“ସ୍ୱାଧୀନତାର ଶତବାର୍ଷିକୀ ପର୍ଯ୍ୟନ୍ତ ଆମର ଯାତ୍ରାରେ ନୂତନ ଆବଶ୍ୟକତା ଓ ଆହ୍ୱାନକୁ ନେଇ ଆମେ ଆମର କୃଷିକୁ ଆଗେଇନେବୁ”
“ଆମେ ଆମର କୃଷିକୁ ରସାୟନ ବିଜ୍ଞାନ ପରୀକ୍ଷାଗାରରୁ ପ୍ରକୃତିର ପରୀକ୍ଷାଗାରକୁ ନେଇଯିବୁ । ଯେତେବେଳେ ମୁଁ ପ୍ରକୃତିର ପରୀକ୍ଷାଗାର କଥା କହେ ତାହା ବିଜ୍ଞାନ ଉପରେ ପର୍ଯ୍ୟବସିତ ।
“ଆମକୁ ପୁଣି ଥରେ ପ୍ରାଚୀନ କୃଷି ଜ୍ଞାନ ସମ୍ପର୍କରେ ଶିଖି ତାକୁ ଆଧୁନିକ କାଳରେ ପ୍ରୟୋଗ ପାଇଁ ଅଧିକ ଶାଣିତ କରିବାକୁ ପଡିବ । ଏ ଦିଗରେ ଆମକୁ ପୁଣି ଗବେଷଣା କରି ପ୍ରାଚୀନ ଜ୍ଞାନଗରିମାକୁ ଆଧୁନିକ ଓ ବୈଜ୍ଞାନିକ ଢାଂଚାରେ ପକାଇବାକୁ ପଡିବ ।”
“ପ୍ରାକୃତିକ କୃଷିରୁ ଦେଶର ଶତକଡା ୮୦ଭାଗ ଚାଷୀ ଉପକୃତ ହେବେ”
“ପରିବେଶ ଜୀବନଧାରା ବା ଏକବିଂଶ ଶତାବ୍ଦୀରେ ଜୀବନ ବୈଶ୍ୱିକ ଅଭିଯାନରେ ଭାରତ ଓ ଏହାର ଚାଷୀମାନେ ନେତୃତ୍ୱ ନେବେ”
“ଏହି ଅମ୍ରିତ ମହୋତ୍ସବରେ ପ୍ରତି ପଂଚାୟତରେ ଅନୂନ୍ୟ ଗୋଟିଏ ଗ୍ରାମକୁ ପ୍ରାକୃତିକ କୃଷି ପରିସରଭୁକ୍ତ କରିବାକୁ ଉଦ୍ୟମ ହେବା ଆବଶ୍ୟକ”
“ଚାଲନ୍ତୁ ଶପଥ ନେବା ସ୍ୱାଧୀନତାର ଅମ୍ରିତ ମହୋତ୍ସବ ମା ଭାରତୀଙ୍କ ଧରିତ୍ରୀକୁ ରାସାୟନିକ ସାର ଓ କୀଟନାଶକରୁ ମୁକ୍ତ କରିବା”

ପ୍ରାକୃତିକ କୃଷି ଉପରେ ହୋଇଥିବା ଜାତୀୟ ସମ୍ମିଳନୀକୁ ଆଜି (୧୬-୧୨-୨୧) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ଅମିତ ଶାହା, ନରେନ୍ଦ୍ର ସିଂ ତୋମାର, ଗୁଜରାଟ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏଥିରେ ଉପସ୍ଥିତ ଥିଲେ ।

ସ୍ୱାଧୀନତାର ଶତବର୍ଷିକୀ ପାଳନ ପର୍ଯ୍ୟନ୍ତ ଯାତ୍ରାରେ ନୂତନ ଆବଶ୍ୟକତା ଓ ଆହ୍ୱାନକୁ ନେଇ ଆମେ କୃଷି କାର୍ଯ୍ୟକୁ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଆହ୍ୱାନ ଜଣାଇଥିଲେ । ବିଗତ ଛଅ-ସାତବର୍ଷ ମଧ୍ୟରେ ବିହନଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ମୃତ୍ତିକା ପରୀକ୍ଷାଠାରୁ ଆରମ୍ଭ କରି ଶହ ଶହ ନୂତନ ପ୍ରଜାତିର ବିହନ, ପିଏମ୍ କିଷାନ ସମ୍ମାନ ନିଧିରୁ ଉତ୍ପାଦିତ ସାମଗ୍ରୀର ଦେଢଗୁଣ ଅଧିକ ସହାୟକ ମୂଲ୍ୟ, ଜଳସେଚନଠାରୁ କିଷାନ ରେଳର ମଜବୁତ ବ୍ୟବସ୍ଥା ପର୍ଯ୍ୟନ୍ତ ଏଥିପାଇଁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଚାଷୀମାନଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ ।

ସବୁଜ ବିପ୍ଳବ ଆଣିବାରେ ସାର ଓ ରସାୟନର ଭୂମିକାକୁ ସ୍ୱୀକାର କରି ମଧ୍ୟ ପ୍ରଧାନମନ୍ତ୍ରୀ ଏହାର ବିକଳ୍ପ ଅନୁସନ୍ଧାନ ଉପରେ ଗୁରୁତ୍ୱଆରୋପ କରିଥିଲେ । ସେ କୀଟନାଶକ ଓ ଆମଦାନୀକାରୀ ସାର ଯୋଗୁଁ ଖର୍ଚ୍ଚ ବୃଦ୍ଧି ପାଇବା ସହ ସ୍ୱାସ୍ଥ୍ୟ ହାନୀ ଉପରେ ମଧ୍ୟ ସତର୍କ କରାଇ ଦେଇଥିଲେ । କୃଷିକ୍ଷେତ୍ର ଭୟଙ୍କର ବିପଦର ସମ୍ମୁଖୀନ ହେବା ପୂର୍ବରୁ ତା’ ଉପରେ ପଦକ୍ଷେପ ନେବାକୁ ବର୍ତ୍ତମାନ ହିଁ ପ୍ରକୃତ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଆମେ ଆମର କୃଷିକୁ ରସାୟନ ବିଜ୍ଞାନର ପରୀକ୍ଷାଗାରରୁ ପ୍ରକୃତିର ବିଜ୍ଞାନଗାରାକୁ ନେଇଯିବାକୁ ପଡିବ । ଯେତେବେଳେ ମୁଁ ପ୍ରାକୃତିକ ପରୀକ୍ଷାଗାର କଥା କୁହେ ଏହା ସମ୍ପୂର୍ଣ୍ଣ ବିଜ୍ଞାନଭିତ୍ତିକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ବିଶ୍ୱ ଯେତେ ଆଧୁନିକ ହେଉଛି ସେତେ ମୌଳିକତା ଆଡକୁ ମୁହାଁଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଏହାର ଅର୍ଥ ହେଲା ନିଜର ମୂଳ ସହ ଯୋଡି ହେବା । ଆପଣଙ୍କ କୃଷକ ବନ୍ଧୁମାନଙ୍କ ବ୍ୟତୀତ   ଏହାଠାରୁ ଅଧିକ କିଏ ଜାଣିଛି? ଆମେ ଗଛ ମୂଳରେ ଯେତେ ପାଣି ଦେବା ଗଛ ସେତେ ବଢିବ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଆମକୁ ପ୍ରାଚୀନ କୃଷି ବିଜ୍ଞାନ ଉପରେ ଅଧିକ ଶିଖି ତାକୁ ଆଧୁନିକ ଯୁଗରେ ଅଧିକ ପ୍ରଭାବୀଭାବେ ପ୍ରୟୋଗ କରିବାକୁ ପଡିବ । ଏ ଦିଗରେ ଅଧିକ ଗବେଷଣା କରି ପ୍ରାଚୀନ ଜ୍ଞାନକୁ ଆଧୁନିକ ଓ ବୈଜ୍ଞାନିକ ଢାଂଚାରେ ପକାଇବାକୁ ପଡିବ ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେଉଁ ଜ୍ଞାନ ଆହରଣ କରୁଛୁ ସେ ସମ୍ପର୍କରେ ସତର୍କ ରହିବାକୁ ପଡିବ । ଶସ୍ୟର ଅବଶେଷ ପୋଡିବାର ଉଦାହରଣ ଦେଇ ସେ କହିଥିଲେ ବିଶେଷଜ୍ଞମାନେ ଜମିରେ ନିଆଁ ଲଗାଇଲେ ମାଟି  ଏହାର ଉର୍ବରତା ହରାଉଛି ବୋଲି ମତ ଦେବା ସତ୍ୱେ ହୋଇଚାଲିଛି । ମନରେ ଏକ ଭ୍ରାନ୍ତି ରହିଛି ଯେ ରସାୟନ ବିନା ଫସଲ ଜମା ଭଲ ହେବନାହିଁ । ମାତ୍ର ସତ୍ୟ ହେଉଛି ତା’ର ବିପରୀତ । ଆଗକୁ ରସାୟନିକ ସାର ନଥିଲା ତଥାପି ଫସଲ ଭଲ ହେଉଥିଲା । ମାନବ ସଭ୍ୟତାର ଇତିହାସ ଏହାର ସାକ୍ଷୀ ।ନୂଆ ନୂଆ ଜିନିଷ ଜାଣିବା ସତ୍ୱେ ଆମେ ଚାଷକୁ ପଶି ଆସିଥିବା ଭୂଲଭଟକାକୁ ମଧ୍ୟ ବୁଝିବାକୁ ହେବ ବୋଲି ସେ କହିଥିଲେ । ଆଇସିଏଆର,କୃଷି ବିଶ୍ୱବିଦ୍ୟାଳୟ ଓ କୃଷି ବିଜ୍ଞାନ କେନ୍ଦ୍ର ଇତ୍ୟାଦି କାଗଜ କଲମ ପରିବର୍ତ୍ତେ ପ୍ରକୃତ ସଫଳତା ପ୍ରଦର୍ଶନ କରିପାରିବ ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାକୃତିକ କୃଷି ଦ୍ୱାରା ଦେଶର ଶତକଡା ଅଶୀଭାଗ ଚାଷୀ ଉପକୃତ ହେବେ । ସେହି କ୍ଷୁଦ୍ରଚାଷୀ ଉପକୃତ ହେବେ ଯେଉଁମାନଙ୍କ ଦୁଇ ହେକ୍ଟରରୁ କମ୍ ଜମି ରହିଛି । ଏମାନଙ୍କ ମଧ୍ୟରୁ  ଅଧିକାଂଶ ରାସାୟନିକ ସାର ଉପଯୋଗ କରିଥାନ୍ତି । ସେମାନେ ପ୍ରାକୃତିକ ଚାଷ ଆପଣାଇଲେ ସେମାନଙ୍କ ଅବସ୍ଥା ଆହୁରି ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ପ୍ରାକୃତିକ ଚାଷକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ  ଆଗେଇ ଆସିବାକୁ ନିବେଦନ କରିଥିଲେ । ଏହି ଅମ୍ରିତ ମହୋତ୍ସବ କାଳରେ ପ୍ରତି ପାଞ୍ଚୟତରେ ଅନୂନ୍ୟ ଗୋଟିଏ ଗ୍ରାମକୁ ପ୍ରାକୃତିକ କୃଷି ପରିସରଭୁକ୍ତ କରିବାକୁ ପାଇଁ ଉଦ୍ୟମ କରିବାକୁ ସେ ଜୋର ଦେଇଥିଲେ ।

ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀର ଅବତାରଣା କରି ଶ୍ରୀ ପ୍ରଧାନମନ୍ତ୍ରୀ  ବିଶ୍ୱକୁ ଆହ୍ୱାନ ଦେଇ କହିଥିଲେ ଯେ, “ ପରିବେଶ ପାଇଁ ଜୀବନଧାରା” ଅର୍ଥାତ୍ ଜୀବନ ଏକ ବୈଶ୍ୱିକ ଅଭିଯାନ ହେବା ଆବଶ୍ୟକ । ଏକ ବିଂଶ ଶତାବ୍ଦୀରେ ଭାରତ ଓ ଏହାର ଚାଷୀକୂଳ ଏହି ଅଭିଯାନର ନେତୃତ୍ୱ ନେବେ । ଆସନ୍ତୁ ଆମେ ଶପଥ ନୋବ ସ୍ୱାଧୀନତାର ଅମ୍ରିତ ମହୋତ୍ସବରେ ମା ଭାରତୀଙ୍କ ଧରିତ୍ରୀକୁ ରାସାୟନିକ ସାର ଓ କୀଟନାଶକ ମୁକ୍ତ କରିବା ବୋଲି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ ।

ପ୍ରାକୃତିକ କୃଷି ଉପରେ ଗୁଜରାଟ ସରକାର ଜାତୀୟ ବୈଠକର ଆୟୋଜନ କରିଛନ୍ତି । ୧୪ର୧୬ ଡିସେମ୍ବର ପର୍ଯ୍ୟନ୍ତ ଏହି ତିନିଦିନିଆ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି । ପାଞ୍ଚହଜାରରୁ ଅଧିକ ଚାଷୀଙ୍କ ସମେତ ଆଇସିଏଆର, କୃଷି ବିଜ୍ଞାନ କେନ୍ଦ୍ର ଓ ଆତ୍ମା (କୃଷି ବୈଷୟିକ ଜ୍ଞାନ ପରିଚାଳନା ସଂସ୍ଥା) ଭଳି କେନ୍ଦ୍ରୀୟ ସଂସ୍ଥା  ସହ ସିଧାସଳଖ ଜଡିତ ଚାଷୀ ଏଥିରେ ଯୋଗ ଦେଇଛନ୍ତି ।

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi

Media Coverage

'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 15, 2026
July 15, 2026

Rooted in Tradition, Built for Tomorrow: PM Modi’s Blueprint for a Developed India