ରାଜସ୍ଥାନ ନିମନ୍ତେ ୧୭ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଉଦଘାଟନ ଓ ଶିଳାନ୍ୟାସ
ରାଜସ୍ଥାନର ପାଞ୍ଚ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର କଲେ ଉଦଘାଟନ
ପ୍ରାୟ ୨୩୦୦ କୋଟି ଟଙ୍କା ବ୍ୟୟରେ ଆଠଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର କଲେ ଶିଳାନ୍ୟାସ
ଖତିପୁରା ରେଳ ଷ୍ଟେସନକୁ କଲେ ଜାତି ଉଦେଶ୍ୟରେ ଉତ୍ସର୍ଗ
ପ୍ରାୟ ୫୩୦୦ କୋଟି ଟଙ୍କାର ଦେଶର ଗୁରୁତ୍ୱପୂର୍ଣ୍ଣ ସୌର ପ୍ରକଳ୍ପର କଲେ ଶିଳାନ୍ୟାସ
୨୧୦୦ କୋଟି ଟଙ୍କାର ଶକ୍ତି ସରବରାହ ପ୍ରକଳ୍ପର କଲେ ଉଦଘାଟନ
ଜଳ ଜୀବନ ମିଶନ ସମେତ ପ୍ରାୟ ୨୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ
ଭାରତୀୟ ତୈଳ ନିଗମର ଯୋଧପୁର ଏଲପିଜି ବଟଲିଂ ପ୍ଲାଣ୍ଟକୁ କଲେ ଜାତି ଉଦେଶ୍ୟରେ ଉତ୍ସର୍ଗ
“ବିକଶିତ ଭାରତ ଗଠନରେ ବିକଶିତ ରାଜସ୍ଥାନର ରହିଛି ପ୍ରମୁଖ ଭୂମିକା”
“ଅତୀତର ହତାଶାକୁ ଦୂର କରି ଭାରତ ବିଶ୍ୱାସର ସହ ଆଗଭର ହେବା ପାଇଁ ସୁଯୋଗ ରହିଛି”
“ମୁଁ ଯେତେବେଳେ ବିକଶିତ ଭାରତ କଥା କହେ, ଏହା କେବଳ ଏକ ଶବ୍ଦ ବା ଆବେଗ ନୁହଁ, ଏହା ପ୍ରତ୍ୟେକ ପରିବାରକୁ ସମୃଦ୍ଧଶାଳୀ କରିବା ପାଇଁ ଏକ ଅଭିଯାନ । ଦାରିଦ୍ର୍ୟ ଦୂରୀକରଣ ଗୁଣଯୁକ୍ତ ନିଯୁକ୍ତି ସୃଷ୍ଟି ଓ ଦେଶରେ ଆଧୁନିକ ସୁଯୋଗ ସୃଷ୍ଟିର ବିକଶିତ ଭାରତ ଏକ ଅଭିଯାନ”
“ସୌର ଶକ୍ତିରୁ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଭାରତ ଆଜି ବିଶ୍ୱରେ ଏକ ଅଗ୍ରଣୀ ଦେଶ ହୋଇପାରିଛି” “ଯୁବା, ମହିଳା
ପ୍ରକଳ୍ପଗୁଡ଼ିକ ସଡ଼କ, ରେଳବାଇ, ସୌର ଶକ୍ତି, ଶକ୍ତି ସରବରାହ, ପାନୀୟ ଜଳ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ରହିଛି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ୧୭ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୬-୦୨-୨୦୨୪) ବିକଶିତ ଭାରତ, ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ୧୭ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରକଳ୍ପଗୁଡ଼ିକ ସଡ଼କ, ରେଳବାଇ, ସୌର ଶକ୍ତି, ଶକ୍ତି ସରବରାହ, ପାନୀୟ ଜଳ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ରହିଛି ।

ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ରାଜସ୍ଥାନର ସମସ୍ତ ନିର୍ବାଚନମଣ୍ଡଳୀରୁ ‘ବିକଶିତ ଭାରତ, ବିକଶିତ ରାଜସ୍ଥାନ’ କାର୍ଯ୍ୟକ୍ରମ ନିମନ୍ତେ ଉପସ୍ଥିତ ରହିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ମଧ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଯୁକ୍ତି ବଳରେ ସମସ୍ତ ହିତାଧିକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିପାରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାଜସ୍ଥାନ ଜନସାଧାରଣଙ୍କ ଖୁସ୍ ମିଜାଜର ନଜିର ଦେଇ ସେମାନେ କିପରି ଫ୍ରାନ୍ସ ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କୁ ଭବ୍ୟ ଅଭ୍ୟର୍ଥନା ଜଣାଇଥିଲେ ତା’ର ସ୍ମୃତିଚାରଣ କରି ତାହା କେବଳ ଭାରତ ନୁହେଁ, ଫ୍ରାନ୍ସରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ବୋଲି କହିଥିଲେ । ରାଜସ୍ଥାନବାସୀଙ୍କ ଆଶୀର୍ବାଦର ଅବତାରଣା କରି ସେ ବିଧାନସଭା ନିର୍ବାଚନ କାଳରେ କିପରି ସେମାନେ ‘ମୋଦୀ କୀ ଗ୍ୟାରେଣ୍ଟି’ ଉପରେ ଭରସା କରି ଏକ ଡବଲ ଇଞ୍ଜିନ ସରକାର ଗଠନରେ ସହାୟତା କଲେ ତାହା କହିଥିଲେ । ସେ ରାଜସ୍ଥାନବାସୀଙ୍କୁ ଆଜି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ନିମନ୍ତେ ଧନ୍ୟବାଦ ଜଣାଇବା ସହ ଏହି ୧୭ ହଜାର କୋଟି ଟଙ୍କାର ପ୍ରକଳ୍ପ ସଡ଼କ, ରେଳବାଇ, ସୌର ଶକ୍ତି, ଶକ୍ତି ସରବରାହ, ପାନୀୟ ଜଳ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ହୋଇଥିବା ବେଳେ, ଏହାର ରାଜ୍ୟରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ ।

 

ଲାଲକିଲ୍ଲାର ପ୍ରାଚୀର ଉପରୁ ତାଙ୍କର ଆହ୍ୱାନ ‘ୟେହୀ ସମୟ ହୈ, ସହୀ ସମୟ ହୈ’କୁ ମନେ ପକାଇ ପ୍ରଧାନମନ୍ତ୍ରୀ ଏହି ସମୟ ହିଁ ସ୍ୱର୍ଣ୍ଣିମ ସମୟ ବୋଲି କହିବା ସହ ପୂର୍ବ ଦଶନ୍ଧିର ହତାଶାକୁ ବିଦାୟ ଦେଇ ବିଶ୍ୱାସର ଭାରତ ଆଗେଇ ଚାଲିବ ବୋଲି କହିଥିଲେ ।

“ବିକଶିତ ରାଜସ୍ଥାନର ବିକାଶ, ବିକଶିତ ଭାରତର ବିକାଶ ନିମନ୍ତେ ଅପରିହାର୍ଯ୍ୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରେଳ, ସଡ଼କ, ବିଦ୍ୟୁତ ଓ ଜଳ କ୍ଷେତ୍ରରେ ଦ୍ରୁତ ବିକାଶ ଅତ୍ୟନ୍ତ ଜରୁରୀ ବୋଳି ମତ ଦେଇ ଏହି ସବୁ କ୍ଷେତ୍ରରେ ବିକାଶ ଚାଷୀ, ପଶୁପାଳକ, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଶେଷ ବିକାଶ ସାଦନ କରିବା ସହ ନୂତନ ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ରାଜ୍ୟ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ଚଳିତ ବର୍ଷ କେନ୍ଦ୍ର ବଜେଟରେ ଭିତ୍ତିଭୂମି ବିକାଶ ନିମନ୍ତେ ଏଗାର ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ, ଏହା ସିମେଣ୍ଟ, ପଥର ଓ ସେରାମିକ ଶିଳ୍ପକୁ ଲାଭ ପହଂଚାଇବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନରେ ଗ୍ରାମ୍ୟ ସଡ଼କ, ରାଜପଥ ଓ ଏକ୍ସପ୍ରେସ ସଡ଼କ କ୍ଷେତ୍ରରେ ଅସ୍ୱାଭାବିକ ପୁଞ୍ଜି ବିନିଯୋଗ ଗତ ଦଶ ବର୍ଷ ମଧ୍ୟରେ ହୋଇଛି । ଆଜି ରାଜସ୍ଥାନ ଗୁଜରାଟ, ମହାରାଷ୍ଟ୍ର ଭଳି ଉପକୂଳ ରାଜ୍ୟ ଓ ପଞ୍ଜାବ ସହ ସଡ଼କ ପଥ ଯୋଗୁ ଯୋଡ଼ି ହୋଇପାରିଛି । ଆଜିର ପ୍ରକଳ୍ପ ଯୋଗୁ କୋଟା, ଉଦୟପୁର, ଟୋଙ୍କ, ସୱାଇ ମାଧବପୁର, ବୁନ୍ଦି, ଆଜମେର, ଭିଲୱାଡ଼ା ଓ ଚିତ୍ତୋରଗଡ଼ ସହ ଯୋଗାଯୋଗ ଅଧିକ ସୁଗମ ହେବ । ଏହି ସଡ଼କଗୁଡ଼ିକ ଦିଲ୍ଲୀ, ହରିୟାଣା, ଗୁଜରାଟ ଓ ମହାରାଷ୍ଟ୍ର ସହ ଉନ୍ନତ ସଂଯୋଗ ସୁନିଶ୍ଚିତ କରିବ।

ବିଦ୍ୟୁତକରଣ, ରେଳବାଇର ପୁନର୍ବିନ୍ୟାସ ଆଜିର କାର୍ଯ୍ୟକ୍ରମର ଅଂଶବିଶେଷ ହୋଇଥିବା ବେଳେ ବନ୍ଦୀପୁର-ଆଗ୍ରା ଦୁର୍ଗ ରେଳପଥ ଯୋଗୁ ମେହେନ୍ଦିପୁର ବାଲାଜୀ ଓ ଆଗ୍ରା ସହ ଯୋଗାଯୋଗ ସୁଗମ ହେବ । ସେହିପରି ଖଟିପୁରା (ଜୟପୁର) ଷ୍ଟେସନ ମଧ୍ୟ ଅଧିକ ଟ୍ରେନ ଚଳାଚଳ ସୁଯୋଗ ପାଇବ ।

ସରକାର ନାଗରିକମାନଙ୍କୁ ନିଜ ଘରେ ବିଦ୍ୟୁତ ଶକ୍ତି ଉତ୍ପନ୍ନ କରି ତା’ର ଘରୋଇ ଉପଯୋଗ ସହ ବଳକା ବିଦ୍ୟୁତ ବିକ୍ରି କରି ଆୟ ବୃଦ୍ଧି କରିବା ନିମନ୍ତେ ସରକାର ଉଦ୍ୟମ କରୁଥିବା ଶ୍ରୀ ମୋଦୀ କହିଥିଲେ । ପିଏମ ସୂର୍ଯ୍ୟ ଘର ଯୋଜନା ବା ମାଗଣା ବିଦ୍ୟୁତ ଶକ୍ତି ଯୋଜନାରେ ସରକାର ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଶକ୍ତି ଯୋଗାଇବେ । ପ୍ରାରମ୍ଭିକ ଭାବେ କେନ୍ଦ୍ର ସରକାର ଏକ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିବେ ଓ ଏ ବାବଦ ୭୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିରୁ ମୁଖ୍ୟତଃ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀୟ ଜନସାଧାରଣ ବିଶେଷ ଉପକୃତ ହେବେ । ବ୍ୟାଙ୍କଗୁଡ଼ିକ ଏଥିପାଇଁ ସହଜରେ ଋଣ ଉପଲବ୍ଧ କରାଇବେ । “ରାଜସ୍ଥାନରେ ସରକାର ପାଞ୍ଚ ଲକ୍ଷ ଘରେ ସୌର ପ୍ୟାନେଲ ବସାଇବାକୁ ଯୋଜନା କରୁଛନ୍ତି” ବୋଲି କହି ଶ୍ରୀ ମୋଦୀ ଡବଲ ଇଞ୍ଜିନ ସରକାର ଗରୀବ ଓ ମଧ୍ୟବିତ୍ତ ଜନସାଧାରଣଙ୍କ ଖର୍ଚ୍ଚ ହ୍ରାସ କରାଉଛନ୍ତି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଯୁବା, ମହିଳା, ଚାଷୀ ଓ ଗରୀବ ଏପରି ଚାରି ଶ୍ରେଣୀର ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । “ଏହିମାନେ ହେଉଛନ୍ତି ଚାରିଟି ବୃହତ୍ତର ଶ୍ରେଣୀ ଓ ମୁଁ ଖୁସି ଯେ ଏହି ଚାରି ଶ୍ରେଣୀର ସଶକ୍ତୀକରଣ ମୋଦୀ ଗ୍ୟାରେଣ୍ଟି ଜରିଆରେ ଡବଲ ଇଞ୍ଜିନ ସରକାର ଦ୍ୱାରା ସମ୍ପାଦିତ ହେଉଛି” । ରାଜସ୍ଥାନ ସରକାରଙ୍କ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ରାଜସ୍ଥାନ ସରକାର ଏସଆଇଟି ବସାଇବା ସହ ପ୍ରଶଂସା କରିଥିଲେ । ଏହା ବ୍ୟତୀତ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ନୂତନ କେନ୍ଦ୍ରୀୟ ଆଇନ ନିବାରକ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ମୋଦୀ କହିଥିଲେ ।

ରାଜ୍ୟ ସରକାର ଗରୀବ ପରିବାରକୁ ୪୫୦ କୋଟି ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ନେଇ ନେଇଥିବା ନିଷ୍ପତ୍ତି ଯୋଗୁ ରାଜସ୍ଥାନର ଲକ୍ଷ ଲକ୍ଷ ମହିଳା ଉପକୃତ ହେବେ । ପୂର୍ବତନ ସରକାରଙ୍କ ଶାସନ କାଳରେ ଜଳ ଜୀବନ ମିଶନ ନେଇ ହୋଇଥିବା ହେରଫେର ପରେ ବର୍ତ୍ତମାନ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି ବୋଲି ଶ୍ରୀ ମୋଦୀ କହିଥିଲେ । ବର୍ତ୍ତମାନ ପିଏମ କିଶନ ସମ୍ମାନ ନିଧି ଯୋଜନାରେ ଚାଷୀମାନଙ୍କ ନିମନ୍ତେ ବାର୍ଷିକ ଛଅ ହଜାର ଟଙ୍କାକୁ ରାଜସ୍ଥାନରେ ଆଉ ଦୁଇ ହଜାର ବଢ଼ାଯାଇଛି । “ଆମେ ଆମ ପ୍ରତିଶ୍ରୁତିକୁ ଗୋଟିକ ପରେ ଗୋଟିଏ ପାଳନ କରୁଛୁ । ସେଥିପାଇଁ ଲୋକେ କହନ୍ତି ଯେ ମୋଦୀ ଗ୍ୟାରେଣ୍ଟି ଅର୍ଥ ହେଲା ପ୍ରତିଶ୍ରୁତି ପାଳନ” ବୋଲି ଶ୍ରୀ ମୋଦୀ କହିଥିଲେ ।

 

ବିକଶିତ ଭାରତ ସଂକଳ୍ପ ଯାତ୍ରା ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମୋଦୀର ଚେଷ୍ଟା ହେଉଛି ପ୍ରତ୍ୟେକ ବ୍ୟକ୍ତି, ତାଙ୍କର ନାଯ୍ୟ ହକ ପାଇବେ ଓ କେହି ବି ସେଥିରୁ ବଂଚିତ ହେବେ ନାହିଁ” । ସେ ରାଜସ୍ଥାନରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ କିପରି ତିନି କୋଟି ଜନସାଧାରଣ ଆଗେଇ ଆସିଛନ୍ତି, କୋଟିଏ ଆୟୁଷ୍ମାନ ଭାରତ କାର୍ଡ ତିଆରି, କିଶାନ କ୍ରେଡିଟ କାର୍ଡ ଅଧିନରେ ଛଅ ଲକ୍ଷ ପଞ୍ଜୀକରଣ, ପିଏମ କିଶାନ ସମ୍ମାନ ନିଥି ଯୋଜନାରେ ସାଢ଼େ ଛଅ ଲକ୍ଷ ଆବେଦନ ଇତ୍ୟାଦି ସମ୍ପର୍କରେ କହିଥିଲେ । ଆଠ ଲକ୍ଷ ମହିଳା ଉଜ୍ଜ୍ୱଳା ଗ୍ୟାସ ସଂଯୋଗୀକରଣ ନିମନ୍ତେ ଆବେଦନ କରିଥିବା ବେଳେ ୨.୨୫ ଲକ୍ଷ ସଂଯୋଗ ବର୍ତ୍ତମାନ ସୁଦ୍ଧା ଦିଆଯାଇଛି । ରାଜସ୍ଥାନରୁ ୧୬ ଲକ୍ଷ ଜନସାଧାରଣ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଜନାରେ ପଞ୍ଜୀକୃତ ହୋଇଥିବା ସେ ପ୍ରକାଶ କରିଥିଲେ ।

ଦେଶରେ ଯେଉଁମାନେ ହତାଶାର ବାତାବରଣ ସୃଷ୍ଟି କରି ଦେଶର ସଫଳତା ପ୍ରତି ବୀତସ୍ପୃହ ଶ୍ରୀ ମୋଦୀ ସେମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦେଶ କରିଥିଲେ । ସେ ମଧ୍ୟ ବଂଶଗତ ରାଜନୀତି ବିରୁଦ୍ଧରେ ସଚେତନ କରାଇ ଦେଇଥିଲେ । ଏହି ରାଜନୀତି ଯୁବାଶକ୍ତିଙ୍କୁ ପ୍ରେରଣା ଯୋଗାଏ ନାହିଁ । ପ୍ରଥମ ଥର ମତଦାନ କରୁଥିବା ମତଦାତାଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏହି ଯୁବାଗୋଷ୍ଠୀ ବିକଶିତ ଭାରତ ପାଇଁ ଛିଡ଼ା ହୋଇଛନ୍ତି । ବିକଶିତ ଭାରତ ଓ ବିକଶିତ ରାଜସ୍ଥାନ ଦୂରଦୃଷ୍ଟି ଏହି ପ୍ରଥମ ଥର ମତଦାନ କରୁଥିବା ଯୁବ ମତଦାତାଙ୍କ ନିମନ୍ତେ ଉଦ୍ଦିଷ୍ଟ” ।

ରାଜସ୍ଥାନ ରାଜ୍ୟପାଳ ଶ୍ରୀ କାଲରାଜ ମିଶ୍ର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା, ରାଜସ୍ଥାନ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ ଏଥିରେ ଯୋଗ ଦେଇଥିଲେ ।

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ୫ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେ ଆଠ ଲେନ ବିଶିଷ୍ଟ ଦିଲ୍ଲୀ-ମୁମ୍ବାଇ ଗ୍ରୀନ ଫିଲ୍ଡ ଶ୍ରେଣୀ ବନ୍ଧ (ଏନଇ-୪) ବାଢ଼ନାଲୀ-ଜଲାଲୀ ସଡ଼କ ସମେତ ଅନ୍ୟାନ୍ୟ ଚାରିଟି ପ୍ରକଳ୍ପ ଉଦଘାଟନ କରିଥିଲେ । ଏହା ଦ୍ରୁତ ସଡ଼କ ସଂଯୋଗୀକରଣ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ୬ ଲେନଯୁକ୍ତ ଉଦୟପୁର ବାଇପାସ ଉଦଘାଟନ କରିଥିଲେ । ଏହାଛଡ଼ା ସେ ଝୁନଝୁନ, ଆବୁରୋଡ ଓ ଟୋଙ୍କ ଜିଲ୍ଲା ସଂଯୋଗ ବ୍ୟବସ୍ଥା ପ୍ରକଳ୍ପ ଉଦଘାଟନ କରିଥିଲେ । ଆଞ୍ଚଳିକ ରେଳ ଭିତ୍ତିଭୂମି ବିକାଶ ଦୃଷ୍ଟିରୁ ଶ୍ରୀ ମୋଦୀ ୨୩୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିଥିଲେ ।

ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧିକୁ ଦୃଷ୍ଟିରେ ରଖି ସେ ରାଜସ୍ଥାନରେ ୫ ହଜାର କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ସୌର ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ସେ ୨୧ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଦ୍ୟୁତ ଶକ୍ତି ସରବରାହ ପ୍ରକଳ୍ପ ମଧ୍ୟ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ସେ ଜଳ ଜୀବନ ମିଶନ ଅଧିନରେ ୨୪୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବା ସହ, ଯୋଧପୁର ଠାରେ ଏଲପିଜି ବଟଲିଂ ପ୍ଲାଣ୍ଟ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ରାଜସ୍ଥାନ ଭିତ୍ତିଭୂମି ଦୃଶ୍ୟପଟର ଅବସ୍ଥାନ୍ତର ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯହୋଇଛି । ରାଜସ୍ଥାନର ସମସ୍ତ ଜିଲ୍ଲାର ୨୦୦ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ କାର୍ଯ୍ୟକ୍ରମ ଜୟପୁର ଠାରେ ହୋଇଥିଲା। ଏଥିରେ ବିଭିନ୍ନ ସରକାରୀ ଯୋଜନାର ଲକ୍ଷ ଲକ୍ଷ ହିତାଧିକାରୀ ଯୋଗ ଦେଇଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour