‘‘ଭାରତର ଚନ୍ଦ୍ର ଅଭିଯାନ ଉଭୟ ବିଜ୍ଞାନ ଓ ଶିଳ୍ପ ଜଗତର ସଫଳତା’’
‘‘ବି-୨୦ର ବିଷୟବସ୍ତୁ –ରାଇଜ୍‍ ରେ 'ଆଇ' ନବସୃଜନକୁ ପ୍ରତିନିଧିତ୍ୱ କରୁଛି। କିନ୍ତୁ ନବସୃଜନ ସହିତ ମୁଁ ଏଥିରେ ଆଉ ଏକ 'ଆଇ' ମଧ୍ୟ ଦେଖୁଛି- ଅନ୍ତର୍ଭୁକ୍ତିକରଣ’’
"ଆମର ଅଧିକାଂଶ ପୁଞ୍ଜିନିବେଶ ଆବଶ୍ୟକ କରୁଥିବା ଉପାଦାନ ହେଉଛି 'ପାରସ୍ପରିକ ବିଶ୍ୱାସ’’
"ବିଶ୍ୱ ଅଭିବୃଦ୍ଧିର ଭବିଷ୍ୟତ ବ୍ୟବସାୟର ଭବିଷ୍ୟତ ଉପରେ ନିର୍ଭର କରେ"
‘‘ଏକ ଦକ୍ଷ ଏବଂ ବିଶ୍ୱସନୀୟ ବିଶ୍ୱ ଯୋଗାଣ ଶୃଙ୍ଖଳା ନିର୍ମାଣରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି’’
"ସ୍ଥିରତା ଉଭୟ ଏକ ସୁଯୋଗ ଏବଂ ଏକ ବ୍ୟବସାୟ ମଡେଲ"
‘‘ଭାରତ ବ୍ୟବସାୟ ପାଇଁ ସବୁଜ ଋଣର ଏକ ଢାଞ୍ଚା ପ୍ରସ୍ତୁତ କରିଛି, ଯେଉଁଥିରେ 'ପ୍ଲାନେଟ୍ ପଜିଟିଭ୍‍' କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି’’
"ବ୍ୟବସାୟୀମାନେ ଅଧିକରୁ ଅଧିକ ଲୋକଙ୍କ କ୍ରୟ ଶକ୍ତିରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେବା ଉଚିତ । କାରଣ ଏକ ଆତ୍ମ-କେନ୍ଦ୍ରୀତ ଆଭିମୁଖ୍ୟ ସମସ୍ତଙ୍କୁ କ୍ଷତି ପହଞ୍ଚାଇବ’’
‘‘ଅନ୍ତର୍ଜାତୀୟ ଉପଭୋକ୍ତା ଯତ୍ନ ଦିବସ ପାଇଁ ଏକ ବ୍ୟବସ୍ଥା ବିଷୟରେ ଆମେ ନିଶ୍ଚିତ ଭାବରେ ଚିନ୍ତା କରିବା ଉଚିତ। ଏହା ବ୍ୟବସାୟ ଓ ଉପଭୋକ୍ତାଙ୍କ ମଧ୍ୟରେ ବିଶ୍ୱାସ କୁ ସୁଦୃଢ଼ କରିବାରେ ସହାୟକ ହେବ’’
"କ୍ରିପ୍ଟୋକରେନ୍ସି ସମ୍ପର୍କରେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ବି୨୦ ଶିଖର ସମ୍ମିଳନୀ ଭାରତ ୨୦୨୩କୁ ସମ୍ବୋଧିତ କରିଛନ୍ତି । ବି-୨୦ ଶିଖର ସମ୍ମିଳନୀ ଭାରତ ବିଶ୍ୱର ନୀତି ନିର୍ଦ୍ଧାରକ, ବ୍ୟବସାୟିକ ନେତା ଏବଂ ବିଶେଷଜ୍ଞମାନଙ୍କୁ ବି-୨୦ ଇଣ୍ଡିଆ ବିଜ୍ଞପ୍ତି ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପାଇଁ ସୁଯୋଗ ଆଣିଛି । ବି-୨୦ ଇଣ୍ଡିଆ ବିଜ୍ଞପ୍ତିରେ ଜି-୨୦ରେ ଦାଖଲ ପାଇଁ ୫୪ଟି ସୁପାରିସ ଏବଂ ୧୭୨ଟି ନୀତିଗତ ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି।
ଏପରିକି ବି-୨୦ରେ ମଧ୍ୟ ଆଫ୍ରିକାର ଅର୍ଥନୈତିକ ବିକାଶକୁ ଫୋକସ୍ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, "ଭାରତ ବିଶ୍ୱାସ କରେ ଯେ ଏହି ଫୋରମର ଅନ୍ତର୍ଭୁକ୍ତ ଆଭିମୁଖ୍ୟ ଏହି ଗୋଷ୍ଠୀ ଉପରେ ସିଧାସଳଖ ପ୍ରଭାବ ପକାଇବ । ବିଶ୍ୱ ଅର୍ଥନୈତିକ ଆହ୍ୱାନର ମୁକାବିଲା ଏବଂ ସ୍ଥାୟୀ ଅଭିବୃଦ୍ଧି ସୃଷ୍ଟି କରିବାରେ ଏଠାରେ ନିଆଯାଇଥିବା ନିଷ୍ପତ୍ତିର ସଫଳତା ସିଧାସଳଖ ପ୍ରଭାବ ପକାଇବ ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ବି୨୦ ଶିଖର ସମ୍ମିଳନୀ ଭାରତ ୨୦୨୩କୁ ସମ୍ବୋଧିତ କରିଛନ୍ତି । ବି-୨୦ ଶିଖର ସମ୍ମିଳନୀ ଭାରତ ବିଶ୍ୱର ନୀତି ନିର୍ଦ୍ଧାରକ, ବ୍ୟବସାୟିକ ନେତା ଏବଂ ବିଶେଷଜ୍ଞମାନଙ୍କୁ ବି-୨୦ ଇଣ୍ଡିଆ ବିଜ୍ଞପ୍ତି ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପାଇଁ ସୁଯୋଗ ଆଣିଛି । ବି-୨୦ ଇଣ୍ଡିଆ ବିଜ୍ଞପ୍ତିରେ ଜି-୨୦ରେ ଦାଖଲ ପାଇଁ ୫୪ଟି ସୁପାରିସ ଏବଂ ୧୭୨ଟି ନୀତିଗତ ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି।

ଅଗଷ୍ଟ ୨୩ ରେ ସଫଳ ଚନ୍ଦ୍ରଯାନ ଅବତରଣ ଦ୍ୱାରା ଆରମ୍ଭ ହୋଇଥିବା ଉତ୍ସବର ମୁହୂର୍ତ୍ତ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଭାରତର ପର୍ବପର୍ବାଣୀ ଋତୁ ଆସୁଛି ଏବଂ ସମାଜ ତଥା ବ୍ୟବସାୟଗୁଡିକ ଉତ୍ସବର ମୁଡରେ ଅଛନ୍ତି । ସଫଳ ଚନ୍ଦ୍ର ଅଭିଯାନରେ ଇସ୍ରୋର ଭୂମିକା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି ଅଭିଯାନରେ ଶିଳ୍ପର ଭୂମିକାକୁ ସ୍ୱୀକାର କରିଥିଲେ କାରଣ ଚନ୍ଦ୍ରଯାନର ଅନେକ ଉପାଦାନ ଘରୋଇ କ୍ଷେତ୍ର ଏବଂ ଏମଏସଏମଇ ଦ୍ୱାରା ଯୋଗାଇ ଦିଆଯାଇଥିଲା । ଏହା ଉଭୟ ବିଜ୍ଞାନ ଓ ଶିଳ୍ପ ଜଗତର ସଫଳତା ବୋଲି ସେ କହିଛନ୍ତି।  

 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସହିତ ସମଗ୍ର ବିଶ୍ୱ ଉତ୍ସବ ପାଳନ କରୁଛି ଏବଂ ଏହି ଉତ୍ସବ ଏକ ଦାୟିତ୍ୱପୂର୍ଣ୍ଣ ମହାକାଶ କାର୍ଯ୍ୟକ୍ରମ ଚଳାଇବା ପାଇଁ । ଆଜିର ବି-୨୦ ର ବିଷୟବସ୍ତୁ ଦାୟିତ୍ୱବୋଧ, ନବସୃଜନ, ନିରନ୍ତରତା ଏବଂ ସମାନତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ମାନବିକତା ଏବଂ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ' ବିଷୟରେ ଆଲୋଚନାକୁ ଗୁରୁତ୍ୱ ଦେବ ।

ବି-୨୦ ବିଷୟବସ୍ତୁ 'ଆର.ଏ.ଆଇ.ଏସ୍.ଇ. ' ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ 'ଆଇ' ନବସୃଜନର ପ୍ରତିନିଧିତ୍ୱ କରେ କିନ୍ତୁ ସେ ଅର୍ନ୍ତଭୁକ୍ତିତାର ଆଉ ଏକ 'ଆଇ'କୁ ଚିତ୍ରିତ କରନ୍ତି । ଆଫ୍ରିକୀୟ ସଂଘକୁ ଜି-୨୦ରେ ସ୍ଥାୟୀ ଆସନକୁ ନିମନ୍ତ୍ରଣ କରିବା ବେଳେ ସମାନ ଦୃଷ୍ଟିକୋଣ ପ୍ରୟୋଗ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏପରିକି ବି-୨୦ରେ ମଧ୍ୟ ଆଫ୍ରିକାର ଅର୍ଥନୈତିକ ବିକାଶକୁ ଫୋକସ୍ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, "ଭାରତ ବିଶ୍ୱାସ କରେ ଯେ ଏହି ଫୋରମର ଅନ୍ତର୍ଭୁକ୍ତ ଆଭିମୁଖ୍ୟ ଏହି ଗୋଷ୍ଠୀ ଉପରେ ସିଧାସଳଖ ପ୍ରଭାବ ପକାଇବ । ବିଶ୍ୱ ଅର୍ଥନୈତିକ ଆହ୍ୱାନର ମୁକାବିଲା ଏବଂ ସ୍ଥାୟୀ ଅଭିବୃଦ୍ଧି ସୃଷ୍ଟି କରିବାରେ ଏଠାରେ ନିଆଯାଇଥିବା ନିଷ୍ପତ୍ତିର ସଫଳତା ସିଧାସଳଖ ପ୍ରଭାବ ପକାଇବ ବୋଲି ସେ ଉଲ୍ଲେଖ କରିଥିଲେ।  

ଶତାବ୍ଦୀର ବିପର୍ଯ୍ୟୟ ଅର୍ଥାତ୍ କୋଭିଡ୍-୧୯ ମହାମାରୀରୁ ଶିଖିଥିବା ଶିକ୍ଷା ବିଷୟରେ ଶ୍ରୀ ମୋଦୀ କହିଥିଲେ ଯେ ମହାମାରୀ ଆମକୁ ଶିଖାଇଛି ଯେ ଆମର ଅଧିକାଂଶ ପୁଞ୍ଜିନିବେଶ ଆବଶ୍ୟକ କରୁଥିବା ଜିନିଷ ହେଉଛି 'ପାରସ୍ପରିକ ବିଶ୍ୱାସ'। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାମାରୀ ପାରସ୍ପରିକ ବିଶ୍ୱାସର ଭିତ୍ତିଭୂମିକୁ ଭାଙ୍ଗି ଦେଇଥିବା ବେଳେ ଭାରତ ଆତ୍ମବିଶ୍ୱାସ ଏବଂ ନମ୍ରତାର ସହ ଠିଆ ହୋଇଛି ଏବଂ ପାରସ୍ପରିକ ବିଶ୍ୱାସର ଚାନ୍ଦୁଆ ତଳେ ରଖିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ୧୫୦ରୁ ଅଧିକ ଦେଶକୁ ଔଷଧ ଉପଲବ୍ଧ କରାଇଛି ଏବଂ ବିଶ୍ୱର ଫାର୍ମାସି ହବର ମାନ୍ୟତା ହାସଲ କରିଛି । ସେହିଭଳି କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଟିକା ଉତ୍ପାଦନ ବୃଦ୍ଧି କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏହାର କାର୍ଯ୍ୟ ଏବଂ ଏହାର ପ୍ରତିକ୍ରିୟାରେ ଦେଖାଯାଏ । ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଭାରତର ୫୦ରୁ ଅଧିକ ସହରରେ ଜି-୨୦ ବୈଠକରେ ଦେଖାଯାଏ।

ବିଶ୍ୱ ବ୍ୟବସାୟୀ ସମୁଦାୟ ପାଇଁ ଭାରତ ସହ ଭାଗିଦାରୀର ଆକର୍ଷଣ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତର ଯୁବ ପ୍ରତିଭା ଭଣ୍ଡାର ଏବଂ ଏହାର ଡିଜିଟାଲ ବିପ୍ଳବ ବିଷୟରେ ଉଲ୍ଲେଖ କରିଥିଲେ । ଭାରତ ସହ ଆପଣଙ୍କ ବନ୍ଧୁତା ଯେତେ ଗଭୀର ହେବ, ଉଭୟଙ୍କ ପାଇଁ ସେତେ ଅଧିକ ସମୃଦ୍ଧି ଆସିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। 

ସେ କହିଥିଲେ ଯେ ବ୍ୟବସାୟ ସମ୍ଭାବ୍ୟତାକୁ ସମୃଦ୍ଧିରେ, ପ୍ରତିବନ୍ଧକକୁ ସୁଯୋଗରେ, ଆକାଂକ୍ଷାକୁ ଉପଲବ୍ଧିରେ ପରିଣତ କରିପାରେ । ସେମାନେ ଛୋଟ ହୁଅନ୍ତୁ କି ବଡ଼, ବୈଶ୍ବିକ ହେଉ ଅବା ସ୍ଥାନୀୟ, ବ୍ୟବସାୟ ସମସ୍ତଙ୍କ ପାଇଁ ପ୍ରଗତି ସୁନିଶ୍ଚିତ କରିପାରିବ। ତେଣୁ ବିଶ୍ୱ ଅଭିବୃଦ୍ଧିର ଭବିଷ୍ୟତ ବ୍ୟବସାୟର ଭବିଷ୍ୟତ ଉପରେ ନିର୍ଭର କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

କୋଭିଡ୍-୧୯ ମହାମାରୀ ଆରମ୍ଭ ହେବା ସହିତ ଜୀବନରେ ଘଟିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତର ଅପରିବର୍ତ୍ତନୀୟ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିଥିଲେ । ବିଶ୍ୱକୁ ସବୁଠାରୁ ଅଧିକ ଆବଶ୍ୟକତା ଥିବା ବେଳେ ବିଶ୍ୱ ଯୋଗାଣ ଶୃଙ୍ଖଳାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଆଜି ଯେଉଁ ବାଧାର ସମ୍ମୁଖୀନ ହେଉଛି ତାହାର ସମାଧାନ ହେଉଛି ଭାରତ । ସେ ଆଜି ବିଶ୍ୱରେ ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳା ସୃଷ୍ଟି କରିବାରେ ଭାରତର ସ୍ଥିତି ଉପରେ ଆଲୋକପାତ କରିଥିଲେ ଏବଂ ବିଶ୍ୱ ବ୍ୟବସାୟର ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ।  

ଜି-୨୦ ରାଷ୍ଟ୍ରଗୁଡ଼ିକର ବ୍ୟବସାୟମଧ୍ୟରେ ବି୨୦ ଏକ ମଜଭୁତ ପ୍ଲାଟଫର୍ମ ଭାବେ ଉଭା ହୋଇଥିବାରୁ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାୟୀତ୍ବ ଉପରେ ଧ୍ୟାନ ଦେବା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସ୍ଥିରତା ନିଜେ ଏକ ସୁଯୋଗ ତଥା ବ୍ୟବସାୟ ମଡେଲ ହୋଇଥିବାରୁ ବିଶ୍ୱ ବ୍ୟବସାୟକୁ ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଥିଲେ। ସୁପରଫୁଡ୍, ପରିବେଶ ଅନୁକୂଳ ତଥା କ୍ଷୁଦ୍ର ଚାଷୀଙ୍କ ପାଇଁ ଉତ୍ତମ ବାଜରାର ଉଦାହରଣ ଦେଇ ସେ ଏହାକୁ ଉଭୟ ଅର୍ଥନୀତି ଓ ଜୀବନଶୈଳୀ ଦୃଷ୍ଟିକୋଣରୁ ଏକ ଲାଭଜନକ ମଡେଲ ରେ ପରିଣତ କରିଛନ୍ତି। ସେ ଗତିଶୀଳ ଅର୍ଥନୀତି ଏବଂ ସବୁଜ ଶକ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଅନ୍ତର୍ଜାତୀୟ ସୌର ମଞ୍ଚ ଭଳି ପଦକ୍ଷେପରେ ବିଶ୍ୱକୁ ସାଙ୍ଗରେ ନେବାପାଇଁ ଭାରତର ଆଭିମୁଖ୍ୟ ଦୃଶ୍ୟମାନ ହେଉଛି।  

କରୋନା ପରବର୍ତ୍ତୀ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇଛନ୍ତି ଏବଂ ଏହାର ପ୍ରଭାବ ଦୈନନ୍ଦିନ କାର୍ଯ୍ୟକଳାପରେ ସ୍ପଷ୍ଟ ଭାବରେ ଦେଖାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଲୋକମାନେ ଏଭଳି କୌଣସି କାର୍ଯ୍ୟକଳାପର ଭବିଷ୍ୟତ ପ୍ରଭାବକୁ ଅପେକ୍ଷା କରିଛନ୍ତି। ଏହି ବିଶ୍ୱାସକୁ ଶକ୍ତି ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୃଥିବୀ ପ୍ରତି ବ୍ୟବସାୟୀ ଏବଂ ସମାଜର ସମାନ ଆଭିମୁଖ୍ୟ ରହିବା ଉଚିତ ଏବଂ ପୃଥିବୀ ଉପରେ ସେମାନଙ୍କ ନିଷ୍ପତ୍ତିର ପ୍ରଭାବକୁ ବିଶ୍ଳେଷଣ କରିବା ଉଚିତ୍ । ପୃଥିବୀର ମଙ୍ଗଳ ମଧ୍ୟ ଆମର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମିଶନ ଲାଇଫ୍‍ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମିଶନର ଉଦ୍ଦେଶ୍ୟ ହେଉଛି ପ୍ରୋ ପ୍ଲାନେଟ ପିପୁଲର ଏକ ମଞ୍ଚ ବା ଏକ ଗୋଷ୍ଠୀ ଗଠନ କରିବା । ଉଭୟ ଜୀବନଶୈଳୀ ଏବଂ ବ୍ୟବସାୟ ଅନୁକୂଳ ହେଲେ ଅଧା ସମସ୍ୟା ହ୍ରାସ ପାଇବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ପରିବେଶ ଅନୁଯାୟୀ ଜୀବନ ଏବଂ ବ୍ୟବସାୟକୁ ଅନୁକୂଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଭାରତ ବ୍ୟବସାୟ ପାଇଁ ସବୁଜ ଋଣର ଏକ ଢାଞ୍ଚା ପ୍ରସ୍ତୁତ କରୁଥିବା ବିଷୟରେ ସୂଚନା ଦେଇଥିଲେ, ଯାହା ପୃଥିବୀର ସକାରାତ୍ମକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଥାଏ । ପ୍ରଧାନମନ୍ତ୍ରୀ ବିଶ୍ୱ ବ୍ୟାପାରର ସମସ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏକାଠି ହୋଇ ଏହାକୁ ଏକ ବିଶ୍ୱ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ ।

 

ବ୍ୟବସାୟ ପ୍ରତି ପାରମ୍ପରିକ ଆଭିମୁଖ୍ୟ ଉପରେ ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ବ୍ରାଣ୍ଡ ଏବଂ ବିକ୍ରୟ ଠାରୁ ଆଗକୁ ଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, "ଏକ ବ୍ୟବସାୟ ଭାବରେ ଆମକୁ ଏକ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ଧ୍ୟାନ ଦେବାକୁ ପଡିବ ଯାହା ଆମକୁ ଦୀର୍ଘକାଳୀନ ଭାବେ ଉପକୃତ କରିବ । ଏବେ ଗତ କିଛି ବର୍ଷ ମଧ୍ୟରେ ଭାରତ ଯେଉଁ ନୀତି ପ୍ରଣୟନ କରିଛି, ସେଥିପାଇଁ ମାତ୍ର ୫ ବର୍ଷରେ ୧୩.୫ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି। ଏମାନେ ହେଉଛନ୍ତି ନୂଆ ଉପଭୋକ୍ତା। ଏହି ନବ ମଧ୍ୟବିତ୍ତ ବର୍ଗ ମଧ୍ୟ ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛି। ଅର୍ଥାତ୍ ଗରିବଙ୍କ ପାଇଁ ସରକାର ଯେଉଁ କାମ କରୁଛନ୍ତି, ତାହାର ମୋଟ୍‍ ହିତାଧିକାରୀ ହେଉଛନ୍ତି ଆମର ମଧ୍ୟବିତ୍ତ ତଥା ଆମର ଏମ୍ ଏସ୍ ଏମ୍ ଇ। ଅଧିକରୁ ଅଧିକ ଲୋକଙ୍କ କ୍ରୟ ଶକ୍ତିରେ ଉନ୍ନତି ଆଣିବା ଉପରେ ବ୍ୟବସାୟୀମାନେ ଧ୍ୟାନ ଦେବା ଉଚିତ । କାରଣ ଏକ ଆତ୍ମକେନ୍ଦ୍ରୀତ ଆଭିମୁଖ୍ୟ ସମସ୍ତଙ୍କୁ କ୍ଷତି ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗୁରୁତ୍ବପୂର୍ଣ୍ଣ ପଦାର୍ଥ ଏବଂ ବିରଳ ଧାତୁରେ ଅସମାନ ଉପଲବ୍ଧତା ଏବଂ ସାର୍ବଜନୀନ ଆବଶ୍ୟକତାର ସମାନ ଆହ୍ୱାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, "ଯେଉଁମାନଙ୍କ ପାଖରେ ଏହା ଅଛି ସେମାନେ ଯଦି ଏହାକୁ ବିଶ୍ୱ ଦାୟିତ୍ୱ ଭାବରେ ଦେଖନ୍ତି ନାହିଁ, ତେବେ ଏହା ଉପନିବେଶବାଦର ଏକ ନୂତନ ମଡେଲକୁ ପ୍ରୋତ୍ସାହିତ କରିବ।  

ଉତ୍ପାଦକ ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥରେ ସନ୍ତୁଳନ ରହିଲେ ଏକ ଲାଭଦାୟକ ବଜାର ବଜାୟ ରହିପାରିବ ଏବଂ ଏହା ଦେଶମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ଦେଶକୁ କେବଳ ବଜାର ଭାବରେ ବ୍ୟବହାର କଲେ କାମ ହେବ ନାହିଁ ବରଂ ଉତ୍ପାଦନକାରୀ ଦେଶକୁ ମଧ୍ୟ କ୍ଷତି ପହଞ୍ଚାଇବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସମସ୍ତଙ୍କୁ ଏହି ଅଭିବୃଦ୍ଧିରେ ସମାନ ଅଂଶୀଦାର କରିବା ହେଉଛି ଆଗକୁ ଯିବାର ବାଟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସେ ଉପସ୍ଥିତ ବ୍ୟବସାୟୀ ମୁଖ୍ୟମାନଙ୍କୁ ଅନୁରୋଧ କରିଥିଲେ ଯେ ବ୍ୟବସାୟକୁ ଅଧିକ ଉପଭୋକ୍ତା କେନ୍ଦ୍ରୀତ କରିବା ପାଇଁ ଚିନ୍ତା କରନ୍ତୁ ଯେଉଁଠାରେ ଏହି ଉପଭୋକ୍ତାମାନେ ବ୍ୟକ୍ତି ବିଶେଷ କିମ୍ବା ଦେଶ ହୋଇପାରିବେ । ସେମାନଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ଏବଂ ଏଥିପାଇଁ ଏକ ବାର୍ଷିକ ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତିବର୍ଷ ବିଶ୍ୱସ୍ତରୀୟ ବ୍ୟବସାୟୀମାନେ ଏକାଠି ହୋଇ ଉପଭୋକ୍ତା ଏବଂ ସେମାନଙ୍କ ବଜାରର ମଙ୍ଗଳ ପାଇଁ ନିଜକୁ ପ୍ରତିଶ୍ରୁତି ଦେଇପାରିବେ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । 

ଉପଭୋକ୍ତାଙ୍କ ସ୍ୱାର୍ଥ ବିଷୟରେ ଆଲୋଚନା କରିବା ପାଇଁ ଏକ ଦିନ ଧାର୍ଯ୍ୟ କରିବାକୁ ଶ୍ରୀ ମୋଦୀ ବିଶ୍ୱ ବ୍ୟବସାୟୀମାନଙ୍କୁ କହିଥିଲେ। ଯେତେବେଳେ ଆମେ ଉପଭୋକ୍ତା ଅଧିକାର ବିଷୟରେ କଥା ବାର୍ତ୍ତା କରୁ, ଆମେ ଉପଭୋକ୍ତା ଯତ୍ନ ପ୍ରତି ମଧ୍ୟ ସଚେତନ ହେବା ଉଚିତ । କାରଣ ଏହା ଆପେ ଆପେ ଅନେକ ଉପଭୋକ୍ତା ଅଧିକାର ସମସ୍ୟାର ଯତ୍ନ ନେବ? ଆମେ ନିଶ୍ଚିତ ଭାବରେ 'ଅନ୍ତର୍ଜାତୀୟ ଉପଭୋକ୍ତା ଯତ୍ନ ଦିବସ' ପାଇଁ ଏକ ବ୍ୟବସ୍ଥା ବିଷୟରେ ଚିନ୍ତା କରିବା ଉଚିତ୍ । ଏହା ବ୍ୟବସାୟ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ବିଶ୍ୱାସ କୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଉପଭୋକ୍ତାମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ଖୁଚୁରା ଉପଭୋକ୍ତାଙ୍କ ମଧ୍ୟରେ ସୀମିତ ନୁହଁନ୍ତି ବରଂ ବିଶ୍ୱ ବାଣିଜ୍ୟ, ବୈଶ୍ୱିକ ସାମଗ୍ରୀ ଏବଂ ସେବାର ଉପଭୋକ୍ତା ଥିବା ଦେଶମାନଙ୍କ ମଧ୍ୟରେ ମଧ୍ୟ ଉପଭୋକ୍ତା ଅଟନ୍ତି ବୋଲି ସେ ବିସ୍ତୃତ ଭାବରେ କହିଥିଲେ । 

 

ବିଶ୍ୱର ବ୍ୟବସାୟୀ ମୁଖ୍ୟଙ୍କ ଉପସ୍ଥିତି କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ କହିଥିଲେ ଯେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦ୍ୱାରା ବ୍ୟବସାୟ ଏବଂ ମାନବିକତାର ଭବିଷ୍ୟତ ସ୍ଥିର ହେବ । ଏହାର ଉତ୍ତର ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି ଯେ ଏହାର ଉତ୍ତର ଦେବା ପାଇଁ ପାରସ୍ପରିକ ସହଯୋଗ ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ, ଶକ୍ତି କ୍ଷେତ୍ର ସଙ୍କଟ, ଖାଦ୍ୟ ଯୋଗାଣ ଶୃଙ୍ଖଳା ଅସନ୍ତୁଳନ, ଜଳ ନିରାପତ୍ତା, ସାଇବର ନିରାପତ୍ତା ଇତ୍ୟାଦି ପ୍ରସଙ୍ଗ ବ୍ୟବସାୟ ଉପରେ ବ୍ୟାପକ ପ୍ରଭାବ ପକାଇଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ମୁକାବିଲା ପାଇଁ ପ୍ରୟାସ କୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ୧୦-୧୫ ବର୍ଷ ପୂର୍ବେ କେହି ଭାବି ନ ଥିବା ପ୍ରସଙ୍ଗକୁ ମଧ୍ୟ ସେ ସ୍ପର୍ଶ କରିଥିଲେ ଏବଂ କ୍ରିପ୍ଟୋକରେନ୍ସି ସହ ଜଡ଼ିତ ଆହ୍ବାନର ଉଦାହରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଅଧିକ ସମନ୍ୱିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏକ ବିଶ୍ୱସ୍ତରୀୟ ଢାଞ୍ଚା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ଯେଉଁଠାରେ ସମସ୍ତ ଅଂଶୀଦାରଙ୍କ ସମସ୍ୟାର ସମାଧାନ କରାଯାଇପାରିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୁ ନେଇ ଆବଶ୍ୟକ ସମାନ ଆଭିମୁଖ୍ୟ ବିଷୟରେ ମଧ୍ୟ ସେ କହିଥିଲେ । ଏଆଇକୁ ନେଇ ଚାଲିଥିବା ଚର୍ଚ୍ଚା ଓ ଉତ୍ସାହ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦକ୍ଷତା ଏବଂ ପୁନଃଦକ୍ଷତା ସମ୍ପର୍କିତ କେତେକ ନୈତିକ ଚିନ୍ତାଧାରା ଏବଂ ଆଲଗୋରିଦମ୍ ପକ୍ଷପାତିତା ଏବଂ ସମାଜ ଉପରେ ଏହାର ପ୍ରଭାବ ବିଷୟରେ ଚିନ୍ତା ପ୍ରକଟ କରିଥିଲେ । ଏଭଳି ସମସ୍ୟାର ସମାଧାନ ମିଳିତ ଭାବେ କରିବାକୁ ପଡ଼ିବ। ନୈତିକ ଏଆଇର ସମ୍ପ୍ରସାରଣ ସୁନିଶ୍ଚିତ କରିବା ପାଇଁ ବିଶ୍ୱସ୍ତରୀୟ ବ୍ୟବସାୟୀ ସମୁଦାୟ ଏବଂ ସରକାରମାନଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ" ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ବାଧାକୁ ଅନୁଭବ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । 

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟବସାୟଗୁଡିକ ସଫଳତାର ସହ ସୀମା ଏବଂ ସରହଦ ଅତିକ୍ରମ କରିଛନ୍ତି କିନ୍ତୁ ବର୍ତ୍ତମାନ ବ୍ୟବସାୟକୁ ତଳୁ ବାହାରକୁ ନେବାର ସମୟ ଆସିଛି । ଯୋଗାଣ ଶୃଙ୍ଖଳା ସ୍ଥିରତା ଏବଂ ସ୍ଥାୟୀତ୍ବ ଉପରେ ଧ୍ୟାନ ଦେଇ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି। ବି-୨୦ ଶିଖର ସମ୍ମିଳନୀ ଏକ ସାମୂହିକ ପରିବର୍ତନର ମାର୍ଗ ପ୍ରଶସ୍ତ କରିଛି ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଆମେ ମନେ ରଖିବା ଉଚିତ ଯେ ଏକ ସଂଯୁକ୍ତ ଦୁନିଆ କେବଳ ଟେକ୍ନୋଲୋଜି ମାଧ୍ୟମରେ ସଂଯୋଗ ପାଇଁ ନୁହେଁ । ଏହା କେବଳ ଅଂଶୀଦାର ସାମାଜିକ ପ୍ଲାଟଫର୍ମ ବିଷୟରେ ନୁହେଁ ବରଂ ଏକ ଅଂଶୀଦାର ଉଦ୍ଦେଶ୍ୟ, ଅଂଶୀଦାର ପୃଥିବୀ, ଅଂଶୀଦାର ସମୃଦ୍ଧି ଏବଂ ଏକ ଅଂଶୀଦାର ଭବିଷ୍ୟତ ବିଷୟରେ ମଧ୍ୟ ।

 

ପୃଷ୍ଠଭୂମି

ବିଜନେସ ୨୦ (ବି୨୦) ହେଉଛି ବିଶ୍ୱ ବ୍ୟବସାୟୀ ସମୁଦାୟ ସହିତ ସରକାରୀ ଜି୨୦ ଆଲୋଚନା ମଞ୍ଚ । ୨୦୧୦ ରେ ସ୍ଥାପିତ, ବି୨୦ ହେଉଛି ଜି୨୦ ର ସବୁଠାରୁ ପ୍ରମୁଖ ନିୟୋଜିତ ଗୋଷ୍ଠୀ, ଯେଉଁଥିରେ କମ୍ପାନୀ ଏବଂ ବ୍ୟବସାୟିକ ସଂଗଠନ ଅଂଶଗ୍ରହଣକାରୀ ଭାବରେ ସାମିଲ ହୁଅନ୍ତି । ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବି-୨୦ ଦୃଢ଼ କାର୍ଯ୍ୟକାରୀ ନୀତି ସୁପାରିଶ ପ୍ରଦାନ କରିବା ପାଇଁ କାର୍ଯ୍ୟ କରୁଛି।

ଅଗଷ୍ଟ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହାର ବିଷୟବସ୍ତୁ ହେଉଛି ଆର.ଏ.ଆଇ.ଏସ୍.ଇ- ଦାୟିତ୍ୱବାନ, ତ୍ୱରାନ୍ୱିତ, ଅଭିନବ, ସ୍ଥାୟୀ ଏବଂ ସମାନ ବ୍ୟବସାୟ । ଏଥିରେ ପାଖାପାଖି ୫୫ଟି ଦେଶରୁ ୧୫୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଉଛନ୍ତି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.