ମହାମହିମ,

ଆଫ୍ରିକା ମାଟିରେ ଆପଣ ସମସ୍ତ ବନ୍ଧୁ ମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ମୋତେ ବହୁତ ଆନନ୍ଦିତ କରୁଛି ।

ବ୍ରିକ୍ସ ଆଉଟରିଚ୍ ଶିଖର ସମ୍ମିଳନୀରେ ଆଫ୍ରିକା, ଏସିଆ, ଲାଟିନ୍ ଆମେରିକାର ଦେଶ ମାନଙ୍କ ସହ ନିଜର ମତ ରଖିବାକୁ ସୁଯୋଗ ଦେଇ ଥିବାରୁ ମୁଁ ରାଷ୍ଟ୍ରପତି ରାମାଫୋସାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ଗତ ଦୁଇ ଦିନ ମଧ୍ୟରେ, ବ୍ରିକ୍ସର ସମସ୍ତ ଆଲୋଚନାରେ ଆମେ ଦକ୍ଷିଣ ବିଶ୍ୱର ଦେଶ ମାନଙ୍କର ପ୍ରାଥମିକତା ଏବଂ ବିଚାର ଗୁଡିକ ଉପରେ ଗୁରୁତ୍ୱ ଦେଇଛୁ ।

ବ୍ରିକ୍ସ ପକ୍ଷରୁ ଏହି ପ୍ରସଙ୍ଗ ଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଆମେ ବିଶ୍ୱାସ କରୁଛୁ ।

ଆମେ ବ୍ରିକ୍ସ ଫୋରମକୁ ବ୍ୟାପକ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ । ଆମେ ସମସ୍ତ ସହଯୋଗୀ ଦେଶକୁ ସ୍ୱାଗତ କରୁଛୁ ।

ବିଶ୍ୱସ୍ତରୀୟ ଅନୁଷ୍ଠାନ ଗୁଡିକୁ ଏବଂ ମଞ୍ଚ ଗୁଡ଼ିକୁ ପ୍ରତିନିଧିତ୍ୱଶୀଳ ଏବଂ ଅନ୍ତର୍ଭୁକ୍ତ କରିବା ପାଇଁ ଆମ ପ୍ରୟାସ ଦିଗରେ ଏହା ଏକ ପଦକ୍ଷେପ ।

ମହାମହିମ,

ଯେତେବେଳେ ଆମେ "ଗ୍ଲୋବାଲ ସାଉଥ' (ଦକ୍ଷିଣ ବିଶ୍ୱ) ଶବ୍ଦ ବ୍ୟବହାର କରୁ, ଏହା କେବଳ ଏକ କୂଟନୈତିକ ଶବ୍ଦ ନୁହେଁ ।

ଆମର ମିଳିତ ଇତିହାସରେ, ଆମେ ଏକାଠି ଉପନିବେଶବାଦ ଏବଂ ବର୍ଣ୍ଣଭେଦକୁ ବିରୋଧ କରିଛୁ ।

ଆଫ୍ରିକା ମାଟିରେ ମହାତ୍ମା ଗାନ୍ଧୀ ଅହିଂସା ଏବଂ ଶାନ୍ତିପୂର୍ଣ୍ଣ ପ୍ରତିରୋଧ ଭଳି ଶକ୍ତିଶାଳୀ ଧାରଣା ବିକଶିତ କରିଥିଲେ, ପରୀକ୍ଷଣ କରିଥିଲେ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ବ୍ୟବହାର କରିଥିଲେ ।

 ନେଲସନ ମାଣ୍ଡେଲାଙ୍କ ଭଳି ଜଣେ ମହାନ ନେତାଙ୍କୁ ତାଙ୍କ ବିଚାର ଓ ଚିନ୍ତାଧାରା ପ୍ରେରଣା ଦେଇଥିଲା ।

ଇତିହାସର ଏହି ସୁଦୃଢ଼ ଭିତ୍ତିଭୂମି ଉପରେ ଆମେ ଆମର ଆଧୁନିକ ସମ୍ପର୍କକୁ ଏକ ନୂଆ ରୂପ ଦେଉଛୁ ।

ମହାମହିମ,

ଆଫ୍ରିକା ସହ ସମ୍ପର୍କକୁ ଭାରତ ଅଧିକ ପ୍ରାଥମିକତା ଦେଉଛି ।

ଉଚ୍ଚସ୍ତରୀୟ ବୈଠକ ସମେତ ଆମେ ଆଫ୍ରିକାରେ ୧୬ଟି ନୂଆ ଦୂତାବାସ ଖୋଲିଛୁ ।

ଆଜି ଭାରତ ଆଫ୍ରିକାର ଚତୁର୍ଥ ବୃହତ୍ତମ ବାଣିଜ୍ୟ ସହଯୋଗୀ ଏବଂ ପଞ୍ଚମ ବୃହତ୍ତମ ନିବେଶକ ଦେଶ ଅଟେ ।

 ସୁଦାନ, ବୁରୁଣ୍ଡି ଓ ରୱାଣ୍ଡାରେ ବିଦ୍ୟୁତ ୍ ପ୍ରକଳ୍ପ ହେଉ କିମ୍ବା ଇଥିଓପିଆ ଓ ମାଲାୱୀରେ ଚିନି କାରଖାନା ହେଉ, 

ମୋଜାମ୍ବିକରେ ଟେକ୍ନୋଲୋଜି ପାର୍କ ହେଉ, କୋଟ୍ ଡି' ଆଇଭରି ଏବଂ ଏସ୍ୱାତିନି ହେଉ କିମ୍ବା ତାଞ୍ଜାନିଆ ଏବଂ ଉଗାଣ୍ଡାରେ ଭାରତୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ନିର୍ମିତ କ୍ୟାମ୍ପସ୍ ହେଉ, ଭାରତ ସର୍ବଦା ଆଫ୍ରିକୀୟ ଦେଶ ମାନଙ୍କ ସହିତ ବ୍ୟବସାୟ ସହଯୋଗୀ ହୋଇ ରହିଛି ।

ଭାରତ ସର୍ବଦା ଆଫ୍ରିକୀୟ ଦେଶ ଗୁଡ଼ିକର ଦକ୍ଷତା ବିକାଶ ଓ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଇ ଆସିଛି ।

ଏଜେଣ୍ଡା ୨୦୬୩ ଅଧୀନରେ ଆଫ୍ରିକାକୁ ଭବିଷ୍ୟତର ବିଶ୍ୱ ଶକ୍ତି କେନ୍ଦ୍ରରେ ପରିଣତ କରିବାର ଯାତ୍ରାରେ ଭାରତ ଏକ ବିଶ୍ୱସନୀୟ ଏବଂ ଘନିଷ୍ଠ ଅଂଶୀଦାର ।

ଆଫ୍ରିକାରେ ଡିଜିଟାଲ ବିଭାଜନକୁ ଦୂର କରିବା ପାଇଁ ଆମେ ଟେଲି - ଶିକ୍ଷା ଏବଂ ଟେଲି - ଔଷଧ କ୍ଷେତ୍ରରେ ପନ୍ଦର ହଜାରରୁ ଅଧିକ ବୃତ୍ତି ପ୍ରଦାନ କରିଛୁ ।

ଆମେ ନାଇଜେରିଆ, ଇଥିଓପିଆ ଏବଂ ତାଞ୍ଜାନିଆରେ ଅନେକ ପ୍ରତିରକ୍ଷା ଏକାଡେମୀ ଏବଂ କଲେଜ ନିର୍ମାଣ କରିଛୁ ।

ବୋତସ୍ୱାନା, ନାମ୍ବିଆ, ଉଗାଣ୍ଡା, ଲେସୋଥୋ, ଜାମ୍ବିଆ, ମରିସସ୍‌, ସେସେଲ୍ସ ଏବଂ ତାଞ୍ଜାନିଆରେ ପ୍ରଶିକ୍ଷଣ ପାଇଁ ଟିମ୍ ନିୟୋଜିତ କରାଯାଇଛି ।

ଆଫ୍ରିକାରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ପ୍ରାୟ ୪୪୦୦ ଭାରତୀୟ ଶାନ୍ତିରକ୍ଷୀ ଯୋଗଦାନ ଦେଉଛନ୍ତି, ଯେଉଥିରେ ମହିଳା ମାନେ ମଧ୍ୟ ସାମିଲ୍ ହୋଇଛନ୍ତି ।

ଆତଙ୍କବାଦ ଏବଂ ଦସ୍ୟୁବୃତ୍ତି ବିରୋଧରେ ଲଢ଼େଇରେ ଆମେ ଆଫ୍ରିକାର ଦେଶ ମାନଙ୍କ ସହ ମଧ୍ୟ କାମ କରୁଛୁ ।

କୋଭିଡ ୍ ମହାମାରୀର କଠିନ ସମୟରେ ଆମେ ଅନେକ ଦେଶକୁ ଖାଦ୍ୟ ସାମଗ୍ରୀ ଏବଂ ଟିକା ଯୋଗାଣ କରିଛୁ ।

 ବର୍ତ୍ତମାନ ଆମେ ଆଫ୍ରିକୀୟ ଦେଶମାନଙ୍କ ସହିତ କୋଭିଡ୍ ଏବଂ ଅନ୍ୟାନ୍ୟ ଟିକାର ମିଳିତ ଉତ୍ପାଦନ ଉପରେ ମଧ୍ୟ କାର୍ଯ୍ୟ କରୁଛୁ ।

ମୋଜାମ୍ବିକ୍ ଓ ମାଲୱିରେ ବାତ୍ୟା ହେଉ କିମ୍ବା ମାଡାଗାସ୍କରରେ ବନ୍ୟା ହେଉ, ଭାରତ ସବୁବେଳେ ଆଫ୍ରିକାକୁ ପ୍ରଥମ ବନ୍ଧୁ ଭାବେ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛି ।

ମହାମହିମ,

ଲାଟିନ୍ ଆମେରିକା ଠାରୁ କେନ୍ଦ୍ରୀୟ ଏସିଆ ପର୍ଯ୍ୟନ୍ତ; ପଶ୍ଚିମ ଏସିଆ ଠାରୁ ଦକ୍ଷିଣ- ପୂର୍ବ ଏସିଆ ପର୍ଯ୍ୟନ୍ତ , ଭାରତ- ପ୍ରଶାନ୍ତ ମହାସାଗର କ୍ଷେତ୍ରରୁ ଭାରତ- ଆଟଲାଣ୍ଟିକ୍ କ୍ଷେତ୍ର ପର୍ଯ୍ୟନ୍ତ, ଭାରତ ସବୁ ଦେଶକୁ ଗୋଟିଏ ପରିବାର ଭାବେ ଦେଖୁଛି ।

ବସୁଧୈବ କୁଟୁମ୍ବକମ୍ (ସମଗ୍ର ପୃଥିବୀ ଏକ ପରିବାର) - ହଜାର ହଜାର ବର୍ଷ ଧରି ଆମ ଜୀବନଶୈଳୀର ଆଧାର ହୋଇ ରହିଆସିଛି ।

ଏହା ମଧ୍ୟ ଆମ ଜି- ୨୦ ଅଧ୍ୟକ୍ଷତାର ମୂଳମନ୍ତ୍ର ଅଟେ ।

ଦକ୍ଷିଣ ବିଶ୍ୱର ଚିନ୍ତା / ସମସ୍ୟା ଗୁଡିକୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ଆମେ ତିନୋଟି ଆଫ୍ରିକୀୟ ଦେଶ ଏବଂ ଅନେକ ବିକାଶଶୀଳ ଦେଶକୁ ଅତିଥି ରାଷ୍ଟ୍ର ଭାବରେ ନିମନ୍ତ୍ରଣ କରିଛୁ ।

ଆଫ୍ରିକୀୟ ସଂଘକୁ ଜି- ୨୦ର ସ୍ଥାୟୀ ସଦସ୍ୟତା ଦେବାକୁ ମଧ୍ୟ ଭାରତ ପ୍ରସ୍ତାବ ଦେଇଛି ।

ମହାମହିମ,

ମୁଁ ବିଶ୍ୱାସ କରେ ଯେ ବ୍ରିକ୍ସ ଏବଂ ଆଜି ଉପସ୍ଥିତ ଥିବା ସମସ୍ତ ବନ୍ଧୁ ରାଷ୍ଟ୍ର ବହୁଧ୍ରୁବୀ ବିଶ୍ୱକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରି ପାରିବେ ।

ବିଶ୍ୱସ୍ତରୀୟ ଅନୁଷ୍ଠାନ ଗୁଡ଼ିକୁ ପ୍ରତିନିଧିତ୍ୱଶୀଳ ଏବଂ ପ୍ରାସଙ୍ଗିକ କରିବା ପାଇଁ ଆମେ ସେମାନଙ୍କ ସଂସ୍କାରକୁ ଆଗକୁ ନେଇ ପାରିବା ।

 ଆତଙ୍କବାଦ ମୁକାବିଲା, ପରିବେଶ ସୁରକ୍ଷା, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ସାଇବର ନିରାପତ୍ତା, ଖାଦ୍ୟ ଓ ସ୍ୱାସ୍ଥ୍ୟ ସୁରକ୍ଷା, ଶକ୍ତି ନିରାପତ୍ତା, ସହାୟକ ଯୋଗାଣ ଶୃଙ୍ଖଳା ନିର୍ମାଣ କ୍ଷେତ୍ରରେ ଆମର ସମାନ ସ୍ୱାର୍ଥ ରହିଛି । ସହଯୋଗ ପାଇଁ ପ୍ରଚୁର ସମ୍ଭାବନା ରହିଛି ।

ଅନ୍ତର୍ଜାତୀୟ ସୌର ମେଣ୍ଟ ପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି; ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରିଡ୍‌; ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମେଣ୍ଟ ; ଗୋଟିଏ ପୃଥିବୀ ଏକ ସ୍ୱାସ୍ଥ୍ୟ ; ବିଗ୍ କ୍ୟାଟ୍ ଆଲାଏନ୍ସ (ବୃହତ୍ ବିରାଡି ପ୍ରଜାତିର ସଂରକ୍ଷଣ ପାଇଁ ମେଂଟ) ; ପାରମ୍ପରିକ ଔଷଧ ପାଇଁ ବୈଶ୍ୱିକ କେନ୍ଦ୍ର ଭଳି ଆମର ଅନ୍ତର୍ଜାତୀୟ ପଦକ୍ଷେପରେ ଅଂଶଗ୍ରହଣ କରିବାକୁ ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି ।

ମୁଁ ଆପଣ ସମସ୍ତଙ୍କୁ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଷ୍ଟେକ୍ ସହିତ ଜୋଡି ହେବା ପାଇଁ ଏବଂ ନିଜ ନିଜର ବିକାଶରେ ଏହାର ଫାଇଦା ଉଠାଇବାକୁ ନିମନ୍ତ୍ରଣ କରୁଛି ।

ଆମର ଅଭିଜ୍ଞତା ଏବଂ ସାମର୍ଥ୍ୟକୁ ଆପଣ ସମସ୍ତଙ୍କ ସହ ବାଣ୍ଟି ଆମେ ଆନନ୍ଦ ଅନୁଭବ କରିବୁ ।

ମୋର ବିଶ୍ୱାସ ଯେ ଆମର ମିଳିତ ପ୍ରୟାସ ଆମକୁ ଏକାଠି ସମସ୍ତ ଆହ୍ୱାନର ମୁକାବିଲା କରିବାକୁ ଏକ ନୂତନ ଆତ୍ମବିଶ୍ୱାସ ପ୍ରଦାନ କରିବ ।ଏହି ସୁଯୋଗ ପାଇଁ ମୁଁ ପୁଣି ଥରେ ଆପଣ ମାନଙ୍କୁ, ବିଶେଷ କରି ରାଷ୍ଟ୍ରପତି ରାମାଫୋସାଙ୍କୁ କୃ

ତଜ୍ଞତା ଜଣାଉଛି ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi