“ସ୍ୱାସ୍ଥ୍ୟ ଯତ୍ନ ସୁବିଧା ଆଧୁନିକୀକରଣ ଓ ଉପଲବ୍ଧତା ସଶକ୍ତିକରଣ ଓ ଗରିବ ଲୋକଙ୍କ ଜୀବନର ସୁଖ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଜରୁରୀ”
“ଗୁଜରାଟରେ ମୋର ଅଭିଜ୍ଞତା ସମଗ୍ର ଦେଶରେ ଗରିବଙ୍କ ସେବା ପାଇଁ ମୋତେ ସାହାଯ୍ୟ କରିଛ”
“ଆମ ଦେଶରେ ସେବା ଦ୍ୱାରା ଶକ୍ତି ପ୍ରଦାନ କରିଥିବା ବାପୁଙ୍କ ଭଳି ମହାମାନବଙ୍କ ପ୍ରେରଣା ରହିଛି”

ନମସ୍କାର!

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଏହି କ୍ଷେତ୍ରର ସାଂସଦ ମୋର ବରିଷ୍ଠ ସାଥୀ, ଶ୍ରୀମାନ ସି ଆର ପାଟିଲ, ଏଠାରେ ଉପସ୍ଥିତ ଗୁଜରାଟ ସରକାରଙ୍କ ଅନ୍ୟ ମନ୍ତ୍ରୀ ମହୋଦୟ, ବିଧାୟକ, ନିରାଲୀ ମେମୋରିଆଲ ମେଡିକାଲ ଟ୍ରଷ୍ଟର ପ୍ରତିଷ୍ଠାତା ଏବଂ ଚେୟାରମାନ ଶ୍ରୀ ଏ. ଏମ ନାଏକ ଜୀ, ଟ୍ରଷ୍ଟୀ ଶ୍ରୀ ଭାଇ ଜିଗ୍ନେଶ ନାୟକ ଜୀ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ, ମହିଳାମାନେ ଏବଂ ଭଦ୍ର ଲୋକମାନେ! ଆଜି ଆପଣ ପ୍ରଥମେ ଇଂରାଜୀରେ ଶୁଣିଲେ, ପରେ ଗୁଜରାଟୀ, ବର୍ତ୍ତମାନ ହିନ୍ଦୀ ଯେପରି ଛାଡ଼ି ନ ଯାଏ ତେବେ ମୁଁ ହିନ୍ଦୀରେ କହୁଛି ।

ମୋତେ କୁହାଯାଇଛି ଯେ କାଲି ଅନିଲ ଭାଇଙ୍କର ଜନ୍ମଦିନ ଥିଲା ଏବଂ ଯେତେବେଳେ ବ୍ୟକ୍ତି ୮ଠ ବର୍ଷର ହୋଇଥାଏ ସେତେବେଳେ ସେ ଶହସ୍ର ଚନ୍ଦ୍ର ଦର୍ଶନର ଅବସର ହୋଇଥାଏ । ଡେରିରେ ହେଉ, ମୋ ତରଫରୁ ଅନିଲ ଭାଇଙ୍କୁ ଅନେକ ଅନେକ ଶୁଭକାମନା । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବହୁତ ଶୁଭ କାମନା ।

ଆଜି ନବସାରୀର ଭୂମିରୁ ଦକ୍ଷିଣ ଗୁଜରାଟର ଏହି ପୂରା କ୍ଷେତ୍ରର ଲୋକମାନଙ୍କ ସହଜ ଜୀବନଶୈଳୀ ସହିତ ଜଡ଼ିତ ଅନେକ ଯୋଜନାମାନ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ସହିତ ଜଡ଼ିତ ଆଧୁନିକ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ମଧ୍ୟ ଆଜି ଏଠାକାର ଭାଇ ଭଉଣୀମାନଙ୍କୁ ନୂଆ ସୁବିଧାମାନ ଉପଲବ୍ଧ ହୋଇଛି । କିଛି ସମୟ ପୂର୍ବରୁ ମୁଁ ଏଠାରେ ପାଖରେ ଏକ କାର୍ଯ୍ୟକ୍ରମରେ ଥିଲି, ମେଡିକାଲ କଲେଜର ଭୂମି ପୂଜନ ହୋଇଛି ଏବଂ ବର୍ତ୍ତମାନ ଏଠାରେ ଆଧୁନିକ ହେଲଥ କେୟାର କମ୍ଲେକ୍ସ ଏବଂ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲର ଲୋକାର୍ପଣ କରିବାର ସୁଯୋଗ ମୋତେ ମିଳିଛି ।

ତିନି ବର୍ଷ ପୂର୍ବରୁ ଏଠାରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିବାର ସୁଯୋଗ ମଧ୍ୟ ମୋତେ ମିଳିଥିଲା । ମୁଁ ଶ୍ରୀ ଏ. ଏମ ନାଏକ ଜୀଙ୍କୁ, ନିରାଲୀ ଟ୍ରଷ୍ଟକୁ ଏବଂ ସେମାନଙ୍କ ପରିବାରକୁ ହୃଦୟରୁ ସାଧୁବାଦ ଦେଉଛି ଏବଂ ଏହି ପ୍ରକଳ୍ପକୁ ମୁଁ ସେହିଭଳି ଭାବରେ ଦେଖୁଛି ଯେ ଏହା ସେହି ନିରୀହଙ୍କ ପାଇଁ, ନିରାଲୀଙ୍କ ପାଇଁ ଏକ ଭକ୍ତିଭରା ଶ୍ରଦ୍ଧାଞ୍ଜଳି ଅଟେ, ଯାହାକୁ ଆମେ ଅସମୟରେ ହଜାଇ ଦେଇଥିଲୁ ।

ଏ. ଏମ. ନାଏକ ଜୀ ଏବଂ ତାଙ୍କ ପରିବାର ଯେଉଁ କଷ୍ଟ ମଧ୍ୟ ଦେଇ ଗତି କରୁଥିଲେ, ସେଭଳି ସମୟ ଅନ୍ୟ କୌଣସି ପରିବାରକୁ ଦେଖିବାକୁ ନ ପଡ଼ୁ, ଏହି ସଂକଳ୍ପ ପୁରା ପ୍ରୋଜେକ୍ଟରେ ଦେଖାଯାଉଛି । ଅନିଲ ଭାଇ ଏକ ପ୍ରକାରରେ ପିତୃ ଋଣ ମଧ୍ୟ ଶୁଝିଛନ୍ତି, ନିଜ ଗାଁର ମଧ୍ୟ ଋଣ ମଧ୍ୟ ଶୁଝିଛନ୍ତି ଏବଂ ନିଜ ସନ୍ତାନର ମଧ୍ୟ ଋଣ ଶୁଝିଛନ୍ତି । ନବସାରୀ ସହିତ ଆଖପାଖର ସମସ୍ତ ଜିଲ୍ଲାର ଲୋକମାନଙ୍କୁ ଏହି ଆଧୁନିକ ହସ୍ପିଟାଲକୁ ବହୁତ ସାହାଯ୍ୟ ମିଳିବ ।

ଏବଂ ଆହୁରି ଏକ ବଡ଼ ସେବା ମୁଁ ବୁଝିପାରୁଛି ଯେ ଏହା ପୁରା ଦେଶ ପାଇଁ ହେଉଛି ଏହାର ଏକ ସଂଦେଶ ଯେ ରାଜପଥର ଏକଦମ ନିକଟରେ ଲାଗି କି ରହିଛି ଏହି ହସ୍ପିଟାଲ ଏବଂ ରାଜପଥରେ ଯେଉଁ ଦୁର୍ଘଟଣା ହୋଇଥାଏ ସେଥିରେ ଫାଷ୍ଟ ଗୋଲ୍ଡେନ ଆୱାର ଜୀବନ ପାଇଁ ବହୁତ ଗୋଲ୍ଡେନ ପିରିୟଡ ହୋଇଥାଏ । ଏହି ହସ୍ପିଟାଲ ଏପରି ସ୍ଥାନରେ ଅଛି, ମୁଁ ଚାହୁଁନାହିଁ କି ଲୋକମାନେ ଅଧିକ ଆସନ୍ତୁ, ମୁଁ ଚାହୁଁନାହିଁ ଯେ ଦୁର୍ଘଟଣା ହେଉ, କିନ୍ତୁ ଯଦି ହେବ ତାହାହେଲେ ଏଠିକାର ଜୀବନ ବଂଚାଇବାର ସୁବିଧା ମଧ୍ୟ ନିକଟରେ ଉପଲବ୍ଧ ଅଛି । ମୁଁ ହସ୍ପିଟାଲର ସମସ୍ତ ଡାକ୍ତରମାନଙ୍କୁ, ମେଡିକାଲ ଷ୍ଟାଫଙ୍କୁ ମଧ୍ୟ ଶୁଭକାମନା ଦେଉଛି ।

 

ସାଥୀମାନେ,

ଗରିବଙ୍କ ସଶକ୍ତିକରଣ ପାଇଁ, ଗରିବଙ୍କ ଚିନ୍ତା କମ କରିବା ପାଇଁ, ସ୍ୱାସ୍ଥ୍ୟ ସେବାକୁ ଆଧୁନିକ କରିବା, ସମସ୍ତଙ୍କ ପାଇଁ ସୁଲଭ କରିବା ସେତିକି ଜରୁରୀ ଅଟେ, ଗତ ଆଠ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଉନ୍ନତମାନର କରିବା ପାଇଁ ଆମେ ଏକ ହୋଲିଷ୍ଟିକ ଦୃଷ୍ଟିକୋଣ ଉପରେ ଜୋର ଦେଇଛୁ । ଆମେ ଚିକିତ୍ସାର ସୁବିଧାଗୁଡ଼ିକୁ ଆଧୁନିକ କରିବାକୁ ପ୍ରୟାସ ତ କରିଛୁ । ଉନ୍ନତ ପୋଷଣ, ସ୍ୱଚ୍ଛ ଜୀବନ ଶୈଳୀ, ଏକ ପ୍ରକାରରେ ପ୍ରିଭେଣ୍ଟିଭ ହେଲଥ ସହିତ ଜଡ଼ିତ ହୋଇଥିବା ଯେଉଁ ବ୍ୟବହାରିକ ବିଷୟ ଅଛି, ଯାହା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ରହିଛି, ସେହି ସମସ୍ତ ବିଷୟଗୁଡ଼ିକ ଉପରେ ଆମେ ବହୁତ ଜୋର ଦେଇଛୁ ।

ପ୍ରୟାସ ଏହା ରହିଛି ଯେ, ଗରିବଙ୍କୁ, ମଧ୍ୟବିତ୍ତଙ୍କୁ ରୋଗରୁ ବଂଚାଇବା ଏବଂ ଚିକିତ୍ସାରେ ହେଉଥିବା ଖର୍ଚ୍ଚ ଅତି କମ ହେଉ । ବିଶେଷ ଭାବରେ ଶିଶୁ ଏବଂ ମାଆ ମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଯେଉଁ ପ୍ରୟାସ ହେଉଛି, ତାହାର ସ୍ପଷ୍ଟ ପରିଣାମ ଆଜି ଆମେ ଦେଖିପାରୁଛୁ । ଆଜି ଗୁଜରାଟର ସ୍ୱାସ୍ଥ୍ୟ ଇନଫ୍ରାଷ୍ଟ୍ରକଚରରେ ମଧ୍ୟ ଉନ୍ନତି ହୋଇପାରିଛି, ଏବଂ ହେଲଥ ଇଣ୍ଡିକେଟର୍ସ ମଧ୍ୟ ଲଗାତାର ଉନ୍ନତମାନର ହେଉଛି । ନିତି ଆୟୋଗର ତୃତୀୟ ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲର ଇଣ୍ଡେକ୍ସରେ ଗୁଜରାଟ ଦେଶରେ ପ୍ରଥମ ସ୍ଥାନରେ ଆସିଛି ।

ସାଥୀମାନେ,

ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେହି ସମୟରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାଗୁଡ଼ିକୁ ପ୍ରତ୍ୟେକ ଗରିବଙ୍କ ପର୍ଯ୍ୟନ୍ତ ନେବା ପାଇଁ ଆମେ ଯେଉଁ ଅଭିଯାନ ଚଳାଇଥିଲୁ, ତାହାର ଅନୁଭବ ବର୍ତ୍ତମାନ ପୁରା ଦେଶର ଗରିବମାନଙ୍କ କାମରେ ଆସିପାରିଛି । ସେହି ସମୟରେ ଆମେ ସୁସ୍ଥ ଗୁଜରାଟ, ଉଜ୍ୱଳ ଗୁଜରାଟର ରୋଡମ୍ୟାପ କରିଥିଲୁ । ଗରିବଙ୍କୁ ଗମ୍ଭୀର ରୋଗରୁ ସେହି ସମୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅମୃତ ଯୋଜନା, ଯାହାକୁ ସର୍ଟ ଫର୍ମରେ ମାଁ ଯୋଜନା ଭାବରେ ଜଣାଯାଇଥାଏ, ତାହା ଏହାର ପରିଣାମ ଥିଲା ।

ଏହି ଯୋଜନାର ଅନୁଭବଗୁଡ଼ିକ ଗରିବମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରୁଥିବା ଆୟୁଷ୍ମାନ ଭାରତ ଯୋଜନା, ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ଭାବରେ ସେବା କରିବାର ଦାୟିତ୍ୱ ମିଳିଲା ସେତେବେଳେ ମୁଁ ଏହି ଯୋଜନାକୁ ନେଇ ଦେଶବାସୀଙ୍କ ନିକଟକୁ ଆସିଲି । ଏହି ଯୋଜନା ଅନ୍ତର୍ଗତ ଗୁଜରାଟର ୪ଠ ଲକ୍ଷରୁ ଅଧିକ ଗରିବ ରୋଗୀ ମାଗଣା ଚିକିତ୍ସାର ସୁବିଧା ନେଇ ସାରିଛନ୍ତି । ଏଥିରେ ବହୁ ସଂଖ୍ୟାରେ ଆମର ମାଆ ଭଉଣୀମାନେ ଅଛନ୍ତି, ଦଳିତ ହୁଅନ୍ତୁ, ବଂଚିତ ହୁଅନ୍ତୁ, ଆଦିବାସୀ ସମାଜର ଆମର ସାଥୀ ହୁଅନ୍ତୁ, ଏଥିରୁ ଗରିବ ରୋଗୀଙ୍କର ୭ ହଜାର କୋଟି ଟଙ୍କାରୁ ଅଧିକ ସଂଚୟ ହୋଇଛି । ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଗୁଜରାଟରେ ଗତ ବର୍ଷ ସାଢ଼େ ସାତ ହଜାର ହେଲଥ ଆଣ୍ଡ ୱିଲନେସ ସେଣ୍ଟର ମଧ୍ୟ, ଏଠାରେ ଏହା ଉପରେ କାମ ହୋଇଛି ।

ସାଥୀମାନେ,

ଗତ ୨ଠ ବର୍ଷରେ ଗୁଜରାଟର ସ୍ୱାସ୍ଥ୍ୟ କ୍ଷେତ୍ର ଅନେକ ନୂତନ ସ୍ଥାନ ହାସଲ କରିଛନ୍ତି । ଏହି କୋଡ଼ିଏ ବର୍ଷରେ ଗୁଜରାଟରେ ସହରରୁ ନେଇ ଗ୍ରାମ ପର୍ଯ୍ୟନ୍ତ, ହେଲଥ ଇନଫ୍ରାଷ୍ଟ୍ରକଚର ପାଇଁ ଅଭୁତପୂର୍ବ କାର୍ଯ୍ୟ ହୋଇଛି, ପ୍ରତ୍ୟେକ ସ୍ତରରେ କାର୍ଯ୍ୟ ହୋଇଛି, ଗ୍ରାମାଞ୍ଚଳରେ ହଜାର ହଜାର ସ୍ୱାସ୍ଥ୍ୟ କ୍ଷେତ୍ର ତିଆରି ହୋଇଛି, ପ୍ରାଥମିକ ଚିକିତ୍ସା କେନ୍ଦ୍ର ତିଆରି ହୋଇଛି, ସହରାଞ୍ଚଳରେ ପାଖାପାଖି ୬ଠଠ ‘ଦୀନ ଦୟାଲ ଔଷଧାଳୟ’ ମଧ୍ୟ ତିଆରି ହୋଇଛି ।

ଗୁଜରାଟରେ ଆଜି ସରକାରୀ ଚିକିତ୍ସାଳୟରେ କର୍କଟ ଭଳି ରୋଗର ଉନ୍ନତ ଚିକିତ୍ସା ପଦ୍ଧତିର ସୁବିଧା ଅଛି । ଗୁଜରାଟ କ୍ୟାନସର ରିସର୍ଚ୍ଚ ଇନଷ୍ଟିଚୁଟର କ୍ଷମତା ୪୫ଠଠରୁ ବୃଦ୍ଧି ଘଟି ୧ଠଠଠ ହୋଇଯାଇଛି । ଅହମଦାବାଦ ବ୍ୟତୀତ ଜାମନଗର, ଭାବନଗର, ରାଜକୋଟ ଏବଂ ବଡ଼ୋଦରା ଏଭଳି ଅନ୍ୟ କେତେକ ସହରରେ ମଧ୍ୟ କର୍କଟ ରୋଗର ଉପଚାରର ଆଧୁନିକ ସୁବିଧା ଉପଲବ୍ଧ ଅଛି ।

ଅହମଦାବାଦରେ କିଡନୀ ଇନଷ୍ଟିଚୁଟକୁ ଆଧୁନିକୀକରଣ କରାଯାଉଛି । ତାହାର ବିସ୍ତାର କରାଯାଉଛି ଏବଂ ବହୁତ ଶୀଘ୍ର ଏହାର ଶଯ୍ୟା ଦୁଇଗୁଣ ହୋଇଯିବ । ଆଜି ଗୁଜରାଟରେ ଅନେକଗୁଡ଼ିଏ ଡାଏଲିସିସ କେନ୍ଦ୍ର, ହଜାର ହଜାର ରୋଗୀଙ୍କୁ ତାଙ୍କର ଘର ନିକଟରେ ଡାଏଲିସିସର ସୁବିଧା ଦେଉଛି । ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ପୁରା ଦେଶରେ ଡାଏଲିସିସକୁ ନେଇ ଇନଫ୍ରାଷ୍ଟ୍ରକଚର ପ୍ରସ୍ତୁତ କରିବା, ଏଭଳି ରୋଗୀମାନଙ୍କୁ କିପରି ନିଜ ଘର ନିଟକରେ ସୁବିଧା ମିଳିବ, ଏଥିପାଇଁ ପ୍ରୟାସ କରିବା, ଏହି ଅଭିଯାନ ବହୁତ ଶୀଘ୍ରତାର ସହ ଚାଲିଛି, ପୂର୍ବ ତୁଳନାରେ ଅନେକ ଗୁଣା । ଏହିଭଳି ଭାବରେ କିଡନୀର ରୋଗୀମାନଙ୍କ ପାଇଁ ଡାଏଲିସିସ ସେଣ୍ଟର ଆଜି ଉପଲବ୍ଧ ହୋଇଛି ।

ସାଥୀମାନେ,

ଗୁଜରାଟରେ ଆମର ସେବା କାଳ ମଧ୍ୟରେ ଆମର ସରକାର ଶିଶୁ ଏବଂ ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲି । ଚିରଞ୍ଜିବୀ ଯୋଜନା ଅନ୍ତର୍ଗତ ପବ୍ଲିକ - ପ୍ରାଇଭେଟ ଭାଗିଦାରୀ ସୁନିଶ୍ଚିତ କର । ଇଣ୍ଡଷ୍ଟ୍ରିଆଲ ଡେଲିଭରୀ, ସଂସ୍ଥାଗତ ଡେଲିଭରୀକୁ ଆମେ ଏକ ବ୍ୟାପକ ବିସ୍ତାର କରିଥିଲୁ ଏବଂ ଗୁଜରାଟରେ ତାହାର ବହୁତ ଭଲ ପରିଣାମ ମିଳିଛି ।

ବର୍ତ୍ତମାନ ଏହି ଯୋଜନା ଅନ୍ତର୍ଗତ ୧୪ ଲକ୍ଷ ଗର୍ଭବତୀ ମହିଳାମାନେ ଏହି ଚିରଞ୍ଜିବୀ ଯୋଜନାରେ ଲାଭ ନେଇ ସାରିଛନ୍ତି । ଆମ ଗୁଜରାଟର ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ କିଛି ଅଧିକ କରିବାର ଭାବନା ଥିବା ଲୋକ ଅଟୁ, ମସ୍ତିଷ୍କରେ କିଛି ଜିନିଷ ରହିଥାଏ । ମୁଁ ଯେତେବେଳେ ଏଥିରେ ଥିଲି ସେତେବେଳେ ୧ଠ୮ର ସେବା ଆମେ ଆରମ୍ଭ କରିଥିଲୁ । କିନ୍ତୁ ପରେ ଏହି ବିଷୟ ଆସିଲା ଯେ ୧ଠ୮ର ସେବାଗୁଡ଼ିକ ସେହି ଯେଉଁ ଗାଡ଼ିଗୁଡ଼ିକ ପୁରୁଣା ହୋଇଯାଇଛି ତାହାକୁ ବାହାର କରାଯାଉ, ସେତେବେଳେ ମୁଁ କହିଲି ଏମିତି କରନାହଁ, ୧ଠ୮ର ସେବା ପାଇଁ ଯେଉଁ ଗାଡ଼ି ସବୁ ରହିଛି କାରଣ ତାହା ଜରୁରୀକାଳୀନ କାର୍ଯ୍ୟ ପାଇଁ ହୋଇଥାଏ । ତାହା ପର୍ଫେକ୍ଟ ହେବା ଦରକାର, କ୍ୱିକ ରେସପନ୍ସ କରିବାର କ୍ଷମତା ତା’ ମଧ୍ୟରେ ରହିବା ଆବଶ୍ୟକ ।

କିନ୍ତୁ ଏଗୁଡ଼ିକ ଯେଉଁ ପୁରୁଣା ହୋଇ ଯାଇଥିବା ଗାଡ଼ିଗୁଡ଼ିକ ଅଛି, ତାହାକୁ ତୁରନ୍ତ ବାହାର କରିବାର ଆବଶ୍ୟକତା ନାହିଁ, ତାହାକୁ ଆମେ ନୂଆ ରୂପ ଦେଇଦେଇଛୁ, ଉନ୍ମୁକ୍ତ ଭାବରେ ଏବଂ ଆମେ ନିଶ୍ଚିତ କଲୁ ଯେ ତାହାର ପୁରା ଡିଜାଇନ ପରିବର୍ତ୍ତନ କରାଯାଉ । ସେଥିରେ ସାୟରନର ଶବ୍ଦ ମଧ୍ୟ ବଡ଼ ମିଉଜିକାଲ କରି ଦିଆଯାଉ । ଏବଂ ଯେତେବେଳେ ମା ହସ୍ପିଟାଲରେ ଡେଲିଭରି ପରେ, ତିନି ଚାରିଦିନ ପରେ ନିଜ ଛୁଆକୁ ନେଇ ଯେତେବେଳେ ଘରକୁ ଯାଉଥିବେ ସେତେବେଳେ ବିଚାରୀକୁ ଅଟୋ ରିକ୍ସା ଖୋଜିବା... ଏହି ସବୁ ଅସୁବିଧା ରହୁଥିଲା । ଆମେ କହିଲୁ ଏହା ଯେଉଁ ୧ଠ୮ ପୁରୁଣା, ତାଙ୍କୁ ଖୁସିରେ ରହିବା ପାଇଁ ବଦଳାଇ ଦିଆଯାଉ ଏବଂ ସେହି ନବଜାତ ଶିଶୁକୁ ନେଇ ଯେତେବେଳେ ସେ ନିଜ ଘରକୁ ଯିବ, ସାୟରନ ସେହି ପ୍ରକାରରେ ବାଜିଥାଏ କି ପୁରା ଅଞ୍ଚଳକୁ ଜଣା ପଡ଼ିଯାଇଥାଏ ଯେ ଚାଲ ଭାଇ ଏହି ଛୁଆଟି ହସ୍ପିଟାଲରୁ ଘରକୁ ଆସିଗଲା, ପୁରା ଅଞ୍ଚଳ ତାହାର ସ୍ୱାଗତ କରିବା ପାଇଁ ଆସିଯାଇଥାଏ।

ଏହି ଉନ୍ମୁକ୍ତ ହସର ଯୋଜନାରୁ ଆମେ ଏହା ମଧ୍ୟ ସୁନିଶ୍ଚିତ କରିଥିଲୁ ଯେ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟର ଘର ମଧ୍ୟ ଦେଖାରେଖା ହୋଇପାରୁ । ଏଥିରେ ଶିଶୁ ଏବଂ ମା’ମାନଙ୍କର ଜୀବନର ବଂଚାଇବାର ବିଶେଷ ଭାବରେ ଆଦିବାସୀ ପରିବାରର ଘରମାନଙ୍କରେ ଖୁସି ଆଣିବାରେ ବହୁତ ସହଯୋଗ ମିଳିଛି ।

ସାଥୀମାନେ,

ଗୁଜରାଟର ‘ଚିରଞ୍ଜିବୀ’ ଏବଂ ‘ଉନ୍ମୁକ୍ତ ହସ’ର ଭାବନାକୁ କେନ୍ଦ୍ରରେ ଆସିବା ପରେ ମିଶନ ଇନ୍ଦ୍ରଧନୁଷ ଏବଂ ମାତୃ ବନ୍ଦନା ଯୋଜନା ଅନ୍ତର୍ଗତ ଗତବର୍ଷ ଗୁଜରାଟର ୩ ଲକ୍ଷରୁ ଅଧିକ ଭଉଣୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଭଉଣୀମାନଙ୍କ ଖାତାରେ କୋଟି କୋଟି ଟଙ୍କା ସିଧାସଳଖ ଜମା କରାଯାଇଛି, ଯାହାକି ସେ ଗର୍ଭାବସ୍ଥାରେ ନିଜର ଖାଦ୍ୟପେୟ ଠିକ ଭାବରେ ରଖିପାରିବ । ମିଶନ ଇନ୍ଦ୍ରଧନୁଷ ଅନ୍ତର୍ଗତ ଗୁଜରାଟରେ ଲକ୍ଷ ଲକ୍ଷ ଶିଶୁଙ୍କୁ ଟିକାକରଣ କରାଯାଇଛି ।

ସାଥୀମାନେ,

ଗତ ବର୍ଷ ଗୁଜରାଟରେ ଡାକ୍ତର ଏବଂ ପାରାମେଡିକ୍ସର ପାଠପଢ଼ା ଏବଂ ଟ୍ରେନିଂର ସୁବିଧାଗୁଡ଼ିକ ମଧ୍ୟ ବହୁତ ଅଧିକ ବୃଦ୍ଧି ପାଇଛି । ରାଜକୋଟରେ ଏମ୍ସ ଭଳି ବଡ଼ ସଂସ୍ଥାନ ତିଆରି ହେଉଛି । ମେଡିକାଲ କଲେଜର ସଂଖ୍ୟା ଆଜି ୩୦ରୁ ଅଧିକ ହୋଇସାରିଛି । ପୂର୍ବରୁ ରାଜ୍ୟରେ ଏମବିବିଏସରେ କେବଳ ୧୧ଠଠ ସିଟ ଥିଲା । ଆଜି ଏହାକୁ ବଢ଼ାଯାଇ ପାଖାପାଖି ୬ଠଠଠ ପର୍ଯ୍ୟନ୍ତ ପହଂଚାଇବାକୁ ହେବ । ପୋଷ୍ଟ ଗ୍ରାଜୁଏଟ ସିଟ ମଧ୍ୟ ପାଖାପାଖି ଆଠ ଶହରୁ ବୃଦ୍ଧି ଘଟି ୨ ହଜାରରୁ ଅଧିକ ହୋଇସାରିଚି । ଏହିଭଳି ଭାବରେ, ନର୍ସିଂ ଏବଂ ଫିଜିଓଥେରାପି ଭଳି ଅନ୍ୟ ମେଡିକାଲ ସେବା ପାଇଁ ମଧ୍ୟ କ୍ୱାଲିଫାଏଡ ଲୋକମାନଙ୍କର ସଂଖ୍ୟା ଅନେକ ଗୁଣ ବଢ଼ିଯାଇଛି ।

ସାଥୀମାନେ,

ଗୁଜରାଟର ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ସେବା ଜୀବନର ଏକ ଲକ୍ଷ୍ୟ ଭଳି ଅଟେ । ଆମ ପାଖରେ ପୂଜ୍ୟ ବାପୁଙ୍କ ଭଳି ମହାପୁରୁଷଙ୍କ ପ୍ରେରଣା ଅଛି ଯିଏ ସେବାକୁ ଦେଶର ସାମର୍ଥ୍ୟ କରି ଦେଇଛି, ଗୁଜରାଟର ଏହି ସ୍ୱପ୍ନ ଆଜି ମଧ୍ୟ ଶକ୍ତିରେ ପରିପୂର୍ଣ୍ଣ ଅଟେ । ଏଠାରେ ସଫଳରୁ ସଫଳ ବ୍ୟକ୍ତି ମଧ୍ୟ କାହାରି ନା କାହାରି ସେବାର କାମ ସହିତ ଯୋଡ଼ି ହୋଇ ରହିଥାନ୍ତି । ଯେପରି ଭାବରେ ଗୁଜରାଟର ସାମର୍ଥ୍ୟ ବଢ଼ିବ, ଗୁଜରାଟର ଏହି ସେବା ଭାବ ମଧ୍ୟ ମିଳିବ । ଆମେ ଆଜି ଯେଉଁଠାରେ ପହଂଚିଛୁ, ତାହାଠାରୁ ଆହୁରି ଆଗକୁ ଯିବାକୁ ହେବ ।

ଏହି ସଂକଳ୍ପ ସହିତ ସେ ସ୍ୱାସ୍ଥ୍ୟ ହେଉ, ସେ ଶିକ୍ଷା ହେଉ, ସେ ଇନଫ୍ରାଷ୍ଟ୍ରକଚର ମାମଲା ହେଉ, ଆମେ ଭାରତକୁ ଆଧୁନିକ କରିବା ଦିଗରେ ନିରନ୍ତର ପ୍ରୟାସ କରୁଛୁ ଏବଂ ଏଥିରେ ସବକା ସାଥ - ସବକା ବିକାଶ, ସବକା ବିଶ୍ୱାସର ସହିତ ଏକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ସବକା ପ୍ରୟାସ । ଜନଭାଗିଦାରୀ ଯେତିକି ଅଧିକ ବଢ଼ିଥାଏ, ସେତିକି ଦେଶର ସାମର୍ଥ୍ୟ ବଢ଼ାଇବାରେ ଗତି ଅଧିକ ହୋଇଥାଏ, ପରିଣାମ ମିଶ୍ର ମିଳିଥାଏ ଏବଂ ଯାହା ଚାହିଁଥାନ୍ତି ତାହା ଠାରୁ ଅଧିକ ଭଲ ପରିଣାମ ମିଳିଥାଏ ।

ଅନିଲ ଭାଇ, ତାଙ୍କ ପରିବାର ଟ୍ରଷ୍ଟ ମାଧ୍ୟମରେ ସବକା ପ୍ରୟାସର ଯେଉଁ ଆମର ସଂକଳ୍ପ ଅଛି, ପବ୍ଲିକ- ପ୍ରାଇଭେଟ- ପାର୍ଟନରସିପର ଯେଉଁ ସଂକଳ୍ପ ଅଛି, ସମାଜର ଜଣେ ଜଣେ ବ୍ୟକ୍ତିଙ୍କୁ ଯୋଡ଼ି ଚାଲିବାର ଯେଉଁ ସଂକଳ୍ପ ଅଛି, ସେଥିରେ ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ମୁଁ ତାଙ୍କର ପୁରା ପରିବାରକୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
 PLI schemes attract over Rs 2.16 lakh crore investment, generate 14.39 lakh jobs

Media Coverage

PLI schemes attract over Rs 2.16 lakh crore investment, generate 14.39 lakh jobs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Crown Prince and PM of Saudi Arabia, HRH Prince Mohammed bin Salman
March 28, 2026

The Prime Minister, Shri Narendra Modi, today spoke with Crown Prince and PM of Saudi Arabia, HRH Prince Mohammed bin Salman and discussed the ongoing conflict in West Asia. Shri Modi reiterated India’s condemnation of attacks on regional energy infrastructure, and the need to ensure freedom of navigation and keeping shipping lines open and secure. “Thanked him for his continued support for the welfare of the Indian community in Saudi Arabia”, Shri Modi stated.

Shri Modi posted on X:

“Spoke with Crown Prince and PM of Saudi Arabia, HRH Prince Mohammed bin Salman and discussed the ongoing conflict in West Asia.

I reiterated India’s condemnation of attacks on regional energy infrastructure.

We agreed on the need to ensure freedom of navigation and keeping shipping lines open and secure.

Thanked him for his continued support for the welfare of the Indian community in Saudi Arabia”