‘‘ଭାରତର ଚନ୍ଦ୍ର ଅଭିଯାନ ଉଭୟ ବିଜ୍ଞାନ ଓ ଶିଳ୍ପ ଜଗତର ସଫଳତା’’
‘‘ବି-୨୦ର ବିଷୟବସ୍ତୁ –ରାଇଜ୍‍ ରେ 'ଆଇ' ନବସୃଜନକୁ ପ୍ରତିନିଧିତ୍ୱ କରୁଛି। କିନ୍ତୁ ନବସୃଜନ ସହିତ ମୁଁ ଏଥିରେ ଆଉ ଏକ 'ଆଇ' ମଧ୍ୟ ଦେଖୁଛି- ଅନ୍ତର୍ଭୁକ୍ତିକରଣ’’
"ଆମର ଅଧିକାଂଶ ପୁଞ୍ଜିନିବେଶ ଆବଶ୍ୟକ କରୁଥିବା ଉପାଦାନ ହେଉଛି 'ପାରସ୍ପରିକ ବିଶ୍ୱାସ’’
"ବିଶ୍ୱ ଅଭିବୃଦ୍ଧିର ଭବିଷ୍ୟତ ବ୍ୟବସାୟର ଭବିଷ୍ୟତ ଉପରେ ନିର୍ଭର କରେ"
‘‘ଏକ ଦକ୍ଷ ଏବଂ ବିଶ୍ୱସନୀୟ ବିଶ୍ୱ ଯୋଗାଣ ଶୃଙ୍ଖଳା ନିର୍ମାଣରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି’’
"ସ୍ଥିରତା ଉଭୟ ଏକ ସୁଯୋଗ ଏବଂ ଏକ ବ୍ୟବସାୟ ମଡେଲ"
‘‘ଭାରତ ବ୍ୟବସାୟ ପାଇଁ ସବୁଜ ଋଣର ଏକ ଢାଞ୍ଚା ପ୍ରସ୍ତୁତ କରିଛି, ଯେଉଁଥିରେ 'ପ୍ଲାନେଟ୍ ପଜିଟିଭ୍‍' କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି’’
"ବ୍ୟବସାୟୀମାନେ ଅଧିକରୁ ଅଧିକ ଲୋକଙ୍କ କ୍ରୟ ଶକ୍ତିରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେବା ଉଚିତ । କାରଣ ଏକ ଆତ୍ମ-କେନ୍ଦ୍ରୀତ ଆଭିମୁଖ୍ୟ ସମସ୍ତଙ୍କୁ କ୍ଷତି ପହଞ୍ଚାଇବ’’
‘‘ଅନ୍ତର୍ଜାତୀୟ ଉପଭୋକ୍ତା ଯତ୍ନ ଦିବସ ପାଇଁ ଏକ ବ୍ୟବସ୍ଥା ବିଷୟରେ ଆମେ ନିଶ୍ଚିତ ଭାବରେ ଚିନ୍ତା କରିବା ଉଚିତ। ଏହା ବ୍ୟବସାୟ ଓ ଉପଭୋକ୍ତାଙ୍କ ମଧ୍ୟରେ ବିଶ୍ୱାସ କୁ ସୁଦୃଢ଼ କରିବାରେ ସହାୟକ ହେବ’’
"କ୍ରିପ୍ଟୋକରେନ୍ସି ସମ୍ପର୍କରେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ବି୨୦ ଶିଖର ସମ୍ମିଳନୀ ଭାରତ ୨୦୨୩କୁ ସମ୍ବୋଧିତ କରିଛନ୍ତି । ବି-୨୦ ଶିଖର ସମ୍ମିଳନୀ ଭାରତ ବିଶ୍ୱର ନୀତି ନିର୍ଦ୍ଧାରକ, ବ୍ୟବସାୟିକ ନେତା ଏବଂ ବିଶେଷଜ୍ଞମାନଙ୍କୁ ବି-୨୦ ଇଣ୍ଡିଆ ବିଜ୍ଞପ୍ତି ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପାଇଁ ସୁଯୋଗ ଆଣିଛି । ବି-୨୦ ଇଣ୍ଡିଆ ବିଜ୍ଞପ୍ତିରେ ଜି-୨୦ରେ ଦାଖଲ ପାଇଁ ୫୪ଟି ସୁପାରିସ ଏବଂ ୧୭୨ଟି ନୀତିଗତ ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି।
ଏପରିକି ବି-୨୦ରେ ମଧ୍ୟ ଆଫ୍ରିକାର ଅର୍ଥନୈତିକ ବିକାଶକୁ ଫୋକସ୍ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, "ଭାରତ ବିଶ୍ୱାସ କରେ ଯେ ଏହି ଫୋରମର ଅନ୍ତର୍ଭୁକ୍ତ ଆଭିମୁଖ୍ୟ ଏହି ଗୋଷ୍ଠୀ ଉପରେ ସିଧାସଳଖ ପ୍ରଭାବ ପକାଇବ । ବିଶ୍ୱ ଅର୍ଥନୈତିକ ଆହ୍ୱାନର ମୁକାବିଲା ଏବଂ ସ୍ଥାୟୀ ଅଭିବୃଦ୍ଧି ସୃଷ୍ଟି କରିବାରେ ଏଠାରେ ନିଆଯାଇଥିବା ନିଷ୍ପତ୍ତିର ସଫଳତା ସିଧାସଳଖ ପ୍ରଭାବ ପକାଇବ ବୋଲି ସେ ଉଲ୍ଲେଖ କରିଥିଲେ।

ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ,

ମାନ୍ୟଗଣ୍ୟ ପ୍ରତିନିଧି ଗଣ,

ନମସ୍କାର।

ଭାରତକୁ ସ୍ୱାଗତ

ବନ୍ଧୁଗଣ,

ଆପଣ ସମସ୍ତେ ବ୍ୟବସାୟିକ ନେତୃବୃନ୍ଦ ଏକ ଏଭଳି ସମୟରେ ଭାରତ ଆସିଛନ୍ତି, ଯେତେବେଳେ ଆମର ସମଗ୍ର ଦେଶରେ ଉତ୍ସବର ବାତାବରଣ ରହିଛି । ଭାରତରେ ପ୍ରତିବର୍ଷ ଆସୁଥିବା ଦୀର୍ଘ ପାର୍ବଣ ଋତୁ, ଏକ ପ୍ରକାରରେ ପୂର୍ବରୁ ଆରମ୍ଭ ହୋଇଯାଇଛି । ଏହି ପାର୍ବଣ ଋତୁ ଏଭଳି ହୋଇଥାଏ, ଯେତେବେଳେ ଆମର ସମାଜ ମଧ୍ୟ ପାଳନ କରିଥାଏ ଏବଂ ଆମର ବ୍ୟବସାୟ ମଧ୍ୟ ପାଳନ କରିଥାଏ । ଆଉ ଚଳିତ ବର୍ଷ ଏହା 23 ଅଗଷ୍ଟରୁ ଆରମ୍ଭ ହୋଇ ଯାଇଛି। ଆଉ ଏହି ଉତ୍ସବ ହେଉଛି ଚନ୍ଦ୍ରମାରେ ଚନ୍ଦ୍ରଯାନ ପହଞ୍ଚିବାର । ଭାରତର ଚନ୍ଦ୍ର ମିଶନର ସଫଳତାରେ ଆମର ମହାକାଶ ଗବେଶଣା ସଂସ୍ଥା ‘ଇସ୍ରୋ’ର ବହୁତ ବଡ଼ ଭୂମିକା ରହିଛି । କିନ୍ତୁ ଏହା ସହିତ ହିଁ ଭାରତର ଉଦ୍ୟୋଗ ଜଗତର ମଧ୍ୟ ବହୁତ ବଡ଼ ସହଯୋଗ କରିଛି । ଚନ୍ଦ୍ରଯାନରେ ବ୍ୟବହାର କରାଯାଇଥିବା  ଅନେକ ଉପକରଣ ଆମର ଉଦ୍ୟୋଗମାନେ, ଆମର ଘରୋଇ କମ୍ପାନୀମାନେ, ଆମର ଏମଏସଏମଇମାନେ ତାହାକୁ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରି ସମୟସୀମା ମଧ୍ୟରେ ଉପଲବ୍ଧ କରାଇଛନ୍ତି । ଅର୍ଥାତ ଏହା ହେଉଛି ବିଜ୍ଞାନ ଏବଂ ଉଦ୍ୟୋଗ, ଉଭୟର ସଫଳତା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଯେ, ଚଳିତ ଥର ସମଗ୍ର ବିଶ୍ୱ ଏହି ଉତ୍ସବ ପାଳନ କରୁଛି । ଏହି ଉତ୍ସବ, ହେଉଛି ଏକ ଦାୟୀତ୍ୱପୂର୍ଣ୍ଣ ମହାକାଶ କାର୍ଯ୍ୟକ୍ରମ ଚଲାଇବାର । ଏହି ଉତ୍ସବ, ହେଉଛି ଦେଶର ବିକାଶକୁ ତ୍ୱରାନ୍ୱିତ କରିବାର । ଏହି ଉତ୍ସବ, ହେଉଛି ନବସୃଜନର, ଏହି ଉତ୍ସବ, ହେଉଛି ମହାକାଶ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନିରନ୍ତରତା ଏବଂ ସମାନତା ଆଣିବାର । ଆଉ ଏହା ହିଁ ହେଉଛି B-20 ଶିଖର ସମ୍ମିଳନୀର ବିଷୟ ବସ୍ତୁ- ରାଇଜ RAISE (ଆରଏଆଇଏସଇ), ଏହା ହେଉଛି ଦାୟିତ୍ୱବୋଧ, ନବସୃଜନ, ନିରନ୍ତରତା, ତ୍ୱରାନ୍ୱିତ କରିବା ଏବଂ ସମାନତା ବିଷୟରେ । ଆଉ ଏହା ହେଉଛି ମାନବିକତା ବିଷୟରେ । ଏହା ହେଉଛି ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ ବିଷୟରେ।

ବନ୍ଧୁଗଣ,

ଏଭଳି ଭାବରେ B-20ର ଥିମ୍- ଆରଏଆଇଏସଇରେ, ‘ଆଇ’ ଅଛି, ’ଆଇ’- ନବସୃଜନକୁ ପ୍ରତିନିଧିତ୍ୱ କରୁଛି । କିନ୍ତୁ ଏଥିରେ ନବସୃଜନ ସହିତ ହିଁ ଆଉ ଏକ ‘ଆଇ’ କୁ ମଧ୍ୟ ଦେଖୁଛି । ଆଉ ଏହି ‘ଆଇ’ ହେଉଛି, ଅନ୍ତର୍ଭୁକ୍ତିକରଣ । ଆମେ ଆଫ୍ରିକୀୟ ସଙ୍ଘକୁ ମଧ୍ୟ G-20 ର ସ୍ଥାୟୀ ସଦସ୍ୟତା ପାଇଁ ଏହି ଭିଜନ ସହିତ ଆମନ୍ତ୍ରିତ କଲୁ । B-20 ରେ ମଧ୍ୟ ଆଫ୍ରିକାର ଅର୍ଥନୈତିକ ବିକାଶକୁ ଏକ ଫୋକସ ଅଞ୍ଚଳ ଭିତରେ ରଖାଯାଇଛି । ଭାରତ ଏହା ମନେ କରେ ଯେ ଏହି ମଞ୍ଚ ନିଜସ୍ୱ ଅଭିବ୍ୟକ୍ତିରେ ଯେତେ ମାତ୍ରାରେ ଅନ୍ତର୍ଭୁକ୍ତ ହେବ, ତାହାର ଫଳାଫଳ ସେତେ ପରିମାଣରେ ବଡ଼ ହେବ । ଏହା ଫଳରେ ବୈଶ୍ୱିକ ଅର୍ଥନୈତିକ ଆହ୍ୱାନ ଗୁଡ଼ିକୁ ସମ୍ଭାଳିବା, ବିକାଶକୁ ଦୀର୍ଘସ୍ଥାୟୀ କରିବା, ଆଉ ଏଠାରେ ନିଆ ଯାଉଥିବା ନିଷ୍ପତ୍ତି ଗୁଡ଼ିକର କାର୍ଯ୍ୟନ୍ୱୟନରେ ଆମକୁ ସେତେ ଅଧିକ ସଫଳତା ମିଳିବ।

 

ବନ୍ଧୁଗଣ,

କୁହାଯାଏ, କୌଣସି ମଧ୍ୟ ବିପଦ ଆସିଥାଏ, ବଡ଼ ସଙ୍କଟ ଆସିଥାଏ, ସେତେବେଳେ ତାହା ଆମକୁ କିଛି ନା କିଛି ଶିକ୍ଷା ଦେଇ ଯାଇଥାଏ, ଶିଖାଇ ଯାଇଥାଏ । ଦୁଇ- ତିନି ବର୍ଷ ପୂର୍ବରୁ ଆମେ ବିଶ୍ୱର ସବୁଠାରୁ ବଡ଼ ମହାମାରୀ, 100 ବର୍ଷରେ ଆସିଥିବା ସବୁଠାରୁ ବଡ଼ ସଙ୍କଟ ମଧ୍ୟ ଦେଇ ଗତି କରିଛେ । ଏହି ସଙ୍କଟ ବିଶ୍ୱର ପ୍ରତ୍ୟେକ ଦେଶକୁ, ପ୍ରତ୍ୟେକ ସମାଜକୁ, ପ୍ରତ୍ୟେକ ବ୍ୟବସାୟ ସଂସ୍ଥାନକୁ (ବିଜନେସ ହାଉସକୁ), ପ୍ରତ୍ୟେକ କର୍ପୋରେଟ ଜଗତକୁ ଏକ ଶିକ୍ଷା ପ୍ରଦାନ କରିଛି । ଆଉ ଏହି ଶିକ୍ଷା ହେଉଛି ଏହା ଯେ, ଆମକୁ ଏବେ ଯେଉଁ ଜିନିଷରେ ସବୁଠାରୁ ଅଧିକ ବିନିଯୋଗ କରିବାକୁ ହେବ, ତାହା ହେଉଛି ପାରସ୍ପରିକ ବିଶ୍ୱାସ, ପାରସ୍ପରିକ ଭରସା । କରୋନା ବିଶ୍ୱରେ ଏହି ପାରସ୍ପରିକ ବିଶ୍ୱାସ ନଷ୍ଟ ଭ୍ରଷ୍ଟ କରି ଦେଇଛି । ଆଉ ଅବିଶ୍ୱାସର ଏହି ପରିବେଶ ମଧ୍ୟରେ, ଯେଉଁ ଦେଶ, ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ, ବିନମ୍ରତାର ସହିତ, ବିଶ୍ୱାସର ପତାକାକୁ ନେଇ ଆପଣମାନଙ୍କ ସମ୍ମୁଖରେ ଠିଆ ହୋଇଛି- ସେ ହେଉଛି ଭାରତ । 100 ବର୍ଷର ସବୁଠାରୁ ବଡ଼ ସଙ୍କଟରେ ଭାରତ ଯେଉଁ ଜିନିଷ ବିଶ୍ୱକୁ ଦେଲା, ତାହା ହେଉଛି ବିଶ୍ୱାସ, ଭରସା, ପାରସ୍ପରିକ ବିଶ୍ୱାସ।

ଯେତେବେଳେ କରୋନା ସମୟରେ ବିଶ୍ୱକୁ ଆବଶ୍ୟକ ଥିଲା, ସେତେବେଳେ ବିଶ୍ବର ଔଷଧ ଜଗତ (ଫାର୍ମାସି ଅଫ୍ ଦି ୱାର୍ଲ୍ଡ ) ଭାବେ ଭାରତ 150ରୁ ଅଧିକ ଦେଶକୁ ଔଷଧ ଉପଲବ୍ଧ କରାଇଲା । ଯେତେବେଳେ ବିଶ୍ୱକୁ କରୋନା ଟିକାର ଆବଶ୍ୟକତା ଥିଲା, ସେତେବେଳେ ଭାରତ ଟିକାର ଉତ୍ପାଦନକୁ ବୃଦ୍ଧି କରି କୋଟି- କୋଟି ଲୋକଙ୍କର ଜୀବନ ରକ୍ଷା କଲା। ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ, ଭାରତର କାର୍ଯ୍ୟକଳାପରେ ପ୍ରତିଫଳିତ ହୁଏ, ଭାରତର ପ୍ରତିକ୍ରିୟାରେ ଦେଖାଯାଏ। ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ, ଦେଶର 50ରୁ ଅଧିକ ସହରରେ ହୋଇଥିବା G-20ର ବୈଠକରେ ଦେଖାଯାଏ। ଆଉ ଏଥିପାଇଁ, ଭାରତ ସହିତ ଆପଣଙ୍କର ଭାଗିଦାରୀତା ହେଉଛି ଗୁରୁତ୍ୱପୂର୍ଣ୍ଣ । ଆଜି ଭାରତରେ ବିଶ୍ୱର ସବୁଠାରୁ ଅଧିକ ଯୁବ ପ୍ରତିଭା ରହିଛି। ଆଜି ଭାରତ ‘ ଉଦ୍ୟୋଗ-4.0’ର ଏହି ସମୟରେ ଡିଜିଟାଲ ବିପ୍ଳବର ଛବି ଭାବେ ପ୍ରତିୟମାନ ହେଉଛି। ଭାରତ ସହିତ ଆପଣଙ୍କର ବନ୍ଧୁତ୍ୱ ଯେତିକି ସୁଦୃଢ଼ ହେବ, ଉଭୟଙ୍କୁ ସେତେ ପରିମାଣରେ ସମୃଦ୍ଧି ମିଳି ପାରିବ। ଆପଣମାନେ ସମସ୍ତେ ଜାଣିଛନ୍ତି, ବ୍ୟବସାୟ ହିଁ ସମ୍ଭାବନାକୁ ସମୃଦ୍ଧି କରେ, ପ୍ରତିବନ୍ଧକକୁ ସୁଯୋଗରେ, ଆକାଂକ୍ଷାକୁ ସଫଳତାରେ ପରିଣତ କରି ପାରିବ । ସେସବୁ ହୁଏତ ଛୋଟ ହେଉ ଅବା ବଡ଼, ବିଶ୍ୱସ୍ତରୀୟ କିମ୍ବା ସ୍ଥାନୀୟ, ବ୍ୟବସାୟ ନିଶ୍ଚିତ ରୂପେ ସମସ୍ତଙ୍କ ପ୍ରତି ଅଗ୍ରଗତି ସୁନିଶ୍ଚିତ କରି ପାରିବ । ତେଣୁ ବିଶ୍ୱସ୍ତରୀୟ ଅଭିବୃଦ୍ଧିର ଭବିଷ୍ୟତ ବ୍ୟବସାୟର ଭବିଷ୍ୟତ ଉପରେ ନିର୍ଭରଶୀଳ।

ବନ୍ଧୁଗଣ,

କୋଭିଡ଼-19 ପୂର୍ବରୁ ଏବଂ କୋଭିଡ଼-19 ପରର ବିଶ୍ୱ ବହୁତ ବଦଳିଛି । ଆମେ ଅନେକ ଗୁଡ଼ିଏ ଜିନିଷର ଅପ୍ରତ୍ୟାଶିତ ପରିବର୍ତ୍ତନକୁ ଆମେ ଦେଖୁଛୁ । ଏବେ ଯେଭଳି, ବୈଶ୍ୱିକ ଯୋଗାଣ ଶୃଙ୍ଖଳାକୁ ବିଶ୍ୱ ପୂର୍ବଭଳି ଦେଖି ପାରିବ ନାହିଁ । ଏହା ପୂର୍ବରୁ କୁହା ଯାଉଥିଲା ଯେ, ଯେ ପର୍ଯ୍ୟନ୍ତ ବିଶ୍ୱ ଯୋଗାଣ ଶୃଙ୍ଖଳା କାର୍ଯ୍ୟକ୍ଷମ ରହିଛି, ସେ ବିଷୟରେ ଚିନ୍ତା କରିବାର କୌଣସି କାରଣ ନାହିଁ। କିନ୍ତୁ ଏଭଳି ଯୋଗାଣ ଶୃଙ୍ଖଳାର, ଆଉ ଏଭଳି ଯୋଗାଣ ଶୃଙ୍ଖଳାକୁ କାର୍ଯ୍ୟଦକ୍ଷ କୁହାଯାଇ ପାରେ, ଯାହା ସେତେବେଳେ ଭାଙ୍ଗି ଯାଇଥାଏ ଆଉ ତାହା ମଧ୍ୟ ସେତେବେଳେ ଯେତେବେଳେ ବିଶ୍ୱ ପାଇଁ ତାହାର ସବୁଠାରୁ ଅଧିକ ଆବଶ୍ୟକତା ଥିଲା । ଏଥିପାଇଁ ଆଜି ଯେତେବେଳେ ବିଶ୍ୱ ଏହି ପ୍ରଶ୍ନ ସହିତ ଯୁଝୁଛି, ସେତେବେଳେ ସାଥୀଗଣ, ମୁଁ ଆପଣମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ଯେ, ଏହି ସମସ୍ୟାର ସମାଧାନ ହେଉଛି ଭାରତ । ଏକ କାର୍ଯ୍ୟଦକ୍ଷ ଏବଂ ବିଶ୍ୱସ୍ତ ବୈଶ୍ୱିକ ଯୋଗାଣ ଶୃଙ୍ଖଳାର ନିର୍ମାଣରେ ଭାରତର ସ୍ଥାନ ହେଉଛି ଗୁରୁତ୍ୱପୂର୍ଣ୍ଣ । ଆଉ ଏଥିପାଇଁ ବୈଶ୍ୱିକ ବ୍ୟବସାୟକୁ ନିଜର ଦାୟିତ୍ୱରୁ ଆମ ସମସ୍ତଙ୍କୁ ଆଗକୁ ବଢ଼ି ଉଠାଇବାକୁ ହେବ।

 

ବନ୍ଧୁଗଣ,

ମୁଁ ଖୁସି ଯେ G-20 ଦେଶଗୁଡ଼ିକ ମଧ୍ୟରେ ବ୍ୟବସାୟ-20, ବିତର୍କ ଏବଂ ଡାଏଲଗ ଏକ ଭାଇବ୍ରେଣ୍ଟ ବା ଜୀବନ୍ତ ଫୋରମ ହୋଇ ଉଭା ହୋଇଛି । ଏଥିପାଇଁ, ଯେତେବେଳେ ଏହି ମଞ୍ଚ ଉପରେ ଆମେ ବୈଶ୍ୱିକ ଆହ୍ୱାନ ଗୁଡ଼ିକର ସମାଧାନ ସମ୍ପର୍କରେ ଚର୍ଚ୍ଚା କରୁଛେ, ସେତେବେଳେ ନିରନ୍ତରତା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆମ ସମସ୍ତଙ୍କୁ ଏହି ବିଷୟରେ ଧ୍ୟାନ ରଖିବାକୁ ହେବ ଯେ ନିରନ୍ତରତାର କଥା କେବଳ ମାତ୍ର ନିୟମ କାନୁନ ମଧ୍ୟରେ ସୀମିତ ନ ରହୁ, ବରଂ ଏହା ଦୈନନ୍ଦିନ ଜୀବନର ଅଂଶ ହେଉ, ଜୀବନର ଅଂଶ ହୋଇପାରୁ । ଏହା ହେଉଛି ମୋର ଅନୁରୋଧ ଯେ, ବୈଶ୍ୱିକ ବ୍ୟବସାୟକୁ ଏହାଠାରୁ ଆଉ ଏକ ପାଦ ଆଗକୁ ଆସିବା ଦରକାର। ନିରନ୍ତରତା ହେଉଛି ନିଜକୁ ନିଜ ମଧ୍ୟରେ ସୁଯୋଗ, ଆଉ ହେଉଛି ଏକ ବ୍ୟବସାୟ ମଡେଲ ମଧ୍ୟ । ଏବେ ମୁଁ ଗୋଟିଏ ଛୋଟିଆ ଉଦାହରଣ ଦେଉଛି ମିଲେଟ୍ସର ଉଦାହରଣକୁ ବୁଝି ପାରିବେ । ଚଳିତ ବର୍ଷ ମିଳିତ ଜାତିସଂଘ, ଅନ୍ତରାଷ୍ଟ୍ରୀୟ ମିଲେଟ୍ସ ବର୍ଷ ରୂପେ ପାଳନ କରୁଛି । ମିଲେଟ୍ସ, ହେଉଛି ସୁପରଫୁଡ଼୍ ମଧ୍ୟ, ପରିବେଶ ଅନୁକୂଳ ମଧ୍ୟ ଆଉ କ୍ଷୁଦ୍ର ଚାଷୀମାନଙ୍କୁ ମଧ୍ୟ ସହାୟତା କରିଥାଏ। ଆଉ ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସାୟରେ ମଧ୍ୟ ଅପାର ସମ୍ଭାବନାମାନ ରହିଛି । ଅର୍ଥାତ ଜୀବନଶୈଳୀ ଏବଂ ଅର୍ଥନୀତି, ପ୍ରତ୍ୟେକ କ୍ଷେତ୍ରରେ ଜିତିବା- ଜିତିବା ଭଳି ମଡେଲ । ଏହିଭଳି ଭାବେ ଆମେ ବୃତ୍ତାକାର ଅର୍ଥନୀତିକୁ ମଧ୍ୟ ଦେଖୁଛୁ । ଏଥିରେ ମଧ୍ୟ ବ୍ୟବସାୟ ପାଇଁ ବହୁତ ବଡ଼ ସମ୍ଭାବନା ରହିଛି । ଭାରତରେ ଆମେ ସବୁଜ ଶକ୍ତି ଉପରେ ବହୁତ ଅଧିକ ଗୁରୁତ୍ୱାରୋପ କରୁଛୁ। ଆମର ପ୍ରୟାସ ହେଉଛି ଏହା ଯେ, ସୌର ଶକ୍ତି ଦକ୍ଷତାରେ ଭାରତକୁ ଯେଉଁ ସଫଳତା ମିଳିଛି, ଏହାକୁ ଆମେ ସବୁଜ ହାଇଡ୍ରୋଜେନର କ୍ଷେତ୍ରରେ ମଧ୍ୟ ଦୋହରାଇବା । ଭାରତର ପ୍ରୟାସ ରହିଛି ଯେ ଏଥିରେ ମଧ୍ୟ ବିଶ୍ୱକୁ ସାଙ୍ଗରେ ନେଇ ଚାଲିବା, ଆଉ ଏହି ପ୍ରୟାସ ଅନ୍ତରାଷ୍ଟ୍ରୀୟ ସୌର ମେଣ୍ଟ ଭାବେ ମଧ୍ୟ ଦେଖା ଯାଇଥାଏ।

ବନ୍ଧୁଗଣ,

କରୋନା ପରବର୍ତ୍ତୀ ବିଶ୍ୱରେ ଆଜିକାଲି ଆମେ ଦେଖୁଛୁ ଯେ ନିଜର ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ବହୁତ ସଚେତନ ହୋଇ ଯାଇଛନ୍ତି । ସ୍ୱାସ୍ଥ୍ୟ ସଚେତନତା ତ, ଖାଦ୍ୟଗ୍ରହଣ ଟେବୁଲରେ ତୁରନ୍ତ ଦେଖାଯାଇଥାଏ, ଯେତେବେଳେ ଆମେ କିଛି କ୍ରୟ କରିଥାଉ, ଯାହା ଖାଇଥାଉ, ଯେଉଁ କାର୍ଯ୍ୟ କରିଥାଉ, ପ୍ରତ୍ୟେକ ଜିନିଷରେ ଏହା ନିଶ୍ଚିତ ଭାବେ ଦେଖୁ ଯେ ସ୍ୱାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ । ପ୍ରତ୍ୟେକ ଚିନ୍ତା କରିଥାଆନ୍ତି ଯେ କେଉଁଭଳି ଭାବେ ମୋତେ କଷ୍ଟ ହୋଇ ଯିବ ନାହିଁ ତ, ଦୀର୍ଘ ସମୟ ମୋତେ ଅସୁବିଧା ଭୋଗ କରିବାକୁ ପଡ଼ିବ ନାହିଁ ତ’ । ଆମକୁ କେବଳ ଆଜିର ଚିନ୍ତା ହୋଇ ନ ଥାଏ, ବରଂ ଏହା ମଧ୍ୟ ଚିନ୍ତା କରିଥାଉ ଯେ ଆଗକୁ ଯାଇ ମଧ୍ୟ ଏହାର ପ୍ରଭାବ କ’ଣ ହେବ । ମୁଁ ଏହା ମାନୁଛି ଯେ, ଏହି ଚିନ୍ତାଧାରା, ବ୍ୟବସାୟ ଏବଂ ସମାଜର ଗ୍ରହକୁ ନେଇ ମଧ୍ୟ ହେବା ଦରକାର । ମୋତେ ମୋର ସ୍ୱାସ୍ଥ୍ୟ ପାଇଁ ଯେତିକି ଚିନ୍ତା ଅଛି ଆଉ ମୋର ଦୈନନ୍ଦିନ ଜୀବନରେ ତାହା ମୋର ତରାଜୁ ହୋଇଥିବ, ତେବେ ମୋର ଦୈନନ୍ଦିନ ଜୀବନରେ ଗ୍ରହର କ’ଣ ପ୍ରଭାବ ହେବ, ତାହାର ସ୍ୱାସ୍ଥ୍ୟର କ’ଣ ହେବ ଏହା ମଧ୍ୟ ତ ହେଉଛି ଆମର ଦାୟିତ୍ୱ। ପ୍ରତ୍ୟେକ ନିଷ୍ପତ୍ତି ପୂର୍ବରୁ ଏହା ନିଶ୍ଚିତ ଭାବେ ବିଚାର କରିବା ଦରକାର ଯେ ଏହାର ପ୍ରଭାବ ଆମ ମାଟି ଉପରେ କ’ଣ ହେବ । ମିଶନ ଲାଇଫ୍ ଅର୍ଥାତ ପରିବେଶ ପାଇଁ ଜୀବନଶୈଳୀ ପଛରେ ଏହି ଭାବନା ରହିଛି । ଏହାର ଉଦ୍ଦେଶ୍ୟ ବିଶ୍ୱରେ ପ୍ରୋ-ପ୍ଲାନେଟ ଲୋକ ଏହି ପ୍ରକାରର ଏକ ସମୂହ ପ୍ରସ୍ତୁତ କରିବା, ଏକ ଆନ୍ଦୋଳନ ଠିଆ କରିବା । ପ୍ରତ୍ୟେକ ଜୀବନଶୈଳୀର ନିଷ୍ପତ୍ତିର, ବ୍ୟବସାୟ ଦୁନିଆରେ କିଛି ନା କିଛି ପ୍ରଭାବ ନିଶ୍ଚିତ ଭାବେ ପଡ଼ିଥାଏ । ଯେତେବେଳେ ଜୀବନଶୈଳୀ ଏବଂ ବ୍ୟବସାୟ ଦୁଇଟି ଯାକ ପ୍ରୋ-ପ୍ଲାନେଟ ହେବେ ସେତେବେଳେ ଅନେକ ସମସ୍ୟା ଏମିତିରେ ମଧ୍ୟ କମ୍ ହୋଇଯିବ। ଆମକୁ ଏହି କଥା ଉପରେ ଗୁରୁତ୍ୱ ଦେବାକୁ ହେବ ଯେ ନିଜର ଜୀବନ, ନିଜର ବ୍ୟବସାୟକୁ ଆମେ କିଭଳି ଭାବେ ପରିବେଶ ଅନୁକୂଳ ତାଳ ଦେଇ କରି ପାରିବା । ଭାରତ ବ୍ୟବସାୟ ପାଇଁ ସବୁଜ କ୍ରେଡିଟର ଫ୍ରେମୱାର୍କ ପ୍ରସ୍ତୁତ କରିଛି । ଆମେମାନେ ଏତେ ଦିନ ଧରି କାର୍ବନ କ୍ରେଡିଟରେ ହିଁ ଦ୍ୱନ୍ଦାତ୍ମକ ପରିସ୍ଥିତିରେ ରହିଛେ ଆଉ କିଛି ଲୋକ କାର୍ବନ କ୍ରେଡିଟର ମଜା ମଧ୍ୟ ନେଉଛନ୍ତି । ମୁଁ ବିଶ୍ୱ ସମ୍ମୁଖରେ ସବୁଜ କ୍ରେଡିଟର କଥା ନେଇ ଆସିଛି । ସବୁଜ କ୍ରେଡିଟ ଯାହା ‘ଗ୍ରହ ପଜିଟିଭ’ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛି । ମୁଁ ବୈଶ୍ୱିକ ବ୍ୟବସାୟର ସମସ୍ତ ମହାନ ବ୍ୟକ୍ତିଙ୍କୁ ଅନୁରୋଧ କରୁଛି, ସେମାନେ ଏହା ସହିତ ଜଡ଼ିତ ହୁଅନ୍ତୁ ଆଉ ଏହାକୁ ଏକ ବୈଶ୍ୱିକ ଆନ୍ଦୋଳନ କରନ୍ତୁ ।

ବନ୍ଧୁଗଣ,

ଆମକୁ ବ୍ୟବସାୟର ପାରମ୍ପରିକ ଅଭିବ୍ୟକ୍ତି ଉପରେ ମଧ୍ୟ ବିଚାର କରିବାକୁ ହେବ । ଆମେ କେବଳ ଆମର ଉତ୍ପାଦ, ଆମର ବ୍ରାଣ୍ଡ, ଆମର ବିକ୍ରୟ କଥାକୁ ନେଇ ଚିନ୍ତା କରିବା ଏତିକି ମଧ୍ୟରେ ନିଜକୁ ସୀମିତ ରଖିଲେ, ଏହା ପର୍ଯ୍ୟାପ୍ତ ନୁହେଁ । ଏକ ବ୍ୟବସାୟ ରୂପରେ ଆମକୁ ଏପରି ଏକ ଇକୋ ସିଷ୍ଟମ ନିର୍ମାଣ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହେବ, ଯାହାକି ଦୀର୍ଘ କାଳୀନ ସମୟରେ ମଧ୍ୟ ଲାଭ ପ୍ରଦାନ କରି ଚାଲିବ । ଏବେ ଯେପରି ଭାରତ ବିଗତ ସମୟରେ ଯେଉଁ ନୀତି କାର୍ଯ୍ୟକାରୀ କରିଛି, ସେଗୁଡ଼ିକ କାରଣରୁ କେବଳ 5 ବର୍ଷରେ ହିଁ ଲୋକ ପ୍ରାୟତଃ ସାଢ଼େ 13 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ବାହାରକୁ ବାହାରି ଆସିଛନ୍ତି। ଏ ଯେଉଁ ଦାରିଦ୍ର୍ୟର ସୀମାରୁ ବାହାରକୁ ବାହାରି ଆସିଥିବା ଲୋକ ଅଛନ୍ତି, ଯେଉଁମାନେ ହେଉଛନ୍ତି ନିଓ ମଧ୍ୟମବର୍ଗ ଆଉ ମୁଁ ମାନୁଛି ଯେ ଏମାନେ ହେଉଛନ୍ତି ସବୁଠାରୁ ବଡ଼ ଉପଭୋକ୍ତ, କାରଣ ସେମାନେ ଏକ ନୂତନ ଆକାଂକ୍ଷା ସହିତ ଆସନ୍ତି । ଯେଉଁମାନେ ନିଓ ମଧ୍ୟମ ବର୍ଗ ମଧ୍ୟ, ଭାରତର ବିକାଶକୁ ଗତି ପ୍ରଦାନ କରୁଛନ୍ତି । ଅର୍ଥାତ ସରକାର ଗରିବଙ୍କ ପାଇଁ ଯେଉଁ କାର୍ଯ୍ୟ କଲେ, ତାହାର ବାସ୍ତବିକ ହିତାଧିକାରୀ ହେଉଛନ୍ତି ଆମର ମଧ୍ୟମ ବର୍ଗ ହିଁ, ଆଉ ଆମର ଏମଏସଏମଇଗୁଡ଼ିକ ମଧ୍ୟ। କଳ୍ପନା କରନ୍ତୁ, ଯେ ପ୍ରୋ-ପୁଅର (ଅତ୍ୟନ୍ତ ଗରିବ) ଶାସନ ଉପରେ କେନ୍ଦ୍ରିଭୂତ କରିବା ଦ୍ୱାରା ଆଗାମୀ 5-7 ବର୍ଷରେ କେତେ ବଡ଼ ମଧ୍ୟମବର୍ଗ ପ୍ରସ୍ତୁତ ହେବାକୁ ଯାଉଛନ୍ତି । ଏଥିପାଇଁ ପ୍ରତ୍ୟେକ ବ୍ୟବସାୟକୁ ଅଧିକରୁ ଅଧିକ ଲୋକଙ୍କର, ଆଉ ଏ ଯେଉଁ କ୍ରୟ କରିବାର କ୍ଷମତା ବୃଦ୍ଧି ହେଉଛି, ସେହି କ୍ରୟ କରିବାର କ୍ଷମତା ମଧ୍ୟମ ବର୍ଗଙ୍କର ଯେତେ- ଯେମିତି ବୃଦ୍ଧି ହେଉଛି, ତାହା ସିଧାସଳଖ ଭାବେ ବ୍ୟବସାୟ ଉପରେ ବହୁତ ବଡ଼ ପ୍ରଭାବ ସୃଷ୍ଟି କରିଥାଏ । ଆଉ ଆମକୁ ଏହି ଦୁଇଟି ଯାକ ଉପରେ କିଭଳି ଭାବେ ସମାନ ପ୍ରକାରରେ ଫୋକସ କରିବାକୁ ହେବ। ଆମର ଫୋକସ ଯଦି ନିଜସ୍ୱ- କୈନ୍ଦ୍ରିକ ରହିବ ତେବେ ମୁଁ ମାନୁ ନାହିଁ ଯେ ଆମେ ନିଜର ମଧ୍ୟ ମଙ୍ଗଳ କରି ପାରିବା ଆଉ ବିଶ୍ୱର ମଧ୍ୟ ମଙ୍ଗଳ କରି ପାରିବା । ଏହି ଆହ୍ୱାନ ଆମକୁ ଜଟିଲ ସାମଗ୍ରୀ, ବିରଳ ଅର୍ଥ ଏଭଳି କେତେକ ମେଟାଲର ମାମଲାରେ ଅନୁଭବ ମଧ୍ୟ କରୁଛନ୍ତି । ଏଗୁଡ଼ିକ ହେଉଛି ଏଭଳି ଜିନିଷ କେଉଁଠାରେ ବହୁତ ଅଧିକ ରହିଛି, କେଉଁଠାରେ ଆଦୌ ନାହିଁ, କିନ୍ତୁ ଆବଶ୍ୟକତା ସମଗ୍ର ମାନବ ଜାତିକୁ ରହିଛି । ଯାହାଙ୍କ ପାଖରେ ଅଛି, ସେ ଯଦି ଏଗୁଡ଼ିକୁ ବୈଶ୍ୱିକ ଦାୟିତ୍ୱ ଭାବେ ଦେଖିବେ ନାହିଁ ତେବେ ଏହା ଏକ ନୂତନ ଉପନିବେଶବାଦ ମଡେଲକୁ ପ୍ରୋତ୍ସାହନ କରିବ ଆଉ ମୁଁ ବହୁତ ଗମ୍ଭୀର ସତର୍କତା ଚେତାଇ ଦେଉଛି ।

 

ବନ୍ଧୁଗଣ,

ଉତ୍ପାଦକ ଏବଂ ଗ୍ରାହକଙ୍କ ସ୍ୱାର୍ଥରେ ସନ୍ତୁଳନ ରହିଲେ ହିଁ ଏକ ଲାଭଜନକ ସ୍ଥିର ବଜାର ସୃଷ୍ଟି ହୋଇପାରିବ । ଏହା ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଅନ୍ୟ ଦେଶକୁ କେବଳ ବଜାର ଭାବରେ ବ୍ୟବହାର କରିବା କଦାପି ଏକ ସଠିକ କାର୍ଯ୍ୟ ନୁହେଁ । ଏହା ଉତ୍ପାଦନକାରୀ ଦେଶଗୁଡ଼ିକୁ ଶୀଘ୍ର କିମ୍ବା ବିଳମ୍ବରେ କ୍ଷତି ପହଞ୍ଚାଇବ। ସମସ୍ତଙ୍କୁ ସମାନ ସହଭାଗୀ କରିବା ହେଉଛି  ଅଗ୍ରଗତିର ପଥ। ଏଠାରେ ଅନେକ ବିଶ୍ୱ ବ୍ୟବସାୟ ନେତୃବୃନ୍ଦ ଅଛନ୍ତି । ବ୍ୟବସାୟକୁ କିପରି ଅଧିକ ଉପଭୋକ୍ତା -କେନ୍ଦ୍ରିକ କରି ହେବ ସେ ବିଷୟରେ ଆମେ ସମସ୍ତେ ଅଧିକ ଚିନ୍ତା କରିପାରିବା କି ? ଏହି ଉପଭୋକ୍ତାମାନେ ବ୍ୟକ୍ତି କିମ୍ବା ଦେଶ ହୋଇପାରନ୍ତି । ସେମାନଙ୍କର ଆଗ୍ରହ ପ୍ରତି ମଧ୍ୟ ଯତ୍ନ ନେବା ଆବଶ୍ୟକ। ଏଥିପାଇଁ ଆମେ ବାର୍ଷିକ ଏକ ପ୍ରକାର ଅଭିଯାନ ବିଷୟରେ ଚିନ୍ତା କରିପାରିବା କି ? ପ୍ରତିବର୍ଷ, ବିଶ୍ବ ବ୍ୟବସାୟୀମାନେ ଏକତ୍ରିତ ହୋଇ ଗ୍ରାହକ ଏବଂ ସେମାନଙ୍କ ବଜାରର ମଙ୍ଗଳ ପାଇଁ ସଂକଳ୍ପ ନେଇ ପାରିବେ କି ?

ସାଥୀଗଣ,

ବିଶ୍ବର ସମସ୍ତ ବ୍ୟବସାୟ ଗୋଷ୍ଠୀ ମିଳିତ ଭାବରେ ବର୍ଷର ଗୋଟିଏ ଦିନରେ ସ୍ଥିର କରି ପାରିବେ, ଯାହାକୁ ଗ୍ରାହକଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇ ପାରିବ ? ଦୁର୍ଭାଗ୍ୟବଶତଃ ଦେଖନ୍ତୁ, ଆମେ ଉପଭୋକ୍ତା ଅଧିକାର ବିଷୟରେ କଥା ହେଉଛୁ, ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ମଧ୍ୟ ପାଳନ କରୁଛୁ, ସେମାନଙ୍କୁ ଏହା କରିବାକୁ ପଡୁଛି। କ’ଣ ଆମେ ଏହି ଚକ୍ରକୁ ପରିବର୍ତ୍ତନ କରି କାର୍ବନ କ୍ରେଡିଟରୁ ସବୁଜ କ୍ରେଡିଟକୁ ଯାଇ, ଆମେ ଗ୍ରାହକଙ୍କ ଯତ୍ନ ବିଷୟରେ ଆଲୋଚନା କରିବାରେ ଅଗ୍ରଣୀ ହୋଇପାରିବା । ଯଦି ଥରେ ଆମେ ଗ୍ରାହକ ଯତ୍ନ ଦିବସ ପାଳନ କରିବା ଆରମ୍ଭ କଲେ, ଆପଣ କଳ୍ପନା କରିପାରିବେ ଯେ କେତେ ବିଶାଳ ସକରାତ୍ମକ ସଙ୍କେତ ସହିତ ପରିବେଶ ବଦଳିଯିବ। ଯଦି ଉପଭୋକ୍ତା ଯତ୍ନର ବିଷୟ ହେବ, ତେବେ ଅଧିକାର ସହ ଜଡିତ ପ୍ରସଙ୍ଗ ସେମାନଙ୍କର ସମସ୍ୟା ଗୁଡ଼ିକ ସ୍ୱୟଂଚାଳିତ ଭାବରେ ସମାଧାନ ହୋଇଯିବ, ବନ୍ଧୁଗଣ । ଏଥିପାଇଁ ଆନ୍ତର୍ଜାତୀୟ ଉପଭୋକ୍ତା ଯତ୍ନ ଦିବସରେ, ଏଭଳି ବ୍ୟବସ୍ଥା ଉପରେ ମୁଁ ଚାହେଁ ଆପଣ ସମସ୍ତେ ବନ୍ଧୁମାନେ ଏକାଠି ମିଶି କିଛି ଭାବନ୍ତୁ । ଏହା ବ୍ୟବସାୟ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ବିଶ୍ୱାସକୁ ଆହୁରି ଦୃଢ କରିବାରେ ସାହାଯ୍ୟ କରିବ । ଆଉ ଆମକୁ ମନେ ରଖିବାକୁ ହେବ ଯେ ଉପଭୋକ୍ତାମାନେ କେବଳ ଭୌଗୋଳିକ ସୀମା ମଧ୍ୟରେ ଖୁଚୁରା ଗ୍ରାହକ ନୁହଁନ୍ତି, ବରଂ ବିଭିନ୍ନ ଦେଶ ମଧ୍ୟ ଅଛନ୍ତି, ଯେଉଁମାନେ ହେଉଛନ୍ତି ବିଶ୍ୱ ବାଣିଜ୍ୟ, ବିଶ୍ୱ ସାମଗ୍ରୀ ଏବଂ ସେବାର ଉପଭୋକ୍ତା ।

 

ସାଥୀଗଣ,

ଆଜି, ଯେତେବେଳେ ବିଶ୍ବର ବଡ ବ୍ୟବସାୟ ନେତୃତ୍ବମାନେ ଏକାଠି ହୋଇଛନ୍ତି, ସେତେବେଳେ ଆମ ସାମ୍ନାରେ ଅନ୍ୟ କିଛି ବଡ ପ୍ରଶ୍ନ ଅଛି । ଏହି ପ୍ରଶ୍ନଗୁଡିକର ଉତ୍ତର ଦ୍ୱାରା ହିଁ ବ୍ୟବସାୟ ଏବଂ ମାନବିକତାର ଭବିଷ୍ୟତ ସ୍ଥିର ହେବ । ଆଉ ଏହାର ଉତ୍ତର ଦେବାକୁ ପାରସ୍ପରିକ ସହଯୋଗ ଆବଶ୍ୟକ। ସେ ଜଳବାୟୁ ପରିବର୍ତ୍ତନ ହେଉ, ଶକ୍ତି କ୍ଷେତ୍ରର ସଙ୍କଟ ହେଉ, ଖାଦ୍ୟ ଯୋଗାଣ ଶୃଙ୍ଖଳା ଅସନ୍ତୁଳନ ହେଉ, ଜଳ ନିରାପତ୍ତା ହେଉ, ସାଇବର ନିରାପତ୍ତା ପ୍ରସଙ୍ଗ ହେଉ, ଏପରି ଅନେକ ବିଷୟ ଅଛି ଯାହା ବ୍ୟବସାୟ ଉପରେ ଏକ ବଡ ପ୍ରଭାବ ପକାଇଥାଏ । ଏହାକୁ ପ୍ରତିହତ କରିବା ପାଇଁ ଆମକୁ ଆମର ମିଳିତ ଉଦ୍ୟମ ବୃଦ୍ଧି କରିବାକୁ ପଡିବ । ସମୟର ଗତି ସହିତ, ଏହିପରି ବିଷୟଗୁଡିକ ମଧ୍ୟ ଆମ ସହିତ ଯୋଡା ଯାଉଛି, ଯାହା ବିଷୟରେ 10-15 ବର୍ଷ ପୂର୍ବେ କେହି ଚିନ୍ତା କରି ନଥିଲେ । ବର୍ତ୍ତମାନ ଯେପରି କ୍ରିପ୍ଟୋ କରେନ୍ସି ସହିତ ଜଡିତ ଏକ ଚ୍ୟାଲେଞ୍ଜ ଅଛି । ଏହି ପ୍ରସଙ୍ଗରେ ଅଧିକରୁ ଅଧିକ ସମନ୍ବିତ ଆଭିମୁଖ୍ୟର ଆବଶ୍ୟକତା ରହିଛି । ମୁଁ ଭାବୁଛି, ଏଥିପାଇଁ ଏକ ବିଶ୍ୱସ୍ତରୀୟ ଢାଞ୍ଚା ପ୍ରସ୍ତୁତ କରାଯିବା ଉଚିତ, ଯେଉଁଥିରେ ସମସ୍ତ ଅଂଶୀଦାରଙ୍କ ଯତ୍ନ ନିଆଯିବା ଉଚିତ ।

କୃତ୍ରିମ ବୁଦ୍ଧିମତାକୁ ନେଇ ମଧ୍ୟ ସମାନ ଅଭିବ୍ୟକ୍ତି ଆବଶ୍ୟକ। ଆଜି ବିଶ୍ବ ଏଆଇ ବିଷୟରେ ବହୁତ ଉତ୍ସାହ ଦେଖାଉଛି । କିନ୍ତୁ ଉତ୍ସାହ ମଧ୍ୟରେ କିଛି ନୈତିକ ବିଚାର ମଧ୍ୟ ରହିଛି । ସ୍କିଲିଂ ଏବଂ ରି ସ୍କିଲିଂକୁ ନେଇ ଆଲଗୋରିଦମ ପକ୍ଷପାତ ଏବଂ ସମାଜ ଉପରେ ଏହାର ପ୍ରଭାବକୁ ନେଇ ଚିନ୍ତା ବୃଦ୍ଧି ପାଉଛି । ଆମ ସମସ୍ତଙ୍କୁ ଏହିପରି ସମସ୍ୟାର ମିଳିମିଶି ସମାଧାନ କରିବାକୁ ପଡିବ। ବିଶ୍ବ ବ୍ୟବସାୟ ସମୁଦାୟ ଏବଂ ସରକାରମାନଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ ଯେ ନୈତିକ ଏଆଇର ବିସ୍ତାର ହେବ । ଆମକୁ ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ବ୍ୟାଘାତକୁ ଅନୁଭବ କରିବାକୁ ପଡିବ । ବ୍ୟାଘାତ ପ୍ରତ୍ୟେକ ଥର ଦୃଶ୍ୟମାନ ହୁଏ ଏବଂ ଆମେ ଚିନ୍ତା କରୁ , ଗଣନା କରୁ, ବ୍ୟାଘାତର ମାପ, ଏହାର ବ୍ୟାପକତା ଏବଂ ଗଭୀରତା ଅଧିକ ଗମ୍ଭୀର ହେବାରେ ଲାଗିଛି । ଏହି ସମସ୍ୟାର ବିଶ୍ୱସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ସମାଧାନ କରିବାକୁ ପଡ଼ିବ । ଆଉ ବନ୍ଧୁଗଣ, ଏହା ନୁହେଁ ଯେ ପ୍ରଥମ ଥର ପାଇଁ ଏହିପରି ଚ୍ୟାଲେଞ୍ଜ ଆମ ସାମ୍ନାକୁ ଆସିଛି। ଯେତେବେଳେ ବିମାନ ଚଳାଚଳ କ୍ଷେତ୍ର ବୃଦ୍ଧି ପାଉଥିଲା, ଯେତେବେଳେ ଆର୍ଥିକ କ୍ଷେତ୍ର ବୃଦ୍ଧି ପାଉଥିଲା, ବିଶ୍ୱ ଏପରି ଢାଞ୍ଚା ସୃଷ୍ଟି କରିଛି । ସେଥିପାଇଁ ଆଜି ମୁଁ B-20କୁ ଆହ୍ବାନ କରୁଛି ଏହି ନୂତନ ବିଷୟ ଗୁଡ଼ିକ ଉପରେ ମନ୍ଥନ କରନ୍ତୁ, ଚିନ୍ତନ କରନ୍ତୁ ।

ବନ୍ଧୁଗଣ,

ବ୍ୟବସାୟ ସଫଳତାର ସହିତ ସୀମା ଏବଂ ପରିସୀମା ଅତିକ୍ରମ କରିଛି । ବର୍ତ୍ତମାନ ସମୟ ହେଉଛି ବ୍ୟବସାୟକୁ କେବଳ ନିମ୍ନ ରେଖା ପାଖକୁ ନେବା । ଯୋଗାଣ ଶୃଙ୍ଖଳାରେ ସ୍ଥିରତା ଏବଂ ନିରନ୍ତରତା ଉପରେ ଧ୍ୟାନ ଦେଇ ଏହା କରାଯାଇ ପାରିବ । ମୁଁ ନିଶ୍ଚିତ ଯେ B-20 ସମ୍ମିଳନୀ ଏକ ସାମୂହିକ ରୂପାନ୍ତର ପାଇଁ ବାଟ ଖୋଲିଛି। ଆସନ୍ତୁ ଏହା ମନେ ରଖିବା ଯେ, ଏକ ସଂଯୁକ୍ତ ଦୁନିଆ କେବଳ ଟେକ୍ନୋଲୋଜି ମାଧ୍ୟମରେ ସଂଯୋଗ କରାଯାଇ ପାରିବ ନାହିଁ । ଏହା କେବଳ ସାମାଜିକ ପ୍ଲାଟଫର୍ମ ବିଷୟରେ ନୁହେଁ ବରଂ ଏକ ଭାଗୀଦାରର ଉଦ୍ଦେଶ୍ୟ, ଭାଗୀଦାର ଗ୍ରହ, ଅଂଶୀଦାର ସମୃଦ୍ଧତା ଏବଂ ଏକ ଭାଗୀଦାରର ଭବିଷ୍ୟତ ବିଷୟରେ ମଧ୍ୟ ।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Samsung to manufacture AI data center HVAC products in India, expanding to Asia-Pacific

Media Coverage

Samsung to manufacture AI data center HVAC products in India, expanding to Asia-Pacific
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.