ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନ୍ତର୍ଜାତୀୟ ନିବେଶ ବୈଠକ ‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’ ର ଉଦଘାଟନୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି
“ପ୍ରତିଭା କିମ୍ବା ପ୍ରଯୁକ୍ତି ବିଦ୍ୟାର କଥା ଯେତେବେଳେ ଆସେ, ସେତେବେଳେ ସର୍ବ ପ୍ରଥମେ ‘ବ୍ରାଣ୍ଡ ବେଙ୍ଗାଲୁରୁ’ ମନକୁ ଆସିଥାଏ ”
‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’ ପ୍ରତିଯୋଗିତାର ଏବଂ ସହଯୋଗୀ ସଂଘୀୟତାର ଏକ ଉତ୍କୃଷ୍ଟ ଉଦାହରଣ ଅଟେ
“ଏହି ଅନିଶ୍ଚିତତାର ସମୟରେ ଭାରତୀୟ ଅର୍ଥନୀତିର ମୂଳ ସିଦ୍ଧାନ୍ତ ଉପରେ ବିଶ୍ୱ ଆଶ୍ୱସ୍ତ ରହିଛି”
“ନିବେଶକ ମାନଙ୍କୁ ନାଲି ଫିତାର ଫାନ୍ଦରେ ପକାଇବା ପରିବର୍ତ୍ତେ , ଆମେ ଲାଲ୍ ଗାଲିଚାର ପରିବେଶ ସୃଷ୍ଟି କରିଛୁ”
“ଦୃଢ଼ ସଂସ୍କାର, ବୃହତ୍ ଭିତ୍ତିଭୂମି ଏବଂ ଶ୍ରେଷ୍ଠ ପ୍ରତିଭା ଦ୍ୱାରା ଏକ ନୂତନ ଭାରତ ନିର୍ମାଣ ସମ୍ଭବ ”
“କେବଳ ପୁଞ୍ଜି ନିବେଶ ଏବଂ ମାନବ ପୁଞ୍ଜି ଉପରେ ଧ୍ୟାନ କେନ୍ଦ୍ରିତ କରି ବିକାଶର ଲକ୍ଷ୍ୟ ଗୁଡିକୁ ହାସଲ କରା ଯାଇପାରିବ”
“ଭାରତରେ ନିବେଶର ଅର୍ଥ ହେଉଛି ଅନ୍ତର୍ଭୁକ୍ତିରେ ନିବେଶ କରିବା, ଗଣତନ୍ତ୍ରରେ ନିବେଶ କରିବା, ବିଶ୍ୱ ପାଇଁ ନିବେଶ କରିବା ଏବଂ ଏକ ଉତ୍ତମ, ସ୍ୱଚ୍ଛ ଏବଂ ସୁରକ୍ଷିତ ଗ୍ରହ ପାଇଁ ନିବେଶ କରିବା”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କର୍ଣ୍ଣାଟକ ରାଜ୍ୟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ନିବେଶକ ବୈଠକ ‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’  (ନିବେଶ କର୍ଣ୍ଣାଟକ ୨୦୨୨) ର ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଗତକାଲି କର୍ଣ୍ଣାଟକରେ ପାଳନ କରାଯାଇଥିବା ସେମାନଙ୍କର ରାଜ୍ୟୋତ୍ସବ ପାଇଁ ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ , କର୍ଣ୍ଣାଟକ ରାଜ୍ୟ ହେଉଛି ପରମ୍ପରା ଏବଂ ପ୍ରଯୁକ୍ତି ବିଦ୍ୟା, ପ୍ରକୃତି ଏବଂ ସଂସ୍କୃତି, ଚମତ୍କାର ସ୍ଥାପତ୍ୟ ଏବଂ ଜୀବନ୍ତ ଷ୍ଟାର୍ଟ - ଅପ୍ ଗୁଡିକର ମିଶ୍ରଣ । ପ୍ରତିଭା କିମ୍ବା ପ୍ରଯୁକ୍ତି ବିଦ୍ୟାର କଥା ଯେତେବେଳେ ଉଠେ, ସେତେବେଳେ  ‘ବ୍ରାଣ୍ଡ ବେଙ୍ଗାଲୁରୁ’ ମନକୁ ସର୍ବପ୍ରଥମେ ଆସେ । ଏହି ନାମ କେବଳ ଭାରତରେ ନୁହେଁ , ସମଗ୍ର ବିଶ୍ୱରେ ଭଲ ଭାବରେ ପ୍ରତିଷ୍ଠିତ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ ।

କର୍ଣ୍ଣାଟକରେ ନିବେଶକ ମାନଙ୍କ ବୈଠକର ଆୟୋଜନ ଉପରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଏହା ପ୍ରତିଯୋଗୀତାର ତଥା ସହଯୋଗୀ ସଂଘୀୟତାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି କହିଥିଲେ । ସେ କହିଥିଲେ ଯେ , ବିନିର୍ମାଣ ଏବଂ ଉତ୍ପାଦନ ମୁଖ୍ୟ ରୂପରେ ରାଜ୍ୟ ସରକାରଙ୍କର ନୀତି ଗୁଡିକ ଦ୍ୱାରା ଏବଂ ନିୟନ୍ତ୍ରଣ ଉପରେ ନିର୍ଭରଶୀଳ ହୋଇଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ,  “ଏହି ଅନ୍ତର୍ଜାତୀୟ ନିବେଶକ ବୈଠକ ମାଧ୍ୟମରେ ରାଜ୍ୟମାନେ ନିର୍ଦ୍ଦିଷ୍ଟ କ୍ଷେତ୍ର ଗୁଡିକୁ ଲକ୍ଷ୍ୟଭୁକ୍ତ କରି ପାରିବେ ଏବଂ ଅନ୍ୟ ଦେଶ ମାନଙ୍କ ସହିତ ଏକ ସହଭାଗୀତା ସୃଷ୍ଟି କରି ପାରିବେ” । ଏହି ବୈଠକରେ ହଜାର ହଜାର କୋଟି ଟଙ୍କାର ଭାଗୀଦାରିତା ହେବାର ଯୋଜନା ରହିଛି, ଯାହାର ପରିଣାମ ସ୍ୱରୂପ ଦେଶର ଯୁବକ ମାନଙ୍କ ନିମନ୍ତେ ନିଯୁକ୍ତିର ସୁଯୋଗ ଅଧିକରୁ ଅଧିକ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ବିଂଶ ଶତାବ୍ଦୀରେ ବର୍ତ୍ତମାନ ଭାରତ ଯେଉଁ  ସ୍ଥିତିରେ ଅଛି , ସେଥିରୁ ବାହାରି ଭାରତକୁ କେବଳ ଆଗକୁ ବଢ଼ିବାକୁ ପଡିବ । ଗତ ବର୍ଷ ଭାରତରେ ୮୪ ବିଲିୟନ ଡଲାରର ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା । ଭାରତ ପ୍ରତି ବିଶ୍ୱ ସ୍ତରୀୟ ଆଶାବାଦୀ ଭାବନା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ,  “ଏହି ସମୟ ହେଉଛି ଅନିଶ୍ଚିତତାର ସମୟ, ତଥାପି ମଧ୍ୟ ଅଧିକାଂଶ ଦେଶ ଭାରତୀୟ ଅର୍ଥନୀତିର ମୂଳ ସିଦ୍ଧାନ୍ତ ଉପରେ ବିଶ୍ୱାସ କରୁଛନ୍ତି । ବିଭାଜନର ଏହି ସମୟ ମଧ୍ୟରେ, ଭାରତ ବିଶ୍ୱ ସହିତ ଆଗକୁ ଆଗକୁ ଗତି କରୁଛି ଏବଂ ବିଶ୍ୱ ସହିତ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଛି ବୋଲି ସେ ଟିପ୍ପଣୀ ଦେଇଥିଲେ । ବାଧାପ୍ରାପ୍ତ ଯୋଗାଣ ଶୃଙ୍ଖଳା ସମୟରେ ଔଷଧ ଏବଂ ଟୀକା ଯୋଗାଣ ବିଷୟରେ ଭାରତ ବିଶ୍ୱକୁ ନିଶ୍ଚିତ କରି ପାରିଥିଲା ବୋଲି ସେ କହିଥିଲେ । ବଜାର ପରିପୂର୍ଣ୍ଣତାର ପରିବେଶ ସତ୍ୱେ ଆମର ନାଗରିକ ମାନଙ୍କର ଆକାଂକ୍ଷା ଗୁଡିକ ହେତୁ ଆମର ଘରୋଇ ବଜାର ସୁଦୃଢ଼ ଅଟେ । ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ବିଶ୍ୱ ସ୍ତରରେ ଦେଖା ଦେଇଥିବା ସଙ୍କଟ ସମୟରେ ମଧ୍ୟ ବିଶେଷଜ୍ଞ ମାନେ, ବିଶ୍ଳେଷକ ମାନେ ଏବଂ ଅର୍ଥନୀତିଜ୍ଞ ମାନେ ଭାରତକୁ ଏକ ଉଜ୍ଜ୍ୱଳ ସ୍ଥାନ ବୋଲି ଉପସ୍ଥାପିତ କରିଥିଲେ । ଶ୍ରୀ ମୋଦୀ କହିିଥିଲେ ଯେ, “ ଆମେ ଦିନକୁ ଦିନ ଭାରତର ଅର୍ଥ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଆମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛୁ ।”  ଭାରତୀୟ ଅର୍ଥ ବ୍ୟବସ୍ଥାର ପ୍ରକ୍ଷେପବକ୍ରକୁ ବୁଝିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ୯ – ୧୦  ବର୍ଷ ପୂର୍ବର ଦୃଷ୍ଟିକୋଣରେ ପରିବର୍ତ୍ତନ ସମ୍ପର୍କରେ କହିଥିଲେ,  ଯେତେବେଳେ ଦେଶ ନୀତି ଏବଂ କାର୍ଯ୍ୟାନ୍ୱୟନ ସମ୍ବନ୍ଧୀୟ ବିଷୟ ଗୁଡିକ ସହ ସଂଘର୍ଷ କରୁଥିଲା । ସେ ସୂଚିତ କରିଥିଲେ ଯେ  “ନାଲି ଫିତାର ଫାନ୍ଦରେ ନିବେଶକ ମାନଙ୍କୁ ପକାଇବା ପରିବର୍ତ୍ତେ ଆମେ ନିବେଶ ପାଇଁ ଲାଲ୍ ଗାଲିଚାର ପରିବେଶ ସୃଷ୍ଟି କରିଛୁ ଏବଂ ନୂତନ ଜଟିଳ ଆଇନ୍ ତିଆରି କରିବା ପରିବର୍ତ୍ତେ ଆମେ ଏହାକୁ ଯୁକ୍ତିସଙ୍ଗତ କରିଛୁ ।”

ପ୍ରଧାନମନ୍ତ୍ରୀ କହିିଥିଲେ ଯେ, “କେବଳ ଦୃଢ଼ ସଂସ୍କାର, ବୃହତ ଭିତ୍ତିଭୂମି ଏବଂ ଶ୍ରେଷ୍ଠ ପ୍ରତିଭା ଦ୍ୱାରା ଏକ ନୂତନ ଭାରତ ନିର୍ମାଣ ସମ୍ଭବ । ଆଜି ସରକାରୀ ସ୍ତରରେ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ସଂସ୍କାର କାର୍ଯ୍ୟ କରା ଯାଉଛି । ”  ସେ ଜିଏସ୍‌ଟି, ଆଇବିସି, ବ୍ୟାଙ୍କ ସଂସ୍କାର, ୟୁପିଆଇ, ୧୫୦୦ ପୁରୁଣା ଆଇନ ଗୁଡିକୁ ଶେଷ କରିବା ଏବଂ ୪୦ହଜାର ଅନାବଶ୍ୟକ ନିୟମ ବିଷୟରେ ଉଲ୍ଲେଖ କରିଥିôଲେ । ସେ ଏହା ମଧ୍ୟ କହିଥିଲେ ଯେ ବିଭିନ୍ନ ପ୍ରକାରର କମ୍ପାନୀ ଆଇନ୍ ବ୍ୟବସ୍ଥାର ଅନେକ ପ୍ରାବଧାନକୁ ଅପରାଧ ମୁକ୍ତ କରିବା, ମୁଖହୀନ ଆକଳନ କରି            ବା, ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ପାଇଁ ନୂତନ ଉପାୟ, ଡ୍ରୋନ୍ ନିୟମର ଉଦାରୀକରଣ, ଭୂ – ସ୍ଥାନିକ ଏବଂ ମହାକାଶ କ୍ଷେତ୍ର ଏବଂ ପ୍ରତିରକ୍ଷା କ୍ଷେତ୍ର ଭଳି ଅନେକ ପ୍ରମୁଖ କ୍ଷେତ୍ରରେ ନିଆ ଯାଇଥିବା ପଦକ୍ଷେପ ଅଭୂତପୂର୍ବ ଶକ୍ତି ଆଣିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୮ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ବିମାନ ବନ୍ଦର ଗୁଡିକର ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ୨୦ଟିରୁ ଅଧିକ ସହର ମାନଙ୍କରେ ମେଟ୍ରୋ ସେବାର ବିସ୍ତାର ହୋଇଛି ।

ପିଏମ୍ - ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଥିଲେ ଯେ, ଏହା ଏକୀଭୂତ ଭିତ୍ତିଭୂମି ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନା । ସେ କହିଥିଲେ ଯେ, କେବଳ ଭିତ୍ତିଭୂମି ବିକାଶ ପାଇଁ ନୁହେଁ , ବରଂ ପୂର୍ବରୁ ରହିଥିବା ଭିତ୍ତିଭୂମି ପାଇଁ ମଧ୍ୟ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଥିବାବେଳେ ଯୋଜନା କାର୍ଯ୍ୟକାରୀ କରିବାରେ ସବୁଠାରୁ ଦକ୍ଷ ମାର୍ଗ ଉପରେ ଆଲୋଚନା କରା ଯାଇଛି । ଶେଷ - ମାଇଲ ପର୍ଯ୍ୟନ୍ତ ସଂଯୋଗ ଏବଂ ଏହାକୁ ବିଶ୍ୱ ସ୍ତରୀୟ କରି ଉତ୍ପାଦ କିମ୍ବା ସେବାରେ ଉନ୍ନତି ଆଣିବାର ଉପାୟ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଏହି ଯାତ୍ରାରେ ଯୁବକ ମାନଙ୍କ ଦ୍ୱାରା କରା ଯାଇଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଭାରତର ପ୍ରତ୍ୟେକ କ୍ଷେତ୍ର ଯୁବ ମାନଙ୍କର ଶକ୍ତି ଦ୍ୱାରା ପ୍ରେରିତ ହେଉଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ , “ବିକାଶର ଲକ୍ଷ୍ୟ ଗୁଡିକୁ କେବଳ ପୁଞ୍ଜି ନିବେଶ ଏବଂ ମାନବ ପୁଞ୍ଜି ଉପରେ ଧ୍ୟାନ କେନ୍ଦ୍ରିତ କରି ହାସଲ କରା ଯାଇପାରିବ । ଏହି ଚିନ୍ତାଧାରାକୁ ଆଗକୁ ବୃଦ୍ଧି କରି ଆମେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରୁଛୁ । ଆମର ଲକ୍ଷ୍ୟ ହେଉଛି ଉତ୍ପାଦନ ବୃଦ୍ଧି କରିବା ସହିତ ମାନବ ପୁଞ୍ଜିରେ ମଧ୍ୟ ଉନ୍ନତି ଆଣିବା ।” ସ୍ୱାସ୍ଥ୍ୟ ସୁନିଶ୍ଚିତ ଯୋଜନା ଗୁଡିକ ସହିତ ଉତ୍ପାଦନ ପ୍ରୋତ୍ସାହନ ; ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ସହିତ ବ୍ୟବସାୟ କରିବାର ସହଜତା ; ରାଜପଥ ନେଟୱାର୍କ ସହିତ ଶୌଚାଳୟ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ; ଭବିଷ୍ୟତର ଭିତ୍ତିଭୂମି ସରଂଚନା ଏବଂ ସ୍ମାର୍ଟ ବିଦ୍ୟାଳୟ ଭଳି ଏକକାଳୀନ କରା ଯାଉଥିବା କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶର ପରିବେଶ ଅନୁକୂଳ ଅଭିବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ,  “ସବୁଜ ଅଭିବୃଦ୍ଧି ଏବଂ ନିରନ୍ତର ଶକ୍ତି ଦିଗରେ ଆମର ପଦକ୍ଷେପ ଅଧିକରୁ ଅଧିକ ନିବେଶକ ମାନଙ୍କୁ ଆକର୍ଷିତ କରିଛି । ଯେଉଁମାନେ ପୃଥିବୀକୁ ମୂଲ୍ୟ ଫେରାଇବାକୁ ଚାହୁଁଛନ୍ତି ଏବଂ ଏହି ପୃଥିବୀ ପ୍ରତି ସେମାନଙ୍କର ଦାୟିତ୍ୱ ପୂରଣ କରିବାକୁ ଚାହୁଁଛନ୍ତି, ସେମାନେ ଅନେକ ଆଶା ସହିତ ଭାରତ ଆଡକୁ ଦେଖୁଛନ୍ତି ।”

କର୍ଣ୍ଣାଟକରେ ଡବଲ ଇଞ୍ଜିନ ବିଶିଷ୍ଟ ସରକାରଙ୍କ ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ରାଜ୍ୟର ଅନେକ କ୍ଷେତ୍ରର ଦ୍ରୁତ ବିକାଶର ଅନ୍ୟତମ କାରଣ । ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କର୍ଣ୍ଣାଟକ ସହଜ ବ୍ୟବସାୟ କ୍ଷେତ୍ରରେ ଶୀର୍ଷ ମାନ୍ୟତା ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ଏବଂ ଏହାକୁ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ଦୃଷ୍ଟିରୁ ଶୀର୍ଷ ରାଜ୍ୟ ତାଲିକାରେ ନିଜକୁ ଅନ୍ତର୍ଭୁକ୍ତ କରିବାର ଶ୍ରେୟ ଦିଆ ଯାଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ,  “ଫର୍ଚୁନ୍ ୫୦୦ କମ୍ପାନୀ ଗୁଡିକ ମଧ୍ୟରୁ ୪୦୦ଟି କମ୍ପାନୀ ଏଠାରେ ଅଛି ଏବଂ ଭାରତର ୧୦୦ ପ୍ଲସ୍ ୟୁନିକର୍ଣ୍ଣ ମଧ୍ୟରୁ ୪୦ରୁ ଅଧିକ କର୍ଣ୍ଣାଟକରେ ରହିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କର୍ଣ୍ଣାଟକ ରାଜ୍ୟକୁ ଆଜି ବିଶ୍ୱର ସର୍ବବୃହତ ଟେକ୍ନୋଲୋଜି କ୍ଲଷ୍ଟର ଭାବେ ଗଣା ଯାଉଛି ଯାହା ଶିଳ୍ପ, ସୂଚନା ପ୍ରଯୁକ୍ତି ବିଦ୍ୟା, ଫିନ୍‌ଟେକ୍‌, ବାୟୋଟେକ୍‌, ଷ୍ଟାର୍ଟ - ଅପ୍ ସହିତ ସ୍ଥାୟୀ ଶକ୍ତିର ଘର ଅଟେ । ସେ କହିଛନ୍ତି, “ପ୍ରତ୍ୟେକ କ୍ଷେତ୍ରରେ ବିକାଶର ଏକ ନୂଆ କାହାଣୀ ଲେଖା ଯାଉଛି ।” ସେ ଆହୁରି ମଧ୍ୟ କହିଥିଲେ ଯେ କର୍ଣ୍ଣାଟକର ଅନେକ ବିକାଶ ମାନକ କେବଳ ଭାରତର ଅନ୍ୟ ରାଜ୍ୟ ଗୁଡିକୁ ନୁହେଁ , କେତେକ ଦେଶକୁ ମଧ୍ୟ ଆହ୍ୱାନ ଦେଉଛି । ଭାରତର ଉତ୍ପାଦନ କ୍ଷେତ୍ର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଜାତୀୟ ସେମିକଣ୍ଡକ୍ଟର ମିଶନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସୂଚାଇ ଦେଇଥିଲେ ଯେ ଏଠାରେ ଥିବା ପ୍ରଯୁକ୍ତି ସମ୍ବନ୍ଧିତ ପାରିବେଶିକ ବ୍ୟବସ୍ଥା ଚିପ ଡିଜାଇନ ଏବଂ ଉତ୍ପାଦନକୁ ନୂତନ ଶିଖରରେ ପହଂଚାଇବ ।

ଜଣେ ନିବେଶକର ଦୃଷ୍ଟିକୋଣ ସହିତ ଭାରତର ଦୂରଦୃଷ୍ଟି ମଧ୍ୟରେ ରହିଥିବା ସମାନତାକୁ ଚିତ୍ରଣ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ,  ଜଣେ ନିବେଶକ ମଧ୍ୟମ ଏବଂ ଦୀର୍ଘମିଆଦି ଦୂରଦୃଷ୍ଟି ସହିତ ଆଗକୁ ବଢ଼ିଥାଏ, ଭାରତ ନିକଟରେ ମଧ୍ୟ ଏକ ପ୍ରେରଣାଦାୟକ ଦୀର୍ଘମିଆଦୀ ଦୂରଦୃଷ୍ଟି ରହିଛି । ସେ ନାନୋ ୟୁରିଆ, ହାଇଡ୍ରୋଜେନ ଶକ୍ତି, ସବୁଜ ଆମୋନିଆ, କୋଇଲା ଗ୍ୟାସୀକରଣ ଏବଂ ମହାକାଶ ଉପଗ୍ରହର ଉଦାହରଣ ଦେଇ କହିଥିଲେ ଯେ ଆଜି ଭାରତ ବିଶ୍ୱାସର ବିକାଶ ମନ୍ତ୍ର ସହିତ ଆଗକୁ ବଢ଼ୁୁଛି । ସେ ଏହା କହିଥିଲେ ଯେ, ଏହା ହେଉଛି ଭାରତର ଅମୃତ କାଳ ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶର ଲୋକମାନେ ଏକ ନୂତନ ଭାରତ ଗଠନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନକୁ ଶେଷ କରି କହିଥିଲେ ଯେ,  ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ସ୍ଥିର କରିଛି ଏବଂ ଏଥି ପାଇଁ ନିବେଶ ଏବଂ ଭାରତର ପ୍ରେରଣା ଏକତ୍ର ହେବା ଉଚିତ୍‌, କାରଣ ଏହା ଫଳରେ ସମାବେଶୀ, ଗଣତାନ୍ତ୍ରିକ ତଥା ଶକ୍ତିଶାଳୀ ଭାରତର ବିକାଶ ସାରା ବିଶ୍ୱରେ ତ୍ୱରାନ୍ୱିତ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ,  “ଭାରତରେ ନିବେଶର ଅର୍ଥ ହେଉଛି ଅନ୍ତର୍ଭୁକ୍ତିରେ ନିବେଶ କରିବା, ଗଣତନ୍ତ୍ରରେ ନିବେଶ କରିବା, ବିଶ୍ୱ ପାଇଁ ନିବେଶ କରିବା ଏବଂ ଏକ ଉତ୍ତମ, ସ୍ୱଚ୍ଛ ଏବଂ ଏକ ସୁରକ୍ଷିତ ଗ୍ରହ ପାଇଁ ନିବେଶ କରିବା” ।

 ପୃଷ୍ଠଭୂମି

 ସମ୍ଭାବ୍ୟ ନିବେଶକ ମାନଙ୍କୁ ଆକୃଷ୍ଟ କରିବା ଏବଂ ପରବର୍ତ୍ତୀ ଦଶନ୍ଧି ପାଇଁ ଏକ ବିକାଶ ଯୋଜନା ସ୍ଥିର କରିବା ଏହି ବୈଠକର ଉଦ୍ଦେଶ୍ୟ ରହିଛି । ବେଙ୍ଗାଲୁରୁରେ ୨ ରୁ ୪ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ୮୦ ରୁ ଅଧିକ ବକ୍ତା ଅଧିବେଶନ ହେବ । ଏହି ବକ୍ତା ମାନଙ୍କ ମଧ୍ୟରେ କୁମାର ମଙ୍ଗଲମ୍ ବିର୍ଲା, ସଜ୍ଜନ ଜିନ୍ଦଲ ଏବଂ ବିକ୍ରମ କିର୍ଲୋସ୍କରଙ୍କ ଭଳି ଅନେକ ବରିଷ୍ଠ ଶିଳ୍ପପତି ମଧ୍ୟ ଅଛନ୍ତି । ଏହା ସହିତ, ତିନି ଶହରୁ ଅଧିକ ପ୍ରଦର୍ଶକ ଏବଂ ଦେଶ ଅଧିବେଶନ ସହିତ ଅନେକ ବ୍ୟବସାୟିକ ପ୍ରଦର୍ଶନୀ ଗୁଡିକ ସମାନ୍ତରାଳ ଭାବରେ ଏଠାରେ ଚାଲିବ । ଦେଶ ଅଧିବେଶନ ଗୁଡିକ ପ୍ରତ୍ୟେକ ଅଂଶୀଦାର ଦେଶ  ଯଥା -  ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ଜାପାନ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ହେବ – ଯେଉଁଠାରେ ସେମାନଙ୍କ ଦେଶର ଉଚ୍ଚ ମନ୍ତ୍ରୀସ୍ତରୀୟ ଅଧିକାରୀ ଏବଂ ଶିଳ୍ପ ପ୍ରତିନିଧି ମାନେ ଯୋଗ ଦେବେ । ବିଶ୍ୱ ସ୍ତରର ଏହି କାର୍ଯ୍ୟକ୍ରମ କର୍ଣ୍ଣାଟକକୁ ଏହାର ସଂସ୍କୃତିକୁ ସାରା ବିଶ୍ୱକୁ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in factory explosion in Nagpur, Maharashtra
March 01, 2026
Prime Minister announces ex-gratia from PMNRF

The Prime Minister has expressed deep distress over the explosion at a factory in Nagpur, Maharashtra.

Extending his condolences to the families of the deceased, the Prime Minister also prayed for the speedy recovery of the injured. The Prime Minister further affirmed that the local administration is assisting those affected.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. The injured would be given Rs. 50,000.

The Prime Minister Shared on X;

"The explosion at a factory in Nagpur, Maharashtra, is deeply distressing. My condolences to the families of the deceased. I pray for the speedy recovery of the injured. The local administration is assisting those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000"