ଯେତେବେଳେ ବିଶ୍ୱ ଚିନ୍ତାରେ ବୁଡ଼ି ରହିଛି, ଭାରତ ଆଶା ସଂଚାର କରୁଛି : ପ୍ରଧାନମନ୍ତ୍ରୀ
ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ଅଂଚଳରେ ଅଭୂତପୂର୍ବ ଭାବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ
ଭାରତ ଆଜି ଉଭୟ ଏକ ବିକାଶଶୀଳ ଦେଶ ଏବଂ ଏକ ଉଦୀୟମାନ ଶକ୍ତି: ପ୍ରଧାନମନ୍ତ୍ରୀ
ଭାରତ ହେଉଛି ବିଶ୍ୱର ଅନ୍ୟତମ କନିଷ୍ଠ ଦେଶ ଯାହା ନିକଟରେ ଶିଖରରେ ପହଂଚିବାର ସାମର୍ଥ୍ୟ ରହିଛି :: ପ୍ରଧାନମନ୍ତ୍ରୀ
ଭାରତ ବର୍ତ୍ତମାନ ଦୂରଦର୍ଶୀ ଚିନ୍ତାଧାରା ସହିତ ଆଗକୁ ବଢୁଛି : ପ୍ରଧାନମନ୍ତ୍ରୀ
ଭାରତର ୧୪୦ କୋଟି ଲୋକ ବିକଶିତ ଭାରତର ସଂକଳ୍ପରେ ଯୋଗ ଦେଇଛନ୍ତି, ସେମାନେ ନିଜେ ଏହାକୁ ଚଳାଉଛନ୍ତି : ପ୍ରଧାନମନ୍ତ୍ରୀ
ଭାରତ ନିକଟରେ ରହିଛି ଦ୍ଵିଗୁଣିତ ଏଆଇ ଶକ୍ତି, ପ୍ରଥମ ଏଆଇ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଦ୍ୱିତୀୟ ଏଆଇ, ଆସ୍ପିରେସନାଲ୍ ଇଣ୍ଡିଆ : ପ୍ରଧାନମନ୍ତ୍ରୀ
ଭାରତ ହାଲୁକା ଭାବରେ ନିଆଯାଉଥିବା ସମ୍ପର୍କ ଉପରେ ବିଶ୍ଵାସ କରେ ନାହିଁ, ଆମର ସମ୍ପର୍କର ମୂଳଦୁଆ ହେଉଛି ବିଶ୍ୱାସ ଏବଂ ବିଶ୍ୱସନୀୟତା : ପ୍ରଧାନମନ୍ତ୍ରୀ
ଭାରତ ଟେକ୍ନୋଲୋଜିକୁ ଗଣତାନ୍ତ୍ରିକ କରି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପାଇଁ ଏକ ନୂତନ ମାର୍ଗ ଦେଖାଇଛି: ପ୍ରଧାନମନ୍ତ୍ରୀ
ଡିଜିଟାଲ ଉଦ୍ଭାବନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଏକାଠି ରହିପାରିବ ବୋଲି ଭାରତ ଦେଖାଇଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୪ କୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଏହି ସମ୍ମିଳନୀରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କହିଥିଲେ। ବିଭିନ୍ନ କ୍ଷେତ୍ରରୁ ବିଶ୍ୱସ୍ତରୀୟ ନେତାଙ୍କ ଉପସ୍ଥିତିକୁ ମଧ୍ୟ ସେ ସ୍ୱୀକାର କରିଥିଲେ, ଯେଉଁମାନେ ସେମାନଙ୍କର ମତ ରଖିବେ।

ବିଗତ ଚାରି ରୁ ପାଂଚ ବର୍ଷର କାର୍ଯ୍ୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭବିଷ୍ୟତର ଚିନ୍ତାଧାରା ଉପରେ ଆଲୋଚନା ଏକ ସାଧାରଣ ପ୍ରସଙ୍ଗ ହୋଇଛି। ସେ ଉଲ୍ଲେଖ କରିଛନ୍ତି ଯେ କୋଭିଡ ମହାମାରୀର ସାମ୍ପ୍ରତିକ ଆହ୍ଵାନ, କୋଭିଡ ପରେ ପରେ ଅର୍ଥନୈତିକ ଚାପ, ମୁଦ୍ରାସ୍ଫୀତି ଏବଂ ବେକାରୀ, ଜଳବାୟୁ ପରିବର୍ତ୍ତନ, ଲାଗି ରହିଥିବା ଯୁଦ୍ଧ, ଯୋଗାଣ ଶୃଙ୍ଖଳା‌ରେ ବ୍ୟାଘାତ, ନିରୀହମାନଙ୍କ ମୃତ୍ୟୁ, ଭୂ- ରାଜନୈତିକ ତିକ୍ତତା ଏବଂ ସଂଘର୍ଷ ସବୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହି ସମୟରେ ଭାରତରେ ଚାଲିଥିବା ଆଲୋଚନା ସହିତ ସମାନତା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏହାର ଶତାବ୍ଦୀ ଉପରେ ବିଚାର ବିମର୍ଶ କରୁଛି। “ବିଶ୍ୱ ଅଶାନ୍ତିର ଏହି ଯୁଗରେ ଭାରତ ଆଶାର କିରଣ ପାଲଟିଛି। ଯେତେବେଳେ ବିଶ୍ୱ ଚିନ୍ତିତ , ସେତେବେଳେ ଭାରତ ଆଶା ବିସ୍ତାର କରୁଛି ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ , ଯଦିଓ ବିଶ୍ଵର ପରିସ୍ଥିତି ଏବଂ ଏହା ପୂର୍ବରୁ ଆହ୍ଵାନ ଦ୍ୱାରା ଭାରତ ପ୍ରଭାବିତ ହୋଇଛି, ତଥାପି ସକାରାତ୍ମକ ଭାବନା ରହିଛି ଯାହାକୁ ଅନୁଭବ କରାଯାଇପାରେ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଭାରତ ପ୍ରତ୍ୟେକ କ୍ଷେତ୍ର ଏବଂ ଅଂଚଳରେ ଅପ୍ରତ୍ୟାଶିତ ଗତି ସହିତ କାର୍ଯ୍ୟ କରୁଛି। ସରକାରଙ୍କ ତୃତୀୟ କାର୍ଯ୍ୟକାଳର ୧୨୫ ଦିନ ପୂରଣ ହେବାକୁ ଲକ୍ଷ୍ୟ କରି ଶ୍ରୀ ମୋଦୀ ଦେଶରେ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଛନ୍ତି। ଗରିବ ଲୋକମାନଙ୍କ ପାଇଁ ୩ କୋଟି ନୂତନ ପକ୍କା ଘର ନିମନ୍ତେ ସରକାରଙ୍କ ଅନୁମୋଦନ, ୯ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ, ୧୫ ଟି ନୂତନ ବନ୍ଦେ ଭାରତ ଟ୍ରେନ୍ ର ପ୍ରଚଳନ, ୮ଟି ନୂତନ ବିମାନ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ, ଯୁବକମାନଙ୍କ ପାଇଁ ୨ ଲକ୍ଷ କୋଟି ପ୍ୟାକେଜ୍ , କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧,୦୦୦ କୋଟି ଟଙ୍କା ହସ୍ତାନ୍ତର ହୋଇଛି, ୭୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ମାଗଣା ଚିକିତ୍ସା ଯୋଜନା, ପାଖାପାଖି ୫ ଲକ୍ଷ ଘରେ ଛାତ ଉପରେ ସୋଲାର ପ୍ଲାଣ୍ଟ ସ୍ଥାପନ, ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ୯୦ କୋଟି ଚାରା ରୋପଣ, ୧୨ଟି ନୂତନ ଶିଳ୍ପ ନଡ୍ ପାଇଁ ଅନୁମୋଦନ, ସେନସେକ୍ସ ଏବଂ ନିଫ୍ଟି ପ୍ରାୟ ୫ ରୁ ୭ ପ୍ରତିଶତ ବୃଦ୍ଧି ପାଉଛି ଏବଂ ଅନ୍ୟାନ୍ୟ ମଧ୍ୟରେ ଭାରତର ବୈଦେଶିକ ମୁଦ୍ରା ୭୦୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ବିଗତ ୧୨୫ ଦିନ ମଧ୍ୟରେ ଭାରତରେ ଘଟୁଥିବା ବିଶ୍ୱସ୍ତରୀୟ ଘଟଣା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଥିଲେ ଏବଂ ଆନ୍ତର୍ଜାତୀୟ ଏସଏମୟୁ, ଗ୍ଲୋବାଲ ଫିନଟେକ୍ ଫେଷ୍ଟିଭାଲ, ବିଶ୍ଵସ୍ତରୀୟ ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ଉପରେ ଆଲୋଚନା, ନବୀକରଣ ଯୋଗ୍ୟ ଶକ୍ତି ଏବଂ ବେସାମରିକ ବିମାନ ଚଳାଚଳ ପାଇଁ ଅନ୍ତର୍ଜାତୀୟ ସମ୍ମିଳନୀ ବିଷୟରେ ଉଲ୍ଲେଖ କରିଥିଲେ। "ଏହା କେବଳ ଘଟଣାର ଏକ ତାଲିକା ନୁହେଁ ବରଂ ଭାରତ ସହିତ ଜଡିତ ଆଶାର ଏକ ତାଲିକା ଯାହା ଦେଶର ଦିଗ ଏବଂ ବିଶ୍ୱର ଆଶାକୁ ଦର୍ଶାଏ", ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ , ଏଗୁଡିକ ହେଉଛି ଏକ ପ୍ରସଙ୍ଗ ଯାହା ବିଶ୍ୱର ଭବିଷ୍ୟତକୁ ଆକାର ଦେବ ଏବଂ ଏଗୁଡ଼ିକ ଭାରତରେ ଆଲୋଚନା କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତୃତୀୟ ଅବଧିରେ ଭାରତର ଅଭିବୃଦ୍ଧି ଏତେ ତ୍ୱରାନ୍ୱିତ ହୋଇଛି ଯେ ଅନେକ ରେଟିଂ ଏଜେନ୍ସି ସେମାନଙ୍କ ଅଭିବୃଦ୍ଧି ପୂର୍ବାନୁମାନକୁ ବୃଦ୍ଧି କରି ଦେଇଛନ୍ତି। ସେ ମାର୍କ ମୋବିୟସଙ୍କ ପରି ବିଶେଷଜ୍ଞଙ୍କ ଉତ୍ସାହକୁ ମଧ୍ୟ ସୂଚାଇ ଦେଇଛନ୍ତି, ଯିଏକି ବିଶ୍ୱସ୍ତରୀୟ ପାଣ୍ଠିଗୁଡ଼ିକୁ ସେମାନଙ୍କ ପାଣ୍ଠିର ଅତିକମରେ ୫୦% ଭାରତର ସେୟାର ବଜାରରେ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏଭଳି ଅଭିଜ୍ଞ ବିଶେଷଜ୍ଞମାନେ ଯେତେବେଳେ ଭାରତରେ ବଡ଼ ପୁଞ୍ଜିନିବେଶ ପାଇଁ ସମର୍ଥନ କରନ୍ତି, ଏହା ଆମର ସମ୍ଭାବନା ବିଷୟରେ ଏକ ଦୃଢ଼ ବାର୍ତ୍ତା ଦେଇଥାଏ ବୋଲି ସେ କହିଛନ୍ତି ।

“ଆଜିର ଭାରତ ଉଭୟ ବିକାଶଶୀଳ ରାଷ୍ଟ୍ର ଏବଂ ଏକ ଉଦୀୟମାନ ଶକ୍ତି” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭାରତ ଦାରିଦ୍ର‌୍ୟର ଆହ୍ଵାନକୁ ବୁଝିଛି ଏବଂ ପ୍ରଗତିର ପଥ କିପରି ଖୋଲିବ ତାହା ଭାରତକୁ ଜଣା ଅଛି। ସେ ସରକାରଙ୍କ ଦ୍ରୁତ ଗତିରେ ନୀତି ନିର୍ଣ୍ଣୟ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଏବଂ ନୂତନ ସଂସ୍କାର ଉପରେ ଆଲୋକପାତ କରିଥିଲେ। ଆତ୍ମସନ୍ତୋଷ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମାନସିକତା ଏକ ଦେଶକୁ ଆଗକୁ ଆଗେଇ ନିଏ ନାହିଁ। ସେ ଦର୍ଶାଇଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳିଛନ୍ତି ଏବଂ ୧୨ କୋଟି ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ୧୬ କୋଟି ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି, କିନ୍ତୁ ଏହା ପର‌୍ୟ୍ୟାପ୍ତ ନୁହେଁ।

 

ପ୍ରଧାନମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତ ୩୫୦ ରୁ ଅଧିକ ମେଡିକାଲ କଲେଜ ଏବଂ ୧୫ ରୁ ଅଧିକ ଏମ୍ନ ନିର୍ମାଣ କରିଛି, ୧.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିଛି ଏବଂ ୮ କୋଟି ଯୁବକଙ୍କୁ ମୁଦ୍ରା ଋଣ ପ୍ରଦାନ କରିଛି। “ଏହା ଯଥେଷ୍ଟ ନୁହେଁ” ବୋଲି ଉଲ୍ଳେଖ କରିବା ସହିତ ପ୍ରଧାନମନ୍ତ୍ରୀ ଭାରତର ଯୁବକମାନଙ୍କ ନିରନ୍ତର ଅଗ୍ରଗତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱର ଅନ୍ୟତମ କନିଷ୍ଠ ରାଷ୍ଟ୍ର ଭାବରେ ଭାରତର ସାମର୍ଥ୍ୟ ଆମକୁ ଏକ ଉଚ୍ଚ ଶିଖରରେ ପହଞ୍ଚାଇ ପାରିବ ଏବଂ ଆମର ଶୀଘ୍ର ଏବଂ ଦକ୍ଷତାର ସହ ଆହୁରି ଅନେକ କିଛି ହାସଲ କରିବାକୁ ଅଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ଦେଶର ମାନସିକତାର ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସରକାରମାନେ ପ୍ରାୟତଃ ପୂର୍ବ ପ୍ରଶାସନ ସହିତ ସେମାନଙ୍କ ସଫଳତାକୁ ତୁଳନା କରନ୍ତି ଏବଂ ଏହାକୁ ୧୦ - ୧୫ ବର୍ଷ ପଛରେ ଥିବା ସଫଳତା ଭାବରେ ବିବେଚନା କରନ୍ତି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ଏହି ଆଭିମୁଖ୍ୟରେ ପରିବର୍ତ୍ତନ କରୁଛି ଏବଂ ସଫଳତା ଆଉ ଆମେ କଣ ହାସଲ କରିଛେ ତାହା ଦ୍ୱାରା ନୁହେଁ ବରଂ ଭବିଷ୍ୟତର ଦିଗ ଦ୍ୱାରା ମାପ କରାଯାଏ। ପ୍ରଧାନମନ୍ତ୍ରୀ ଭାରତର ଆଗାମୀ ଦୃଷ୍ଟିକୋଣ ଉପରେ ଅଧିକ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତ ବର୍ତ୍ତମାନ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢୁଛି। “୨୦୪୭ ସୁଦ୍ଧା ବିକଶିତ ଭାରତର ଆମର ଲକ୍ଷ୍ୟ କେବଳ ସରକାରଙ୍କ ଦର୍ଶନ ନୁହେଁ , ବରଂ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଏହା କେବଳ ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ ଏକ ଅଭିଯାନ ନୁହେଁ, ବରଂ ଜାତୀୟ ଆତ୍ମବିଶ୍ୱାସର ଆନ୍ଦୋଳନ ” ବୋଲି ଶ୍ରୀ ମୋଦୀ କହିଛନ୍ତି । ସରକାର ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ସରକାର ବିକଶିତ ଭାରତ ପାଇଁ ରହିଥିବା ଦର୍ଶନ ଦଲିଲ ଉପରେ କାମ କରିବା ଆରମ୍ଭ କଲେ ସେତେବେଳେ ଲକ୍ଷ ଲକ୍ଷ ନାଗରିକ ସେମାନଙ୍କ ମତାମତ ଦେଇଥିଲେ। ସେ କହିଥିଲେ ଯେ ବିଦ୍ୟାଳୟ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ସଂଗଠନରେ ବିତର୍କ ଏବଂ ଆଲୋଚନା ଅନୁଷ୍ଠିତ ହୋଇଥିଲା ଏବଂ ଏହି ମତାମତଗୁଡିକ ଉପରେ ଆଧାର କରି ସରକାର ଆସନ୍ତା ୨୫ ବର୍ଷ ପାଇଁ ଲକ୍ଷ୍ୟ ସ୍ଥିର କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ବିକଶିତ ଭାରତ ଉପରେ ଆଲୋଚନା ଆମର ଜାତୀୟ ଚେତନାର ଏକ ଅଂଶ ଏବଂ ଏହା ସାଧାରଣ ଶକ୍ତିକୁ ଜାତୀୟ ଶକ୍ତିରେ ପରିଣତ କରିବାର ପ୍ରକୃତ ଉଦାହରଣ ପାଲଟିଛି।

ଏଆଇ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏଆଇର ଯୁଗ ଏବଂ ବିଶ୍ୱର ବର୍ତ୍ତମାନ ଏବଂ ଭବିଷ୍ୟତ ଏଆଇ ସହିତ ଜଡିତ । ଭାରତରେ ଦ୍ଵିଗୁଣିତ ଏଆଇ ଶକ୍ତି, ପ୍ରଥମ ଏଆଇ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଦ୍ୱିତୀୟ ଏଆଇ, ଆସ୍ପିରେସନାଲ୍ ଇଣ୍ଡିଆର ସୁବିଧା ରହିଛି ବୋଲି ସେ କହିଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ଆସ୍ପିରେସନାଲ୍ ଇଣ୍ଡିଆ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶକ୍ତି ମିଶିଯାଏ ସେତେବେଳେ ବିକାଶର ଗତି ଦ୍ରୁତ ହେବା ସ୍ୱାଭାବିକ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବଳ ଭାରତ ପାଇଁ ଏକ ଟେକ୍ନୋଲୋଜି ନୁହେଁ ବରଂ ଭାରତର ଯୁବବର୍ଗଙ୍କ ପାଇଁ ଏକ ନୂତନ ସୁଯୋଗର ପ୍ରବେଶ ଦ୍ୱାର ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସେ ଚଳିତ ବର୍ଷ ଇଣ୍ଡିଆ ଏଆଇ ମିଶନର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଷ୍ଟାର୍ଟଅପ୍ ଭଳି କ୍ଷେତ୍ରରେ ଏଆଇର ବ୍ୟବହାର ବୃଦ୍ଧି ଉପରେ ଗୁରୁତ୍ୱ।ରୋପ କରିଥିଲେ । ବିଶ୍ୱସ୍ତରୀୟ ଏଆଇ ସମାଧାନ ପାଇଁ ଭାରତ ପ୍ରତିବଦ୍ଧ ଏବଂ କ୍ୱାଡ୍ ଭଳି ପ୍ଲାଟଫର୍ମ ମାଧ୍ୟମରେ ଆମେ ଏହାକୁ ଆଗକୁ ବଢ଼ାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ ବୋଲି ସେ କହିଛନ୍ତି । ଆକାଂକ୍ଷୀ ଭାରତ ଉପରେ ଗୁରୁତ୍ୱ।ରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଧ୍ୟବିତ୍ତ, ସାଧାରଣ ନାଗରିକ, ଜୀବନର ଗୁଣବତ୍ତା ବୃଦ୍ଧି, କ୍ଷୁଦ୍ର ବ୍ୟବସାୟୀ, ଏମଏସଏମଇ, ଯୁବକ ଏବଂ ମହିଳାମାନଙ୍କୁ ସଶକ୍ତ କରିବା ସରକାରଙ୍କ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାର କେନ୍ଦ୍ରରେ ରହିଛି । ଜାତୀୟ ଆକାଂକ୍ଷା ପୂରଣ କରିବାର ଏକ ପ୍ରମୁଖ ଉଦାହରଣ ଭାବରେ ଯୋଗାଯୋଗ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଏବଂ କହିଥିଲେ ଯେ ସରକାର ଦ୍ରୁତ, ଅନ୍ତର୍ଭୁକ୍ତ ଭୌତିକ ସଂଯୋଗ ଉପରେ ଧ୍ୟାନ ଦେଇଛନ୍ତି ଯାହା ଏକ ବିକାଶଶୀଳ ସମାଜ ପାଇଁ, ବିଶେଷ କରି ଭାରତ ପରି ଏକ ବିଶାଳ ଏବଂ ବିବିଧ ଦେଶରେ ଜରୁରୀ ଅଟେ । ଏହି କାରଣରୁ ବିମାନ ଯାତ୍ରା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୁଲଭ ବିମାନ ଯାତ୍ରାର ସ୍ୱପ୍ନକୁ ମନେ ପକାଇ ସେ କହିଛନ୍ତି ଯେ ଯେଉଁମାନେ 'ହାୱାଇ ଚପଲ' ପିନ୍ଧିଥିଲେ ସେମାନେ ବିମାନ ଯାତ୍ରା କରିବାକୁ ସକ୍ଷମ ହେବା ଉଚିତ ଏବଂ କାର୍ଯ୍ୟକ୍ଷମ ହୋଇଥିବା ଉଡାନ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ଟାୟାର - ୨ ଏବଂ ଟାୟାର - ୩ ସହରରେ ନୂତନ ବିମାନବନ୍ଦର ନେଟୱାର୍କ ଜନସାଧାରଣଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ କରିଛି ବୋଲି ସେ ସୂଚନା ଦେଇଛନ୍ତି । ଉଡାନ ଯୋଜନାର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଉଡାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଲକ୍ଷ ବିମାନ ଚଳାଚଳ କରିଛି, ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୧.୫ କୋଟି ସାଧାରଣ ନାଗରିକ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପଦକ୍ଷେପ ଅଧୀନରେ ୬୦୦ରୁ ଅଧିକ ମାର୍ଗ ରହିଛି ଯାହା ଛୋଟ ସହରଗୁଡ଼ିକୁ ଅଧିକ ସଂଯୋଗ କରୁଛି । ସେ ଦର୍ଶାଇଛନ୍ତି ଯେ ୨୦୧୪ ରେ ପ୍ରାୟ ୭୦ଟି ବିମାନବନ୍ଦର ତୁଳନାରେ ଭାରତରେ ବିମାନବନ୍ଦର ସଂଖ୍ୟା ୧୫୦ ରୁ ଅଧିକ ହୋଇଛି ।

 

ଭାରତର ଯୁବବର୍ଗଙ୍କୁ ବିଶ୍ୱ ଅଭିବୃଦ୍ଧିର ପ୍ରେରକ ଶକ୍ତି ହେବା ପାଇଁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଏବଂ ନିଯୁକ୍ତି ଉପରେ ସରକାରଙ୍କ ଧ୍ୟାନ ଉପରେ ଆଲୋକପାତ କରିଥିଲେ । ବିଗତ ୧୦ ବର୍ଷର ପ୍ରୟାସର ଫଳାଫଳ ଏବେ ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ ଏବଂ ସଦ୍ୟତମ ଟାଇମ୍ସ ହାୟର ଏଜୁକେସନ ରାଙ୍କିଙ୍ଗରେ ପ୍ରତିଫଳିତ ହୋଇଥିବା ଗବେଷଣା ଗୁଣବତ୍ତାରେ ଭାରତର ବିଶ୍ୱସ୍ତରରେ ସର୍ବୋଚ୍ଚ ଉନ୍ନତି ବିଷୟରେ ଉଲ୍ଲେଖ କରିଥିଲେ । ବିଗତ ୮ - ୯ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଅଂଶଗ୍ରହଣ ୩୦ ରୁ ୧୦୦କୁ ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଭାରତର ଉପସ୍ଥିତି ୩୦୦% ରୁ ଅଧିକ ବୃଦ୍ଧି ପାଇଥିବା ବେଳେ ଭାରତରେ ପେଟେଣ୍ଟ ଏବଂ ଟ୍ରେଡମାର୍କ ଦାଖଲ ସଂଖ୍ୟା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଭାରତ ଦ୍ରୁତ ଗତିରେ ଗବେଷଣା ଏବଂ ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ ହେଉଛି ଯେଉଁଠାରେ ବର୍ତ୍ତମାନ ବିଶ୍ୱର ୨,୫୦୦ରୁ ଅଧିକ କମ୍ପାନୀର ଭାରତରେ ଗବେଷଣା କେନ୍ଦ୍ର ଅଛି ଏବଂ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ ଅଭୂତପୂର୍ବ ଅଭିବୃଦ୍ଧି ଦେଇ ଗତି କରୁଛି ।

ଜଣେ ବିଶ୍ୱସ୍ତ ବନ୍ଧୁ ଭାବରେ ଭାରତର ବୃଦ୍ଧି ପାଉଥିବା ବିଶ୍ୱସ୍ତରୀୟ ଖ୍ୟାତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତ ଅନେକ କ୍ଷେତ୍ରରେ ବିଶ୍ୱ ଭବିଷ୍ୟତକୁ ଦିଗ ଦର୍ଶନ ଦେବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । କୋଭିଡ୍‌- ୧୯ ମହାମାରୀ ବିଷୟରେ ସୂଚନା ଦେଇ ଶ୍ରୀ ମୋଦୀ କହିଥିଲେ ଯେ ଅତ୍ୟାବଶ୍ୟକ ଔଷଧ ଏବଂ ଟୀକାର କ୍ଷମତାରୁ ଭାରତ ଲକ୍ଷ ଲକ୍ଷ ଡଲାର ରୋଜଗାର କରିପାରିଥାନ୍ତା । ଭାରତ ଏଥିରୁ ଉପକୃତ ହୋଇଥାନ୍ତା କିନ୍ତୁ ମାନବିକତା ହାରିଥାନ୍ତା । ଏଗୁଡ଼ିକ ଆମର ମୂଲ୍ୟବୋଧ ନୁହେଁ । ଏହି ଆହ୍ଵାନପୂର୍ଣ୍ଣ ସମୟରେ ଆମେ ଶତାଧିକ ଦେଶକୁ ଔଷଧ ଏବଂ ଜୀବନ ରକ୍ଷାକାରୀ ଟୀକା ଯୋଗାଇ ଦେଇଥିଲୁ ବୋଲି ସେ କହିଛନ୍ତି, କଠିନ ମୁହୂର୍ତ୍ତରେ ଭାରତ ବିଶ୍ୱକୁ ସାହାଯ୍ୟ କରିବାରେ ସକ୍ଷମ ହୋଇଥିବାରୁ ମୁଁ ସନ୍ତୁଷ୍ଟ । ଦୃଢ଼ ଅନ୍ତର୍ଜାତୀୟ ସମ୍ପର୍କ ଗଠନ ଦିଗରେ ଭାରତର ପ୍ରତିବଦ୍ଧତାକୁ ଦୃଢ଼ୀଭୂତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସମ୍ପର୍କର ମୂଳଦୁଆ ହେଉଛି ବିଶ୍ୱାସ ଏବଂ ବିଶ୍ୱସନୀୟତା (ଏହା ସମ୍ପର୍କକୁ ହାଲୁକା ଭାବେ ନେବାରେ ବିଶ୍ୱାସ କରେ ନାହିଁ ଏବଂ ବିଶ୍ୱ ମଧ୍ୟ ଏହାକୁ ବୁଝୁଛି । ସମଗ୍ର ବିଶ୍ୱ ସହିତ ଭାରତର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, "ଭାରତ ଏପରି ଏକ ଦେଶ ଯାହାର ପ୍ରଗତି ଅନ୍ୟମାନଙ୍କ ମଧ୍ୟରେ ଈର୍ଷା କିମ୍ବା ବିଦ୍ଵେଷ ଜାଗ୍ରତ କରେ ନାହିଁ । ବିଶ୍ୱ ଆମର ପ୍ରଗତିରେ ଆନନ୍ଦିତ କାରଣ ସମଗ୍ର ବିଶ୍ୱ ଏଥିରୁ ଉପକୃତ ହେଉଛି । ବିଶ୍ୱ ପ୍ରତି ଭାରତର ସମୃଦ୍ଧ ଅବଦାନ ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଅତୀତରେ ଭାରତ ବିଶ୍ୱ ଅଭିବୃଦ୍ଧିକୁ ଅଧିକ କରିବାରେ ଏକ ସକାରାତ୍ମକ ଭୂମିକା ଗ୍ରହଣ କରିଛି ଏବଂ ଏହାର ଚିନ୍ତାଧାରା, ଉଦ୍ଭାବନ ଏବଂ ଉତ୍ପାଦ ଶହ ଶହ ବର୍ଷ ଧରି ବିଶ୍ୱରେ ଏକ ଅବିସ୍ମରଣୀୟ ଛାପ ଛାଡିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପନିବେଶ ଯୋଗୁଁ ଭାରତ ଶିଳ୍ପ ବିପ୍ଳବର ଫାଇଦା ଉଠାଇ ପାରିଲା ନାହିଁ । ଏହା ହେଉଛି ଇଣ୍ଡଷ୍ଟ୍ରି ୪.୦ର ଯୁଗ । ଭାରତ ଆଉ ଦାସ ନୁହେଁ । ସ୍ୱାଧୀନତା ପାଇବାର ୭୫ ବର୍ଷ ବିତିଗଲାଣି, ତେଣୁ ଏବେ ଆମେ ନିଜ କ୍ଷେତ୍ରକୁ କଡ଼ାକଡ଼ି କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଶିଳ୍ପ ୪.୦ ପାଇଁ ଆବଶ୍ୟକ ଦକ୍ଷତା ଏବଂ ଭିତ୍ତିଭୂମି ଉପରେ ଭାରତ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗତ ଏକ ଦଶନ୍ଧି ମଧ୍ୟରେ ସେ ଜି- ୨୦ ଏବଂ ଜି- ୭ ଶିଖର ସମ୍ମିଳନୀ ସମେତ ବିଭିନ୍ନ ବୈଶ୍ୱିକ ପ୍ଲାଟଫର୍ମରେ ଅଂଶଗ୍ରହଣ କରିଛନ୍ତି ଏବଂ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଆଧାର ଓ ଡିଜିଲକର ଭଳି ଭାରତର ଉଦ୍ଭାବନକୁ ପ୍ରଶଂସା କରିଥିବା ପଲ୍ ରୋମରଙ୍କ ସହ ଆଲୋଚନା ସମ୍ପର୍କରେ ସେ କହିଛନ୍ତି, ଆଜି ସମଗ୍ର ବିଶ୍ୱ ଭାରତର ଡିପିଆଇ ଉପରେ ନଜର ରଖିଛି । "ଇଣ୍ଟରନେଟ୍ ଯୁଗରେ ଭାରତକୁ ଫାଷ୍ଟ ମୁଭର ସୁବିଧା ମିଳିନଥିଲା", ଶ୍ରୀ ମୋଦୀ ଦର୍ଶାଇଥିଲେ ଯେ ଘରୋଇ ପ୍ଲାଟଫର୍ମଗୁଡିକ ଏହି ସୁବିଧା ଥିବା ଦେଶ ମାନଙ୍କରେ ଡିଜିଟାଲ କ୍ଷେତ୍ରର ନେତୃତ୍ୱ ନେଇଥିଲେ । ସେ କହିଥିଲେ ଯେ ଭାରତ ଟେକ୍ନୋଲୋଜିର ଗଣତାନ୍ତ୍ରିକୀକରଣ କରି ବିଶ୍ୱକୁ ଏକ ନୂତନ ମଡେଲ ପ୍ରଦାନ କରିଛି ଏବଂ ଜେଏଏମ ଟ୍ରିନିଟି - ଜନଧନ, ଆଧାର ଏବଂ ମୋବାଇଲ୍ ଉପରେ ଆଲୋକପାତ କରିଛି ଯାହା ଦ୍ରୁତ ଏବଂ ତ୍ରୁଟି ମୁକ୍ତ ସେବା ପ୍ରଦାନ ପାଇଁ ଏକ ଦୃଢ଼ ବ୍ୟବସ୍ଥା ପ୍ରଦାନ କରେ । ଦୈନିକ ୫୦୦ ନିୟୁତରୁ ଅଧିକ ଡିଜିଟାଲ କାରବାରକୁ ସୁଗମ କରୁଥିବା ୟୁପିଆଇ ବିଷୟରେ ମଧ୍ୟ ସେ ସ୍ପର୍ଶ କରିଥିଲେ ଏବଂ କହିଥିଲେ ଯେ ଏହା ପଛରେ ଚାଳକ ଶକ୍ତି ନିଗମ ନୁହେଁ ବରଂ ଆମର କ୍ଷୁଦ୍ର ଦୋକାନୀ ଏବଂ ଷ୍ଟ୍ରିଟ୍ ଭେଣ୍ଡର ହେଉଛନ୍ତି ଚାଳକ ଶକ୍ତି । ସେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ସୃଷ୍ଟି କରାଯାଇଥିବା ପିଏମ ଗତି ଶକ୍ତି ପ୍ଲାଟଫର୍ମ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ବର୍ତ୍ତମାନ ଲଜିଷ୍ଟିକ୍ ଇକୋସିଷ୍ଟମରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରୁଛି । ସେହିଭଳି ଓଏନଡିସି ପ୍ଲାଟଫର୍ମ ଏକ ଅଭିନବ ପ୍ରମାଣିତ ହେଉଛି ଯାହା ଅନଲାଇନ ରିଟେଲରେ ସ୍ୱଚ୍ଛତାକୁ ଲୋକାଭିମୁଖୀ ଏବଂ ବୃଦ୍ଧି କରିଥାଏ । ଡିଜିଟାଲ ଉଦ୍ଭାବନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ନିୟନ୍ତ୍ରଣ ଏବଂ ବିଭାଜନ ପରିବର୍ତ୍ତେ ଅନ୍ତର୍ଭୁକ୍ତୀକରଣ, ସ୍ୱଚ୍ଛତା ଏବଂ ସଶକ୍ତୀକରଣ ପାଇଁ ଏକ ଉପକରଣ ବୋଲି ଧାରଣାକୁ ଭାରତ ପ୍ରମାଣିତ କରିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

 

ଶ୍ରୀ ମୋଦୀ କହିଥିଲେ ଯେ ଏକବିଂଶ ଶତାବ୍ଦୀ ମାନବ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ, ଆଜିର ଯୁଗର ଜରୁରୀ ଆବଶ୍ୟକତା: ସ୍ଥିରତା, ସ୍ଥାୟୀତା ଏବଂ ସମାଧାନ ଉପରେ ଗୁରୁତ୍ୱ।ରୋପ କରେ । ମାନବଜାତିର ଉନ୍ନତ ଭବିଷ୍ୟତ ପାଇଁ ଏହି ଉପାଦାନଗୁଡ଼ିକ ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ ଏବଂ ଭାରତ ଏହାର ସମାଧାନ ପାଇଁ ପ୍ରୟାସ କରୁଛି । ସେ ଭାରତୀୟ ଜନସାଧାରଣଙ୍କ ଅତୁଟ ସମର୍ଥନକୁ ଉଲ୍ଲେଖ କରି କହିଛନ୍ତି ଯେ ଜନତା କ୍ରମାଗତ ତୃତୀୟ ଥର ପାଇଁ ଏକ ସରକାରଙ୍କୁ ସେମାନଙ୍କର ଜନାଦେଶ ଦେଇଛନ୍ତି, ଯାହା ଛଅ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ସ୍ଥିରତାର ଏକ ଦୃଢ଼ ବାର୍ତ୍ତା ଦେଇଛି, ଯେଉଁଥିରେ ହରିୟାଣାରେ ନିକଟରେ ହୋଇଥିବା ନିର୍ବାଚନକୁ ଉଲ୍ଲେଖ କରାଯାଇପାରେ ଯେଉଁଠାରେ ଜନସାଧାରଣ ଏହି ଭାବନାକୁ ସୁଦୃଢ଼ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନର ବିଶ୍ୱ ସଙ୍କଟ ଉପରେ ଆଲୋକପାତ କରି କହିଥିଲେ ଯେ ଏହା ସମଗ୍ର ମାନବଜାତି ସାମନା କରୁଥିବା ଏକ ସଙ୍କଟ । ବିଶ୍ୱ ଜଳବାୟୁ ଆହ୍ଵାନରେ ଭାରତର ସର୍ବନିମ୍ନ ଅବଦାନ ସତ୍ତ୍ୱେ ଏହାର ମୁକାବିଲା ଦିଗରେ ଦେଶ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ବୋଲି ସେ କହିଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ସରକାର ସବୁଜ ପରିବର୍ତ୍ତନକୁ ଅଭିବୃଦ୍ଧିର ଏକ ପ୍ରମୁଖ ଚାଳକ କରିଛନ୍ତି ଏବଂ ଭାରତର ବିକାଶ ଯୋଜନାର ମୂଳରେ ସ୍ଥାୟୀତା ରହିଛି । ସେ ଏହି ପ୍ରତିବଦ୍ଧତାର ଉଦାହରଣ ଦେଇଥିଲେ ଏବଂ କୃଷି ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଏବଂ ସୌର ପମ୍ପ ଯୋଜନା, ଇଭି ବିପ୍ଳବ, ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ, ବୃହତ ପବନ ଶକ୍ତି ଫାର୍ମ, ଏଲଇଡି ଆଲୋକ ପରିବହନ, ସୌର ଚାଳିତ ବିମାନ ବନ୍ଦର ଏବଂ ବାୟୋଗ୍ୟାସ ପ୍ଲାଣ୍ଟ ବିଷୟରେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ କାର୍ଯ୍ୟକ୍ରମ ସବୁଜ ଭବିଷ୍ୟତ ଏବଂ ସବୁଜ ନିଯୁକ୍ତି ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

ସ୍ଥିରତା ଏବଂ ନିରନ୍ତରତା ସହିତ ଭାରତ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ସମାଧାନ ପ୍ରଦାନ ଉପରେ ମଧ୍ୟ ଧ୍ୟାନ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଆନ୍ତର୍ଜାତିକ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ଭାରତ-ମଧ୍ୟପ୍ରାଚ୍ୟ ଅର୍ଥନୈତିକ କରିଡର, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ ଯୋଗ, ଆୟୁର୍ବେଦ, ମିଶନ ଲାଇଫ୍ ଏବଂ ମିଶନ ମିଲେଟ୍ସ କ୍ଷେତ୍ରରେ ପ୍ରୟାସ ସମେତ ଏହି ଆହ୍ୱାନର ମୁକାବିଲା ପାଇଁ ଜରୁରୀ ଅନେକ ପଦକ୍ଷେପ ଉପରେ କାର୍ଯ୍ୟ କରିଛି ବୋଲି ସେ କହିଥିଲେ । ଏହି ସବୁ ପଦକ୍ଷେପ ବିଶ୍ୱର ଜଟିଳ ସମସ୍ୟାର ସମାଧାନ ଖୋଜିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।

 

ଭାରତର ଅଭିବୃଦ୍ଧି ପାଇଁ ଗର୍ବ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଯେତେ ଆଗକୁ ବଢିବ, ବିଶ୍ୱ ଆହୁରି ଅଧିକ ଉପକୃତ ହେବ । ସେ ଏପରି ଏକ ଭବିଷ୍ୟତର ପରିକଳ୍ପନା କରିଛନ୍ତି ଯେଉଁଠାରେ ଭାରତର ଶତାବ୍ଦୀ ସମଗ୍ର ମାନବଜାତିର ବିଜୟରେ ପରିଣତ ହେବ । ସେ କହିଥିଲେ ଯେ ଭାରତର ଶତାବ୍ଦୀ ସମସ୍ତଙ୍କ ଭବିଷ୍ୟତର ପରିକଳ୍ପନା କରିଛନ୍ତି ଯେଉଁଠାରେ ଭାରତର ଶତାବ୍ଦୀ ସମଗ୍ର ମାନବଜାତିର ବିଜୟରେ ପରିଣତ ହେବ । ସେ କହିଥିଲେ ଯେ ଭାରତର ଶତାବ୍ଦୀ ସମସ୍ତଙ୍କ ପ୍ରତିଭାରେ ସମୃଦ୍ଧ ଏବଂ ଉଦ୍ଭାବନ ଦ୍ୱାରା ସମୃଦ୍ଧ । ଶ୍ରୀ ମୋଦୀ ବିଶ୍ୱ ସ୍ଥିରତା ଏବଂ ଶାନ୍ତିକୁ ପ୍ରୋତ୍ସାହିତ କରିବାରେ ଭାରତର ପ୍ରୟାସର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । "ଏହା ଏକ ଶତାବ୍ଦୀ ଯେଉଁଥିରେ ଭାରତର ପଦକ୍ଷେପ ଅଧିକ ସ୍ଥିର ବିଶ୍ୱ ପାଇଁ ଯୋଗଦାନ କରେ ଏବଂ ବିଶ୍ୱ ଶାନ୍ତିକୁ ବଢ଼ାଇଥାଏ" ବୋଲି ଶ୍ରୀ ମୋଦୀ ଶେଷରେ କହିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”