ମହାମହିମ, ରାଷ୍ଟ୍ରପତି ଲରେନ୍ସ  ,
ଉଭୟ ଦେଶର ପ୍ରତିନିଧିମଣ୍ଡଳୀ ,
ଗଣମାଧ୍ୟମର​ ସମସ୍ତ ବନ୍ଧୁ ,
ନମସ୍କାର !


ବେନ୍‌ ବିନ୍ଦୁ !


ମୁଁ ରାଷ୍ଟ୍ରପତି ଲରେନ୍ସ ଏବଂ ତାଙ୍କ ପ୍ରତିନିଧିମଣ୍ଡଳର​ ଭାରତରେ ହୃଦୟସ୍ପର୍ଶୀ ସ୍ୱାଗତ କରୁଛି। ​ ଏହା ଏକ ଐତିହାସିକ ମୁହୂର୍ତ୍ତ। ୩୮ ବର୍ଷ  ପରେ , ଅଙ୍ଗୋଲାର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି। ତାଙ୍କର ଏହ ଗସ୍ତ କାରଣରୁ  କେବଳ ଭାରତ - ଅଙ୍ଗୋଲା ସମ୍ପର୍କକୁ ନୂତନ ଦିଗ ମିଳୁନାହିଁ , ବରଂ ଭାରତ ଏବଂ ଆଫ୍ରିକା ସହଭାଗୀତାକୁ ବହୁତ ଶକ୍ତି ମିଳୁଛି।

 

ବନ୍ଧୁଗଣ,

ଚଳିତ ବର୍ଷ , ଭାରତ ଏବଂ ଅଙ୍ଗୋଲା ନିଜର କୂଟନୀତିକ ସମ୍ପର୍କର ୪୦ତମ​​ ବାର୍ଷିକୀ ପାଳନ କରୁଛନ୍ତି । କିନ୍ତୁ ଆମର ସମ୍ପର୍କ, ଏହା ଠାରୁ ବି ବହୁତ ପୁରୁଣା, ବହୁତ ଗଭୀର । ଯେତେବେଳେ ଅଙ୍ଗୋଲା ସ୍ୱାଧୀନତା ପାଇଁ ଲଢ଼ିବା ଜାରି ରଖିଥିଲା, ସେତେବେଳେ ଭାରତ ପୂର୍ଣ୍ଣ ବିଶ୍ୱାସ ଏବଂ ବନ୍ଧୁତାର ଏହା ସହିତ ଠିଆ ହୋଇଥିଲା।

ବନ୍ଧୁଗଣ,
ଆଜି, ବିଭିନ୍ନ କ୍ଷେତ୍ରରେ ଆମର ଘନିଷ୍ଠ ସହଯୋଗ ରହିଛି । ଭାରତ ହେଉଛି ଅଙ୍ଗୋଲାର ତୈଳ ଏବଂ ପେଟ୍ରୋଲ୍ ର ବଡ ବଡ କ୍ରେତାମାନଙ୍କ ମଧ୍ୟରୁ ଅନ୍ୟତମ। ଆମେ ନିଜର ଶକ୍ତି ସହଭାଗୀତାକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଛୁ। ମୁଁ ଏହା ଘୋଷଣା କରି ବହୁତ ଖୁସି ଯେ, ଅଙ୍ଗୋଲାର ସୈନ୍ୟବାହିନୀ ର ଆଧୁନିକୀକରଣ  ପାଇଁ ୨୦୦ ନିୟୁତ ଡଲାର୍ ର ପ୍ରତିରକ୍ଷା କ୍ରେଡିଟ୍ ଲାଇନ୍ କୁ ସ୍ୱୀକୃତି ଦିଆଯାଇଛି। ପ୍ରତିରକ୍ଷା ପ୍ଲାଟଫର୍ମର ମରାମତି ଏବଂ ଯୋଗାଣ ଉପରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଛି। ଅଙ୍ଗୋଲାର ସଶସ୍ତ୍ର ସୈନ୍ୟବାହିନୀର ତାଲିମ କ୍ଷେତ୍ରରେ ସହଯୋଗ କରି ଆମକୁ ଖୁସି ଅନୁଭବ ହେବ । ନିଜର ବିକାଶ ସହଭାଗୀତାକୁ ଆଗକୁ ବଢାଇ ଆମେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ମହାକାଶ ପ୍ରଯୁକ୍ତିବିଦ୍ୟା  ଏବଂ କ୍ଷମତା ନିର୍ମାଣ କ୍ଷେତ୍ରରେ ଅଙ୍ଗୋଲା ସହିତ ନିଜର ବିଶେଷଜ୍ଞତା ହସ୍ତାନ୍ତର କରିବୁ । ଆଜି ଆମେ ସ୍ୱାସ୍ଥ୍ୟସେବା, ହୀରା ପ୍ରକ୍ରିୟାକରଣ, ସାର ଏବଂ ଜଟିଳ ଖଣିଜ ଅଞ୍ଚଳଗୁଡ଼ିକ କ୍ଷେତ୍ରରେ ଆମର ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ନିଷ୍ପତ୍ତି ନେଇଛୁ। ଅଙ୍ଗୋଲାରେ ଯୋଗ ଏବଂ ବଲିଉଡ୍ ର ଲୋକପ୍ରିୟତା , ଆମର ସାଂସ୍କୃତିକ ସମ୍ପର୍କର ଶକ୍ତିର ପ୍ରତୀକ। ଆମର ଲୋକମାନଙ୍କ ଭିତରେ ପାରସ୍ପରିକ ସମ୍ପର୍କକୁ ଅଧିକ ଶକ୍ତି ପ୍ରଦାନ କରିବା ପାଇଁ ଆମେ  ଆମର ଯୁବପିଢ଼ିଙ୍କ ମଧ୍ୟରେ ଯୁବ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ।

ବନ୍ଧୁଗଣ,
ଅନ୍ତର୍ଜାତୀୟ ସୌର ମେଂଟରେ ଯୋଗ ଦେବା ପାଇଁ ଅଙ୍ଗୋଲାର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଆମେ ଅଙ୍ଗୋଲାକୁ ଭାରତର ବିଭିନ୍ନ ପଦ​‌କ୍ଷେପ, ଯଥା : ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମିଳିତ ପ୍ରୟାସ, ବିଗ୍ କ୍ୟାଟ୍ ଆଲାଏନ୍ସ ଏବଂ ଗ୍ଲୋବାଲ୍ ବାୟୋଫୁଏଲ୍ ଆଲାଏନ୍ସରେ ଯୋଗ ଦେବା ପାଇଁ ନିମନ୍ତ୍ରିତ କରିଛୁ।

ବନ୍ଧୁଗଣ,
ଆମେ ଏକମତ ଯେ  ଆତଙ୍କବାଦ ମାନବତା ପାଇଁ ସବୁଠାରୁ ବଡ଼ ବିପଦ। ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ସମବେଦନା ଜଣାଇଥବାରୁ ମୁଁ ରାଷ୍ଟ୍ରପତି ଲରେନ୍ସ ଏବଂ ଅଙ୍ଗୋଲା ପ୍ରତି ମୋର କୃତଜ୍ଞତା ପ୍ରକାଶ କରୁଛି। ଆମେ ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ। ସୀମାପାର ଆତଙ୍କବାଦ ବିରୁଦ୍ଧରେ ଆମର ଲଢ଼େଇରେ ସମର୍ଥନ ପାଇଁ ଆମେ ଅଙ୍ଗୋଲାକୁ ଧନ୍ୟବାଦ ଦେଉଛୁ।

 

ବନ୍ଧୁଗଣ,

ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ପଦ ପାଇଁ ମୁଁ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଅଙ୍ଗୋଲାକୁ ଶୁଭକାମନା ଜଣାଉଛି। ଏହା ଆମ ପାଇଁ ଗର୍ବର ବିଷୟ ଯେ ଭାରତର ଜି ୨୦ ଅଧ୍ୟକ୍ଷତା ସମୟରେ 'ଆଫ୍ରିକୀୟ ସଂଘ' ଜି-୨୦ର ସ୍ଥାୟୀ ସଦସ୍ୟତା ପାଇଲା। ଭାରତ ଏବଂ ଆଫ୍ରିକୀୟ ଦେଶମାନେ ଉପନିବେଶବାଦୀ ଶାସନ ବିରୁଦ୍ଧରେ ଏକ ସଂଗେ ସ୍ୱର ଉଠାଇଥିଲେ। ପରସ୍ପରକୁ ପ୍ରେରଣା ଦେଇଥିଲେ। ଆଜି, ଆମେ ଗ୍ଲୋବାଲ୍‌ ସାଉଥ୍‌ର ସ୍ୱାର୍ଥ, ସେମାନଙ୍କର ଆଶା, ଇଚ୍ଛା ଏବଂ ଆକାଂକ୍ଷାର ସ୍ୱର ଭାବରେ ଏକାଠି ଛିଡ଼ା ହୋଇଛୁ।

ଗତ ଦଶନ୍ଧି ମଧ୍ୟରେ, ଆଫ୍ରିକୀୟ ଦେଶମାନଙ୍କ ସହିତ ଆମର ସହଯୋଗ ଗତି ପାଇଛି। ଆମର ପାରସ୍ପରିକ ବାଣିଜ୍ୟ ପ୍ରାୟ ୧୦୦ ବିଲିୟନ ଡଲାରରେ ପହଞ୍ଚିଛି। ପ୍ରତିରକ୍ଷା ସହଯୋଗ ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ପ୍ରଗତି ହୋଇଛି। ଗତ ମାସରେ, ଭାରତ ଏବଂ ଆଫ୍ରିକା ମଧ୍ୟରେ ପ୍ରଥମ ନୌସେନା ସାମୁଦ୍ରିକ ଅଭ୍ୟାସ 'ଆଇକ୍ୟାମ୍' ଅନୁଷ୍ଠିତ ହୋଇଥିଲା। ଗତ ୧୦ ବର୍ଷ ମଧ୍ୟରେ, ଆମେ ଆଫ୍ରିକାରେ ୧୭ଟି ନୂତନ ଦୂତାବାସ ଖୋଲିଛୁ। ଆଫ୍ରିକାକୁ ୧୨ ବିଲିୟନ ଡଲାରରୁ ଅଧିକ ମୂଲ୍ୟର କ୍ରେଡିଟ୍ ଲାଇନ୍ ଆବଣ୍ଟିତ କରାଯାଇଛି। ଏହା ସହିତ ଆଫ୍ରିକୀୟ ଦେଶଗୁଡ଼ିକୁ ୭୦୦ ମିଲିୟନ୍ ଡଲାରର ଅନୁଦାନ ସହାୟତା ଦିଆଯାଇଛି। ୮ଟି ଆଫ୍ରିକୀୟ ଦେଶରେ ବୃତ୍ତିଗତ ତାଲିମ କେନ୍ଦ୍ର ଖୋଲାଯାଇଛି। ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିରେ ୫ଟି ଆଫ୍ରିକୀୟ ଦେଶ ସହିତ ସହଯୋଗ ହୋଇଛି। ଯେକୌଣସି ବିପର୍ଯ୍ୟୟରେ, ଆମେ ଆଫ୍ରିକାର ଲୋକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ 'ପ୍ରଥମ ପ୍ରତିକ୍ରିୟାକାରୀ' ଭୂମିକା ଗ୍ରହଣ କରିବାର ସୌଭାଗ୍ୟ ଲାଭ କରିଛୁ।

 

ଭାରତ ଏବଂ ଆଫ୍ରିକୀୟ ସଂଘ ପ୍ରଗତିରେ ସହଭାଗୀ । ଆମେ ହେଉଛୁ ଦକ୍ଷିଣ ବିଶ୍ଵର ସ୍ତମ୍ଭ। ମୁଁ ନିଶ୍ଚିତ ଯେ ଅଙ୍ଗୋଲା ଅଧ୍ୟକ୍ଷତାରେ ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସମ୍ପର୍କ ନୂତନ ଶିଖରରେ ପହଞ୍ଚିବ।

ମହାମହିମ,
ପୁଣିଥରେ, ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରୁଛି।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's EV market to grow 12-fold to 30.4 mn units by 2032 under high-growth scenario: Report

Media Coverage

India's EV market to grow 12-fold to 30.4 mn units by 2032 under high-growth scenario: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.