଶ୍ୱିକ ପ୍ରୋଫାଇଲରେ ପ୍ରବାସୀ ମାନଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ସାମାଜିକ ଅଂଶଗ୍ରହଣର ଶକ୍ତିକୁ ବର୍ଣ୍ଣନା କରିଥିଲେ, କାରଣ ସେମାନଙ୍କ ସକ୍ରିୟତା ସରକାରଙ୍କ କୂଟନୈତିକ ପ୍ରୟାସକୁ ସମର୍ଥନ କରିଛି । ସଂକଳ୍ପ ସପ୍ତାହର ସର୍ବାଧିକ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିନିଧ ôମାନଙ୍କୁ କହିଥିଲେ । ଅଧିକରୁ ଅଧିକ ପ୍ରଭାବ ପାଇଁ ସମ୍ବଳ ସଂଗ୍ରହ ଏବଂ ପ୍ରୟାସକୁ କେନ୍ଦ୍ରୀଭୂତ କରିବାକୁ ସେ ସେମାନଙ୍କୁ କହିଥିଲେ । ଏହା ଦ୍ୱାରା ତୃଣମୂଳ ସ୍ତରର ସମସ୍ୟା ଦୂର ହେବା ସହ ସରକାରଙ୍କ ସମଗ୍ର ଆଭିମୁଖ୍ୟ ସୃଷ୍ଟି ହେବ । ଯୋଗାଯୋଗରେ ପ୍ରଯୁକ୍ତି ବିଦ୍ୟାର ଭୂମିକାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶାରୀରିକ ଉପସ୍ଥିତିର କୌଣସି ବିକଳ୍ପ ନାହିଁ ଏବଂ ଆମେ ଏହା ସହିତ ଆପୋଷ ବୁଝାମଣା କରିବା ଉଚିତ ୍ ନୁହେଁ କାରଣ ଆମେ କୌଣସି ସ୍ଥାନକୁ ଗସ୍ତ କରିବା ସମୟରେ ସେହି ସ୍ଥାନର ଶକ୍ତି ବିଷୟରେ ଜାଣିବାକୁ ପାଇଥାଉ । ସଂକଳ୍ପ ସପ୍ତାହରେ ସହକର୍ମୀ ମାନଙ୍କ ସହ ଏକ ସପ୍ତାହ ବସି ରହିବା ଦ୍ୱାରା ସେମାନେ ପରସ୍ପରର ଶକ୍ତି ଓ ଆବଶ୍ୟକତା ବିଷୟରେ ସଚେତନ ହେବା ସହ ଦଳୀୟ ମନୋବଳରେ ଉନ୍ନତି ଆଣିବେ ବୋଲି ସେ କହିଛନ୍ତି । 

ପ୍ରଧାନମନ୍ତ୍ରୀ ପ୍ରତିନିଧି ମାନଙ୍କୁ ୫ଟି ମାନଦଣ୍ଡ ଉପରେ ଧ୍ୟାନ ଦେବା ଏବଂ ଭଲ ଫଳାଫଳ ପାଇବା ପାଇଁ କହିଥିଲେ । ଏହା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଧୀରେ ଧୀରେ ସମସ୍ୟାର ସମାଧାନ ହେଲେ ଏହି ବ୍ଲକ ଅନ୍ୟମାନଙ୍କ ପାଇଁ ଆକାଂକ୍ଷାର ଉତ୍ସ ପାଲଟିବ ବୋଲି ସେ କହିଛନ୍ତି । ଆକାଂକ୍ଷୀ ଜିଲ୍ଲା ଥିବା ୧୧୨ଟି ଜିଲ୍ଲା ଏବେ ପ୍ରେରଣାଦାୟୀ ଜିଲ୍ଲା ପାଲଟିଛି । ମୁଁ ନିଶ୍ଚିତ ଯେ ବର୍ଷକ ମଧ୍ୟରେ ଅତି କମ୍‌ରେ ୧୦୦ଟି ଆକାଂକ୍ଷୀ ବ୍ଲକ୍ ପ୍ରେରଣାଦାୟୀ ବ୍ଲକ୍‌ରେ ପରିଣତ ହେବ । 

ଏଡି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ସୁମନ ବେରି ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଆକାଂକ୍ଷୀ ବ୍ଲକ୍ ପ୍ରୋଗ୍ରାମ (ଏବିପି) ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହ 'ସଂକଳ୍ପ ସପ୍ତାହ' ଜଡ଼ିତ । ଜାନୁଆରୀ ୭, ୨୦୨୩ ରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନାଗରିକ ମାନଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ପାଇଁ ବ୍ଲକ୍ ସ୍ତରରେ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ହେଉଛି ଏହାର ଲକ୍ଷ୍ୟ । ଦେଶର ୩୨୯ଟି ଜିଲ୍ଲାର ୫୦୦ଟି ଆକାଂକ୍ଷୀ ବ୍ଲକ୍‌ରେ ଏହା କାର୍ଯ୍ୟକାରୀ ହେଉଛି । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଏବଂ ଏକ ପ୍ରଭାବଶାଳୀ ବ୍ଲକ୍ ବିକାଶ ରଣନୀତି ପ୍ରସ୍ତୁତ କରିବା ପାଇଁ ସମଗ୍ର ଦେଶରେ ଗ୍ରାମ ଓ ବ୍ଲକ୍ ସ୍ତରରେ ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା । 'ସଂକଳ୍ପ ସପ୍ତାହ' ହେଉଛି ଏହି ଚିନ୍ତନ ଶିବିରର ଏକ ସମାପ୍ତି ।

ସମସ୍ତ ୫୦୦ ଆକାଂକ୍ଷୀ ବ୍ଲକ୍‌ରେ 'ସଂକଳ୍ପ ସପ୍ତାହ' ପାଳନ କରାଯିବ । ଅକ୍ଟୋବର ୩ ରୁ ଅକ୍ଟୋବର ୯, ୨୦୨୩ ପର୍ଯ୍ୟନ୍ତ 'ସଂକଳ୍ପ ସପ୍ତାହ'ର ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ବିକାଶ ବିଷୟ ବସ୍ତୁକୁ ସମର୍ପିତ କରାଯାଇଛି, ଯେଉଁଥିରେ ସମସ୍ତ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟ କରିବେ । ପ୍ରଥମ ଛଅ ଦିନର ବିଷୟବସ୍ତୁ ଗୁଡ଼ିକ ହେଲା 'ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ, ସୁପୋଷିତ ପରିବାର', 'ସ୍ୱଚ୍ଛତା', 'କୃଷି', 'ଶିକ୍ଷା' ଏବଂ 'ସମୃଦ୍ଧି ଦିବସ' । ସପ୍ତାହର ଶେଷ ଦିନ ଅର୍ଥାତ୍ ଅକ୍ଟୋବର ୯, ୨୦୨୩, ସମଗ୍ର ସପ୍ତାହରେ ହୋଇଥିବା କାର୍ଯ୍ୟର ଉତ୍ସବ ହେବ, ଯାହାକି 'ସଂକଳ୍ପ ସପ୍ତାହ - ସମାବେଶ ସମାରୋହ' ଭାବରେ ପାଳନ କରାଯିବ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭାରତ ମଣ୍ଡପମ୍‌ରେ ଦେଶର ପ୍ରାୟ ୩ ହଜାର ପଞ୍ଚାୟତ ଓ ବ୍ଲକସ୍ତରୀୟ ଜନପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେବେ । ଏଥିସହ ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା, କୃଷକ ଓ ଅନ୍ୟାନ୍ୟ ବର୍ଗର ବ୍ୟକ୍ତି ବିଶେଷଙ୍କୁ ମିଶାଇ ପ୍ରାୟ ୨ ଲକ୍ଷ ଲୋକ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”