ଜାମ୍ମୁ କାଶ୍ମୀରରେ ୧୫୦୦ କୋଟିରୁ ଅଧିକ ଟଙ୍କାର ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
୧୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି ପ୍ରକଳ୍ପ (ଜେକେସିଆଇପି) ର ଶୁଭାରମ୍ଭ
“ସରକାରଙ୍କ ଉଦ୍ଦେଶ୍ୟ ଓ ନୀତି ଉପରେ ଲୋକଙ୍କର ବିଶ୍ୱାସ ରହିଛି”
“ଲୋକଙ୍କ ଆଶା ପୂରଣ କରି ଆମ ସରକାର ନିଜର ପ୍ରଦର୍ଶନ ଦେଖାଇଛନ୍ତି ଏବଂ ଫଳାଫଳ ଆଣିଛନ୍ତି”
“ଚଳିତ ଲୋକସଭା ନିର୍ବାଚନରେ ଜନମତର ବଡ଼ ବାର୍ତ୍ତା ହେଉଛି ସ୍ଥିରତା”
"ଆମେ ଅଟଳଜୀଙ୍କ ଇନସାନିୟତ, ଜାମହୁରିୟାତ ଏବଂ କାଶ୍ମୀରୀୟତ୍ ର ଦୃଷ୍ଟିକୋଣ, ଆଜି ବାସ୍ତବତାରେ ପରିଣତ ହୋଇଥିବା ଦେଖୁଛୁ”
“ଗଣତନ୍ତ୍ରର ପତାକାକୁ ଉଚ୍ଚ ରଖିବା ପାଇଁ ଆପଣଙ୍କ ପ୍ରୟାସ ନିମନ୍ତେ ମୁଁ ଧନ୍ୟବାଦ ଜଣାଇବାକୁ ଆସିଛି”
“ଆଜି ଜାମ୍ମୁ - କାଶ୍ମୀରରେ ପ୍ରକୃତ ଅର୍ଥରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଛି । ଧାରା ୩୭୦ର ପ୍ରତିବନ୍ଧକକୁ ଭାଙ୍ଗି ଦିଆଯାଇଛି”
“ହୃଦୟ ହେଉ କି ଦିଲ୍ଲୀ (ଦିଲ୍ ୟା ଦିଲ୍ଲୀ)ର ମଧ୍ୟରେ ଥିବା ସମସ୍ତ ବ୍ୟବଧାନ ଦୂର କରିବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରୁଛୁ”
“ସେ ଦିନ ଦୂର ନୁହେଁ ଯେତେବେଳେ ଆପଣ ନିଜ ଭୋଟ ବଳରେ ଜାମ୍ମୁ - କାଶ୍ମୀରର ନୂଆ ସରକାର ଚୟନ କରିବେ । ଖୁବଶୀଘ୍ର ସେହି ଦିନ ଆସିବ , ଯେତେବେଳେ ଜାମ୍ମୁ - କାଶ୍ମୀର ପୁଣି ଥରେ ଏକ ରାଜ୍ୟ ଭାବେ ନିଜର ଭବିଷ୍ୟତ ଗଠନ କରିବ
ଶ୍ରୀ ମୋଦୀ ନୂତନ ସରକାରୀ ନିଯୁକ୍ତି ପାଇଥିବା ୨୦୦ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ଆରମ୍ଭ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ କେନ୍ଦ୍ରଶାସିତ ଅଞ୍ଚଳର ଯୁବ ସଫଳତା ହାସଲକାରୀଙ୍କ ସହ ଆଲୋଚନା କରିଥିଲେ ।
ନିକଟରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଇଟାଲୀ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତିନି ଥର ପାଇଁ କ୍ରମାଗତ ଭାବେ ସମାନ ସରକାର ଗଠନ ହେବାର ପ୍ରଭାବ, ଯାହା ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣକୁ ବଦଳାଇ ଦେଇଛି ତାହା ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରସ୍ଥିତ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସକେଆଇସିସି)ରେ 'ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରର ପରିବର୍ତ୍ତନ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ୧,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ , ଯେଉଁଥିରେ ସଡ଼କ, ଜଳ ଯୋଗାଣ ଏବଂ ଉଚ୍ଚ ଶିକ୍ଷାକ୍ଷେତ୍ରରେ ଭିତ୍ତିଭୂମି ଅନ୍ତର୍ଭୁକ୍ତ । ସେ ୧୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି ପ୍ରକଳ୍ପ (ଜେକେସିଆଇପି)ର ଶୁଭାରମ୍ଭ କରିଥିଲେ । ଶ୍ରୀ ମୋଦୀ  ନୂତନ ସରକାରୀ ନିଯୁକ୍ତି ପାଇଥିବା ୨୦୦ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ଆରମ୍ଭ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ କେନ୍ଦ୍ରଶାସିତ ଅଞ୍ଚଳର ଯୁବ ସଫଳତା ହାସଲକାରୀଙ୍କ ସହ ଆଲୋଚନା କରିଥିଲେ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜାମ୍ମୁ - କାଶ୍ମୀର ଗସ୍ତକୁ ନେଇ ଉତ୍ସାହ ପ୍ରକାଶ କରିବା ସହ ଏହାର ଦୁଇଟି ନିର୍ଦ୍ଦିଷ୍ଟ କାରଣ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଥମତଃ ଆଜିର କାର୍ଯ୍ୟକ୍ରମ ଜାମ୍ମୁ - କାଶ୍ମୀରରେ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ଜଡ଼ିତ ଏବଂ ଦ୍ୱିତୀୟତଃ ଲୋକସଭା ନିର୍ବାଚନ ପରେ ଜାମ୍ମୁ - କାଶ୍ମୀରବାସୀଙ୍କ ସହ ଏହା ହେଉଛି ପ୍ରଥମ ସାକ୍ଷାତ ବୋଲି ସେ କହିଥିଲେ । ନିକଟରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଇଟାଲୀ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତିନି ଥର ପାଇଁ କ୍ରମାଗତ ଭାବେ ସମାନ ସରକାର ଗଠନ ହେବାର ପ୍ରଭାବ, ଯାହା  ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣକୁ ବଦଳାଇ ଦେଇଛି ତାହା ଉପରେ ଆଲୋକପାତ କରିଥିଲେ ।

ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ସବୁଠାରୁ ବଡ ଶକ୍ତି ହେଉଛି ଭାରତୀୟଙ୍କ ସର୍ବକାଳୀନ ଉଚ୍ଚ ଆକାଂକ୍ଷା । ଏହି ଉଚ୍ଚ ଆକାଂକ୍ଷା ସରକାରଙ୍କ ଭିତରେ ଉଚ୍ଚ ଆଶା ସୃଷ୍ଟି କରିଥାଏ ଏବଂ ଏହି ପରିପ୍ରେକ୍ଷୀରେ ସରକାରଙ୍କ ତୃତୀୟ କ୍ରମାଗତ କାର୍ଯ୍ୟକାଳ ହେଉଛି ବିଶେଷ , କାରଣ ଆକାଂକ୍ଷୀ ସମାଜର ଏକମାତ୍ର ମାନଦଣ୍ଡ ହେଉଛି ପ୍ରଦର୍ଶନ । “ସରକାରଙ୍କ ଉଦ୍ଦେଶ୍ୟ ଓ ନୀତି ଉପରେ ଲୋକଙ୍କ ବିଶ୍ୱାସ ରହିଛି” ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ଲୋକସଭା ନିର୍ବାଚନରେ ଜନମତର ବଡ ବାର୍ତ୍ତା ହେଉଛି ସ୍ଥିରତା । ଗତ ଶତାବ୍ଦୀର ଶେଷ ଦଶନ୍ଧିରେ ଅସ୍ଥିର ସରକାରର ଦୀର୍ଘ ପର୍ଯ୍ୟାୟକୁ ସେ ମନେ ପକାଇଥିଲେ , ଯେତେବେଳେ ଦେଶରେ ୧୦ ବର୍ଷ ମଧ୍ୟରେ ୫ଟି ନିର୍ବାଚନ ହୋଇଥିଲା ଯାହା ଫଳରେ ବିକାଶ ଠପ୍ ହୋଇଯାଇଥିଲା । “ସେହି ପର୍ଯ୍ୟାୟକୁ ପଛରେ ପକାଇ ଭାରତ ଏବେ ସ୍ଥିର ସରକାରର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି, ଯାହା ଗଣତନ୍ତ୍ରକୁ ସୁଦୃଢ଼ କରିବ” ବୋଲି ସେ ମତ ଦେଇଥିଲେ । ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଜାମ୍ମୁ - କଶ୍ମୀରବାସୀଙ୍କ ଭୂମିକାକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଆମେ ଅଟଳଜୀଙ୍କ ଦୃଷ୍ଟିକୋଣ ଇନସାନିୟତ, ଜାମହୁରିୟାତ ଏବଂ କାଶ୍ମୀରୀୟତ୍  ଆଜି ବାସ୍ତବରେ ପରିଣତ ହେଊଥିବା ଦେଖୁଛୁ” । ନିକଟରେ ହୋଇଥିବା ନିର୍ବାଚନରେ ରେକର୍ଡ ମତଦାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ପ୍ରତି ଜାମ୍ମୁ- କାଶ୍ମୀରବାସୀଙ୍କ ଆସ୍ଥାକୁ ପ୍ରଶଂସା କରିଥିଲେ । “ଗଣତନ୍ତ୍ରର ପତାକାକୁ ଉଚ୍ଚା ରଖିବା ପାଇଁ ଆପଣଙ୍କ ପ୍ରୟାସ ନିମନ୍ତେ ମୁଁ ଧନ୍ୟବାଦ ଜଣାଇବାକୁ ଆସିଛି” ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଜାମ୍ମୁ - କାଶ୍ମୀରରେ ପରିବର୍ତ୍ତନ ହେଉଛି ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଫଳ । ଏହି ଅଞ୍ଚଳର ମହିଳା ଏବଂ ନିମ୍ନ ଆୟ ବର୍ଗର ଲୋକମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର 'ସବକା ସାଥ ସବକା ବିକାଶ'ର ମନ୍ତ୍ର ଗ୍ରହଣ କରି ସୁଯୋଗ ଆଣିବା ଏବଂ ସେମାନଙ୍କ ଅଧିକାର ପୁନରୁଦ୍ଧାର କରିବା ଦିଗରେ କାର୍ଯ୍ୟ କରିଛନ୍ତି । ପାକିସ୍ତାନରୁ ଆସିଥିବା ଶରଣାର୍ଥୀ, ବାଲ୍ମିକୀ ସମ୍ପ୍ରଦାୟର ଲୋକ ଏବଂ ସଫେଇ କର୍ମଚାରୀ ପରିବାର ପ୍ରଥମ ଥର ପାଇଁ ସେମାନଙ୍କ ମତଦାନ ଅଧିକାର ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ବାଲ୍ମିକୀ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ କରିବା, ଅନୁସୂଚିତ ଜାତି ପାଇଁ ବିଧାନସଭାରେ ଆସନ ସଂରକ୍ଷଣ ଏବଂ ପଦ୍ଦାରୀ ଜନଜାତି, ପାହାଡ଼ିଆ ଜାତି, ଗଡ୍ଡା ବ୍ରାହ୍ମଣ ଓ କୋଲି ସମ୍ପ୍ରଦାୟକୁ ଏସସି ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ଦୀର୍ଘ ଦିନର ଇଚ୍ଛା ପୂରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ । ପଞ୍ଚାୟତ, ପୌର ପାଳିକା ଓ ନଗର ନିଗମ ନିର୍ବାଚନରେ ଓବିସି ସଂରକ୍ଷଣ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି । ଭାରତୀୟ ସମ୍ବିଧାନର ଶକ୍ତି ଏବଂ ଏହାର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତର ୧୪୦ କୋଟି ନାଗରିକଙ୍କ ଅଧିକାରକୁ ସୁନିଶ୍ଚିତ କରେ ଏବଂ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର ହେବାର ସୁଯୋଗ ପ୍ରଦାନ କରେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସମ୍ବିଧାନକୁ ଗ୍ରହଣ ନକରିବା ଏବଂ ସ୍ୱାଧୀନତା ପରଠାରୁ ଜାମ୍ମୁ ଓ କଶ୍ମୀର ପ୍ରତି ଦେଖାଯାଇଥିବା ଅବହେଳା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । “ମୁଁ ଆନନ୍ଦିତ ଯେ,  ଆଜି ଆମେ ଭାରତର ସମ୍ବିଧାନକୁ ନେଇ ଜୀବନ ନିର୍ବାହ କରୁଛେ । ସମ୍ବିଧାନ ମାଧ୍ୟମରେ ଆମେ କାଶ୍ମୀରର ଚେହେରାକୁ ଭଲ ପାଇଁ ବଦଳାଇବା ନିମନ୍ତେ ନୂଆ ଉପାୟ ଖୋଜୁଛୁ" ବୋଲି ପ୍ରଧାନମନ୍ତ୍ରୀ ଗର୍ବର ସହ କହିଥିଲେ” । ଧାରା ୩୭୦ର ପ୍ରତିବନ୍ଧ ଉଚ୍ଛେଦ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହିତ, "ଶେଷରେ ଭାରତର ସମ୍ବିଧାନକୁ ଜାମ୍ମୁ ଓ କାଶ୍ମୀର ପ୍ରକୃତ ଅର୍ଥରେ ଗ୍ରହଣ କରିଛି ବୋଲି ମତ ଦେଇଥିଲେ’ ।

ଗତ ୧୦ ବର୍ଷ ମଧ୍ୟରେ କାଶ୍ମୀରରେ ଘଟିଥିବା ଘଟଣାକ୍ରମ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶ୍ମୀର ଉପତ୍ୟକାରେ ସାମ୍ପ୍ରତିକ ପରିବର୍ତ୍ତନର ସାକ୍ଷୀ ହେଉଛି ବିଶ୍ୱ । ଜି -୨୦ ଶିଖର ସମ୍ମିଳନୀରେ ଉପତ୍ୟକାବାସୀଙ୍କ ଆତିଥ୍ୟ ପାଇଁ ପ୍ରଶଂସା ଜାରି ରହିଛି । ସେ କହିଛନ୍ତି ଯେ ଉପତ୍ୟକାରେ ଜି-୨୦ ଶିଖର ସମ୍ମିଳନୀ ଭଳି ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କାଶ୍ମୀରବାସୀଙ୍କୁ ଗର୍ବିତ କରିଛି । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଲାଲ ଚୌକରେ ପିଲାମାନେ ଖେଳୁଥିବା ଦେଖି ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଆନନ୍ଦରେ ଭରି ଯାଇଥାଏ । ସେହିଭଳି ଉପତ୍ୟକାର ଗହଳିପୂର୍ଣ୍ଣ ବଜାର ସମସ୍ତଙ୍କ ମୁହଁକୁ ଆଲୋକିତ କରିଥାଏ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଡାଲ ହ୍ରଦ ନିକଟରେ ଆୟୋଜିତ ସ୍ପୋର୍ଟସ କାର୍ ସୋ'କୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସମଗ୍ର ବିଶ୍ୱ ସେହି କାର୍ଯ୍ୟକ୍ରମକୁ ଦେଖିଛି, ଯାହା ଉପତ୍ୟକାର ପ୍ରଗତିର ସାକ୍ଷୀ ପାଲଟିଛି । କାଶ୍ମୀରରେ ପର୍ଯ୍ୟଟନ କିପରି ଚର୍ଚ୍ଚାର ବିଷୟ ପାଲଟିଛି ସେ ବିଷୟରେ ସେ ଉଲ୍ଲେଖ କରି କହିଛନ୍ତି ଯେ ଆସନ୍ତାକାଲିର ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଏଠାରେ ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ।  ଲେଫ୍ଟନାଣ୍ଟ ଗଭର୍ଣ୍ଣର ସିହ୍ନାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପତ୍ୟକାକୁ ଆସୁଥିବା ୨ କୋଟିରୁ ଅଧିକ ପର୍ଯ୍ୟଟକଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି ଏବଂ ସ୍ଥାନୀୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ।

 

ବିଗତ ପିଢ଼ିର ଦୁଃଖରୁ ଲୋକମାନେ ମୁକ୍ତି ପାଇବା ପାଇଁ ମୁଁ ସମ୍ପୂର୍ଣ୍ଣ ନିଷ୍ଠା ଓ ସଚ୍ଚୋଟତାର ସହ ନିଜକୁ ସମର୍ପିତ କରୁଛି । ହୃଦୟର ହେଉ କି ଦିଲ୍ଲୀ (ଦିଲ ୟା ଦିଲ୍ଲୀ)ର ସମସ୍ତ ଦୂରତା ଦୂର କରିବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଗଣତନ୍ତ୍ରର ସୁଫଳ ଯେପରି ପ୍ରତ୍ୟେକ ପରିବାର ଓ ବ୍ୟକ୍ତିଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ରୀୟ ସହାୟତାର ପ୍ରତି ପଇସା ଜାମ୍ମୁ- କାଶ୍ମୀରବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉଛି ବୋଲି ସେ କହିଛନ୍ତି । ଜାମ୍ମୁ- କାଶ୍ମୀରବାସୀ ସେମାନଙ୍କ ପ୍ରତିନିଧି ଚୟନ କରି ସେମାନଙ୍କ ଜରିଆରେ ସେମାନଙ୍କ ସମସ୍ୟାର ସମାଧାନ କରିବା ଠାରୁ ଭଲ କ'ଣ ହୋଇପାରେ । ସେଥିପାଇଁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ସେହି ଦିନ ଦୂର ନୁହେଁ , ଯେତେବେଳେ ଆପଣ ନିଜ ଭୋଟ ବଳରେ ଜାମ୍ମୁ - କାଶ୍ମୀରର ନୂଆ ସରକାର ଚୟନ କରିବେ । ଖୁବଶୀଘ୍ର ସେହି ଦିନ ଆସିବ ଯେତେବେଳେ ଜାମ୍ମୁ ଓ କାଶ୍ମୀର ପୁଣି ଥରେ ଏକ ରାଜ୍ୟ ଭାବରେ ନିଜର ଭବିଷ୍ୟତ ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କିମ୍ବା ଉଦଘାଟନ କରାଯାଇଥିଲା ସେ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ୧୫୦୦ କୋଟିରୁ ଅଧିକ ଟଙ୍କାର ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପ ଏବଂ ୧,୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି (ଜେକେସିଆଇପି) ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ସରକାରୀ ଚାକିରିରେ ଦ୍ରୁତ ନିଯୁକ୍ତି ପାଇଁ ସେ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ପ୍ରଶଂସା କରିବା ସହ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୪୦ ହଜାର ନିଯୁକ୍ତି ହୋଇଥିବା ସୂଚନା ଦେଇଛନ୍ତି । ଜାମ୍ମୁ ଓ କାଶ୍ମୀରରେ ବିପୁଳ ପୁଞ୍ଜି ନିବେଶର ସକାରାତ୍ମକ ପ୍ରଭାବ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

 

କାଶ୍ମୀରର ଅଗ୍ରଗତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜି ଉପତ୍ୟକାରେ ରେଳ ସଂଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିଜୁଳି ଏବଂ  ଜଳ ସମେତ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବୃହତ୍ ବିକାଶମୂଳକ କାର୍ଯ୍ୟ ହେଉଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ହଜାର ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ନୂତନ ରାଜପଥ ଏବଂ ଏକ୍ସପ୍ରେସ ୱେ ବ୍ୟତୀତ ଉପତ୍ୟକାକୁ ରେଳବାଇ ସହ ମଧ୍ୟ ସଂଯୋଗ କରାଯିବ ବୋଲି ସେ ଆଲୋକପାତ କରିଥିଲେ । ଚେନାବ ରେଳ ପୋଲର ଆକର୍ଷଣୀୟ ଦୃଶ୍ୟ ସମସ୍ତଙ୍କୁ ଗର୍ବରେ ଭରି ଦେଇଛି । ସୂଚନାଯୋଗ୍ୟ, ଉତ୍ତର କାଶ୍ମୀରର ଗୁରେଜ୍ ଉପତ୍ୟକା ପ୍ରଥମ ଥର ପାଇଁ ଗ୍ରିଡ୍ ସଂଯୋଗ ହାସଲ କରିଛି । ଆଜି ଉପତ୍ୟକାରେ କୃଷିଠାରୁ ଆରମ୍ଭ କରି ଉଦ୍ୟାନ କୃଷି, କ୍ରୀଡ଼ା ଓ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସୁଯୋଗ ରହୁଛି ବୋଲି ଶ୍ରୀ ମୋଦୀ ଦୋହରାଇ ଥିଲେ ।

ଗତ ୧୦ ବର୍ଷ ମଧ୍ୟରେ କଶ୍ମୀରରେ ହୋଇଥିବା ବିକାଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପତ୍ୟକା ଧୀରେ ଧୀରେ ଷ୍ଟାର୍ଟ ଅପ୍‌, ଦକ୍ଷତା ବିକାଶ ଏବଂ କ୍ରୀଡ଼ାର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି । ସେ ଦର୍ଶାଇଥିଲେ ଯେ ଉପତ୍ୟକାର ପ୍ରାୟ ୭୦ ପ୍ରତିଶତ କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍ ରହିଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଉପତ୍ୟକାରେ ୫୦ରୁ ଅଧିକ  ଡିଗ୍ରୀ କଲେଜ ପ୍ରତିଷ୍ଠା କରାଯାଇଛି । ପଲିଟେକ୍‌ନିକ୍‌ରେ ସିଟ୍ ବଢ଼ିବା ସହ ନୂଆ କୌଶଳ ଶିଖିବାର ସୁଯୋଗ ସୃଷ୍ଟି ହୋଇଛି । ଆଇଆଇଟି, ଆଇଆଇଏମ୍ ଓ ଏମ୍ସ ନିର୍ମାଣ ସହ ଅନେକ ନୂଆ ମେଡିକାଲ କଲେଜ ନିର୍ମାଣ କରାଯାଉଛି । ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ସ୍ତରରେ ଦକ୍ଷତା ବିକାଶ କରାଯାଉଛି । ଟୁରିଷ୍ଟ ଗାଇଡଙ୍କ ପାଇଁ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରିବା ଏବଂ ସ୍କୁଲ - କଲେଜ - ବିଶ୍ୱବିଦ୍ୟାଳୟରେ ଯୁବ ପର୍ଯ୍ୟଟନ କ୍ଲବ ପ୍ରତିଷ୍ଠା କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

 

ପ୍ରଧାନମନ୍ତ୍ରୀ ଜାମ୍ମୁ - କାଶ୍ମୀରର ନାରୀ ଶକ୍ତି ଉପରେ ବିକାଶ କାର୍ଯ୍ୟର ସକାରାତ୍ମକ ପ୍ରଭାବ ଉପରେ ଆଲୋକପାତ କରିଥିଲେ । ସେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପର୍ଯ୍ୟଟନ ଏବଂ ଆଇଟି ପ୍ରଶିକ୍ଷଣ ବିଷୟରେ ଉଲ୍ଲେଖ କରିଥିଲେ ।

ଦୁଇ ଦିନ ପୂର୍ବେ କୃଷି ସଖୀ କାର୍ଯ୍ୟକ୍ରମ ଆରମ୍ଭ ହେବା ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜାମ୍ମୁ ଓ କାଶ୍ମୀରର ୧୨୦୦ରୁ ଅଧିକ ମହିଳା କୃଷି ସଖୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ନମୋ ଡ୍ରୋନ ଦିଦି କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ଏହି ଯୋଜନା ଅଧୀନରେ ଜାମ୍ମୁ ଓ କାଶ୍ମୀରର ଝିଅମାନଙ୍କୁ ତାଲିମ ଦିଆଯାଉଛି । ମହିଳାଙ୍କ ଆୟରେ ଉନ୍ନତି ଆଣିବା ଏବଂ ଜୀବିକାର ସୁଯୋଗ ଯୋଗାଇଦେବା ପାଇଁ ସରକାର ଏହି ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି ।

"ପର୍ଯ୍ୟଟନ ଏବଂ କ୍ରୀଡ଼ାକ୍ଷେତ୍ରରେ ଭାରତ ଏକ ପ୍ରମୁଖ ବିଶ୍ୱ ଶକ୍ତି ହେବା ଦିଗରେ ଅଗ୍ରସର ହେଉଛି" ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଏହି ଦୁଇଟି କ୍ଷେତ୍ରରେ ଜାମ୍ମୁ ଓ କାଶ୍ମୀରର ସମ୍ଭାବନା ବିଷୟରେ ଉଲ୍ଲେଖ କରିଥିଲେ । ସେ ଜାମ୍ମୁ ଓ କାଶ୍ମୀରର ପ୍ରତ୍ୟେକ ଜିଲ୍ଲାରେ ଉତ୍ତମ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଥିଲେ ଏବଂ ପ୍ରାୟ ୧୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ନିର୍ମାଣ ହେଉଥିବା ବିଷୟରେ ଉଲ୍ଲେଖ କରିଥିଲେ । ଜାମ୍ମୁ କାଶ୍ମୀରର ପାଖାପାଖି ୪,୫୦୦ ଯୁବକଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ତାଲିମ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ଶୀତକାଳୀନ କ୍ରୀଡ଼ା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ଜାମ୍ମୁ - କାଶ୍ମୀର ଭାରତର ଶୀତକାଳୀନ କ୍ରୀଡ଼ା ରାଜଧାନୀ ପାଲଟିଛି ।

 

ଚଳିତ ବର୍ଷ ଫେବୃଆରୀରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଚତୁର୍ଥ ସଂସ୍କରଣରେ ସାରା ଦେଶରୁ ୮୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଭଳି ପ୍ରତିଯୋଗିତା ଭବିଷ୍ୟତରେ ଏଠାରେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଜାମ୍ମୁ - କାଶ୍ମୀରବାସୀଙ୍କୁ ଶାନ୍ତି ଏବଂ ମାନବିକତାର ଶତ୍ରୁଙ୍କ ବିଷୟରେ ଚେତାବନୀ ଦେଇଥିଲେ,  ଯେଉଁମାନେ ବିକାଶ ବିରୋଧରେ ଠିଆ ହୋଇଛନ୍ତି । ଜାମ୍ମୁ - କାଶ୍ମୀରର ବିକାଶକୁ ରୋକିବା ପାଇଁ , ଏଠାରେ ଶାନ୍ତି ପ୍ରତିଷ୍ଠା କରାଇ ନଦେବା ପାଇଁ  ଏହା ସେମାନଙ୍କର ଶେଷ ପ୍ରୟାସ ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ, ସରକାର ନିକଟରେ ଘଟିଥିବା ଆତଙ୍କୀ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି, ଯେଉଁଠାରେ କେନ୍ଦ୍ର ଗୃହମନ୍ତ୍ରୀ ଜାମ୍ମୁ - କାଶ୍ମୀର ପ୍ରଶାସନ ସହଯୋଗରେ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜାମ୍ମୁ - କାଶ୍ମୀରର ଶତ୍ରୁମାନଙ୍କୁ ଶିକ୍ଷା ଦେବା ପାଇଁ କୌଣସି ବାଟ ଛଡାଯିବ ନାହିଁ ବୋଲି ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜାମ୍ମୁ - କାଶ୍ମୀରର ନୂଆ ପିଢ଼ି ସ୍ଥାୟୀ ଶାନ୍ତିରେ ରହିବେ । ଜାମ୍ମୁ - କାଶ୍ମୀର ଦ୍ୱାରା ଚୟନ କରାଯାଇଥିବା ପ୍ରଗତି ପଥକୁ ଆମେ ସୁଦୃଢ଼ କରିବୁ । ଆଜିର ବିକାଶ ମୂଳକ ପ୍ରକଳ୍ପ ପାଇଁ ଜାମ୍ମୁ - କାଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ ।

 

ଏହି ଅବସରରେ ଜାମ୍ମୁ - କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀ ମନୋଜ ସିହ୍ନା ଏବଂ କେନ୍ଦ୍ର ଆୟୁଷ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରତାପରାଓ ଯାଦବ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

'ଯୁବ ସଶକ୍ତିକରଣ, ଜାମ୍ମୁ - କାଶ୍ମୀରର ପରିବର୍ତ୍ତନ’ କାର୍ଯ୍ୟକ୍ରମ ଏହି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ, ଯାହା ପ୍ରଗତି ପ୍ରଦର୍ଶନ କରେ ଏବଂ ଯୁବ ସଫଳତା ହାସଲକାରୀଙ୍କୁ ପ୍ରେରଣା ଦିଏ ।

 

ପ୍ରଧାନମନ୍ତ୍ରୀ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଉଦ୍‌ଘାଟନରେ ସଡ଼କ ଭିତ୍ତିଭୂମି, ଜଳ ଯୋଗାଣ ଯୋଜନା ଏବଂ ଉଚ୍ଚଶିକ୍ଷାରେ ଭିତ୍ତିଭୂମି ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଚେନାନି - ପଟନିଟପ - ନାଶରୀ କ୍ଷେତ୍ରର ଉନ୍ନତି, ଶିଳ୍ପାଞ୍ଚଳର ବିକାଶ ଓ ୦୬ଟି ସରକାରୀ ଡିଗ୍ରୀ କଲେଜ ନିର୍ମାଣ ଭଳି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ୧,୮୦୦ କୋଟି ଟଙ୍କାର କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି (ଜେକେସିଆଇପି) ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଜାମ୍ମୁ- କଶ୍ମୀରର ୨୦ଟି ଜିଲ୍ଲାର ୯୦ଟି ବ୍ଲକ୍‌ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ଏବଂ ଏଥିରେ ୧୫ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି ୩,୦୦,୦୦୦ ପରିବାରକୁ ସାମିଲ କରାଯିବ । ଏହି ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ / ଉଦଘାଟନ ଏବଂ ଶୁଭାରମ୍ଭ ଯୁବକମାନଙ୍କୁ ସଶକ୍ତ କରିବ ଏବଂ ଜାମ୍ମୁ ଓ କାଶ୍ମୀରର ଭିତ୍ତିଭୂମିରେ ଉନ୍ନତି ଆଣିବ ।

ସରକାରୀ ଚାକିରିରେ ନିଯୁକ୍ତ ୨୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.