ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନ୍ତର୍ଜାତୀୟ ନିବେଶ ବୈଠକ ‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’ ର ଉଦଘାଟନୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି
“ପ୍ରତିଭା କିମ୍ବା ପ୍ରଯୁକ୍ତି ବିଦ୍ୟାର କଥା ଯେତେବେଳେ ଆସେ, ସେତେବେଳେ ସର୍ବ ପ୍ରଥମେ ‘ବ୍ରାଣ୍ଡ ବେଙ୍ଗାଲୁରୁ’ ମନକୁ ଆସିଥାଏ ”
‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’ ପ୍ରତିଯୋଗିତାର ଏବଂ ସହଯୋଗୀ ସଂଘୀୟତାର ଏକ ଉତ୍କୃଷ୍ଟ ଉଦାହରଣ ଅଟେ
“ଏହି ଅନିଶ୍ଚିତତାର ସମୟରେ ଭାରତୀୟ ଅର୍ଥନୀତିର ମୂଳ ସିଦ୍ଧାନ୍ତ ଉପରେ ବିଶ୍ୱ ଆଶ୍ୱସ୍ତ ରହିଛି”
“ନିବେଶକ ମାନଙ୍କୁ ନାଲି ଫିତାର ଫାନ୍ଦରେ ପକାଇବା ପରିବର୍ତ୍ତେ , ଆମେ ଲାଲ୍ ଗାଲିଚାର ପରିବେଶ ସୃଷ୍ଟି କରିଛୁ”
“ଦୃଢ଼ ସଂସ୍କାର, ବୃହତ୍ ଭିତ୍ତିଭୂମି ଏବଂ ଶ୍ରେଷ୍ଠ ପ୍ରତିଭା ଦ୍ୱାରା ଏକ ନୂତନ ଭାରତ ନିର୍ମାଣ ସମ୍ଭବ ”
“କେବଳ ପୁଞ୍ଜି ନିବେଶ ଏବଂ ମାନବ ପୁଞ୍ଜି ଉପରେ ଧ୍ୟାନ କେନ୍ଦ୍ରିତ କରି ବିକାଶର ଲକ୍ଷ୍ୟ ଗୁଡିକୁ ହାସଲ କରା ଯାଇପାରିବ”
“ଭାରତରେ ନିବେଶର ଅର୍ଥ ହେଉଛି ଅନ୍ତର୍ଭୁକ୍ତିରେ ନିବେଶ କରିବା, ଗଣତନ୍ତ୍ରରେ ନିବେଶ କରିବା, ବିଶ୍ୱ ପାଇଁ ନିବେଶ କରିବା ଏବଂ ଏକ ଉତ୍ତମ, ସ୍ୱଚ୍ଛ ଏବଂ ସୁରକ୍ଷିତ ଗ୍ରହ ପାଇଁ ନିବେଶ କରିବା”

ନମସ୍କାର,

ବୈଶ୍ୱିକ ନିବେଶକ ସମ୍ବିଳନୀରେ ବିଶ୍ୱର କୋଣ- ଅନୁକୋଣରୁ ଆସିଥିବା ସମସ୍ତ ସାଥୀଗଣ, ଭାରତକୁ ସ୍ୱାଗତ, ନମ୍ମା କର୍ଣ୍ଣାଟକକୁ ସ୍ୱାଗତ ଏବଂ ନମ୍ମା ବେଙ୍ଗାଲୁରୁକୁ ସ୍ୱାଗତ, ଗତକାଲି କର୍ଣ୍ଣାଟକ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରିଛି । କର୍ଣ୍ଣାଟକର ଲୋକ ଏବଂ କନ୍ନଡ଼ ଭାଷାକୁ ନିଜ ଜୀବନର ଅଂଶ କରିନେଇଥିବା ସମସ୍ତ ଲୋକଙ୍କୁ ମୁଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ପରମ୍ପରା ମଧ୍ୟ ରହିଛି, ଏବଂ ଟେକ୍ନୋଲୋଜି ମଧ୍ୟ ରହିଛି। ଏହା ହେଉଛି ସେହି ସ୍ଥାନ, ଯେଉଁଠି ପ୍ରତ୍ୟେକ ସ୍ଥାନରେ ପ୍ରକୃତି ଏବଂ ସଂସ୍କୃତିର ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳିଥାଏ । ଏହା ହେଉଛି ସେହି ସ୍ଥାନ, ଯାହାର ପରିଚୟ ଆଶ୍ଚର୍ଯ୍ୟଜନକ ସ୍ଥପତି ସହିତ ମଧ୍ୟ ରହିଛି ଏବଂ ଭାଇବ୍ରେଂଟ ଷ୍ଟାର୍ଟ ଅପ୍ସ ସହିତ ମଧ୍ୟ ରହିଛି। ଯେତେବେଳେ ମଧ୍ୟ ପ୍ରତିଭା ଏବଂ ଟେକ୍ନୋଲୋଜିର କଥା ଆସିଥାଏ, ସେତେବେଳେ ମନରେ ଯେଉଁ ନାମ ସର୍ବ ପ୍ରଥମେ ଆସିଥାଏ, ତାହା ହେଉଛି ବ୍ରାଣ୍ଡ ବେଙ୍ଗାଲୁରୁ, ଆଉ ଏହି ନାମ କେବଳ ଭାରତରେ ହିଁ ନୁହେଁ ବରଂ ସାରା ବିଶ୍ୱରେ ପ୍ରତିଷ୍ଠା ହୋଇ ସାରିଛି। କର୍ଣ୍ଣାଟକର ଏହି ଧରଣୀ ସବୁଠାରୁ ସୁନ୍ଦର ପ୍ରାକୃତିକ ସ୍ଥାନ ପାଇଁ ବେଶ ଜଣାଶୁଣା। ଅର୍ଥାତ ମୃଦୁ ଭାଷା କନ୍ନଡ଼, ଏଠାକାର ସମୃଦ୍ଧ ସଂସ୍କୃତି ଏବଂ ପ୍ରତ୍ୟେକଙ୍କ ପାଇଁ କନ୍ନଡ଼ଲୋକଙ୍କ ଆପଣେଇ ନେବା ଭାବ ସମସ୍ତଙ୍କ ହୃଦୟ ଜିତି ନେଇଥାଏ ।

ସାଥୀଗଣ,

ମୁଁ ଖୁସି ଯେ ବୈଶ୍ୱିକ ନିବେଶକ ସମ୍ମିଳନୀର ଆୟୋଜନ କର୍ଣ୍ଣାଟକରେ ହେଉଛି । ଏହି ଆୟୋଜନ ପ୍ରତିଦ୍ୱନ୍ଦୀ ଏବଂ ସହଭାଗୀ ସଙ୍ଘୀୟ ବ୍ୟବସ୍ଥାର ହେଉଛି ଉତ୍କୃଷ୍ଟ ଉଦାହରଣ। ଭାରତରେ ବିନିର୍ମାଣ ଏବଂ ପେସାଦାର ଓ ଉତ୍ପାଦନ ବହୁତ ଭାବେ ରାଜ୍ୟଗୁଡିକର ନୀତି ନିର୍ଦ୍ଧାରଣ ଉପରେ, ନିୟନ୍ତ୍ରଣ ଉପରେ ନିର୍ଭର କରିଥାଏ । ଏଥିପାଇଁ ଯଦି ଭାରତକୁ ଆଗକୁ ବଢ଼ିବାକୁ ଅଛି, ତେବେ ରାଜ୍ୟଗୁଡ଼ିକୁ ଆଗକୁ ବଢ଼ିବା ଆବଶ୍ୟକ। ବୈଶ୍ୱିକ ନିବେଶକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସ୍ୱତନ୍ତ୍ର କ୍ଷେତ୍ରଗୁଡ଼ିକରେ ନିଜେ ଅନ୍ୟ ଦେଶଗୁଡ଼ିକ ସହିତ ସହଭାଗୀ ହୋଇ କାର୍ଯ୍ୟ କରିଛି, ଏହା ହେଉଛି ବହୁତ ଭଲ କଥା । ମୁଁ ଦେଖିପାରୁଛି ଯେ ସାରା ବିଶ୍ୱରେ ସମସ୍ତ କମ୍ପାନୀଗୁଡ଼ିକ ଏହି ଆୟୋଜନରେ ସାମିଲ ହୋଇଛନ୍ତି। ମୋତେ ଅବଗତ କରାଯାଇଛି ଯେ ଏହି ମଂଚରେ ହଜାର କୋଟି ଟଙ୍କାର ସହଭାଗିତାର ଆଶା ରହିଛି। ଏହାଦ୍ୱାରା ବ୍ୟାପକ ସ୍ତରରେ ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ।

ସାଥୀଗଣ,

ଏକବିଂଶ ଶତାବ୍ଦୀରେ ଭାରତ ଆଜି ଯେଉଁ ଶିଖରରେ ଅଛି, ସେଠାରେ ଏବେ ତାକୁ ନିରନ୍ତର ଭାବେ ଆଗକୁ ଯିବାର ଅଛି । ବିଗତ ବର୍ଷ ଭାରତ ପାଖାପାଖି 84 ବିଲିୟନ ଡଲାରର ରେକର୍ଡ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ନିବେଶ ସାମିଲ କରିଥିଲା। ଆଉ ଆପଣମାନେ ମଧ୍ୟ ସମସ୍ତେ ଜାଣନ୍ତି ଯେ ଏହି ପରିଣାମ ସେତେବେଳେ ଆସୁଛି ଯେତେବେଳେ କୋଭିଡ଼ ବୈଶ୍ୱିକ ମହାମାରୀର ପ୍ରଭାବ ଏବଂ ଯୁଦ୍ଧ ପରିସ୍ଥିତି ସହିତ ସାରା ବିଶ୍ୱ ଲଢ଼େଇ କରୁଛି। ଚାରିଆଡ଼େ ଅନିଶ୍ଚିତତାର ବାତାବରଣ ରହିଛି । ଭାରତରେ ମଧ୍ୟ ଯୁଦ୍ଧ ଏବଂ ମହାମାରୀ ଯୋଗୁଁ ସୃଷ୍ଟି ପରିସ୍ଥିତିର ପ୍ରତିକୂଳ ପ୍ରଭାବ ରହିଛି । ଏହାସତ୍ୱେ, ଆଜି ସାରା ବିଶ୍ୱ ଭାରତକୁ ବହୁତ ଆଶା ଓ ସମ୍ଭାବନାର ଦୃଷ୍ଟିକୋଣରେ ଦେଖୁଛି । ଏହି ସମୟ ହେଉଛି ଅର୍ଥନୈତିକ ଅନିଶ୍ଚିତତାର, କିନ୍ତୁ ସମସ୍ତ ଦେଶ ଗୋଟିଏ କଥାକୁ ନେଇ ଆଶ୍ୱସ୍ତ ଯେ ଭାରତୀୟ ଅର୍ଥବ୍ୟବସ୍ଥାର ମୌଳିକ ଆଧାର ସୁଦୃଢ଼ ରହିଛି। ଆଜି ଏହି ବିଭାଜନକାରୀ ସମୟରେ ଭାରତ ବିଶ୍ୱ ସହିତ ଯୋଡ଼ି ହୋଇ ବିଶ୍ୱ ପାଇଁ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଛି। ଏହି ସମୟ ମଧ୍ୟରେ ଯୋଗାଣ ଶୃଙ୍ଖଳ ଦୁର୍ବଳ ହେବା ଦେଖିବାକୁ ମିଳୁଛି, କିନ୍ତୁ ଏହି ସମୟରେ ଭାରତ ପ୍ରତ୍ୟେକ ଅଭାବୀ ମାନଙ୍କୁ ଔଷଧ ଏବଂ ଟିକା ଯୋଗାଇ ଦେବାର ଭରସା ଦେଉଛି। ଏହା ବଜାରରେ ଅସ୍ଥିରତାର ସମୟ, କିନ୍ତୁ 130 କୋଟି ଭାରତୀୟଙ୍କ ଆକାଂକ୍ଷା ଆମର ଘରୋଇ ବଜାରର ଦୃଢ଼ତାର ଗ୍ୟାରେଂଟି ଦେଉଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ହେଉଛି ଯେ ଯଦିଓ ବୈଶ୍ୱିକ ସଙ୍କଟର ସମୟ ରହିଛି, କିନ୍ତୁ ସାରା ବିଶ୍ୱର ବିଶେଷଜ୍ଞ, ବିଶ୍ଳେଷକ ଏବଂ ଅର୍ଥ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଥିବା ଲୋକ ଭାରତକୁ ଉଜ୍ଜ୍ୱଳ ସ୍ଥାନ ଭାବେ କହୁଛନ୍ତି। ଆଉ ଆମେ ଆମର ମୌଳିକ ସିଦ୍ଧାନ୍ତ ଗୁଡ଼ିକୁ ନେଇ କ୍ରମାଗତ ଭାବରେ କାର୍ଯ୍ୟ କରି ଚାଲିଛୁ ଫଳରେ ଭାରତର ଅର୍ଥବ୍ୟବସ୍ଥା ଦିନକୁ ଦିନ ଅଧିକ ସୁଦୃଢ଼ ହେଉ। ବିଗତ କିଛି ମାସରେ ଭାରତ ଯେତେ ମୁକ୍ତ ବାଣିଜ୍ୟ ବୁଝାମଣା କରିଛି, ସେଥିରେ ବିଶ୍ୱକୁ ଆମର ପ୍ରସ୍ତୁତିର ଝଲକ ମିଳି ସାରିଛି।

ସାଥୀଗଣ,

ଆଜି ଆମେ ଯେଉଁ ଲକ୍ଷ୍ୟସ୍ଥଳରେ ପହଂଚି ସାରିଛୁ, ସେହି ଯାତ୍ରା କେଉଁଠାରୁ ଆରମ୍ଭ ହୋଇଥିଲା, ଏହା ମନେ ରଖିବା ଜରୁରୀ । 9-10 ବର୍ଷ ପୂର୍ବେ ଆମ ଦେଶରେ ନୀତି ନିର୍ଦ୍ଧାରଣ ସ୍ତରରେ ଆଉ ସେହି ସ୍ତରରେ ସଙ୍କଟ ସହିତ ସଂଘର୍ଷ କରୁଥିଲା । ଦେଶକୁ ସେହି ପରିସ୍ଥିତିରୁ ବାହାର କରିବା ପାଇଁ ଆମକୁ ନିଜ ଅଭିବ୍ୟକ୍ତିରେ ପରିବର୍ତନ କରିବାର ଆବଶ୍ୟକତା ଥିଲା । ଆମେ ନିବେଶକମାନଙ୍କୁ ନାଲି ଫିତାର ଜାଲରେ ଫସାଇ ରଖିବା ବଦଳରେ ନିବେଶକମାନଙ୍କ ପାଇଁ ରେଡ଼୍ କାର୍ପେଟର ବାତାବରଣ ସୃଷ୍ଟି କଲୁ । ଆମେ ନୂଆ- ନୂଆ ଦ୍ୱନ୍ଦ ସୃଷ୍ଟି କରୁଥିବା ଆଇନ ବଦଳରେ ତାକୁ ଯୁକ୍ତି ସଙ୍ଗତ କରିଛୁ । ଆମେ ନିଜେ ବ୍ୟବସାୟ ଚଳାଇବା ବଦଳରେ ବ୍ୟବସାୟ ପାଇଁ ମଇଦାନ ପ୍ରସ୍ତୁତ କଲୁ, ଫଳରେ ଅନ୍ୟମାନେ ଆଗକୁ ଆସି ପାରିବେ। ଆମେ ଯୁବକମାନଙ୍କୁ ନିୟମରେ ବାନ୍ଧି ରଖିବା ବଦଳରେ ସେମାନଙ୍କୁ ନିଜ କ୍ଷମତାକୁ ଅଧିକ ବୃଦ୍ଧି କରିବାକୁ ସୁଯୋଗ ଦେଲୁ।

ସାଥୀଗଣ,

ନୂତନ ଭାରତର ନିର୍ମାଣ ଦୃଢ଼ ସଂସ୍କାର, ବୃହତ ଭିତିଭୂମି ଏବଂ ଶ୍ରେଷ୍ଠ ପ୍ରତିଭା ଦ୍ୱାରା ହିଁ ସମ୍ଭବ ହେବ। ଆଜି ସରକାର ପ୍ରତ୍ୟେକ ସ୍ତରରେ ଦୃଢ଼ ସଂସ୍କାର କରି ଚାଲିଛନ୍ତି । ଅର୍ଥନୈତିକ ସ୍ତରରେ ଜିଏସଟି ଏବଂ ଆଇବିସି ଭଳି ସଂସ୍କାର କରାଯାଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର ଏବଂ ଦୃଢ଼ ମାକ୍ରୋ- ଅର୍ଥନୈତିକ ମୌଳିକ ପଦକ୍ଷେପ ଜରିଆରେ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରାଗଲା। ସେହିପରି ୟୁପିଆଇ ଭଳି ପଦକ୍ଷେପ ଜରିଆରେ ଦେଶରେ ଡିଜିଟାଲ ବିପ୍ଳବ ଆଣିବାର ପ୍ରସ୍ତୁତି କରାଗଲା। ଆମେ 1500 ରୁ ଅଧିକ ପୁରୁଣା ଆଇନକୁ ଶେଷ କରି ଦେଲୁ, ପ୍ରାୟ 40 ହଜାର ଅନାବଶ୍ୟକ ଅଭିଯୋଗକୁ ରଦ୍ଦ କରି ଦେଲୁ। ଆମେ ଅନେକ ବ୍ୟବସ୍ଥାକୁ ଅପରାଧମୁକ୍ତ ସାବ୍ୟସ୍ତ କରି ଦେଲୁ । ଆମେ କର୍ପୋରେଟ ଟିକସର ଦରକୁ କମ୍ କରିବା ଭଳି ପଦକ୍ଷେପ ଉଠାଇଛୁ, ଏହା ସହିତ ମୁଖହୀନ ଆକଳନ ଭଳି ସଂସ୍କାରରେ ପାରଦର୍ଶିତାକୁ ବୃଦ୍ଧି କରିଛୁ। ଭାରତରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ ପାଇଁ ନୂତନ କ୍ଷେତ୍ରଗୁଡ଼ିକର ଦ୍ୱାର ଉନ୍ମୁକ୍ତ କରିଛୁ। ଭାରତରେ ଡ୍ରୋନ ଭଳି ସ୍ୱତନ୍ତ୍ର କ୍ଷେତ୍ର, ମହାକାଶ କ୍ଷେତ୍ର ଏବଂ ଏପରିକି ପ୍ରତିରକ୍ଷା କ୍ଷେତ୍ରରେ ନିବେଶକୁ ଅଦ୍ଭୁତପୂର୍ବ ପ୍ରୋତ୍ସାହନ ଦେଇଛୁ।

ସାଥୀଗଣ,

ସଂସ୍କାର ସହିତ ଭିତିଭୂମିର କ୍ଷେତ୍ରରେ ମଧ୍ୟ ଭାରତ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆଧୁନିକ ଭିତିଭୂମି ପାଇଁ ଭାରତ ପୂର୍ବ ତୁଳନାରେ କେତେ ଅଧିକ ଗତି ସହିତ ଏବଂ ବ୍ୟାପକ ମାତ୍ରାରେ କାମ କରୁଛି। ଆପଣମାନେ ବିମାନବନ୍ଦରର ଉଦାହରଣ ନେଇ ପାରିବେ। ବିଗତ 8 ବର୍ଷରେ କାର୍ଯ୍ୟକ୍ଷମ ଥିବା ବିମାନବନ୍ଦର ସଂଖ୍ୟା ଦୁଇ ଗୁଣ ହୋଇ ସାରିଛି । ପ୍ରାୟ 70 ବିମାନବନ୍ଦରରୁ ବୃଦ୍ଧି ପାଇ ଏବେ 140ରୁ ଅଧିକ ବିମାନବନ୍ଦରରୁ ବିମାନ ଚଳାଚଳ ହେଉଛି। ଆଉ ଏବେ ଅନେକ ନୂତନ ବିମାନବନ୍ଦର ଭାରତରେ ନିର୍ମାଣ ହେଉଛି। ସେହିପରି ମେଟ୍ରୋ ଟ୍ରେନର ପରିସର ୫ଟି ସହରରୁ ବୃଦ୍ଧି ପାଇ 20ଟି ସହର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ପାରିଛି। ନିକଟରେ ଶୁଭାରମ୍ଭ କରାଯାଇଥିବା ଜାତୀୟ ଲଜିଷ୍ଟିକ ନୀତି ବିକାଶର ଗତିକୁ ବୃଦ୍ଧି କରିବାରେ ଆହୁରି ସହାୟତା କରିବ।

ସାଥୀଗଣ,

ମୁଁ ନିବେଶକଙ୍କ ଧ୍ୟାନ ବିଶେଷ କରି ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଆଡ଼କୁ ଆକର୍ଷିତ କରିବାକୁ ଚାହୁଁଛି । ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଭିତିଭୂମି ନିର୍ମାଣର ପଦ୍ଧତି ଓ କୌଶଳକୁ ବଦଳାଇ ଦେଇଛି । ଏବେ ଯେତେବେଳେ କୌଣସି ପ୍ରକଳ୍ପର ଯୋଜନା ପ୍ରସ୍ତୁତି ହେଉଛି ତାହାକୁ ତିନି ସ୍ତରରେ ସର୍ବପ୍ରଥମେ ଧ୍ୟାନ ଦିଆଯାଉଛି। ବିକଶିତ ଭିତିଭୂମି ସହିତ ବର୍ତମାନର ଭିତିଭୂମିର ରୋଡ଼ମ୍ୟାପ୍ ପ୍ରସ୍ତୁତ କରାଯାଉଛି । ପୁଣି ତାହାକୁ ପୂରଣ କରିବା ପାଇଁ ସର୍ବନିମ୍ନ ଏବଂ ବେଶ୍ ପ୍ରଭାବଶାଳୀ ମାର୍ଗରେ ଚର୍ଚ୍ଚା କରାଯାଉଛି । ଏଥିରେ ସର୍ବଶେଷ ମାଇଲ ଯୋଗାଯୋଗ ବ୍ୟବସ୍ଥାକୁ ବହୁତ ଗୁରୁତ୍ୱ ଦିଆଯାଉଛି, ଦୃଷ୍ଟିରେ ରଖାଯାଉଛି । ଆଉ ସେହି ପ୍ରକଳ୍ପର ସେବାକୁ ବିଶ୍ୱସ୍ତରୀୟ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।   

ସାଥୀଗଣ,

ଆଜି ଯେତେବେଳେ ବିଶ୍ୱ ଉଦ୍ୟୋଗ 4.0 ଆଡ଼କୁ ଅଗ୍ରସର ହେଉଛି, ତେବେ ଏହି ଔଦ୍ୟୋଗିକ ବିପ୍ଳବରେ ଭାରତୀୟ ଯୁବକମାନଙ୍କର ଭୂମିକା ଏବଂ ଭାରତୀୟ ଯୁବକମାନଙ୍କର ପ୍ରତିଭାକୁ ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହେଉଛି, ଅବିଶ୍ୱସନୀୟ ଲାଗୁଛି, ବିଶ୍ୱ ଆଜି ଆଶ୍ଚର୍ଯ୍ୟଚକିତ ହେଉଛି । ଭାରତର ଯୁବକ, ବିଗତ ବର୍ଷମାନଙ୍କରେ ଆମର ଏଠାରେ 100ରୁ ଅଧିକ ୟୁନିକର୍ଣ୍ଣ ପ୍ରତିଷ୍ଠା ହୋଇ ସାରିଛି। ଭାରତରେ 8 ବର୍ଷରେ 80 ହଜାରରୁ ଅଧିକ ଷ୍ଟାର୍ଟଅପ୍ସ ପ୍ରତିଷ୍ଠା ହୋଇ ସାରିଛି। ଆଜି ଭାରତର ପ୍ରତ୍ୟେକ କ୍ଷେତ୍ର ଯୁବଶକ୍ତିର ସାମର୍ଥ୍ୟ ଦ୍ୱାରା ଆଗକୁ ବଢ଼ୁଛି। ଗତ ବର୍ଷ ଭାରତ ରେକର୍ଡ ପରିମାଣରେ ରପ୍ତାନୀ କରିଛି । କୋଭିଡ଼ ପରେ ଯେଉଁ ସ୍ଥିତି ରହିଛି, ସେଥିରେ ଏହି ଉପଲବ୍ଧିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ଭାରତର ଯୁବକମାନଙ୍କର ଦକ୍ଷତାକୁ ସମ୍ପ୍ରସାରିତ କରିବା ପାଇଁ ଆମେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ କରିଛୁ। ବିଗତ ବର୍ଷମାନଙ୍କରେ ଭାରତରେ ବିଶ୍ୱବିଦ୍ୟାଳୟ, ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ମ୍ୟାନେଜମେଂଟ ବିଶ୍ୱବିଦ୍ୟାଳୟ ସଂଖ୍ୟାରେ 50 ପ୍ରତିଶତ ବୃଦ୍ଧି ହୋଇଛି।

ସାଥୀଗଣ,

ନିବେଶ ଏବଂ ମାନବ ସମ୍ବଳ ଉପରେ ଦୃଷ୍ଟି ଦେଇ ହିଁ ବିକାଶର ଉଚ୍ଚ ଲକ୍ଷ୍ୟ ହାସଲ କରାଯାଇ ପାରିବ। ଏହି ଚିନ୍ତାଧାରାକୁ ନେଇ ଆଗକୁ ବଢ଼ି ଆମେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଦେଇଛୁ। ଆମର ଉଦ୍ଦେଶ୍ୟ ହେଉଛି ଉତ୍ପାଦକତାକୁ ମଧ୍ୟ ବୃଦ୍ଧି କରିବାକୁ ଅଛି, ଏବଂ ମାନବ ସମ୍ବଳକୁ ମଧ୍ୟ ଉନ୍ନତ କରିବାର ଅଛି। ଆଜି ଗୋଟିଏ ପଟେ ଆମେ ବିଶ୍ୱର ସର୍ବ ବୃହତ ବିନିର୍ମାଣ ପଦକ୍ଷେପ ଯୋଜନା ମଧ୍ୟରୁ ଗୋଟିଏ କାର୍ଯ୍ୟକାରୀ କରୁଛୁ, ଅନ୍ୟପକ୍ଷରେ ବିଶ୍ୱର ସର୍ବ ବୃହତ ସ୍ୱାସ୍ଥ୍ୟ ସୁନିଶ୍ଚିତ ଯେଜନାରେ ମଧ୍ୟ ସୁରକ୍ଷା ପ୍ରଦାନ କରୁଛୁ। ଗୋଟିଏ ପଟେ ଆମ ଦେଶରେ ଏଫଡିଆଇରେ ଦ୍ରୁତ ଗତିରେ ବୃଦ୍ଧି ହେଉଛି ସେତେବେଳେ ଅନ୍ୟ ପକ୍ଷରେ ମେଡିକାଲ କଲେଜ ଏବଂ ହସ୍ପାତାଳ ସଂଖ୍ୟାରେ ମଧ୍ୟ ବୃଦ୍ଧି ହେଉଛି। ଗୋଟିଏ ପଟେ ଆମେ ବ୍ୟବସାୟ ରାସ୍ତାରେ ଆସୁଥିବା ପ୍ରତିବନ୍ଧକ ଦୂର କରୁଛୁ ତେବେ ଅନ୍ୟ ପକ୍ଷରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ କରୁଛୁ । ଗୋଟିଏ ପଟେ ଆମେ ସାରା ଦେଶରେ ରାଜପଥର ଜାଲ ବିଛାଉଛୁ ଅନ୍ୟ ପକ୍ଷରେ ଲୋକମାନଙ୍କୁ ଶୌଚାଳୟ ଏବଂ ସ୍ୱଚ୍ଛ ପିଇବା ପାଣି ଯୋଗାଇବାର ମିଶନରେ ମଧ୍ୟ ଲାଗି ପଡ଼ିଛୁ। ଗୋଟିଏ ପଟେ ଆମେ ଭବିଷ୍ୟତର ଭିତିଭୂମି ଯେପରିକି ମେଟ୍ରୋ, ବିମାନବନ୍ଦର, ଏବଂ ରେଳ ଷ୍ଟେସନ ନିର୍ମାଣରେ ଲାଗି ପଡ଼ିଛୁ ଅନ୍ୟପଟେ ଆମେ ହଜାର ହଜାର ସ୍ମାର୍ଟ ସ୍କୁଲ ମଧ୍ୟ ନିର୍ମାଣ କରୁଛୁ।

ସାଥୀଗଣ,

ନବୀକରଣୀୟ ଶକ୍ତି କ୍ଷେତ୍ରରେ ଆଜି ଭାରତ ଯେଉଁ ସଫଳତା ହାସଲ କରିଛି, ତାହା ସାରା ବିଶ୍ୱ ପାଇଁ ହେଉଛି ଉଦାହରଣ। ବିଗତ 8 ବର୍ଷରେ ଦେଶର ନବୀକରଣୀୟ ଶକ୍ତିର କ୍ଷମତା ତିନି ଗୁଣ ବୃଦ୍ଧି ପାଇଛି, ଆଉ ସୌରଶକ୍ତିର କ୍ଷମତାରେ 20 ଗୁଣା ବୃଦ୍ଧି ହୋଇଛି । ସବୁଜ ବିକାଶ ଏବଂ ନିରନ୍ତର ଶକ୍ତି କ୍ଷେତ୍ରରେ ନିଆ ଯାଇଥିବା ଆମର ପଦକ୍ଷେପ ଅଧିକରୁ ଅଧିକ ନିବେଶକଙ୍କୁ ଆକର୍ଷିତ କରିଛି। ଯେଉଁମାନେ ନିଜ ନିବେଶର ଲାଭ ଚାହୁଁଛନ୍ତି ଏବଂ ଏହି ମାଟି ପ୍ରତି ନିଜର ଦାୟିତ୍ୱବୋଧକୁ ତୁଲାଇବାକୁ ଚାହୁଁଛନ୍ତି, ସେମାନେ ଆଜି ଭାରତ ପ୍ରତି ଆଶା ଓ ସମ୍ଭାବନାର ସହିତ ଦେଖୁଛନ୍ତି।

ସାଥୀଗଣ,

ଆଜି କର୍ଣ୍ଣାଟକ ସହିତ ଆଉ ଏକ ବିଶେଷତ୍ୱ ଯୋଡ଼ି ହୋଇଛି । କର୍ଣ୍ଣାଟକ ପାଖରେ ଡବଲ ଇଂଜିନର ଶକ୍ତି ରହିଛି ଅର୍ଥାତ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରରେ ଗୋଟିଏ ଦଳ ନେତୃତ୍ୱ ନେଉଛି । ଏହା ମଧ୍ୟ ଏକ କାରଣ ଯେ କର୍ଣ୍ଣାଟକର ଅନେକ କ୍ଷେତ୍ରରେ ସବୁଠାରୁ ଦ୍ରୁତ ଗତିରେ ବିକାଶ ହେଉଛି। ବ୍ୟବସାୟ ସୁଗମତାରେ କର୍ଣ୍ଣାଟକ କ୍ରମାଗତ ଭାବେ ଶ୍ରେଷ୍ଠ ମାନ୍ୟତାରେ ନିଜ ସ୍ଥାନ ବଜାୟ ରଖିଛି । ଏହି କାରଣରୁ ଏଫଡିଆଇର ଦୃଷ୍ଟିକୋଣରୁ କର୍ଣ୍ଣାଟକର ନାମ ଶ୍ରେଷ୍ଠ ତାଲିକାରେ ସାମିଲ ହୋଇଛି। ଫର୍ଚୁନ 500 କମ୍ପାନୀ ତାଲିକାରେ କର୍ଣ୍ଣାଟକର 400 କମ୍ପାନୀ ରହିଛି । ଭାରତର 100ପ୍ଲସ ୟୁନିକର୍ଣ୍ଣ ମଧ୍ୟରୁ 40ରୁ ଅଧିକ କର୍ଣ୍ଣାଟକରେ ହିଁ ଅଛି। କର୍ଣ୍ଣାଟକ ଆଜି ବିଶ୍ୱର ସର୍ବବୃହତ ଟେକ୍ନୋଲୋଜି କ୍ଲଷ୍ଟର ଭାବେ ଗଣା ହେଉଛି। ଏଠାରେ କର୍ଣ୍ଣାଟକରେ ଉଦ୍ୟୋଗ ଠାରୁ ନେଇ ସୂଚନା ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ, ଫିନଟେକ୍ ଠାରୁ ନେଇ ବାୟୋଟେକ୍ ପର୍ଯ୍ୟନ୍ତ, ଷ୍ଟାର୍ଟ ଅପରୁ ନେଇ ନିରନ୍ତର ଶକ୍ତି ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ବିକାଶର ନୂଆ ଗାଥା ଲେଖା ଯାଉଛି । ବିକାଶର କିଛି ପରିସଂଖ୍ୟାନ ତ’ଏପରି ରହିଛି ଯେ କର୍ଣ୍ଣାଟକ କେବଳ ଭାରତର ଅନ୍ୟ ରାଜ୍ୟକୁ ହିଁ ନୁହେଁ, ବରଂ କିଛି ଦେଶକୁ ମଧ୍ୟ ଆହ୍ୱାନ ଦେଉଛି । ଆଜି ଭାରତ ଜାତୀୟ ସେମି- କଣ୍ଡକ୍ଟର ମିଶନ ସହିତ ବିନିର୍ମାଣ ଡୋମିନ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି । ଏଥିରେ କର୍ଣ୍ଣାଟକର ଭୂମିକା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଚିପ୍ ଡିଜାଇନ୍ ଏବଂ ନିର୍ମାଣରେ ଏଠାରେ ଏକ ଟେକ୍ନୋଲୋଜି ଇକୋ-ସିଷ୍ଟମ ନୂତନ ଶିଖରକୁ ନେଇଯିବ।

ସାଥୀଗଣ,

ଆପଣମାନେ ଜାଣିଛନ୍ତି ଯେ ଜଣେ ନିବେଶକ, ମଧ୍ୟମ ଅବଧି ମିଶନ ଏବଂ ଦୀର୍ଘସ୍ଥାୟୀ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିଥାଏ। ଆଉ ଭାରତ ପାଖରେ ଏକ ଉତ୍ସାହଜନକ ଦୀର୍ଘ ସୂତ୍ରୀ ଦୃଷ୍ଟିକୋଣ ମଧ୍ୟ ରହିଛି । ନାନୋ ୟୁରିଆ ହେଉ, ହାଇଡ୍ରୋଜେନ ଶକ୍ତି ହେଉ, ସବୁଜ ଆମୋନିଆ ହେଉ, କୋଇଲା ବାଷ୍ପୀକରଣ ହେଉ, ଅବା ପୁଣି ମହାକାଶ ଉପଗ୍ରହ, ଆଜି ଭାରତ ନିଜ ବିକାଶ ସହିତ ବିଶ୍ୱର ବିକାଶ ମନ୍ତ୍ର ସହିତ ଆଗକୁ ବଢ଼ୁଛି। ଏହା ହେଉଛି ଭାରତର ଅମୃତକାଳ। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ଜନତା ନୂତନ ଭାରତର ନିର୍ମାଣର ସଂକଳ୍ପ ନେଇ ଅଗ୍ରସର ହେଉଛନ୍ତି। ଆମେ 2047 ମଧ୍ୟରେ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ନିର୍ଦ୍ଧାରିତ କରିଛୁ। ଏଥିପାଇଁ ଏହା ମଧ୍ୟ ବହୁତ ଜରୁରୀ ଯେ ଆପଣଙ୍କ ନିବେଶ ଆଉ ଭାରତର ଉତ୍ସାହ ଏକାଠି ସମ୍ମିଳିତ ହୋଇଯିବ। କାରଣ ଅନ୍ତର୍ଭୁକ୍ତି ପରିସଂଖ୍ୟାନ ଏବଂ ସୁଦୃଢ଼ ଭାରତର ବିକାଶ ବିଶ୍ୱର ବିକାଶକୁ ଗତି ପ୍ରଦାନ କରିବ। ଏଥିପାଇଁ ଆମେ କହୁଛୁ ଯେ ଭାରତରେ ନିବେଶର ଅର୍ଥ ଅନ୍ତର୍ଭୁକ୍ତିରେ ନିବେଶ, ଗଣତନ୍ତ୍ରରେ ନିବେଶ, ଭାରତରେ ନିବେଶର ଅର୍ଥ ହେଉଛି, ସମଗ୍ର ବିଶ୍ୱ ପାଇଁ ନିବେଶ, ଭାରତରେ ନିବେଶର ଅର୍ଥ ହେଉଛି, ଏକ ଉନ୍ନତ ଗ୍ରହ ପାଇଁ ନିବେଶ, ଭାରତରେ ନିବେଶର ଅର୍ଥ ହେଉଛି, ଏକ ସ୍ୱଚ୍ଛ, ଉନ୍ନତ ଏବଂ ସୁରକ୍ଷିତ ଗ୍ରହ ପାଇଁ ନିବେଶ। ଆସନ୍ତୁ, ଆମେ ସମସ୍ତେ ମିଳିମିଶି କୋଟି କୋଟି ଲୋକଙ୍କ ଜୀବନ ବଦଳାଇବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବା। ଏହି ଆୟୋଜନ ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ, ତାଙ୍କ ପୁରା ଟିମ୍, କର୍ଣ୍ଣାଟକ ସରକାର ଏବଂ କର୍ଣ୍ଣାଟକର ସମସ୍ତ ଭାଇ ଭଉଣୀମାନଙ୍କୁ ମଧ୍ୟ ହୃଦୟର ସହିତ ବହୁତ- ବହୁତ ଶୁଭକାମନା ଜଣାଉଛି, ବହୁତ- ବହୁତ ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI goes live at Eiffel Tower and French airports as India-France digital ties strengthen

Media Coverage

UPI goes live at Eiffel Tower and French airports as India-France digital ties strengthen
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes during the visit of Hon’ble Prime Minister to Slovakia
June 15, 2026

Memorandum of Understanding/Letter of Intent

S.No.Title

1.

MoU on cooperation in the field of Labour Migration

2.

Letter of Intent promoting cooperation in the Defence field

3.

MoU on Digital Technologies

4.

MoU on Cooperation in the field of Higher Education and Research

5.

MoU on Audio-visual Creation

6.

Establishment of first ever ICCR Chair in Artificial Intelligence at the Technical University of Kosice

7.

Memorandum of Understanding in the field of Quantum Communication and Critical Infrastructure Protection

8.

MoU between National Institute of Naturopathy, Pune, Ministry of Ayush, and Slovak Health Spa Piestany

9

Agreement between Indian Institute of Technology, Delhi and Slovak Technical University for cooperation in student exchange programs, scholarships and research collaboration

10

Tourism cooperation between Association of Tour Operators

11

Agreement on Scientific Cooperation between the Indian National Science Academy (INSA) and the Slovak Academy of Sciences (SAS)

Announcements

1.

Elevation of bilateral relationship to Comprehensive Partnership

2.

Establishment of Joint Working Group in Counter Terrorism

3.

Establishment of Consular Dialogue