“ସ୍ୱାସ୍ଥ୍ୟ ଯତ୍ନ ସୁବିଧା ଆଧୁନିକୀକରଣ ଓ ଉପଲବ୍ଧତା ସଶକ୍ତିକରଣ ଓ ଗରିବ ଲୋକଙ୍କ ଜୀବନର ସୁଖ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଜରୁରୀ”
“ଗୁଜରାଟରେ ମୋର ଅଭିଜ୍ଞତା ସମଗ୍ର ଦେଶରେ ଗରିବଙ୍କ ସେବା ପାଇଁ ମୋତେ ସାହାଯ୍ୟ କରିଛ”
“ଆମ ଦେଶରେ ସେବା ଦ୍ୱାରା ଶକ୍ତି ପ୍ରଦାନ କରିଥିବା ବାପୁଙ୍କ ଭଳି ମହାମାନବଙ୍କ ପ୍ରେରଣା ରହିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଏ. ଏମ. ନାଏକ ସ୍ୱାସ୍ଥ୍ୟ ଯତ୍ନ ପରିସର ଓ ନିରାଲୀ ବହୁମୁଖୀ ସ୍ୱତନ୍ତ୍ର ସେବା ଯତ୍ନ ହସ୍ପିଟାଲକୁ ନବସାରୀ ଠାରେ ଉଦଘାଟନ କରିଛନ୍ତି । ସେ ମଧ୍ୟ ଆଭାସୀ ମାଧ୍ୟମରେ ଖରେଲ ଶିକ୍ଷା ପରିସରର ଉଦଘାଟନ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ।

ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବସାରୀରେ ଅନେକ ପ୍ରକଳ୍ପର ଆରମ୍ଭ ହୋଇଛି । ଏହା ସେ ଅଞ୍ଚଳର ଜନସାଧାରଣଙ୍କ ଜୀବନମାନରେ ଉନ୍ନତି ଆଣିବ । ସେ ମଧ୍ୟ ନିରାଲୀ ନ୍ୟାସ ଓ ଶ୍ରୀ ଏ. ଏମ. ନାଏକଙ୍କୁ ପ୍ରସଙ୍ଗ କରିଥିଲେ । ଏ. ଏମ. ନାଏକ ନିଜର ଦୁଃଖକୁ ଏକ ସୁଯୋଗ ଭାବେ ବିବେଚନା କରି ଅନ୍ୟ କୌଣସି ପରିବାର ସେପରି ଦୁଃଖ ନପାରିବେ ତାହା ସୁନିଶ୍ଚିତ କରିଥିଲେ । ଏଥିସହ ଶ୍ରୀ ମୋଦି ନବସାରୀ ଜନସାଧାରଣ ଆଧୁନିକ ସ୍ୱାସ୍ଥ୍ୟ ପରିସର ଓ ଉନ୍ନତ ବହୁମୁଖୀ ସ୍ୱାସ୍ଥ୍ୟସେବା ହସ୍ପିଟାଲ ପାଇବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ସେବାର ଆଧୁନିକୀକରଣ ଓ ଉପଲବ୍ଧତା ଗରିବଙ୍କ ଜୀବନ ମାନରେ ଉନ୍ନତି ଓ ସଶକ୍ତ କରିବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । “ଗତ ଆଠ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଆମେ ସାମଗ୍ରୀକ ପଦକ୍ଷେପ ନେଇଛୁ” ବୋଲି ସେ କହିଥିଲେ । ଉପଚାର ସୁବିଧାର ଆଧୁନିକୀକରଣ ସହ ପୌଷ୍ଟିକତା ଓ ସ୍ୱଚ୍ଛ ଜୀବନଧାରଣ ମାନ ଉନ୍ନତି ନିମନ୍ତେ ଉଦ୍ୟମ ହେଉଛି । “ଆମେ ଗରିବ ଓ ମଧ୍ୟବିତ୍ତ ବ୍ୟକ୍ତିଙ୍କୁ ରୋଗରୁ ସୁରକ୍ଷା ଦେବାସହ ଏବାବଦ ଖର୍ଚ୍ଚ ଯଥାସମ୍ଭବ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୁଜରାଟର ସ୍ୱାସ୍ଥ୍ୟ ଯତ୍ନ ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ସୂଚକାଙ୍କ ଯୋଗୁ ଗୁଜରାଟ ଆଜି ନୀତି ଆୟୋଗଙ୍କ ସ୍ଥାୟୀ ଓ ନିରନ୍ତର ବିକାଶ ଲକ୍ଷ୍ୟ ସୂଚୀରେ ସବୁଠାରୁ ଆଗରେ ରହିଥିବା ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସେ କିପରି ସ୍ୱାସ୍ଥ୍ୟ ଗୁଜରାଟ, ଉଜ୍ୱଳ ଗୁଜରାଟ, ମୁଖ୍ୟମନ୍ତ୍ରୀ ଅମ୍ରିତମ ଯୋଜନା ଇତ୍ୟାଦିର ଆରମ୍ଭ କରିଥିଲେ ତା’ର ସ୍ମୃତିଚାରଣ କରିଥିଲେ । ତାଙ୍କର ସେହି ଅଭିଜ୍ଞତା ଆଜି ସମଗ୍ର ଦେଶର ଗରିବଙ୍କ ସେବା କରିବାରେ ସାହାଯ୍ୟ କରୁଛି ବୋଲି ସେ କହିଥିଲେ । ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ଗୁଜରାଟରେ ୪୧ ଲକ୍ଷ ରୋଗୀ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା, ବଞ୍ଚôତ ଓ ଆଦିବାସୀ ଅଛନ୍ତି । ଏହି ଯୋଜନା ଯୋଗୁ ରୋଗୀମାନଙ୍କ ସାତ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବଞ୍ଚôପାରିଛି । ଗୁଜରାଟରେ ୭.୫ ହଜାର ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ଓ ୬୦୦ ଦୀନଦୟାଲ ଔଷଧାଳୟ ରହିଛି । କର୍କଟ ଭଳି ରୋଗର ଉପଚାର ପାଇଁ ଗୁଜରାଟ ହସ୍ପିଟାଲଗୁଡ଼ିକରେ ସୁବିଧା ରହିଛି । ଭାବନଗର, ଜାମନଗର ଓ ରାଜକୋଟ ଭଳି ସହରଗୁଡ଼ିକରେ କର୍କଟ ରୋଗ ଉପଚାର ସୁବିଧା ଉପଲବ୍ଧ ହେଉଛି । ବୃକକ ଚିକିତ୍ସା ନିମନ୍ତେ ମଧ୍ୟ ଭିତ୍ତିଭୂମି ସଂପ୍ରାସାରିତ ହୋଇଛି ।

ମହିଳା ଓ ଶିଶୁଙ୍କ ପୌଷ୍ଟିକତା ଓ ସ୍ୱାସ୍ଥ୍ୟ ପରିମାପକରେ ମଧ୍ୟ ଉନ୍ନତି ଘଟିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆନୁଷ୍ଠାନିକ ପ୍ରସବ ନିମନ୍ତେ ଚିରଞ୍ଜିବୀ ଯୋଜନା ଉପରେ ଆଲୋକପାତ କରି ଏହା ଦ୍ୱାରା ୧୪ ଲକ୍ଷ ମାଆ ଉପକୃତ ହୋଇଛନ୍ତି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟର ଡ. ଚିରଞ୍ଜିବୀ ଓ ଖିଲଖିଲାହ ଯୋଜନା ଜାତୀୟ ସ୍ତରରେ ସମ୍ପ୍ରସାରିତ ହୋଇ ମିଶନ ଇନ୍ଦ୍ରଧନୁଶ ଓ ପିଏମ ମାତୃ ବନ୍ଦନା ଯୋଜନା ଭାବେ କାର୍ଯ୍ୟକାରୀ ହେଉଛି । ପ୍ରଧାନମନ୍ତ୍ରୀ ରାଜ୍ୟରେ ଡାକ୍ତରୀ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ରାଜକୋଟରେ ଏମ୍ସ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ମେଡିକାଲ କଲେଜ ସଂଖ୍ୟା ୩୦ରେ ପହଂଚିଛି । ଏମବିବିଏସ ସ୍ଥାନ ସଂଖ୍ୟା ୧୧୦୦ରୁ ବୃଦ୍ଧି ପାଇ ୫୭୦୦ ଓ ପିଜି ସ୍ଥାନ ସଂଖ୍ୟା ୮୦୦ରୁ ୨୦୦୦କୁ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ଗୁଜରାଟ ଜନସାଧାରଣଙ୍କ ସେବା ଉତ୍ସାହ ଅଭିନନ୍ଦନ ଜଣାଇ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ । ସେ କହିଥିଲେ ଯେ, “ଗୁଜରାଟର ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ଓ ସେବା ହେଉଛି ଜୀବନର ଲକ୍ଷ୍ୟ । ଦେଶରେ ସେବାକୁ ଶକ୍ତି ଭାବେ ଗ୍ରହଣ କରିଥିବା ମହାମାନବ ବାପୁଙ୍କ ପ୍ରେରଣା ଆମ ନିକଟରେ ରହିଛି । ଗୁଜରାଟର ଆତ୍ମା ଶକ୍ତିରେ ଭରପୂର । ଏଠାରେ ସବୁଠାରୁ ସଫଳ ବ୍ୟକ୍ତି ମଧ୍ୟ କୌଣସି ନା କୌଣସି ସେବା ସହ ସଂଶ୍ଳିଷ୍ଟ । ଗୁଜରାଟରେ ସେବା ଉତ୍ସାହ ଆଗପଛ ହୋଇ ଏହାର ସାମର୍ଥ୍ୟ ସହ ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership